ଲଦାଖ ବ୍ରଣ

The Sakala Picture
Published On

ଗାନ୍ଧୀ ଜୟନ୍ତୀ ଅବ୍ୟବହିତ ପୂର୍ବରୁ ଲଦାଖ ନିବାସୀ ସ୍ୱନାମଧନ୍ୟ ବୈଜ୍ଞାନିକ, ଉଦ୍‌‌ଭାବକ ତଥା ପରିବେଶ ବିଜ୍ଞାନୀ ରମଣ ମାଗେସେସେ ସମ୍ମାନ ବିଜେତା ସୋନମ ୱାଙ୍ଗଚୁକଙ୍କ ସମେତ ଶହେସତୁରୀ ଜଣ ପଦଯାତ୍ରୀଙ୍କୁ ଦିଲ୍ଲୀର ଉତ୍ତର ସୀମାନ୍ତରେ ପୁଲିସ ଅଟକାଇ ସେଠାରେ ୧୬୩ ଧାରା ଜାରି କରିବା ପରେ ପଦଯାତ୍ରୀମାନେ ଅନଶନ ଆରମ୍ଭ କରିଛନ୍ତି। ଗତ ସାତମାସ ଭିତରେ ସୋନମ୍‌‌ଙ୍କ ଏହା ଦ୍ୱିତୀୟ ଅନଶନ। ଗାନ୍ଧୀ ଜୟନ୍ତୀର ମହୋତ୍ସବ ପାଳନ ଓ ମଧ୍ୟପ୍ରାଚ୍ୟ ଯୁଦ୍ଧର କୋଳାହଳ ମଧ୍ୟରେ ଏହି ଖବରଟି […]

ଗାନ୍ଧୀ ଜୟନ୍ତୀ ଅବ୍ୟବହିତ ପୂର୍ବରୁ ଲଦାଖ ନିବାସୀ ସ୍ୱନାମଧନ୍ୟ ବୈଜ୍ଞାନିକ, ଉଦ୍‌‌ଭାବକ ତଥା ପରିବେଶ ବିଜ୍ଞାନୀ ରମଣ ମାଗେସେସେ ସମ୍ମାନ ବିଜେତା ସୋନମ ୱାଙ୍ଗଚୁକଙ୍କ ସମେତ ଶହେସତୁରୀ ଜଣ ପଦଯାତ୍ରୀଙ୍କୁ ଦିଲ୍ଲୀର ଉତ୍ତର ସୀମାନ୍ତରେ ପୁଲିସ ଅଟକାଇ ସେଠାରେ ୧୬୩ ଧାରା ଜାରି କରିବା ପରେ ପଦଯାତ୍ରୀମାନେ ଅନଶନ ଆରମ୍ଭ କରିଛନ୍ତି। ଗତ ସାତମାସ ଭିତରେ ସୋନମ୍‌‌ଙ୍କ ଏହା ଦ୍ୱିତୀୟ ଅନଶନ। ଗାନ୍ଧୀ ଜୟନ୍ତୀର ମହୋତ୍ସବ ପାଳନ ଓ ମଧ୍ୟପ୍ରାଚ୍ୟ ଯୁଦ୍ଧର କୋଳାହଳ ମଧ୍ୟରେ ଏହି ଖବରଟି ଲୁଚି ଯାଇଥିଲେ ହେଁ ଅନେକ ଦୃଷ୍ଟିରୁ ଗୁରୁତ୍ୱପୂର୍ଣ୍ଣ ଓ ଆଲୋଚନାସାପେକ୍ଷ। ଏବେ ସାମାନ୍ୟ ଜଣାପଡ଼ୁଥିଲେ ମଧ୍ୟ ଏହାର ସୁଦୂରବିସ୍ତାରୀ ପ୍ରଭାବ ଭାରତର ଅଖଣ୍ଡତା ଓ ସାର୍ବଭୌମ ପ୍ରତି କାଶ୍ମୀର ଅନୁରୂପ ଅସ୍ଥିରତା ଓ ବିପଦ ସୃଷ୍ଟି କରିବାର ଆଶଙ୍କାକୁ ମଧ୍ୟ ଅସ୍ୱୀକାର କରି ହେବ ନାହିଁ। ଅପରପକ୍ଷରେ ଭୋଟ ରାଜନୀତି କିପରି ଜଟିଳ ସମସ୍ୟା ସୃଷ୍ଟି କରେ ତାହା ୧୯୫୦ ଦଶକରେ କାଶ୍ମୀର ପରେ ଏବେ ୨୦୧୯ରେ ଲଦାଖ ଉଦାହରଣରୁ ସ୍ପଷ୍ଟ ହେଉଛି।

ହିମାଳୟ ପାର୍ବତ୍ୟ ପାଦଦେଶର ପରିବେଶକୁ ବିକାଶ ଆଳରେ ବିନାଶରୁ ସୁରକ୍ଷା ଏବଂ କେନ୍ଦ୍ର ଶାସିତ ଅଞ୍ଚଳ ଲଦାଖକୁ ସମ୍ବିଧାନର ଷଷ୍ଠ ଅନୁଚ୍ଛେଦ ଆଧାରରେ ଅନୁସୂଚିତ ଅଞ୍ଚଳ ମାନ୍ୟତା ପାଇଁ ୨୦୧୯ରୁ ୱାଙ୍ଗଚୁକ ଉଦ୍ୟମ କରି ଆସୁଛନ୍ତି। ସମ୍ବିଧାନର ୨୪୪ ଧାରା ଅନ୍ତର୍ଗତ ଷଷ୍ଠ ଅନୁଚ୍ଛେଦରେ ଦେଶର ଆଦିବାସୀ ଅଧ୍ୟୁଷିତ ଅଞ୍ଚଳକୁ ସ୍ଥଳବିଶେଷରେ ସ୍ୱୟଂଶାସନ କ୍ଷମତା ବା ସ୍ୱୟଂଶାସିତ ଜିଲ୍ଲା ପରିଷଦ ଗଠନ ପାଇଁ ଅନୁମତି ଦେବାର ବ୍ୟବସ୍ଥା ରହିଛି। ୩୦ ସଦସ୍ୟ ବିଶିଷ୍ଟ ଏହି ପରିଷଦର କାର୍ଯ୍ୟକାଳ ୫ ବର୍ଷ ଥିବା ବେଳେ ସ୍ଥାନୀୟ ଅଞ୍ଚଳର ଜମି, ଜଙ୍ଗଲ, ଜଳ, କୃଷି, ଗ୍ରାମ୍ୟ ଓ ସହର ଉନ୍ନୟନ, ସ୍ୱାସ୍ଥ୍ୟ, ପରିମଳ ଆଦି ପାଇଁ ନୀତି ନିର୍ଦ୍ଧାରଣ, ଆଇନ ପ୍ରଣୟନ ଓ କଟକଣା ଜାରି କରିବାର ସ୍ୱୟଂଶାସିତ ଓ ପ୍ରଭୂତ କ୍ଷମତା ପରିଷଦ ହାତରେ ରହିବ। ବର୍ତ୍ତମାନ ଆସାମ, ମେଘାଳୟ, ମିଜୋରାମ୍‌‌ରେ ତିନିଟି ଲେଖାଏଁ ଏବଂ ତ୍ରିପୁରାରେ ଗୋଟିଏ ସ୍ୱୟଂଶାସନ ବିକାଶ ପରିଷଦ ରହିଛି। ଏହିଭଳି କ୍ଷମତା ୱାଙ୍ଗଚୁକ୍‌‌ ଲଦାଖ୍‌‌ ପାଇଁ ଦାବି କରୁଆସୁଛନ୍ତି।

ଦାବି ସମ୍ପର୍କରେ ୱାଙ୍ଗଚୁକ୍‌‌ ପତ୍ର ଲେଖି ଜଣାଇବା ସତ୍ତ୍ବେ କେନ୍ଦ୍ର ସରକାରଙ୍କ ସମ୍ବେଦନଶୂନ୍ୟତା ଯୋଗୁଁଁ ଗତ ମାର୍ଚ୍ଚ ମାସରେ ସେ ୨୧ଦିନିଆ ଅନଶନ ଆରମ୍ଭ କରିଥିଲେ। କେନ୍ଦ୍ର ସରକାରଙ୍କ ସହିତ ଆପୋସ ଆଲୋଚନା ପରେ ସେ ଅନଶନ ପ୍ରତ୍ୟାହାର କରିଥିଲେ ହେଁ ଲଦାଖବାସୀଙ୍କ ସାମ୍ବିଧାନିକ ଓ ରାଜନୈତିକ ଅଧିକାର ପାଇଁ ସଂଗ୍ରାମ ଜାରି ରହିବ ବୋଲି ସେ ସେତେବେଳେ ସ୍ପଷ୍ଟ କରିଥିଲେ। ଇତିମଧ୍ୟରେ ଲୋକସଭା ନିର୍ବାଚନ ଶେଷ ହୋଇ ଜାମ୍ମୁ-କାଶ୍ମୀରର ବିଧାନସଭା ନିର୍ବାଚନ ସରିଛି। କିନ୍ତୁ ଲଦାଖବାସୀଙ୍କ ଦାବି ପୂରଣ ତ ଦୂରେ ଥାଉ କେନ୍ଦ୍ର ସରକାର ଏଥିପାଇଁ ଆଲୋଚନା କରିବାକୁ ମଧ୍ୟ ଆନ୍ତରିକତା ପ୍ରକାଶ କରୁ ନଥିବାରୁ ୱାଙ୍ଗଚୁକ୍‌‌ ଅଧିକ ପ୍ରତିକ୍ରିୟାଶୀଳ ହୋଇଛନ୍ତି।

ବିଡ଼ମ୍ବନା ହେଉଛି ଲଦାଖ୍‌‌କୁ ଅନୁସୂଚିତ ଅଞ୍ଚଳ ମାନ୍ୟତା ଦେବାକୁ ବିଜେପି ୨୦୧୯ ସାଧାରଣ ନିର୍ବାଚନ ବେଳେ ଯେଉଁ ପ୍ରତିଶ୍ରୁତି ଦେଇଥିଲା ତାହା ହିଁ ଏବେ ୱାଙ୍ଗଚୁକ୍‌‌ଙ୍କ ସ୍ୱରରେ ପ୍ରତିଧ୍ୱନିତ ହେଉଛି, ଅଥଚ କେନ୍ଦ୍ର ସରକାର ଚିରାଚରିତ ଢଙ୍ଗରେ ସେହି ପ୍ରତିଶ୍ରୁତି ପାଳନରୁ ଓହରି ଆସିଛନ୍ତି। ଲଦାଖ୍‌‌ବାସୀଙ୍କ ଏହି ଦାବି ଏବେ ‘ଗଣଦାବି’ରେ ପରିଣତ ହୋଇଛି। ସେଥିରେ ଲଦାଖ୍‌‌ ପାଇଁ ସ୍ୱତନ୍ତ୍ର ଲୋକସେବା ଆୟୋଗ, ଲେହ ଓ କାର୍ଗିଲ୍‌‌ ପାଇଁ ପୃଥକ ସଂସଦୀୟ ମଣ୍ଡଳୀ ଗଠନ, ଲାଇନ ଅଫ୍‌‌ କଣ୍ଟ୍ରୋଲ୍‌‌ରେ ଚୀନ୍‌‌ର କାର୍ଯ୍ୟକଳାପ ଓ ପଶୁମାନଙ୍କର ଅନୁପ୍ରବେଶ ସମସ୍ୟା ନିରାକରଣ ଆଦି ଦାବି ମଧ୍ୟ ସାମିଲ୍‌‌ ହୋଇଛି। ଲଦାଖର ମହିଳାମାନେ ଆଗେଇ ଆସିବା ପରେ ‘ଗଣଦାବି’ର ଗୁରୁତ୍ୱ ଆହୁରି ବଢ଼଼ିଯାଇଛି। ଏଥିପୂର୍ବରୁ ୨୦୧୯ରେ ‘ଲେହ ଆପେକ୍ସ ବଡି’ର ପ୍ରତିଷ୍ଠାତା ତଥା ପୂର୍ବତନ ସାଂସଦ ଟି ଚେୱାଙ୍ଗଙ୍କ ସମର୍ଥନରେ ସେଠାରେ ଯେଉଁ ଛାତ୍ର ଆନ୍ଦୋଳନ ତେଜିଥିଲା, ତାହାକୁ କାରଗିଲ୍‌‌ର କେତେକ ନାଗରିକ ଓ ସାମାଜିକ ସଂଗଠନ ସମର୍ଥନ ଜଣାଇଥିଲେ। ଏହା ପରବର୍ତ୍ତୀ ସମୟରେ ‘କାର୍ଗିଲ୍‌‌ ଡେମୋକ୍ରେଟିକ୍‌‌ ଆଲାଏନ୍ସ’ ଗଠନର ମୂଳଦୁଆ ପକାଇଥିଲା। ତେଣୁ ୱାଙ୍ଗଚୁକ୍‌‌ଙ୍କ ଦାବି ସାଧାରଣ ଜଣାପଡ଼ୁଥିଲେ ମଧ୍ୟ ଏହା କ୍ରମଶଃ ଗମ୍ଭୀର ରୂପ ନେଉଛି।

ଭୂରାଜନୈତିକ ସ୍ଥିତି ଦୃଷ୍ଟିରୁ ଲଦାଖ ଭାରତର ଉତ୍ତର-ସୀମାନ୍ତର ଚୀନ୍‌‌ ସଂଲଗ୍ନ ଏକ ସମ୍ବେଦନଶୀଳ ଅଞ୍ଚଳ। ବିଶ୍ୱର ଏହି ଅନ୍ୟତମ ସର୍ବୋଚ୍ଚସ୍ଥାନକୁ ଏକ ‘ଶୀତଳ ମରୁଭୂମି’ କହିଲେ ଅତ୍ୟୁକ୍ତି ହେବ ନାହିଁ। ଅପରପକ୍ଷରେ ଏହି ଅଞ୍ଚଳର ତୁଷାର ସ୍ରୋତ ଭାରତ, ପାକିସ୍ତାନ, ଚୀନ୍‌‌, ନେପାଳ ସମେତ ବିଭିନ୍ନ ଦେଶକୁ ସ୍ୱଚ୍ଛ ପାନୀୟ ଜଳ ଯୋଗାଇ ଆସୁଛି। ସେଥିପାଇଁ ଏହାକୁ ଏସିଆର ‘ୱାଟର ଟାୱାର’ ବା ‘ଜଳ ମୀନାର’ ବୋଲି ମଧ୍ୟ କୁହାଯାଏ। ଏହା କେନ୍ଦ୍ର-ଏସିଆର ପ୍ରବେଶ ପଥ ଏବଂ ପାକିସ୍ତାନ, ଚୀନ ଓ ମଧ୍ୟ-ଏସୀୟ ରାଷ୍ଟ୍ରମାନଙ୍କର ମିଳନ ସ୍ଥଳ। ଏହା ମଧ୍ୟ ଏସିଆର ପ୍ରମୁଖ ପ୍ରାଚୀନ ବାଣିଜ୍ୟ ପଥର ଅନ୍ୟତମ କେନ୍ଦ୍ର। ୧୯୪୭ ମସିହା ପରଠାରୁ ଲଦାଖ ଜାମ୍ମୁ-କାଶ୍ମୀର ରାଜ୍ୟର ଏକ ଅଂଶ ଥିବା ବେଳେ ୨୦୧୯ ଅଗଷ୍ଟ ୫ ତାରିଖରେ ସମ୍ବିଧାନର ଧାରା ୩୭୦ର ଉଚ୍ଛେଦ ପରେ କେନ୍ଦ୍ରଶାସିତ ଅଞ୍ଚଳର ମର୍ଯ୍ୟାଦା ପ୍ରଦାନ କରାଯାଇଛି। ଗମନାଗମନ ଦୃଷ୍ଟିରୁ ଅତି ଦୁର୍ଗମ ଏହି ଅଞ୍ଚଳର ମୋଟ ଜନସଂଖ୍ୟା ପ୍ରାୟ ୩ଲକ୍ଷ। ସେମାନଙ୍କ ମଧ୍ୟରୁ ୪୬ ପ୍ରତିଶତ ସିହା ମୁସଲମାନ ସମ୍ପ୍ରଦାୟର ହୋଇଥିବା ବେଳେ ୪୦ ପ୍ରତିଶତ ତୀବ୍ଦତୀୟ ବୌଦ୍ଧ ଧର୍ମାବଲମ୍ବୀ। ୧୨ ପ୍ରତିଶତ ହିନ୍ଦୁ ଏବଂ ବାକି ୨% ଅନ୍ୟାନ୍ୟ ଧର୍ମାବଲମ୍ବୀ। ଲୋକଙ୍କ ମୁଖ୍ୟ ଜୀବିକା ହେଉଛି ବାଡି଼, ବଗିଚା, ଔଷଧୀୟ ବୃକ୍ଷରାଜି ଓ ପଶୁପାଳନ।

ଏବେ ସେଠାରେ କେତେକ ଅତି ଦୁର୍ମୂଲ୍ୟ ଓ ଦୁଷ୍ପ୍ରାପ୍ୟ ଖଣିଜ ସମ୍ପଦର ସନ୍ଧାନ ମିଳିଛି, ଯାହା ଭାରତର ବହୁ ଆକାଂକ୍ଷିତ ସେମିକଣ୍ଟକ୍ଟର ଶିଳ୍ପାୟନ ପାଇଁ ଅତୀବ ଗୁରୁତ୍ୱପୂର୍ଣ୍ଣ। କିନ୍ତୁ ପରିବେଶ ସୁରକ୍ଷା ଦୃଷ୍ଟିରୁ ସ୍ଥାନୀୟ ଲୋକେ ସେଠାରେ ଖଣିଜ ଖନନକୁ ବିରୋଧ କରୁଛନ୍ତି। ବିଶେଷକରି ଖଣିଜ ଓ ଭିତ୍ତିଭୂମି ବିକାଶ କାର୍ଯ୍ୟକ୍ରମରୁ ପରିବେଶକୁ ସୁରକ୍ଷା ଦେବା ପାଇଁ ଲଦାଖକୁ ସ୍ୱୟଂଶାସିତ ବା ଅନୁସୂଚିତ ରାଜ୍ୟ ମାନ୍ୟତା ଦିଆଯାଉ ବୋଲି ୱାଙ୍ଗଚୁକ୍‌‌ ଦାବି କରି ଆସୁଛନ୍ତି। କିନ୍ତୁ ମାତ୍ର ତିନିଲକ୍ଷ ଲୋକଙ୍କୁ ନେଇ ଏକ ସ୍ୱୟଂଶାସିତ ରାଜ୍ୟ ଗଠନ ଦାବି ପୂରଣ ହେଲେ ଏବେ କେନ୍ଦ୍ର ଶାସିତ ଅଞ୍ଚଳ ଭାବରେ ଲଦାଖବାସୀ ଯେଉଁ ସବୁ ମୌଳିକ ସୁବିଧା ସୁଯୋଗ ପାଉଛନ୍ତି ସେଥିରୁ ବଞ୍ଚିତ ହେବା ସୁନିଶ୍ଚିତ। ଏଥିସହିତ ଲଦାଖରେ ଭାରତୀୟ ଶାସନ ଓ ପ୍ରଶାସନିକ କ୍ଷମତାର ଅନୁପସ୍ଥିତି ସୀମାନ୍ତରେ ଚୀନ୍‌‌ର ବିସ୍ତାରବାଦୀ ଆଭିମୁଖ୍ୟ ପାଇଁ ଆହୁରି ଅନୁକୂଳ ପରିସ୍ଥିତି ସୃଷ୍ଟି କରିବ।

ଭାରତର ସଂଘୀୟ ବ୍ୟବସ୍ଥାରେ କୌଣସି ଅଞ୍ଚଳ ରାଜନୈତିକ ଓ ସାମ୍ବିଧାନିକ ଅଧିକାର ପାଇଁ ଦାବି କରିବା ଅନୈତିକ କିମ୍ବା ଅଯୌକ୍ତିକ ନୁହେଁ। କିନ୍ତୁ ଏହାକୁ ନେଇ କେନ୍ଦ୍ର ସରକାର ଏବେ ହରଡ଼ ଘଣାରେ ପଡ଼ିଛନ୍ତି। ଭୋଟ ରାଜନୀତି ଦୃଷ୍ଟିରୁ ବିଜେପି ଯେଉଁ ପ୍ରତିଶ୍ରୁତି ଦେଇଥିଲା ତାହା ଏବେ ତା’ ପାଇଁ ବୁମେରାଂ ହୋଇଛି। ଯଦି ସରକାର ପ୍ରତିଶ୍ରୁତି ରକ୍ଷା କରି ଲଦାଖ୍‌‌ବାସୀଙ୍କ ଦାବି ପୂରଣ କରନ୍ତି ତେବେ ତାହା ଆଉ ଏକ ୩୭୦ ଧାରା ଅନୁରୂପ ବ୍ୟବସ୍ଥାକୁ ଜନ୍ମ ଦେବାର ଆଶଙ୍କା ଅଧିକ। ଯଦି ନିର୍ବାଚନ ପ୍ରତିଶ୍ରୁତିରୁ ବିଜେପି ଓହରି ଯାଇ ୱାଙ୍ଗଚୁକଙ୍କ ଦାବିକୁ ପ୍ରତ୍ୟାଖ୍ୟାନ କରେ କିମ୍ବା କାଳକ୍ଷେପଣ ନୀତି ଅବଲମ୍ବନ କରେ ତେବେ ମଧ୍ୟ ଲଦାଖବାସୀଙ୍କ ଅସନ୍ତୋଷର ଫାଇଦା ବିଦେଶୀ ବିଚ୍ଛିନ୍ନତାବାଦୀ ନେବାର ଆଶଙ୍କାକୁ ଏଡ଼ାଇ ଦେଇହେବ ନାହିଁ।

ଏବେ କେନ୍ଦ୍ର ସରକାରଙ୍କ ପାଇଁ ଲଦାଖ ଏଭଳି ଏକ ବ୍ରଣ ଭାବେ ଉଭା ହୋଇଛି, ଯାହାର ଯନ୍ତ୍ରଣା ଦେଖି ହେଉ ନାହିଁ କି ଦେଖାଇ ହେଉନାହିଁ। ୩୭୦ ଧାରା ଉଚ୍ଛେଦ ପରେ କାଶ୍ମୀର ଓ ଲଦାଖ ଉପତ୍ୟକାରେ ଶାନ୍ତି ଫେରିଛି ଏବଂ ସମଗ୍ର ଅଞ୍ଚଳବାସୀ ବିକାଶର ସୁଫଳ ଅନୁଭବ କରୁଛନ୍ତି ବୋଲି କେନ୍ଦ୍ର ସରକାରଙ୍କ ଦୃପ୍ତ ଘୋଷଣାକୁ ୱାଙ୍ଗଚୁକ୍‌‌ଙ୍କ ଅନଶନ ଫିକା କରିଚାଲିଛି। ପ୍ରାଥମିକ ସ୍ତରରେ ଥିବା ‘ଲଦାଖ-ବ୍ରଣ’ର ଯଥାଶୀଘ୍ର ଉପଚାର ନ କଲେ ଏହା ସଂକ୍ରମିତ ହୋଇ କର୍କଟ ସମ ଭୟାବହ କ୍ଷତ ସୃଷ୍ଟି କରିବ।

05 Oct 2024 By The Sakala

https://www.thesakala.in/sakala-editorial/sakala-editorial-05-10-2024/article-35643
Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର