ବନାଗ୍ନି ବୃଦ୍ଧି ପାଇଁ ଆମେ ହିଁ ଦାୟୀ
ଓଡ଼ିଶାରେ ବନାଗ୍ନି ବା ଜଙ୍ଗଲ ନିଆଁ ନୂଆ କଥା ନୁହେଁ। ନୂଆ କଥା ହେଉଛି ରାଜ୍ୟରେ ବନାଗ୍ନିର ପ୍ରକୋପ ବଢ଼଼ିବା ଏବଂ ଅସମୟରେ ଅର୍ଥାତ୍ ଖରାଦିନ ପୂର୍ବରୁ ଜଙ୍ଗଲରେ ନିଆଁ ଲାଗିବା। ଏ ବର୍ଷ ମଧ୍ୟ ତାହା ହିଁ ହୋଇଛି। ଜଙ୍ଗଲ ନିଆଁ ସହିତ ମଣିଷର, ବିଶେଷ କରି କାଠଚୋରଙ୍କର ସମ୍ପର୍କ ଅଧିକ ହୋଇଥିଲେ ହେଁ ଅନେକ ସମୟରେ ପ୍ରାକୃତିକ କାରଣ ଯଥା ବଜ୍ରପାତ ଓ ଗଛକୁ ଗଛ ଘସି ହୋଇ ନିଆଁ ଲାଗେ। ରାଜ୍ୟର ମୋଟ […]
ଓଡ଼ିଶାରେ ବନାଗ୍ନି ବା ଜଙ୍ଗଲ ନିଆଁ ନୂଆ କଥା ନୁହେଁ। ନୂଆ କଥା ହେଉଛି ରାଜ୍ୟରେ ବନାଗ୍ନିର ପ୍ରକୋପ ବଢ଼଼ିବା ଏବଂ ଅସମୟରେ ଅର୍ଥାତ୍ ଖରାଦିନ ପୂର୍ବରୁ ଜଙ୍ଗଲରେ ନିଆଁ ଲାଗିବା। ଏ ବର୍ଷ ମଧ୍ୟ ତାହା ହିଁ ହୋଇଛି। ଜଙ୍ଗଲ ନିଆଁ ସହିତ ମଣିଷର, ବିଶେଷ କରି କାଠଚୋରଙ୍କର ସମ୍ପର୍କ ଅଧିକ ହୋଇଥିଲେ ହେଁ ଅନେକ ସମୟରେ ପ୍ରାକୃତିକ କାରଣ ଯଥା ବଜ୍ରପାତ ଓ ଗଛକୁ ଗଛ ଘସି ହୋଇ ନିଆଁ ଲାଗେ। ରାଜ୍ୟର ମୋଟ ଭୌଗୋଳିକ ଅଞ୍ଚଳର ପ୍ରାୟ ୪୦ ଭାଗ ଜଙ୍ଗଲ ହୋଇଥିଲେ ହେଁ ଏହାର ଅଧା ଇଲାକାରେ ଘଞ୍ଚ ବନାନି ଦେଖାଯାଏ। ଏହି ଜଙ୍ଗଲାଞ୍ଚଳ ମଧ୍ୟରୁ ପାଖାପାଖି ୧୨ ଶତାଂଶ ଅଗ୍ନିପ୍ରବଣ।
ଭାରତୀୟ ଜଙ୍ଗଲ ପ୍ରାକୃତିକ କାରଣରୁ ଅଗ୍ନିପ୍ରବଣ। ଏଠାରେ ପତ୍ରଝଡ଼ା ବନ ଅଧିକ ଦେଖାଯାଏ। ବର୍ଷର ନିର୍ଦ୍ଦିଷ୍ଟ ସମୟରେ ଖରାଦିନ ପୂର୍ବରୁ ଏହି ବନାଞ୍ଚଳର ଗଛ ସବୁ ପତ୍ରଝଡ଼ାଇ ନୂଆ ପତ୍ରରେ ବିମଣ୍ଡିତ ହୋଇଥା’ନ୍ତି। ଏହି ଝରାପତ୍ର ଯୋଗୁଁ ବନାଗ୍ନି ଅଧିକ ସୃଷ୍ଟି ହୋଇଥାଏ। ଭାରତର ମୋଟ୍ ଜଙ୍ଗଲ ମଧ୍ୟରୁ ୧୦.୬୬% ଅଗ୍ନିପ୍ରବଣ ଏବଂ ଏଥିରେ ଓଡ଼ିଶା ମଧ୍ୟ ଅନ୍ତର୍ଭୁକ୍ତ। ବିଗତ କେତେବର୍ଷ ଧରି ଓଡ଼ିଶାରେ କ୍ରମାଗତ ଭାବେ ଜଙ୍ଗଲ ନିଆଁ ବଢ଼଼ୁଛି। ଏହାର ପ୍ରଭାବରେ ବନ ନଷ୍ଟ ହେବା ସହିତ ବନ୍ୟଜନ୍ତୁଙ୍କର କ୍ଷୟକ୍ଷତି ହେଉଛି। ଚଳିତବର୍ଷ ଖରାଦିନ ନ ଆସୁଣୁ ଓଡ଼ିଶାରେ ଗତ ଜାନୁଆରୀ ମାସରୁ ଏଯାଏଁ ୨୦୦ ରୁ ଅଧିକ ବନାଗ୍ନି ଦେଖାଦେଇଛି। ବିଗତବର୍ଷର ଏହି ସମୟ ତୁଳନାରେ ଏହା ଅଢ଼େଇଗୁଣରୁ ଅଧିକ। ଉପଗ୍ରହ ଚିତ୍ର ଅନୁସାରେ ରାଜ୍ୟର ଉତ୍ତର, ପଶ୍ଚିମ, ଦକ୍ଷିଣ ଓ କେନ୍ଦ୍ରାଞ୍ଚଳରେ ବନାଗ୍ନି ଦେଖାଦେଇଛି। ଅନେକ ସ୍ଥାନରେ ସୃଷ୍ଟ ବନାଗ୍ନି ଘଞ୍ଚ ଜଙ୍ଗଲାଞ୍ଚଳ ଓ ଅଗମ୍ୟ ହୋଇଥିବାରୁ ତାହାକୁ ନିୟନ୍ତ୍ରଣ କରିବା ଦୁରୁହ ବ୍ୟାପାର। ଶିମିଳିପାଳ ଜାତୀୟ ଉଦ୍ୟାନରେ ବିଗତ କେଇ ବର୍ଷ ଧରି ଯେଉଁ ବଡ଼ ଧରଣର ବନାଗ୍ନି ସୃଷ୍ଟି ହେଉଛି, ତାହାକୁ ଦେଖିବା ପରେ ମନେ ହେଉଛି ଆମର ମୂଲ୍ୟବାନ ଜଙ୍ଗଲ ସମ୍ପଦର ସ୍ଥିତି ବିପଦାପନ୍ନ।
ରାଜ୍ୟର ପ୍ରଧାନ ମୁଖ୍ୟ ବନ ସଂରକ୍ଷକଙ୍କ କହିବା କଥା ଯେ ଏବର୍ଷ ଓଡ଼ିଶାରେ ଜଙ୍ଗଲ ନିଆଁ ଅଧିକ ଭୟାନକ ହେବ। ଏଥିପାଇଁ ସେ ବର୍ଷାଭାବକୁ ଦାୟୀ କରିଛନ୍ତି। ଏହା ଅବଶ୍ୟ ସତ୍ୟ ଯେ ଗତ ଅକ୍ଟୋବର ମାସଠାରୁ ପ୍ରାୟ ପାଞ୍ଚ ମାସ ହେଲା ରାଜ୍ୟରେ ବର୍ଷା ନାହିଁ। ଖରାର ତାତି ଅସ୍ୱାଭାବିକ ଭାବେ ବଢ଼଼ୁଛି। ତେଣୁ ଜଙ୍ଗଲରେ ଏଥର ଆଗୁଆ ଅଗ୍ନିବିତ୍ପାତ ଦେଖାଦେଇଛି। ବନାଗ୍ନିକୁ ନିୟନ୍ତ୍ରଣ କରିବା ସହଜ କଥା ନୁହେଁ। ଜଙ୍ଗଲର ବ୍ୟାପକତା, ଘଞ୍ଚତା, ଅଗମ୍ୟତା ଓ ନିକଟରେ ଜଳାଭାବ ଏ କ୍ଷେତ୍ରରେ ପ୍ରଧାନ ପ୍ରତିବନ୍ଧକ ସାଜିଥାଏ। ଆହୁରି ମଧ୍ୟ ଜଙ୍ଗଲ ନିଆଁକୁ ଆୟତ୍ତ କରିବାରେ ଅତ୍ୟାଧୁନିକ ଜ୍ଞାନକୌଶଳ ଓ ସରଞ୍ଜାମର ବ୍ୟବହାର ବିଶେଷ ହେଉନାହିଁ। ତେଣୁ ଜଙ୍ଗଲ ନିଆଁକୁ ଆୟତ୍ତ କରିବା କଷ୍ଟସାଧ୍ୟ ହେଉଛି।
ଜଳବାୟୁ ପରିବର୍ତ୍ତନର ପ୍ରଭାବ ଜଙ୍ଗଲ ଓ ଏହାର ସ୍ୱାସ୍ଥ୍ୟ ଉପରେ ପଡ଼ିଛି। ବର୍ଷାଭାବ, ତାପପ୍ରବାହ ଏବଂ ଶୁଷ୍କ ପରିବେଶ ଜଙ୍ଗଲ ନିଆଁକୁ ଅଧିକ ସୁହାଉଛି। ଏଭଳି ସମୟରେ ବନାଗ୍ନିକୁ ନିୟନ୍ତ୍ରଣ କରିବାରେ କେନ୍ଦ୍ର ସରକାର ରାଜ୍ୟ ସରକାରଙ୍କୁ ଅଧିକ ପାଣ୍ଠି ଏବଂ ବୈଷୟିକ ସହଯୋଗ ଯୋଗାଇବାର ଆବଶ୍ୟକତା ରହିଛି। ଆମ ଜଙ୍ଗଲବିଭାଗ ଏବେ ଉଭୟ ଲୋକବଳ ଏବଂ ସାଧନ ଦୃଷ୍ଟିରୁ ଏ କ୍ଷେତ୍ରରେ ଦୁର୍ବଳ। ତେବେ ପ୍ରତିକୂଳ ପରିସ୍ଥିତି ଯୋଗୁଁ ଏଥର ଜଙ୍ଗଲ ନିଆଁ ବଢ଼଼ିବ କହି ଦେବାର ଅର୍ଥ ନୁହେଁ ଯେ ସରକାର ଓ ବନବିଭାଗର ଦାୟିତ୍ୱ ଶେଷ ହୋଇଗଲା। ବନାଗ୍ନିକୁ ନିୟନ୍ତ୍ରଣ କରିବା ସହ ଜଙ୍ଗଲ ଓ ବନ୍ୟଜନ୍ତୁଙ୍କ ସୁରକ୍ଷା ପ୍ରତି ମଧ୍ୟ ଦୃଷ୍ଟି ଦେବାକୁ ପଡ଼ିବ। ତା’ ନହେଲେ ରାଜ୍ୟ ବିଶେଷ କ୍ଷତିଗ୍ରସ୍ତ ହେବ।
ବନାଗ୍ନିକୁ ନିୟନ୍ତ୍ରଣ କରିବାରେ ସ୍ଥାନୀୟ ଲୋକ, ଜଙ୍ଗଲ ପାଖ ଗାଁରେ ବସବାସ କରୁଥିବା ଜନତା ଏବଂ ବନବାସୀଙ୍କୁ ଅଧିକରୁ ଅଧିକ ନିୟୋଜିତ କରାଯିବା ଆବଶ୍ୟକ। ଏହାବ୍ୟତୀତ ବିଭିନ୍ନ ସ୍ୱେଚ୍ଛାସେବୀ ସଂଗଠନ, ବନମିତ୍ର ଗୋଷ୍ଠୀର ସଦସ୍ୟ ଓ ଗ୍ରାମ କମିଟିକୁ ଏହି କାମରେ ନିୟୋଜିତ କରାଯିବା ଗୁରୁତ୍ୱପୂର୍ଣ୍ଣ। ନିକଟରେ ଓଡ଼ିଶା ସରକାର ଜଙ୍ଗଲ ନିକଟସ୍ଥ ଗ୍ରାମପୁଞ୍ଜର ଅଧିବାସୀଙ୍କୁ ଅସଂରକ୍ଷିତ ଜଙ୍ଗଲ ଅଞ୍ଚଳର ସ୍ୱତ୍ତ୍ୱାଧିକାର ପ୍ରଦାନ କରିବା ଆରମ୍ଭ କରିଛନ୍ତି। ଏହାଦ୍ୱାରା ଜଙ୍ଗଲ ନିକଟସ୍ଥ ଗ୍ରାମବାସୀମାନେ ଜଙ୍ଗଲର ସାମୂହିକ ମାଲିକାନା ପାଇବା ଯୋଗୁଁ ଜଙ୍ଗଲର ଅଧିକ ସୁରକ୍ଷା କରିପାରିବେ ଏବଂ ଜଙ୍ଗଲଜାତ କ୍ଷୁଦ୍ର ଉତ୍ପାଦରୁ ସାମୂହିକ ଆୟ ମଧ୍ୟ ପାଇବେ। ତେଣୁ ବନାଗ୍ନି ପରିସ୍ଥିତିରେ ଗ୍ରାମବାସୀମାନେ ନିକଟରେ ଥାଇ ପ୍ରାରମ୍ଭରୁ ବନାଗ୍ନି ଆରମ୍ଭ ହେବା ମାତ୍ରେ ଗ୍ରାମ ସମ୍ପତ୍ତି ମନେ କରି ଆଶୁ ପଦକ୍ଷେପ ନେଇପାରିବେ। ଅନେକ ସମୟରେ ଜଙ୍ଗଲ ପାଖ ଗାଁ ଲୋକେ ଚାଷ ଜମିର ନଡ଼ା ପୋଡ଼ିବାକୁ ସେଥିରେ ନିଆଁ ଲଗାଇବାରୁ ତାହା ଆଖପାଖ ଜଙ୍ଗଲକୁ ମଧ୍ୟ ବ୍ୟାପୁଛି। ଆହୁରି ମଧ୍ୟ କାଠ ଚୋର ଓ ବେଆଇନ କୋଇଲା ପ୍ରସ୍ତୁତକାରୀ ଜାଣିଶୁଣି ଜଙ୍ଗଲରେ ନିଆଁ ଲଗାଇଥା’ନ୍ତି। ସ୍ଥାନୀୟ ଲୋକଙ୍କ ସହଯୋଗ ଓ ସମର୍ଥନ ନ ମିଳିଲେ ଏମାନଙ୍କୁ ଜବତ କରିବା କଷ୍ଟ। ସର୍ବୋପରି ଆମ ପୁଲିସ, ଜଙ୍ଗଲ ବିଭାଗ ଓ ସରକାରୀ କର୍ମଚାରୀମାନେ ବନାଗ୍ନି ନେଇ ପ୍ରାୟତଃ ଉଦାସୀନତା ଅବଲମ୍ବନ କରନ୍ତି ଏବଂ ବିଭିନ୍ନ ବାହାନା ଦେଖାଇ ନିଜର ଦାୟିତ୍ୱ ଏଡ଼ାଇ ଯାଇଥା’ନ୍ତି।
ଜଳବାୟୁ ପରିବର୍ତ୍ତନ ପରିପ୍ରେକ୍ଷୀରେ ବନାଗ୍ନିକୁ ରୋକିବା ସହିତ ଜଙ୍ଗଲ କ୍ଷୟର ମୁକାବିଲା ପାଇଁ କେନ୍ଦ୍ରୀୟ ସ୍ତରରେ ନୂଆ ନୀତି ଓ ଯୋଜନାର ଆବଶ୍ୟକତା ରହିଛି। ଯେଉଁ ପରିଶ୍ରମ ଓ ଅର୍ଥ ଖର୍ଚ୍ଚ କରି ସରକାର ଜଙ୍ଗଲାଞ୍ଚଳ ବୃଦ୍ଧି କରୁଛନ୍ତି, ତାହାକୁ ବନାଗ୍ନିରେ ନଷ୍ଟ କରି ଦିଆଯାଇ ନ’ପାରେ। ଏବେ ଶିଳ୍ପ ଓ ଅର୍ଥନୀତିକୁ ଅଙ୍ଗାରମୁକ୍ତ କରି ସବୁଜ କରିବା ଉପରେ ଗୁରୁତ୍ୱ ଦିଆଯାଉଛି। ଏହି ପ୍ରକ୍ରିୟାରେ ଏବେ ଅସ୍ୱଚ୍ଛ ଇନ୍ଧନ ଯୋଗୁଁ ପରିବେଶକୁ ଯେଉଁ କ୍ଷତିକାରକ ଗ୍ୟାସ ଏବଂ ଅଙ୍ଗାରକାମ୍ଳ ମିଳୁଛି, ତାହାକୁ ଶୋଷଣ କରିବା ପାଇଁ ଜଙ୍ଗଲର ଆବଶ୍ୟକତା ଅପରିହାର୍ଯ୍ୟ। ଜଙ୍ଗଲର ସବୁଜ ପରିବେଶ ଅଙ୍ଗାରକାମ୍ଳ ବାଷ୍ପର ଆହରଣର ଶ୍ରେଷ୍ଠ କ୍ଷେତ୍ର, ଯାହାକୁ କାର୍ବନ ସିଙ୍କିଂ କୁହାଯାଉଛି। ଏଭଳି ସ୍ଥିତିରେ ଜଙ୍ଗଲର ସୁରକ୍ଷା ସ୍ୱତନ୍ତ୍ର ଯୋଜନା ଓ ପଦକ୍ଷେପ ଲୋଡ଼େ। ତେଣୁ ଜଙ୍ଗଲ ନିଆଁକୁ ଅଗ୍ରାଧିକାର ଭିତ୍ତିରେ ନିୟନ୍ତ୍ରଣ କରିବାକୁ ପଡ଼ିବ। ପାର୍ଶ୍ବବର୍ତ୍ତୀ ଜନସହଯୋଗ, ନିକଟସ୍ଥ ଗ୍ରାମବାସୀଙ୍କୁ ସ୍ୱତ୍ତ୍ୱାଧିକାର, ବନାଗ୍ନି ପ୍ରଶମନ ପାଇଁ ଜଙ୍ଗଲ କର୍ମଚାରୀଙ୍କ ବିଶେଷ ପ୍ରଶିକ୍ଷଣ, ନୂତନ ପ୍ରଯୁକ୍ତି ବିଦ୍ୟାର ପ୍ରୟୋଗ, ଜଙ୍ଗଲ କଟା ଓ ବନ୍ୟପଶୁ ଶିକାର ବିରୁଦ୍ଧରେ ‘ଶୂନ୍ୟ ସହନଶୀଳତା’ର ଭିତ୍ତି ତଥା ସର୍ବୋପରି ଉଚ୍ଚ ପ୍ରଶାସନିକ ସ୍ତରରେ ଦୂରଦୃଷ୍ଟି ସମ୍ପନ୍ନ ପ୍ରସ୍ତୁତି ଓ ତତ୍ତ୍ୱାବଧାନ ବନାଗ୍ନିକୁ ସୀମିତ କରିବା ପାଇଁ ନିଶ୍ଚୟ ସକ୍ଷମ ହେବ।