ଚାଷୀଙ୍କ ବଢ଼ୁଛି ଭୀତି

The Sakala Picture
Published On

ସମୟ ବଦଳିବା ସହ ଭାରତ କୃଷି ଉତ୍ପାଦନରେ ଆତ୍ମନିର୍ଭରଶୀଳତା ହାସଲ କରିଛି। ଏହାସତ୍ତ୍ବେ କୃଷି ଉପରେ ନିର୍ଭରଶୀଳ ଚାଷୀଙ୍କ ଆର୍ଥିକ ସ୍ଥିତିରେ ଉନ୍ନତି ଘଟିନାହିଁ। ଋଣ ପରିଶୋଧ କରି ନ ପାରି ଆତ୍ମହତ୍ୟା କରୁଥିବା ଚାଷୀଙ୍କ ସଂଖ୍ୟା କିଛି କମ୍‌‌ ନୁହେଁ। ପ୍ରତିକୂଳ ପରିସ୍ଥିତିରେ ଶିଳ୍ପପତିଙ୍କୁ ଋଣଛାଡ଼ କରାଯାଉଥିବା ବେଳେ ଚାଷୀ ଅନୁରୂପ ସୁଯୋଗରୁ ବଞ୍ଚିତ ହେଉଛି। ସବୁଠାରୁ ଉଲ୍ଲେଖଯୋଗ୍ୟ ବିଷୟ ହେଲା କୃଷିକୁ ଜୀବିକା ରୂପେ ଗ୍ରହଣ କରିଥିବା କ୍ଷୁଦ୍ର ଓ ନାମମାତ୍ର ଚାଷୀ ସରକାରଙ୍କ […]

ସମୟ ବଦଳିବା ସହ ଭାରତ କୃଷି ଉତ୍ପାଦନରେ ଆତ୍ମନିର୍ଭରଶୀଳତା ହାସଲ କରିଛି। ଏହାସତ୍ତ୍ବେ କୃଷି ଉପରେ ନିର୍ଭରଶୀଳ ଚାଷୀଙ୍କ ଆର୍ଥିକ ସ୍ଥିତିରେ ଉନ୍ନତି ଘଟିନାହିଁ। ଋଣ ପରିଶୋଧ କରି ନ ପାରି ଆତ୍ମହତ୍ୟା କରୁଥିବା ଚାଷୀଙ୍କ ସଂଖ୍ୟା କିଛି କମ୍‌‌ ନୁହେଁ। ପ୍ରତିକୂଳ ପରିସ୍ଥିତିରେ ଶିଳ୍ପପତିଙ୍କୁ ଋଣଛାଡ଼ କରାଯାଉଥିବା ବେଳେ ଚାଷୀ ଅନୁରୂପ ସୁଯୋଗରୁ ବଞ୍ଚିତ ହେଉଛି। ସବୁଠାରୁ ଉଲ୍ଲେଖଯୋଗ୍ୟ ବିଷୟ ହେଲା କୃଷିକୁ ଜୀବିକା ରୂପେ ଗ୍ରହଣ କରିଥିବା କ୍ଷୁଦ୍ର ଓ ନାମମାତ୍ର ଚାଷୀ ସରକାରଙ୍କ ମାଗଣା ରାସନ ଉପରେ ନିର୍ଭର କରି ଜୀବନ ଜିଉଁଛି। ଏହାଠାରୁ ଦୁର୍ଭାଗ୍ୟଜନକ ପରିସ୍ଥିତି ଆଉ କ’ଣ ବା ହୋଇପାରେ! ସଂସଦରେ ଗୃହୀତ ଚାଷୀ ବିରୋଧୀ କୃଷି ଆଇନକୁ ସରକାର ସମ୍ମିଳିତ ଆନ୍ଦୋଳନର ସମ୍ମୁଖୀନ ହୋଇ ନପାରି ପ୍ରତ୍ୟାହାର କରିବାକୁ ବାଧ୍ୟ ହୋଇଥିଲେ। ତଥାପି ଆନ୍ଦୋଳନ ଶେଷ ହୋଇନାହିଁ। ସରକାରଙ୍କ ଦ୍ୱାରା ଘୋଷିତ ସର୍ବନିମ୍ନ ସହାୟକ ମୂଲ୍ୟକୁ ଆଇନର ମାନ୍ୟତା ଦେବା ଦାବିରେ ବିକ୍ଷୋଭ ଓ ଆନ୍ଦୋଳନ ଜାରି ରହିଛି। ଏହି ଦୁର୍ଦ୍ଦଶା ଓ ଦୁର୍ଭାଗ୍ୟର କିନ୍ତୁ ଅନ୍ତନାହିଁ। ଭାରତ ସରକାର ଆମେରିକା ସହ ଯେଉଁ ବାଣିଜ୍ୟ ଚୁକ୍ତି କରିବାକୁ ଯାଉଛନ୍ତି, ତାହା ମଧ୍ୟ ଚାଷୀଙ୍କ ସ୍ୱାର୍ଥ ବିରୋଧୀ। ଆମେରିକାର କୃଷି ଉତ୍ପାଦ ଆମ ଦେଶରେ ବିପଣନ କରିବାର ସୁଯୋଗ ହାସଲ କରିବାକୁ ଯାଉଛି। ଆମ ଚାଷୀ କ’ଣ ଏହି ପ୍ରତିଯୋଗିତାର ସମ୍ମୁଖୀନ ହୋଇପାରିବେ? ତେଣୁ ଏ ଦୁଃଖରୁ ସେ ଦୁଃଖ ବଳିପଡ଼ିବ।

ଏକ ଅନୁଶୀଳନରୁ ଜଣାପଡ଼ିଛି ଯେ ଗତି କିଛିବର୍ଷ ହେଲା ଚୀନ ଆମେରିକୀୟ କୃଷି ଉତ୍ପାଦ କ୍ରୟ ପ୍ରତି ବିମୁଖ ହୋଇଛି। ମୁକ୍ତ ବଜାର ବ୍ୟବସ୍ଥାରେ ବ୍ରାଜିଲ ଓ ଆର୍ଜେଣ୍ଟିନା ଉପରେ ଚୀନର ନିର୍ଭରଶୀଳତା ବୃଦ୍ଧି ପାଇଛି। ଏଭଳି ପରିସ୍ଥିତିରେ କୃଷି ଉତ୍ପାଦ ବେପାର ପାଇଁ ଆମେରିକା ଯେଉଁ ସାଲିସ ଓ ମୂଲଚାଲ ଆରମ୍ଭ କରିଛି, ସେଥିରେ ଭାରତୀୟ ଚାଷୀଙ୍କ ସ୍ୱାର୍ଥ ବଳି ପଡ଼ିବା ଏକ ପ୍ରକାର ନିଶ୍ଚିତ ହୋଇଯାଇଛି। ଗତ ମାର୍ଚ୍ଚମାସରେ ଭାରତ ଗସ୍ତରେ ଆସିଥିବା ଆମେରିକା ବାଣିଜ୍ୟ ବିଭାଗ ପ୍ରତିନିଧିମଣ୍ଡଳୀ ଆମ ଦେଶର ପ୍ରତିପକ୍ଷଙ୍କ ସହ ଆଲୋଚନା କରିଛନ୍ତି। ସେମାନଙ୍କ କଥାବାର୍ତ୍ତାରେ ଟ୍ରମ୍ପଙ୍କ ଆଭିମୁଖ୍ୟ ପ୍ରତିଫଳିତ ହୋଇଥିଲା। ପ୍ରତିନିଧି ଦଳର ନେତୃତ୍ୱ ନେଇଥିବା ବ୍ରାଣ୍ଡନ ଲିଞ୍ଚ ମଧ୍ୟ ଆଲୋଚନା ପ୍ରସଙ୍ଗରେ ଆମେରିକୀୟ କୃଷି ଉତ୍ପାଦ, ବିଶେଷକରି ମକା, କପା ଓ ସୋୟାବିନ ରପ୍ତାନି ସମ୍ପର୍କରେ ସୂଚନା ଦେଇଛନ୍ତି। ଏଥିମଧ୍ୟରେ ଦ୍ୱିପାକ୍ଷିକ ଚୁକ୍ତିନାମାର ରୂପରେଖ ଚୂଡ଼ାନ୍ତ ହୋଇଥିଲେ ମଧ୍ୟ ତାହା ଏ ପର୍ଯ୍ୟନ୍ତ ଗଣମାଧ୍ୟମରେ ପ୍ରସାରିତ ହୋଇନାହିଁ। ସବୁ ଚାଲିଛି ସଲାସୁତରାରେ। ଆମ ରପ୍ତାନି ସାମଗ୍ରୀ ଉପରେ ୨୬% ଶୁଳ୍କ ଘୋଷଣା କରିବା ପରେ ଆମେରିକା ସହ ସମର୍ପିତ ଭାବ ନେଇ ବାଣିଜ୍ୟ ନୀତି ନିର୍ଦ୍ଧାରଣରେ କେବଳ ଚାଷୀ ବଳି ପଡ଼ିବେନି, ଦେଶବାସୀଙ୍କ ବୃହତ୍ତର ସ୍ୱାର୍ଥ ବଳିପଡ଼ିବ। ଏହାର ସୂଚନା ମିଳିଛି ଘରୋଇ ଏଲ୍‌‌ପିଜି ସିଲିଣ୍ଡର ପିଛା ମୂଲ୍ୟ ୫୦ ଟଙ୍କା ବୃଦ୍ଧି ଏବଂ ପେଟ୍ରୋଲ ଓ ଡିଜେଲ୍‌‌ରେ ଅତିରିକ୍ତ ଦୁଇଟଙ୍କା ଉତ୍ପାଦନ ଶୁଳ୍କ ଲାଗୁ କରିବା ନିଷ୍ପତ୍ତିର। ଏଥିରୁ ସ୍ପଷ୍ଟ ମନେହୁଏ ଯେ ସରକାର ରୁଷିଆରୁ ଶସ୍ତାରେ ଅଶୋଧିତ ତୈଳ କିଣିବା ବଦଳରେ ଆମେରିକାରୁ କ୍ରୟ କରିବା ଏକପ୍ରକାର ଥୟ। ଏହାଛଡ଼ା ପ୍ରାକୃତିକ ବାଷ୍ପ କ୍ରୟ ପାଇଁ ଭାରତ ସରକାର ଆମେରିକା ସହ ବୁଝାମଣା କରିସାରିଛନ୍ତି। ଏ ବାବଦରେ ଯେଉଁ ଅତିରିକ୍ତ ବ୍ୟୟଭାର ସରକାର ବହନ କରିବେ, ତାହାର ଭରଣା ପାଇଁ ସରକାର ଆଗୁଆ ମୂଲ୍ୟବୃଦ୍ଧି କରିଛନ୍ତି। କେବଳ କଥା ଏତିକିରେ ସରିନି। ଆମ ଦେଶର ଶିଳ୍ପପତିଙ୍କୁ ସେମାନଙ୍କ ଉପଯୋଗ୍ୟ ସାମଗ୍ରୀ ଚୀନ୍‌‌ ବଦଳରେ ଆମେରିକାରୁ କିଣିବାକୁ ପଡ଼ିବ। ତେଣୁ ଆଗକୁ ଉତ୍ପାଦନ ଖର୍ଚ୍ଚ ବୃଦ୍ଧିର ପଥ ପରିଷ୍କାର ହେଉଛି। ତାହାର ପ୍ରତିକୂଳ ପ୍ରଭାବରେ ବଜାର ଦର ବଢ଼଼ିବ ଓ ଉପଭୋକ୍ତା କ୍ଷତିଗ୍ରସ୍ତ ହେବେ।

ଏଠାରେ ସୂଚାଇ ଦିଆଯାଇପାରେ କି କୃଷି କ୍ଷେତ୍ରକୁ ଆନ୍ତର୍ଜାତିକ ବାଣିଜ୍ୟ ଚୁକ୍ତିନାମାରୁ ଭାରତ ଦୂରେଇ ରଖିଆସିଛି। ଆମ ଆଭ୍ୟନ୍ତରୀଣ କୃଷି ଉତ୍ପାଦକୁ ଯଥାସମ୍ଭବ ପ୍ରତିଯୋଗିତାରୁ ଦୂରେଇ ନ ରଖିଲେ ଚାଷୀଙ୍କ ସ୍ୱାର୍ଥହାନି ଘଟିବ। ଏଭଳି ଏକ ନୀତିଗତ ନିଷ୍ପତ୍ତିକୁ ଆମେରିକା ଚାପରେ ସରକାର ଅଣଦେଖା କରୁଥିବାର ସୂଚନା ମିଳିଛି। ଏପରିକି ‘ଜିଏମ୍‌‌’ ଭଳି ଗୁରୁତର ପ୍ରସଙ୍ଗକୁ ମଧ୍ୟ ଉପେକ୍ଷା କରାଯାଇଛି। ବିହନରେ ଜିନ୍‌‌ଗତ ପରିବର୍ତ୍ତନ (ଜିଏମ୍‌‌) ଘଟାଇ ଅଧିକ ଫସଲ ଅମଳର ସମ୍ଭାବ୍ୟ ବିପଦକୁ ବିଚାର କରି ନିଷିଦ୍ଧ ହୋଇଥିବା ଉତ୍ପାଦ ପ୍ରସଙ୍ଗକୁ ସ୍ୱତନ୍ତ୍ର ଭାବେ ବିଚାର କରାଯାଇପାରେ। ଭାରତର ସମ୍ପ୍ରସାରିତ ମାଂସ ବଜାରର ବ୍ୟବସାୟିକ ଦିଗ ସମ୍ପର୍କରେ ଅନୁଧ୍ୟାନ କରି ମକା ଓ ସୋୟାବିନ୍‌‌ ରପ୍ତାନି ଉପରେ ଆମେରିକା ଅଧିକ ଗୁରୁତ୍ୱ ଦେଇଛି। କୁକୁଡ଼ା ଓ ପଶୁଖାଦ୍ୟର ଚାହିଦା ବୃଦ୍ଧି ଦୃଷ୍ଟିରୁ ଏହା ବିଶେଷ ଭାବେ ଉପଯୋଗୀ ହେବ। ତେବେ ଆମେରିକାର ରପ୍ତାନି ଉପରେ ଆମର ବର୍ଦ୍ଧିତ ଆମଦାନୀ ଶୁଳ୍କ କିଭଳି ହ୍ରାସ ପାଇବ, ତାହା ମଧ୍ୟ ଆଲୋଚନା ପରିସରକୁ ଆସିଛି। ଆମ ଚାଷୀଙ୍କ ମକା ଓ ସୋୟାବିନ ଉତ୍ପାଦନ କିଛି କମ୍‌‌ ନୁହେଁ। ତେବେ କପା ଦୃଷ୍ଟିରୁ ଉତ୍ପାଦନ ଚାହିଦା ବେଶ୍‌‌ କିଛିଟା ହ୍ରାସ ପାଇଛି। ପରିସ୍ଥିତି ଏମିତି ହୋଇଛି ଯେ ଆମ ଚାଷୀଙ୍କ ଜୀବିକା ପଛେ ବୁଡ଼ିଯାଉ, ଏସବୁ ଉତ୍ପାଦ ଆମେରିକାରୁ ଆମଦାନୀ ପାଇଁ କିଛି କମ୍ପାନୀ ପକ୍ଷରୁ ଲବି ଆରମ୍ଭ ହୋଇଯାଇଛି। କପଡ଼ା ମିଲ ମାଲିକ କପା ଆମଦାନୀ ମାଧ୍ୟମରେ ଉତ୍ପାଦନ ଖର୍ଚ୍ଚ କମାଇବାକୁ ଅଣ୍ଟା ଭିଡ଼ିଛନ୍ତି।

ଚାଷୀଙ୍କ ସ୍ୱାର୍ଥକୁ ଗୁରୁତ୍ୱ ଦିଆଯାଉଛି ଏବଂ ସେମାନଙ୍କ ଲାଭ ଦୁଇଗୁଣ ହେବ ବୋଲି ଯେତେ ପ୍ରଚାର କରାଗଲେ ମଧ୍ୟ ସେମାନେ ଯେ ଅବହେଳିତ ଓ ଲାଞ୍ଛିତ ଏହାକୁ ଯେକେହି ସ୍ୱୀକାର କରିବ। ଟ୍ରମ୍ପଙ୍କ ବାଣିଜ୍ୟ ଯୁଦ୍ଧରେ ସମଗ୍ର ବିଶ୍ୱ ଗୋଟେ ଆଡ଼େ, ଆମେ ଅନ୍ୟ ଆଡ଼େ। କାଳିଗାଈର ଭିନ୍ନ ଗୋଠ ଭଳି ଆମେ ସାଲିସ ଓ ବୁଝାମଣାର ଶେଷ ବିନ୍ଦୁରେ ପହଞ୍ଚିବାକୁ ପ୍ରସ୍ତୁତ ଅଛୁ। ତେଣିକି ଚାଷୀ ଓ ଖାଉଟି ଯିଏ ବଳିପଡ଼ୁଛି ପଡୁ। ବାଣିଜ୍ୟ ଚୁକ୍ତି ସ୍ୱାକ୍ଷର ନ ହେବା ପୂର୍ବରୁ ସରକାରଙ୍କ ପ୍ରାକ୍‌‌ ପ୍ରସ୍ତୁତିରୁ ବୁଝାପଡ଼ିଲାଣି ଆଗକୁ ଖାଉଟି କେତେ ହନ୍ତସନ୍ତ ହେବେ। କେବଳ ଅତିରିକ୍ତ ଟିକସ ଶେଷ କଥା ନୁହେଁ। ମନେ ରଖିବାକୁ ହେବ ଯେ ସମଗ୍ର ବାଣିଜ୍ୟ କ୍ଷତିକୁ ଟିକସ ମାଧ୍ୟମରେ ଭରଣା କରାଯାଇପାରିବନି। ଏମିତିରେ ଦେଶବାସୀ ଟିକସ ବୋଝରେ ଅତିଷ୍ଠ।

11 Apr 2025 By The Sakala

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର