ପେନ୍ସନ୍ ବ୍ୟବସ୍ଥାକୁ ନେଇ ରାଜନୀତି ନ ହେଉ
ଆର୍ଥିକ ବିଜ୍ଞତା ପାଖରେ ରାଜନୈତିକ ସୁବିଧାବାଦ ଓ ତାତ୍କାଳିକ ଲାଭ ଉଠାଣର ଅବକାଶ ନଥାଏ। ରାଜନୀତି ଲାଭ ପାଇଁ ଆର୍ଥିକ ଦୂରଦର୍ଶିତା ଓ ବୁଦ୍ଧିମତ୍ତା ସହ ଯେତେବେଳେ ସାଲିସ ହୁଏ, ସେତେବେଳେ ରାଷ୍ଟ୍ର କ୍ଷତିଗ୍ରସ୍ତ ହୋଇ ଆଗାମୀ ପିଢ଼ି ପାଇଁ ଏକ ଅନିଶ୍ଚିତ ସ୍ଥିତି ସୃଷ୍ଟି କରେ। ଏବେ ଭାରତରେ ସେଭଳି ଏକ ପରିସ୍ଥିତି ଦେଖାଦେଇଛି। ଦୀର୍ଘ ୧୯ ବର୍ଷ ବ୍ୟବଧାନ ପରେ ଦେଶର ଚାରିଟି ପ୍ରମୁଖ ରାଜ୍ୟ ରାଜସ୍ଥାନ, ଛତିଶଗଡ଼, ହିମାଚଳପ୍ରଦେଶ ଓ ଝାଡ଼ଖଣ୍ଡ ସରକାରୀ […]
ଆର୍ଥିକ ବିଜ୍ଞତା ପାଖରେ ରାଜନୈତିକ ସୁବିଧାବାଦ ଓ ତାତ୍କାଳିକ ଲାଭ ଉଠାଣର ଅବକାଶ ନଥାଏ। ରାଜନୀତି ଲାଭ ପାଇଁ ଆର୍ଥିକ ଦୂରଦର୍ଶିତା ଓ ବୁଦ୍ଧିମତ୍ତା ସହ ଯେତେବେଳେ ସାଲିସ ହୁଏ, ସେତେବେଳେ ରାଷ୍ଟ୍ର କ୍ଷତିଗ୍ରସ୍ତ ହୋଇ ଆଗାମୀ ପିଢ଼ି ପାଇଁ ଏକ ଅନିଶ୍ଚିତ ସ୍ଥିତି ସୃଷ୍ଟି କରେ। ଏବେ ଭାରତରେ ସେଭଳି ଏକ ପରିସ୍ଥିତି ଦେଖାଦେଇଛି। ଦୀର୍ଘ ୧୯ ବର୍ଷ ବ୍ୟବଧାନ ପରେ ଦେଶର ଚାରିଟି ପ୍ରମୁଖ ରାଜ୍ୟ ରାଜସ୍ଥାନ, ଛତିଶଗଡ଼, ହିମାଚଳପ୍ରଦେଶ ଓ ଝାଡ଼ଖଣ୍ଡ ସରକାରୀ କର୍ମଚାରୀଙ୍କ ପାଇଁ ଉଦ୍ଦିଷ୍ଟ ଜାତୀୟ ପେନ୍ସନ୍ ଯୋଜନା (ଏନ୍ପିଏସ୍)କୁ ହଟାଇ ପୁରୁଣା ପେନ୍ସନ୍ ବ୍ୟବସ୍ଥା ଲାଗୁ କରିବାକୁ ସ୍ଥିର କରିଛନ୍ତି। ପ୍ରସଙ୍ଗକ୍ରମେ ଏହି ସମସ୍ତ ରାଜ୍ୟରେ ଅଣବିଜେପି ସରକାର ଶାସନ କରୁଛନ୍ତି। ନିକଟରେ ଅନୁଷ୍ଠିତ ହିମାଚଳ ପ୍ରଦେଶ ବିଧାନସଭା ନିର୍ବାଚନରେ କଂଗ୍ରେସ ପୁରୁଣା ପେନ୍ସନ୍ ବ୍ୟବସ୍ଥା ଲାଗୁ କରିବାକୁ ତା’ର ଇସ୍ତାହାରରେ ଘୋଷଣା କରିଥିଲା। ତେଣୁ କ୍ଷମତାକୁ ଆସିବା ପରେ ଦଳ ନିର୍ବାଚନୀ ପ୍ରତିଶ୍ରୁତିକୁ କାର୍ଯ୍ୟକାରୀ କରିଛି। ଆଗକୁ ବିଧାନସଭା ନିର୍ବାଚନ ଥିବାରୁ ରାଜସ୍ଥାନ, କର୍ଣ୍ଣାଟକ, ଛତିଶଗଡ଼ରେ ମଧ୍ୟ ପୁରୁଣା ପେନ୍ସନ୍ ବ୍ୟବସ୍ଥା ଲାଗୁ କରିବାକୁ କଂଗ୍ରେସ ଦଳ ଘୋଷଣା କରିସାରିଛି। ପୁରୁଣା ପେନ୍ସନ୍ ବ୍ୟବସ୍ଥାର ରାଜନୈତିକ ଗୁରୁତ୍ୱ ଥିବା ଦେଖିବା ପରେ ମହାରାଷ୍ଟ୍ରର ଉପମୁଖ୍ୟମନ୍ତ୍ରୀ ତଥା ବିଜେପି ନେତା ଦେବେନ୍ଦ୍ର ଫଦନାବିଶ କହିଛନ୍ତି ଯେ ତାଙ୍କ ଦଳର ମିଳିତ ସରକାର ମଧ୍ୟ ଏହି ପ୍ରସଙ୍ଗକୁ ବିଚାର କରିପାରେ।
ଅନ୍ୟପକ୍ଷରେ ରାଜ୍ୟସଭାରେ ପୁରୁଣା ପେନ୍ସନ୍ ବ୍ୟବସ୍ଥା ନେଇ ପ୍ରଧାନମନ୍ତ୍ରୀଙ୍କ ବିବୃତିରୁ କିନ୍ତୁ ସଙ୍କେତ ମିଳୁଛି ଯେ ବିଜେପି ଏହାକୁ ନିର୍ବାଚନ ପ୍ରସଙ୍ଗ କରି ଏଥିରୁ ରାଜନୈତିକ ଫାଇଦା ଉଠାଇବା ସପକ୍ଷରେ ନାହିଁ। ପ୍ରଧାନମନ୍ତ୍ରୀ ଏହି ପ୍ରସଙ୍ଗରେ ରାଜ୍ୟ ସରକାରମାନଙ୍କୁ ପରାମର୍ଶ ଦେଇ କହିଛନ୍ତି ଯେ ସେମାନେ ଆର୍ଥିକ ବିଜ୍ଞତା ରକ୍ଷା କରିବା ଉଚିତ। ରାଜନୀତି ପାଇଁ ଅର୍ଥନୀତିକୁ ବିଗାଡ଼ିବା ପ୍ରୟାସକୁ ଏକ ବିପର୍ଯ୍ୟୟ ନୀତି ଭାବେ ବର୍ଣ୍ଣନା କରି ଦେଶର ଆର୍ଥିକ ଭବିଷ୍ୟତ ସହ ନ ଖେଳିବାକୁ ସେ ପରାମର୍ଶ ଦେଇଛନ୍ତି।
୨୦୦୪ ମସିହାରେ ବାଜପେୟୀଙ୍କ ଏନ୍ଡିଏ ସରକାର ସମୟରେ ସବୁ ରାଜ୍ୟ ସରକାରଙ୍କ ପରାମର୍ଶକ୍ରମେ ପୁରୁଣା ପେନ୍ସନ୍ ବ୍ୟବସ୍ଥା ବନ୍ଦ କରାଯାଇ ସେହି ବର୍ଷ ଏପ୍ରିଲ୍ ପହିଲାରୁ ସରକାରୀ କର୍ମଚାରୀଙ୍କ ପାଇଁ ଜାତୀୟ ପେନ୍ସନ୍ ଯୋଜନା ବା ଏନ୍ପିଏସ୍ କାର୍ଯ୍ୟକାରୀ ହେଲା। ଏହି ଦୁଇ ବ୍ୟବସ୍ଥା ମଧ୍ୟରେ ଫରକ ହେଲା ପ୍ରଥମଟିରେ କର୍ମଚାରୀଙ୍କୁ କୌଣସି ଆର୍ଥିକ ସହଯୋଗ ନ ଦେଇ ସୁନିଶ୍ଚିତ ପେନ୍ସନ୍ ଅର୍ଥ ଓ ମହଙ୍ଗାଭତ୍ତା ମିଳୁଥିଲା। ଏହା ମୂଳ ବେତନର ୫୦ ଶତାଂଶ ଥିଲା। ନୂଆ ପେନ୍ସନ୍ ବ୍ୟବସ୍ଥାରେ କର୍ମଚାରୀଙ୍କୁ ନିଜର ଅବଦାନ ଭିତ୍ତିରେ ଓ ସରକାରଙ୍କ କିଞ୍ଚିତ ଆର୍ଥିକ ସହଯୋଗରେ ଆନୁପାତିକ ଭାବେ ପେନ୍ସନ୍ ପ୍ରଦାନର ବ୍ୟବସ୍ଥା କରାଯାଇଛି। ପୁରୁଣା ପେନ୍ସନ୍ ବ୍ୟବସ୍ଥା ରାଜକୋଷ ଉପରେ ଏକ ପ୍ରଚଣ୍ଡ ବୋଝ ଥିଲା ଏବଂ ସରକାର ବିକାଶମୂଳକ ତଥା କଲ୍ୟାଣକାରୀ କାର୍ଯ୍ୟକ୍ରମ ପାଇଁ ଯଥେଷ୍ଟ ଅର୍ଥ ପାଉନଥିଲେ। ସେ ବ୍ୟବସ୍ଥାର ଅବସାନ ପରେ ସରକାରଙ୍କ ଆର୍ଥିକ ସ୍ଥିତିରେ ଉଲ୍ଲେଖନୀୟ ଉନ୍ନତିର ସୁଯୋଗ ରହିଛି ଏବଂ ଉଭୟ କେନ୍ଦ୍ର ଓ ପ୍ରାଦେଶିକ ସରକାରମାନେ ଏହାଦ୍ୱାରା ଲାଭବାନ ହେବେ।
ଏହା ଅବଶ୍ୟ ସତ୍ୟ ଯେ ନୂଆ ଓ ପୁରୁଣା ପେନ୍ସନ୍ ଯୋଜନାରେ ବ୍ୟାପକ ପାର୍ଥକ୍ୟ ରହିଛି। ଅବସର ପରେ ପୁରୁଣା ଯୋଜନାରେ ଯେଉଁ ପରିମାଣର ପେନ୍ସନ୍, ମହଙ୍ଗାଭତ୍ତା ଆଦି ମିଳୁଥିଲା, ନୂଆ ପେନ୍ସନ୍ ଜମା ବ୍ୟବସ୍ଥାରେ ତାହା ଅତ୍ୟନ୍ତ ସ୍ୱଳ୍ପ। ତେଣୁ କର୍ମଚାରୀଙ୍କ ମଧ୍ୟରେ ଅସନ୍ତୋଷ ରହିଛି। କେବଳ ପ୍ରତିରକ୍ଷା ବାହିନୀରେ ପୁରୁଣା ପେନ୍ସନ୍ ବ୍ୟବସ୍ଥା ରହିଛି ଏବଂ ପୁରୁଣା କେନ୍ଦ୍ରୀୟ ପେନ୍ସନ୍ଭୋଗୀଙ୍କ ପାଇଁ ପୁରୁଣା ପେନ୍ସନ୍ ବ୍ୟବସ୍ଥା ପ୍ରଚଳିତ ଅଛି। ପୁରୁଣା ପେନ୍ସନ୍ ବୁଢ଼ା କାଳରେ ସାମାଜିକ ନିରାପତ୍ତା ସହିତ ମୁଖ୍ୟତଃ ଜଡ଼ିତ। ସେଦୃଷ୍ଟିରୁ ପୁରୁଣା ପେନ୍ସନ୍ ଯୋଜନା କେତେକ କ୍ଷେତ୍ରରେ ତୁଳନାତ୍ମକ ଭାବେ ଭଲ ବୋଲି ବିବେଚନା କରାଯାଏ। ତେବେ ଚାକିରିର ପ୍ରାରମ୍ଭରୁ ଯୁବ କର୍ମଚାରୀମାନେ ନୂତନ ପେନ୍ସନ୍ ବ୍ୟବସ୍ଥାରେ ସଞ୍ଚୟ ଅଭ୍ୟାସ କଲେ ସେମାନଙ୍କୁ ପୁରୁଣା ପେନ୍ସନ୍ଠାରୁ ଅଧିକ ଲାଭ ମିଳିବା ସୁନିଶ୍ଚିତ। ଅତଏବ ପୁରୁଣା ପେନ୍ସନ୍ ଯୋଜନାକୁ ଏକ ଲୋଭନୀୟ ରାଜନୈତିକ ଆୟୁଧଭାବେ ବ୍ୟବହାର କରି ଏନ୍ଡିଏ ବିରୋଧୀ ରାଜନୈତିକ ଦଳ ଭୋଟ୍ ହାତେଇବାକୁ ପଶ୍ଚାତପଦ ହେଉନାହାନ୍ତି।
ଭାରତରେ ଏକାଧିକ ପେନ୍ସନ୍ ଯୋଜନା ରହିଛି। ବେସରକାରୀ ସଂଗଠିତ କ୍ଷେତ୍ର ପାଇଁ ଥିବା ପେନ୍ସନ୍ ଯୋଜନା କର୍ମଚାରୀଙ୍କ ସର୍ବନିମ୍ନ ଆବଶ୍ୟକତା ପୂରଣ କରିବାକୁ ଅନୁପଯୁକ୍ତ। ସେମାନେ ଆର୍ଥିକ ଅବଦାନ ଚାକିରି କାଳରେ ଦେଇ ମଧ୍ୟ ମାସିକ ୧୫୦୦ ରୁ ୩୦୦୦ ଟଙ୍କା ଯାଏ ପେନ୍ସନ୍ ପାଆନ୍ତି ଯାହା ଉପରେ ମହଙ୍ଗା ଭତ୍ତା ଓ ଅନ୍ୟ କିଛି ନଥାଏ। ପୁରୁଣା ପେନ୍ସନ୍ ବ୍ୟବସ୍ଥାରେ ସରକାରୀ କର୍ମଚାରୀ ଯଥେଷ୍ଟ ଅଧିକ ଆର୍ଥିକ ସୁବିଧା ପାଉଥିବାବେଳେ ଏ ସବୁ ଆୟକର ବ୍ୟବସ୍ଥାର ଅନ୍ତର୍ଭୁକ୍ତ। ଏକାଧିକ ଓ ଅନାକର୍ଷଣୀୟ ପେନ୍ସନ୍ ଯୋଜନାରୁ ସୃଷ୍ଟ ଅସନ୍ତୋଷର ଲାଭ କିଛି ରାଜନୈତିକ ଦଳ ଏବେ ଉଠାଉଛନ୍ତି ବୋଲି ପ୍ରତୀୟମାନ ହୁଏ। ଏଠି ରାଜନୈତିକ ଦଳଙ୍କୁ କେବଳ ଦୋଷ ନ ଦେଇ ବ୍ୟବସ୍ଥାରେ ଆବଶ୍ୟକୀୟ ପରିବର୍ତ୍ତନ ଓ ଏହାକୁ ଆର୍ଥିକ ଆକର୍ଷଣୀୟ କରାଯିବା ଉଚିତ।
ତେବେ ସେ ଯା’ହେଉ, ଏବେ ପୁରୁଣା ପେନ୍ସନ୍ ବ୍ୟବସ୍ଥାକୁ ପୁନର୍ବାର ଲାଗୁ କଲେ ରାଜ୍ୟମାନଙ୍କ ଉପରେ ବିପୁଳ ଅର୍ଥ ବୋଝ ପଡ଼ିବ। ଏକ ସୀମିତ ଲାଭ ଆଶାରେ ପେନ୍ସନ୍ ବାବଦରେ ବିପୁଳ ଅର୍ଥ ଖର୍ଚ୍ଚ କରାଗଲେ ଯେଉଁ ରାଜସ୍ୱ ନିଅଣ୍ଟ ହେବ ଭବିଷ୍ୟତ ପାଇଁ ତାହା ଗୁରୁତର ପରିସ୍ଥିତି ସୃଷ୍ଟି କରିପାରେ। ରିଜର୍ଭ ବ୍ୟାଙ୍କ ତାହାର ଏକ ରିପୋର୍ଟ ‘ଷ୍ଟେଟ୍ ଫାଇନାନ୍ସ : ଏ ଷ୍ଟଡି ଅଫ୍ ବଜେଟ୍ ୨୦୨୨-୨୩’ରେ ପୁରୁଣା ପେନ୍ସନ୍ ବ୍ୟବସ୍ଥା ଲାଗୁ ପ୍ର୍ରୟାସକୁ ନାପସନ୍ଦ କରି ଏହାର ପରିଣାମ ଗୁରୁତର ହେବ ବୋଲି ସତର୍କ କରାଇ ଦେଇଛି। ଏକ ସ୍ୱଳ୍ପକାଳୀନ ରାଜନୈତିକ ଲାଭ ପାଇଁ ଦୀର୍ଘକାଳୀନ ରାଜ୍ୟ ସ୍ୱାର୍ଥକୁ ଜଳାଞ୍ଜଳି ନ ଦେବାକୁ ଏଥିରେ କୁହାଯାଇଛି। ଏହାସତ୍ତ୍ବେ ଉପରୋକ୍ତ ପାଞ୍ଚଟି ରାଜ୍ୟ ସହିତ ଷଷ୍ଠ ପ୍ରଦେଶ ଭାବେ ପଞ୍ଜାବ ମଧ୍ୟ ପୁରୁଣା ପେନ୍ସନ୍ ବ୍ୟବସ୍ଥା କାର୍ଯ୍ୟକାରୀ କରିବାକୁ କେନ୍ଦ୍ର ସରକାର ଓ ପିଏଫ୍ଆଇଡିଏକୁ ଅବଗତ କରାଇଛି।
ନୂଆକୁ ଛାଡ଼ି ପୁଣି କ୍ଷତିକାରକ ପୁରୁଣାକୁ ଆପଣାଇବା ଆତ୍ମଘାତୀ ମନେହୁଏ। କେନ୍ଦ୍ର ସରକାର ଓ ରିଜର୍ଭ ବ୍ୟାଙ୍କ ଦେଶର ଆର୍ଥିକ ଭବିଷ୍ୟତ ଦୃଷ୍ଟିରୁ ପୁରୁଣା ପେନ୍ସନ୍ ବ୍ୟବସ୍ଥାର ପୁନଃପ୍ରଚଳନକୁ ବିରୋଧ କରିପାରନ୍ତି। ଭୋଟ୍ ରାଜନୀତି ଏହାକୁ କିନ୍ତୁ ସମର୍ଥନ କରୁଛି। ଯେଉଁ ଦେଶରେ ଅନୈତିକତା ଓ ସହଜମାର୍ଗ ଭୋଟ୍ ରାଜନୀତିରେ ଗୁରୁତ୍ୱ ପାଏ, ସେଠି ଦେଶ ଓ ଏହାର ଆର୍ଥିକ ଭବିଷ୍ୟତ କଥା ଉପରେ ଗୁରୁତ୍ୱ ଦେବା ଆଶା କରାଯାଇ ନ ପାରେ। କ୍ଷମତାର ଲୋଭ ଓ ଆକର୍ଷଣ ପାଖରେ ସବୁ ନୀତି ଓ ନୈତିକତା ତୁଚ୍ଛ। ପୁରୁଣା ପେନ୍ସନ୍ ରାଜନୀତି ନିଶ୍ଚିତ ଭାବେ ବିପଜ୍ଜନକ ଓ ରାଷ୍ଟ୍ରବିରୋଧୀ।