ଦୂଷିତ ଓ ବିଷାକ୍ତ

The Sakala Picture
Published On

ଦେଶ ଦୁନିଆ ବହୁତ ଆଗେଇଲାଣି। ଲୋକଙ୍କ ରୁଚି ଓ ଚଳଣି ମଧ୍ୟ ବଦଳି ଗଲାଣି। ଘରୁ ଗୋଡ଼କାଢ଼ିଲେ ବଜାରଘାଟରୁ ୧୦ ଟଙ୍କା ଓ ୨୦ ଟଙ୍କାରେ ପାଣି କିଣି ପିଉଛୁ। ବଜାରରୁ ଆପଣା ରୁଚି ଅନୁଯାୟୀ ଜଳଖିଆ କିଣି ଖାଉଛୁ। ଏହା କେବଳ ସହରାଞ୍ଚଳରେ ସୀମିତ ନାହିଁ। ସହରତଳି ଗ୍ରାମୀଣ ପରିବେଶରେ ସେହି ଏକାପ୍ରକାରର ଜୀବନଯାତ୍ରା। ମାତ୍ର ଆମେ କେବେ ବିଚାର କରିଛେ ଯେଉଁ ବଟଲର ପ୍ଲାଣ୍ଟରୁ ପାଣି ଆସି ବଜାରରେ ବିକ୍ରି ହେଉଛି ତାହାର ମାନ […]

ଦେଶ ଦୁନିଆ ବହୁତ ଆଗେଇଲାଣି। ଲୋକଙ୍କ ରୁଚି ଓ ଚଳଣି ମଧ୍ୟ ବଦଳି ଗଲାଣି। ଘରୁ ଗୋଡ଼କାଢ଼ିଲେ ବଜାରଘାଟରୁ ୧୦ ଟଙ୍କା ଓ ୨୦ ଟଙ୍କାରେ ପାଣି କିଣି ପିଉଛୁ। ବଜାରରୁ ଆପଣା ରୁଚି ଅନୁଯାୟୀ ଜଳଖିଆ କିଣି ଖାଉଛୁ। ଏହା କେବଳ ସହରାଞ୍ଚଳରେ ସୀମିତ ନାହିଁ। ସହରତଳି ଗ୍ରାମୀଣ ପରିବେଶରେ ସେହି ଏକାପ୍ରକାରର ଜୀବନଯାତ୍ରା। ମାତ୍ର ଆମେ କେବେ ବିଚାର କରିଛେ ଯେଉଁ ବଟଲର ପ୍ଲାଣ୍ଟରୁ ପାଣି ଆସି ବଜାରରେ ବିକ୍ରି ହେଉଛି ତାହାର ମାନ କ’ଣ? ପାଟି ସୁଆଦ ପାଇଁ ରାସ୍ତାକଡ଼ରେ ବିକ୍ରି ହେଉଥିବା ଚଟ୍‌ପଟି ଖାଦ୍ୟ ନିର୍ବିଚାରରେ ଖାଇଚାଲିଛୁ। କ୍ରେତା ଓ ବିକ୍ରେତା କେହି ସ୍ୱାସ୍ଥ୍ୟ ପ୍ରତି ସଚେତନ ନୁହନ୍ତି। ନ ହେଲେ ରାଜ୍ୟର ଆଗୁଆ ଜିଲ୍ଲା ଯାଜପୁରଠାରୁ ଆରମ୍ଭ ହୋଇଥିବା ଡାଏରରିଆ ୧୦ଟି ଜିଲ୍ଲାକୁ ସଂକ୍ରମିତ ହୋଇ ନଥା’ନ୍ତା। ହଜାର ହଜାର ରୋଗୀ ଶଯ୍ୟା ସୁବିଧା ଥାଇ କି ନ ଥାଉ ଚିକିତ୍ସା ପାଇଁ ବିଭିନ୍ନ ଡାକ୍ତରଖାନାରେ ପଡ଼ି ନଥା’ନ୍ତେ। କେନ୍ଦ୍ରୀୟ ପ୍ରତିନିଧି ଦଳ ଅନୁଧ୍ୟାନ କରି ରିପୋର୍ଟ ଦେଇଛନ୍ତି। ସଂକ୍ରମଣ କାରଣ ହେଉଛି ଦୂଷିତ ପାୀନୟ ଜଳ ଓ ବିଷାକ୍ତ ଖାଦ୍ୟ। ସମଗ୍ର ବିଶ୍ୱରୁ କଲେରା ବା ହଇଜା ବିଲୁପ୍ତ ହେବାକୁ ବସିଥିବା ବେଳେ ଓଡ଼ିଶାେର ୧୬ ଜଣ ରୋଗୀଙ୍କଠାରେ ଏହି ଜୀବାଣୁ ଥିବାର ପରିଲକ୍ଷିତ ହୋଇଛି। ଏ କଥା ସତ ଯେ ବର୍ଷାଋତୁ ଆସିବା ପରେ କିଛି ଅଞ୍ଚଳରେ ଝାଡ଼ାବାନ୍ତି ରୋଗ ପରିଲକ୍ଷିତ ହୁଏ। କିନ୍ତୁ ଏ ପର୍ଯ୍ୟନ୍ତ ରାଜ୍ୟକୁ ମୌସୁମୀର ବିଧÒବଦ୍ଧ ଆଗମନ ହୋଇନି। କିନ୍ତୁ ଡାଏରିଆ ମାଡ଼ି ଚାଲିଛି ଗୋଟିକ ପରେ ଗୋଟିଏ ଜିଲ୍ଲାକୁ।

ସରକାର ମାନନ୍ତୁ କି ନ ମାନନ୍ତୁ ରାଜ୍ୟରେ ୨୩ରୁ ଊର୍ଦ୍ଧ୍ବ ଲୋକ ଝାଡ଼ାବାନ୍ତି ଓ ହଇଜାରେ ମଲେଣି। ଅଥଚ ବିକଶିତ ରାଜ୍ୟର ସ୍ୱପ୍ନ ଦେଖାଇ ଲୋକଙ୍କୁ ଭୁଅାଁ ବୁଲାଇବାରେ ଟିକିଏ ବି ହେଳା କରୁନାହାନ୍ତି ସରକାର। ଗ୍ରାମାଞ୍ଚଳ କଥା ଛାଡ଼ନ୍ତୁ, ସମସ୍ତ ସହରାଞ୍ଚଳକୁ ମଧ୍ୟ ଏ ଯାଏଁ ପାଇପ ଯୋଗେ ପାନୀୟ ଜଳଯୋଗାଣ ଆରମ୍ଭ ହୋଇନି। ଏ ଦିଗରେ ଆରମ୍ଭ ହୋଇଥିବା କାର୍ଯ୍ୟକୁ ସରକାର ବଦଳିବା ପରେ ବନ୍ଦ ରଖାଯାଇଛି। ପଞ୍ଚାୟତ ସ୍ତରରେ ମୁଣ୍ଡ ଟେକିଥିବା ପାଣି ଟାଙ୍କି ସେମିତି ଶୁଖିଲା ପଡ଼ିଛି। ନଳକୂପ ଖନନ କାର୍ଯ୍ୟ ପ୍ରତି ନିଘା ନାହିଁ। ବର୍ଷ ପୂର୍ତ୍ତି ଉତ୍ସବରେ ସରକାର ମାତିଛନ୍ତି, ସଭାସମିତିରେ ଡବଲ୍‌‌ ଇଞ୍ଜିନ ସରକାରର ଗୁଣଗାନ କରିଚାଲିଛନ୍ତି। ଅଥଚ ରାଜ୍ୟରେ ଡାଏରିଆ ମହାମାରୀର ରୂପ ନେଉଛି। କେନ୍ଦ୍ରୀୟ କମିଟି ରିପୋର୍ଟରେ ଦିଆଯାଇଥିବା ପରାମର୍ଶକୁ ପଢ଼଼ିଲେ ବା ଶୁଣିଲେ ସରମରେ ମୁଣ୍ଡ ନୋଇଁଯାଉଛି। ନିଜ ସ୍ଥାନକୁ ଠିକଣା ରୂପେ ନିରୂପଣ କରିପାରୁ ନଥିବା ସରକାର ବିକାଶ ଯୋଜନାରେ ମିଛ ବାହୁସ୍ଫୋଟ ମାରିଚାଲିଛନ୍ତି। ଏହାକୁ କେବଳ ସମୟର ବିଡ଼ମ୍ବନା କହିବା ନି ତ ଆଉ କ’ଣ କହିବା?

ରାଜନୈତିକ ବାଛବିଚାରର ସମ୍ମୁଖୀନ ହୋଇଛି ଗ୍ରାମ ପଞ୍ଚାୟତ ଓ ପଞ୍ଚାୟତ ସମିତି। ପୂର୍ବ ସରକାରଙ୍କ ଉନ୍ନୟନ କାର୍ଯ୍ୟ ସେମିତି ଅଧାପନ୍ତରିଆ ଅବସ୍ଥାରେ ପଡ଼ି ରହିଛି। କାରଣ ଆଞ୍ଚଳିକ ସ୍ତରରେ ଏବେ ମଧ୍ୟ ବିରୋଧୀ ଦଳର ପ୍ରାଧାନ୍ୟ ରହିଛି। ଏହି ଉନ୍ନୟନ କାର୍ଯ୍ୟରେ ସର୍ବାଧିକ ଗୁରୁତ୍ୱ ପାନୀୟ ଜଳ ଯୋଗାଣକୁ ଦିଆଯାଉ ନ ଥିବାରୁ ତାହା ଏବେ ସବୁଠାରୁ ଅଧିକ ଅବହେଳିତ ଅବସ୍ଥାରେ ପହଞ୍ଚିଛି। ସରକାର ଅପେକ୍ଷା କରିଛନ୍ତି ପରବର୍ତ୍ତୀ ନିର୍ବାଚନକୁ। ତାଙ୍କ ଦଳ ପଞ୍ଚାୟତ ସ୍ତରରେ କ୍ଷମତାକୁ ଆସିଲେ ହିଁ ଅର୍ଥ ମଞ୍ଜୁର କରାଯିିବ। ଆମକୁ ଏଠାରେ ମନେ ରଖିବାକୁ ହେବ ଯେ ଶାସନ ବ୍ୟବସ୍ଥା ଏକ ନିରଙ୍କୁଶ ପ୍ରବାହ। ଦଳୀୟ କ୍ଷମତା ନିର୍ବିଶେଷରେ ଏହି ପ୍ରବାହକୁ ଜାରି ରଖିବାକୁ ପଡ଼ିବ। ଏବେ ଯେତେବେଳେ କୁହାଯାଉଛି ଜଳ ଉତ୍ସକୁ ଯାଞ୍ଚ କରି ବିଶୋଧନ ବ୍ୟବସ୍ଥାକୁ ଅଗ୍ରାଧିକାର ଦିଆଯିବ, ତାହାକୁ କିଏ କିପରି କରିବ? ଅବଶ୍ୟ ପଞ୍ଚାୟତି ରାଜ୍ୟ ବିଭାଗ ସ୍ୱତନ୍ତ୍ର ଟାକ୍ସଫୋର୍ସ ଗଠନ କରି ବ୍ୟବସ୍ଥାକୁ ସୁଧାରିବା ବ୍ୟତୀତ ଅନ୍ୟ ଗତି ନାହିଁ। ତୃଣମୂଳସ୍ତରରେ ତାହାର ସକ୍ରିୟତା ଓ ବ୍ୟୟବହୁଳତାକୁ ନେଇ କିଛି ମତାମତ ନ ଦେବା ଭଲ। କର୍ତ୍ତୃପକ୍ଷ ଯେଉଁ ଜଳ ଉତ୍ସ କଥା ଉଲ୍ଲେଖ କରିଛନ୍ତି ସେଥିରେ ସହରାଞ୍ଚଳ ମଧ୍ୟ ଆସୁଛି। ନଦୀକୂଳରେ ମୁଣ୍ଡ ଟେକିଥିବା ଅଧିକାଂଶ ସହରର ପାନୀୟ ଜଳ ଆବଶ୍ୟକତା ପୂରଣ କରିଥାଏ ସେହି ନଦୀଜଳ। ଆମ ରାଜ୍ୟରେ ଏମିତି କୌଣସି ନଦୀ ନାହିଁ, ଯାହାର ଜଳ ପ୍ରଦୂଷିତ ଓ ବିଷାକ୍ତ ନୁହେଁ। ତାହାକୁ ପାନୀୟ ଜଳ ରୂପେ ବ୍ୟବହାର କରାଯାଉଥିବା ବେଳେ ଉପଯୁକ୍ତ ବିଶୋଧକ ପ୍ରତି କର୍ତ୍ତୃପକ୍ଷ ଉଚିତ ଧ୍ୟାନ ଦେଉଛନ୍ତି ତ? ସରକାର ନିର୍ବିଶେଷରେ ଏମିତି କିଛି କଥା ଅଛି, ଯାହାର ସାର୍ବଜନିନ ଆଭିମୁଖ୍ୟର ଗୁରୁତ୍ୱ ସବୁକାଳେ ରହିଛି। ଏ କ୍ଷେତ୍ରରେ ରାଜନୈତିକ ପକ୍ଷପାତିତା ରହିବା ଉଚିତ ନୁହେଁ।

ଆମ ସହରୀଜୀବନରେ ପରିଲକ୍ଷିତ ପରିବର୍ତ୍ତନ ଦୃଷ୍ଟି କଟୁ ଲାଗିଲେ ମଧ୍ୟ ତାହାକୁ ସମସ୍ତେ ଏକପ୍ରକାର ବରଦାସ୍ତ କରିବାକୁ ବାଧ୍ୟ ହେଉଛନ୍ତି। ଏମିତି ଦେଖିବାକୁ ଗଲେ ଏବେକାର ପରିବାର ଓ ସଂସାର ଛୋଟିଆ। ଜଞ୍ଜାଳ ମଧ୍ୟ ଅପେକ୍ଷାକୃତ କମ୍‌‌। ଏ ସବୁ ସତ୍ତ୍ବେ ରୋଷେଇ ପ୍ରତି ଅନାଗ୍ରହ ପ୍ରାୟ ଅଧିକାଂଶ ପରିବାରରେ ଅନୁଭୂତ ହେଉଛି। ଜଳଖିଆଠାରୁ ରାତ୍ରିଭୋଜନ ପର୍ଯ୍ୟନ୍ତ ସବୁ ସେହି ରାସ୍ତାକଡ଼ର ଦୋକାନ ଉପରେ ନିର୍ଭରଶୀଳ। ତାହାର ଖାଦ୍ୟୋପଯୋଗିତା ପ୍ରତି କାହାର ନଜର ନାହିଁ। ’ପାଟି ସୁଆଦ ଓ ରୋଗ ବରାଦ’ ନୀତିରେ ସମସ୍ତେ ଅଗ୍ରସର। ମୁହଁରେ ସ୍ୱାସ୍ଥ୍ୟ ସଚେତନତା ସମ୍ପର୍କରେ ପରସ୍ପରଙ୍କୁ ପରାମର୍ଶ ଦେଉଥିଲେ ମଧ୍ୟ କର୍ମରଙ୍କୁଣା ମାନସିକତା ମଣିଷକୁ ଏତେ ନିକମା କରିଦେଇଛି ଯେ ଅର୍ଥ ବିନିମୟର ରୋଗ କିଣୁଛି। ଏବେ ଯେଉଁ ଝାଡ଼ାବାନ୍ତି ଓ ହଇଜା ସଂକ୍ରମଣ ବୃଦ୍ଧି ପାଇଛି, ତାହା ପଛରେ ଏହା ଅନ୍ୟତମ କାରଣ। ସରକାରୀ କଳର ଯାଞ୍ଚ ଓ ବିଶୋଧନ ପ୍ରକ୍ରିୟା ପରିସ୍ଥିତିକୁ କେତେ ଶୀଘ୍ର ସୁଧାରି ପାରିବ ସେ ନେଇ ସନ୍ଦେହ ରହିଛି। ବଡ଼ କଥା ହେଉଛି ସ୍ୱାସ୍ଥ୍ୟ ସତେଚତନତା ପ୍ରଥମେ ଘରୁ ଆରମ୍ଭ ହେବା ଉଚିତ। ତା’ ପରେ ଯାଇ ସରକାରଙ୍କ ଉପରକୁ ଅଙ୍ଗୁଳି ନିର୍ଦ୍ଦେଶ କରିବା।

ଦୂଷିତ ଜଳ ଓ ବିଷାକ୍ତ ଖାଦ୍ୟ ସମ୍ପର୍କରେ ଉଲ୍ଳେଖ କଲା ବେଳେ ଆମେ ନିଜକୁ ସୁଧାରିବାର ଯେଉଁ ସୁଯୋଗ ଅଛି ସେଥିପ୍ରତି ଯଥେଷ୍ଟ ସଚେତନ ହେବା ଜରୁରୀ। ସହରୀ ଜୀବନରେ ଘରେ ଘରେ ପାନୀୟ ଜଳ ବିଶୋଧନ ବ୍ୟବସ୍ଥା ଥିଲେ ମଧ୍ୟ ବାହାରୁ ଥଣ୍ଡାପାନୀୟ ପିଇବାର ଅଭ୍ୟାସକୁ ଆମେ ଛାଡ଼ିପାରୁନାହାନ୍ତି। ପରିସ୍ଥିତିର ଗୁରୁତ୍ୱ ଦୃଷ୍ଟିରୁ ଉଭୟ ଥଣ୍ଡାପାନୀୟ ଓ ରାସ୍ତାକଡ଼ର ପାଟିସୁଆଦ ଖାଦ୍ୟ ଲାଳସା ତ୍ୟାଗ କରିବା ଆବଶ୍ୟକ। ଏହିଦୃଷ୍ଟିରୁ ଗ୍ରାାମଞ୍ଚଳର ସ୍ଥିତି ବର୍ଷା ଦିନରେ ଆହୁରି ସାଂଘାତିକ। ତେଣୁ ପିଇବା ପାଣି ଫୁଟାଇବା ସହ ହାଲୋଜେନ୍‌‌ ବଟିକା ବ୍ୟବହାର କରାଯାଇପାରେ। ଏ ସବୁକୁ ବାଦ୍‌‌ ଦେଲେ ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ରଠାରୁ ଆରମ୍ଭ କରି ଜିଲ୍ଳା ଚିକିତ୍ସାଳୟ ପର୍ଯ୍ୟନ୍ତ ସବୁଠାରେ ପର୍ଯ୍ୟାପ୍ତ ଔଷଧ ବ୍ୟବସ୍ଥା ସହ ଚିକିତ୍ସା ଓ ସେବା ପାଇଁ ସରକାର ଡାକ୍ତର ଓ ପାରାମେଡିକାଲା ଷ୍ଟାଫ୍‌‌ ନିଯୁକ୍ତିକୁ ଅଗ୍ରାଧିକାର ଦେବା ଉଚିତ। ଏ କ୍ଷେତ୍ରରେ ସରକାର କେତେଦୂର ସକ୍ଷମ ହେବେ ସେ ନେଇ ଏବେ ମଧ୍ୟ ସନ୍ଦେହ ରହିଛି।

21 Jun 2025 By The Sakala

https://www.thesakala.in/sakala-editorial/sakala-editorial-21-06-2025/article-41265
Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର