ଦୁଃଖଦ ଉଡ଼ାଣ

The Sakala Picture
Published On

ଅହମ୍ମଦାବାଦରୁ ଲଣ୍ଡନ ଅଭିମୁଖେ ଯାତ୍ରା କରୁଥିବା ଏୟାର ଇଣ୍ଡିଆର ୧୭୧ ବିମାନ ଦୁର୍ଘଟଣାର ସମ୍ମୁଖୀନ ହେବାରୁ ୨୩୦ ଯାତ୍ରୀ ଓ ୧୨ ବିମାନ କର୍ମଚାରୀ ପ୍ରାଣ ହରାଇଥିବାର ଅନୁମାନ କରାଯାଉଛି। ତେବେ ଏହି ଦୁଃଖଦ ଘଟଣାକ୍ରମରେ ଚକିତ କଲା ଭଳି ଗୋଟିଏ ଖବର ହସ୍ତଗତ ହୋଇଛି। ସିଟ୍‌ ନମ୍ବର ୧୧ ଏ ଯାତ୍ରୀ ରମେଶ ବିଶ୍ବାସକୁମାର ଏକମାତ୍ର ବ୍ୟକ୍ତି ଯେ କି ଜୀବିତାବସ୍ଥାରେ ଦୁର୍ଘଟଣାଗ୍ରସ୍ତ ବିମାନରୁ ବାହାରି ଆସି ନିଜର ପରିଚୟ ଦେଇଥିଲେ। ଗୁରୁତର ଭାବେ ଆହତ […]

ଅହମ୍ମଦାବାଦରୁ ଲଣ୍ଡନ ଅଭିମୁଖେ ଯାତ୍ରା କରୁଥିବା ଏୟାର ଇଣ୍ଡିଆର ୧୭୧ ବିମାନ ଦୁର୍ଘଟଣାର ସମ୍ମୁଖୀନ ହେବାରୁ ୨୩୦ ଯାତ୍ରୀ ଓ ୧୨ ବିମାନ କର୍ମଚାରୀ ପ୍ରାଣ ହରାଇଥିବାର ଅନୁମାନ କରାଯାଉଛି। ତେବେ ଏହି ଦୁଃଖଦ ଘଟଣାକ୍ରମରେ ଚକିତ କଲା ଭଳି ଗୋଟିଏ ଖବର ହସ୍ତଗତ ହୋଇଛି। ସିଟ୍‌ ନମ୍ବର ୧୧ ଏ ଯାତ୍ରୀ ରମେଶ ବିଶ୍ବାସକୁମାର ଏକମାତ୍ର ବ୍ୟକ୍ତି ଯେ କି ଜୀବିତାବସ୍ଥାରେ ଦୁର୍ଘଟଣାଗ୍ରସ୍ତ ବିମାନରୁ ବାହାରି ଆସି ନିଜର ପରିଚୟ ଦେଇଥିଲେ। ଗୁରୁତର ଭାବେ ଆହତ ହୋଇଥିଲେ ମଧ୍ୟ ସେ କଥା କହିବାକୁ ସକ୍ଷମ ଥିବାରୁ ତାଙ୍କଠାରୁ ତଥ୍ୟ ସଂଗ୍ରହ କରାଯାଇଛି। ୨୩୦ ଯାତ୍ରୀଙ୍କ ମଧ୍ୟରେ ଥିଲେ ୬୯ ଜଣ ଭାରତୀୟ, ୫୩ ବ୍ରିଟିଶ , ଜଣେ କାନାଡ଼ା ଓ ୭ ଜଣ ପର୍ତ୍ତୁଗୀଜ୍‌ ନାଗରିକ। ଯାତ୍ରୀବାହୀ ବିମାନଟି ସର୍ଦ୍ଦାର ବଲ୍ଲଭଭାଇ ପଟେଲ ଆନ୍ତର୍ଜାତିକ ବିମାନ ବନ୍ଦର ସଂଲଗ୍ନ ବିଜେ ମେଡିକାଲ କଲେଜ୍‌ର ଛାତ୍ରାବାସ ନିକଟରେ ଜ୍ବଳନ୍ତ ଅବସ୍ଥାରେ ପଡ଼ିଯିବାରୁ ବହୁସଂଖ୍ୟାରେ ମେଡିକାଲ ଛାତ୍ର ମଧ୍ୟ ମୃତାହତ ହୋଇଛନ୍ତି।

ବୋଇଂ ୮୭୮ ଡ୍ରିମଲାଇନର ବିମାନର ଟ୍ରାକରେକର୍ଡକୁ ଅନୁଧ୍ୟାନ କଲେ ତାହାର ନିରାପଦତା ନେଇ କୌଣସି ଆପତ୍ତି କିମ୍ବା ଅଭିଯୋଗ ନାହିଁ। କମ୍ପାନୀ ପକ୍ଷରୁ ୧୨ ଶହ ଯାତ୍ରୀବାହୀ ବିମାନ ମଧ୍ୟରୁ ଏହା ପ୍ରଥମ ବିମାନ ଯାହାକି ଦୁର୍ଘଟଣାର ସମ୍ମୁଖୀନ ହୋଇଛି। ଗୁରୁବାର ମଧ୍ୟାହ୍ନ ୧-୩୮ ମିନିଟ୍‌ରେ ବିମାନ ୨୩ ନମ୍ବର ରନୱେରୁ ଯାତ୍ରା ଆରମ୍ଭ କରିଥିଲା। ସେ ସମୟରେ ମଧ୍ୟ କୌଣସି ଅସ୍ବାଭାବିକତା ପରିଲକ୍ଷିତ ହୋଇ ନଥିଲା। ତେବେ ୬୨୫ ଫୁଟ ଉଚ୍ଚରେ ବିମାନ ଥିବା ବେଳେ ତାହାର ଗତିଶୀଳତା ହଠାତ୍‌ ବାଧାପ୍ରାପ୍ତ ହୋଇଥିଲା। ସମ୍ଭାବ୍ୟ ବିପଦ ଆଶଙ୍କାରେ ବିମାନ ଚାଳକ ତୁରନ୍ତ ସାହାଯ୍ୟ ପାଇଁ ଏୟାର ଟ୍ରାଫିକ କଣ୍ଟ୍ରୋଲ ରୁମ୍‌କୁ ଫୋନ କରିଥିଲେ, ଯାହାକୁ ‘ମେଡେକଲ’ କୁହାଯାଏ। କିନ୍ତୁ ବିମାନ ମିନିଟ ପିଛା ୧୭୫ ଫୁଟ ଗତିରେ ପତନାଭିମୁଖୀ ଥିବାରୁ ଏଟିସିର ପାଲଟା କଲ୍‌ ଶୁଣିବାକୁ ସମୟ ନଥିଲା। ସେତେବେଳେ ବିମାନଟି ମେଡିକାଲ କଲେଜ ପରିସରରେ ପଡ଼ି ଗୋଟିଏ ଅଗ୍ନିପିଣ୍ଡୁଳା ଭଳି ଜଳୁଥିଲା। ଏହି ବିମାନର ଚାଳକ ଥିଲେ କ୍ୟାପଟେନ ସୁମିତ ସବରୱାଲ ଓ ସହଯୋଗୀ କ୍ଲାଇଭ୍‌ କୁନ୍ଦର। ସବରୱାଲ ଜଣେ ସୁଦକ୍ଷ ଓ ଅଭିଜ୍ଞ ବିମାନ ଚାଳକ। ୮୨୦୦ ଘଣ୍ଟା ବିମାନ ଚାଳନା କରିଥିବାର ଅଭିଜ୍ଞତା ତାଙ୍କର ଅଛି। ସେହିଭଳି ସହଚାଳକ କୁନ୍ଦର ମଧ୍ୟ ୧୧ ଶହ ଘଣ୍ଟା ବିମାନ ଚାଳନା କରିଛନ୍ତି। ତେଣୁ ଏହି ଦୁର୍ଘଟଣା ପଛରେ କିଛି ବୈଷୟିକ ତ୍ରୁଟି ଥିବାର ଆଶଙ୍କାକୁ ଏଡ଼ାଇ ଦିଆଯାଇ ନପାରେ। ବିମାନ ଉର୍ଦ୍ଧ୍ବକୁ ଯିବା ପରିବର୍ତ୍ତେ କ୍ରମେ ତଳମୁହାଁ ହୋଇ ଖସୁଥିବାର ଲକ୍ଷ୍ୟ କରି ଚାଳକ ସହାୟତା ପାଇଁ ‘ମେଡେକଲ’ କରିଥିଲେ। ବିମାନରେ ଥିବା ଦୁଇଟି ଯାକ ଇଞ୍ଜିନ କୌଣସି କାରଣରୁ ଉଡ଼ାଣର ବେଗ ବୃଦ୍ଧି କରିବାକୁ ସକ୍ଷମ ହୋଇନଥିଲେ। ଦୁର୍ଘଟଣାର ପରିଦୃଶ୍ୟ ଯାହା, ସେଥିରୁ ସ୍ପଷ୍ଟ ହୋଇଛି ଯେ ବିମାନର ବ୍ଲାକବକ୍ସ ସୁରକ୍ଷିତ ଅଛି। ସେଥିରେ ରେକର୍ଡିଂ ହୋଇଥିବା ତଥ୍ୟ ହିଁ ଦୁର୍ଘଟଣାର ଅସଲ କାରଣ ଉନ୍ମୋଚନ କରିବ। ଦୁର୍ଘଟଣା ସ୍ଥଳରେ ଡିଜିସିଏ ଓ ଏନ୍‌ଆଇଏ ପରିସ୍ଥିତି ଯାଞ୍ଚ ଓ ତଦନ୍ତ ଆରମ୍ଭ କରିଛନ୍ତି।

ଆମ ଦେଶରେ ଏହା ଅନ୍ୟତମ ବଡ଼ ବିମାନ ଦୁର୍ଘଟଣା। ସେଥିରେ ପୁଣି ସମସ୍ତଙ୍କ ଆଖିଆଗରେ ଦୁର୍ଘଟଣାଗ୍ରସ୍ତ ବିମାନଟି ନିକଟସ୍ଥ ମେଡିକାଲ କଲେଜ ପରିସରରେ ଖସିପଡ଼ିବା ଘଟଣାକୁ ଅନେକ ବରଦାସ୍ତ କରିପାରି ନାହାନ୍ତି। ତେଣୁ ସାମ୍ଭାବ୍ୟ କାରଣକୁ ନେଇ ବିଭିନ୍ନ ମହଲରେ ତର୍ଜମା ଆରମ୍ଭ ହୋଇଯାଇଛି। ବିମାନରେ କ’ଣ ଆବଶ୍ୟକତାଠାରୁ ଅଧିକ ଇନ୍ଧନ ଥିଲା, ଯାହା ଫଳରେ ଇଞ୍ଜିନ ଭାର ବହନ ସକାଶେ ଅକ୍ଷମ ଥିଲା? ଏମିତିରେ ଅହମ୍ମଦାବାଦ ବିମାନ ବନ୍ଦରରେ ପକ୍ଷୀଙ୍କ ଯୋଗୁଁ ଉଡ଼ାଣ ବାଧାପ୍ରାପ୍ତ ହେବା ଘଟଣା ଅପେକ୍ଷାକୃତ ଅଧିକ। ତେବେ ବିମାନରେ ଥିବା ଦୁଇଟିଯାକ ଇଞ୍ଜିନ୍‌ରେ କ’ଣ ପକ୍ଷୀ ଆଘାତ ଦେଇଥିଲେ? କାରଣ ଗୋଟିଏ ଇଞ୍ଜିନରେ ଆଘାତ ଲାଗିଲେ ମଧ୍ୟ ଦ୍ବିତୀୟଟି ବିମାନକୁ ପୁଣି ରନୱେକୁ ଫେରାଇ ଆଣିବା ପାଇଁ କୌଣସି ଅସୁବିଧା ହେବ ନାହିଁ। ସ୍ବାଭାବିକ ପାଣିପାଗ, ପୁଣି ମଧ୍ୟାହ୍ନ ସମୟ।, ତେଣୁ ପ୍ରତିକୂଳ ପରିସ୍ଥିତିର ସମ୍ଭାବନା ଊଣା। ବିମାନ ଚାଳକ ଅସାବଧାନ ଥିଲେ ଏତେ ନିକଟରୁ ସେ ’ମେଡେକଲ’ କରିନଥା’ନ୍ତେ। କିନ୍ତୁ ଭିଡିଓ ଫୁଟେଜ୍‌ରୁ ମିଳିଥିବା ଚିତ୍ରରୁ ଉଡ଼ାଣ ବେଳେ କେତେକ ବୈଷୟିକ ତ୍ରୁଟି ପ୍ରତି ବୈମାନିକମାନେ ଦୃଷ୍ଟି ଆକର୍ଷଣ କରିଛନ୍ତି। ଏହା ଯାନ୍ତ୍ରିକ ତ୍ରୁଟି ନା ପାଇଲଟ୍‌ଙ୍କ ଅସାବଧାନତା ତାହାକୁ ନେଇ ମଧ୍ୟ ଚର୍ଚ୍ଚା ଆରମ୍ଭ ହୋଇଛି। ଏନେଇ ଯେତେ ତର୍ଜମା ହେଉଥିଲେ ମଧ୍ୟ ରକ୍ଷଣାବେକ୍ଷଣା ଭଳି ଗୁରୁତର ଦିଗ ପ୍ରତି ଏପର୍ଯ୍ୟନ୍ତ ସେହି ଅଙ୍ଗୁଳି ନିର୍ଦ୍ଦେଶ କରିନାହାନ୍ତି। ଏହି ବିମାନରେ ନୂଆଦିଲ୍ଲୀରୁ ଅହମ୍ମଦାବାଦ ଆସିଥିବା ଯାତ୍ରୀ ଆକାଶ ବକ୍ସ କିନ୍ତୁ ଗୁରୁତର ଅଭିଯୋଗ କରିଛନ୍ତି। ବିମାନର ଟିଭି ଓ ଏସି ଚାଲୁନି। ବୈଷୟିକ ତ୍ରୁଟି ଯୋଗୁଁ ଏହି ବିମାନର ଲଣ୍ଡନଯାତ୍ରା ମେ ୧ ତାରିଖରେ ବାତିଲ ହେବା ପରେ ମେ ୨ ରେ ଯାତ୍ରା କରିଥିଲା। ୧୦/୧୨ ବର୍ଷର ପୁରୁଣା ବିମାନ ଅତିରିକ୍ତ ରକ୍ଷଣାବେକ୍ଷଣା ଦାବି କରୁଥିବା ବେଳେ ସେଥିପ୍ରତି ଉପଯୁକ୍ତ ଧ୍ୟାନ ଦିଆଯାଇ ପାରିନଥିବା ସେ ଦର୍ଶାଇଥିଲେ।

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ, ବ୍ରିଟିଶ ପ୍ରଧାନମନ୍ତ୍ରୀ କେ ଷ୍ଟାର୍ମର, ରୁଷ ରାଷ୍ଟ୍ରପତି ଭ୍ଲାଦିମାର ପୁଟିନ୍‌ଙ୍କ ସମେତ ବିଭିନ୍ନ ରାଷ୍ଟ୍ରର ରାଷ୍ଟ୍ରମୁଖ୍ୟ ଓ ଶାସନମୁଖ୍ୟଙ୍କ ପକ୍ଷରୁ ଭାରତର ବିମାନ ଦୁର୍ଘଟଣାରେ ମୃତାହତଙ୍କ ପାଇଁ ଗଭୀର ଶୋକ ପ୍ରକାଶ କରାଯାଇଛି। ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହା ବିମାନ ଦୁର୍ଘଟଣାସ୍ଥଳରେ ଉପସ୍ଥିତ ରହି ଏକମାତ୍ର ଜୀବିତ ଯାତ୍ରୀଙ୍କୁ ସାକ୍ଷାତ କରିବା ସହ ପୋଡ଼ି ଯାଇଥିବା ଯାତ୍ରୀଙ୍କ ତ୍ବରିତ ଚିହ୍ନଟ ପ୍ରକ୍ରିୟା ଓ ଡିଏନଏ ପାଇଁ ନିର୍ଦ୍ଦେଶ ଦେଇଛନ୍ତି। ମୃତ ବ୍ୟକ୍ତିଙ୍କ ପରିବାର ପିଛା ଟାଟା କମ୍ପାନୀ ୧ କୋଟି ଟଙ୍କା କ୍ଷତିପୂରଣ ଦେବାକୁ ଘୋଷଣା କରିବା ସହ କ୍ଷତିଗ୍ରସ୍ତ ମେଡିକାଲ୍‌ କଲେଜର ପୁନରୁଦ୍ଧାର କାର୍ଯ୍ୟ ହତକୁ ନେବା ପ୍ରତିଶ୍ରୁତି ଦେଇଛି। ଟାଟା ଏୟାର ଇଣ୍ଡିଆକୁ ଅଧିଗ୍ରହଣ କରିବା ପରେ ଏହା ବୋଧହୁଏ ପ୍ରଥମ ଦୁର୍ଘଟଣା। ତେଣୁ ଆଗାମୀ ଦିନରେ ଏହାର ଯେପରି ପୁନରାବୃତ୍ତି ଘଟେ ସେଥିପ୍ରତି ସଚେତନ ହେବା ଜରୁରୀ।

ଇତିମଧ୍ୟରେ ବିମାନର ଦୁଇଟିଯାକ୍ତ ବ୍ଲାକ୍‌ବକ୍ସକୁ ଉଦ୍ଧାର କରାଯାଇଛି। ସେଥିରୁ ଘଟଣାର ସତ୍ୟାସତ୍ୟ ଜଣାପଡ଼ିବ। ତେବେ ଏହା ଭିତରେ ଯେଉଁ ଭାବାବେଗ ଓ ଆତ୍ମୀୟତାର ଅନ୍ତ ଘଟିଲା ତାହା ବ୍ଲାକ୍‌ବକ୍ସ ଅନୁସନ୍ଧାନ ପୂରଣ କରିପାରିବ ନାହିଁ। ସମ୍ପୂର୍ଣ୍ଣ ଘଟଣାରେ କିନ୍ତୁ ଭାରତୀୟ ଧର୍ମବିଶ୍ବାସର ଗୋଟିଏ ଆପ୍ତ ବାକ୍ୟ ପୁଣି ଥରେ ସତ ସାବ୍ୟସ୍ତ ହୋଇଛି – ’ଯାହାକୁ ରଖିବେ ଅନନ୍ତ କି କରିପାରେ ବଳବନ୍ତ’। ଆକାଣରେ ବିମାନ ଦୁର୍ଘଟଣା ଘଟିଲେ କୀଟପତଙ୍ଗ ମଦ୍ୟ ବଞ୍ଚିବାର ସମ୍ଭାବନା ଆଦୌ ନାହିଁ। ଅଥଚ ଜଣେ ବିମାନଯାତ୍ରୀ ବଞ୍ଚିଯିବା ଅଲୌକିକତା ନିଶ୍ଚୟ। ସେହିପରି ଟ୍ରାଫିକ୍‌ ଜାମ ଯୋଗୁଁ ଯେଉଁ ଯାତ୍ରୀଜଣକ ଠିକ୍‌ ସମୟରେ ବିମାନଯାତ୍ରାରୁ ବଞ୍ଚିତ ହୋଇଥିଲେ ତାହା ମଧ୍ୟ ଭାଗ୍ୟର ସଂଯୋଗ ବୋଲି କହିବାକୁ ପଡ଼ିବ।

14 Jun 2025 By The Sakala

https://www.thesakala.in/sakala-editorial/sakala-editorial-14-16-2025/article-41156
Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର