କୋଟିଆରେ ପୁଣି କୁଚକ୍ରୀ ଆନ୍ଧ୍ରପ୍ରଦେଶ

The Sakala Picture
Published On

ଓଡ଼ିଶାର କୋଟିଆ ଗ୍ରାମପୁଞ୍ଜ ପୁଣି ଥରେ ଚର୍ଚ୍ଚାକୁ ଆସିଛି। ଏଥର ମଧ୍ୟ ଆନ୍ଧ୍ର ସରକାରଙ୍କ ଦ୍ୱାରା ଓଡ଼ିଶା ସୀମା ଭିତରେ ଅନୁପ୍ରବେଶ ଏବଂ ଜବରଦସ୍ତି ଜନକଲ୍ୟାଣ ଯୋଜନା ନାଁରେ ଆନ୍ଧ୍ରର କର୍ତ୍ତୃତ୍ୱ ଜାହିର କରିବା ପାଇଁ ଅତ୍ୟନ୍ତ ନିର୍ଲଜ ଓ ନିନ୍ଦନୀୟ ପ୍ରଚେଷ୍ଟା। ନିକଟରେ ଏହି ଅଞ୍ଚଳର ଏକ ଗ୍ରାମରେ ଆନ୍ଧ୍ର ପ୍ରଦେଶର ଶାସକ ଦଳ ୱାଇଏସ୍‌‌ଆର କଂଗ୍ରେସ ପକ୍ଷରୁ ଏକ ଜନସମାବେଶ ଆୟୋଜିତ ହୋଇଥିଲା। ଏଥିରେ ଆନ୍ଧ୍ରପ୍ରଦେଶର ଉପମୁଖ୍ୟମନ୍ତ୍ରୀ ପି. ରାଜନା ଦୋରା ଯୋଗ ଦେଇ […]

ଓଡ଼ିଶାର କୋଟିଆ ଗ୍ରାମପୁଞ୍ଜ ପୁଣି ଥରେ ଚର୍ଚ୍ଚାକୁ ଆସିଛି। ଏଥର ମଧ୍ୟ ଆନ୍ଧ୍ର ସରକାରଙ୍କ ଦ୍ୱାରା ଓଡ଼ିଶା ସୀମା ଭିତରେ ଅନୁପ୍ରବେଶ ଏବଂ ଜବରଦସ୍ତି ଜନକଲ୍ୟାଣ ଯୋଜନା ନାଁରେ ଆନ୍ଧ୍ରର କର୍ତ୍ତୃତ୍ୱ ଜାହିର କରିବା ପାଇଁ ଅତ୍ୟନ୍ତ ନିର୍ଲଜ ଓ ନିନ୍ଦନୀୟ ପ୍ରଚେଷ୍ଟା। ନିକଟରେ ଏହି ଅଞ୍ଚଳର ଏକ ଗ୍ରାମରେ ଆନ୍ଧ୍ର ପ୍ରଦେଶର ଶାସକ ଦଳ ୱାଇଏସ୍‌‌ଆର କଂଗ୍ରେସ ପକ୍ଷରୁ ଏକ ଜନସମାବେଶ ଆୟୋଜିତ ହୋଇଥିଲା। ଏଥିରେ ଆନ୍ଧ୍ରପ୍ରଦେଶର ଉପମୁଖ୍ୟମନ୍ତ୍ରୀ ପି. ରାଜନା ଦୋରା ଯୋଗ ଦେଇ ଏହି ଅଞ୍ଚଳ ତାଙ୍କ ସରକାରଙ୍କ ଫୋକ୍‌‌ସରେ ରହିଛି ବୋଲି କହିବା ପରେ ପୁଣି ବିବାଦୀୟ ପରିସ୍ଥିତି ସୃଷ୍ଟି ହୋଇଛି। ଆନ୍ଧ୍ର ପ୍ରଦେଶର ମନ୍ତ୍ରୀ, ଅଧିକାରୀ ଓ ଅମଲାମାନଙ୍କ କୋଟିଆ ଗ୍ରାମପୁଞ୍ଜରେ ଅନୁପ୍ରବେଶ ଓ ବିଭିନ୍ନ ବିକାଶମୂଳକ କାର୍ଯ୍ୟକ୍ରମ ଜରିଆରେ ଅଞ୍ଚଳବାସୀଙ୍କୁ ପ୍ରଲୋଭିତ କରିବା ଭଳି ଘଟଣା ଏପରିକି ଆଇନ ଓ ସମ୍ବିଧାନର ଖୋଲାଖୋଲି ଉଲ୍ଲଙ୍ଘନ କରି ନିର୍ବାଚନ ପ୍ରକ୍ରିୟା ଆୟୋଜନ କରିବାର ଧାରା ବିଗତ ଅନେକ ବର୍ଷ ହେଲା ଚାଲି ଆସୁଛି। ଏଭଳି ବିବାଦର ସମାଧାନ ପାଇଁ ଅନେକ ଥର ଦ୍ୱିପାକ୍ଷିକ ଆଲୋଚନା ସତ୍ତ୍ବେ ଆନ୍ଧ୍ରବାସୀଙ୍କ ମତିଗତିରେ ସୁଧାର ଆସୁନାହିଁ। ଆନ୍ଧ୍ରର ଏହି ଚୀନ୍‌‌ ସୁଲଭ ଆଭିମୁଖ୍ୟ ଅନେକ ସମୟରେ ସାମ୍ବିଧାନିକ ବିଧିବ୍ୟବସ୍ଥାକୁ ମଧ୍ୟ କ୍ଷୁଣ୍ଣ କରୁଛି।

ଅତୀତରେ ଓଡ଼ିଶା ଓ ଆନ୍ଧ୍ର ପ୍ରଦେଶର ମୁଖ୍ୟମନ୍ତ୍ରୀ ଭୁବନେଶ୍ୱରଠାରେ ସାକ୍ଷାତ ଆଲୋଚନା ଅବସରରେ ଦୁଇ ପଡ଼ୋଶୀ ରାଜ୍ୟ ମଧ୍ୟରେ ଥିବା ସୀମା ବିବାଦର ସ୍ଥାୟୀ ସମାଧାନ ପାଇଁ ରାଜି ହୋଇଥିଲେ। ତଦନୁସାରେ ଦୁଇ ରାଜ୍ୟର ମୁଖ୍ୟ ସଚିବଙ୍କ ମିଳିତ ଅଧ୍ୟକ୍ଷତାରେ ଏକ ଉଚ୍ଚସ୍ତରୀୟ କମିଟି ମଧ୍ୟ ଗଠିତ ହୋଇଥିଲା। ପରିତାପର ବିଷୟ ହେଲା, କମିଟି ଗଠନ ସତ୍ତ୍ବେ ଆନ୍ଧ୍ର ସରକାର କୋଟିଆରେ ତାଙ୍କର ହସ୍ତକ୍ଷେପବାଦୀ କାର୍ଯ୍ୟକଳାପ ଜାରି ରଖିଛନ୍ତି ଏବଂ ଓଡ଼ିଶା ପାଇଁ ଏକ ଅସ୍ୱସ୍ତିକର ପରିସ୍ଥିତି ସୃଷ୍ଟି କରି ଚାଲିଛନ୍ତି। ଏହି ଗ୍ରାମପୁଞ୍ଜ ସମେତ ଆଖପାଖର ଆଉ କେତେକ ଗ୍ରାମ ଉପରେ ଆନ୍ଧ୍ର ସରକାର ଜବରଦସ୍ତ ନିଜର ଅଧିକାର ଜାହିର କରିବାକୁ ମଧ୍ୟ ଅନେକବାର ଚେଷ୍ଟା କରିଛନ୍ତି। ଜଗମୋହନ ରେଡ୍ଡୀ ସରକାର କ୍ଷମତାକୁ ଆସିବା ପରେ ଏହି ପ୍ରକ୍ରିୟା ଆହୁରି ତୀବ୍ରତର ହେବାର ଲକ୍ଷ୍ୟ କରାଯାଉଛି। ସେଠାରେ ଜବରଦସ୍ତ ବିଭିନ୍ନ କାମ କରି ସେଠା ଲୋକଙ୍କୁ ଯେପରି ପ୍ରଲୋଭିତ କରାଯାଉଛି, ତାହାକୁ ରୋକିବାକୁ ଓଡ଼ିଶା ପକ୍ଷରୁ ସୁପ୍ରିମକୋର୍ଟରେ ମାମଲା ମଧ୍ୟ ଦାଏର୍‌‌ କରାଯାଇଥିଲା। ଗୋଟିଏ ପଡ଼ୋଶୀ ରାଜ୍ୟ ଆଇନ ଅଦାଲତ ଆଦିକୁ ଭ୍ରୂକ୍ଷେପ ନକରି ନିଜର ଜବରଦଖଲ ଅଭିଯାନ ଚଳାଇବା ଘଟଣାକୁ ଯେତେ ନିନ୍ଦା କଲେ ମଧ୍ୟ କମ୍‌‌ ହେବ।

କୋଟିଆର ବିବାଦୀୟ ଗ୍ରାମପୁଞ୍ଜରେ ଓଡ଼ିଶା ସରକାର ବିଭିନ୍ନ ବିକାଶମୂଳକ ଯୋଜନା ଆରମ୍ଭ କରିଛନ୍ତି। କୋଟିଆବାସୀ ଓଡ଼ିଶା ସରକାରଙ୍କ ପକ୍ଷରୁ ମାଗଣା ରାସନ ଓ ଅନ୍ୟାନ୍ୟ ସମସ୍ତ ମୌଳିକ ଆବଶ୍ୟକତା ପାଉଛନ୍ତି। ଓଡ଼ିଶା ଦ୍ୱାରା ସେମାନେ ଉପେକ୍ଷିତ କିମ୍ୱା ଅବହେଳିତ ନୁହନ୍ତି। ଏହାସତ୍ତ୍ବେ ଆନ୍ଧ୍ର ସରକାର ସେଠାରେ ଅନୁପ୍ରବେଶ କରି ଜବରଦସ୍ତ ବିକାଶମୂଳକ କାମ କରିବା, ଲୋକଙ୍କୁ ବିଭିନ୍ନ ସରକାରୀ ଯୋଜନାର ଲାଭ ଦେଇ ନିଜ ପକ୍ଷକୁ ଟାଣିବା ଏବଂ ସେଠାରେ ପଞ୍ଚାୟତ ନିର୍ବାଚନ କରିବାକୁ ଉଦ୍ୟମ କରିବା ଏକ ବେଆଇନ୍‌‌ କାର୍ଯ୍ୟ ନିଶ୍ଚୟ। କୌଣସି ଗଣତାନ୍ତ୍ରିକ ଓ ଦାୟିତ୍ୱବାନ ସରକାର ପକ୍ଷେ ଏହା ଶୋଭନୀୟ ନୁହେଁ। ଏହା ଆନ୍ଧ୍ର ସରକାର ଓ ଶାସକ ଦଳର ନେତା କାହିଁକି ବୁଝିପାରୁନାହାନ୍ତି ଏବଂ ବାରମ୍ବାର ରାଜ୍ୟ ସୀମା ଉଲ୍ଲଙ୍ଘନ କରୁଛନ୍ତି ତାହା ଜଣାପଡ଼ୁନାହିଁ।

ଭାରତର ପ୍ରତ୍ୟେକ ପ୍ରଦେଶରେ ବିଭିନ୍ନ ସ୍ଥାନରେ ସୀମାବର୍ତ୍ତୀ ଅଞ୍ଚଳକୁ ନେଇ ପ୍ରାୟତଃ କିଛି ନା କିଛି ଅବୁଝାମଣା ରହିଥାଏ। ଏହାର ଏକ ବଡ଼ ଉଦାହରଣ ହେଲା କର୍ଣ୍ଣାଟକ ଓ ମହାରାଷ୍ଟ୍ର ଭିତରେ ଲାଗି ରହିଥିବା ବହୁପୁରୁଣା ବେଲ୍‌‌ଗାଓଁ ବିବାଦ। ସେହିପରି ଉତ୍ତର-ପୂର୍ବ ଭାରତର ଏକାଧÒକ ରାଜ୍ୟ ମଧ୍ୟରେ ବିଭିନ୍ନ କାରଣରୁ ସୀମା ବିବାଦ ଲାଗି ରହିଛି। ଓଡ଼ିଶା ଭାଷାଭିତ୍ତିକ ପ୍ରଦେଶ ଭାବେ ୧୯୩୬ରେ ବ୍ରିଟିଶ୍‌‌ ଶାସନ କାଳରୁ ସ୍ୱତନ୍ତ୍ର ପ୍ରଦେଶ ମାନ୍ୟତା ପାଇଥିଲେ ସୁଦ୍ଧା ଓଡ଼ିଶା ସୀମା ସଂଲଗ୍ନ ଅନେକ ଅଞ୍ଚଳରେ ଓଡ଼ିଆ ଭାଷାଭାଷୀ ଲୋକଙ୍କ ଅଞ୍ଚଳ ଓଡ଼ିଶାରୁ ବିଚ୍ଛିନ୍ନ ହୋଇ ରହିଛି। ରାଜ୍ୟ ପୁନର୍ଗଠନ କମିଶନ୍‌‌ ମଧ୍ୟ ଏଥିରେ ଓଡ଼ିଶା ପ୍ରତି ଅନ୍ୟାୟ କରିଛନ୍ତି। ଚକ୍ରଧରପୁର, ମେଦିନୀପୁର, ମଞ୍ଜୁସା ଆଦି ଅନେକ ଅଞ୍ଚଳରେ ଏବେ ମଧ୍ୟ ବହୁଳ ସଂଖ୍ୟାରେ ଓଡ଼ିଆ ଭାଷାଭାଷୀ ରହୁଛନ୍ତି ଏବଂ ସେମାନଙ୍କ ପାଇଁ ଓଡ଼ିଶା ସରକାରଙ୍କ ପକ୍ଷରୁ ଓଡ଼ିଆ ମାଧ୍ୟମରେ ପାଠ୍ୟକ୍ରମ ଚଳାଇବା ପାଇଁ ଅନେକ କାର୍ଯ୍ୟକ୍ରମ ହାତକୁ ନିଆଯାଇଛି। ତେବେ ସେଭଳି ବିଚ୍ଛିନ୍ନାଞ୍ଚଳରେ ଓଡ଼ିଆ ଭାଷାଭାଷୀ ଜନସାଧାରଣଙ୍କ ସମସ୍ୟାକୁ ସେଠାକାର ସରକାର ଦୃଷ୍ଟି ନ ଦେବା ଏବଂ କୋଟିଆ ଭଳି ଓଡ଼ିଶା ସୀମା ଭିତରେ ତେଲୁଗୁ ଓ ଓଡ଼ିଆ ଭାଷାଭାଷୀ ଜନସାଧାରଣଙ୍କ ମଙ୍ଗଳ କରିବା ବାହାନାରେ ଆନ୍ଧ୍ର ସରକାର ଯେଭଳି ବଳପୂର୍ବକ ଅନୁପ୍ରବେଶ କରୁଛନ୍ତି ତାହା ସମ୍ପୂର୍ଣ୍ଣ ଅଲଗା ବିଷୟ। ଅନ୍ୟପକ୍ଷରେ ପୋଲାଭରମ୍‌‌ ଜଳଭଣ୍ଡାର ଯୋଜନାରେ ଓଡ଼ିଶାର କିପରି କ୍ଷତିଘଟୁଛି ତାହାକୁ ମଧ୍ୟ କେନ୍ଦ୍ର ସରକାର ଦେଖି ନ ଜାଣିଲା ପରି ରହୁଛନ୍ତି। କେନ୍ଦ୍ରରେ ଓ ଓଡ଼ିଶାରେ ଅଲଗା ରାଜନୈତିକ ଦଳ ଶାସନ କରୁଥିବା ଯୋଗୁଁ ଆମ ପ୍ରତି କେନ୍ଦ୍ରର ଏଭଳି ବୈମାତୃକ ଭାବ ହେଉଛି ବୋଲି ଭାବିବା ଛଡ଼ା ଅନ୍ୟ କ’ଣ କାରଣ ହୋଇପାରେ? ଅବଶ୍ୟ ଆନ୍ଧ୍ର ଓ ତେଲଙ୍ଗାନାରେ ଦେଖିବାକୁ ଗଲେ ଏନ୍‌‌ଡିଏ ବିରୋଧୀ ଦଳ ଶାସନରେ ଅଛନ୍ତି। ତାଙ୍କ ସାଥୀରେ ସହଯୋଗ କରି ଶାସକ ଏନ୍‌‌ଡିଏ ଦଳ ବିରୋଧୀ ୱାଇଏସ୍‌‌ଆର ଓ କେସିଆର ସରକାରମାନଙ୍କ ସପକ୍ଷରେ କେତେକ ନିଷ୍ପତ୍ତି ନେଉଥÒବା ବେଳେ ଓଡ଼ିଶାରେ ବିଜେଡି ଭଳି ବନ୍ଧୁତ୍ୱ ଭାବାପନ୍ନ ଦଳ ଶାସନରେ ଥିବା ସତ୍ତ୍ବେ କାହିଁକି ଓଡ଼ିଶା ପ୍ରତି ଏଭଳି ଅବହେଳା କରୁଛନ୍ତି ତାହା ବୁଝା ପଡ଼ୁନାହିଁ। ଏଭଳି ଅନେକଗୁଡ଼ିଏ କ୍ଷେତ୍ରରେ କେନ୍ଦ୍ର ସରକାରଙ୍କ ଓଡ଼ିଶା ପ୍ରତି ପ୍ରତିକୂଳ ମନୋଭାବ ଜାରି ରହିଲେ ବିଜେପି ଦଳ ଆସନ୍ତା ନିର୍ବାଚନଗୁଡ଼ିକରେ ଓଡ଼ିଶାର ଭୋଟରମାନଙ୍କର ସହୃଦୟତା କିଭଳି ଆଶା କରିବେ ତାହା ସେମାନଙ୍କୁ ହିଁ ଜଣାଥିବ।

କୋଟିଆ ଉପରେ ଆନ୍ଧ୍ରର ଅକାରଣ ଲୋଲୁପ ଦୃଷ୍ଟି ଓ ବାରମ୍ବାର ଅନୁପ୍ରବେଶକୁ ଜିଲ୍ଲା ପ୍ରଶାସନ ଓ ପଞ୍ଚାୟତ ସମେତ ସ୍ଥାନୀୟ ଜନପ୍ରତିନିଧି ମୁକାବିଲା କରିବାରେ ଯେ ଅସଫଳ ହୋଇଛନ୍ତି ତାହା ସହଜରେ ଅନୁମେୟ। କୋଟିଆ ସମସ୍ୟାକୁ ନେଇ ଓଡ଼ିଶାରେ ସର୍ବଦଳୀୟ ସହମତି ଥାଇ ସୁଦ୍ଧା ସ୍ଥାନୀୟ ପ୍ରଶାସନ କଠୋର ପଦକ୍ଷେପ ନେବାରେ ପଛଘୁଞ୍ଚା କାହିଁକି ଦେଉଛନ୍ତି? ତେଣେ ସହଯୋଗୀ ସଂଘୀୟ ବ୍ୟବସ୍ଥାର ଢୋଲ ପିଟିବାରେ ସିଦ୍ଧହସ୍ତ କେନ୍ଦ୍ରର ଏନ୍‌‌ଡିଏ ସରକାରଙ୍କୁ ଆଉ କେତେଦିନ ଗଲେ ଯାଇ କୋଟିଆର ସମସ୍ୟା ବୁଝାପଡ଼ିବ ଓ ସେମାନେ ତାଙ୍କ ସାମ୍ବିଧାନିକ ଦାୟିତ୍ୱ ତୁଲାଇବେ ସେ ପ୍ରଶ୍ନ ପଚାରିବାର ବେଳ ଆସିଛି।

13 Feb 2023 By The Sakala

https://www.thesakala.in/sakala-editorial/sakala-editorial-13-february-2023/article-18899
Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର