ଲୋକସଭା ଭିତରେ ଧୂଆଁବାଣ ଆକ୍ରମଣ ଘୋର ଉଦ୍‌‌ବେଗଜନକ; ସାର୍ବଭୌମ ସଂସଦର ସୁରକ୍ଷା ସର୍ବାଗ୍ରେ

The Sakala Picture
Published On

ଆମ ସଂସଦ ଭବନ ଗଣତନ୍ତ୍ରର ସର୍ବୋଚ୍ଚ ପୀଠ। ଲୋକତାନ୍ତ୍ରିକ ବିଚାର ଓ ଆଲୋଚନାର ଏହା ଏକ ପବିତ୍ର ରାଷ୍ଟ୍ରୀୟ ପଞ୍ଚାୟତ, ଯେଉଁଠି ଦେଶର ଆଇନ ପ୍ରଣୟନ ହୁଏ ଓ ଶାସନର ଦିଗ ନିର୍ଦ୍ଦେଶ ଲୋକପ୍ରତିନିଧିଙ୍କ ନିଷ୍ପତ୍ତିକ୍ରମେ ସରକାର କର୍ତ୍ତୃକ କାର୍ଯ୍ୟକାରୀ ହୁଏ। ସୁତରାଂ ଗଣତନ୍ତ୍ରର ଏହି ଅତି ଗୁରୁତ୍ୱପୂର୍ଣ୍ଣ ସ୍ଥାନର ମର୍ଯ୍ୟାଦା ତଥା ସୁରକ୍ଷା ସର୍ବାଗ୍ରେ ରହିଥାଏ। ଗଣତନ୍ତ୍ରର ଏହି ମନ୍ଦିର ଉପରେ ଆକ୍ରମଣର ଅର୍ଥ ଦେଶର ଆତ୍ମା ଉପରେ କୁଠାରଘାତ ସଦୃଶ। ୨୦୦୧ ଡିସେମ୍ବର ୧୩ରେ […]

ଆମ ସଂସଦ ଭବନ ଗଣତନ୍ତ୍ରର ସର୍ବୋଚ୍ଚ ପୀଠ। ଲୋକତାନ୍ତ୍ରିକ ବିଚାର ଓ ଆଲୋଚନାର ଏହା ଏକ ପବିତ୍ର ରାଷ୍ଟ୍ରୀୟ ପଞ୍ଚାୟତ, ଯେଉଁଠି ଦେଶର ଆଇନ ପ୍ରଣୟନ ହୁଏ ଓ ଶାସନର ଦିଗ ନିର୍ଦ୍ଦେଶ ଲୋକପ୍ରତିନିଧିଙ୍କ ନିଷ୍ପତ୍ତିକ୍ରମେ ସରକାର କର୍ତ୍ତୃକ କାର୍ଯ୍ୟକାରୀ ହୁଏ। ସୁତରାଂ ଗଣତନ୍ତ୍ରର ଏହି ଅତି ଗୁରୁତ୍ୱପୂର୍ଣ୍ଣ ସ୍ଥାନର ମର୍ଯ୍ୟାଦା ତଥା ସୁରକ୍ଷା ସର୍ବାଗ୍ରେ ରହିଥାଏ। ଗଣତନ୍ତ୍ରର ଏହି ମନ୍ଦିର ଉପରେ ଆକ୍ରମଣର ଅର୍ଥ ଦେଶର ଆତ୍ମା ଉପରେ କୁଠାରଘାତ ସଦୃଶ। ୨୦୦୧ ଡିସେମ୍ବର ୧୩ରେ ଭାରତର ପୁରୁଣା ସଂସଦ ଭବନ ଉପରେ ପାକିସ୍ତାନ ଦ୍ୱାରା ପ୍ରାୟୋଜିତ ଆତଙ୍କବାଦୀ ଆକ୍ରମଣ ହୋଇଥିଲା। ଏଥିରେ ୧୪ ଜଣ ସୁରକ୍ଷାକର୍ମୀ ସହିଦ ହୋଇଥିଲେ ସତ; କିନ୍ତୁ ଆତଙ୍କବାଦୀମାନଙ୍କ ଆକ୍ରମଣକୁ ପଣ୍ଡ କରିବାରେ ସଫଳ ହୋଇଥିଲେ। ଏହା ଆମ ଦେଶର ସଂସଦ ଭବନର ସୁରକ୍ଷାରେ ପ୍ରଥମ ତଥା ଏକ ଗୁରୁତର ସୁରକ୍ଷାଜନିତ ତ୍ରୁଟି ଥିଲା। ବିଡ଼ମ୍ବନା ହେଉଛି ଯେ ସେହି ଘଟଣାର ୨୨ତମ ବର୍ଷ ପୂର୍ତ୍ତି ଦିନ ୨୦୨୩ ଡିସେମ୍ବର ୧୩ ତାରିଖରେ ନୂଆ ସଂସଦ ଭବନରେ ଏଭଳି ଏକ ଗୁରୁତର ସୁରକ୍ଷାଜନିତ ତ୍ରୁଟି ପୁନର୍ବାର ଘଟିଛି। ଏହା ଯଦିଓ ଆତଙ୍କବାଦୀ ଘଟଣା ନୁହେଁ ବୋଲି ଆପାତତଃ ଜଣାପଡ଼ୁଛି, ତଥାପି ସଂସଦର ସୁରକ୍ଷା ବ୍ୟବସ୍ଥାରେ ଯେ ଗୁରୁତର ଦୁର୍ବଳତା ରହିଛି ତାହା ପଦାରେ ପକାଇ ଦେଇଛି।

କର୍ଣ୍ଣାଟକର ଜଣେ ବିଜେପି ସାଂସଦଙ୍କ ମାର୍ଫତରେ ‘ପରିଦର୍ଶୀ ଅନୁମତିପତ୍ର୍‌‌’ ଧରି ଆସିଥିବା ଦୁଇଜଣ ଯୁବକ ଦର୍ଶକ ଗ୍ୟାଲେରିରୁ ଲୋକସଭା ଭିତରକୁ ଲମ୍ଫ ପ୍ରଦାନ କରି ସାଥିରେ ଆଣିଥିବା ରଙ୍ଗୀନ୍‌‌ ଧୂଆଁ ବାଣ ଫୁଟାଇବାରୁ ଭବନ ପରିସର ଧୂମାଭ ହେବା ସହ ଗୃହରେ ଉପସ୍ଥିତ ସଦସ୍ୟମାନେ ଭୟଭୀତ ହୋଇପଡ଼ିଥିଲେ। ତେବେ କିଛି ସାଂସଦ ସାହସ କରି ଦୁଇଜଣଙ୍କୁ କାବୁ କରିଥିବା ବେଳେ ଭବନ ବାହାରେ ସେ ଦୁଇଜଣଙ୍କର ଅନ୍ୟ ଦୁଇ ସହଯୋଗୀଙ୍କୁ ଦିଲ୍ଲୀ ପୁଲିସ୍‌‌ ଗିରଫ କରିଛି ଏବଂ ଅନ୍ୟଜଣେ ଖସି ପଳାଇ ଯାଇଛି। ୨୦୦୧ ତୁଳନାରେ ୨୦୨୩ ଡିସେମ୍ବର ୧୩ ସଂସଦ ଆକ୍ରମଣ ଘଟଣାର ବର୍ବରତା ଓ ଭୟାବହତା କମ୍‌‌ ଏବଂ ପୃଷ୍ଠଭୂମି ଭିନ୍ନ। ଏହା ଏକ ବିରଳ ସଂଯୋଗ ହୋଇପାରେ। କାରଣ ଧରାପଡ଼ିଥିବା ଯୁବକ ଦ୍ୱୟ କହିଛନ୍ତି ଯେ ସେମାନେ ଆତଙ୍କବାଦୀ ନୁହନ୍ତି କିମ୍ବା କୌଣସି ଆତଙ୍କବାଦୀ ସଂଗଠନ ସହିତ ସେମାନଙ୍କର ସମ୍ପର୍କ ନାହିଁ। ସରକାରଙ୍କ ବିରୁଦ୍ଧରେ ନିଜର ପ୍ରତିବାଦ ଜଣାଇବାକୁ ସେମାନେ ଏଭଳି କାମ କରିଛନ୍ତି।

ସନ୍ଦିଗ୍ଧ ଯୁବକ ଦ୍ୱୟଙ୍କ ବୟାନ କେତେଦୂର ସତ ତାହା ଏବେ କହିବା କଷ୍ଟ; କାରଣ କାନାଡ଼ାର ଶିଖ ଆତଙ୍କବାଦୀ ଓ ଖଲିସ୍ଥାନୀ ଆନ୍ଦୋଳନର ନେତା ଗୁରପତ୍‌‌ୱନ୍ତ ସିଂହ ପନ୍ନୁନ୍‌‌ର ଧମକ ଏହି ଘଟଣା ପରିପ୍ରେକ୍ଷୀରେ ବିଶେଷ ତାତ୍ପର୍ଯ୍ୟ ବହନ କରେ। ସେ କିଛିଦିନ ତଳେ କହିଥିଲା ଯେ ଭାରତୀୟ ପାର୍ଲାମେଣ୍ଟ ଉପରେ ଡିସେମ୍ବର ୧୩ କିମ୍ବା ତା’ପୂର୍ବରୁ ବଡ଼ ଧରଣର ଆକ୍ରମଣ କରାଯିବ। ଯାହା ଘଟିଲା ତାହା ସଂଯୋଗ ହୋଇଥିଲେ ହେଁ ଗୁରୁତର। ଯେଉଁ ଯୁବକଦ୍ୱୟ ସଂସଦଭବନ ଭିତରକୁ ଲମ୍ଫ ପ୍ରଦାନ କରି ଧୂଆଁବାଣ ବିସ୍ଫୋରଣ ଘଟାଇଲେ, ସେଥିରେ ଯଦି ବିଷାକ୍ତ ଗ୍ୟାସ୍‌‌ ଥାଆନ୍ତା, ତା’ହେଲେ ପରିଣାମ କେତେ ଭୟାବହ ହୋଇଥା’ନ୍ତା, ତାହା ସହଜେ ଅନୁମେୟ।

ଗିରଫ ଜଣେ ଯୁବକ କହିଛି ଯେ ସେ ପୂର୍ବରୁ ସଂସଦଭବନକୁ ସାଂସଦଙ୍କ ଅନୁମତି ନେଇ ଆସି ନିରାପତ୍ତା ବ୍ୟବସ୍ଥାର ବିଭିନ୍ନ ଦିଗ ଭଲ ଭାବେ ଅନୁଧ୍ୟାନ କରିଥିଲା। ସୁରକ୍ଷାକର୍ମୀମାନେ ପରିଦର୍ଶୀଙ୍କ ପୋଷାକପତ୍ର ତନ୍ନ ତନ୍ନ କରି ପରୀକ୍ଷା କରୁଥିବା ବେଳେ ପିନ୍ଧିଥିବା ଜୋତାକୁ ପରୀକ୍ଷା କରୁ ନ ଥିଲେ। ତେଣୁ ଧୂଆଁବାଣ ବା ଗ୍ୟାସ୍‌‌ ନଳୀଡବାକୁ ସେମାନେ ଜୋତାଭିତରେ ପୂରାଇ ଆଣିଥିଲେ। ଏହା ନିଶ୍ଚିତ ସଂସଦୀୟ ନିରାପତ୍ତାରେ ଏକ ବଡ଼ଧରଣର ତ୍ରୁଟି। ସାଂସଦମାନଙ୍କ ନିରାପତ୍ତାକୁ ଆମେ କସ୍ମିନକାଳେ ନ୍ୟୂନ କରିପାରିବା ନାହିଁ। ଏହି ଘଟଣାରେ ବିପଜ୍ଜନକ ମାରଣାସ୍ତ୍ର ବ୍ୟବହାର ହୋଇ ନଥିଲେ ମଧ୍ୟ ଏହା ଆମ ସଂସଦ ଭବନର ଦୁର୍ବଳ ସୁରକ୍ଷା ବ୍ୟବସ୍ଥାକୁ ପଦାରେ ପକାଇଛି। ନୂତନ ସଂସଦ ଭବନ ପୁରୁଣା ସଂସଦ ଭବନଠାରୁ ସୁରକ୍ଷା ଦୃଷ୍ଟିରୁ ବହୁତ ଉଚ୍ଚମାନର ବୋଲି କୁହାଯାଉଥିଲା। କିନ୍ତୁ ସଂସଦୀୟ ସୁରକ୍ଷା ପାଇଁ ଯେତେସଂଖ୍ୟକ କର୍ମଚାରୀଙ୍କ ଆବଶ୍ୟକତା ରହିଛି, ସେଥିରୁ ଅଧା ପଦ ଖାଲି ପଡ଼ିଛି ବୋଲି ଅଭିଯୋଗ ଏବେ ଶୁଣାଯାଉଛି। ପରିଦର୍ଶୀଙ୍କୁ ସାଂସଦମାନେ ଅନୁମତିପତ୍ର ଦେଇଥା’ନ୍ତି। ଏହା ଏକ ପ୍ରଚଳିତ ବ୍ୟବସ୍ଥା। ତେବେ ସେମାନଙ୍କୁ ଯାଞ୍ଚ କରି ଭବନ ଭିତରକୁ ଛାଡ଼ିବା ଦାୟିତ୍ୱ ସୁରକ୍ଷା କର୍ମୀମାନଙ୍କର। ସେ ଦାୟିତ୍ୱ ଅନୁମତିପତ୍ର ଦେଇଥିବା ସାଂସଦଙ୍କର ନୁହେଁ। ତେଣୁ ଯିଏ ଅନୁମତିପତ୍ର ଦେଇଛନ୍ତି ସିଏ କେଉଁ ଦଳର ତାହା ବଡ଼ କଥା ନୁହେଁ। କେନ୍ଦ୍ରୀୟ ସୁରକ୍ଷା ବଳ (ସିଆର୍‌‌ପିଏଫ୍‌‌) ଭଳି ଦକ୍ଷ କେନ୍ଦ୍ରୀୟ ସଂସ୍ଥା ସଂସଦର ନିରାପତ୍ତା ଦାୟିତ୍ୱରେ ଥିବା ବେଳେ ଏଭଳି ଘଟଣା ଘଟିବା ନିଶ୍ଚିତ ଚିନ୍ତାଜନକ।

