ନାଗରିକ ସାମ୍ୱାଦିକ
‘ନାଗରିକ ସାମ୍ୱାଦିକତା’ ଚିହ୍ନଟ ପ୍ରକ୍ରିୟାରେ କେତେଗୋଟି ଦିଗ ପ୍ରାଧାନ୍ୟ ଲାଭ କରେ। ପ୍ରଥମତଃ, ଜନସାଧାରଣଙ୍କ ଦ୍ୱାରା ସମ୍ୱାଦ ସଂଗ୍ରହ, ରଚନା ଓ ଅନଲାଇନ ପ୍ରସାର ସମେତ ସମସାମୟିକ ସମ୍ୱାଦ ଅନୁଶୀଳନ। ଦ୍ୱିତୀୟତଃ, ବୃତ୍ତିଧାରୀ ସାମ୍ୱାଦିକଙ୍କ ଭିନ୍ନ ଚଳନ୍ତି ଘଟଣା ପ୍ରବାହରେ ରୁଚି ରଖୁଥିବା ମୁକ୍ତବୃତ୍ତି ସାମ୍ୱାଦିକ, ସାଧାରଣ ନାଗରିକଙ୍କ ଦ୍ୱାରା ସୋସିଆଲ ମିଡିଆ, ବ୍ଳଗ ଓ ୱେବସାଇଟରେ କ୍ରମାଗତ ସମ୍ୱାଦ ଓ ଅଭିମତ ପ୍ରକାଶନ ନାଗରିକ ସାମ୍ୱାଦିକତା ପର୍ଯ୍ୟାୟଭୁକ୍ତ। ତୃତୀୟତଃ, ଡିଜିଟାଲ ମଞ୍ଚରେ ନାଗରିକ ସାମ୍ୱାଦିକତାର ଉପସ୍ଥିତି […]
‘ନାଗରିକ ସାମ୍ୱାଦିକତା’ ଚିହ୍ନଟ ପ୍ରକ୍ରିୟାରେ କେତେଗୋଟି ଦିଗ ପ୍ରାଧାନ୍ୟ ଲାଭ କରେ। ପ୍ରଥମତଃ, ଜନସାଧାରଣଙ୍କ ଦ୍ୱାରା ସମ୍ୱାଦ ସଂଗ୍ରହ, ରଚନା ଓ ଅନଲାଇନ ପ୍ରସାର ସମେତ ସମସାମୟିକ ସମ୍ୱାଦ ଅନୁଶୀଳନ। ଦ୍ୱିତୀୟତଃ, ବୃତ୍ତିଧାରୀ ସାମ୍ୱାଦିକଙ୍କ ଭିନ୍ନ ଚଳନ୍ତି ଘଟଣା ପ୍ରବାହରେ ରୁଚି ରଖୁଥିବା ମୁକ୍ତବୃତ୍ତି ସାମ୍ୱାଦିକ, ସାଧାରଣ ନାଗରିକଙ୍କ ଦ୍ୱାରା ସୋସିଆଲ ମିଡିଆ, ବ୍ଳଗ ଓ ୱେବସାଇଟରେ କ୍ରମାଗତ ସମ୍ୱାଦ ଓ ଅଭିମତ ପ୍ରକାଶନ ନାଗରିକ ସାମ୍ୱାଦିକତା ପର୍ଯ୍ୟାୟଭୁକ୍ତ। ତୃତୀୟତଃ, ଡିଜିଟାଲ ମଞ୍ଚରେ ନାଗରିକ ସାମ୍ୱାଦିକତାର ଉପସ୍ଥିତି ଓ ସୋସିଆଲ ମିଡିଆର ଲୋକପ୍ରିୟତାରେ ଉଦ୍ବୁଦ୍ଧ ହୋଇ ପାରମ୍ପରିକ ମୁଦ୍ରଣ ଓ ଟେଲିଭିଜନ ମଞ୍ଚଗୁଡ଼ିକ ମଧ୍ୟ କ୍ରମଶଃ ସମ୍ୱାଦ ସଂଗ୍ରହ ପ୍ରକ୍ରିୟାରେ ଜନସାଧାରଣଙ୍କୁ ସାମିଲ କରାଇବା ତଥା ବ୍ଳଗ ଓ ୱେବସାଇଟରୁ ରଚନା ଉଦ୍ଧାର କରି ପ୍ରକାଶନ କରିବା ଧାରା ମହାମାରୀ ପରବର୍ତ୍ତୀ ପରିବେଶରେ ଆଦୃତି ଲାଭ କରିଥିବା ଦେଖାଯାଏ। ଚତୁର୍ଥତଃ, ସୋସିଆଲ ମିଡିଆରେ ଗଭୀର-ସ୍ଥାନୀୟ-ସମ୍ୱାଦ(ହାଇପର-ଲୋକାଲ ନିଉଜ) ପ୍ରସାରଣ ଓ ଲୋକପ୍ରିୟତାକୁ ବିଚାରକୁ ନେଇ ଜନସାଧାରଣଙ୍କ ଦ୍ୱାରା ସଂଗୃହୀତ ସ୍ଥାନୀୟ ତଥ୍ୟ ଓ ଦୃଶ୍ୟ ସମ୍ୱାଦର ଗୁଣବତ୍ତା ବୃଦ୍ଧିରେ ସହାୟକ ହେଉଥିବା ହେତୁ କ୍ରମବିକଶିତ ନାଗରିକ ସାମ୍ୱାଦିକତାକୁ ମୂଳସ୍ରୋତର ଗଣମାଧ୍ୟମ ମଞ୍ଚଗୁଡ଼ିକ ଅଣଦେଖା କରିପାରୁ ନାହାନ୍ତି। ପଞ୍ଚମତଃ, ବିଭିନ୍ନ କାରଣରୁ ପାରମ୍ପରିକ ସାମ୍ୱାଦିକତା ପ୍ରେସ ବିଜ୍ଞପ୍ତି ଆଧାରିତ ହୋଇପଡୁଥିବା ଏବଂ ଏତଦ୍ୱାରା ସୃଷ୍ଟି ହେଉଥିବା ପାଠକ ଓ ଦର୍ଶକ ବିମୁଖ ପରିବେଶର ମୁକାବିଲା କରିବା ନିମନ୍ତେ ନାଗରିକ ସାମ୍ୱାଦିକତା ପ୍ରସାର ଆନ୍ତର୍ଜାତିକସ୍ତରରେ ସଦ୍ୟତମ ସାଧନ ରୂପେ ବ୍ୟବହୃତ ହେଉଛି।
ଗଣମାଧ୍ୟମ ଭାଷ୍ୟକାରମାନେ ‘ନାଗରିକ ସାମ୍ୱାଦିକତା’ର ଉତ୍ସ ରୂପେ ଦକ୍ଷିଣ କୋରିଆରେ ୨୦୦୦ ମସିହାରେ ଆରମ୍ଭ ହୋଇଥିବା ‘ଓ-ମାଇ-ନିଉଜ’ ନାମକ ୱେବସାଇଟକୁ ଶ୍ରେୟ ଦେଇଥା’ନ୍ତି। ଏହି ମଞ୍ଚରେ ପ୍ରଥମ ଥର ନିମନ୍ତେ ବୃତ୍ତିଧାରୀ ସାମ୍ୱାଦିକଙ୍କ ବ୍ୟତୀତ ଜନସାଧାରଣଙ୍କୁ ସମ୍ୱାଦ ସଂଗ୍ରହ ଓ ପ୍ରକାଶନ ନିମନ୍ତେ ସୁଯୋଗ ଦିଆଯାଇଥିଲା। କ୍ରମଶଃ ଏହି ତତ୍ତ୍ୱ ଆନ୍ତର୍ଜାତିକସ୍ତରକୁ ସମ୍ପ୍ରସାରିତ ହେଲା। ଏକପକ୍ଷରେ ପ୍ରାକୃତିକ ଓ ମାନବକୃତ ଦୁର୍ଘଟଣା ଘଟିବା କାଳରେ ସ୍ଥାନୀୟ ଜନସାଧାରଣ ସ୍ମାର୍ଟଫୋନରେ ଖଚିତ କ୍ୟାମରାରେ ଚିତ୍ର ଉତ୍ତୋଳନ କରି ସୋସିଆଲ ମିଡିଆରେ ଅପଲୋଡ୍ କରିବା ଲୋକାଦୃତି ଲାଭ କରିଥିଲା। ଏହି କ୍ଷେତ୍ରରେ ଘଟଣା ଓ ତୁରନ୍ତ ପ୍ରସାରଣ ପ୍ରାଧାନ୍ୟ ଲାଭ କରୁଥିବା ହେତୁ ଚିତ୍ର କିମ୍ୱା ପାଠ୍ୟର ଗୁଣବତ୍ତା ବିଚାର ପଛରେ ପଡ଼ିଯାଇଥିଲା। ବୃତ୍ତିଧାରୀ ସାମ୍ୱାଦିକ ଓ ଟେଲିଭିଜନ ଟିମ ଘଟଣାସ୍ଥଳରେ ପହଞ୍ଚିବା ପୂର୍ବରୁ ଭାଇରାଲ ସମ୍ୱାଦଟି ଇତିହାସ ପୃଷ୍ଠାକୁ ଆସିଯାଇଥାଏ। ଫଳରେ ପାରମ୍ପରିକ ସାମ୍ୱାଦିକତା କେବଳ ଅନୁଶୀଳନ ଓ ଅନୁସନ୍ଧାନସ୍ତରରେ ସୀମିତ ରହେ।
ଅପରପକ୍ଷେ, ଏକବିଂଶ ଶତାଦ୍ଦୀ ଆରମ୍ଭରୁ ବିଭିନ୍ନ ରାଷ୍ଟ୍ରରେ ସଂଘଟିତ ରାଜନୈତିକ ସଂଘର୍ଷ କାଳରେ ପାରମ୍ପରିକ ଗଣମାଧ୍ୟମ ମଞ୍ଚଗୁଡ଼ିକୁ ସ୍ଥାନୀୟ ସରକାରୀ କଳ ପକ୍ଷରୁ ସମ୍ୱାଦ ଓ ଅଭିମତ ପ୍ରସାରଣ ବାରଣ କରାଯାଉଥିବା ଲକ୍ଷ୍ୟ କରାଯାଏ। ଏହି ଅବସରରେ ଇଣ୍ଟରନେଟ ବନ୍ଦ ସତ୍ତ୍ବେ ବିକଳ୍ପ ବୈଷୟିକ କୌଶଳ ଅବଲମ୍ୱନରେ ନାଗରିକ ସାମ୍ୱାଦିକତା ସମ୍ୱାଦ ପ୍ରସାରଣ ଓ ସମୀକ୍ଷା ବଳବତ୍ତର ରହୁଥିବା ଉଦାହରଣର ଅଭାବ ନଥାଏ। ସ୍ଥଳବିଶେଷରେ କେତେକ ଅଞ୍ଚଳରେ ବର୍ଷ ବର୍ଷ ବ୍ୟାପୀ ରାଜନୈତିକ ଅରାଜକତା ଲାଗି ରହୁଥିବା ତଥା ଯୁଦ୍ଧ, ଗୃହଯୁଦ୍ଧ ପ୍ରପୀଡ଼ିତ ସମାଜରେ ନାଗରିକ ସାମ୍ୱାଦିକତା ଗୁରୁତ୍ୱ ଲାଭ କରୁଛି।
କୋଭିଡ-୧୯ ମହାମାରୀ ପୂର୍ବାବସ୍ଥାରେ ଏସୀୟ ମହାଦେଶକୁ ବାଦ ଦେଇ ଅନ୍ୟତ୍ର ଡିଜିଟାଲ ମଞ୍ଚର ପ୍ରସାର ପରେ ମୁଦ୍ରିତ ସମ୍ୱାଦପତ୍ର ଶିଳ୍ପ ବିଜ୍ଞାପନ ଓ ପ୍ରସାର ହ୍ରାସ କାରଣରୁ ବିଘଟନର ଶିକାର ହୋଇଥିଲା। ତେବେ ମହାମାରୀ ପରବର୍ତ୍ତୀ ଅବସ୍ଥାରେ ବିଭିନ୍ନ କାରଣରୁ ସର୍ବତ୍ର ମୂଳସ୍ରୋତର ଗଣମାଧ୍ୟମ ମଞ୍ଚଗୁଡ଼ିକ ପ୍ରତି ପାଠକଙ୍କ ବିଶ୍ୱସନୀୟତା ହାନି, ଉପଭୋକ୍ତାଙ୍କ ଗଣମାଧ୍ୟମ ମଞ୍ଚ ବିମୁଖ ମନୋଭାବ ଓ ପାରମ୍ପରିକ ମୁଦ୍ରିତ ସମ୍ୱାଦପତ୍ର ବ୍ୟବସାୟ ଲାଭଜନକ ହୋଇପାରୁନଥିବା ଭଳି ସମସ୍ୟା ଘେରରେ ବନ୍ଦୀ। ଏହି ପରିବେଶରେ ମୁଦ୍ରିତ ସମ୍ୱାଦପତ୍ରକୁ ଆକର୍ଷଣୀୟ କରିବା, ଡିଜିଟାଲ ମଞ୍ଚର ମୁକାବିଲା ତଥା ବିଶ୍ୱସନୀୟତା ଫେରାଇ ଆଣିବା ଉଦ୍ଦେଶ୍ୟରେ ବିକଳ୍ପ ବ୍ୟାବସାୟିକ ମଡେଲମାନ ପରୀକ୍ଷା କରାଯାଉଛି। ସେହି ଭିଡ଼ରେ ଗଭୀର-ସ୍ଥାନୀୟ-ସମ୍ୱାଦ ପରିବେଷଣ ଉଦ୍ଦେଶ୍ୟରେ ନାଗରିକ ସାମ୍ୱାଦିକତା ପ୍ରତି ଗୁରୁତ୍ୱାରୋପ ଅନ୍ୟତମ।
ମୁଦ୍ରିତ ସମ୍ୱାଦପତ୍ର ଓ ଡିଜିଟାଲ ସମ୍ୱାଦ ୱେବସାଇଟଗୁଡ଼ିକରେ ନାଗରିକ ସାମ୍ୱାଦିକତା ପ୍ରବର୍ତ୍ତନ ପ୍ରଣାଳୀ ଗୋଟିଏ ପ୍ରକାଶନଠାରୁ ଅନ୍ୟଟି ଭିନ୍ନ। କେତେକ ମୁଦ୍ରିତ ସମ୍ୱାଦପତ୍ର ସପ୍ତାହକୁ କେତେଥର ବା ପ୍ରତି ସଂସ୍କରଣର କେତେ ପୃଷ୍ଠା ନାଗରିକ ସାମ୍ୱାଦିକତା ପ୍ରତି ଉତ୍ସର୍ଗ କରିଥା’ନ୍ତି। ସାଧାରଣତଃ ସାଧାରଣ ନାଗରିକଙ୍କ ଦ୍ୱାରା ପ୍ରେରିତ ସମ୍ୱାଦ, ଆଲୋକଚିତ୍ର ବା ଭିଡିଓଗୁଡ଼ିକୁ ସମ୍ୱାଦ ମଞ୍ଚରେ ଅବସ୍ଥାପିତ ସମ୍ପାଦକମାନେ ତନଖି ସାରିବା ପରେ ପ୍ରକାଶନର ବ୍ୟବସ୍ଥା କରାଯାଇଥାଏ। ଗଭୀର-ସ୍ଥାନୀୟ-ସମ୍ୱାଦର ସ୍ରୋତକୁ ନିରନ୍ତର ଉଜ୍ଜୀବିତ ରଖିବା ନିମନ୍ତେ ସମାଜର ବିଭିନ୍ନ ଶ୍ରେଣୀ ତଥା ଭୌଗୋଳିକ ପରିବେଶରୁ ଆଗ୍ରହୀ ପାଠକମାନଙ୍କୁ ଚିହ୍ନଟ କରାଯାଇ ସମ୍ୱାଦ ମଞ୍ଚ ପକ୍ଷରୁ ବରାବର ସମ୍ପର୍କ ସ୍ଥାପନ କରାଯାଇଥାଏ। ତଥ୍ୟଗତ ତ୍ରୁଟି, ମାନହାନି ଓ ସମ୍ୱାଦ ପରିବେଷଣରେ ଗୁଣବତ୍ତା ବୃଦ୍ଧି କ୍ଷେତ୍ରରେ ସମ୍ପାଦକମାନେ ନାଗରିକ ସାମ୍ୱାଦିକଙ୍କୁ ସହଯୋଗ କରିଥା’ନ୍ତି।
ଓଡ଼ିଶା ସାମ୍ୱାଦିକତା କ୍ଷେତ୍ରରେ ସମ୍ୱାଦପତ୍ର ଉନ୍ମେଷ କାଳରୁ ଗ୍ରାମାଞ୍ଚଳରୁ ଏହି ବୃତ୍ତିରେ ନିୟୋଜିତ ବ୍ୟକ୍ତିଗଣ ସମ୍ୱାଦ ପ୍ରେରଣ କରିଆସିଛନ୍ତି। ସମ୍ୱାଦପତ୍ର ପକ୍ଷରୁ ବ୍ଲକ ବା ଗ୍ରାମପଞ୍ଚାୟତସ୍ତରରେ ସ୍ଥାନୀୟ ବାସିନ୍ଦା ଜଣେ ମାତ୍ର ସମ୍ୱାଦଦାତା ଚିହ୍ନଟ କରିଥା’ନ୍ତି। କିନ୍ତୁ ନାଗରିକ ସାମ୍ୱାଦିକତା ପ୍ରଚଳନରେ ଯେକୌଣସି ବ୍ୟକ୍ତି ସମ୍ୱାଦ ପ୍ରେରଣର ସୁଯୋଗ ପାଇବେ ଏବଂ ନିୟମିତ ସମ୍ୱାଦ ପ୍ରେରଣର ବାଧ୍ୟବାଧକତା ରହିବ ନାହିଁ। ଫଳରେ ସମ୍ୱାଦ ସଂଗ୍ରହ, ରଚନା ଓ ପ୍ରକାଶନ କ୍ଷେତ୍ରରେ ଗଣତାନ୍ତ୍ରିକ ପରିବେଶ ସୃଷ୍ଟି ସଂଭବ। ଭାରତୀୟ ସମ୍ୱିଧାନ ଅନୁଯାୟୀ ପ୍ରତ୍ୟେକ ନାଗରିକ ମୁକ୍ତ ମତ ପ୍ରକାଶନର ହକଦାର ଏବଂ ବୃତ୍ତିଧାରୀ ସାମ୍ୱାଦିକମାନେ ତତ୍ଭିନ୍ନ କୌଣସି ଅଧିକାର ଉପଭୋଗ କରିନଥା’ନ୍ତି। ନାଗରିକ ସାମ୍ୱାଦିକତା ନାଗରିକଙ୍କୁ ପାରିପାର୍ଶ୍ବିକ ପରିବେଶ ସମ୍ପର୍କରେ ଟୀକା-ଟିପ୍ପଣି ମୂଳସ୍ରୋତର ସମ୍ୱାଦପତ୍ରରେ ପ୍ରକାଶନର ସୁଯୋଗ ସୃଷ୍ଟି କରିଥାଏ। ଏହା ପ୍ରଶାସନିକ ଦୁର୍ନୀତି ବିରୋଧରେ ସ୍ୱର ଉତ୍ତୋଳନ, ଜନଜୀବନ ସମସ୍ୟା ସମାଧାନର ସୂତ୍ର ନିର୍ଦ୍ଧାରଣ ଓ ରାଜନୈତିକ ମତବାଦ ବିଚାରବିମର୍ଶରେ ସହାୟକ ହେବା ସୁସ୍ପଷ୍ଟ।
ଓଡ଼ିଶାର ମୁଦ୍ରିତ ସମ୍ୱାଦପତ୍ର ଭାରତ ସ୍ୱାଧୀନତା ପ୍ରାପ୍ତି ଯାଏଁ ଲୋକାଭିମୁଖୀ ଆଭିମୁଖ୍ୟ ଗ୍ରହଣ କରି ଆସିଥିଲା। ସମ୍ୱାଦପତ୍ର ବ୍ୟବସାୟ ବଦଳରେ ଲୋକସେବା ପର୍ଯ୍ୟାୟଭୁକ୍ତ ହେଉଥିଲା। ଫଳରେ ରାଜନୈତିକ ଆନ୍ଦୋଳନ, ସମାଜ ସଂସ୍କାର ଓ ସାଂସ୍କୃତିକ ଅଭିବୃଦ୍ଧି ଉଦ୍ଦେଶ୍ୟରେ ବଦାନ୍ୟ ବ୍ୟକ୍ତି ଓ ଅନୁଷ୍ଠାନ ସମ୍ୱାଦପତ୍ର ପ୍ରକାଶନ ନିମନ୍ତେ ଅନୁଦାନ ଦେଇ ଆସୁଥିଲେ। ସ୍ୱାଧୀନୋତ୍ତର ଅବସ୍ଥାରେ ଜାତୀୟସ୍ତରରେ ଆଞ୍ଚଳିକ ଭାଷାଗୁଡ଼ିକରେ କ୍ରମବିକଶିତ ମଡେଲ ଅନୁସରଣରେ ସରକାରୀ ବିଜ୍ଞାପନ ଆଶ୍ରିତ ପରିବେଶରେ ପହଞ୍ଚିଥିଲା। ବ୍ୟାବସାୟିକ ବିଜ୍ଞାପନ ପ୍ରସାର ଦୌଡ଼ରେ ଅଗ୍ରଣୀ ଦୁଇ ତିନିଗୋଟି ସମ୍ୱାଦପତ୍ର ଏବଂ ପର୍ଯ୍ୟାପ୍ତ ମାତ୍ରାରେ ସରକାରୀ ବିଜ୍ଞାପନ ଅଧ ଡଜନେ ସମ୍ୱାଦପତ୍ର ମଧ୍ୟରେ ସୀମିତ ରହୁଥିଲା। ବିଂଶ ଶତାଦ୍ଦୀର ଶେଷ ଦୁଇଦଶକ ଓ ଏକବିଂଶ ଶତାଦ୍ଦୀର ପ୍ରଥମ ଦୁଇ ଦଶକରେ ବିପୁଳ ସଂଖ୍ୟକ ମୁଦ୍ରିତ ସମ୍ୱାଦପତ୍ର ଆତ୍ମପ୍ରକାଶ କରିଥିଲେ ହେଁ ୯୫ ପ୍ରତିଶତ ବ୍ୟବସାୟିକ ଓ ସରକାରୀ ବିଜ୍ଞାପନ ଅପେକ୍ଷାରେ ହିଁ ରହିଥିଲେ।
ଭାରତରେ ଆଞ୍ଚଳିକ ଭାଷାରେ ସୀମିତସଂଖ୍ୟକ ସମ୍ୱାଦ ଉପଭୋକ୍ତା କାରଣରୁ ଗଣମାଧ୍ୟମ ମଞ୍ଚଗୁଡ଼ିକ ବ୍ୟାବସାୟିକସ୍ତରରେ ଆର୍ଥିକ ସମତୁଲ ରକ୍ଷା କରିପାରନ୍ତି ନାହିଁ। ହିନ୍ଦୀ, ତେଲୁଗୁ, ତାମିଲ, ମାଲାୟଲମ ଓ ବଙ୍ଗଳା ଭଳି ପାଠକ ଓ ଦର୍ଶକ ସମୃଦ୍ଧ ରାଜ୍ୟଗୁଡ଼ିକୁ ବାଦ ଦେଲେ ଅନ୍ୟତ୍ର ଗଣମାଧ୍ୟମ ମଞ୍ଚଗୁଡ଼ିକ ସରକାରୀ ବିଜ୍ଞାପନ ଉପରେ ମୁଖ୍ୟତଃ ନିର୍ଭର କରିଥା’ନ୍ତି। ଏହି ଧାରାରୁ ବାହାରିବା ପାଇଁ ବିକଳ୍ପ ମଡେଲ ପରୀକ୍ଷା ନିରୀକ୍ଷା କରିବା ଯୁକ୍ତିଯୁକ୍ତ ମନେହୁଏ। ଅନ୍ତତଃପକ୍ଷେ ଅନ୍ୟତ୍ର ଯେଉଁ ବ୍ୟାବସାୟିକ ମଡେଲଗୁଡ଼ିକ ସଫଳତା ହାସଲ କରିଛି, ସେଗୁଡ଼ିକର ସ୍ଥାନୀୟ ସଂସ୍କରଣ ଉପଯୋଗ କରାଯାଇପାରେ। ଏହିକ୍ରମରେ ଅବକ୍ଷୟମୁଖୀ ମୁଦ୍ରିତ ସମ୍ୱାଦପତ୍ର ଶିଳ୍ପକୁ ଲୋକାଭିମୁଖୀ କରିବା ନିମନ୍ତେ ନାଗରିକ ସାମ୍ୱାଦିକତା ପ୍ରଚଳନ କିଛିମାତ୍ରାରେ ସହାୟକ ହେବା ଆଶା କରାଯାଇପାରେ।
ଡକ୍ଟର ପ୍ରଦୀପ ମହାପାତ୍ର
ବ୍ରହ୍ମପୁର, ମୋ: ୯୪୩୭୦୯୬୯୪୪