ଓଟିଟିରେ ଅଶ୍ଳୀଳତା ନିଷେଧ କରାଯାଉ
ଭାରତର ସୂଚନା ଓ ମନୋରଞ୍ଜନ ଉଦ୍ୟୋଗ କ୍ଷେତ୍ରରେ ଡିଜିଟାଲ୍ ପ୍ରଯୁକ୍ତି ବିଦ୍ୟାର ଦ୍ରୁତ ପରିବର୍ତ୍ତନ ଯୋଗୁଁ ନିରନ୍ତର ବିକାଶ ଓ ବିବର୍ତ୍ତନ ଘଟିଚାଲିଛି। ସେଥିମଧ୍ୟରେ ଇଣ୍ଟରନେଟ୍ ଟିଭି ଚ୍ୟାନେଲ୍ରେ ଓଟିଟି ପ୍ରକରଣ ଏବେ ବିଶେଷ ଲୋକପ୍ରିୟ ମାଧ୍ୟମ ପାଲଟିଛି। ଏହା ସାଧାରଣ ଭିଡିଓ ଷ୍ଟ୍ରିମିଂ ନୁହେଁ। କିନ୍ତୁ ବିଷୟ ବିନ୍ୟାସ ଓ ଦର୍ଶକ ଅନୁଭୂତି ଦୃଷ୍ଟିରୁ ଏହା ଭିନ୍ନ ଏବଂ ଏଥିରେ ଅନେକ ଅଭିନବତ୍ୱ ରହିଛି। ଏହା ଅଧିକ ଲୋକପ୍ରିୟ ହେବାର କାରଣ ହେଲା ଏହାର ବିଷୟବସ୍ତୁର […]
ଭାରତର ସୂଚନା ଓ ମନୋରଞ୍ଜନ ଉଦ୍ୟୋଗ କ୍ଷେତ୍ରରେ ଡିଜିଟାଲ୍ ପ୍ରଯୁକ୍ତି ବିଦ୍ୟାର ଦ୍ରୁତ ପରିବର୍ତ୍ତନ ଯୋଗୁଁ ନିରନ୍ତର ବିକାଶ ଓ ବିବର୍ତ୍ତନ ଘଟିଚାଲିଛି। ସେଥିମଧ୍ୟରେ ଇଣ୍ଟରନେଟ୍ ଟିଭି ଚ୍ୟାନେଲ୍ରେ ଓଟିଟି ପ୍ରକରଣ ଏବେ ବିଶେଷ ଲୋକପ୍ରିୟ ମାଧ୍ୟମ ପାଲଟିଛି। ଏହା ସାଧାରଣ ଭିଡିଓ ଷ୍ଟ୍ରିମିଂ ନୁହେଁ। କିନ୍ତୁ ବିଷୟ ବିନ୍ୟାସ ଓ ଦର୍ଶକ ଅନୁଭୂତି ଦୃଷ୍ଟିରୁ ଏହା ଭିନ୍ନ ଏବଂ ଏଥିରେ ଅନେକ ଅଭିନବତ୍ୱ ରହିଛି। ଏହା ଅଧିକ ଲୋକପ୍ରିୟ ହେବାର କାରଣ ହେଲା ଏହାର ବିଷୟବସ୍ତୁର ସହଜ ଉପଲବ୍ଧତା। ଗ୍ରାହକଙ୍କୁ କେବଳ ଏକ ଉଚ୍ଚବେଗ ସମ୍ପନ୍ନ ଇଣ୍ଟରନେଟ୍ ସଂଯୋଗ ଓ ପ୍ରୟୋଗ(ଆପ୍)କୁ ସୁହାଉଥିବା ଉପକରଣ ମାଧ୍ୟମରେ ଦେଖିବାର ସୁଯୋଗ ମିଳେ। ଏସବୁ ବୈଷୟିକ ବିଷୟ ଲେଖିବାକୁ ଯେତେ ଜଟିଳ, ବ୍ୟବହାର ବା ଉପଯୋଗ ପାଇଁ ସେତେ କଷ୍ଟସାଧ୍ୟ ନୁହେଁ। ବାସ୍ତବରେ ଓଟିଟି ଏବେ ଉଭୟ ଦର୍ଶକ ଓ ନିର୍ମାଣକାରୀମାନଙ୍କ ପାଇଁ ସବୁଠୁ ସହଜଲବ୍ଧ ଓ ଶସ୍ତା ମାଧ୍ୟମ ପାଲଟିଛି। ସେଥିପାଇଁ ନୂଆ ଟେକ୍ନୋଲୋଜି ଧନ୍ୟବାଦାର୍ହ। ସ୍ମାର୍ଟଫୋନ୍, କମ୍ପ୍ୟୁଟର, ଲାପ୍ଟପ୍ ଓ ଟ୍ୟାବ୍ଲେଟ୍ସ ଆଦି ଓଟିଟି ଆପ୍ଗୁଡ଼ିକ ଇଣ୍ଟରନେଟ୍ରୁ ସଂଗ୍ରହ ଓ ସଂଯୋଗ କରି ଦର୍ଶକଙ୍କ ହାତପାଆନ୍ତାରେ ପହଞ୍ଚାଇ ପାରୁଛନ୍ତି। ଏହାଦ୍ୱାରା ଚଳଚ୍ଚିତ୍ର, ବୃତ୍ତଚିତ୍ର, କ୍ଷୁଦ୍ର କଥାଚିତ୍ର, ସମ୍ବାଦ ବୁଲେଟିନ୍, ୟୁଟ୍ୟୁବ୍, ଫେସ୍ବୁକ୍ ଆଦିର ସମସ୍ତ ଲୋକପ୍ରିୟ ମଞ୍ଚ ସହଜରେ ଦେଖି ଉପଭୋଗ କରି ହେଉଛି। ସୁତରାଂ ନେଟ୍ଫ୍ଲିକ୍ସ, ହୁଲୁ, ଆମାଜାନ ପ୍ରାଇମ, ସନ୍ନେକସ୍ଟ, ଏମଏକ୍ସ ପ୍ଲେୟାର ଭଳି ଭାରତର ପ୍ରାୟ ଦୁଇଡଜନ ଓଟିଟି ମଞ୍ଚ ବ୍ୟବସ୍ଥାରେ ଦର୍ଶକଙ୍କୁ ଉଚ୍ଚମାନର ବିଷୟବସ୍ତୁ ଓ ଉତ୍ତମ ଅନୁଭବ ଯୋଗାଇ ଦିଆଯାଇପାରୁଛି। ଏଥିପାଇଁ କେବଲ ଟିଭି ବା ସେବାଯୋଗାଣକାରୀଙ୍କ ଆବଶ୍ୟକତା ପଡୁନାହିଁ। ସୂଚନା ଏବଂ ମନୋରଞ୍ଜନ କ୍ଷେତ୍ରରେ ଏହା ଏକ ବିପ୍ଲବ ସୃଷ୍ଟି କରିଛି। ଏଠାରେ ଉଲ୍ଲେଖଯୋଗ୍ୟ ଯେ ଇଣ୍ଟରନେଟ୍ ସେବା ଯୋଗାଣକାରୀ ସଂସ୍ଥାମାନେ ନିଜ ନିଜର ବିଷୟବସ୍ତୁ ଉପଭୋକ୍ତାମାନଙ୍କ ପାଖକୁ ଡିଜିଟାଲ୍ ଇଣ୍ଟରନେଟ୍ ମାଧ୍ୟମରେ ପହଞ୍ଚାଇବା ପାଇଁ ସ୍ୱତନ୍ତ୍ର ବାହକ ବେତାର ତରଙ୍ଗ(କ୍ୟାରିୟର ଫ୍ରିକ୍ୱେନ୍ସି) ବ୍ୟବହାର କରିଥା’ନ୍ତି। ପୂର୍ବରୁ ଇଣ୍ଟରନେଟ୍ ସେବା ପ୍ରଦାନକାରୀମାନଙ୍କୁ ଆଉ ଏକ ଭିନ୍ନ ବେତାର ତରଙ୍ଗ ମାଧ୍ୟମରେ ସମ୍ବାଦ, ଚଳଚ୍ଚିତ୍ର ଓ ଅନ୍ୟାନ୍ୟ କାର୍ଯ୍ୟକ୍ରମକୁ ପ୍ରସାରଣ କରିବାକୁ ପଡ଼ୁଥିଲା। ତେବେ ପ୍ରଯୁକ୍ତି ବିଦ୍ୟାର ନବୀନ ଉଦ୍ଭାବନ ଫଳରେ ବାହକ ବେତାର ତରଙ୍ଗ ଉପରେ ହିଁ କାର୍ଯ୍ୟକ୍ରମ ବିଷୟକ ତରଙ୍ଗକୁ ଯୋଡ଼ି ଦିଆଯାଇ ଓଭର ଦି ଟପ୍(ଓଟିଟି) ଚ୍ୟାନେଲ୍ଗୁଡ଼ିକର ଉଦ୍ଭାବନ ହେଲା। ଏହାର ଅର୍ଥ ହେଲା ବାହକ ତରଙ୍ଗ ଉପରେ କାର୍ଯ୍ୟକ୍ରମ ସମ୍ବନ୍ଧିତ ତରଙ୍ଗକୁ ଲଦି ଦିଆଯିବା।
ଆମ ବ୍ୟବସ୍ଥାରେ ମନୋରଞ୍ଜନ କ୍ଷେତ୍ରରେ ସର୍ଜନାତ୍ମକ ବିଷୟବସ୍ତୁ ପ୍ରସ୍ତୁତି ଓ ଯୋଗାଣର ଅଧିକାର ଓଟିଟି ମଞ୍ଚ ସ୍ୱତ୍ତ୍ୱାଧିକାରୀମାନଙ୍କର ରହିଛି। ଓଟିଟି ଚ୍ୟାନେଲ୍ଗୁଡ଼ିକ ବୈଶ୍ୱିକ ସ୍ତରରେ ପରିଚାଳିତ ହେଉଥିବାରୁ କୌଣସି ଭୌଗୋଳିକ ସୀମା ବା ରାଜନୈତିକ ରାଷ୍ଟ୍ରସୀମା ଅଧୀନରେ ନଥା’ନ୍ତି। ସେହେତୁ ଏହି ମାଧ୍ୟମ ଅଧିକ ସ୍ୱାଧୀନ ଓ ଦର୍ଶକମାନଙ୍କ ପସନ୍ଦଯୋଗ୍ୟ। ତେଣୁ ଏହାର ବିଷୟବସ୍ତୁର ବିଶେଷତ୍ୱ ରହିବା ସ୍ୱାଭାବିକ। ନିଜର ଦର୍ଶକଙ୍କ ଆବଶ୍ୟକତା ପୂରଣ ପାଇଁ ଏମାନେ ଉତ୍କୃଷ୍ଟ ବିଷୟବସ୍ତୁ ବା ମନୋରଞ୍ଜନର ଖୋରାଖ ଯୋଗାଇଥା’ନ୍ତି। ତେବେ ପରିତାପର ବିଷୟ ହେଲା କେତେକ ଓଟିଟି ମଞ୍ଚ ମନୋରଞ୍ଜନ ଆଳରେ ନଗ୍ନତା ଓ ଅଶ୍ଳୀଳତାକୁ ଅଧିକ ପ୍ରଦର୍ଶନ କରୁଛନ୍ତି। ସାବାଳକମାନଙ୍କର ଅଶ୍ଳୀଳତା ଓ ନଗ୍ନତା ପ୍ରତି ଏକ ସ୍ୱାଭାବିକ ଦୁର୍ବଳତା ଥାଏ ଏବଂ ସେମାନେ ସାଧାରଣତଃ ଏଭଳି ବିଷୟବସ୍ତୁକୁ ଲୁଚାଛପାରେ, ଏକାନ୍ତରେ ଉପଭୋଗ କରିଥା’ନ୍ତି। ଯେହେତୁ ଓଟିଟିର ବିଷୟବସ୍ତୁ ସବୁକୁ ପ୍ରଦର୍ଶନ କରିବା ପୂର୍ବରୁ ସେନ୍ସର କରି ଦେଖିବା ସମ୍ଭବ ନୁହେଁ, ତେଣୁ ଲୋକଙ୍କ ପାଖରେ ନଗ୍ନତା, ଅଶ୍ଳୀଳତା, ହିଂସ୍ରତାପୂର୍ଣ୍ଣ ଓ ଅନ୍ଧବିଶ୍ୱାସର ଚିତ୍ରଣ ସହଜରେ ପହଞ୍ଚୁଛି। ଅନେକ ଓଟିଟି ମଞ୍ଚ ବ୍ୟାବସାୟିକ ସ୍ୱାର୍ଥ ଦୃଷ୍ଟିରୁ ଅଶ୍ଳୀଳତାକୁ ଜାଣିଶୁଣି ପ୍ରଶ୍ରୟ ଦେଉଛନ୍ତି। ଏହା ନିଶ୍ଚିତ ଭାବେ ଯୁବପିଢ଼ିଙ୍କୁ ଉଦ୍ଭ୍ରାନ୍ତ କରୁଛି ଏବଂ ସମାଜ ପାଇଁ ଉଦ୍ବେଗର ବିଷୟ। ଏହା ବିରୋଧରେ ବିଭିନ୍ନ ମହଲରେ ପ୍ରତିବାଦର ସ୍ୱର ଉଠୁଛି ଏବଂ କେନ୍ଦ୍ର ସରକାରଙ୍କ ପାଖରେ ମଧ୍ୟ ଅଭିଯୋଗ ପହଞ୍ଚୁଛି। ଭାରତ ନୈତିକତାକୁ ଗୁରୁତ୍ୱ ଦିଏ ଏବଂ ଏହା ଏକ ଯୌନ ଓ ଅଶ୍ଳୀଳତା ଦମିତ ସମାଜ। ମଣିଷର ଦୈହିକ ଓ ପାଶବିକ କାମନାବାସନା ପ୍ରକାଶ୍ୟରେ ପୂରଣ କରିବାର ଆବଶ୍ୟକତା ଏଠି ନଥାଏ ଏବଂ ସମସ୍ତେ ଏଥିପ୍ରତି ଅତ୍ୟନ୍ତ ପ୍ରତିକ୍ରିୟାଶୀଳ। ସେ ଦୃଷ୍ଟିରୁ କେନ୍ଦ୍ର ସରକାର ଓଟିଟି ଚ୍ୟାନେଲ୍ମାନଙ୍କର ଅସ୍ୱାଭାବିକ ପ୍ରଦର୍ଶନ ପାଇଁ ଚାପରେ ରହିବାକୁ ପଡ଼ୁଛି।
ଏ ସମ୍ପର୍କରେ କେନ୍ଦ୍ର ସୂଚନା ଓ ପ୍ରସାରଣ ମନ୍ତ୍ରୀ ଅନୁରାଗ ସିଂହ ଠାକୁର କହିଛନ୍ତି ଯେ ସୃଜନଶୀଳ ବା ସର୍ଜନାତ୍ମକ ବିଷୟବସ୍ତୁ ସୃଷ୍ଟି କରିବାର ଅଧିକାର ଓଟିଟି ମଞ୍ଚର ରହିଛି; ଏହାକୁ କିନ୍ତୁ ଅଶ୍ଳୀଳତା, ହିଂସ୍ରତା ଓ ନଗ୍ନତା ପ୍ରସାରଣ ପାଇଁ ଅଧିକାର ଦିଆଯାଇନାହିଁ। ତେଣୁ ସୃଜନଶୀଳତା ଅଧିକାରର ଦୁରୁପଯୋଗକୁ ବରଦାସ୍ତ କରାଯିବ ନାହିଁ। ଆବଶ୍ୟକ ପଡ଼ିଲେ ଏ ସଂକ୍ରାନ୍ତ ଆଇନର ସଂଶୋଧନ କରାଯିବ ବୋଲି ମନ୍ତ୍ରୀ କହିଛନ୍ତି। ମନୋରଞ୍ଜନ ଯେତେବେଳେ ବଡ଼ ବ୍ୟବସାୟରେ ପରିଣତ ହୁଏ ଏବଂ ଏଥିରେ ଅଧିକରୁ ଅଧିକ ପୁଞ୍ଜିନିବେଶ ଘଟେ, ସେତେବେଳେ ଲାଭ ଉଠାଇବାକୁ ନିବେଶକ ତଥା ଏହା ସହିତ ସମ୍ପୃକ୍ତ ସମସ୍ତ ପକ୍ଷ ତତ୍ପର ହେବା ସ୍ୱାଭାବିକ। ମନୋରଞ୍ଜନକୁ କେତେ ଅଧିକ ଚିତ୍ତାକର୍ଷକ ଓ ମନଲୋଭା କରିହେବ ସେତେ ଅଧିକ ଆର୍ଥିକ ଲାଭ ମିଳିବ। ତେଣୁ ସହଜ ମାର୍ଗ ହେଲା ଏଥିରେ ଅଶ୍ଳୀଳତା, ଆବିଳତା ଓ ନଗ୍ନତାର ମାତ୍ରା ବଢ଼଼ାଇବା। ଆଜିକାଲି ସେୟା ହେଉଛି ଏବଂ ନିର୍ଦ୍ଦିଷ୍ଟ ରାଷ୍ଟ୍ରମାନଙ୍କର ସରକାରୀ ନିୟମ କାନୁନ ଓ କଟକଣାକୁ ଚତୁରତାର ସହ ଏଡ଼ାଇ ଦିଆଯାଉଛି। ଏହାକୁ ବନ୍ଦ କରିବାକୁ ସବୁମନ୍ତେ ଉଦ୍ୟମ ହେବା ଆବଶ୍ୟକ। ତା’ ନହେଲେ ଆମ ଯୁବସମାଜ କେବଳ ପଥଭ୍ରଷ୍ଟ ହେବନାହିଁ, ସମାଜ ବ୍ୟବସ୍ଥା ମଧ୍ୟ କଳୁଷିତ ହେବ। ଏ କ୍ଷେତ୍ରରେ ଆମେ ପାଶ୍ଚାତ୍ୟ ଦେଶଙ୍କ ଅନ୍ଧାନୁସରଣ କରିପାରିବା ନାହିଁ।
ଏବେ ନିୟମ ରହିଛି ଯେ ସରକାରଙ୍କ ପାଖରେ ଅଭିଯୋଗ ପହଞ୍ଚିଲେ ବିଭାଗୀୟ ଅଧିକାରୀଗଣ ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଥା’ନ୍ତି। ତେବେ ଗତ ଅକ୍ଟୋବର ମାସରେ ଓଟିଟି ବିଷୟବସ୍ତୁର ସେନ୍ସରସିପ୍ କରିବା ସଂକ୍ରାନ୍ତ ଏକ ଆବେଦନକୁ ସୁପ୍ରିମକୋର୍ଟ ଖାରଜ କରିଦେବା ପରେ ସରକାର ଅଡୁଆରେ ପଡ଼ିଛନ୍ତି। ଏହି ଆବେଦନରେ କୁହାଯାଇଥିଲା ଯେ ଯେକୌଣସି ବିଷୟବସ୍ତୁର ଅନୁମୋଦନ ଏବଂ ରିଲିଜ ପୂର୍ବରୁ ତାହାର ପ୍ରାକ୍ ସ୍କ୍ରିନିଂ ଉଦ୍ଦିଷ୍ଟ କମିଟି କରିବା କଥା, ଯାହାକି ଚଳଚ୍ଚିତ୍ର ଉଦ୍ୟୋଗ କ୍ଷେତ୍ରରେ ଆଗରୁ ଲାଗୁ କରାଯାଇଛି। ତେବେ ପ୍ରଚଳିତ ନିୟମ ଅନୁସାରେ ପ୍ରଯୋଜକଙ୍କୁ ଆପତ୍ତିଜନକ ବିଷୟବସ୍ତୁ ସଂକ୍ରାନ୍ତ ଅଭିଯୋଗ ସମ୍ପର୍କରେ ପଦକ୍ଷେପ ନେବାକୁ ପଡ଼ିବ। ତଦନୁସାରେ ପ୍ରଯୋଜକ ପ୍ରାୟ ୯୦% ଅଭିଯୋଗକୁ ବିଚାର କରି ଦେଖି ଏଥିରେ ସଂଶୋଧନ କରିଥା’ନ୍ତି। ତା’ ସତ୍ତ୍ବେ ଆପତ୍ତିଜନକ ବିଷୟବସ୍ତୁ ବଢ଼଼ିବାର କାରଣ ହେଲା ଯିଏ ନିଜେ ପ୍ରଯୋଜକ, ସିଏ ହିଁ ଅଭିଯୋଗର ବିଚାର କରି ପ୍ରତିକାର ବ୍ୟବସ୍ଥା କରିବାକୁ ଅଧିକୃତ। ଉଦାହରଣ ସ୍ୱରୂପ ଜଣେ ପ୍ରଯୋଜକ ଯଦି ଅଶ୍ଳୀଳ ଭିଡିଓଟିଏ ୟୁଟ୍ୟୁବ୍ ଚ୍ୟାନେଲ୍ରେ କିମ୍ବା ଅନ୍ୟ କୌଣସି ଓଟିଟି ଚ୍ୟାନେଲ୍ରେ ପ୍ରଦର୍ଶିତ କରାଇଲା ତାହା ସେହି ବାହକ ଚ୍ୟାନେଲ୍ ବା ଓଟିଟି ମଞ୍ଚର ବ୍ୟବସାୟିକ ଅନୁମତିକ୍ରମେ ହେଲା। ତେଣୁ ବାହକ ଚ୍ୟାନେଲ୍ ସେହି ଦୋଷରେ ସାମିଲ୍ ହେଲା ଭଳି ଧରିବାକୁ ହେବ। ସେ କେବଳ ବାହକ ମଞ୍ଚର ମଧ୍ୟସ୍ଥ ଦାୟିତ୍ୱ ତୁଲାଉଛନ୍ତି କହି ଅଶ୍ଳୀଳତା ଅଭିଯୋଗରୁ ବଞ୍ଚି ପାରିବେ ନାହିଁ। ସରକାର ଏ କ୍ଷେତ୍ରରେ କାଳବିଳମ୍ବ ନ କରି ତୁରନ୍ତ ପ୍ରତିକାର କରନ୍ତୁ। ଆହୁରି ମଧ୍ୟ ନିଶ୍ଚିତ କରନ୍ତୁ ଯେ ଅଶ୍ଳୀଳତା ଓ ନଗ୍ନତା ଆଳରେ ସୃଜନଶୀଳତାର ଗଳା ଯେପରି ଚିପି ଦିଆନଯାଏ।