ଏହି ଘଟଣା ପରେ ନିରାପତ୍ତା ଦାୟିତ୍ୱରେ ଥିବା ସାତଜଣ କର୍ମଚାରୀଙ୍କୁ ନିଲମ୍ବନ କରାଯିବା ସହ ସିଆର୍‌‌ପିଏଫ୍‌‌ ମହାନିର୍ଦ୍ଦେଶକ ମାମଲାର ତଦନ୍ତ ଆରମ୍ଭ କରିଛନ୍ତି। ସେ ଏକ ରିପୋର୍ଟ ଦେବେ ଏବଂ ତଦନୁସାରେ କ’ଣ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ, ସେ କଥା ସରକାର ସ୍ଥିର କରିବେ। କିନ୍ତୁ ବଡ଼ କଥା ହେଉଛି ସଂସଦର ସୁରକ୍ଷା ବ୍ୟବସ୍ଥା ଢିଲା ଘଟଣା ଦେଶବାସୀଙ୍କୁ ଚିନ୍ତିତ ଓ ଚକିତ କରିଛି। କେବଳ ସଂସଦଭବନ ନୁହେଁ, ଗଣତନ୍ତ୍ର, ଜାତୀୟତା ଓ ସାର୍ବଭୌମତ୍ୱ ସହିତ ସମ୍ପୃକ୍ତ ଦେଶର ପ୍ରତ୍ୟେକ ଅନୁଷ୍ଠାନର ନିରାପତ୍ତା ଘେନି ଏହି ଘଟଣା ସାଧାରଣରେ ଉଦ୍‌‌ବେଗ ବଢ଼଼ାଇଛି। ଯେତେବେଳେ ସଂସଦଭବନ ଓ ସାଂସଦଙ୍କ ନିରାପତ୍ତା ବିପନ୍ନ, ସେତେବେଳେ ସାଧାରଣ ନାଗରିକଙ୍କ ଅବସ୍ଥା କେତେ ବିପଦାପନ୍ନ ତାହା ସହଜରେ ଅନୁମେୟ। ବିରୋଧୀ ପକ୍ଷ ଘଟଣାର ଜେପିସି ବା ଯୁଗ୍ମ ସଂସଦୀୟ ତଦନ୍ତ ପାଇଁ ଦାବି କରୁଛନ୍ତି। ସେମାନଙ୍କ ଦାବି ବା ଉଦ୍‌‌ବେଗକୁ ତୁଚ୍ଛା ରାଜନୀତିକ କହି ଏଡ଼ାଇ ଦିଆଯାଇ ନପାରେ।

ଦ୍ୱିତୀୟବାର ସଂସଦ ଆକ୍ରମଣ ଘଟଣାରେ ସୌଭାଗ୍ୟକ୍ରମେ କୌଣସି ଧନଜୀବନ ହାନି ଘଟିନାହିଁ କିମ୍ବା ମାରଣାସ୍ତ୍ର, ଆଗ୍ନେୟାସ୍ତ୍ର ବା ବୋମା ବ୍ୟବହୃତ ହୋଇନି। ତଥାପି ଏକ ବଡ଼ ଅଘଟଣରୁ ସଂସଦ ଓ ସାଂସଦଗଣ ସୌଭାଗ୍ୟକ୍ରମେ ବର୍ତ୍ତି ଯାଇଛନ୍ତି। ଏହି ଘଟଣା ଆମକୁ ଆମ ସଂସଦ ଭବନର ସୁରକ୍ଷାରେ ଥିବା ତ୍ରୁଟିବିଚ୍ୟୁତିକୁ ସୁଧାରିବାରେ ବାଟ ଦେଖାଇବ ନିଶ୍ଚୟ। କେବଳ ସଂସଦ ଭବନର ବାହ୍ୟ ସୁରକ୍ଷା ନୁହେଁ, ଏହାର ଆଭ୍ୟନ୍ତରୀଣ ସୁରକ୍ଷା ସମ୍ପୂର୍ଣ୍ଣ ତ୍ରୁଟିଶୂନ୍ୟ ହେଉ।

15 Dec 2023 By The Sakala

https://www.thesakala.in/sakala-editorial/sakala-editorial-15-12-2023/article-28245
Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର