ମନୋରଞ୍ଜନ
ଐତିହାସିକ ମହିଳା ଆରକ୍ଷଣ ବିଧେୟକ ପ୍ରସ୍ତାବ; ନୂଆ ସଂସଦ, ନୂଆ ସଂକଳ୍ପ
ବହୁ ପ୍ରତୀକ୍ଷିତ ନିର୍ବାଚନରେ ମହିଳା ଆରକ୍ଷଣ ବିଧେୟକ ପ୍ରସ୍ତାବକୁ କେନ୍ଦ୍ରରେ ଏନ୍ଡିଏ ସରକାର ଅନୁମୋଦନ କରିଛନ୍ତି। ଏ ବିଷୟରେ ସମସ୍ତ କଳ୍ପନାଜଳ୍ପନା ସମାପ୍ତ କରି ଗତକାଲି ବିଳମ୍ବିତ ସନ୍ଧ୍ୟାରେ ଏହି ପ୍ରସ୍ତାବରେ ମୋହର ଲଗାଇଛନ୍ତି। ଏହି ବିଲ୍ଟି ବହୁ ବର୍ଷ ପୂର୍ବେ ରାଜ୍ୟସଭାରେ ପାରିତ ହୋଇସାରିଥିବାରୁ କେବଳ ଲୋକସଭାରେ ଏହାର ଅନୁମୋଦନ ଆବଶ୍ୟକ। ସାରାଦେଶ ଏହି ଘୋଷଣାର ପ୍ରତୀକ୍ଷା କରୁଥିଲା ଏବଂ ସମସ୍ତ ମୁଖ୍ୟ ବିରୋଧୀ ଦଳ ସମେତ ଓଡ଼ିଶାର ଶାସକ ଦଳ ବିଜେଡି ପକ୍ଷରୁ ସେଥିପାଇଁ […]
ବହୁ ପ୍ରତୀକ୍ଷିତ ନିର୍ବାଚନରେ ମହିଳା ଆରକ୍ଷଣ ବିଧେୟକ ପ୍ରସ୍ତାବକୁ କେନ୍ଦ୍ରରେ ଏନ୍ଡିଏ ସରକାର ଅନୁମୋଦନ କରିଛନ୍ତି। ଏ ବିଷୟରେ ସମସ୍ତ କଳ୍ପନାଜଳ୍ପନା ସମାପ୍ତ କରି ଗତକାଲି ବିଳମ୍ବିତ ସନ୍ଧ୍ୟାରେ ଏହି ପ୍ରସ୍ତାବରେ ମୋହର ଲଗାଇଛନ୍ତି। ଏହି ବିଲ୍ଟି ବହୁ ବର୍ଷ ପୂର୍ବେ ରାଜ୍ୟସଭାରେ ପାରିତ ହୋଇସାରିଥିବାରୁ କେବଳ ଲୋକସଭାରେ ଏହାର ଅନୁମୋଦନ ଆବଶ୍ୟକ। ସାରାଦେଶ ଏହି ଘୋଷଣାର ପ୍ରତୀକ୍ଷା କରୁଥିଲା ଏବଂ ସମସ୍ତ ମୁଖ୍ୟ ବିରୋଧୀ ଦଳ ସମେତ ଓଡ଼ିଶାର ଶାସକ ଦଳ ବିଜେଡି ପକ୍ଷରୁ ସେଥିପାଇଁ ବାରମ୍ବାର ଜୋର୍ଦାର୍ ଦାବି କରାଯାଉଥିଲା। ପୂର୍ବରୁ ଜେଡିଏସ୍, ଆର୍ଜେଡି ଏବଂ ଏସ୍ପି ଦଳମାନେ ବିଭିନ୍ନ ଆଳ ଦେଖାଇ ଏହି ଆରକ୍ଷଣ ପ୍ରସ୍ତାବକୁ ବିରୋଧ କରି ଆସୁଥିଲେ। ମୋଦି ସରକାରଙ୍କ ଦ୍ବାରା ସଂସଦର ଚଳିତ ସ୍ବତନ୍ତ୍ର ଅଧିବେଶନରେ ଏହା ଅନୁମୋଦିତ ହୋଇଯିବା ନିଶ୍ଚିତ ଜଣାପଡ଼ୁଛି। ଭାରତୀୟ ଗଣତନ୍ତ୍ର ଇତିହାସରେ ମହିଳା ଆରକ୍ଷଣ ଆଇନର ପ୍ରଣୟନ ଓ ପ୍ରଚଳନ ଏକ ଯୁଗାନ୍ତକାରୀ ଓ ଐତିହାସିକ ଘଟଣା ହେବ। ଏଥିପାଇଁ ମୋଦିଙ୍କ ଏନ୍ଡିଏ ସରକାର ନିଶ୍ଚିତ ଭାବେ ଦେଶସାରା ମହିଳା ସମାଜରୁ ଓ ମହିଳା ସମର୍ଥନକାରୀ ନାଗରିକଙ୍କଠାରୁ ପ୍ରଶଂସା ସାଉଁଟିବ। ପ୍ରଧାନମନ୍ତ୍ରୀ ମୋଦିଙ୍କର ଏହା ଆଉଏକ ବିଚକ୍ଷଣ ଓ ଚମକପ୍ରଦ ପଦକ୍ଷେପ। ଇଣ୍ଡିଆ ମେଣ୍ଟର ଦଳମାନେ ଏଥିପାଇଁ ଯେତେ ବି ଶ୍ରେୟ ଦାବିକଲେ ମଧ୍ୟ ଦେଶର ଏହି ଗୁରୁତ୍ବପୂର୍ଣ୍ଣ ସମୟରେ ମୋଦିଙ୍କ ଏନ୍ଡିଏ ସରକାର ଏହି ସଫଳତା ପାଇଁ ବାଜି ମାରିନେବ ଏବଂ ୨୦୨୪ ସାଧାରଣ ନିର୍ବାଚନରେ କେବଳ ଏହି ଗୋଟିଏ ଆଇନର ଅଦ୍ଭୂତପୂର୍ବ ପ୍ରଭାବ ଦେଖିବାକୁ ମିଳିପାରେ।
ସଂସଦର ବହୁପ୍ରତୀକ୍ଷିତ ସ୍ୱତନ୍ତ୍ର ଅଧିବେଶନ ସୋମବାରଠାରୁ ଆରମ୍ଭ ହୋଇଛି। ଏହି ଅଧିବେଶନର ବିଶେଷତ୍ୱ ହେଲା ବ୍ରିଟିଶ ଶାସନକାଳରେ ନିର୍ମିତ ହୋଇଥିବା ସଂସଦ ଭବନରେ ଏହାର ପ୍ରଥମ ଦିନର ବୈଠକ ବସିବା ସହିତ ଦୀର୍ଘ ୭୫ ବର୍ଷର ଭାରତୀୟ ସଂସଦୀୟ ଇତିହାସର ଗୋଟିଏ ବିରାଟ ଅଧ୍ୟାୟର ଅବସାନ ଘଟିଛି। ଆଜିଠାରୁ ପବିତ୍ର ଶ୍ରୀଗଣେଶ ପୂଜା ଅବସରରେ ଦେଶ ସ୍ୱାଧୀନତାର ଅମୃତକାଳରେ ନିର୍ମିତ ନୂଆ ସଂସଦ ଭବନରେ ସ୍ୱତନ୍ତ୍ର ଅଧିବେଶନର ଅବଶିଷ୍ଟ କାର୍ଯ୍ୟ ଦିବସ ସମ୍ପନ୍ନ ହେବ। ଏଥିସହିତ ନୂଆ ସଂସଦ ଭବନ ଆଗାମୀ ଦିନ ପାଇଁ ଆମ ସଂସଦୀୟ ଗରିମାର କେନ୍ଦ୍ରସ୍ଥଳ ପାଲଟିବ। ‘ରାଜ୍ରୁ ସ୍ୱରାଜ’ ବିଚାରରେ ହୁଏତ କେତେକ ଏହାକୁ ଦେଖିପାରନ୍ତି। ତେବେ ସେ ଯା’ହେଉ ଯେଉଁ ସଂସଦ ଭବନରେ ଆମ ଦେଶର ସମ୍ବିଧାନ ଲେଖାଯାଇଥିଲା, ଯାହା ଆମର ସାମ୍ବିଧାନିକ ସଭା ଥିଲା ଏବଂ ସ୍ୱାଧୀନ ଭାରତର ଉଦୟ ଓ ଉତ୍ତରଣରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥିଲା, ତାହା ଏବେ ଇତିହାସ।
ନିର୍ଦ୍ଧାରିତ ସଂସଦୀୟ କାର୍ଯ୍ୟକ୍ରମ ବାହାରେ ହଠାତ୍ ସଂସଦର ସ୍ୱତନ୍ତ୍ର ଛୋଟ ଅଧିବେଶନ ଡକାଯିବା ନେଇ ସମସ୍ତଙ୍କ ମଧ୍ୟରେ ଆଗ୍ରହ ଓ ଅନୁସନ୍ଧିଚ୍ଛା ଥିଲା। ଏହା କିନ୍ତୁ ସ୍ପଷ୍ଟ ହୋଇଯାଇଛି ଯେ ଏହି ପାଞ୍ଚଦିନିଆ ଅଧିବେଶନ ସ୍ୱତନ୍ତ୍ର ଭାବେ ଆଇନ ପ୍ରଣୟନ ପାଇଁ ଉଦ୍ଦିଷ୍ଟ ଏବଂ ଏଥିରେ କୌଣସି ପ୍ରଶ୍ନକାଳ ରହିବ ନାହିଁ। ଏହି ସମୟରେ ସରକାର ପାଞ୍ଚଟି ବିଲ୍କୁ ଅନୁମୋଦନ କରିବାକୁ ଉଦ୍ୟମ କରିବେ, ଯେଉଁଥିରେ ତିନିଟିକୁ ନେଇ ବିରୋଧୀ ପକ୍ଷଙ୍କର ଆପତ୍ତି ରହିଛି। ସେଥିରେ ଗୋଟିଏ ହେଲା ମୁଖ୍ୟ ନିର୍ବାଚନ କମିଶନର ତଥା ଅନ୍ୟ କମିଶନରଙ୍କ ନିଯୁକ୍ତି ପ୍ରକ୍ରିୟା, ଦ୍ୱିତୀୟ ଓ ତୃତୀୟ ହେଲା ଯଥାକ୍ରମେ ନୂଆ ଡାକ ଆଇନ ଏବଂ ପ୍ରେସ୍ ରେଜିଷ୍ଟ୍ରେସନ ବିଲ୍। ଏହି ଦୁଇଟି ବିଲ୍ ଡାକ ବିଭାଗ ଆଇନ ଓ ପ୍ରେସ୍ ରେଜିଷ୍ଟ୍ରେସନ ଆଇନ ଭଳି ବ୍ରିଟିଶ ଶାସନକାଳର ଦୁଇଟି ଆଇନର ଅବସାନ ଘଟାଇବ।
ସଂସଦ ଭବନ ଦେଶର ସଂସଦୀୟ ଗରିମାକୁ ସାବ୍ୟସ୍ତ କରେ। ଏହା ଆଇନ ପ୍ରଣୟନର ସ୍ଥଳ, ଆଲୋଚନା, ପର୍ଯ୍ୟାଲୋଚନା, ତର୍କ, ବିତର୍କ ଓ ନିଷ୍ପତ୍ତି ଗ୍ରହଣର ସାର୍ବଭୌମ ମଞ୍ଚ। ଏହା ଦେଶର ମହାନ ଚେତନା ଓ ମନ୍ଥନର ଭବନ। ଏହା ଦେଶର ଭବିଷ୍ୟତକୁ ମାର୍ଗ ଦେଖାଏ। ଅତଏବ ଆଶା କରାଯାଏ ଯେ ଆମ ସାଂସଦମାନେ ଦଳମତ ନିର୍ବିଶେଷରେ ନୂଆ ସଂସଦ ଭବନରେ ଯେତେବେଳେ ସମବେତ ହେବେ, ସେତେବେଳେ ଆମ ସଂସଦୀୟ ବ୍ୟବସ୍ଥାର ୭୫ ବର୍ଷର ଯାତ୍ରା ଉପରେ ଆଲୋଚନା କରିବେ। ଏଥିରେ ଆମର ଉପଲବ୍ଧି, ଅଭିଜ୍ଞତା, ଶିକ୍ଷା ଓ ସ୍ମୃତି ଆଦି ଅନେକ କଥା ତ ସ୍ଥାନ ପାଇବା ସ୍ୱାଭାବିକ। ଆମ ବିଚାରରେ ଏହା ଏକ ଅତି ଗୁରୁତ୍ୱପୂର୍ଣ୍ଣ ଆଲୋଚନାର ସୁଯୋଗ ଦେବ, ଯାହାକି ଭବିଷ୍ୟତରେ ଦେଶର ସାମ୍ବିଧାନିକ ଅନୁଷ୍ଠାନ ଓ ଜାତୀୟ ପ୍ରତିଷ୍ଠାନଗୁଡ଼ିକୁ ଅଧିକ ସୁଦୃଢ଼ କରିବାକୁ ପ୍ରଚଳିତ ବ୍ୟବସ୍ଥାରେ ସଂସ୍କାର ଆଣିବା ପାଇଁ ବାଟ ଫିଟାଇବ।
ଏହି ପରିପ୍ରେକ୍ଷୀରେ ପୂର୍ବତନ ବାଚସ୍ପତି ସ୍ୱର୍ଗତ ସୋମନାଥ ଚାଟାର୍ଜୀଙ୍କର ଏକ ଉକ୍ତି ମନେପଡ଼େ। ସେ କହିଥିଲେ- ‘ସଂସଦର ମହାନତା ଏହାର ଭବ୍ୟ ଭବନ ଓ ଅଟ୍ଟାଳିକାରେ ନିହିତ ନଥାଏ, ଏହା ଭିତରେ ହେଉଥିବା ବିତର୍କର ମାନରୁ ଏହାର ମହାନୁଭବତା ଓ ପ୍ରତିଷ୍ଠା ପ୍ରମାଣିତ ହୁଏ’। ଆମ ବିଚାରରେ ୧୦ ଥର ସାଂସଦ ହୋଇଥିବା ଏହି ଧୂରୀଣ ରାଜନେତା ସ୍ୱର୍ଗତ ଚାଟାର୍ଜୀଙ୍କ କଥାରେ କେହି ଦ୍ୱିମତ ହେବେ ନାହିଁ। ବିଡ଼ମ୍ବନା ହେଲା ଆମ ସଂସଦୀୟ ପରମ୍ପରାରେ ଅନେକ ଅବିଗୁଣ ଓ ଅନାବଶ୍ୟକତାର ପ୍ରାଦୁର୍ଭାବ ବଢ଼଼ିଛି। ସଂସଦ ଭବନକୁ ବିତର୍କର ମଞ୍ଚ ପରିବର୍ତ୍ତେ ଆମ ମାନ୍ୟବରମାନେ ବର୍ଜନ, ବିରୋଧ, ବିକ୍ଷୋଭ, ଦ୍ୱନ୍ଦ୍ୱ ଓ ହଟ୍ଟଗୋଳର ଭୂମିରେ ପରିବର୍ତ୍ତନ କରିଛନ୍ତି। ସେ ସବୁ ପୁରୁଣା ଅଭ୍ୟାସ ପାଇଁ ନୂଆ ସଂସଦ ଭବନରେ ସୁଯୋଗ ରହିବା ଅନୁଚିତ।
ଆଜି ଆଗରୁ ଘୋଷଣା କରାଯାଇଥିବା ସ୍ବତନ୍ତ୍ର ଅଧିବେଶନର କାର୍ଯ୍ୟସୂଚୀ ଯେତେ ଗୁରୁତ୍ବପୂର୍ଣ୍ଣ ବା ସମୟୋପଯୋଗୀ ହେଲେ ସୁଦ୍ଧା ମୋଦି ସରକାର ଦ୍ବାରା ନିର୍ବାଚନରେ ମହିଳା ଆସନ ଆରକ୍ଷଣ ବ୍ୟବସ୍ଥା ପାଇଁ ଆଇନ ପ୍ରସ୍ତାବ ଆଗତ କରାଯିବା ଘଟଣା ସମସ୍ତ କାର୍ଯ୍ୟକ୍ରମଠାରୁ ଅଧିକ ଆକର୍ଷଣୀୟ ଓ ପ୍ରଭାବଶାଳୀ ହେବ। ସ୍ବାଧୀନତା ସଂଗ୍ରାମ କାଳରୁ ବିଭିନ୍ନ ସମୟରେ ମହିଳା ସଶକ୍ତୀକରଣର ମାନକ ଆଇନ ପ୍ରସ୍ତାବ ଭାବେ ମହିଳା ଆରକ୍ଷଣ ପ୍ରସ୍ତାବ ବିଭିନ୍ନ ମହଲରୁ ଉଠି ଆସୁଥିଲା। ଏନ୍ଡିଏ ସରକାର ଏହି ଐତିହାସିକ ଦାବିର ସଫଳ ରୂପାୟନ କରି ଦେଶରେ ଏକ ନୂଆ ରାଜନୈତିକ ଇତିହାସ ସୃଷ୍ଟି କରିବେ। ସଂସଦର ସ୍ବତନ୍ତ୍ର ଅଧିବେଶନ ଆବାହନ କରିବା ପଛରେ ଯେ, ଏହି ମହାନ ଉଦ୍ଦେଶ୍ୟ ଲୁକ୍କାୟିତ ଥିଲା ତାହା ଆମେ ଆଗରୁ ଅନୁମାନ କରୁଥିଲୁ। ଆଜି ଏହା ସତ ହେବାକୁ ଯାଉଛି। ସମ୍ପ୍ରତି ଦେଶରେ ନାରୀ ଶୋଷଣ ଓ ମହିଳା ଅତ୍ୟାଚାରର ଘଟଣାମାନ ଯେଭଳି ବୃଦ୍ଧି ପାଉଛି ତାହା ଭାରତ ଭଳି ବିଶ୍ବର ବିଶାଳତମ ଗଣତନ୍ତ୍ର ପାଇଁ ଶୋଭନୀୟ ନୁହେଁ। ସଂସଦ ଓ ବିଧାନସଭାମାନଙ୍କରେ ମହିଳା ପ୍ରତିନିଧିତ୍ବ ବର୍ତ୍ତମାନ ଅପେକ୍ଷା ଦୁଇଗୁଣରୁ ଅଧିକ ବଢ଼ିଯିବା ମହିଳା ସଶକ୍ତୀକରଣର ଲକ୍ଷ୍ୟ ରାଜନୈତିକ, ଅର୍ଥନୈତିକ ଓ ସାମାଜିକ ନ୍ୟାୟ ପରିପ୍ରେକ୍ଷୀରେ ଏକ ନୂତନ ଅଧ୍ୟାୟ ସୃଷ୍ଟି କରିବ। ନୂଆ ସଂସଦ, ନୂଆ ସଂକଳ୍ପ, ନୂଆ ଇତିହାସ !