‘ବାହୁବଳୀ’ ରକେଟ୍‌ ଦ୍ବାରା ଚନ୍ଦ୍ରଯାନ-୩ର ସଫଳ ଉତ୍‌‌କ୍ଷେପଣ; ‘ସରଗ ଶଶୀ’ରେ ପୁଣି ଥରେ ଭାରତ

The Sakala Picture
Published On

ଭାରତ ଗତ କାଲି ସଫଳତାର ସହ ଚନ୍ଦ୍ରଯାନ-୩ ମହାକାଶକୁ ପ୍ରେରଣ କରିଛି। ମହାକାଶ ଗବେଷଣା ଓ ଚନ୍ଦ୍ରଯାନ-୩ ମିଶନ କ୍ଷେତ୍ରରେ ଭାରତ ପାଇଁ ଏହି ଦିନଟି ଗୌରବର ବିଷୟ। ଏଥିପାଇଁ ଇସ୍ରୋ ଓ ଆମ ମହାକାଶ ବିଜ୍ଞାନୀମାନେ ଅଭିନନ୍ଦନର ପାତ୍ର। ଆନ୍ଧ୍ରପ୍ରଦେଶର ଶ୍ରୀହରିକୋଟାସ୍ଥିତ ସତୀଶ ଧାୱନ ଉତ୍‌‌କ୍ଷେପଣ କେନ୍ଦ୍ରରୁ ଦିନ ୨.୩୦ରେ ଚନ୍ଦ୍ରଯାନକୁ ଚନ୍ଦ୍ରମା ଅଭିମୁଖେ ସଫଳତାର ସହ ପ୍ରେରଣ କରାଯାଇଛି। ଇସ୍ରୋ ପକ୍ଷରୁ କୁହାଯାଇଛି ଯେ ଚନ୍ଦ୍ରଯାନ-୩ ତାହାର ନିର୍ଦ୍ଧାରିତ କକ୍ଷପଥରେ ଚନ୍ଦ୍ରମା ଅଭିମୁଖେ ଯାତ୍ରା […]

ଭାରତ ଗତ କାଲି ସଫଳତାର ସହ ଚନ୍ଦ୍ରଯାନ-୩ ମହାକାଶକୁ ପ୍ରେରଣ କରିଛି। ମହାକାଶ ଗବେଷଣା ଓ ଚନ୍ଦ୍ରଯାନ-୩ ମିଶନ କ୍ଷେତ୍ରରେ ଭାରତ ପାଇଁ ଏହି ଦିନଟି ଗୌରବର ବିଷୟ। ଏଥିପାଇଁ ଇସ୍ରୋ ଓ ଆମ ମହାକାଶ ବିଜ୍ଞାନୀମାନେ ଅଭିନନ୍ଦନର ପାତ୍ର। ଆନ୍ଧ୍ରପ୍ରଦେଶର ଶ୍ରୀହରିକୋଟାସ୍ଥିତ ସତୀଶ ଧାୱନ ଉତ୍‌‌କ୍ଷେପଣ କେନ୍ଦ୍ରରୁ ଦିନ ୨.୩୦ରେ ଚନ୍ଦ୍ରଯାନକୁ ଚନ୍ଦ୍ରମା ଅଭିମୁଖେ ସଫଳତାର ସହ ପ୍ରେରଣ କରାଯାଇଛି। ଇସ୍ରୋ ପକ୍ଷରୁ କୁହାଯାଇଛି ଯେ ଚନ୍ଦ୍ରଯାନ-୩ ତାହାର ନିର୍ଦ୍ଧାରିତ କକ୍ଷପଥରେ ଚନ୍ଦ୍ରମା ଅଭିମୁଖେ ଯାତ୍ରା କରୁଛି ଏବଂ ସମ୍ପୃକ୍ତ ମହାକାଶ ଯାନର ସ୍ଥିତି ସ୍ୱାଭାବିକ ରହିଛି। ପ୍ରାୟ ୩ ଲକ୍ଷ କିଲୋମିଟର ଅତିକ୍ରମ କରି ଆସନ୍ତା ଅଗଷ୍ଟ ୫ ତାରିଖରେ ଚନ୍ଦ୍ରର କକ୍ଷ ପଥରେ ପ୍ରବେଶ କରି ଆସନ୍ତା ଅଗଷ୍ଟ ୨୩ ତାରିଖରେ ଚନ୍ଦ୍ରମାର ଦକ୍ଷିଣ ମେରୁରେ ଅବତରଣ କରିବ ବୋଲି ଇସ୍ରୋ ପକ୍ଷରୁ କୁହାଯାଇଛି। ବିଶ୍ୱର ଚତୁର୍ଥ ରାଷ୍ଟ୍ର ଭାବେ ଭାରତ ଚନ୍ଦ୍ରରେ ତାହାର ଯାନର ନିୟନ୍ତ୍ରିତ ଅବତରଣ ପାଇଁ ପ୍ରଚେଷ୍ଟା ଚଳାଇଛି। ଚନ୍ଦ୍ରଯାନ-୩ର ସଫଳ ଉତ୍‌‌କ୍ଷେପଣ ପରେ ରାଷ୍ଟ୍ରପତି, ଉପରାଷ୍ଟ୍ରପତି ଇସ୍ରୋର ବୈଜ୍ଞାନିକମାନଙ୍କୁ ଏଥିପାଇଁ ଅଭିନନ୍ଦନ ଜଣାଇଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କହିଛନ୍ତି ଯେ ଭାରତୀୟ ମହାକାଶ ଗବେଷଣା ଇତିହାସରେ ଚନ୍ଦ୍ରଯାନ-୩ ଅଭିଯାନ ଚିରକାଳ ସ୍ୱର୍ଣ୍ଣାକ୍ଷରରେ ଲିପିବଦ୍ଧ ହୋଇ ରହିବ।

ଚନ୍ଦ୍ରପୃଷ୍ଠରେ ନିଜର ମହାକାଶଯାନକୁ ସଫ୍ଟ ଲ୍ୟାଣ୍ଡିଂ ବା କୋମଳ ତଥା ନିୟନ୍ତ୍ରିତ ଅବତରଣ କରାଇବାରେ ଭାରତର ଏହା ଦ୍ୱିତୀୟ ପ୍ରୟାସ। ୨୦୧୯ରେ ପ୍ରଥମ ପ୍ରୟାସ ଚନ୍ଦ୍ରଯାନ-୨ ବିଫଳ ହୋଇଥିଲା। ଭାରତର ପ୍ରଥମ ‘ଲୁନାର ପ୍ରୋକ୍‌‌’ ଚନ୍ଦ୍ରଯାନ-୧ ୨୦୦୮ରେ ଚନ୍ଦ୍ରକୁ ପ୍ରଦକ୍ଷିଣ କରିବା ସହିତ ଉଦ୍ଦେଶ୍ୟମୂଳକ ଭାବେ ଚନ୍ଦ୍ରପୃଷ୍ଠରେ କ୍ଷୀପ୍ରଗତିରେ ଅବତରଣ କରି ନଷ୍ଟ ହୋଇଯାଇଥିଲା। ଭାରତର ଚନ୍ଦ୍ରଯାନ-୩ ଇସ୍ରୋ ଦ୍ୱାରା ସମ୍ପୂର୍ଣ୍ଣ ଭାରତୀୟ ପ୍ରଯୁକ୍ତି ବିଦ୍ୟାରେ ନିର୍ମିତ ହୋଇଛି। ଏଥିରେ ଲ୍ୟାଣ୍ଡର, ପ୍ରପଲସନ ମଡ୍ୟୁଲ ଓ ରୋଭର ରହିଛି। ଉଦ୍ଦେଶ୍ୟ ହେଲା ନିୟନ୍ତ୍ରିତ ଭାବରେ ଯାନକୁ ଚନ୍ଦ୍ରପୃଷ୍ଠରେ ଅବତରଣ କରାଇ ଏକାଦିକ୍ରମେ ଅନେକ ବୈଜ୍ଞାନିକ ପରୀକ୍ଷା ନିରୀକ୍ଷା କରି ଚନ୍ଦ୍ରମାର ଗଠନ ସମ୍ପର୍କରେ ତଥ୍ୟ ସଂଗ୍ରହ କରିବା। ଚନ୍ଦ୍ରର ମାଧ୍ୟାକର୍ଷଣ ଶକ୍ତି ଯୋଗୁଁ ଚନ୍ଦ୍ରଯାନ ପ୍ରଚଣ୍ଡବେଗରେ ଆକର୍ଷିତ ହୋଇ ନଷ୍ଟ ହେବାର ଭୟ ଥିବାରୁ ଇସ୍ରୋର ବୈଜ୍ଞାନିକମାନେ ଏହାର ନିୟନ୍ତ୍ରିତ ଅବତରଣ ଉପରେ ଗୁରୁତ୍ୱ ଦେଇଛନ୍ତି।

ଭାରତ ପୂର୍ବରୁ ବିଶ୍ୱର ମାତ୍ର ତିନିଟି ଦେଶ ଆମେରିକା, ରୁଷିଆ ଓ ଚୀନ ନିଜ ନିଜର ମହାକାଶଯାନକୁ ଚନ୍ଦ୍ରପୃଷ୍ଠରେ ସଫଳତାର ସହିତ ଅବତରଣ (ସଫ୍ଟ ଲ୍ୟାଣ୍ଡିଂ) କରାଇବାରେ ସଫଳ ହୋଇଛନ୍ତି। ତେଣୁ ଭାରତୀୟ ମହାକାଶ ବିଜ୍ଞାନୀ, ବିଶେଷକରି ଇସ୍ରୋ ପାଇଁ ଏହା ଏକ ବଡ଼ ଆହ୍ୱାନ ଓ ଭାରତ ପାଇଁ ଏକ ମର୍ଯ୍ୟାଦାର ପ୍ରଶ୍ନ। ଚନ୍ଦ୍ରର ଦକ୍ଷିଣମେରୁ ଅଞ୍ଚଳ ଏ ଯାଏଁ ମଣିଷ ଦ୍ୱାରା ଆବିଷ୍କୃତ ହୋଇନାହିଁ। ତେଣୁ ଭାରତ ପ୍ରଥମ ରାଷ୍ଟ୍ରଭାବେ ସେଠାରେ ନିଜ ଯାନର ସଫ୍ଟ ଲ୍ୟାଣ୍ଡିଂ କରିବାକୁ ଚେଷ୍ଟା କରୁଛି। ଏହି ଅଞ୍ଚଳଟି ମଧ୍ୟ ଚନ୍ଦ୍ରର ଏକ ଆହ୍ୱାନପୂର୍ଣ୍ଣ ଓ ବିପଦସଂକୁଳ ଇଲାକା। ତେଣୁ ଆମ ମହାକାଶ ବୈଜ୍ଞାନିକମାନେ ଚନ୍ଦ୍ରଯାନ-୨ର ବିଫଳତାକୁ ଏଡ଼ାଇବାକୁ ଅବଶ୍ୟ ଅଗ୍ରାଧିକାର ଦେବେ। ସେଥର ଚନ୍ଦ୍ରଯାନ ୨ ଚନ୍ଦ୍ରର କକ୍ଷପଥରେ ସଫଳତାର ସହିତ ପ୍ରବେଶ କରିଥିଲେ ମଧ୍ୟ ଏହାର ରୋଭର ଚନ୍ଦ୍ରମା ପୃଷ୍ଠରେ ଠିକ୍‌‌ ଭାବେ ଅବତରଣ କରିନପାରି ଦୁର୍ଘଟଣାଗ୍ରସ୍ତ ହୋଇଥିଲା। ଏହି ଘଟଣା ଚନ୍ଦ୍ରର ଦକ୍ଷିଣ ମେରୁ ଅଞ୍ଚଳରେ ଘଟିଥିଲା। ଅବଶ୍ୟ ଚନ୍ଦ୍ରଯାନ ଅଭିଯାନ-୧ରେ ଆମ ବୈଜ୍ଞାନିକମାନେ ଚନ୍ଦ୍ରପୃଷ୍ଠରୁ ଜଳକଣାର ସନ୍ଧାନ ପାଇଥିଲେ। ମହାକାଶ ବା ଅନ୍ତରୀକ୍ଷ ଅନ୍ୱେଷଣକୁ ଭାରତ ମୂଳରୁ ଗୁରୁତ୍ୱ ଦେଇ ଆସୁଛି। ଚନ୍ଦ୍ର ଅଭିଯାନ ତାହାର ଏକ ଅଂଶବିଶେଷ। ଅନ୍ତରୀକ୍ଷ ଅନ୍ୱେଷଣରୁ ଲବ୍ଧ ଜ୍ଞାନକୁ ମାନବକଲ୍ୟାଣ ଓ ଦେଶର ଉନ୍ନତି ବିଧାନରେ ଲଗାଇବା ଭାରତର ଲକ୍ଷ୍ୟ। ୨୦୩୦ ସୁଦ୍ଧା ଭାରତ ମହାକାଶରେ ଏକ ନିଜସ୍ୱ କେନ୍ଦ୍ର ସ୍ଥାପନ କରିବାକୁ ଯେଉଁ ଲକ୍ଷ୍ୟ ରଖିଛି, ସେଥିପାଇଁ ଚନ୍ଦ୍ର, ମଙ୍ଗଳ ଆଦି ଅଭିଯାନ ହାତକୁ ନେଇଛି।

ଭାରତ ଏବେ ବିଶ୍ୱର ସବୁଠୁ ଅଧିକ ଜନବହୁଳ ରାଷ୍ଟ୍ର। ଏହାର ଅର୍ଥନୀତି ବିଶ୍ୱର ପଞ୍ଚମ ସର୍ବବୃହତ୍‌‌। ବୈଜ୍ଞାନିକ ଲୋକଶକ୍ତି, ନବସୃଜନ, ପ୍ରଯୁକ୍ତି ଆଦି କ୍ଷେତ୍ରରେ ଭାରତ ଏବେ ବିଶ୍ୱର ଆଗଧାଡ଼ିରେ ରହିଛି। ଏହାର ଯୁବଶକ୍ତିଙ୍କ ସଂଖ୍ୟା ବିଶ୍ୱରେ ସର୍ବାଧିକ। ତେଣୁ ମହାକାଶ ବିଜ୍ଞାନ କ୍ଷେତ୍ରରେ ନୂଆ ସଫଳତା ଆଣିବା ପାଇଁ ଭାରତ ଉଦ୍ୟମ କରିବା ସ୍ୱାଭାବିକ। ଏହା କେବଳ ବିଶ୍ୱରେ ଭାରତକୁ ଏକ ଗୌରବାନ୍ୱିତ ସ୍ଥାନ ଦେବ ନାହିଁ, ଭବିଷ୍ୟତର ନୂଆ ମହାକାଶ ଟେକ୍‌‌ନୋଲୋଜି, ପାଣିପାଗ ଅଧ୍ୟୟନ, ଦୂରସଂବେଦୀ ନିରୀକ୍ଷଣ, ତାରକାଯୁଦ୍ଧ କାର୍ଯ୍ୟକ୍ରମ, ଟେଲି ଯୋଗାଯୋଗ, ଉପଗ୍ରହ ପରିଚାଳନା, ନାଭିଗେସନ ଆଦି ବିଭିନ୍ନ କ୍ଷେତ୍ରରେ ଭାରତ ସଫଳ ଏବଂ ଆତ୍ମନିର୍ଭର ହୋଇପାରିବ।

ମହାକାଶ ଗବେଷଣା ସର୍ବଦା ଆହ୍ୱାନମୂଳକ ଓ ବ୍ୟୟବହୁଳ। ରାଜନୈତିକ ଇଚ୍ଛାଶକ୍ତି ଓ ପୃଷ୍ଠପୋଷକତା ବିନା ଏ କ୍ଷେତ୍ରର ବିକାଶ ସମ୍ଭବ ନୁହେଁ। ଅତୀତରେ ସବୁ ପ୍ରଧାନମନ୍ତ୍ରୀ ଏହି କ୍ଷେତ୍ରକୁ ଗୁରୁତ୍ୱ ଦେଇ ଆସୁଥିଲେ ମଧ୍ୟ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏ କ୍ଷେତ୍ରରେ ଅଧିକ ସକ୍ରିୟତା ପ୍ରଦର୍ଶନ କରିଆସୁଛନ୍ତି। ସେ ଇସ୍ରୋରେ ସଂସ୍କାର ଆଣି ଏଥିରେ ଘରୋଇ ଉଦ୍ୟୋଗକୁ ମଧ୍ୟ ସାମିଲ କରିବା ସହ ଏହାର ବ୍ୟାବସାୟିକ ଦିଗକୁ ଅଧିକ ସମ୍ଭାବନାମୟ କରିଛନ୍ତି। ଭାରତର ଅନେକ ଘରୋଇ ଉଦ୍ୟୋଗ ତଥା ଷ୍ଟାର୍ଟଅପ୍‌‌ ସଂସ୍ଥା ଇସ୍ରୋ ସହ ପ୍ରଯୁକ୍ତି ବିଦ୍ୟା ସହଭାଗିତା କ୍ଷେତ୍ରରେ ଚୁକ୍ତିବଦ୍ଧ ହୋଇସାରିଛନ୍ତି। ତେଣୁ ମହାକାଶ ବିଜ୍ଞାନରେ ଆମର ସଫଳତା ଦେଶବାସୀଙ୍କୁ ବିଭିନ୍ନ କ୍ଷେତ୍ରରେ ଅତ୍ୟାଧୁନିକ କୌଶଳ ଓ ସେବା ଯୋଗାଇବ। ଭାରତ ପ୍ରଥମ ଏସୀୟ ରାଷ୍ଟ୍ର ଭାବେ ନିଜର ମହାକାଶଯାନ ମଙ୍ଗଳକୁ ପଠାଇଛି। ଏଥିପାଇଁ ଭାରତ ୭୪ ନିୟୁତ ଡଲାର ଖର୍ଚ୍ଚ କରି କମ୍‌‌ ବ୍ୟୟ ଦୃଷ୍ଟିରୁ ବିଶ୍ୱରେ ଚହଳ ସୃଷ୍ଟି କରିଛି। ସମ୍ପ୍ରତି ଚନ୍ଦ୍ରଯାନ-୩ର ନିର୍ମାଣ ମାତ୍ର ୬୧୫ କୋଟି ଟଙ୍କାରେ କରାଯାଇପାରିଛି। ନିକଟରେ ଏକାଥରକେ ଭାରତ ମହାକାଶକୁ ୧୦୪ଟି ଉପଗ୍ରହ ପ୍ରେରଣ କରି ନୂଆ ଇତିହାସ ରଚିଛି। ଭାରତ ମଧ୍ୟ ‘ଆଣ୍ଟି ସାଟେଲାଇଟ୍‌‌ ଟେଷ୍ଟିଂ’ ମହାକାଶରେ ସଫଳତାର ସହ କରି ଏକ ବିରଳ ଉପଲବ୍ଧି ହାସଲ କରିଛି।

ଜହ୍ନ ଆଉ ଆମ ପରମ୍ପରା ଓ ଲୋକକଥାର ମାମୁଁ ହୋଇ ନାହିଁ କି ଏହାକୁ ନେଇ ରହିଥିବା ରୋମାଞ୍ଚ ଓ କଳ୍ପନା ବିଳାସୀତା ଆଉ ନାହିଁ। ଏହା ଏକ ଖଗୋଳୀୟ ଉପଗ୍ରହ, ଯାହାର ଅନୁଧ୍ୟାନ, ଗବେଷଣା ଓ ପଠନର ଆବଶ୍ୟକତା