ମନୋରଞ୍ଜନ
‘ବ୍ରିକ୍ସ’ରାଜନୀତି ଓ ଭାରତ
ବ୍ରାଜିଲ, ରୁଷିଆ, ଭାରତ, ଚୀନ୍ ଓ ଦକ୍ଷିଣ ଆଫ୍ରିକାକୁ ନେଇ ଗଠିତ ‘ବ୍ରିକ୍ସ’ ମେଣ୍ଟର ଶିଖର ସମ୍ମିଳନୀ ଏବେ ଚାଲିଛି। ଦକ୍ଷିଣ ଆଫ୍ରିକାର ଜୋହାନ୍ସବର୍ଗଠାରେ ଅନୁଷ୍ଠିତ ଏହି ଶିଖର ବୈଠକରେ ଚୀନ୍ର ରାଷ୍ଟ୍ରପତିଙ୍କ ସହ ଭାରତର ପ୍ରଧାନମନ୍ତ୍ରୀ ମଧ୍ୟ ସାମିଲ ହୋଇଛନ୍ତି। ଆନ୍ତର୍ଜାତିକ ସ୍ତରରେ ଏକ ଛୋଟ ମେଣ୍ଟ ହେଲେ ମଧ୍ୟ ଏହି ପାଞ୍ଚ ଦେଶଙ୍କର ମୋଟ ଅର୍ଥନୀତି ବିଶ୍ୱ ଅର୍ଥନୀତିର ଏକ-ଚତୁର୍ଥାଂଶ। ଏଥିରେ ପୁଣି ବିଶ୍ୱର ତିନି ପ୍ରମୁଖ ଅର୍ଥନୀତି ଚୀନ୍, ରୁଷିଆ ଓ ଭାରତ […]
ବ୍ରାଜିଲ, ରୁଷିଆ, ଭାରତ, ଚୀନ୍ ଓ ଦକ୍ଷିଣ ଆଫ୍ରିକାକୁ ନେଇ ଗଠିତ ‘ବ୍ରିକ୍ସ’ ମେଣ୍ଟର ଶିଖର ସମ୍ମିଳନୀ ଏବେ ଚାଲିଛି। ଦକ୍ଷିଣ ଆଫ୍ରିକାର ଜୋହାନ୍ସବର୍ଗଠାରେ ଅନୁଷ୍ଠିତ ଏହି ଶିଖର ବୈଠକରେ ଚୀନ୍ର ରାଷ୍ଟ୍ରପତିଙ୍କ ସହ ଭାରତର ପ୍ରଧାନମନ୍ତ୍ରୀ ମଧ୍ୟ ସାମିଲ ହୋଇଛନ୍ତି। ଆନ୍ତର୍ଜାତିକ ସ୍ତରରେ ଏକ ଛୋଟ ମେଣ୍ଟ ହେଲେ ମଧ୍ୟ ଏହି ପାଞ୍ଚ ଦେଶଙ୍କର ମୋଟ ଅର୍ଥନୀତି ବିଶ୍ୱ ଅର୍ଥନୀତିର ଏକ-ଚତୁର୍ଥାଂଶ। ଏଥିରେ ପୁଣି ବିଶ୍ୱର ତିନି ପ୍ରମୁଖ ଅର୍ଥନୀତି ଚୀନ୍, ରୁଷିଆ ଓ ଭାରତ ଅନ୍ତର୍ଭୁକ୍ତ। ବିଶ୍ୱର ଅର୍ଥନୈତିକ ବ୍ୟାପାରରେ ଆମେରିକା ଓ ପାଶ୍ଚାତ୍ୟ ଧନୀ ରାଷ୍ଟ୍ରଙ୍କ ପ୍ରଭୁତ୍ୱର ମୁକାବିଲା କରିବା ପାଇଁ ଏହି ମେଣ୍ଟ ୨୦୦୯ରେ ଗଠିତ ହୋଇଥିଲା। ବିଶେଷକରି ଜି-୭ ଓ ବିଶ୍ୱବ୍ୟାଙ୍କ ଭଳି ପାଶ୍ଚାତ୍ୟ ଶକ୍ତି ପରିଚାଳିତ ଅର୍ଥନୈତିକ ମଞ୍ଚର ମନମୁଖି କାର୍ଯ୍ୟକଳାପକୁ ରୋକିବା ପାଇଁ କାମ କରିବାକୁ ‘ବ୍ରିକ୍ସ’ ମେଣ୍ଟ ଉଦ୍ଦିଷ୍ଟ ହୋଇଥିଲେ ମଧ୍ୟ ଏହାର ଆଭ୍ୟନ୍ତରୀଣ ରାଜନୀତି ସେ ଲକ୍ଷ୍ୟ ପୂରଣର ପ୍ରତିବନ୍ଧକ ସାଜିଛି। ଚୀନ୍ ଓ ରୁଷିଆ ନିଜ ଅର୍ଥନୀତିର ସୁରକ୍ଷା ପାଇଁ ଭାରତ ସମେତ ବ୍ରାଜିଲ ଓ ଦକ୍ଷିଣ ଆଫ୍ରିକା ବିରୋଧରେ କାମ କରୁଛନ୍ତି।
ବିଗତ ୧୪ ବର୍ଷ ମଧ୍ୟରେ ଏହି ବ୍ରିକ୍ସ ମେଣ୍ଟ ବିଶେଷକିଛି ସଫଳତା ବିଶ୍ୱସ୍ତରରେ ପାଇ ପାରିନାହିଁ ଏବଂ କେବଳ ଏକ ତର୍କ ଓ ଆଲୋଚନା ଭିତ୍ତିକ ଗୋଷ୍ଠୀରେ ପରିଣତ ହୋଇଛି କହିଲେ ଭୁଲ୍ ହେବ ନାହିଁ। ଏହି ଗୋଷ୍ଠୀକୁ ସେହିଭଳି ଏକ ବାଘ ଭାବରେ ବର୍ଣ୍ଣନା କରାଯାଇପାରେ, ଯାହାର ଦାନ୍ତ ନାହିଁ କିମ୍ବା କାମୁଡ଼ିବାର ଭୟ ଦେଖାଇବା ସାମର୍ଥ୍ୟ ମଧ୍ୟ ନାହିଁ। ବ୍ରିକ୍ସ ରାଷ୍ଟ୍ରମାନେ ମିଳିତ ଭାବେ ଏକ ମୁଦ୍ରା ବା କରେନ୍ସି ପ୍ରଚଳନ କରି ନିଜ ନିଜ ମଧ୍ୟରେ ସେଥିରେ ବାଣିଜ୍ୟ କାରବାର କରିବାକୁ ଯେଉଁ ଲକ୍ଷ୍ୟ ଥିଲା ତାହା ମଧ୍ୟ ସାକାର ହୋଇପାରୁ ନାହିଁ। ବିଶ୍ୱ ବଜାରରେ ଆମେରିକୀୟ ଡଲାରର ଚାହିଦା ଓ ପ୍ରଭାବ ବୃଦ୍ଧି ଫଳରେ ଟଙ୍କା, ରୁବଲ ଓ ୟୁଆନର ଚାହିଦା ହ୍ରାସ ପାଉଛି ଏବଂ ଏହା ଆନ୍ତର୍ଜାତିକ ଗ୍ରହଣୀୟ ମୁଦ୍ରା ହୋଇପାରୁ ନାହାନ୍ତି।
ଉଭୟ ଚୀନ୍ ଓ ରୁଷିଆ ନିଜ ନିଜର ସମର୍ଥକ ଦେଶମାନଙ୍କୁ ବ୍ରିକ୍ସରେ ସଦସ୍ୟ ଭାବେ ନେଇ ଏହାର ସଭ୍ୟସଂଖ୍ୟା ବଢ଼଼ାଇବାକୁ ଚେଷ୍ଟିତ। ଭାରତ ମଧ୍ୟ ଏ କ୍ଷେତ୍ରରେ ପଛରେ ପଡ଼ିନାହିଁ। ଇତିମଧ୍ୟରେ ନୂଆ ଛ’ଟି ଦେଶ ଯଥା ଆର୍ଜେଣ୍ଟିନା, ଇରାନ୍, ସାଉଦୀ ଆରବ, ସଂଯୁକ୍ତ ଆରବ ଏମିରେଟ୍ସ ଓ ଇଥିଓପିଆ ଏହି ସଂଗଠନର ସଦସ୍ୟ ଭାବେ ମନୋନୀତ ହୋଇଛନ୍ତି ଏବଂ ଆସନ୍ତା ବର୍ଷଠାରୁ ସେମାନେ ଆନୁଷ୍ଠାନିକ ଭାବେ ବ୍ରିକ୍ସର ସଦସ୍ୟଭୁକ୍ତ ହେବେ। ଏଥିରେ ଭାରତ ଇଜିପ୍ଟ ଓ ଇରାନ୍କୁ ସଭ୍ୟ ପଦ ଦେବାରେ ପ୍ରମୁଖ ଭୂମିକା ଗ୍ରହଣ କରିଥିବାବେଳେ ଚୀନ୍ ସାଉଦୀ ଆରବ ଓ ସଂଯୁକ୍ତ ଆରବ ଏମିରେଟ୍ସ, ଦକ୍ଷିଣ ଆଫ୍ରିକା ଇଥିଓପିଆକୁ ଏବଂ ବ୍ରାଜିଲ ଆର୍ଜେଣ୍ଟିନାକୁ ସଭ୍ୟ ଭାବେ ଆଣିବାରେ ସହାୟକ ହୋଇଛି। ଚୀନ୍ର କାମ ପଛରେ ରୁଷିଆର ମଧ୍ୟ ନିରବ ସମର୍ଥନ ରହିଛି। ତେବେ ଚୀନ୍ର ଚାଲ ଜଣାପଡ଼ିଯିବା ପରେ ଭାରତ ଏହି ସଂଗଠନରେ ଆଉ ଅଧିକ ସଭ୍ୟ ନେବା ପୂର୍ବରୁ ସର୍ବସମ୍ମତ ନିଷ୍ପତ୍ତି ଆପଣାଇବାକୁ ଜୋର ଦେଉଛି। ଜି-୨୦ର ଅଧ୍ୟକ୍ଷ ଭାବେ ଭାରତ ବ୍ରିକ୍ସରେ ଆଫ୍ରିକା ମହାଦେଶ ସମେତ ବିଶ୍ୱର ସ୍ୱଳ୍ପ ଉନ୍ନତ (ସାଉଥ) ରାଷ୍ଟ୍ରମାନଙ୍କୁ ଅଧିକରୁ ଅଧିକ ସଦସ୍ୟ କରିବାକୁ ଦାବି କରୁଛି।
ଚୀନ୍, ବ୍ରିକ୍ସ ମଞ୍ଚରେ ରୁଷିଆ, ସାଉଦୀ ଆରବ, ସଂଯୁକ୍ତ ଆରବ ଏମିରେଟ୍ସ ଏବଂ ଆଉ କେତେକ ନିଜର ଅନୁଗତ ରାଷ୍ଟ୍ରଙ୍କୁ ସଭ୍ୟ କରାଇ ବ୍ରିକ୍ସ କରେନ୍ସି ୟୁନିୟନ ଗଠନ କରିବାକୁ ଚାହୁଁଛି। ଏହାଦ୍ୱାରା ବ୍ରିକ୍ସରେ ଯେଉଁ ନୂଆ ମୁଦ୍ରା ବାଣିଜ୍ୟ କାରବାର ପାଇଁ ପ୍ରବର୍ତ୍ତିତ ହେବ, ତାହା ଉପରେ ଚୀନ୍ ନିଜର ନିୟନ୍ତ୍ରଣ ରଖିବାକୁ ଆଗ୍ରହୀ। ସେ ଦୃଷ୍ଟିରୁ ଭାରତ ଚୀନ୍କୁ ବିରୋଧ କରୁଛି ଏବଂ ବିଶ୍ୱ ଓ ଏସିଆରେ ଉଭୟ ଚୀନ୍ ଓ ଭାରତ ବାଣିଜ୍ୟ କାରବାରରେ ପ୍ରତିଦ୍ୱନ୍ଦ୍ୱୀ। ଏହି ପରିପ୍ରେକ୍ଷୀରେ ପ୍ରଧାନମନ୍ତ୍ରୀ ମୋଦୀଙ୍କ ପ୍ରସ୍ତାବ ଅଧିକ ଗ୍ରହଣୀୟ। ଦେଖି ଚାହିଁ ସର୍ବସମ୍ମତି କ୍ରମେ ବ୍ରିକ୍ସର ସମ୍ପ୍ରସାରଣ ହେବା ଉଚିତ ଏବଂ ଏଥିରେ କୌଣସି ସଭ୍ୟ ରାଷ୍ଟ୍ରଙ୍କ ବଡ଼ ଭାଇ ପଣିଆ ଗ୍ରହଣୀୟ ନୁହେଁ।
ଏମିତି ଦେଖିଲେ ବ୍ରିକ୍ସ ଏବେ ମଧ୍ୟ ବିଶ୍ୱ ବାଣିଜ୍ୟ ବ୍ୟାପାରରେ ସେତେ ପ୍ରଭାବଶାଳୀ ହୋଇପାରିନାହିଁ। ଏହାର କରେନ୍ସି ୟୁନିୟନ ଏ ଯାଏଁ ହୋଇନାହିଁ; ତେଣୁ ଡଲାର ସହିତ ପ୍ରତିଯୋଗିତା କରିବା ଅବସ୍ଥାରେ ବ୍ରିକ୍ସ ସଦସ୍ୟ ରାଷ୍ଟ୍ର ପହଞ୍ଚି ନାହାନ୍ତି। ସାଂଗଠନିକ ସ୍ତରରେ ମଧ୍ୟ ଏହା ଦୁର୍ବଳ ସ୍ଥିତିରେ ରହିଛି। ଏହାସତ୍ତ୍ବେ ବ୍ରିକ୍ସ ଭାରତର ସ୍ୱାର୍ଥ ରକ୍ଷା ପାଇଁ ବିଶେଷ ସହାୟକ ହୋଇଛି। କାରଣ ବ୍ରିକ୍ସ ଭିତରେ ଏକ କଠୋର, ପାଶ୍ଚାତ୍ୟ ବିରୋଧୀ, ଚୀନ୍ ପ୍ରଭୁତ୍ୱବାଦୀ ଅର୍ଥନୈତିକ ବୈଶ୍ୱିକ ମେଣ୍ଟକୁ ଭାରତ ନାପସନ୍ଦ କରି ଏହାକୁ କରାଇ ନ ଦେବାକୁ ସବୁମନ୍ତେ ଉଦ୍ୟମ ଚଳାଇଛି। ଏହି କୂଟନୀତିରେ ଭାରତ ପାଶ୍ଚାତ୍ୟ ଜଗତ ସମେତ ସ୍ୱଳ୍ପ ଉନ୍ନତ ରାଷ୍ଟ୍ରମାନଙ୍କ ସହ ଥିବା ଉତ୍ତମ ସମୀକରଣକୁ ବିଗାଡ଼ିବାକୁ ଚାହୁଁନାହିଁ। ଦକ୍ଷିଣ ଆଫ୍ରିକା, ଇଜିପ୍ଟ, ବ୍ରାଜିଲ ଓ ଇରାନ ଭଳି ଦ୍ରୁତ ବିକାଶଶୀଳ ଦେଶ କେହି ବ୍ରିକ୍ସରେ ଚୀନ୍ର ପ୍ରଭୁତ୍ୱ ବିସ୍ତାରକୁ ସ୍ୱୀକାର କରିବାକୁ ଚାହାନ୍ତି ନାହିଁ। ରୁଷିଆ କେବଳ ଆଦର୍ଶଗତ ଓ ଅର୍ଥନୈତିକ ବାଧ୍ୟବାଧକତା ଯୋଗୁଁ ଚୀନ୍ ସହିତ ରହିଛି।
ସଂକ୍ଷପରେ କହିଲେ ବ୍ରିକ୍ସ ଦୁର୍ବଳ ହେଲେ ମଧ୍ୟ ଭାରତର ସ୍ୱାର୍ଥ ପାଇଁ ଏବେ ଅନୁକୂଳ ଅଛି। ଏହାର ସଭ୍ୟ ସଂଖ୍ୟା ବଢ଼଼ିଲେ ମଧ୍ୟ ସମୀକରଣ ବିଶେଷ ବଦଳିବ ନାହିଁ ଏବଂ ଏହି ମଞ୍ଚକୁ ଚୀନ୍ ନିଜର ସ୍ୱାର୍ଥ ପାଇଁ ବ୍ୟବହାର କରିବା ସମ୍ଭାବନା କ୍ଷୀଣ। ତେଣୁ ଦରମରା, ଦୁର୍ବଳ ହେଉ ପଛେ, ଚୀନ୍କୁ ଚେକ୍ ଦେବା ପାଇଁ ବ୍ରିକ୍ସ ଥାଉ ଓ ଭାରତ ନିଜର ସ୍ୱାର୍ଥ ରକ୍ଷା ପାଇଁ ଏମିତି କୂଟନୀତି ଜାରି ରଖିବା ଉଚିତ।