ବିଜୁବାବୁଙ୍କ ବୈଜ୍ଞାନିକ ଦୃଷ୍ଟିକୋଣ

The Sakala Picture
Published On

ପ୍ରଚଣ୍ଡ ଦେଶପ୍ରେମୀ ଜାତୀୟତାବାଦୀ ଏବଂ ମହାନ ରାଷ୍ଟ୍ରନୀତିଜ୍ଞ, ଦୂରଦର୍ଶୀ ଜନନେତା, ଦୁର୍ଦ୍ଧର୍ଷ ବୈମାନିକ ବିଜୁ ପଟ୍ଟନାୟକଙ୍କ ୧୦୭ତମ ଜନ୍ମତିଥି ଓଡ଼ିଶାର ପୁରପଲ୍ଲୀରୁ ଆରମ୍ଭ କରି ବିଦେଶରେ ପାଳିତ ହୋଇଛି। ଭାରତୀୟ ସ୍ୱାଧୀନତା ସଂଗ୍ରାମ ଓ ପରବର୍ତ୍ତୀ ସମୟରେ ଦେଶ ପ୍ରତି ତାଙ୍କର ଅବାଦନ, ମହିଳା ସଶକ୍ତୀକରଣ, କୃଷକ କଲ୍ୟାଣ, ଶିଳ୍ପାୟନ, ସଂଘୀୟବାଦ ଆଧାରିତ ବିକାଶର ଉଦ୍‌‌ଘୋଷଣା, ପ୍ରଗତିଶୀଳ ତ୍ରିସ୍ତରୀୟ ପଞ୍ଚାୟତି ରାଜ ବ୍ୟବସ୍ଥାର ବିଶ୍ବକର୍ମା ଆଦି ପାଇଁ ସେ ଚିର ବନ୍ଦନୀୟ। ଅଗଣିତ ବକ୍ତାଙ୍କ ଅସଂଖ୍ୟ ଶବ୍ଦସମ୍ଭାର […]

ପ୍ରଚଣ୍ଡ ଦେଶପ୍ରେମୀ ଜାତୀୟତାବାଦୀ ଏବଂ ମହାନ ରାଷ୍ଟ୍ରନୀତିଜ୍ଞ, ଦୂରଦର୍ଶୀ ଜନନେତା, ଦୁର୍ଦ୍ଧର୍ଷ ବୈମାନିକ ବିଜୁ ପଟ୍ଟନାୟକଙ୍କ ୧୦୭ତମ ଜନ୍ମତିଥି ଓଡ଼ିଶାର ପୁରପଲ୍ଲୀରୁ ଆରମ୍ଭ କରି ବିଦେଶରେ ପାଳିତ ହୋଇଛି। ଭାରତୀୟ ସ୍ୱାଧୀନତା ସଂଗ୍ରାମ ଓ ପରବର୍ତ୍ତୀ ସମୟରେ ଦେଶ ପ୍ରତି ତାଙ୍କର ଅବାଦନ, ମହିଳା ସଶକ୍ତୀକରଣ, କୃଷକ କଲ୍ୟାଣ, ଶିଳ୍ପାୟନ, ସଂଘୀୟବାଦ ଆଧାରିତ ବିକାଶର ଉଦ୍‌‌ଘୋଷଣା, ପ୍ରଗତିଶୀଳ ତ୍ରିସ୍ତରୀୟ ପଞ୍ଚାୟତି ରାଜ ବ୍ୟବସ୍ଥାର ବିଶ୍ବକର୍ମା ଆଦି ପାଇଁ ସେ ଚିର ବନ୍ଦନୀୟ। ଅଗଣିତ ବକ୍ତାଙ୍କ ଅସଂଖ୍ୟ ଶବ୍ଦସମ୍ଭାର ସ୍ୱର୍ଗତଃ ବିଜୁବାବୁଙ୍କ ବୀରତ୍ୱ, ସାହସିକ ଓ ବିଚକ୍ଷଣ ରାଷ୍ଟ୍ରନୀତିର ଅମର ଗାଥାର ଜୟଘୋଷ କରି ଆସୁଛି ଏବଂ କାଳକାଳକୁ ଏହି ଧାରା ଜାରି ରହିଥିବ। ବିଜୁ ପଟ୍ଟନାୟକ ଅନ୍ତଃରାଷ୍ଟ୍ରୀୟ ବିମାନ ବନ୍ଦରରେ ଲୋକାର୍ପିତ ଡାକୋଟା ତାଙ୍କ ବୀରତ୍ୱର ସ୍ମୃତିଚାରଣ କରି ଆସୁଥିବ। ତେଣୁ ସେସବୁ ବିଷୟରେ ଆଉ ଅଧିକ ବ୍ୟାଖ୍ୟା ନ କରି ବିଜ୍ଞାନପ୍ରାଣ ବିଜୁବାବୁଙ୍କ ସମ୍ପର୍କରେ କିଞ୍ଚିତ ଆଲୋଚନା କରିବା। ବିଜୁବାବୁଙ୍କ ବିଜ୍ଞାନ ଦୃଷ୍ଟିକୋଣରେ ଭୌତିକ ବିଜ୍ଞାନଠାରୁ ଆରମ୍ଭ କରି ପରିବେଶ, ଜୈବବିବିଧତା ପରି ବିଶାଳ କ୍ଷେତ୍ର ସ୍ଥାନ ପାଇଥିଲା।

ବିଜୁବାବୁ ଯୁବକମାନଙ୍କ ମଧ୍ୟରେ ସୃଜନଶୀଳ ପ୍ରତିଭା ଆବିଷ୍କାର କରିଥିଲେ ଏବଂ ସେମାନଙ୍କୁ ବିଶ୍ୱର ଖ୍ୟାତିସମ୍ପନ୍ନ ବୈଜ୍ଞାନିକମାନଙ୍କ ସଂସ୍ପର୍ଶରେ ଆଣିବା ସହିତ ଅତ୍ୟାଧୁନିକ ପ୍ରୟୋଗଶାଳା ତଥା ଆନୁଷଙ୍ଗିକ ସୁବିଧାଗୁଡ଼ିକର ବିକାଶ କରି ପ୍ରୋତ୍ସାହିତ କରିବାକୁ ଯଥାସମ୍ଭବ ଚେଷ୍ଟା କରିଥିଲେ। ଭୁବନେଶ୍ୱରରେ ଏକ ଅତ୍ୟାଧୁନିକ ନୂତନ ବିଜ୍ଞାନ କେନ୍ଦ୍ର ପ୍ରତିଷ୍ଠା କରିବାରେ ସହାୟତା କରିବାକୁ ସେ ହ୍ୟୁଷ୍ଟନ୍‌‌ (ଟେକ୍ସାସ୍‌‌, ଯୁକ୍ତରାଷ୍ଟ୍ର) ରେ ଫାଉଣ୍ଡେସନ୍‌‌ ଫର୍‌‌ ଜେନେଟିକ୍‌‌ ରିସର୍ଚ୍ଚର ସଭାପତି ଡ. କ୍ରୀଷ୍ଣା ଦ୍ରୋଣାମରାଜୁଙ୍କୁ ନିମନ୍ତ୍ରଣ କରିଥିଲେ। ସେ ରାଜ୍ୟରେ ଏକ ‘ସାଇନ୍ସ ସିଟି’ ବା ’ବିଜ୍ଞାନ ସହର’ର ବିକାଶ ପାଇଁ ମଧ୍ୟ ଯୋଜନା କରିଥିଲେ। ଓଡ଼ିଶାର ମୁଖ୍ୟମନ୍ତ୍ରୀ ଥିବା ସମୟରେ ଭାରତୀୟ ବିଜ୍ଞାନ କଂଗ୍ରେସର ୪୯ ତମ ଅଧିବେଶନ ୧୯୬୨ ମସିହାରେ କଟକସ୍ଥିତ ରେଭେନ୍ସା ମହାବିଦ୍ୟାଳୟରେ (ବର୍ତ୍ତମାନ ବିଶ୍ୱବିଦ୍ୟାଳୟ) ଆୟୋଜିତ ହୋଇଥିଲା। ୧୯୬୧ ମସିହାରେ ସେ ଅନ୍ତର୍ଜାତୀୟ ସ୍ତରରେ ଜଣାଶୁଣା ବ୍ରିଟିଶ ବୈଜ୍ଞାନିକ ପ୍ରଫେସର ଜନ୍‌‌ ବର୍ଡନ୍‌‌ ସାଣ୍ଡରସନ ହାଲଡେନଙ୍କୁ ଓଡ଼ିଶାକୁ ନିମନ୍ତ୍ରଣ କରିଥିଲେ ଏବଂ ଏଠାରେ ରହି ତାଙ୍କର ଗବେଷଣା କାର୍ଯ୍ୟ କରିବାକୁ ଅନୁରୋଧ କରିଥିଲେ। କେବଳ ସେତିକି ନୁହେଁ, ହାଲଡେନଙ୍କୁ ଭୁବନେଶ୍ୱରର ଓୟୁଏଟିଠାରେ ସ୍ଥାପିତ ବାୟୋମେଟ୍ରି ଏବଂ ଜେନେଟିକ୍ସ ଲାବୋରେଟୋରିର ନିର୍ଦ୍ଦେଶକ ପଦରେ ନିଯୁକ୍ତ କରିଥିଲେ।

ଏତଦ୍‌‌ବ୍ୟତୀତ ଓଡ଼ିଶାର ଦୁଇଟି ଗୁରୁତ୍ୱପୂର୍ଣ୍ଣ ଜୈବ ବିବିଧତା ହଟସ୍ପଟ(ପରିପୃଷ୍ଟ ସ୍ଥଳ)ର ସଂରକ୍ଷଣ ପାଇଁ ସେ ମୁଖ୍ୟମନ୍ତ୍ରୀ ଥିବା ସମୟରେ ଧ୍ୟାନ ଦେଇଥିଲେ, ଯାହା ଅନ୍ତର୍ଜାତୀୟ ସ୍ତରରେ ଗୁରୁତ୍ୱପୂର୍ଣ୍ଣ ଥିଲା। ବଙ୍ଗୋପସାଗର ଉପକୂଳରେ ଥିବା ଚିଲିକା ପରିସଂସ୍ଥା ବା ଇକୋସିଷ୍ଟମର ପୂର୍ବଗୌରବକୁ ପୁନଃସ୍ଥାପିତ କରିବା ପାଇଁ ୧୯୯୧ ମସିହାରେ ‘ଚିଲିକା ବିକାଶ ପ୍ରାଧିକରଣ’ ନାମରେ ଏକ ସଂସ୍ଥା ସୃଷ୍ଟି କରାଯାଇଥିଲା। ଏହି ଲୁଣା ହ୍ରଦ ବା ଲାଗୁନ୍‌‌ ଏସିଆର ସବୁଠୁ ବଡ଼ ରାମସର ସାଇଟ୍‌‌ ରୂପେ ଜଣାଶୁଣା। ବିଜୁବାବୁଙ୍କ ଉଦ୍ୟମ ଫଳରେ ଶିମିଳିପାଳ ଜଙ୍ଗଲକୁ ୨୨ ଜୁନ୍‌‌ ୧୯୯୪ ରେ ଭାରତର ଅଷ୍ଟମ ‘ସଂରକ୍ଷିତ ଜୈବମଣ୍ଡଳ’ ବା ‘ବାୟୋସ୍ପିୟର ରିଜର୍ଭ’ ଭାବରେ ଘୋଷଣା କରାଯାଇଥିଲା। ରାଜ୍ୟ ତଟ ଉପକୂଳବର୍ତ୍ତୀ ଅଞ୍ଚଳ ବାରମ୍ୱାର ପ୍ରାକୃତିକ ବିପର୍ଯ୍ୟୟ ପରିସ୍ଥିତିର ସମ୍ମୁଖୀନ ହେଉଥିବାରୁ ବିଜୁବାବୁ ସମଗ୍ର ଓଡ଼ିଶା ଉପକୂଳରେ ଲୁଣା ଜଙ୍ଗଲ ବା ମାନଗ୍ରୁଭ ଜଙ୍ଗଲ ଏବଂ ବାତ୍ୟା ବା ସାଇକ୍ଲୋନ ପ୍ରତିରୋଧକ ପ୍ରଜାତିର ସବୁଜ ବଳୟର ବିକାଶ ପାଇଁ ରାଜ୍ୟ ସରକାରଙ୍କୁ ପ୍ରସ୍ତାବ ଦେଇଥିଲେ, ଯଦିଓ ସେ ସେତେବେଳେ କୌଣସି ସାମ୍ୱିଧାନିକ ପଦପଦବି ଉପଭୋଗ କରୁନଥିଲେ।

ବିଜୁଙ୍କ ଅଭିଳାଷ ଥିଲା ଓଡ଼ିଶାର ଏକ ଗୌରବମୟ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରି ବିଶ୍ୱ ସ୍ତରରେ ଏହାର ଭାବମୂର୍ତ୍ତିବକୁ ଉଚ୍ଚତର କରିରଖିବା ପାଇଁ। ତେଣୁ ୧୯୫୧ ମସିହାରେ ସେ ‘କଳିଙ୍ଗ ଫାଉଣ୍ଡେସନ ଟ୍ରଷ୍ଟ’ ଗଠନ କରି ଏହାର ପ୍ରତିଷ୍ଠାତା ସଭାପତି ଭାବରେ ବିଜ୍ଞାନ ଏବଂ ପ୍ରଯୁକ୍ତିବିଦ୍ୟାର ଲୋକପ୍ରିୟତା ପାଇଁ ‘ଅନ୍ତର୍ଜାତୀୟ କଳିଙ୍ଗ ପୁରସ୍କାର’ ପ୍ରତିଷ୍ଠା କରିଥିଲେ ଏବଂ ଏହାର ଦାୟିତ୍ୱ ୟୁନେସ୍କୋକୁ ଦେଇଥିଲେ। ଏଥିପାଇଁ ସେ ଆର୍ଥିକ ଅନୁଦାନର ଅବଦାନ ରଖିଥିଲେ। ଏହି ବାର୍ଷିକ ୟୁନେସ୍କୋ – କଳିଙ୍ଗ ପୁରସ୍କାର ପାଇଁ ଅର୍ଥରାଶି ବର୍ତ୍ତମାନ କଳିଙ୍ଗ ଫାଉଣ୍ଡେସନ୍‌‌ ଟ୍ରଷ୍ଟ, ଓଡ଼ିଶା ସରକାର ଏବଂ ଭାରତ ସରକାରଙ୍କ ବିଜ୍ଞାନ ଏବଂ ପ୍ରଯୁକ୍ତିବିଦ୍ୟା ବିଭାଗ ଦ୍ୱାରା ପ୍ରଦାନ କରାଯାଉଛି। ସାଧାରଣ ଜନତାଙ୍କ ପାଇଁ ବିଜ୍ଞାନ ଏବଂ ବୈଷୟିକ ଜ୍ଞାନର ବ୍ୟାଖ୍ୟାରେ ଉଲ୍ଲେଖନୀୟ ଅବଦାନ ପାଇଁ ଏହି ସମ୍ମାନଜନକ ଅନ୍ତର୍ଜାତୀୟ ପୁରସ୍କାର ପ୍ରତିବର୍ଷ ଜଣେ କିମ୍ୱା ଏକାଧିକ ବୈଜ୍ଞାନିକଙ୍କୁ ପ୍ରଦାନ କରାଯାଇଥାଏ। ୨୦୦୧ରେ ‘କଳିଙ୍ଗ ପୁରସ୍କାର’ର ୫୦ତମ ବାର୍ଷିକୀ ଅବସରରେ ଅନ୍ତର୍ଜାତୀୟ ଜ୍ୟୋତିର୍ବିଜ୍ଞାନ ସଂଘ ଏହାର ମାଇନର ପ୍ଲାନେଟ୍‌‌ ଅର୍ଥାତ୍‌‌ ଛୋଟ ଗ୍ରହ ବା ଆଷ୍ଟେରଏଡ୍‌‌ ୨୬୨୧୪କୁ ‘କଳିଙ୍ଗ’ ନାମରେ ନାମିତ କରିବାକୁ ନିଷ୍ପତ୍ତି ନେଇଥିଲା।

ମିଳିତ ଜାତିସଂଘ ଆନୁକୂଲ୍ୟରେ ୧୯୯୨ରେ ‘ପରିବେଶ ଏବଂ ବିକାଶ’ ଅନ୍ତର୍ଜାତୀୟ ସମ୍ମିଳନୀ ଜୁନ୍‌‌, ୧୯୯୨ରେ ବ୍ରାଜିଲର ରିଓ ଡି ଜେନେରିଓଠାରେ ଅନୁଷ୍ଠିତ ହୋଇଥାଏ। ଏହାପରେ ଓଡ଼ିଶା ପରିବେଶ ସମିତି ଦ୍ୱାରା ଭୁବନେଶ୍ୱରର ଆଞ୍ଚଳିକ ବିଜ୍ଞାନ କେନ୍ଦ୍ରରେ ରାଜ୍ୟସ୍ତରୀୟ ଓଡ଼ିଶା ପରିବେଶ କଂଗ୍ରେସ ଆୟୋଜନ କରାଯାଇଥିଲା। ବିଜୁବାବୁ ସେତେବେଳେ ମୁଖ୍ୟମନ୍ତ୍ରୀ ଭାବରେ ସମ୍ମିଳନୀକୁ ସମ୍ୱୋଧିତ କରିଥିଲେ। ଏକ ପ୍ରଶ୍ନର ସ୍ମାର୍ଟ ଉତ୍ତରରେ ବିଜୁ କହିଥିଲେ, ‘ଯଦି ଆପଣ ବିକାଶ ନିରନ୍ତର ବା ଚିରସ୍ଥାୟୀ ହେବା ଚାହାନ୍ତି, ତେବେ ପରିବେଶକୁ ହାନି କଲାଭଳି କାର୍ଯ୍ୟ କରନ୍ତୁ ନାହିଁ, ପରିବେଶ ସହିତ ପାଦ ମିଳାଇ ଚାଲନ୍ତୁ।’ ଯଦି ପରିବେଶ ଏବଂ ବିକାଶର ଅର୍ଥ କେହି ବୁଝିଛନ୍ତି, ତେବେ ସେ ଥିଲେ ବିଜୁ ବାବୁ; ଯିଏ ବିକାଶମୂଳକ କାର୍ଯ୍ୟରେ ବିଶ୍ୱାସ କରୁଥିଲେ, କିନ୍ତୁ ପରିବେଶ ହାନିର ବିନିମୟ ମୂଲ୍ୟରେ ନୁହେଁ। ମହାତ୍ମା ଗାନ୍ଧୀଙ୍କ ପରିବେଶଧର୍ମୀ ବିଚାରଧାରା ଆଭିମୁଖ୍ୟ ସହିତ ଜବାହରଲାଲ ନେହେରୁଙ୍କ ଶିଳ୍ପ ପ୍ରୋତ୍ସାହନର ଦର୍ଶନକୁ ମିଶ୍ରିତ ଭାବରେ ନେଇ ସେ ବିକାଶ କାର୍ଯ୍ୟ ଜାରି ରଖିଥିଲେ।

ବିଜୁବାବୁଙ୍କ ନାମରେ ଅନେକ ଅନୁଷ୍ଠାନ, ସମ୍ମାନ ଓ ପୁରସ୍କାରର ନାମକରଣ ମଧ୍ୟ କରାଯାଇଛି। ସେଥିମଧ୍ୟରୁ କେତେକ ହେଉଛି ବିଜୁ ପଟ୍ଟନାୟକ ବୈଷୟିକ ବା ଟେକ୍ନୋଲୋଜି ବିଶ୍ୱବିଦ୍ୟାଳୟ; ଅନୁଗୁଳର ନାଲକୋ ନଗରରେ ବିଜୁ ପଟ୍ଟନାୟକ ଷ୍ଟାଡିୟମ୍‌‌; ବନ୍ୟଜନ୍ତୁ ସଂରକ୍ଷଣ ପାଇଁ ବିଜୁ ପଟ୍ଟନାୟକ ପୁରସ୍କାର; ଓଡ଼ିଶା ବିଜ୍ଞାନ ଏକାଡେମୀ ଦ୍ୱାରା ବୈଜ୍ଞାନିକ ଉତ୍କର୍ଷତା ପାଇଁ ବିଜୁ ପଟ୍ଟନାୟକ ପୁରସ୍କାର ଏଭଳି ଆହୁରି ଅନେକ। ବିଜୁଙ୍କ ନାମରେ ୫ ଟଙ୍କିଆ ସ୍ମରଣୀୟ ମୁଦ୍ରା ଏବଂ ଏକ ଡାକ ଟିକଟ ଯଥାକ୍ରମେ ୨୦୧୬ ଏବଂ ୨୦୧୮ ରେ ଉନ୍ମୋଚିତ ହୋଇଥିଲା। ଓଡ଼ିଶା ସରକାର ତାଙ୍କ ଜନ୍ମଦିନ ୫ ମାର୍ଚ୍ଚକୁ ‘ପଞ୍ଚାୟତ ରାଜ’ ଦିବସ ଭାବରେ ପାଳନ କରି ଆସୁଛନ୍ତି।

‘ସେ ଜଣେ ନିଷ୍ଠାବାନ ଦେଶପ୍ରେମୀ, ଭାରତମାଟିର ମହାନ ପୁତ୍ର, ଉଚ୍ଚକୋଟୀର ବ୍ୟକ୍ତିତ୍ୱ, ସ୍ୱାଧୀନତା ସଂଗ୍ରାମର ଯୋଦ୍ଧା, ଯିଏ ପାଞ୍ଚ ଦଶନ୍ଧି ଧରି ଦେଶକୁ ଜଣେ ଅତିକାର ବ୍ୟକ୍ତି ପରି ଗତିଶୀଳ କରି ରଖିଥିଲେ’ ବୋଲି ଭାରତର ପୂର୍ବତନ ପ୍ରଧାନମନ୍ତ୍ରୀ ଆଇ କେ ଗୁଜରାଲ କହିଥିଲେ। ବିଜୁବାବୁଙ୍କର ଅଭୂତପୂର୍ବ ଲୋକପ୍ରିୟତା ଏବଂ ତାଙ୍କ ପ୍ରତି ଥିବା ଲୋକଙ୍କ ସ୍ୱତଃସ୍ପୃତ ପ୍ରେମ ଯେତେବେଳେ ତାଙ୍କ ଶବକୁ ଶେଷ ରୀତିନୀତି ପାଇଁ ପୁରୀକୁ ନିଆଯାଇଥିଲା ସେତେବେଳେ ସ୍ପଷ୍ଟ ହୋଇଥିଲା। ତାଙ୍କ ପାର୍ôଥବ ଶରୀରକୁ ଭାରତ, ରୁଷିଆ ଏବଂ ଇଣ୍ଡୋନେସିଆର ଜାତୀୟ ପତାକାରେ ମଣ୍ଡିତ କରାଯାଇଥିଲା। ଏହା ଥିଲା ତାଙ୍କ ଅମ୍ଳାନ ବ୍ୟକ୍ତିତ୍ୱ ପାଇଁ ବିରଳ ଏବଂ ଶ୍ରେଷ୍ଠ ଶ୍ରଦ୍ଧାଞ୍ଜଳି। ତାଙ୍କର ଦକ୍ଷତା, ସାହସିକତା, ବଳିଦାନ, ଉତ୍ସର୍ଗ, ଦେଶପ୍ରେମ ଏବଂ ଏକ ନୂତନ ଭାରତର ଦୃଷ୍ଟିକୋଣ ଦେଶର ପରବର୍ତ୍ତୀ ପିଢ଼ିର ଲୋକ ତଥା ନେତାଙ୍କ ପାଇଁ ଏକ ଉଦାହରଣ ସୃଷ୍ଟି କରିଛି।

ବିଜୁବାବୁଙ୍କ ବ୍ୟକ୍ତିତ୍ୱ ଏବଂ ସଫଳତା କେବଳ ଓଡ଼ିଶା ଏବଂ ଭାରତରେ ସୀମିତ ନୁହେଁ, ବରଂ ଅନ୍ତର୍ଜାତୀୟ କ୍ଷେତ୍ରରେ ବିସ୍ତାର ହୋଇଛି। ସେ ମୂଲ୍ୟବୋଧଭିତ୍ତିକ ରାଜନୀତିର ଏକ ଯୁଗର ପ୍ରତିନିଧିତ୍ୱ କରିଥିଲେ। ସେ ପରୋପକାରୀ, ସ୍ନେହୀ, ଦରଦୀ, ଆଶାବାଦୀ, ସ୍ଫଷ୍ଟଭାଷୀ, ଦୃଢ଼, ସହନଶୀଳ ଏବଂ ପ୍ରବଳ ଇଚ୍ଛାଶକ୍ତିର ଜଣେ ମହାନ ଉଗ୍ର ଆକ୍ରମଣାତ୍ମକ ସ୍ୱଭାବର ବ୍ୟକ୍ତି ଥିଲେ। ସେ ତାଙ୍କ ପିତା ଲକ୍ଷ୍ମୀନାରାୟଣ ପଟ୍ଟନାୟକଙ୍କଠାରୁ ପ୍ରେରଣା ପାଇଥିଲେ ଯିଏ ନ୍ୟାୟପାଳିକା ସେବାରେ ଥିଲେ, କିନ୍ତୁ ଜଣେ ଜାତୀୟତାବାଦୀ ଥିଲେ। ମାତା ଆଶାଲତା ଥିଲେ ତାଙ୍କ ଆଦର୍ଶ। ପାଇଲଟ ପତ୍ନୀ ଜ୍ଞାନ ପଟ୍ଟନାୟକ, ଝିଅ ଗୀତା ମେହେଟ୍ଟା ଏବଂ ଦୁଇ ପୁଅ- ପ୍ରେମ ପଟ୍ଟନାୟକ ଏବଂ ନବୀନ ପଟ୍ଟନାୟକଙ୍କ ସହ ବିଜୁବାବୁଙ୍କର ଏକ ଛୋଟ ପରିବାର ଥିଲା। ତାଙ୍କର ବିଚକ୍ଷଣ ବୁଦ୍ଧିସମ୍ପନ୍ନ କନିଷ୍ଠ ପୁତ୍ର ନବୀନ ପଟ୍ଟନାୟକ, ଗତ ୨୨ ବର୍ଷ ଧରି ବର୍ତ୍ତମାନ ଓଡ଼ିଶାର ମୁଖ୍ୟମନ୍ତ୍ରୀ ତଥା ରୂପାନ୍ତରର ବାର୍ତ୍ତାବହ। n

06 Mar 2023 By The Sakala

https://www.thesakala.in/sakala-editorial/sakala-article-6-march-2023-1/article-19572
Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର