ଏନ୍‌‌ଡିଏ ବିରୋଧରେ ବେଙ୍ଗାଲୁରୁରେ ବ୍ୟୂହ ରଚନା

The Sakala Picture
Published On

ସମ୍ପ୍ରତି ଭାରତର ରାଜନୈତିକ ପ୍ରତିଦ୍ୱନ୍ଦ୍ୱିତାର ଆଧାର ଶିଳା ହେଉଛି ଶତ୍ରୁର ଶତ୍ରୁ ହିଁ ମିତ୍ର। ଏହାପଛର ଥିବା ମୁଖ୍ୟ ଉଦ୍ଦେଶ୍ୟ କେବଳ ଯେ ଦଳୀୟ କ୍ଷମତା ଓ ସ୍ୱାର୍ଥ ହାସଲରେ ନିହିତ ତାହା ବୁଝାଇ କହିବା ଆବଶ୍ୟକ ନାହିଁ। ନିକଟରେ ମହାରାଷ୍ଟ୍ର ବିଧାନସଭାରେ ଶିବସେନା ଓ ଏନ୍‌‌ସିପି ବିଧାୟକଙ୍କ ଦଳ ଭଙ୍ଗ ରାଜନୀତିରେ ଏହାର କିଛିଟା ଝଲକ୍‌‌ ଦେଖିବାକୁ ମିଳିଥିବା ବେଳେ ଆଉ ଏକ ପ୍ରକରଣ ଆସନ୍ତା କିଛି ଘଣ୍ଟା ମଧ୍ୟରେ ଘଟିବାକୁ ଯାଉଛି। ଆଜି ଓ […]

ସମ୍ପ୍ରତି ଭାରତର ରାଜନୈତିକ ପ୍ରତିଦ୍ୱନ୍ଦ୍ୱିତାର ଆଧାର ଶିଳା ହେଉଛି ଶତ୍ରୁର ଶତ୍ରୁ ହିଁ ମିତ୍ର। ଏହାପଛର ଥିବା ମୁଖ୍ୟ ଉଦ୍ଦେଶ୍ୟ କେବଳ ଯେ ଦଳୀୟ କ୍ଷମତା ଓ ସ୍ୱାର୍ଥ ହାସଲରେ ନିହିତ ତାହା ବୁଝାଇ କହିବା ଆବଶ୍ୟକ ନାହିଁ। ନିକଟରେ ମହାରାଷ୍ଟ୍ର ବିଧାନସଭାରେ ଶିବସେନା ଓ ଏନ୍‌‌ସିପି ବିଧାୟକଙ୍କ ଦଳ ଭଙ୍ଗ ରାଜନୀତିରେ ଏହାର କିଛିଟା ଝଲକ୍‌‌ ଦେଖିବାକୁ ମିଳିଥିବା ବେଳେ ଆଉ ଏକ ପ୍ରକରଣ ଆସନ୍ତା କିଛି ଘଣ୍ଟା ମଧ୍ୟରେ ଘଟିବାକୁ ଯାଉଛି। ଆଜି ଓ ଆସନ୍ତା କାଲି ବେଙ୍ଗାଲୁରୁଠାରେ ଅନୁଷ୍ଠିତ ହେବାକୁ ଯାଉଥିôବା ୨୪ ରାଜନୈତିକ ଦଳଙ୍କର ବିଜେପି ବିରୋଧୀ ଏକତା ମଞ୍ଚର ଦ୍ୱିତୀୟ ପର୍ଯ୍ୟାୟ ବୈଠକରେ କଂଗ୍ରେସ କେନ୍ଦ୍ର ସରକାରଙ୍କ ଦିଲ୍ଲୀ ଅଧ୍ୟାଦେଶକୁ ବିରୋଧ କରିବ ଏବଂ ଆମ୍‌‌ ଆଦ୍‌‌ମି ପାର୍ଟି ବୈଠକରେ ଯୋଗଦେବେ ବୋଲି ସ୍ପଷ୍ଟ ହୋଇଛି। ଆସନ୍ତା ୨୦୨୪ ସାଧାରଣ ନିର୍ବାଚନ ପରିପ୍ରେକ୍ଷୀରେ ଅପେକ୍ଷାକୃତ ଭଲ ସ୍ଥିତିରେ ଥିବା ଏନ୍‌‌ଡିଏ ବିରୋଧରେ ବିରୋଧୀ ରାଜନୈତିକ ଦଳଗୁଡ଼ିକ ଏକାଠୀ ହୋଇ ଲଢ଼ିବା ପାଇଁ ପାଟ୍‌‌ନାଠାରେ ଗତ ଜୁନ୍‌‌ ୨୩ ତାରିଖରେ ଆୟୋଜିତ ସଂକଳ୍ପ ସମାବେଶରେ ଆପ୍‌‌ ଦିଲ୍ଲୀ ଅଧ୍ୟାଦେଶକୁ ଦଳମତନିର୍ବିଶେଷରେ ବିରୋଧ କରିବା ପାଇଁ ଏକ ପ୍ରସ୍ତାବ ଆଣିଥିଲା। କିନ୍ତୁ ଏହି ପ୍ରସ୍ତାବକୁ ମୁଖ୍ୟ ବିରୋଧୀ ଦଳ କଂଗ୍ରେସ ସମେତ ଅନ୍ୟ କେତେକ ରାଜନୈତିକ ଦଳ ବିରୋଧ କରିଥିଲେ, ଯାହା ବିଜେପି ନେତୃତ୍ୱାଧୀନ ଏନ୍‌‌ଡିଏକୁ ପରୋକ୍ଷରେ ସୁହାଇଥିଲା। ତେଣୁ କଂଗ୍ରେସ ଯଦି ଦିଲ୍ଲୀ ଅଧ୍ୟାଦେଶକୁ ବିରୋଧ ନ କରିବ ତେବେ ବେଙ୍ଗାଲୁରୁ ବୈଠକରେ ଯୋଗ ଦେବେ ନାହିଁ ବୋଲି ଆପ୍‌‌ ସେତେବେଳେ ଘୋଷଣା କରିଥିଲା। କିନ୍ତୁ ବୈଠକ ଅବ୍ୟବହିତ ପୂର୍ବରୁ ଏହି ବହୁଚର୍ଚ୍ଚିତ ଓ ବିବାଦୀୟ ଅଧ୍ୟାଦେଶକୁ କଂଗ୍ରେସ ବିରୋଧ କରିବ ବୋଲି ଘୋଷଣା କରିବା ପରେ ଆପ୍‌‌ ମଧ୍ୟ ବୈଠକରେ ଯୋଗ ଦେବ ବୋଲି ଘୋଷଣା କରିଛି।

ସମ୍ପ୍ରତି ଦେଶର ବିଭିନ୍ନ ଦଳର ରାଜନୈତିକ ସ୍ଥିତିକୁ ଅନୁଧ୍ୟାନ କଲେ ସ୍ପଷ୍ଟ ଜଣାପଡ଼ୁଛି ଯେ ୨୦୨୪ ସାଧାରଣ ନିର୍ବାଚନରେ ଜାତୀୟ ସ୍ତରରେ କୌଣସି ଦଳ ଏକାକୀ ବିଜେପି ନେତୃତ୍ୱାଧୀନ ଏନ୍‌‌ଡିଏର ମୁକାବିଲା କରିବା ସ୍ଥିତିରେ ନାହାନ୍ତି। ଆଞ୍ଚଳିକ ଦଳଗୁଡ଼ିକ ନିଜ ନିଜ ରାଜ୍ୟରେ କ୍ଷମତାରେ ଥିଲେ ମଧ୍ୟ କେନ୍ଦ୍ରରେ କ୍ଷମତା ହାସଲ କରିପାରିବେ ନାହିଁ। ଅପରପକ୍ଷରେ ଦେଶର ସର୍ବପୁରାତନ ଜାତୀୟ ଦଳ କଂଗ୍ରେସ ଏକାକୀ କେନ୍ଦ୍ରରେ କ୍ଷମତା ହାସଲ ସ୍ଥିତିରେ ନାହିଁ କିମ୍ବା ସେହି ଦଳର ଛତ୍ରଛାୟାରେ ସବୁ ରାଜନୈତିକ ବିରୋଧୀ ଦଳ ନିର୍ବାଚନ ଲଢ଼ିବା ପାଇଁ ପ୍ରସ୍ତୁତ ନୁହନ୍ତି। ଏଭଳି ପରିସ୍ଥିତିରେ ବିରୋଧୀ ରାଜନୈତିକ ଦଳଗୁଡ଼ିକ ମଧ୍ୟରେ ଆଦର୍ଶଗତ ସମାନତା ନଥିବାରୁ କେବଳ ସାମୟିକ ବୁଝାମଣା, ନିର୍ବାଚନୀ ସାଲିସ୍‌‌ ଓ ପାରସ୍ପରିକ ବିରୋଧକୁ ଅନେକାଂଶରେ ଅଣଦେଖା କରି ଏକକ ଶତ୍ରୁ ସାଙ୍ଗରେ ଲଢ଼ିବା ପାଇଁ ଏକତ୍ରିତ ହେଉଛନ୍ତି। କିନ୍ତୁ ବିରୋଧୀ ରାଜନୈତିକ ଦଳଗୁଡ଼ିକର ନେତାମାନଙ୍କର କ୍ଷମତା ଓ ପ୍ରଚ୍ଛନ୍ନ ତଥା ସ୍ପଷ୍ଟ ପଦବୀ ଲାଳସା ଯୋଗୁଁ ତୃତୀୟ ସାମ୍ମୁଖ୍ୟ ନିର୍ଦ୍ଦିଷ୍ଟ ରୂପ ନେଇପାରୁନାହିଁ। ଏହାଛଡ଼ା ବିରୋଧୀ ଦଳମାନଙ୍କ ମଧ୍ୟରେ ଥିବା ପୂର୍ବ ତିକ୍ତତା ତୃତୀୟ ସାମ୍ମୁଖ୍ୟ ଗଠନରେ ଆଉ ଏକ ବାଧକ ହେଉଛି, ଯାହାର ଝଲକ୍‌‌ ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାରଙ୍କ ଆବାହକତ୍ୱରେ ପାଟ୍‌‌ନାଠାରେ ଅନୁଷ୍ଠିତ ସଂକଳ୍ପ ବୈଠକରେ କିଛିଟା ଦେଖିବାକୁ ମିଳିଥିଲା। ବିଜେପି ବିରୋଧରେ ଏକାଠୀ ହେବାକୁ ହେଲେ କେନ୍ଦ୍ରର ନୀତି ଜନବିରୋଧୀ ବୋଲି ଭୋଟରମାନଙ୍କୁ ବୁଝାଇ ସମ୍ମିଳିତ ବିରୋଧାଭାସ ସୃଷ୍ଟି କରିବାକୁ ପଡ଼ିବ। ଏହି ଆଳରେ ଆପ୍‌‌ ବହୁଚର୍ଚ୍ଚିତ ଦିଲ୍ଲୀ ଅଧ୍ୟାଦେଶ ବିରୋଧରେ ଜନମତ ସୃଷ୍ଟି ପାଇଁ ଏହି ପ୍ରସଙ୍ଗ ବୈଠକରେ ଉତ୍‌‌ଥାପନ କରିଥିଲା। କିନ୍ତୁ ଆପ୍‌‌ ସହିତ ପୂର୍ବ ତିକ୍ତତା ଓ ରାଜନୈତିକ ବିରୋଧାଭାସ ଯୋଗୁଁ କଂଗ୍ରେସ ଓ ଜାମ୍ମୁକାଶ୍ମୀର ନ୍ୟାଶ୍‌‌ନାଲ୍‌‌ କନ୍‌‌ଫେରେନ୍ସ ଏହି ପ୍ରସ୍ତାବକୁ ଖୋଲାଖୋଲି ବିରୋଧ କରିଥିଲେ। ଏଥିରୁ ବିରୋଧୀ ଦଳର ନେତାମାନଙ୍କର ଆଭିମୁଖ୍ୟ ଯେ ଜାତୀୟ ସ୍ୱାର୍ଥ ନୁହେଁ, ଦଳୀୟ ସ୍ୱାର୍ଥ ପ୍ରତି ଅଧିକ ସମର୍ପିତ ତାହା ସ୍ପଷ୍ଟ ହୋଇଯାଇଥିଲା। ତାହା ସହିତ ତୃତୀୟ ସାମ୍ମୁଖ୍ୟର ଭବିଷ୍ୟତ ଘେନି ମଧ୍ୟ ପ୍ରଶ୍ନବାଚୀ ସୃଷ୍ଟି ହୋଇଥିଲା।

ଏହି ପରିପ୍ରେକ୍ଷୀରେ ବିରୋଧୀ ଦଳମାନଙ୍କର ଆଗାମୀ ବୈଠକର ସମ୍ଭାବନା ଉପରେ ଆଉ ଏକ ପ୍ରଶ୍ନ ଚିହ୍ନ ଲାଗିଯାଇଥିଲା, ଯେତେବେଳେ ଖୋଦ୍‌‌ ଆବାହକ ଶରଦ୍‌‌ ପାୱାରଙ୍କ ନିଜ ଦଳ ଏନ୍‌‌ସିପି ଦୁଇ ଫାଳ ହୋଇଯାଇଥିଲା। ଶରଦ୍‌‌ ପାୱାର ନାମକୁ ମାତ୍ର ଏନ୍‌‌ସିପିର ସଭାପତି ହୋଇ ରହିଯାଇଥିବାବେଳେ ଦଳର ସଂଖ୍ୟାଧିକ ସଦସ୍ୟ ବିଜେପି ସମର୍ଥିତ ମହାରାଷ୍ଟ୍ର ସରକାରରେ ଯୋଗ ଦେଇଛନ୍ତି। ମହାରାଷ୍ଟ୍ରର ଘଟଣା ପରେ ବିହାର ମୁଖ୍ୟମନ୍ତ୍ରୀ ତଥା ଜେଡିୟୁ ନେତା ନୀତୀଶ କୁମାର ମଧ୍ୟ ବାଧ୍ୟବାଧକତାରେ ପୁଣି ଥରେ ଏନ୍‌‌ଡିଏରେ ଯୋଗ ଦେଇପାରନ୍ତି ବୋଲି କଳ୍ପନା ଜଳ୍ପନା ପ୍ରକାଶ ପାଇଥିଲା। ଇତିମଧ୍ୟରେ ତାଙ୍କର ଜଣେ ସହଯୋଗୀ ଦଳର ନେତା ତଥା ବିହାରର ପୂର୍ବତନ ମୁଖ୍ୟମନ୍ତ୍ରୀ ଜୀତନ୍‌‌ ମାଝି ନୀତୀଶ ସରକାରରୁ ବାହାରି ଯାଇଛନ୍ତି। ତେଣୁ ଜୁଲାଇ ୧୭ ତାରିଖରେ ଆହୂତ ବିରୋଧୀ ଦଳଙ୍କ ବୈଠକର ଭବିଷ୍ୟତ ନେଇ ଆଶଙ୍କା ପ୍ରକାଶ ପାଇଥିଲା।

ତେବେ ଆପଣା ମଧ୍ୟରେ ଲଢ଼େଇ କରି ଲାଭ ନାହିଁ, ବରଂ ପୂର୍ବ ତିକ୍ତତା ଓ ରାଜନୈତିକ ଶତ୍ରୁତାକୁ ଭୁଲି ଏକ ସାମୂହିକ ସ୍ୱାର୍ଥ ପାଇଁ ଏକାଠୀ ହେବା ହିଁ ବୁଦ୍ଧିମାନର କାର୍ଯ୍ୟ ବୋଲି ବିଳମ୍ବରେ ହେଲେ ମଧ୍ୟ ବିରୋଧୀଦଳମାନେ ବୋଧହୁଏ ବୁଝିପାରିଛନ୍ତି। ଏହି କାରଣରୁ ବୈଠକର କିଛି ଘଣ୍ଟା ପୂର୍ବରୁ ଆପ୍‌‌ ଦ୍ୱାରା ଆଗତ ଦିଲ୍ଳୀ ଅଧ୍ୟାଦେଶ ବିରୋଧ ପ୍ରସ୍ତାବକୁ ସମର୍ଥନ କରିବ ବୋଲି କଂଗ୍ରେସ ଘୋଷଣା କରି କହିଛି ଯେ କେବଳ ଦିଲ୍ଳୀ ଅଧ୍ୟାଦେଶ ନୁହେଁ, ବିଜେପିର ଗଣତନ୍ତ୍ର ଓ ସମ୍ବିଧାନ ବିରୋଧୀ ସମସ୍ତ ନୀତିକୁ କଂଗ୍ରେସ ବିରୋଧ କରିବ। ଏହା ଅବଶ୍ୟ ସ୍ୱୀକାର କରିବାକୁ ହେବ ଯେ ଏବେ ମଧ୍ୟ କଂଗ୍ରେସ ହିଁ ଜାତୀୟ ସ୍ତରରେ ବିଜେପିର ମୁକାବିଲା କରିବାର କିଛିଟା ଯୋଗ୍ୟତା ରଖିଛି ଏବଂ କେତେକ ରାଜ୍ୟରେ ଦଳ ଶାସନ କ୍ଷମତାରେ ରହିଛି। ତେଣୁ କଂଗ୍ରେସକୁ ବାଦ୍‌‌ ଦେଇ ଦ୍ୱିତୀୟ କିମ୍ବା ତୃତୀୟ ସାମ୍ମୁଖ୍ୟର ପରିକଳ୍ପନା ସମ୍ଭବ ନୁହେଁ। ଏହି ପୃଷ୍ଠଭୂମିରେ କଂଗ୍ରେସର ସମର୍ଥନ ପରେ ହୁଏତ ଅନ୍ୟ ରାଜନୈତିକ ଦଳ ମଧ୍ୟ ‘ଶତ୍ରୁର ଶତ୍ରୁ ହିଁ ମିତ୍ର’ ନ୍ୟାୟରେ ଆପ୍‌‌କୁ ସମର୍ଥନ କରିପାରନ୍ତି ଏବଂ ଏହାଦ୍ୱାରା ଏନ୍‌‌ଡିଏ ବିରୋଧୀ ଅଭିଯାନ ଅଧିକ ସଶକ୍ତ ହୋଇପାରେ।

ଆଗୁଆ ରାଜନୈତିକ ଦଳମାନଙ୍କର ଘନଘନ ଦଳ ବଦଳ ଓ ‘ଆୟା ରାମ-ଗୟା ରାମ’ ଖେଳକୁ ଜଣେ ସାଧାରଣ ଭୋଟର କିଭଳି ଦେଖୁଛି ତା’ର ବୋଧେ କେହି ଆକଳନ କରୁ ନାହାନ୍ତି। ଜାତି-ଧର୍ମ-ଅଞ୍ଚଳ-ରାଜ୍ୟ ଆଦି ବିଭିନ୍ନତାର ପରିଚୟକୁ ନେଇ ରାଜନୀତି କରୁଥିବା ଦଳମାନେ ନିର୍ବାଚନୀ ଅଙ୍କ କଷି ଦଳୀୟ ଗୋଟି ଚାଳନା କରୁଛନ୍ତି। ବିଶେଷକରି ମୁଖ୍ୟ ବିରୋଧୀ ଦଳଗୁଡ଼ିକ ‘ସମାନ ସର୍ବନିମ୍ନ କାର୍ଯ୍ୟ ଯୋଜନା’ ବା କୌଣସି ନୀତିଗତ ଅନୁବନ୍ଧନର ତର୍କକୁ ସମ୍ପୂର୍ଣ୍ଣ ଏଡ଼ାଇ ଯାଉଛନ୍ତି, ଏହା ସାଧାରଣ ତଥା ନିରପେକ୍ଷ ଭୋଟରମାନଙ୍କ ପ୍ରତି ଏକ କ୍ରୂର ଉପହାସ ଛଡ଼ା ଅନ୍ୟକିଛି ନୁହେଁ। ଅଳ୍ପକେତୋଟି ମୁଖ୍ୟ ରାଜନୈତିକ ଦଳକୁ ଛାଡ଼ିଦେଲେ ଦଳଗୁଡ଼ିକର ନିର୍ବାଚନୀ ଇସ୍ତାହାରକୁ କାମରେ ଲଗାଇବା ତ ଦୂରର କଥା ଯେନତେନ ପ୍ରକାରେଣ ତାଳିପକା ସରକାର ଗଠନ ପରେ ନିର୍ବାଚନୀ ଇସ୍ତାହାରର ମୂଲ୍ୟ ବା କ’ଣ ରହିଯାଉଛି! ତେଣୁ ଭୋଟ ରାଜନୀତିରେ ଏବଂ ବିଶେଷକରି ଭୋଟ ବ୍ୟାଙ୍କ ରାଜନୀତିରେ ଜନମତ ଆଉ ଶାସନ ଯୋଗ୍ୟତା ନିର୍ଦ୍ଧାରଣର ପ୍ରଭାବୀ ସୂତ୍ର ହୋଇ ରହିନାହିଁ। ଅପ୍ରତ୍ୟକ୍ଷ ଗଣତନ୍ତ୍ରରେ ପୂର୍ଣ୍ଣବହୁମତ ସରକାରର ବୁଲ୍‌‌ଡୋଜର ହେଉ କିମ୍ବା ଗୋଳିଆ ମଇଳା ରାଜନୀତିରେ ପଛଦୁଆର ବାଟେ କ୍ଷମତା ହାସଲ କରିବା ହେଉ, ଉଭୟ ଅବସ୍ଥାରେ ଜନତାର ମତ କେତେ କ୍ଷମତା ଲଢ଼େଇରେ ପ୍ରତିଫଳିତ ହେଉଛି, ତା’ ମା’ ଗଙ୍ଗେ ଜାଣନ୍ତି!

17 Jul 2023 By The Sakala

https://www.thesakala.in/sakala-editorial/sakala-editorial-17-07-2023/article-23563
Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର