‘ସର୍ବୋଦୟ’ ମାର୍ଗରେ ନବୀନ ଓଡ଼ିଶା
ଗାନ୍ଧିଜୀଙ୍କ ସର୍ବୋଦୟ ଏକ ସାମଗ୍ରିକ ବିକାଶର ମନ୍ତ୍ର; ଏକ ସୁଗଠିତ ସାମାଜିକ ଶୃଙ୍ଖଳାର ସକାରାତ୍ମକ ପରିଭାଷା। ଗାନ୍ଧୀଙ୍କ ସର୍ବୋଦୟ ଚିନ୍ତାଧାରାର ଜନ୍ମ ୧୯୦୪ ମସିହାରେ ଏକ ଟ୍ରେନ ଯାତ୍ରାରେ ହୋଇଥିଲା। ଜୋହାନ୍ସବର୍ଗରୁ ଡର୍ବାନକୁ ଯାତ୍ରା କରୁଥିବା ବେଳେ ବନ୍ଧୁ ହେନେରି ପୋଲକ ଏକ ବହି ଗାନ୍ଧୀଙ୍କୁ ପଢ଼଼ିବା ପାଇଁ ଦେଇଥିଲେ। ସେ ବହି ଥିଲା ଜନ ରସ୍କିନଙ୍କ ‘ଅନ ଟୁ ଦିସ ଲାଷ୍ଟ’। ଉକ୍ତ ବହିରେ ମୂଳମନ୍ତ୍ର ଥିଲା ଯେ ‘ସୁଖୀ ସମାଜ ପାଇଁ ଗୋଟିଏ ନୈତିକତାପୂର୍ଣ୍ଣ […]
ଗାନ୍ଧିଜୀଙ୍କ ସର୍ବୋଦୟ ଏକ ସାମଗ୍ରିକ ବିକାଶର ମନ୍ତ୍ର; ଏକ ସୁଗଠିତ ସାମାଜିକ ଶୃଙ୍ଖଳାର ସକାରାତ୍ମକ ପରିଭାଷା। ଗାନ୍ଧୀଙ୍କ ସର୍ବୋଦୟ ଚିନ୍ତାଧାରାର ଜନ୍ମ ୧୯୦୪ ମସିହାରେ ଏକ ଟ୍ରେନ ଯାତ୍ରାରେ ହୋଇଥିଲା। ଜୋହାନ୍ସବର୍ଗରୁ ଡର୍ବାନକୁ ଯାତ୍ରା କରୁଥିବା ବେଳେ ବନ୍ଧୁ ହେନେରି ପୋଲକ ଏକ ବହି ଗାନ୍ଧୀଙ୍କୁ ପଢ଼଼ିବା ପାଇଁ ଦେଇଥିଲେ। ସେ ବହି ଥିଲା ଜନ ରସ୍କିନଙ୍କ ‘ଅନ ଟୁ ଦିସ ଲାଷ୍ଟ’। ଉକ୍ତ ବହିରେ ମୂଳମନ୍ତ୍ର ଥିଲା ଯେ ‘ସୁଖୀ ସମାଜ ପାଇଁ ଗୋଟିଏ ନୈତିକତାପୂର୍ଣ୍ଣ ଓ ସାଧୁତାସମ୍ପନ୍ନ ଅର୍ଥନୀତିର ଆବଶ୍ୟକତା ଅଛି। ମାଲିକ ଓ ଭୃତ୍ୟ ଭିତରେ ଥିବା ସମ୍ପର୍କ କେବଳ ଉଭୟଙ୍କ ଭିତରେ ଥିବା ଶ୍ରଦ୍ଧା ଓ ବିଶ୍ୱାସ ଦ୍ୱାରା ହିଁ ପରିଚାଳିତ ହେବା ଆବଶ୍ୟକ।’ ଗାନ୍ଧୀଙ୍କୁ ରସ୍କିନଙ୍କ ବହିଟି ଏତେ ପ୍ରଭାବିତ କରିଥିଲା ଯେ ସେଦିନ ସେ ଟ୍ରେନରେ ଶୋଇ ପାରି ନ ଥିଲେ। ରସ୍କିନଙ୍କ ‘ଅନ ଟୁ ଦିସ ଲାଷ୍ଟ’ର ଗୁଜୁରାଟୀ ଅନୁବାଦ କରିଥିଲେ ମହାତ୍ମା ଗାନ୍ଧୀ ଓ ନାଁ ଦେଇଥିଲେ ‘ସର୍ବୋଦୟ’।
କୁହାଯାଏ ଗାନ୍ଧିଜୀଙ୍କୁ ଓଡ଼ିଶା ଅନେକ କ୍ଷେତ୍ରରେ ପ୍ରଭାବିତ, ଅନୁପ୍ରାଣିତ ଓ ଚିନ୍ତିତ କରିଥିଲା। ଗାନ୍ଧୀଙ୍କ ଅସହଯୋଗ ଆନ୍ଦୋଳନର ଭିତ୍ତି ଓଡ଼ିଶାରୁ ପଡ଼ିଥିବା ବେଳେ ତାଙ୍କର ‘ଟାଲିସ୍ମ୍ୟାନ୍’ ଦର୍ଶନ ଓଡ଼ିଶା ନିଜ ପ୍ରଶାସନିକ କ୍ଷେତ୍ରରେ ଉପଯୋଗ କରୁଛି। ‘ସର୍ବୋଦୟ’ ହାସଲ ପାଇଁ ଗାନ୍ଧୀ ‘ଟାଲିସ୍ମ୍ୟାନ୍’ କଥା କୁହନ୍ତି, ଯାହା ସାଧାରଣ ଜନତା ଓ ଶାସକ ଉଭୟ ପାଇଁ ଆବଶ୍ୟକ। ଗାନ୍ଧୀଙ୍କ ‘ଟାଲିସ୍ମ୍ୟାନ୍’ କାହାଣୀ ଠିକ ଏହିପରି: ‘ମୁଁ ଆପଣଙ୍କୁ ଏକ କବଚ ଦେଉଛି। ଯେବେବି ମନରେ ସନ୍ଦେହ ଆସୁଛି କିମ୍ୱା ଅହଂକାର ଗ୍ରାସ କରୁଛି, ତେବେ ଏକ ପରୀକ୍ଷା କରନ୍ତୁ। ଏହା ସଙ୍କଟରୁ ମୁକ୍ତି ଦେବ। ନିଜେ ଦେଖିଥିବା କୌଣସି ଏକ ଦରିଦ୍ରତମ ମହିଳା ବା ପୁରୁଷର ମୁହଁ ମନେ ପକାନ୍ତୁ ଏବଂ ନିଜକୁ ନିଜେ ପ୍ରଶ୍ନ କରନ୍ତୁ, ଆପଣ କରୁଥିବା କର୍ମ ଏମାନଙ୍କୁ କେତେଦୂର ସାହାଯ୍ୟ କରିବ? ଆପଣ ଏମାନଙ୍କ ଆତ୍ମମର୍ଯ୍ୟାଦାକୁ କିଭଳି ବୃଦ୍ଧି କରିବେ? ଭୋକିଲା ଥିବା ଲୋକଟିକୁ କେତେଦୂର ସହାୟକ ହୋଇପାରିବେ? ଏସବୁ ପ୍ରଶ୍ନ ଆପଣଙ୍କ ସନ୍ଦେହ ଦୂର କରିବ। ଆପଣ ଅହଂକାରଶୂନ୍ୟ ହୋଇଯିବେ।
ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ‘୫-ଟି’(ରୂପାନ୍ତରଣ ପଦକ୍ଷେପ) ହେଉଛି ଗାନ୍ଧୀଙ୍କ ‘ସର୍ବୋଦୟ’ ପରିକଳ୍ପନା ଦ୍ୱାରା ଅନୁପ୍ରାଣିତ ହୋଇଥିବା ଏକ ପୋଷ୍ଟ-ମଡର୍ଣ୍ଣ ବା ଉତ୍ତର-ଆଧୁନିକ ଆଭିମୁଖ୍ୟ। ସମାବେଶୀ ବିକାଶ ଏବଂ ସାମାଜିକ ପ୍ରଗତି ସହ ଜଡ଼ିତ ସମସ୍ତ ନୀତିକୁ ଉଭୟ ଗାନ୍ଧିଜୀ ଓ ନବୀନ ପଟ୍ଟନାୟକ ନୈତିକ ପ୍ରଶାସନର ଦର୍ଶନ ଭାବେ ଗ୍ରହଣ କରନ୍ତି। ‘ସର୍ବୋଦୟ’ର ସାଧାରଣ ଅର୍ଥ ହେଉଛି ‘ସାମଗ୍ରିକ କଲ୍ୟାଣ’। ଏହା ଏକ ଚିନ୍ତାଧାରା, ଏକ ବିଚାର। ଏହାର ମୁଖ୍ୟ ଲକ୍ଷ୍ୟ ହେଉଛି ଯେ ଏକ ବିକଶିତ ସମାଜରେ ପ୍ରତ୍ୟେକ ବ୍ୟକ୍ତି ମୁଖ୍ୟତଃ ତୃଣମୂଳସ୍ତରରେ ଥିବା ବ୍ୟକ୍ତିକୁ ସାମାଜିକ ସୁରକ୍ଷା ଯୋଗାଇବା ସହ ବିକାଶର ମୁଖ୍ୟସ୍ରୋତରେ ସାମିଲ କରିବା। ଏହି ଚିନ୍ତାଧାରାକୁ ପ୍ରାଧାନ୍ୟ ଦେଇ ଓଡ଼ିଶାରେ ଆଧୁନିକ ରୂପାନ୍ତରଣମୂଳକ ପଦକ୍ଷେପଗୁଡ଼ିକର ମୂଳଦୁଆ ପଡ଼ିଥିଲା। ଏହା ସହ ସମାବେଶୀ ଏବଂ ନିରନ୍ତର ବିକାଶରେ କିପରି ନାଗରିକଙ୍କ କଲ୍ୟାଣ ହୋଇପାରିବ ସେଥିପାଇଁ ଲକ୍ଷ୍ୟ ମଧ୍ୟ ସ୍ଥିର କରାଯାଇଥିଲା। ଗାନ୍ଧିଜୀଙ୍କ ‘ସର୍ବୋଦୟ’ ଏବଂ ଓଡ଼ିଶା ସରକାରଙ୍କ ‘୫-ଟି’ (ରୂପାନ୍ତରଣ ପଦକ୍ଷେପ) ଉଭୟରେ ସାମାଜିକ ସମାନତା, ଧାରଣୀୟ ବିକାଶ, ଗୋଷ୍ଠୀ ସଶକ୍ତୀକରଣ ଓ ଅହିଂସା ଭଳି ସାମାଜିକ ଉପାଦାନକୁ ଗୁରୁତ୍ୱ ଦିଆଯାଇଛି। ‘ସମାଜର ଶେଷବର୍ଗରେ ଥିବା ମଣିଷ ପାଖରେ ପହଞ୍ଚିବା, ତା’ର କଲ୍ୟାଣ କଥା ଚିନ୍ତା କରିବା ସହ ବଞ୍ଚିବା ପାଇଁ ସାମାଜିକ ଓ ଅର୍ଥନୈତିକ ସୁଯୋଗ ଖୋଜିବା ହେଉଛି ‘ସର୍ବୋଦୟ’। ଏହାକୁ ମଧ୍ୟ ଅନ୍ୟ ଅର୍ଥରେ ଯଥା ଆତ୍ମିକ ବିକାଶ ଓ ଆଧ୍ୟାତ୍ମିକ ବିକାଶର ପ୍ରୟୋଗ ଭାବେ ଗ୍ରହଣ କରାଯାଇପାରେ। ସଂଖ୍ୟାଧିକ ସର୍ବୋକୃଷ୍ଟ ମଙ୍ଗଳ ନୁହେଁ, ବରଂ ସବୁଲୋକଙ୍କ ସର୍ବୋକୃଷ୍ଟ ମଙ୍ଗଳ ହେଉଛି ‘ସର୍ବୋଦୟ’। ଏହା ହିଁ ଗାନ୍ଧିଜୀଙ୍କ ଅହିଂସ ସାମ୍ୟବାଦ। ଗାନ୍ଧିଜୀଙ୍କ ମତରେ ସ୍ୱରାଜ, ସ୍ୱଦେଶୀ, ସ୍ୱାଧୀନତା, ସହନଶୀଳତା ହେଉଛି ‘ସର୍ବୋଦୟ’ର ସଂପୂର୍ଣ୍ଣତା। ଭାରତର ସ୍ୱାଧୀନତା ପରେ ‘ସର୍ବୋଦୟ’ର ରୂପରେଖ କିପରି ହେବ ତାହାର ବର୍ଣ୍ଣନା ଗାନ୍ଧିଜୀ କରିଥିଲେ। ଗାନ୍ଧୀଙ୍କ ସର୍ବୋଦୟ ସମାଜ ଠିକ ଏଭଳି – ଯେଉଁଠି ଗଣତନ୍ତ୍ର ଥିବ, ସ୍ୱାଧୀନତା ଥିବ, ସମାନତା ସହ ନିଯୁକ୍ତିର ସୁଯୋଗ ଥିବ, ରାଜା ଓ ପ୍ରଜା ଭିତରେ ପାର୍ଥକ୍ୟ ନଥିବ ଓ ସାମାଜିକ ବିଭେଦ ନଥିବ। ନାରୀ ପ୍ରତି ସମ୍ମାନ ଥିବ, ନିଶା ନ ଥିବ, ବଳିଦାନର ଭାବ ଥିବ, ଦେଶପ୍ରେମ ଓ ଦେଶଭକ୍ତି ଥିବ। ହିଂସା ନ ଥିବ, ପ୍ରେମ, ଅନୁକମ୍ପା ଓ ସହନଶୀଳତା ଥିବ। ଗାନ୍ଧିଜୀଙ୍କ ‘ସର୍ବୋଦୟ’ରେ ଗୋଷ୍ଠୀଭାଗିଦାରୀକୁ ଗ୍ରାମ ବିକାଶର ଏକ ମୁଖ୍ୟ ଅଂଶ ବୋଲି ଦର୍ଶାଯାଇଛି। ପରସ୍ପର ମଧ୍ୟରେ ନିର୍ଭରଶୀଳତା ହେଉଛି ‘ସର୍ବୋଦୟ’ ସମାଜର ଏକ ବଳିଷ୍ଠ ଉପାଦାନ।
ଓଡ଼ିଶାରେ ଉଭୟ ଶାସନ ଓ ପ୍ରଶାସନିକ ସ୍ତରରେ ‘ସର୍ବୋଦୟ’ର ଏକ ବ୍ୟାପକ ପ୍ରୟୋଗ ଦେଖିବାକୁ ମିଳୁଛି। ଆଧୁନିକତା ସହ ତାଳ ଦେଇ ରୂପାନ୍ତରଣମୂଳକ ପଦକ୍ଷେପରେ ଭିତ୍ତିଭୂମି, ଶିକ୍ଷା, ସ୍ୱାସ୍ଥ୍ୟସେବା, ପ୍ରୟୁକ୍ତିବିଦ୍ୟା, ଦାରିଦ୍ର୍ୟ ଦୂରୀକରଣ, ଗ୍ରାମ୍ୟ ବିକାଶ, ମହିଳା ସଶକ୍ତୀକରଣ ଏବଂ ପରିବେଶର ସ୍ଥିରତାକୁ ମଧ୍ୟ ଅନ୍ତର୍ଭୁକ୍ତ କରାଯାଇଛି। ଓଡ଼ିଶାରେ ସମାନତା ଆଧାରିତ ଅନେକ ରୂପାନ୍ତରଣମୂଳକ ପଦକ୍ଷେପ, ଯଥା- ‘ମମତା ଯୋଜନା’, ‘ମିଶନ ଶକ୍ତି’, ‘କଳିଙ୍ଗ ଶିକ୍ଷା ସାଥୀ ଯୋଜନା’, ‘ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା’ ଓ ‘ମଧୁବାବୁ ପେନସନ ଯୋଜନା’ ଇତ୍ୟାଦିର ଏକ ସାଧାରଣ ଲକ୍ଷ୍ୟ ସ୍ଥିର କରାଯାଇଛି। ତାହା ହେଉଛି, ଅବହେଳିତ, ଗରିବ ଓ ତୃଣମୂଳସ୍ତରରେ ଥିବା ଓଡ଼ିଶାବାସୀଙ୍କ ସାମଗ୍ରିକ ସାମାଜିକ କଲ୍ୟାଣ ଏବଂ ସମାବେଶୀ ବିକାଶ। ଗ୍ରାମର ଆତ୍ମନିର୍ଭରଶୀଳତା, ଗ୍ରାମ୍ୟ ସୁରକ୍ଷା, ଗ୍ରାମ ସ୍ୱରାଜ, ଗ୍ରାମ ପରିଚାଳନା ଓ ସ୍ୱାଧୀନତାର ବିକେନ୍ଦ୍ରୀକରଣ ହେଉଛି ‘ସର୍ବୋଦୟ’ର ମୂଳପିଣ୍ଡ। ଓଡ଼ିଶା ସରକାରଙ୍କ ‘ଆମ ଗାଁ ଆମ ବିକାଶ’ ଅନ୍ତର୍ଗତ କାର୍ଯ୍ୟକ୍ରମରେ ସ୍ଥାନୀୟ ସମୁଦାୟଙ୍କୁ ସେମାନଙ୍କ ଗାଁ ପାଇଁ ପ୍ରକଳ୍ପ ସ୍ଥିର କରିବାର ଦାୟିତ୍ୱ ଦେବା ଜରିଆରେ ସଶକ୍ତ କରିବାକୁ ପ୍ରଚେଷ୍ଟା ଆରମ୍ଭ ହୋଇଛି। ଏହାର ମୂଳ ଉଦ୍ଦେଶ୍ୟ ହେଉଛି ଯୋଜନାର ବିକେନ୍ଦ୍ରୀକରଣ ଏବଂ ବିକାଶ ସହ ସାମୂହିକ ନିଷ୍ପତ୍ତି ନେବାରେ ସକ୍ରିୟ ଗୋଷ୍ଠୀର ଭାଗିଦାରୀ।
ଆମ ରାଜ୍ୟର ଶିକ୍ଷାକ୍ଷେତ୍ରରେ ସର୍ବୋଦୟ ଓ ଶିକ୍ଷାଗତ ସମାନତା ପାଇଁ ବିଭିନ୍ନ ଦିଗ ଯଥା ଶିକ୍ଷାନୁଷ୍ଠାନରେ ଭିତ୍ତିଭୂମି, ଅଭିଗମ୍ୟତା ଏବଂ ଶିକ୍ଷାର ଗୁଣବତ୍ତା ଉପରେ ‘୫-ଟି’ରେ ଗୁରୁତ୍ୱାରୋପ କରାଯାଇଛି। ଓଡ଼ିଶାରେ ‘ମୋ ସ୍କୁଲ’ ଓ ‘ମୋ କଲେଜ’ ଭଳି ଅଭିଯାନରେ ଶିକ୍ଷାନୁଷ୍ଠାନର ଭିତ୍ତିଭୂମି ବିକାଶ, ଡିଜିଟାଲ୍ ଅନ୍ତର୍ଭୁକ୍ତୀକରଣ ଓ ଶିକ୍ଷକ ପ୍ରଶିକ୍ଷଣ ଭଳି ପଦକ୍ଷପକୁ ତ୍ୱରାନ୍ୱିତ କରାଯାଉଛି। ‘ଉତ୍ଥାନ’ ଓ ‘ଉତ୍କର୍ଷ’ ଭଳି ଯୋଜନା ଶିକ୍ଷାନୁଷ୍ଠାନରେ ଗୁଣବତ୍ତା ବଜାୟ ରଖିବାରେ ସାହାଯ୍ୟ କରୁଛନ୍ତି। ‘ମୁଖ୍ୟମନ୍ତ୍ରୀ ମେଧାବୃତ୍ତି’, ‘କାଳିଆ’ ଓ ‘ବାଣୀଶ୍ରୀ’ ଛାତ୍ରବୃତ୍ତି କାର୍ଯ୍ୟକ୍ରମ ଆର୍ଥିକ ଅନଗ୍ରସର ଛାତ୍ରଛାତ୍ରୀଙ୍କୁ ଉଚ୍ଚ ଶିକ୍ଷା ପାଇଁ ଆର୍ଥିକ ସହାୟତା ପ୍ରଦାନ କରୁଛି। ‘ମଧ୍ୟାହ୍ନ ଭୋଜନ କାର୍ଯ୍ୟକ୍ରମ’ ଓ ‘ସୁଗମ୍ୟ ପରିବହନ’ ମଧ୍ୟ ଓଡ଼ିଶାର ସାମଗ୍ରିକ ଶିକ୍ଷାରେ ବୈପ୍ଲବିକ ପରିବର୍ତ୍ତନ ଆଣିଛି। ଓଡ଼ିଶା ସରକାରଙ୍କ ଦ୍ୱାରା କରାଯାଉଥିବା ଦକ୍ଷତା ବିକାଶ ଏବଂ ନିୟୁକ୍ତି ସୃଷ୍ଟି, ଶାସନରେ ସାମାଜିକ ଅନ୍ତର୍ଭୁକ୍ତୀକରଣ, ତୃଣମୂଳ ସଶକ୍ତୀକରଣ, ସାମ୍ପ୍ରଦାୟିକ ସୌହାର୍ଦ୍ଦ୍ୟ ସହ ଧର୍ମନିରପେକ୍ଷ ଦୃଷ୍ଟିକୋଣର ବିସ୍ତାର ପଦକ୍ଷେପକୁ ‘ସର୍ବୋଦୟ’ର ବ୍ୟାପକ ପ୍ରୟୋଗ ଭାବରେ ଅଭିହିତ କରାଯାଇପାରେ। ଉଭୟ କ୍ରୀଡ଼ା ଏବଂ ଜୀବନ ଆମକୁ ସଫଳତା, ବିଫଳତା ଏବଂ ସହନଶୀଳତା ବିଷୟରେ ଶିଖାଇଥାଏ। କ୍ରୀଡ଼ାର ସାମାଜିକ ଓ ଭାବଗତ ଗୁରୁତ୍ୱକୁ ‘୫-ଟି’ କାର୍ଯ୍ୟକ୍ରମରେ ଗୁରୁତ୍ୱ ଦିଆଯାଇଛି। କ୍ରୀଡ଼ାକୁ ପ୍ରତିଭା ଅନ୍ୱେଷଣର ଅନ୍ୟତମ କ୍ଷେତ୍ର ସହ ବ୍ୟକ୍ତିବିଶେଷର ଅଂଶଗ୍ରହଣ ଓ ସାମାଜିକ ଏକୀକରଣର ଉପାଦାନ ଭାବେ ମଧ୍ୟ ‘୫-ଟି’କୁ ଗ୍ରହଣ କରାଯାଇଛି। ଗାନ୍ଧିଜୀଙ୍କ ‘ସର୍ବୋଦୟ’ ଭଳି ନବୀନ ପଟ୍ଟନାୟକଙ୍କ ‘୫-ଟି’ (ରୂପାନ୍ତରଣମୂଳକ ପଦକ୍ଷେପ) ବି ଏକ ନୂତନ ସାମାଜିକ ବିକାଶର ଚିନ୍ତାଧାରା, ଯେଉଁଠି ମାଧ୍ୟମ ହିଁ ଲକ୍ଷ୍ୟ। ମାଧ୍ୟମ ଯଦି ପବିତ୍ର ଓ ଶୁଦ୍ଧ ହୁଏ, ଲକ୍ଷ୍ୟ ମଧ୍ୟ ପବିତ୍ର ଓ ଶୁଦ୍ଧ ହେବ। କର୍ତ୍ତବ୍ୟରେ ଓ ବକ୍ତବ୍ୟରେ ସ୍ୱଚ୍ଛତା ଥିଲେ, କାର୍ଯ୍ୟ ପ୍ରକ୍ରିୟାରେ ଘୃଣା ଓ ଲୋଭ ନ ଥିଲେ ଲକ୍ଷ୍ୟ ମଙ୍ଗଳକାରୀ ହେବ।
ଗାନ୍ଧିଜୀଙ୍କ ‘ସର୍ବୋଦୟ’ ଶ୍ରମଦାନ ଭାବରେ ପରିଚିତ କେବଳ ଏକ ଆନ୍ଦୋଳନ ନଥିଲା, ବରଂ ସାମାଜିକ ପରିବର୍ତ୍ତନର ଏକ ଉଦାହରଣ ଥିଲା। ଭାରତରେ ‘ସର୍ବୋଦୟ’ରେ ପ୍ରୟୋଗକୁ ନେଇ ଅନେକ ପ୍ରୟାସ ହୋଇଛି। ‘ସର୍ବୋଦୟ -ଟାଲିସମାନ’ ଉପକ୍ରମର ବ୍ୟାବହାରିକ ପ୍ରଯୁଜ୍ୟ, ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଲୋକକୈନ୍ଦ୍ରିକ ଦୃଷ୍ଟିକୋଣ ଓ ‘୫-ଟି’ର ଅଧକ୍ଷ ଭି କେ ପାଣ୍ଡିଆନଙ୍କ ଦୂରଦୃଷ୍ଟି ସମ୍ପନ୍ନ ଯୋଜନା, ମୂଲ୍ୟ ଆଧାରିତ କାର୍ଯ୍ୟ ଓଡ଼ିଶାରେ ‘ସର୍ବୋଦୟ’ର ଯଥାର୍ଥ ପ୍ରୟୋଗ କହିଲେ ଅତ୍ୟୁକ୍ତି ହେବ ନାହିଁ। ଓଡ଼ିଶାରେ ସାମଗ୍ରିକ ଓ ନିରନ୍ତର ବିକାଶ ପ୍ରକ୍ରିୟାରେ ‘୫-ଟି’ର ଭବିଷ୍ୟତ ଓ ପ୍ରୟୋଗର ସଫଳତା ନେଇ ନିତି ଆୟୋଗ ଦୃଢ଼ବିଶ୍ୱାସୀ ଅଛନ୍ତି। ଜାତୀୟସ୍ତରରେ ଏହାର ପ୍ରୟୋଗ ପାଇଁ ନକ୍ସା ତିଆରି ହେଉଥିବା ଜାଣିବାକୁ ମିଳିଛି।
ଡ. ଅବଶ ପରିଡ଼ା
ଭୁବନେଶ୍ୱର, ମୋ: ୮୪୫୬୮୭୯୫୨୨