ଜନସଂଖ୍ୟାରେ ଭାରତ ଚୀନ୍‌‌କୁ ଟପିଲା; ବିପୁଳ ଜନଶକ୍ତି : ସମ୍ପଦ ନା ବିପଦ?

The Sakala Picture
Published On

ବିଶ୍ୱ ଜନସଂଖ୍ୟା ରିପୋର୍ଟ ଅନୁସାରେ ଭାରତ ଏବେ ପୃଥିବୀର ସବୁଠୁ ଅଧିକ ଜନବହୁଳ ଦେଶ। ଜାତିସଂଘ ଜନସଂଖ୍ୟା ପାଣ୍ଠି (ୟୁଏନ୍‌‌ଏଫ୍‌‌ପିଏ) ପକ୍ଷରୁ ସଦ୍ୟ ପ୍ରକାଶିତ ୨୦୨୩ ରିପୋର୍ଟ ଅନୁସାରେ ଭାରତର ଜନସଂଖ୍ୟା ୧୪୨ କୋଟି ୮୬ ଲକ୍ଷରେ ପହଞ୍ଚି ଚୀନ୍‌‌ ଜନସଂଖ୍ୟାକୁ ଅତିକ୍ରମ କରିଛି। ସଂଖ୍ୟା ଅନୁସାରେ ଭାରତ ଏବେ ଜନସଂଖ୍ୟାରେ ଚୀନ୍‌‌ଠାରୁ ୨.୯ ନିୟୁତ ଆଗରେ ରହିଛି। ରିପୋର୍ଟରେ ଆଉ ଏକ ଉଲ୍ଲେଖନୀୟ ବିଷୟ ହେଲା, ଭାରତର ଯୁବ ଜନସଂଖ୍ୟା ବଢ଼଼ୁଥିବାବେଳେ ଚୀନ୍‌‌ରେ ବୟସ୍କଙ୍କ ସଂଖ୍ୟା […]

ବିଶ୍ୱ ଜନସଂଖ୍ୟା ରିପୋର୍ଟ ଅନୁସାରେ ଭାରତ ଏବେ ପୃଥିବୀର ସବୁଠୁ ଅଧିକ ଜନବହୁଳ ଦେଶ। ଜାତିସଂଘ ଜନସଂଖ୍ୟା ପାଣ୍ଠି (ୟୁଏନ୍‌‌ଏଫ୍‌‌ପିଏ) ପକ୍ଷରୁ ସଦ୍ୟ ପ୍ରକାଶିତ ୨୦୨୩ ରିପୋର୍ଟ ଅନୁସାରେ ଭାରତର ଜନସଂଖ୍ୟା ୧୪୨ କୋଟି ୮୬ ଲକ୍ଷରେ ପହଞ୍ଚି ଚୀନ୍‌‌ ଜନସଂଖ୍ୟାକୁ ଅତିକ୍ରମ କରିଛି। ସଂଖ୍ୟା ଅନୁସାରେ ଭାରତ ଏବେ ଜନସଂଖ୍ୟାରେ ଚୀନ୍‌‌ଠାରୁ ୨.୯ ନିୟୁତ ଆଗରେ ରହିଛି। ରିପୋର୍ଟରେ ଆଉ ଏକ ଉଲ୍ଲେଖନୀୟ ବିଷୟ ହେଲା, ଭାରତର ଯୁବ ଜନସଂଖ୍ୟା ବଢ଼଼ୁଥିବାବେଳେ ଚୀନ୍‌‌ରେ ବୟସ୍କଙ୍କ ସଂଖ୍ୟା ବୃଦ୍ଧି ପାଉଛି। ଏସିଆର ଦୁଇ ପଡ଼ୋଶୀ ଏବେ ବିକାଶରେ କେବଳ ପ୍ରତିଦ୍ୱନ୍ଦ୍ୱୀ ହୋଇ ନାହାନ୍ତି, ଜନସଂଖ୍ୟା, ଅର୍ଥନୀତି ଓ ଅନ୍ୟାନ୍ୟ ବିଭିନ୍ନ କ୍ଷେତ୍ରରେ ଦୁଇ ଦେଶଙ୍କ ମଧ୍ୟରେ ତୀବ୍ର ପ୍ରତିଯୋଗିତା ଚାଲିଛି। ତେବେ ଅର୍ଥନୀତି, ବାଣିଜ୍ୟ, ଜିଡିପି, ସମ୍ବଳ, ସାମରିକ ଶକ୍ତି, ବିଜ୍ଞାନ, ପ୍ରଯୁକ୍ତି, ପ୍ରତିରକ୍ଷା, ଶିକ୍ଷା, ସ୍ୱାସ୍ଥ୍ୟ ଆଦି କ୍ଷେତ୍ରରେ ଚୀନ୍‌‌ ଭାରତଠାରୁ ବହୁ ଆଗରେ ରହିଛି। ଗୋଟିକରେ ଗଣତନ୍ତ୍ରର ଜୟଗାନ ଏବଂ ବିଶ୍ୱର ସର୍ବବୃହତ୍‌‌ ଗଣତାନ୍ତ୍ରିକ ବ୍ୟବସ୍ଥା ଚାଲିଥିବାବେଳେ ଅନ୍ୟଟିରେ କମ୍ୟୁନିଷ୍ଟ ଏକଚ୍ଛତ୍ରବାଦୀ ଶାସନ ବ୍ୟବସ୍ଥା ଚାଲିଛି। ବିଶ୍ୱର ଦୁଇ ସର୍ବବୃହତ୍‌‌ ଜନବହୁଳ ରାଷ୍ଟ୍ରର ବିଚିତ୍ର ଭାବେ ନିଜ ନିଜକୁ ଉପସ୍ଥାପିତ କରୁଛନ୍ତି।

ଭାରତ ପରିପ୍ରେକ୍ଷୀରେ ବିପୁଳ ଜନସଂଖ୍ୟାକୁ ସମ୍ପତ୍ତି ବା ଦୁର୍ଗତି ଭାବେ ବିଚାର କରାଯିବ? ଏହା କ’ଣ ଆମ ପାଇଁ ଗର୍ବ ଓ ଗୌରବର ବିଷୟ ହୋଇପାରେ କି? ଜନସଂଖ୍ୟା ବଢ଼଼ିଲେ ପ୍ରାକୃତିକ ସମ୍ବଳ ଓ ପରିବେଶ ଉପରେ ଚାପ ବଢ଼େ ଏବଂ ଏହା ଅର୍ଥନୀତିକ ଦୁର୍ଗତିର କାରଣ ମଧ୍ୟ ପାଲଟେ। ଏ ଯାଏ ଏକ ବିକାଶଶୀଳ ରାଷ୍ଟ୍ରଭାବେ ଆଗକୁ ବଢ଼଼ିବାକୁ ସଂଗ୍ରାମ କରୁଥିବା ଭାରତ ପାଇଁ ଏହି ବିପୁଳ ଜନସଂଖ୍ୟାକୁ କିପରି ଦେଖାଯିବ, ତାହା ସବୁଠୁ ବଡ଼ ପ୍ରଶ୍ନ। ଆଜିକାଲି ତ ଜନସଂଖ୍ୟାର ବିଶ୍ଳେଷଣ ବିଭିନ୍ନ ଦୃଷ୍ଟିରୁ ହେଉଛି ଏବଂ ଏହାର ଅର୍ଥନୀତିକ ଲାଭକୁ ଅନେକ ବିଶାରଦ ଦେଖି ବିଭୋର ହେଉଛନ୍ତି। ଜନସଂଖ୍ୟାର ବିଶାଳତାକୁ ଉପଯୁକ୍ତ ପ୍ରଶାସନିକ ରଣନୀତି ଆପଣାଇ ଏହାକୁ ଜାତୀୟ ବିକାଶ ପାଇଁ ‘ଗଣତାନ୍ତ୍ରିକ ସମ୍ବଳ’ ଭାବେ ମଧ୍ୟ ବିବେଚନା କରାଯିବା ଉଚିତ। ବିଶେଷକରି ଭାରତ ପୃଥିବୀର ସବୁଠାରୁ ଅପେକ୍ଷାକୃତ ଯୁବାଗୋଷ୍ଠୀଙ୍କ ଦେଶ ହୋଇଥିବା ବେଳେ, ଦେଶର ଅର୍ଥନୀତିକ ଅଭିବୃଦ୍ଧିରେ ବିପୁଳ ଜନସଂଖ୍ୟା ନିଶ୍ଚିତ ଭାବେ ଏକ ଆଶୀର୍ବାଦ ହୋଇପାରେ।

ସକାରାତ୍ମକ ଦୃଷ୍ଟିରୁ ଜନସଂଖ୍ୟା ବୃଦ୍ଧିକୁ ଦେଖିଲେ ଅନେକ କଥା ଦେଖାଯାଉଛି। ଉପଭୋକ୍ତାବାଦୀ ଏକ ଅର୍ଥନୀତିରେ ଯୁବବର୍ଗଙ୍କ ଲୋକସଂଖ୍ୟା ବୃଦ୍ଧି ଭାରତର ବିକାଶ ପ୍ରକ୍ରିୟାକୁ ତ୍ୱରାନ୍ୱିତ କରିବ ବୋଲି କେତେକ କହୁଛନ୍ତି। ଏହା ଦ୍ୱାରା କୁଆଡ଼େ ଦେଶର ଅଭିବୃଦ୍ଧି ପାଇଁ ବିପୁଳ ସୁଯୋଗ ସୃଷ୍ଟି ହେବ। ଏ କଥା ସତ ଯେ ଯୁବବର୍ଗଙ୍କ ସଂଖ୍ୟା ବଢ଼଼ିଲେ କାମ କରିବାକୁ ସମର୍ଥ ବର୍ଗର ମାନବ ସମ୍ବଳ ନିଶ୍ଚୟ ବଢ଼଼ିବ। ଆହୁରି ମଧ୍ୟ ଘରୋଇ ଉପଭୋକ୍ତା ବଜାର (କନ୍‌‌ଜପସନ୍‌‌) ବଢ଼଼ିବା ଦ୍ୱାରା ବାହ୍ୟ ଆହ୍ୱାନର ମୁକାବିଲା ସହଜରେ କରିହେବ। କୋଭିଡ୍‌‌ ମହାମାରୀ ବେଳେ ଭାରତ ଏହା କରି ଦେଖାଇ ପାରିଥିଲା। ଅତଏବ ଏହି ପରିପ୍ରେକ୍ଷୀରେ ଯେଉଁମାନେ ଜନସଂଖ୍ୟା ନିୟନ୍ତ୍ରଣ ପାଇଁ ଓକିଲାତି କରୁଛନ୍ତି, ସେମାନେ ସବୁଠୁ ଦୟନୀୟ ସ୍ଥିତିରେ ଥିବା ଶ୍ରମ ଶକ୍ତିର ଉନ୍ନତି ଉପରେ ଧ୍ୟାନ ଦେବା ଆବଶ୍ୟକ। ଏ କ୍ଷେତ୍ରର ଏକ ପରିସଂଖ୍ୟାନ ଦେଖିଲେ ଭାରତର ସ୍ଥିତି ସ୍ପଷ୍ଟ ହୁଏ। ଶ୍ରମ କ୍ଷେତ୍ରରେ ଦେଶର ଶ୍ରମ ଶକ୍ତିରେ ଅଂଶଗ୍ରହଣ ହାର ୨୦୦୦ ମସିହାରେ ୫୭.୨% ଥିବାବେଳେ ୨୦୨୨ରେ ଏହା ୪୧.୩%କୁ ଖସି ଆସିଛି। ଏହି ସମୟ ମଧ୍ୟରେ ଚୀନ୍‌‌ରେ ଏହି ହାର ୬୭.୧%, ଜାପାନରେ ୬୨.୧%, ଆମେରିକାରେ ୬୨.୬%, ୟୁରୋପୀୟ ୟୁନିୟନରେ ୭୪.୭% ରହିଛି। ଏପରିକି ଶ୍ରୀଲଙ୍କା ଓ ବାଂଲାଦେଶରେ ଯଥାକ୍ରମେ ଏ କ୍ଷେତ୍ରରେ ୪୮.୪% ଓ ୫୮.୨%ରେ ରହି ଭାରତଠାରୁ ଉପରେ ରହିଛନ୍ତି। ଶ୍ରମ ଶକ୍ତିର ଅଂଶଗ୍ରହଣ ହାର ହ୍ରାସ ଭାରତ ପାଇଁ ଏକ ବଡ଼ ଚିନ୍ତାର ବିଷୟ। ଏଥିପ୍ରତି ତୁରନ୍ତ ସରକାର ଦୃଷ୍ଟି ଦେବା ଆବଶ୍ୟକ। ଦେଶରେ ଶ୍ରମ ଶକ୍ତି ମଧ୍ୟରେ ଥିବା ବର୍ଗଙ୍କ ସଂଖ୍ୟା ବଢ଼଼ୁଛି ଏବଂ ଯୁବଗୋଷ୍ଠୀଙ୍କ ସଂଖ୍ୟା ମଧ୍ୟ ଆନୁପାତିକ ଭାବେ ବଢ଼଼ିବଢ଼଼ି ଚାଲିଛି। ତେଣୁ ଏହି ଦୁଇବର୍ଗଙ୍କୁ କାମରେ ଲଗାଇ ଅର୍ଥନୀତିକ ଲାଭ ଉଠାଇବାକୁ ପଡ଼ିବ। ତେବେ ଯାଇ ଜନସାଂଖ୍ୟିକ ଲାଭ ଆମେ ଉଠାଇ ପାରିବା।

ଜନସଂଖ୍ୟା ବୃଦ୍ଧିର ଖରାପ ଦିଗ ବିଷୟରେ ସମସ୍ତେ ଅବଗତ ଏବଂ ସେ ବିଷୟରେ ଏଠି ଆଲୋଚନା କରିବାର ଆବଶ୍ୟକତା ଏବେ ନାହିଁ। ତେବେ ଗୋଟିଏ କଥା କୁହାଯାଇପାରେ ଯେ ଜନସଂଖ୍ୟା ନିୟନ୍ତ୍ରଣ ପାଇଁ ଆମର କୋହଳ ନୀତି ଯୋଗୁଁ ଏ କ୍ଷେତ୍ରରେ ସଫଳତା କମ୍‌‌ ମିଳୁଛି। ଆମ ଗଣତନ୍ତ୍ର ଓ ଶାସନ ବ୍ୟବସ୍ଥା ଏ କ୍ଷେତ୍ରରେ ବାଧ୍ୟତାମୂଳକ ବ୍ୟବସ୍ଥା ଲାଗୁ କରିବା ସମ୍ଭାବନା କ୍ଷୀଣ। ଏବେ ପ୍ରଶ୍ନ ହେଉଛି ଯେ ବଢ଼଼ନ୍ତା ଜନସଂଖ୍ୟା, ବିଶେଷ କରି ଯୁବବର୍ଗଙ୍କୁ କିପରି ବିନିଯୋଗ କରି ଜନସାଂଖ୍ୟିକ ଲାଭ ଉଠାଇ ହେବ ଏବଂ କ୍ରମଶଃ ବଢ଼଼ୁଥିବା ବରିଷ୍ଠଙ୍କ ସଂଖ୍ୟା ଦୃଷ୍ଟିରୁ ସେମାନଙ୍କ କଲ୍ୟାଣ ଓ ଥଇଥାନ ପ୍ରତି ଦେଶ କି ପ୍ରକାର ପଦକ୍ଷେପ ଗ୍ରହଣ କରିପାରିବ। ଏହି ଦୁଇ ବିଷୟରେ ଆମ ନୀତି ନିର୍ମାତା ଏବଂ କାର୍ଯ୍ୟ ନିର୍ବାହୀ ଗୁରୁତର ସହିତ ଚିନ୍ତା କରିବାର ସମୟ ଆସିଛି। ଏହି ଗତିଶକ୍ତି (ଡାଇନାମିକ୍ସ)ର ସୁନିୟୋଜିତ ପରିଚାଳନା ପାଇଁ ଯଦି ଏବେଠୁ ଉପଯୁକ୍ତ ନଜର ଦିଆନଯିବ, ଭବିଷ୍ୟତରେ ତାହା ଆମ ପାଇଁ ଡିନାମାଇଟ୍‌‌ରେ ପରିଣତ ହୋଇପାରେ। ବର୍ତ୍ତମାନର ସ୍ଥିତି ଆମ ମାନବସମ୍ବଳ ପରିଚାଳନା ପାଇଁ ନିଶ୍ଚିତ ଏକ ବଡ଼ ଆହ୍ୱାନ।

ଆମ ପାଖରେ ଗୋଟିଏ ସାନ୍ତ୍ୱନା ହେଲା ବର୍ଦ୍ଧିତ ଜନସଂଖ୍ୟାରେ ଆମର ଯୁବବର୍ଗଙ୍କ ଭାଗ ଅଧିକ। ତେଣୁ ସେମାନଙ୍କ କର୍ମ ନିଯୁକ୍ତି ପ୍ରତି ଦୃଷ୍ଟି କେନ୍ଦ୍ରିତ କରିବାକୁ ପଡ଼ିବ। ଏଥିରୁ ଜନସାଂଖ୍ୟିକ ଲାଭ ଉଠାଇବାକୁ ସରକାରଙ୍କୁ ରଣନୀତିକୁ ବଦଳାଇବାକୁ ହେବ। ରାଜନୀତିକ ଇଚ୍ଛାଶକ୍ତି ଏଥିପାଇଁ ସବୁଠୁ ଗୁରୁତ୍ୱପୂର୍ଣ୍ଣ ଓ ସମୟର ଆହ୍ୱାନ ମଧ୍ୟ।

20 Apr 2023 By The Sakala

https://www.thesakala.in/sakala-editorial/sakala-editorial-20-04-2023/article-20916
Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର