ପୁଣି ଦଳାଚକଟା
ପ୍ରୟାଗରାଜରେ ମହାକୁମ୍ଭ ପବିତ୍ର ସ୍ନାନ ସକାଶେ ଶ୍ରଦ୍ଧାଳୁଙ୍କ ସ୍ୱତନ୍ତ୍ର ଆଗ୍ରହ କିଛି ନୂଆ କଥା ନୁହେଁ। କିନ୍ତୁ ଆୟୋଜକଙ୍କ ପକ୍ଷରୁ ଯେଭଳି ପ୍ରଚାର ଓ ପ୍ରସାର କ୍ରମାଗତ ଭାବେ ଚାଲିଛି, ତାହାକୁ ଦୃଷ୍ଟିରେ ରଖି ଭିଡ଼ ସମ୍ଭାଳିବା ପାଇଁ ବ୍ୟବସ୍ଥିତ ଢଙ୍ଗରେ ଶୃଙ୍ଖଳାରକ୍ଷା ଦିଗରେ ଯେ ଉଚିତ ଧ୍ୟାନ ଦିଆଯାଇନାହିଁ, ତାହା ଘଟଣାକ୍ରମରୁ ସ୍ପଷ୍ଟ ହୋଇଛି। ମୌନୀ ଅମାବାସ୍ୟାରେ ଘଟିଥିବା ଦଳାଚକଟାର ଭୟାବହତା କେବଳ ଏକମାତ୍ର ଘଟଣା ନୁହେଁ। ପ୍ରୟାଗରାଜରେ ପରିଲକ୍ଷିତ ଅବ୍ୟବସ୍ଥା ଏକାଧିକ ଘଟଣାରୁ ସ୍ପଷ୍ଟ […]
ପ୍ରୟାଗରାଜରେ ମହାକୁମ୍ଭ ପବିତ୍ର ସ୍ନାନ ସକାଶେ ଶ୍ରଦ୍ଧାଳୁଙ୍କ ସ୍ୱତନ୍ତ୍ର ଆଗ୍ରହ କିଛି ନୂଆ କଥା ନୁହେଁ। କିନ୍ତୁ ଆୟୋଜକଙ୍କ ପକ୍ଷରୁ ଯେଭଳି ପ୍ରଚାର ଓ ପ୍ରସାର କ୍ରମାଗତ ଭାବେ ଚାଲିଛି, ତାହାକୁ ଦୃଷ୍ଟିରେ ରଖି ଭିଡ଼ ସମ୍ଭାଳିବା ପାଇଁ ବ୍ୟବସ୍ଥିତ ଢଙ୍ଗରେ ଶୃଙ୍ଖଳାରକ୍ଷା ଦିଗରେ ଯେ ଉଚିତ ଧ୍ୟାନ ଦିଆଯାଇନାହିଁ, ତାହା ଘଟଣାକ୍ରମରୁ ସ୍ପଷ୍ଟ ହୋଇଛି। ମୌନୀ ଅମାବାସ୍ୟାରେ ଘଟିଥିବା ଦଳାଚକଟାର ଭୟାବହତା କେବଳ ଏକମାତ୍ର ଘଟଣା ନୁହେଁ। ପ୍ରୟାଗରାଜରେ ପରିଲକ୍ଷିତ ଅବ୍ୟବସ୍ଥା ଏକାଧିକ ଘଟଣାରୁ ସ୍ପଷ୍ଟ ହୋଇଛି। ଭିଡ଼ ପରିଚାଳନାରେ ବ୍ୟବସ୍ଥାଗତ ଦୁର୍ବଳତାକୁ କର୍ତ୍ତୃପକ୍ଷ ସୁଧାରିବା ପରିବର୍ତ୍ତେ ସେଥିପ୍ରତି ଆଖିବୁଜି ଦେଇଥିବା ଭଳି ମନେହୁଏ। ପ୍ରଚାର ମାଧ୍ୟମରେ ମହାକୁମ୍ଭ ପ୍ରତି ସ୍ୱତନ୍ତ୍ର ଆଗ୍ରହ ସୃଷ୍ଟି କରାଯାଉଥିବା ବେଳେ ଯାତ୍ରୀ ପରିବହନ କ୍ଷେତ୍ରରେ ରେଳବାଇର ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି ଏବଂ ତାହା କେବଳ ସ୍ୱତନ୍ତ୍ର ଟ୍ରେନ୍ ଚଳାଚଳରେ ସୀମିତ ରହିଥିବା ଭଳି ମନେହୁଏ। ଦେଶର ସବୁଠାରୁ ଜନଗହଳିପୂର୍ଣ୍ଣ ଦିଲ୍ଲୀ ଷ୍ଟେସନରେ ସ୍ୱାଭାବିକ ଭାବେ ଯାତ୍ରୀ ସୁରକ୍ଷା ପ୍ରତି ସ୍ୱତନ୍ତ୍ର ଧ୍ୟାନ ଦିଆଯିବାର ଗୁରୁତ୍ୱ ରହିଛି। ଅଥଚ ସେଠାରେ ଶନିବାର ରାତିରେ ଯେଉଁ ଦଳାଚକଟା ଘଟିଲା, ତାହାକୁ ବ୍ୟବସ୍ଥାଗତ ବିଫଳତା କୁହାଯାଇପାରେ। ହାତପାହାନ୍ତା ଦୂରରେ ଅବସ୍ଥିତ ମନ୍ତ୍ରାଳୟ ଓ ଦାୟିତ୍ୱରେ ଥବା କର୍ତ୍ତୃପକ୍ଷ ଏଭଳି ଏକ ଘଟଣାକୁ କିଭଳି ଅଣଦେଖା କଲେ, ତାହା ସତରେ ଅଚିନ୍ତନୀୟ।
ସପ୍ତାହନ୍ତ ଶନିବାର ଦିଲ୍ଲୀ ଷ୍ଟେସନରୁ ପ୍ରୟାଗରାଜ ଅଭିମୁଖେ ସ୍ୱତନ୍ତ୍ର ଟ୍ରେନ୍ ଚଳାଚଳ ଘୋଷଣା କଲା ବେଳେ କର୍ତ୍ତୃପକ୍ଷ ସମ୍ଭାବ୍ୟ ଭିଡ଼ ନେଇ ପ୍ରସ୍ତୁତି ଆରମ୍ଭ କରିଦେବାର ଥିଲା। ସନ୍ଧ୍ୟାରୁ ଅସମ୍ଭାଳ ଯାତ୍ରୀ ଭିଡ଼। କ୍ରମାଗତ ଭାବେ ଭିଡ଼ ବଢ଼଼ିଚାଲିଥିବା ବେଳେ ଷ୍ଟେସନ କର୍ତ୍ତୃପକ୍ଷ ସତର୍କ ହେଲେନି କି ପରିସ୍ଥିତି ନିୟନ୍ତ୍ରଣ ସକାଶେ ସୁରକ୍ଷାବାହିନୀର ସହଯୋଗ ଲୋଡ଼ିଲେନି। ପ୍ରତି ପ୍ଲାଟଫର୍ମରେ ଲାଗିଥିବା ସିସିଟିଭି କ୍ୟାମେରାରୁ ସ୍ଥିତି ଆକଳନ କରିବାରେ କିଛି ଅସୁବିଧା ନଥିଲା। ଏପରିକି ଭିଡ଼ ଆକଳନ ସକାଶେ ସ୍ୱତନ୍ତ୍ର ସଫ୍ଟୱେର ବ୍ୟବସ୍ଥା ମଧ୍ୟ ରହିଛି। ଏତେସବୁ ଅତ୍ୟାଧୁନିକ ସୁବିଧା ସୁଯୋଗ ଦିଲ୍ଲୀ ଷ୍ଟେସନରେ ଉପଲବ୍ଧ ଥିବା ବେଳେ ଏଭଳି ଅବ୍ୟବସ୍ଥାକୁ ଦୂର କରା ଯାଇ ନ ପାରିବା ନିଶ୍ଚୟ ଏକ ଅକ୍ଷମଣୀୟ ଅପରାଧ। ଉଲ୍ଲେଖଯୋଗ୍ୟ ଘଟଣା ହେଲା, ରାତି ୧୦ଟାରୁ ଆହତ ରେଳଯାତ୍ରୀଙ୍କୁ ନିକଟସ୍ଥ ଏଲ୍ଏନ୍ଜେପି ହସ୍ପିଟାଲରେ ଚିକିତ୍ସା ଆରମ୍ଭ ହୋଇଥିବା ବେଳେ ରାତି ୧୨ଟା ପର୍ଯ୍ୟନ୍ତ ସମସ୍ତଙ୍କୁ ଘଟଣା ସମ୍ପର୍କରେ ଅନ୍ଧକାରରେ ରଖାଯାଇଥିଲା। ଆମର ଏଠାରେ କହିବାର କଥା ଯେ ଦୁର୍ଘଟଣା ଆଗୁଆ ସୂଚନା ଦେଇ ଘଟେନି। କିନ୍ତୁ ଷ୍ଟେସନରେ ହୋଇଥିବା ଦଳାଚକଟା ତ ଦୁର୍ଘଟଣା ନୁହେଁ, ବରଂ କର୍ତ୍ତୃପକ୍ଷଙ୍କ ଜ୍ଞାତସାରରେ ଏଭଳି ଏକ ଦୁର୍ଭାଗ୍ୟଜନକ ଦଳାଚକଟା ଘଟିବାକୁ ଦିଆଗଲା। ଅନିୟନ୍ତ୍ରିତ ଯାତ୍ରୀଭିଡ଼ ମଧ୍ୟରେ ଶେଷପର୍ଯ୍ୟନ୍ତ ମହାକୁମ୍ଭଯାତ୍ରୀଙ୍କ ଟିକଟ କଟା ଚାଲିଥିଲା। ଏକଥା ସତ ଯେ ସ୍ୱତନ୍ତ୍ର ଟ୍ରେନ ପହଞ୍ଚିବାରେ ବିଳମ୍ବ ଘଟିଛି। ଏହି ଅସମ୍ଭାଳ ଅବସ୍ଥାରେ କର୍ତ୍ତୃପକ୍ଷ ଶେଷ ମୁହୂର୍ତ୍ତରେ ପ୍ଲାଟଫର୍ମ ବଦଳାଇଦେଲେ। ଟ୍ରେନ୍ ଧରିବା ସକାଶେ ବିକଳରେ ଥିବା ଯାତ୍ରୀ ଏକ୍ସାଲେଟରରେ ତରବର ହୋଇ ୧୬ ନମ୍ବର ପ୍ଲାଟଫର୍ମ ଅଭିମୁଖେ ମାଡ଼ିଚାଲିଲେ। ତାହା ହିଁ ଥିଲା ଦଳାଚକଟାର ମୁଖ୍ୟ କାରଣ। ଏଥିରେ ୯ ମହିଳା ଓ ୫ ଶିଶୁଙ୍କ ସମେତ ୧୮ ଜଣଙ୍କ ପ୍ରାଣହାନି ଘଟିଛି। ଆମେ ପୁଣି ଥରେ କହୁଛୁ ଯେ ଏହାକୁ ରୋକାଯାଇ ପାରିଥା’ନ୍ତା। ପରିବର୍ତ୍ତିତ ବ୍ୟବସ୍ଥା ଏପରି ହୋଇଛି ଯେ ତଳୁ ଉପର ପର୍ଯ୍ୟନ୍ତ ସମସ୍ତେ ନିଜ ନିଜର ଅପାରଗତା ଧରା ପଡ଼ିଯିବା ଭୟରେ ମୁହଁ ଖୋଲିବାକୁ ପ୍ରସ୍ତୁତ ନୁହନ୍ତି, ଯାହା ଘଟୁଛି ଘଟିଯାଉ।
ସବୁଠାରୁ ବଡ଼ କଥା ହେଉଛି, ପ୍ରୟାଗରାଜ ଦଳାଚକଟା ହେଉ କି ଦିଲ୍ଲୀ ଷ୍ଟେସନ ଘଟଣା ହେଉ, ସବୁକଥାରେ ଦୋଷତ୍ରୁଟିକୁ ଲୁଚାଇବା ଓ ଅସଲରେ କେତେ ମଲେ ଗଲେ ତାହାକୁ ଲୋକଲୋଚନକୁ ନ ଆଣିବାରେ ଯେତେ ପ୍ରୟାସ ହେଉଛି, ସ୍ଥିତି ସୁଧାରିବାରେ ସେତିକି ହେଉନି। ମୃତାହତଙ୍କ ପାଇଁ ଅନୁକମ୍ପା ରାଶି ଘୋଷଣା କରିଦେଲେ କାମ ସରିଲା। ଦଳାଚକଟାରେ ଯେଉଁ ଅମୂଲ୍ୟ ଜୀବନ ହାନି ଘଟିଲା ତାହାର ମୂଲ୍ୟ ନିର୍ଦ୍ଧାରଣ କରିବ କିଏ? ସେ କ୍ଷତି କୌଣସି ସରକାର ଭରଣା କରି ପାରିବେନି। ଅତୀତରେ ଉପୁଜିଥିବା ଅନୁରୂପ ଘଟଣାବଳୀ ସମ୍ପର୍କରେ ଉଲ୍ଲେଖକରି ଏବେ ଯାହା ଘଟିଲା, ତାହା କିଛି ନୂଆ ନୁହେଁ ବୋଲି ନିଜ ଦୋଷ ଘୋଡ଼ାଇଲେ କ’ଣ କାମ ସରିଗଲା? ମହାକୁମ୍ଭରୁ ରାଜନୈତିକ ଫାଇଦା ହାସଲ ସକାଶେ ୫୦ ରୁ ଊର୍ଦ୍ଧ୍ବ କୋଟି ଲୋକ ପବିତ୍ର ସ୍ନାନ କରିବା ସମ୍ପର୍କରେ ତୁହାକୁତୁହା ପ୍ରଚାର କରି ଦେଶବାସୀଙ୍କ ମନରେ ଭାବାବେଗ ସୃଷ୍ଟି କରାଯିବାରେ କିଛି ଆପତ୍ତି ନାହିଁ। ତେବେ ସମସ୍ତଙ୍କ ପାଇଁ ସୁରକ୍ଷିତ ସୁଯୋଗ ସୃଷ୍ଟି କରିବା ଭଳି ବୃହତ୍ତର ଦାୟିତ୍ୱ ମୁଣ୍ଡାଇବାର ଯେଉଁ ଗୁରୁଦାୟିତ୍ୱ ଅଛି, ତାହାକୁ ନିଭାଇ ନପାରିଲେ ଯେ କେହି ଅଙ୍ଗୁଳି ନିର୍ଦ୍ଦେଶ କରିବ। ଅତୀତରେ କ’ଣ ଘଟିଥିଲା ତାହା ବଡ଼କଥା ନୁହେଁ, ଏବେ ତମେ ଯେ ଅସମର୍ଥ ଓ ନିପରବାୟ, ତାହା ପ୍ରମାଣିତ ହୋଇଗଲା। ଏଭଳି ଏକ ଅପ୍ରତ୍ୟାଶିତ ଘଟଣାର ଜନ୍ମଦାତା ନିଜର ଦାୟିତ୍ୱହୀନତାକୁ ସ୍ୱୀକାର ନ କଲେ ସଂଶୋଧନ ଓ ସୁଧାର ପ୍ରକ୍ରିୟା ନେଇ ଉଚିତ ଶିକ୍ଷାଲାଭ କରିପାରିବନି। କିଛି ଘଟଣା ତା’ବାଟରେ ଘଟିଯାଏ। ଆମକୁ ଆଗାମୀ ଦିନରେ ତାହାର ଯେଭଳି ପୁନରାବୃତ୍ତି ନ ଘଟେ, ସେଥିପାଇଁ ସତର୍କ ହେବାକୁ ପଡ଼ିବ। ଏଠାରେ ମନେ ରଖିବାକୁ ହେବ ଯେ ଦେଶର ବିଭିନ୍ନ ସ୍ଥାନରୁ ଶତାଧିକ ସ୍ୱତନ୍ତ୍ର ଟ୍ରେନ ପ୍ରୟାଗରାଜ ଅଭିମୁଖେ ଏବେ ମଧ୍ୟ ଯାତ୍ରା କରୁଛି। ନୂଆଦିଲ୍ଲୀ ଘଟଣାରୁ ରେଳମନ୍ତ୍ରୀ ଓ ବିଭାଗୀୟ କର୍ତ୍ତୃପକ୍ଷ ନିଶ୍ଚୟ ଉଚିତ ଶିକ୍ଷାଲାଭ କରିଥିବେ।
ମହାକୁମ୍ଭ ମେଳା ଶେଷ ହୋଇନି। ଏହା ଫେବୃଆରୀ ୨୬ ପର୍ଯ୍ୟନ୍ତ ଚାଲିବ। ଏହି ଶେଷଦିନରେ ପବିତ୍ର ମହାଶିବରାତ୍ରି ପଡୁଥିବାରୁ ପ୍ରୟାଗରାଜରେ ଭକ୍ତଜନତାଙ୍କ ଅସମ୍ଭବ ଭିଡ଼ ହେବାର ସମ୍ଭାବନାକୁ ଏଡ଼ାଇ ଦିଆଯାଇ ନ ପାରେ। ଆଶା କରିବା, ଯାହା ଘଟିଗଲାଣି ଏଥିମଧ୍ୟରେ ତାହାକୁ କିଏ ସ୍ୱୀକାର କରୁ ବା ନକରୁ, ଅନ୍ତତଃ ତାହାର ପୁନରାବୃତ୍ତି ନ ହେଉ। ଏହି ପବିତ୍ର ଦିବସର ଗରିମାକୁ ଅକ୍ଷୁର୍ଣ୍ଣ ରଖିବା ପ୍ରତି ସ୍ୱତନ୍ତ୍ର ଧ୍ୟାନ ଦିଆଯିବା ଜରୁରୀ। ଶ୍ରଦ୍ଧାଳୁଙ୍କ ସୁରକ୍ଷିତ ଯାତାୟତ ଓ ମହାସ୍ନାନ ପ୍ରତି କର୍ତ୍ତୃପକ୍ଷ ସ୍ୱତନ୍ତ୍ର ଦୃଷ୍ଟି ଦେଇପାରିଲେ ଚଳିତବର୍ଷର ମହାକୁମ୍ଭ ପାଇଁ ଯେଉଁ ସ୍ୱତନ୍ତ୍ର ଆୟୋଜନ ହୋଇଛି, ତାହା ଅନ୍ତତଃ ସାର୍ଥକ ହେବ। ଏଠାରେ ମନେରଖିବାକୁ ହେବ ଯେ ସମୟ ସ୍ଥିର କରିବ, ଆୟୋଜନ କେତେ ସଫଳ ଓ ବିଫଳ ହୋଇଛି।