ମାନବଜାତିର କଲ୍ୟାଣ ପାଇଁ ଜରୁରି ହୋଇପଡ଼ିଛି। ବିଶ୍ୱରେ ଏବେ ଯେଉଁ ମହାକାଶ ପ୍ରତିଯୋଗିତା ଚାଲିଛି, ସେଥିରେ ଭାରତର ଚନ୍ଦ୍ର ଅଭିଯାନକୁ ସମଗ୍ର ଦୁନିଆ ଅତି ଗୁରୁତ୍ୱର ସହ ଦେଖୁଛି। ଭାରତର ଏହି ପ୍ରୟାସ ମଧ୍ୟରେ ସମଗ୍ର ବିଶ୍ୱ ତାହାର ପ୍ରଯୁକ୍ତି, ବିଜ୍ଞାନ, ବୁଦ୍ଧି, ଜ୍ଞାନ, ଦକ୍ଷତା, ଟେକ୍‌‌ନୋଲୋଜି ଓ ଗଭୀର ଅନ୍ତରୀକ୍ଷ ଅନ୍ୱେଷଣର ସମ୍ଭାବନା, ଭବିଷ୍ୟତ ଏବଂ ସଫଳତା ଦେଖୁଛି। ଗୋଟିଏ ବିଫଳ ଉଦ୍ୟମ ପରେ ନୂଆ ଅନୁଭୂତି ଓ ଅଭିଜ୍ଞତା ନେଇ ଭାରତ ଯେଉଁ ଚନ୍ଦ୍ରଯାନ-୩ ପ୍ରେରଣ କରିଛି, ତାହାର ଅସଲ ପରୀକ୍ଷା ହେବ ଅଗଷ୍ଟ ୨୩ରେ। ସେ ଦିନକୁ ଆସନ୍ତୁ ଉତ୍କଣ୍ଠାର ସହ ଅପେକ୍ଷା କରିବା ଓ ସଫଳତାର ଆତ୍ମବିଶ୍ୱାସ ରଖିବା ଯେ ଚନ୍ଦ୍ରଯାନ-୩ ଚନ୍ଦ୍ରଠାରୁ ନିମ୍ନ ଦୂରତ୍ୱ କକ୍ଷରେ ପରିକ୍ରମା କରି ସାଙ୍ଗରେ ନେଇଥିବା ରୋଭର ଅବତରଣ ଯାନକୁ ଧୀମା ଗତିରେ ଚନ୍ଦ୍ରପୃଷ୍ଠରେ ଅବତରଣ କରାଇବ ଏବଂ ତା’ ଭିତରୁ ସ୍ୱୟଂଚାଳିତ ଯାନଟିଏ ଚନ୍ଦ୍ରପୃଷ୍ଠରେ ଘୂରି ବୁଲିବା ପାଇଁ ଚଳମାନ ହୋଇପାରିବ। ତା’ ହେଲେ ଆମ ପିଲାଦିନର ମନଛୁଆଁ ଗୀତ ‘ଆ ଜହ୍ନ ମାମୁ ଶରଗ ଶଶୀ…’ ମହାକାଶରେ ଭାରତୀୟ ଜ୍ଞାନକୌଶଳର ନୂତନ ସ୍ୱାକ୍ଷର ହୋଇ ଚନ୍ଦ୍ରପୃଷ୍ଠରେ ଭାରତୀୟତାର ଆବେଗ ବିଞ୍ଛି ଦେବ।

15 Jul 2023 By The Sakala

https://www.thesakala.in/sakala-editorial/sakala-editorial-15-07-2023/article-23504
Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର