ଗୋଟିଏ ଦିନରେ ୭୮ ବିରୋଧୀ ସାଂସଦଙ୍କୁ ନିଲମ୍ବନ; ଗଣତନ୍ତ୍ର ପାଇଁ ଶୁଭଙ୍କର ନୁହେଁ

The Sakala Picture
Published On

ଗୋଟିଏ ଦିନରେ ସଂସଦରୁ ୭୮ ଜଣ ବିରୋଧୀଦଳ ସଦସ୍ୟ ନିଲମ୍ବିତ ହେବା ଏକ ଅଭୂତପୂର୍ବ ଓ ଦୁର୍ଭାଗ୍ୟଜନକ ଘଟଣା ନିଶ୍ଚୟ। ବିଶ୍ୱର ସର୍ବବୃହତ୍‌‌ ଓ ଜୀବନ୍ତ ଗଣତନ୍ତ୍ର କୁହାଯାଉଥିବା ଭାରତରେ ଏଭଳି ଘଟଣାକୁ ବିରୋଧୀ ଲୋକତନ୍ତ୍ରର ଉପହାସ ବୋଲି କହିବା ବୋଧହୁଏ ଭୁଲ୍‌‌ ନୁହେଁ। ରାଜନୈତିକ ବିଶେଷଜ୍ଞଙ୍କ ମତରେ ଏହି ନିଲମ୍ବନର କାରଣ ସେତେ ଗର୍ହିତ ନୁହେଁ। ସୋମବାର ସଂସଦର ଉଭୟ ଗୃହର କାର୍ଯ୍ୟକ୍ରମକୁ ହଟ୍ଟଗୋଳ କରି ବ୍ୟାହତ କରିବା ଅଭିଯୋଗରେ ଲୋକସଭାରେ ବିରୋଧୀ କଂଗ୍ରେସ ଦଳର […]

ଗୋଟିଏ ଦିନରେ ସଂସଦରୁ ୭୮ ଜଣ ବିରୋଧୀଦଳ ସଦସ୍ୟ ନିଲମ୍ବିତ ହେବା ଏକ ଅଭୂତପୂର୍ବ ଓ ଦୁର୍ଭାଗ୍ୟଜନକ ଘଟଣା ନିଶ୍ଚୟ। ବିଶ୍ୱର ସର୍ବବୃହତ୍‌‌ ଓ ଜୀବନ୍ତ ଗଣତନ୍ତ୍ର କୁହାଯାଉଥିବା ଭାରତରେ ଏଭଳି ଘଟଣାକୁ ବିରୋଧୀ ଲୋକତନ୍ତ୍ରର ଉପହାସ ବୋଲି କହିବା ବୋଧହୁଏ ଭୁଲ୍‌‌ ନୁହେଁ। ରାଜନୈତିକ ବିଶେଷଜ୍ଞଙ୍କ ମତରେ ଏହି ନିଲମ୍ବନର କାରଣ ସେତେ ଗର୍ହିତ ନୁହେଁ। ସୋମବାର ସଂସଦର ଉଭୟ ଗୃହର କାର୍ଯ୍ୟକ୍ରମକୁ ହଟ୍ଟଗୋଳ କରି ବ୍ୟାହତ କରିବା ଅଭିଯୋଗରେ ଲୋକସଭାରେ ବିରୋଧୀ କଂଗ୍ରେସ ଦଳର ନେତା ଅଧୀର ରଞ୍ଜନ ଚୌଧୁରୀଙ୍କ ସମେତ ଉଭୟ ଗୃହର ବହୁ ତୁଙ୍ଗ ବିରୋଧୀ ଦଳ ନେତା ସଂସଦର ଚଳିତ ଅଧିବେଶନର ଅବଶିଷ୍ଟ ସମୟ ପାଇଁ ନିଲମ୍ବିତ ହୋଇଛନ୍ତି। ରାଜ୍ୟସଭାରୁ ୩୪ ଓ ଲୋକସଭାର ୩୩ ବିରୋଧୀ ସଦସ୍ୟଙ୍କୁ ଏହି କାରଣରୁ ନିଲମ୍ବନ କରାଯାଇଥିବା ବେଳେ ରାଜ୍ୟସଭାର ଅନ୍ୟ ୧୧ ଜଣଙ୍କୁ ସଦାଚାର କମିଟି ପାଖରେ ମାମଲା ବିଚାରାଧୀନ ଥିବା କାରଣରୁ ମଧ୍ୟ ନିଲମ୍ବନ କରାଯାଇଛି। ଅନ୍ତତଃ ନୂଆ ସଂସଦ ଭବନରେ ରୁଢ଼ିବାଦୀ ମାନସିକତା ଓ କାର୍ଯ୍ୟକଳାପର ବିଲୋପ ଘଟିବାର ଯେଉଁ ଆଶା କରାଯାଉଥିଲା, ଯାହା ଆପାତତଃ ମଉଳି ଯାଇଛି।

ସଂସଦରେ ନିରାପତ୍ତା ବ୍ୟବସ୍ଥାରେ ନିକଟରେ ଘଟିଥିବା ତ୍ରୁଟି ଉପରେ ଉଭୟ ଗୃହର ବିରୋଧୀ ସଦସ୍ୟମାନେ ସ୍ୱରାଷ୍ଟ୍ରମନ୍ତ୍ରୀଙ୍କ ଠାରୁ ବିବୃତି ଦାବି କରିଥିଲେ। ସେମାନଙ୍କ ଦାବିକୁ ରାଜ୍ୟସଭା ଅଧ୍ୟକ୍ଷ ଓ ଲୋକସଭା ବାଚସ୍ପତି ଅଗ୍ରାହ୍ୟ କରିଦେବାରୁ ଅସନ୍ତୁଷ୍ଟ ସଦସ୍ୟମାନେ ଉତ୍ତ୍ୟକ୍ତ ହୋଇ ଉଭୟ ସଦନରେ ହଟ୍ଟଗୋଳ କରିଥିଲେ। ଫଳରେ ଗୃହର କାର୍ଯ୍ୟ ବ୍ୟାହତ ହୋଇଥିଲା। ଆମ ସଂସଦୀୟ ବ୍ୟବସ୍ଥାରେ ବିରୋଧୀ ପକ୍ଷ ହଟ୍ଟଗୋଳ ବା ପାଟିତୁଣ୍ଡ କରିବା ନୂଆ କଥା ନୁହେଁ। ଏପରିକି ଉତ୍ତ୍ୟକ୍ତ ସଦସ୍ୟମାନେ ଗୃହ ମଧ୍ୟରେ ସ୍ଲୋଗାନ ଦେବା, ପ୍ଲାକାର୍ଡ ଦେଖାଇବା ଏବଂ ବାଚସ୍ପତି ବା ଅଧ୍ୟକ୍ଷଙ୍କ ଆସନ ଆଡ଼କୁ ମାଡ଼ିଯାଇ କାଗଜପତ୍ର ଓ ମାଇକ୍‌‌ ଭାଙ୍ଗିବା ଘଟଣା ମଧ୍ୟ ପୁରୁଣା। ଆମ ସଂସଦୀୟ ଇତିହାସରେ ପ୍ରାୟ ସବୁ ରାଜନୈତିକ ଦଳର ସଦସ୍ୟମାନେ ଏଭଳି ବିଶୃଙ୍ଖଳିତ ଆଚରଣ ପ୍ରଦର୍ଶନ କରିଆସିଛନ୍ତି। ଅତୀତରେ ନିଜ ନିଜ ଦାବି ରଖିବାକୁ ଏବଂ ଯୁକ୍ତିକୁ ଦୃଢ଼ ଭାବେ ଉପସ୍ଥାପନ କରିବାକୁ ରାଜନୈତିକ ଦଳ ଓ ତାହାର ସାଂସଦମାନେ ନିୟନ୍ତ୍ରଣହୀନ ହେଉଥିବା ବା ସଂସଦୀୟ ଶୃଙ୍ଖଳା ଭଙ୍ଗ କରୁଥିବାର ଉଦାହରଣ ଅନେକ। କେବଳ ସମୟଚକ୍ରରେ ଶାସନ କ୍ଷମତାରେ ଥିବା ରାଜନୈତିକ ଦଳ ବିରୋଧୀ ଆସନରେ ବସିଛି ଏବଂ ବିରୋଧୀ ଭୂମିକା ନିର୍ବାହ କରୁଥିବା ଦଳ ଶାସନ କ୍ଷମତାକୁ ଆସିଛି। ତେଣୁ ସୋମବାର ସଂସଦରେ ଯାହା ଘଟିଲା ତାହା ଅଭୂତପୂର୍ବ ନୁହେଁ ନିଶ୍ଚୟ। ଅପରପକ୍ଷରେ ସଂସଦର ଗୃହ ପରିଚାଳନା ନିୟମ ଅନୁସାରେ ଗଣ୍ଡଗୋଳ ଓ ଗୃହକାର୍ଯ୍ୟରେ ବ୍ୟାଘାତ ସୃଷ୍ଟି କରିବା ଅବଶ୍ୟ ଦଣ୍ଡନୀୟ। ଏଥିପାଇଁ ବାଚସ୍ପତି ଓ ଗୃହର ଅଧ୍ୟକ୍ଷଙ୍କ କିଛି ସ୍ୱତନ୍ତ୍ର କ୍ଷମତା ରହିଛି। ଆହୁରି ମଧ୍ୟ ଗଣ୍ଡଗୋଳକାରୀ ସାଂସଦଙ୍କ ଦୋଷତ୍ରୁଟି ନିର୍ଦ୍ଧାରଣ କରି ଦଣ୍ଡବିଧାନ କରିବାକୁ ଏକ ସଦାଚାର କମିଟି ରହିଛି। କିନ୍ତୁ ସଦ୍ୟତମ ନିଲମ୍ବନ ଘଟଣା ଭବିଷ୍ୟତ ପିଢ଼ି ପାଇଁ ଏକ ଦୁଃସ୍ଥ ଦୃଷ୍ଟାନ୍ତ ସୃଷ୍ଟିକାରୀ ଅଧ୍ୟାୟ ହୋଇ ରହିଗଲା। ଏହା ଉଭୟ ଗଣତାନ୍ତ୍ରିକ ମୂଲ୍ୟବୋଧ ଓ ସଂସଦୀୟ ପରମ୍ପରାର ପରିପନ୍ଥୀ ବୋଲି କହିଲେ ଅତ୍ୟୁକ୍ତି ହେବ ନାହିଁ।

ସଂସଦର ଉଭୟ ସଦନରେ ଶାସକ ବିଜେପି ଓ ଏହାର ସହଯୋଗୀ ଦଳମାନଙ୍କର ବିପୁଳ ବହୁମତ ଥିବାରୁ ସଂଖ୍ୟା ଦୃଷ୍ଟିରୁ ଦୁର୍ବଳ ବିରୋଧୀ ଦଳର ସଦସ୍ୟମାନେ ନିଜକୁ ବୋଧହୁଏ ଅବହେଳିତ ଓ ଅପାଂକ୍ତେୟ ମଣୁଥିବା ମନେ ହେଉଛି। ଅନେକ ସମୟରେ ସେମାନଙ୍କ ଉଚିତ ଦାବି ପ୍ରତି ମଧ୍ୟ ସରକାର ବା ଗୃହର ଅଧ୍ୟକ୍ଷ କର୍ଣ୍ଣପାତ କରୁ ନଥିବା ଅଭିଯୋଗ ବିରୋଧୀ ଦଳର ସଦସ୍ୟଙ୍କ ଦ୍ୱାରା ବାରମ୍ବାର ହୋଇଆସୁଛି। ରାଜନୈତିକ ବିଶାରଦଙ୍କ ମତରେ ଗୃହରେ ସଂଖ୍ୟାନ୍ୟୂନତା ସମ୍ପୃକ୍ତ ବିରୋଧୀ ସଦସ୍ୟମାନଙ୍କ ମଧ୍ୟରେ ଏକ ଅବହେଳିତ ଭାବନା ସୃଷ୍ଟି କରୁଥାଇପାରେ, ଯାହା ସେମାନଙ୍କୁ ଉତ୍‌‌କ୍ଷିପ୍ତ ହେବାକୁ ବାଧ୍ୟ କରୁଛି। ସୁଯୋଗ ଲାଭ ନ କରିପାରିବାର ଏହା ଏକ ପ୍ରତିକ୍ରିୟାଶୀଳ ପରିପ୍ରକାଶ ନିଶ୍ଚିତ। ତଥାପି ସଂସଦ ଭବନର ନିରାପତ୍ତାଜନିତ ତ୍ରୁଟି ଭଳି ଏକ ଗୁରୁତ୍ୱପୂର୍ଣ୍ଣ ତଥା ସଂବେଦନଶୀଳ ପ୍ରସଙ୍ଗରେ ସ୍ୱରାଷ୍ଟ୍ରମନ୍ତ୍ରୀ ସଦନରେ ବିବୃତି ରଖିବାକୁ ବିରୋଧୀ ପକ୍ଷମାନେ ଯେଉଁ ଦାବି ଉପସ୍ଥାପନ କରିଛନ୍ତି, ତାହା ସେଭଳି ଅଯୌକ୍ତିକ ଏବଂ ଅଗ୍ରହଣୀୟ ଥିଲା ବୋଲି ମନେ ହୁଏ ନାହିଁ। ସ୍ୱରାଷ୍ଟ୍ରମନ୍ତ୍ରୀ ବା ସରକାର ଚାହିଁଥିଲେ ଏହା ଉପରେ ବିବୃତି ରଖି ପାରିଥା’ନ୍ତେ ଏବଂ ଏହାଦ୍ୱାରା ଯେ ସରକାରଙ୍କ ସମ୍ମାନ ବା ମର୍ଯ୍ୟାଦା କ୍ଷୁଣ୍ଣ ହୋଇଥା’ନ୍ତା, ସେ ସମ୍ଭାବନା ମଧ୍ୟ ପ୍ରାୟତଃ ନଥିଲା ବୋଲି ମନେ ହୁଏ। ତେବେ ଘଟଣାର ରାଜନୈତିକ ସ୍ପର୍ଶକାତରତା ଦୃଷ୍ଟିରୁ ସରକାର ବିରୋଧୀଙ୍କ ଦାବିକୁ ଗ୍ରହଣ କରିବାକୁ ରାଜି ହୋଇ ନ ଥାଇପାରନ୍ତି। ଅପରପକ୍ଷରେ ବିରୋଧୀ ଏହି ପ୍ରସଙ୍ଗକୁ ସରକାରଙ୍କ ବିଫଳତା ଭାବେ ଦର୍ଶାଇବାକୁ ଚେଷ୍ଟା କରୁଥିବାରୁ ଶାସକଦଳ ପକ୍ଷରୁ ଏହାର ମୁକାବିଲା ଚତୁରତାର ସହିତ ହୋଇଥିବା ମନେ ହେଉଛି।

ଗଣତନ୍ତ୍ରରେ ଆଲୋଚନା ଓ ବିଚାର ବିମର୍ଶର ଗୁରୁତ୍ୱ ଅଧିକ। ସେଥିପାଇଁ ସଂସଦର ଉଭୟ ଗୃହ ଗଣତାନ୍ତ୍ରିକ ମଞ୍ଚ ଭାବରେ ଉଭା ହୋଇଛି। ସେଠି କଥାବର୍ତ୍ତା ବା ଆପୋସ ଆଲୋଚନାକୁ ଛାଡ଼ି ରାଜନୀତିକ ଲକ୍ଷ୍ୟକୁ ଅଗ୍ରାଧିକାର ଦେଲେ ଏଭଳି ଅସ୍ୱାଭାବିକ ଘଟଣାମାନ ଘଟିବ। ତେବେ ନିଲମ୍ବିତ ସଦସ୍ୟମାନେ ଗଣମାଧ୍ୟମ ସାମ୍ନାକୁ ଆସି ସରକାରଙ୍କ କାର୍ଯ୍ୟଧାରା ବହୁମତର ବଳ ଓ ଏକଛତ୍ରବାଦୀ ନୀତିର ପରିଚାୟକ ବୋଲି ଅଭିଯୋଗ ଓ ସମାଲୋଚନା କରି ଜନତାଙ୍କ ଅନୁକମ୍ପା ମାଗିବା ମଧ୍ୟ ଅସମ୍ଭବ ନୁହେଁ। ଏଥିରେ ସବୁଠୁ ବଡ଼ କ୍ଷତି ହେବ ଗଣତନ୍ତ୍ରର ଓ ଏହାର ବ୍ୟବସ୍ଥାର। ଏଭଳି ବିଶୃଙ୍ଖଳା ଦ୍ୱାରା ସଂସଦର ମୂଲ୍ୟବାନ ସମୟ ଅପଚୟ ହେବା ସହିତ ଲୋକଙ୍କ ଅର୍ଥ ବରବାଦ ହେଉଛି। ବିଶ୍ୱ ଦରବାରରେ ଭାରତର ସଂସଦୀୟ ଗରିମା କ୍ଷୁଣ୍ଣ ହେଉଛି। ସ୍ୱାଧୀନତାର ଅମୃତକାଳରେ ଆମ ଗଣତନ୍ତ୍ରର ନିର୍ବାଚିତ ପ୍ରତିନିଧିମାନେ ପୁରୁଣା ଧାରାର ଅବସାନ ଘଟାଇ ଆପୋସ ଆଲୋଚନା ଓ ସୌହାର୍ଦ୍ଦ୍ୟପୂର୍ଣ୍ଣ ବାତାବରଣରେ ବିବାଦର ସମାଧାନ କ’ଣ କରିପାରିବେ ନାହିଁ? ସୁସ୍ଥ ଗଣତନ୍ତ୍ରର ସୁନ୍ଦର ଭବିଷ୍ୟତ ପାଇଁ ସମ୍ଭ୍ରମ, ସଂଯମ ଓ ଶୃଙ୍ଖଳା ଯେ ଅପରିହାର୍ଯ୍ୟ – ଏହା ଉଭୟ ସରକାର ଓ ବିରୋଧୀ ଦଳର ସଦସ୍ୟଙ୍କୁ ସ୍ମରଣ କରିବାର ଆବଶ୍ୟକତା ବୋଧହୁଏ ନାହିଁ।

19 Dec 2023 By The Sakala

https://www.thesakala.in/sakala-editorial/sakala-editorial-19-12-2023/article-28379
Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର