ଗଣମାଧ୍ୟମର ଅତିକ୍ରିୟା

The Sakala Picture
Published On

ଗଣମାଧ୍ୟମ ଲୋକଙ୍କ ସ୍ୱର ଏବଂ ସରକାର-ଜନତା ମଧ୍ୟରେ ସେତୁ ଭାବେ କାର୍ଯ୍ୟକରେ। ତେଣୁ ଗଣତନ୍ତ୍ରରେ ଗଣମାଧ୍ୟମର ମର୍ଯ୍ୟାଦା ଅତିଉଚ୍ଚରେ। ଏହା ମଧ୍ୟ ସରକାର ବଦଳାଇଦେବାର କ୍ଷମତା ରଖେ। କିନ୍ତୁ ଯଦି ଏହାର ଅପବ୍ୟବହାର ବା ଦୁରୁପଯୋଗ ହୁଏ ତେବେ ସମାଜ ଓ ଗଣତନ୍ତ୍ର ପ୍ରତି ହାନିକାରକ ସାବ୍ୟସ୍ତ ହୁଏ। ଇଣ୍ଟରନେଟ୍‌‌ର ବହୁଳ ପ୍ରସାର ଓ ହାତପାଆନ୍ତାରେ ଉପଯୋଗ ବଢିବା ସହିତ ସାମାଜିକ ଗଣମାଧ୍ୟମ ବା ଡିଜିଟାଲ୍‌‌ ମିଡିଆ ନାମରେ ଯେଉଁ ନୂଆ ଯୁଗାବତାର ଜନ୍ମ ନେଇଛି ତାହା […]

ଗଣମାଧ୍ୟମ ଲୋକଙ୍କ ସ୍ୱର ଏବଂ ସରକାର-ଜନତା ମଧ୍ୟରେ ସେତୁ ଭାବେ କାର୍ଯ୍ୟକରେ। ତେଣୁ ଗଣତନ୍ତ୍ରରେ ଗଣମାଧ୍ୟମର ମର୍ଯ୍ୟାଦା ଅତିଉଚ୍ଚରେ। ଏହା ମଧ୍ୟ ସରକାର ବଦଳାଇଦେବାର କ୍ଷମତା ରଖେ। କିନ୍ତୁ ଯଦି ଏହାର ଅପବ୍ୟବହାର ବା ଦୁରୁପଯୋଗ ହୁଏ ତେବେ ସମାଜ ଓ ଗଣତନ୍ତ୍ର ପ୍ରତି ହାନିକାରକ ସାବ୍ୟସ୍ତ ହୁଏ। ଇଣ୍ଟରନେଟ୍‌‌ର ବହୁଳ ପ୍ରସାର ଓ ହାତପାଆନ୍ତାରେ ଉପଯୋଗ ବଢିବା ସହିତ ସାମାଜିକ ଗଣମାଧ୍ୟମ ବା ଡିଜିଟାଲ୍‌‌ ମିଡିଆ ନାମରେ ଯେଉଁ ନୂଆ ଯୁଗାବତାର ଜନ୍ମ ନେଇଛି ତାହା ସେଭଳି କିଛି ନକାରାତ୍ମକ ଧାରଣାକୁ ଜନ୍ମ ଦେଉଛି। ସାମାଜିକ ଗଣମାଧ୍ୟମ ସୂଚନା ବିନିମୟ ଓ ଅଭିବ୍ୟକ୍ତିର ସ୍ୱାଧୀନତା କ୍ଷେତ୍ରରେ ବୈପ୍ଲବିକ ପରିବର୍ତ୍ତନ ଆଣିଛି ସତ; କିନ୍ତୁ ଏହା ଯଦି କେବଳ ସକାରାତ୍ମକ ଉପଯୋଗରେ ସୀମିତ ରହିଥା’ନ୍ତା ତେବେ ଆଧୁନିକ ମାନବ ସଭ୍ୟତା ପ୍ରତି ବରଦାନ ସାବ୍ୟସ୍ତ ହୋଇଥା’ନ୍ତା। ଅବାଞ୍ଛିତ ଭାବେ ସାମାଜିକ ଗଣମାଧ୍ୟମର ଅଭୂତପୂର୍ବ ଲୋକପ୍ରିୟତା ସତ୍ତ୍ବେ ସମାନ୍ତରାଳ ଭାବେ ଏହା ଏକ ମିଛୁଆ ମାଧ୍ୟମର ଅପଖ୍ୟାତି ଅର୍ଜନ କରିଛି। ଏବେ ଯାହା ପାଖରେ ସ୍ମାର୍ଟଫୋନଟିଏ୍‌‌ ଅଛି ଏବଂ ସେ ଯଦି କାହା ସମ୍ପର୍କରେ କିମ୍ବା ବିରୋଧରେ କିଛି ବିଷୟରେ ଲେଖିବାକୁ ଚାହୁଁଛି, ତାହାକୁ ତନଖି କରିବାକୁ କେହି ନାହିଁ। ଯିଏ ଯାହା ପାଇଲା ସାମାଜିକ ଗଣମାଧ୍ୟମରେ ତାହା ଛାଡ଼ିଲା ଏବଂ ମାନ ନିୟନ୍ତ୍ରଣର ଅଭାବ ଏହି ମାଧ୍ୟମକୁ ଅସାମାଜିକ କରିବାରେ ବେଶି ସମୟ ଲାଗୁନାହିଁ। ଓଡ଼ିଶାର ରାଜଧାନୀ ଭୁବନେଶ୍ୱର ସ୍ଥିତ ଏକ ଶିକ୍ଷାନୁଷ୍ଠାନରେ ଏବେ ସେଭଳି ଏକ ସାଧାରଣ ଘଟଣା ଘଟିଛି, ଯାହା ସାମାଜିକ ଗଣମାଧ୍ୟମର କୋଳାହଳରେ କ୍ରମଶଃ ଜଟିଳ ହେଉଛି। ପରିତାପର ବିଷୟ ଯେ ସାମାଜିକ ଗଣମାଧ୍ୟମର ଏଭଳି କୋଳାହଳମୟ ପରିବେଶରେ ସାମିଲ୍‌‌ ହେବା ପାଇଁ ମୁଖ୍ୟସ୍ରୋତର ଟିଆରପି ମନସ୍କ ଟିଭି ନ୍ୟାନେଲ୍‌‌ମାନେ ମଧ୍ୟ ଲୋଭ ସମ୍ବରଣ କରିପାରୁନାହାନ୍ତି। ଏଭଳି ଘଟଣାମାନ ଅତୀତରେ ଘଟିଛି, ଏବେ ଦେଖିବାକୁ ମିଳୁଛି ଏବଂ ଆଗକୁ ମଧ୍ୟ ଏଥିରେ ପ୍ରତିବନ୍ଧକ ଲାଗିବାରେ ସେଭଳି କୌଣସି ସମ୍ଭାବନା ଦିଶୁନାହିଁ।

ଏବେ ଗଣମାଧ୍ୟମରେ ଯେଉଁ ଢଙ୍ଗ ଓ ଉଦ୍ଦେଶ୍ୟରେ କିଛି ଖବର ରୀତିମତ ପ୍ରସାରିତ ହେଉଛି, ସେଥିମଧ୍ୟରୁ ଅଧିକାଂଶ ବାସ୍ତବତାଠାରୁ ଦୂରରେ। କେବଳ ସ୍ଥାନ, କାଳ, ପାତ୍ର ଅନୁଯାୟୀ ଗଣମାଧ୍ୟମ ସଂସ୍ଥାମାନଙ୍କର ଭୂମିକା ବଦଳୁଛି ଏବଂ ମଞ୍ଚରେ ଆବିର୍ଭାବ ଘଟୁଛି। ଫଳରେ ଗଣମାଧ୍ୟମ ‘କୋଳାଶ୍ରିତ’, ‘ସ୍ୱାର୍ଥାନ୍ୱେଷୀ’ ପରି ଅଯଥା ଅପବାଦ ମୁଣ୍ଡାଉଛି। ଏଭଳି ଖବର ପ୍ରସାରଣରେ କେବଳ ସରକାର, ବିଶିଷ୍ଟ ବ୍ୟକ୍ତି, ପଦାଧିକାରୀ ଅଡୁଆ ପରିସ୍ଥିତିରେ ସମ୍ମୁଖୀନ ହେଉନାହାନ୍ତି, ସାଧାରଣ ଜନତାଙ୍କ ବ୍ୟକ୍ତିଗତ ଗୋପନୀୟତା ଓ ମର୍ଯ୍ୟାଦାହାନି ମଧ୍ୟ ଘଟୁଛି। ପାରମ୍ପରିକ ଗଣମାଧ୍ୟମ ନିୟନ୍ତ୍ରଣ ବ୍ୟବସ୍ଥା ସାମାଜିକ ଗଣମାଧ୍ୟମରେ ନ ରହିବାରୁ ଏଭଳି ବିଭ୍ରାଟ ଘଟୁଛି। ଏହିକ୍ରମରେ ସ୍ୱାଭାବିକ ପ୍ରଶ୍ନ ଉଠୁଛି ଯେ କେଉଁ ଖବର ମିଛ ଓ ବିଭ୍ରାନ୍ତିକର, ତାହାକୁ ନିର୍ଣ୍ଣୟ କରିବ କିଏ ବା ଏହାର ପରିଭାଷା କ’ଣ? ଏହି ପ୍ରଶ୍ନର ଉତ୍ତର ଅବଶ୍ୟ ମିଳିବା କଷ୍ଟ।

ଆମ ଦେଶରେ ସମ୍ବାଦପତ୍ରଗୁଡ଼ିକର ସୁସ୍ଥ ସାମ୍ବାଦିକତା ପରମ୍ପରାର ସଂରକ୍ଷଣ ଓ ନିୟନ୍ତ୍ରଣ ପାଇଁ ‘ପ୍ରେସ୍‌‌ କାଉନସିଲ୍‌‌ ଆଇନ-୧୯୭୮’ର ବ୍ୟବସ୍ଥା କରାଯାଇଛି। ପ୍ରଶାସନର ତ୍ରୁଟିବିଚ୍ୟୁତି ଆଦିର ଖବର ଓ ସମୀକ୍ଷାର ଅଧିକାରକୁ ଉଦ୍ଦେଶ୍ୟମୂଳକ ଭାବେ ବ୍ୟବହାର କଲେ ବା ତ୍ରୁଟିପୂର୍ଣ୍ଣ ଖବର ପ୍ରସାରିତ କଲେ ସମ୍ପୃକ୍ତ ସମ୍ବାଦପତ୍ର ଓ ସାମ୍ବାଦିକଙ୍କ ବିଚାର କରାଯାଇ ସେମାନଙ୍କୁ ଭୁଲ୍‌‌ ସ୍ୱୀକାର ପାଇଁ ବାଧ୍ୟ କରାଯାଉଛି। ଏହିଭଳି ଆଇନ ବ୍ୟବସ୍ଥା କିନ୍ତୁ ବୈଦ୍ୟୁତିକ ଗଣମାଧ୍ୟମ ପ୍ରତି ଲାଗୁ ହେଉ ନାହିଁ। କାରଣ ସେମାନେ ଆତ୍ମନିୟନ୍ତ୍ରଣ ବ୍ୟବସ୍ଥାରେ ସହମତ ହୋଇଛନ୍ତି। କିନ୍ତୁ ସାମାଜିକ ଗଣମାଧ୍ୟମ ଏ ସବୁ ନିୟନ୍ତ୍ରଣ କିମ୍ବା ଆତ୍ମନିୟନ୍ତ୍ରଣରୁ ସମ୍ପୂର୍ଣ୍ଣ ମୁକ୍ତ। ଯାହା ଆଇନ କାନୁନ ଅଛି ତାହାର କାର୍ଯ୍ୟକାରିତା ତନଖି କରିବାର ବ୍ୟବସ୍ଥା ନଥିବାରୁ ପରିସ୍ଥିତି ଆହୁରି ଶୋଚନୀୟ ହୋଇପଡ଼ୁଛି।

ଏହା ଅବଶ୍ୟ ଅସ୍ୱୀକାର କରିବାର ନୁହେଁ ଯେ ସାମାଜିକ ଗଣମାଧ୍ୟମର ସୂଚନା ଓ ଖବର ପ୍ରସାରଣ ସହିତ ନିରନ୍ତର ଚାପ ଯୋଗୁଁଁ ସରକାରୀ କଳ ସକ୍ରିୟ ହେଉଛି, ଜନତାଙ୍କ ମଧ୍ୟରେ ଜାଗରଣ ସୃଷ୍ଟି ହେଉଛି ଏବଂ ଅନେକ ଲୁକ୍କାୟିତଙ୍କ ଚେହେରା ପଦାକୁ ଆସୁଛି। କିନ୍ତୁ ବେଳେ ବେଳେ ସାମାଜିକ ଗଣମାଧ୍ୟମର ଅତିକ୍ରିୟା ତଦନ୍ତ ଓ ବିଚାର ପ୍ରକ୍ରିୟାକୁ ବିଭ୍ରାନ୍ତ ଓ ପ୍ରଭାବିତ କରୁଛି। ଅତୀତରେ ସର୍ବୋଚ୍ଚ ନ୍ୟାୟାଳୟ ଗଣମାଧ୍ୟମର ଏଭଳି ଅତିକ୍ରିୟା ପାଇଁ କ୍ଷୋଭ ପ୍ରକାଶ କରି ମନ୍ତବ୍ୟ ଦେଇଥିଲେ ଯେ ସମ୍ବାଦ ଟେଲିଭିଜନ ଚ୍ୟାନେଲଗୁଡ଼ିକରେ ଯେଉଁଭଳି ସାମୂହିକ ସମସ୍ୟାଗୁଡ଼ିକର ଚର୍ଚ୍ଚା କରାଯାଉଛି ସେଥିରେ ନିରପେକ୍ଷତା ରହୁନାହିଁ। ଏହା ମଧ୍ୟ ଦେଶରେ ଅଯଥା ହିଂସା ଓ ଉତ୍ତେଜନାର ପ୍ରସାରଣ ପାଇଁ ସୁଯୋଗ ଦେଉଛି। ଟିଭି ଚ୍ୟାନେଲ୍‌‌ଗୁଡ଼ିକର ନିଜସ୍ୱ କାର୍ଯ୍ୟକ୍ରମ କିମ୍ବା ଆଭିମୁଖ୍ୟ ରହିଛି ବୋଲି ସ୍ପଷ୍ଟ ଜଣାପଡ଼ୁଛି ଏବଂ ଏହା ସମାଜିକ ବିଭେଦ ଓ ବିଦ୍ୱେଷ ସୃଷ୍ଟି କରୁଛି। ସରକାର ଏହାର ନିରବ ଦ୍ରଷ୍ଟା ହୋଇ ରହିବା ଉଚିତ ନୁହେଁ ବୋଲି ସର୍ବୋଚ୍ଚ ନ୍ୟାୟାଳୟ ମତ ଦେଇଥିଲେ। ଗଣମାଧ୍ୟମର ଉଦ୍ୟୋକ୍ତାମାନେ ମନେ ରଖିବାକୁ ହେବ ଯେ ସମ୍ବିଧାନରେ ଯେଉଁ ବାକ୍‌‌ ସ୍ୱାଧୀନତା ଅଧିକାର ଦିଆଯାଇଛି, ତାହା ସମ୍ପୂର୍ଣ୍ଣ ନିରଙ୍କୁଶ ନୁହେଁ। ଉଲ୍ଲେଖଯୋଗ୍ୟ ଯେ ଭାରତୀୟ ସମ୍ବାଦପତ୍ର ଓ ଗଣମାଧ୍ୟମମାନଙ୍କ ବାକ୍‌‌ ସ୍ୱାଧୀନତା ବିଶ୍ୱରେ ଅଗ୍ରଣୀ। କିନ୍ତୁ ସେହି ଆଳରେ ବ୍ୟକ୍ତିତ୍ୱ ହନନ ସ୍ପୃହଣୀୟ ନୁହେଁ।

ବାସ୍ତବତା ହେଉଛି ଆଜିର ନ୍ୟୁ ମିଡିଆ, ବିଶେଷକରି ସାମାଜିକ ଗଣମାଧ୍ୟମ ପ୍ରଯୁକ୍ତି ବିଦ୍ୟା ଦୃଷ୍ଟିରୁ ଅତି ଉନ୍ନତ ଓ ବ୍ୟାପକ। ଏହାକୁ ନିୟନ୍ତ୍ରଣ କରିବାକୁ ଯେଉଁ କୋହଳ ଆଇନକାନୁନ ବା କଟକଣା ଅଛି, ତାହାକୁ ବ୍ୟବହାରକାରୀ ଅନାୟାସରେ ଅତିକ୍ରମ କରି ବିଶୃଙ୍ଖଳା ସୃଷ୍ଟି କରୁଛନ୍ତି। ସରକାର ଇଣ୍ଟରନେଟ୍‌‌, ସୂଚନା ଓ ମନୋରଞ୍ଜନକାରୀ ସଂସ୍ଥାଙ୍କ ପାଇଁ ଆଇନ କରିଛନ୍ତି। ଆଇନ୍‌‌ ବିରୁଦ୍ଧରେ ଯାଇ ସମାଜ ଓ ମଣିଷର କ୍ଷତି କରୁଥିବା ତଥ୍ୟ, ଦୃଶ୍ୟ ଓ ଭିଡିଓ ପ୍ରସାରିତ ହେବା କଥା ନୁହେଁ। ଏବେ କିନ୍ତୁ ବ୍ୟକ୍ତିବିଶେଷ, ହ୍ୟାକର୍ସ ଏସବୁ ପ୍ଲାଟ୍‌‌ଫର୍ମରେ ବିନା ଦ୍ୱନ୍ଦ୍ୱରେ ଓ ନିର୍ଭୟରେ ଅତ୍ୟନ୍ତ ଚତୁରତାର ସହିତ ବିଭ୍ରାନ୍ତ ଓ ବିଘ୍ନକାରୀ ଭିଡିଓ ଛାଡୁଛନ୍ତି, ଖବର ପ୍ରଚାର ପ୍ରସାର କରୁଛନ୍ତି। ଏହାକୁ ନିୟନ୍ତ୍ରଣରେ ରଖିବା ପାଇଁ ଆହୁରି କଠୋର ଆଇନ ଏବଂ ସୁଦୃଢ଼ ତଦାରଖକାରୀ ବ୍ୟବସ୍ଥାର ଆବଶ୍ୟକତା ରହିଛି। ଭ୍ରମ ସୃଷ୍ଟିକାରୀ ଓ ମିଥ୍ୟା ଅପପ୍ରଚାର ଅନିୟନ୍ତ୍ରିତ ଡିଜିଟାଲ୍‌‌ ମଞ୍ଚଗୁଡ଼ିକ ଉପରେ ଜୋରଦାର ଲଗାମ ନ କଷିଲେ ଅର୍ଥନୀତି, ରାଜନୀତି, କୂଟନୀତି ଓ ସମାଜ ବ୍ୟବସ୍ଥା ଉପରେ ଯେଉଁ ପ୍ରଚଣ୍ଡ ଆଘାତ ହେବ, ତାହା ଅକଳନୀୟ। ଏହି ସମସ୍ୟା କେବଳ ଓଡ଼ିଶା କିମ୍ବା ଭାରତର ନୁହେଁ; ବରଂ ସମଗ୍ର ବିଶ୍ୱର। ତେଣୁ ସର୍ବୋପରି ସାମାଜିକ ଗଣମାଧ୍ୟମ ଦାୟିତ୍ୱବାନ, ବାସ୍ତବବାଦୀ ଏବଂ ବିଶ୍ୱସନୀୟ ହେବା ଆବଶ୍ୟକ।

25 Feb 2025 By The Sakala

https://www.thesakala.in/sakala-editorial/sakala-editorial-25-02-2025/article-38946
Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର