‘ଡିପ୍‌‌ଫେକ୍‌‌’ରୁ ବିପତ୍ତି

The Sakala Picture
Published On

‘ଡିପ୍‌‌ଫେକ୍‌‌’ କହିଲେ ବୈଷୟିକ କୌଶଳ ମାଧ୍ୟମରେ କୌଣସି ଭିଡିଓର ମୌଳିକ ଦୃଶ୍ୟ ଓ ଶ୍ରାବ୍ୟ (ଭିଡିଓ ଓ ଅଡିଓ) ବିଷୟ(କଣ୍ଟେଣ୍ଟ) ପରିବର୍ତ୍ତନ କରି ନକଲ ପ୍ରସ୍ତୁତିକୁ ବୁଝାଯାଏ। ‘ଫେକ ନିଉଜ’କୁ ‘ଅସତ୍ୟ ସମ୍ୱାଦ’ କୁହାଗଲେ ‘ଡିପ୍‌‌ଫେକ୍‌‌’କୁ ‘ଅସତ୍ୟ ଦୃଶ୍ୟ’ ଭାବରେ ନାମିତ କରାଯାଇପାରେ। ‘ଡିପ୍‌‌ଫେକ୍‌‌’ ଭିଡିଓ ମେସିନ ଲର୍ଣ୍ଣିଂ ଓ ଆର୍ଟିଫିସିଆଲ ଇଣ୍ଟେଲିଜେନି୍ସର ଜଟିଳ ସୂତ୍ରାବଳୀ ଆଧାରିତ। ଏଭଳି ସଫ୍ଟୱେର ସହଜରେ ଓ ମାଗଣାରେ ଡେସ୍କଟପ ଓ ସ୍ମାର୍ଟଫୋନ ଆପ ଆକାରରେ ଜାନୁୟାରୀ ୨୦୧୮ରୁ ସର୍ବସାଧାରଣରେ ଉପଲବ୍ଧ। […]

‘ଡିପ୍‌‌ଫେକ୍‌‌’ କହିଲେ ବୈଷୟିକ କୌଶଳ ମାଧ୍ୟମରେ କୌଣସି ଭିଡିଓର ମୌଳିକ ଦୃଶ୍ୟ ଓ ଶ୍ରାବ୍ୟ (ଭିଡିଓ ଓ ଅଡିଓ) ବିଷୟ(କଣ୍ଟେଣ୍ଟ) ପରିବର୍ତ୍ତନ କରି ନକଲ ପ୍ରସ୍ତୁତିକୁ ବୁଝାଯାଏ। ‘ଫେକ ନିଉଜ’କୁ ‘ଅସତ୍ୟ ସମ୍ୱାଦ’ କୁହାଗଲେ ‘ଡିପ୍‌‌ଫେକ୍‌‌’କୁ ‘ଅସତ୍ୟ ଦୃଶ୍ୟ’ ଭାବରେ ନାମିତ କରାଯାଇପାରେ। ‘ଡିପ୍‌‌ଫେକ୍‌‌’ ଭିଡିଓ ମେସିନ ଲର୍ଣ୍ଣିଂ ଓ ଆର୍ଟିଫିସିଆଲ ଇଣ୍ଟେଲିଜେନି୍ସର ଜଟିଳ ସୂତ୍ରାବଳୀ ଆଧାରିତ। ଏଭଳି ସଫ୍ଟୱେର ସହଜରେ ଓ ମାଗଣାରେ ଡେସ୍କଟପ ଓ ସ୍ମାର୍ଟଫୋନ ଆପ ଆକାରରେ ଜାନୁୟାରୀ ୨୦୧୮ରୁ ସର୍ବସାଧାରଣରେ ଉପଲବ୍ଧ। ନଭେମ୍ୱର ୨୦୨୨ରେ ଜେନେରେଟିଭ ଆର୍ଟିଫିସିଆଲ ଇଣ୍ଟଲିଜେନ୍ସିର ଲୋକାର୍ପଣ ଏହି ଦିଗରେ ପ୍ରଶସ୍ତ କ୍ଷେତ୍ର ସୃଷ୍ଟି କଲା। ଫଳରେ ମାତ୍ର ପାଞ୍ଚ ବର୍ଷ ମଧ୍ୟରେ ଅର୍ଥାତ୍‌‌ ୨୦୨୩ ଶେଷ ସୁଦ୍ଧା ବିଶ୍ୱବ୍ୟାପୀ ‘ଡିପ୍‌‌ଫେକ୍‌‌’ ଭିଡିଓ ଚର୍ଚ୍ଚାର ପ୍ରସଙ୍ଗ ପାଲଟିଲା।

ଫଟୋଗ୍ରାଫି ଓ ସିନେମା କଳାକୌଶଳ ଉଦ୍ଭାବନ ପରେ ପରେ ଅସଲି ଚିତ୍ରରେ ନକଲି ଖଞ୍ଜିବା ଆରମ୍ଭ ହୋଇଯାଇଥିଲା। ଦ୍ୱିତୀୟ ବିଶ୍ୱଯୁଦ୍ଧୋତ୍ତର ପରିବେଶରେ ଡିଜିଟାଲ ଭିଡିଓ ପ୍ରଚଳନ ପରେ ଏହି କ୍ଷେତ୍ରରେ ବ୍ୟାପକ ଅଗ୍ରଗତି ଘଟିଥିଲା। ଏକବିଂଶ ଶତାବ୍ଦୀର ଦ୍ୱିତୀୟ ଦଶକରେ ମେସିନ ଲର୍ଣ୍ଣିଂ ଓ ଆର୍ଟିଫିସିଆଲ ଇଣ୍ଟଲିଜେନ୍ସି ଉପଯୋଗରେ ଏବଂ ପରୀକ୍ଷା ନିରୀକ୍ଷା କରିବା ନିମନ୍ତେ ବୈଷୟିକ କୌଶଳ ସହଜରେ ଉପଲବ୍ଧ ହେବା ପରେ ଉଚ୍ଚତର ଶିକ୍ଷାନୁଷ୍ଠାନଗୁଡ଼ିକରେ ଅବସ୍ଥାପିତ ଗବେଷକମାନେ ଏଥିରେ ସାମିଲ୍‌‌ ହୋଇଥିଲେ। ସୋସିଆଲ ମିଡିଆ ‘ରେଡିଟ’ରେ ୨୦୧୭ରେ ‘ଡିପ୍‌‌ଫେକ୍‌‌’ ନାମକ ଏକ ଶୃଙ୍ଖଳ ସୃଷ୍ଟି କରାଯାଇଥିଲା। ଏହି ଅନଲାଇନ ସମ୍ପ୍ରଦାୟରେ ଅନ୍ତର୍ଭୁକ୍ତ ଗବେଷକମାନେ ମଞ୍ଚରେ ନିଜେ ପ୍ରସ୍ତୁତ କରିଥିବା ‘ଡିପ୍‌‌ଫେକ୍‌‌’ ଭିଡିଓ ଚିତ୍ର୍‌‌ଗୁଡ଼ିକ ପ୍ରଦର୍ଶନ କରୁଥିଲେ। ତେବେ ଏହା ଅଧ୍ୟୟନକୈନ୍ଦ୍ରିକ ଥିବା ହେତୁ ଅନ୍ୟମାନଙ୍କ ନଜରକୁ ଆସୁନଥିଲା କିମ୍ୱା ଉପାଦାନ ସମ୍ପର୍କରେ ପ୍ରଶ୍ନ ଉଠୁନଥିଲା।

ପ୍ରାଥମିକ ସ୍ତରରେ ମୁଖ୍ୟତଃ ‘ଡିପ୍‌‌ଫେକ୍‌‌’ ଭିଡିଓଗୁଡ଼ିକରେ ଅନଲାଇନରେ ଉପଲବ୍ଧ ଅର୍ଦ୍ଧନଗ୍ନ ବା ନଗ୍ନ ଶରୀରରେ ଖ୍ୟାତନାମା ଚଳଚ୍ଚିତ୍ର ଅଭିନେତ୍ରୀ ଓ ଅଭିନେତାଙ୍କ ମୁଖମଣ୍ଡଳର ଚିତ୍ର ଯୋଡ଼ାଯାଉଥିଲା। ଦ୍ୱିତୀୟସ୍ତରରେ ଭିଡିଓରେ କଥାବାର୍ତ୍ତା ପରିବର୍ତ୍ତନ କରିବା ବା କଣ୍ଠସ୍ୱର ପରିବର୍ତ୍ତନ କରିବାର ସାମର୍ଥ୍ୟ ହାସଲ ହେଲା। ଫଳରେ ଅସଲି ଭିଡିଓକୁ ନକଲିରେ ପରିବର୍ତ୍ତିତ କରି ଦର୍ଶକଙ୍କ ପାଇଁ ଉଭୟ ଦୃଶ୍ୟ ଓ ଶ୍ରାବ୍ୟ ପ୍ରମାଣରେ ସତ୍ୟ ପ୍ରତୀୟମାନ ହେଲା। ତେବେ ତୃତୀୟସ୍ତରରେ ଏହି ବୈଷୟିକ କୌଶଳ ଉପଯୋଗରେ ଅପରାଧିକ କାର୍ଯ୍ୟକଳାପ ଆରମ୍ଭ ହୋଇଗଲା। ପ୍ରତିଷ୍ଠିତ ବ୍ୟକ୍ତିଙ୍କ ଚିତ୍ର ନକଲ କରି ଯୌନାଚାର ଦୃଶ୍ୟ, ପ୍ରତିହିଂସା ଉଦ୍ଦେଶ୍ୟରେ ଅପରକୁ ନିନ୍ଦିତ କରିବା ଲାଗି ପ୍ରଚେଷ୍ଟା, ଅସତ୍ୟ, ଗୁଜବ ଓ ଅତିରଞ୍ଜିତ ସମ୍ୱାଦ ପ୍ରସାର, ଅପବାଦ ଓ ଅର୍ଥନୈତିକ ଅପରାଧ ଲାଗି ‘ଡିପ୍‌‌ଫେକ୍‌‌’ ଭିଡିଓ ବ୍ୟବହୃତ ହେଲା। ଚତୁର୍ଥସ୍ତରରେ ଗଣତାନ୍ତ୍ରିକ ନିର୍ବାଚନ ପ୍ରକ୍ରିୟାରେ ‘ଡିପ୍‌‌ଫେକ୍‌‌’ ଭିଡିଓ ଉପଯୋଗ ରାଜନୀତିକସ୍ତରରେ ଚିନ୍ତାର କାରଣ ପାଲଟିଛି।

ଯୁକ୍ତରାଷ୍ଟ୍ର ଆମେରିକାର ରାଷ୍ଟ୍ରପତି ନିର୍ବାଚନ ୨୦୨୦ରେ ‘ଡିପ୍‌‌ଫେକ୍‌‌’ ଭିଡିଓ ବ୍ୟବହୃତ ହୋଇଥିବା ଅଭିଯୋଗ ହୋଇଥିଲା। ପରବର୍ତ୍ତୀ ପର୍ଯ୍ୟାୟରେ ବ୍ରିଟେନ, ଆର୍ଜେଣ୍ଟିନା, ସୋଲଭିକିଆ, ଦକ୍ଷିଣ କୋରିଆ ଆଦି ରାଷ୍ଟ୍ରରେ ଅନୁଷ୍ଠିତ ନିର୍ବାଚନରେ ‘ଡିପ୍‌‌ଫେକ୍‌‌’ର ପ୍ରାଦୁର୍ଭାବ ଅନୁଭୂତ ହୋଇଥିଲା। ଭାରତରେ ୨୦୨୩ରେ ମଧ୍ୟପ୍ରଦେଶ ବିଧାନସଭା ନିର୍ବାଚନ ପୂର୍ବରୁ ଅମିତାଭ ବଚ୍ଚନ ‘କୌନ ବନେଗା କରୋଡ଼ପତି’ ମଞ୍ଚରୁ ବିଜେପି ମୁଖ୍ୟମନ୍ତ୍ରୀଙ୍କୁ ମିଛୁଆ ଅଭିହିତ କରି କଂଗ୍ରେସ ମୁଖ୍ୟମନ୍ତ୍ରୀ ପ୍ରାର୍ଥୀଙ୍କ ସପକ୍ଷରେ ମନ୍ତବ୍ୟ ରଖିଥିବା ‘ଡିପ୍‌‌ଫେକ୍‌‌’ ଭିଡିଓକୁ ନେଇ ଚର୍ଚ୍ଚା ଜୋର ଧରିଥିଲା। ବିଜେପି ପକ୍ଷରୁ ନିର୍ବାଚନ କମିଶନ ଓ ପୁଲିସ ନିକଟରେ ଏଥିନେଇ ଅଭିଯୋଗ ଦାୟର ହୋଇଥିଲା। ସେହି ସମୟରେ ବଲିଉଡ୍‌‌ ଚଳଚ୍ଚିତ୍ର ଅଭିନେତ୍ରୀ ରଶ୍ମିକା ମନ୍ଦାନା, କ୍ୟାଟ୍ରିନା କୈଫ ଓ କାଜଲଙ୍କୁ ନେଇ ପ୍ରସ୍ତୁତ ନଗ୍ନ ‘ଡିପ୍‌‌ଫେକ୍‌‌’ ଭିଡିଓ ଭାଇରାଲ ହେବା ପରେ ଜାତୀୟସ୍ତରରେ ଆଲୋଡ଼ନ ସୃଷ୍ଟି ହେଲା।

ବିଶେଷଜ୍ଞମାନେ ଭାରତରେ ‘ଡିପ୍‌‌ଫେକ୍‌‌’ ଭିଡିଓ ପ୍ରଚଳନ ଦ୍ରୁତଗତିରେ ବୃଦ୍ଧି ପାଇବ ବୋଲି ସତର୍କ କରାଇଦେଇଛନ୍ତି। ଏଥିନେଇ ପ୍ରଦ୍ୟୋଗ ମନ୍ତ୍ରଣାଳୟ ଓ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଉଦବେଗ ପ୍ରକାଶ କରିଛନ୍ତି। ଦେଶରେ ୨୦୨୩ ଓ ୨୦୨୪ରେ ସାଧାରଣ ନିର୍ବାଚନ ସଙ୍ଗେ ବହୁ ରାଜ୍ୟରେ ବିଧାନସଭା ନିର୍ବାଚନ ପଞ୍ଜିକା ଥିବା ହେତୁ ରାଜନୀତିକସ୍ତରରେ ଆଲୋଡ଼ନ ସୃଷ୍ଟି ହୋଇଛି। ‘ଡିପ୍‌‌ଫେକ୍‌‌’ କବଳରେ ଭାରତୀୟ ନିର୍ବାଚନ ସମ୍ପର୍କରେ ବିଚାରବିମର୍ଶ କଲାବେଳେ କେତେକ ଦିଗ ଗୁରୁତ୍ୱ ବହନ କରିଥାଏ।

ପ୍ରଥମତଃ, ଭାରତରେ ଇଣ୍ଟରନେଟ ବ୍ୟବହାର କରୁଥିବା ଜନସଂଖ୍ୟା ମାର୍ଚ୍ଚ ୨୦୨୩ ସୁଦ୍ଧା ୮୫ କୋଟିରେ ପହଞ୍ଚିଥିବା ସରକାରୀ ହିସାବରୁ ଜଣାଯାଏ। ସେମାନଙ୍କ ମଧ୍ୟରୁ ଅର୍ଦ୍ଧେକ ଅନଲାଇନରେ ସମ୍ୱାଦ ଆହରଣ କରୁଥିବା ‘କାନ୍ତାର-ଗୁଗୁଲ’ ପକ୍ଷରୁ ଆକଳନ କରାଯାଇଛି। ରାଜନୈତାଙ୍କ ପ୍ରତି ଜନସାଧାରଣଙ୍କ ଦୃଷ୍ଟିଭଙ୍ଗୀ ପରିବର୍ତ୍ତନ କରିବାରେ ଅନଲାଇନ ସାଧନର ପ୍ରଭାବ ଅନେକ ରହିଛି। ତେଣୁ ଅନଲାଇନ ସମ୍ୱାଦ ବିତରଣରେ ‘ଡିପ୍‌‌ଫେକ୍‌‌’ ନିର୍ବାଚନ ପ୍ରଚାରକୁ ପ୍ରଭାବିତ କରିବା ଆଶଙ୍କା ଅମୂଳକ ନୁହେଁ।

ଦ୍ୱିତୀୟତଃ, ଅତୀତରେ ‘ଡିପ୍‌‌ଫେକ୍‌‌’ ଭିଡିଓ ପ୍ରସ୍ତୁତ କରିବା ନିମନ୍ତେ ଚରିତ୍ରଗୁଡ଼ିକ ସମ୍ପର୍କରେ ବହୁ ସଂଖ୍ୟାରେ ତଥ୍ୟ ଆବଶ୍ୟକ ପଡୁଥିଲା। କିନ୍ତୁ ବର୍ତ୍ତମାନ ମାତ୍ର ମିନଟ କିମ୍ୱା ଦୁଇ ମିନଟର ତଥ୍ୟରେ କ୍ଳୋନିଂ ବା ଅବିକଳ ପ୍ରତିକୃତି ପ୍ରସ୍ତୁତି ସମ୍ଭବ ହୋଇପାରୁଛି। ଏଥିନିମନ୍ତେ ସଫଟୱେର ସହଜରେ ସମସ୍ତଙ୍କୁ ମିଳିପାରୁଛି। ଯେ କେହି ଅଭ୍ୟାସ କରି ‘ଡିପ୍‌‌ଫେକ୍‌‌’ ଭିଡିଓ ପ୍ରସ୍ତୁତିରେ ଦକ୍ଷତା ହାସଲ କରିପାରିବ। ଏହି ସବୁ କାରଣରୁ ଭବିଷ୍ୟତରେ ଅଧିକ ‘ଡିପ୍‌‌ଫେକ୍‌‌’ ଭିଡିଓ ପ୍ରସ୍ତୁତ ହେବାର ଆଶଙ୍କା ଅମୂଳକ ନୁହେଁ।

ତୃତୀୟତଃ, ଆମ ଦେଶରେ ଇଣ୍ଟରନେଟ ସଂଯୁକ୍ତି ବଢ଼଼ିଚାଲିଥିବା ଅବସରରେ ଇଣ୍ଟରନେଟ ବ୍ୟବହାର ତଥ୍ୟ ମୂଲ୍ୟ ଆନ୍ତର୍ଜାତିକସ୍ତରରେ ପ୍ରାୟତଃ ସର୍ବନିମ୍ନସ୍ତରରେ ରହିଆସିଛି। ଫଳରେ ଭିଡିଓ ଉପଭୋଗ ସୁଗମ ହୋଇପାରିଥିବା ବେଳେ ଅଧିକ ସଂଖ୍ୟାରେ ଡାଉନଲୋଡ ଓ ସେୟାର ମଧ୍ୟ ସମ୍ଭବ ହୋଇପାରୁଛି। ଏହି ପରିବେଶ ‘ଡିପ୍‌‌ଫେକ୍‌‌’ ଭିଡିଓ ଭାଇରାଲ ହେବାରେ ସହାୟକ।

ଚତୁର୍ଥତଃ, ‘ଡିପ୍‌‌ଫେକ୍‌‌’ ଭିଡିଓ ରାଜନୈତିକ କ୍ଷେତ୍ରରେ ବ୍ୟବହାର ଆଲୋଚନା କଲା ବେଳେ ଏହାର ପ୍ରଯୋଜନା ଇତିହାସରେ ଆମୂଳଚୁଳ ପରିବର୍ତ୍ତନ ଦୃଷ୍ଟିକୁ ଆସିଥାଏ। ଅତୀତରେ ‘ଡିପ୍‌‌ଫେକ୍‌‌’ ଭିଡିଓ ପ୍ରସ୍ତୁତି ଖର୍ଚ୍ଚବହୁଳ ଥିବା ଏବଂ କେବଳ ଜାତୀୟସ୍ତରରେ ବହୁ ଅର୍ଥ ଠୁଳ କରିପାରିଥିବା ରାଜନୈତିକ ଦଳଗୁଡ଼ିକ ପକ୍ଷେ ପ୍ରସ୍ତୁତି ସମ୍ଭବ ଥିଲା। କିନ୍ତୁ ୨୦୨୩ ସୁଦ୍ଧା ଏହି ବୈଷୟିକ କୌଶଳ ବ୍ୟବହାର ସାର୍ବଜନୀନସ୍ତରରେ ଉପଲବ୍ଧ ଥିବା, ଏପରିକି ଗ୍ରାମପଞ୍ଚାୟତସ୍ତରରେ ପ୍ରସ୍ତୁତି ଓ ପ୍ରସାର ସମ୍ଭବ ହୋଇପାରୁଛି। ତେଣୁ ୨୦୨୪ ନିର୍ବାଚନ ପ୍ରଚାରରେ ‘ଡିପ୍‌‌ଫେକ୍‌‌’ ଭିଡିଓର ପ୍ରଭାବ ଅଧିକ ରହିବ ବୋଲି ଆକଳନ କରାଯାଇଛି।

ପଞ୍ଚମତଃ, ଭାରତରେ ଇଣ୍ଟରନେଟ ବ୍ୟବହାରକାରୀଙ୍କ ମଧ୍ୟରୁ ପ୍ରାୟ ୮୦ ପ୍ରତିଶତ ସାମାଜିକ ଗଣମାଧ୍ୟମରେ ସକ୍ରିୟ ଥିବାରୁ ଏବଂ ମୁଖ୍ୟତଃ ଭିଡିଓ ଆହରଣ କରୁଥିବାରୁ ବିଭିନ୍ନ ଭାରତୀୟ ଭାଷାଭାଷୀ ଉପଭୋକ୍ତାଙ୍କୁ ଭାଇରାଲ ‘ଡିପ୍‌‌ଫେକ୍‌‌’ ଭିଡିଓ ପ୍ରସ୍ତୁତି କ୍ଷେତ୍ରରେ ସମ୍ଭାଳିବା ସହଜ କଥା ନୁହେଁ। ସୋସିଆଲ ମିଡିଆରେ ପ୍ରସାର ଖୁବ କମ ସମୟରେ କୌଣସି ଭିଡିଓକୁ ଭାଇରାଲ କରିପକାଏ। ଆମ ଦେଶର ଆଇନକାନୁନ ସଶକ୍ତ। କିନ୍ତୁ ‘ଡିପ୍‌‌ଫେକ୍‌‌’ ଭିଡିଓଟିଏ ଠାବ କରି ତାହା ହଟାଇବା ପାଇଁ ସାମାଜିକ ଗଣମାଧ୍ୟମ ମଞ୍ଚକୁ ଜନସାଧାରଣ ଅନୁରୋଧ ବା ସରକାର ନିର୍ଦ୍ଦେଶ ଦେବା ଆଗରୁ ବିଶାଳ ଜନସଂଖ୍ୟାଙ୍କଠାରେ ପହଞ୍ଚିସାରିଥିବ। ‘ଡିପ୍‌‌ଫେକ୍‌‌’ ଭିଡିଓ ସ୍ୱୟଂକ୍ରିୟ ବା ଆପେ ଆପେ ଚିହ୍ନଟ କରାଯାଇପାରିବା ବୈଷୟିକ କୌଶଳ ବାସ୍ତବ କ୍ଷେତ୍ରରେ ଉପଯୋଗ ପ୍ରାୟତଃ ଅସମ୍ଭବ ମନେହୁଏ।

‘ଡିପ୍‌‌ଫେକ୍‌‌’ ଭିଡିଓ ପ୍ରସାର ଲାଭ କରିବା ବିଗତ ପାଞ୍ଚ ବର୍ଷର ଇତିହାସରୁ ଜଣାଯାଏ ଯେ ଏହି ବୈଷୟିକ କୌଶଳ ବିକାଶ ବର୍ଷକ ମଧ୍ୟରେ ଦ୍ୱିଗଣିତ ହେବାରେ ଲାଗିଛି। ସେହିପରି ଏହାର ବ୍ୟବହାରକାରୀଙ୍କ ସଂଖ୍ୟା ମଧ୍ୟ ବଢ଼ୁଛି। ଏତାଦୃଶ ଜଟିଳ ପରିବେଶରେ ‘ଡିପ୍‌‌ଫେକ୍‌‌’ ଭିଡିଓ ପ୍ରସ୍ତୁତି ଓ ପ୍ରସାରଣକୁ ରୋକିବା ନିମନ୍ତେ ଆନ୍ତର୍ଜାତିକସ୍ତରରେ ବିଭିନ୍ନ ରାଷ୍ଟ୍ର ଆଇନ ପ୍ରଣୟନ ଦିଗରେ ତତ୍ପର। ୟୁରୋପୀୟ ରାଷ୍ଟ୍ରସଂଘ ଓ ଯୁକ୍ତରାଷ୍ଟ୍ର ଆମେରିକାରେ ୨୦୨୩ ଶେଷ ସୁଦ୍ଧା ଏ ଦିଗରେ ପ୍ରାଥମିକ ପଦକ୍ଷେପ ଗ୍ରହଣ କରାଯାଇଥିବା ଜଣାପଡ଼ିଛି। ଭାରତରେ ସୂଚନା ପ୍ରଯୁକ୍ତି ବିଦ୍ୟା ଆଇନ୍‌‌ ୨୦୨୧ ଅନୁଯାୟୀ କୌଣସି ଆପତ୍ତିଜନକ ଉପାଦାନ ଠାବ ହେଲେ ସାମାଜିକ ଗଣମାଧ୍ୟମ ମଞ୍ଚଗୁଡ଼ିକ ଅଭିଯୋଗ କିମ୍ୱା ନିର୍ଦ୍ଦେଶ ପାଇବାର ୩୬ ଘଣ୍ଟା ମଧ୍ୟରେ ହଟାଇବା ନିମନ୍ତେ ବାଧ୍ୟ। କିନ୍ତୁ ଏହି ୩୬ ଘଣ୍ଟାର ମହଲତ ଆଧୁନିକ ଅନଲାଇନ ପରିବେଶରେ ସୁଦୀର୍ଘ ମନେହୁଏ। ଏହି ସମସ୍ୟାର କିପରି ସମାଧାନ କରାଯାଇପାରିବ ତାହା ଏକ ଅସମାହିତ ପ୍ରଶ୍ନ।

‘ଡିପ୍‌‌ଫେକ୍‌‌’ ଭିଡିଓ ସାଧାରଣରେ ସାମାଜିକ ଗଣମାଧ୍ୟମରେ ଭାଇରାଲ ହେବାରେ ଉପଭୋକ୍ତାଙ୍କ ଭୂମିକା ମୁଖ୍ୟ ସ୍ଥାନ ଅଧିକାର କରିଥାଏ। ଗବେଷଣାରୁ ଜଣାଯାଏ ଯେ ଅଧିକାଂଶ କ୍ଷେତ୍ରରେ ଅନଲାଇନ ଶିଷ୍ଟାଚାର ସମ୍ପର୍କରେ ଅଜ୍ଞତା ଓ କୌତୁହଳ କାରଣରୁ ଭିଡିଓ ସେୟାର ହୋଇଥାଏ। ବିଶେଷଜ୍ଞମାନେ କହିଆସୁଛନ୍ତି ଯେ ଗଣମାଧ୍ୟମ ସାକ୍ଷରତା, ଅର୍ଥାତ ଉପଭୋକ୍ତାଙ୍କୁ ଗଣମାଧ୍ୟମର ପ୍ରଭାବ ତଥା ଉଚିତ ଓ ଅନୁଚିତ ବ୍ୟବହାର ସମ୍ପର୍କରେ ସତର୍କ କରାଗଲେ ସୁଫଳ ମିଳିବ। ବିଶେଷଜ୍ଞଙ୍କ ମତରେ ଅସତ୍ୟ ସମ୍ୱାଦ ଗଣତାନ୍ତ୍ରିକ ଶାସନରେ କିପରି କୁପ୍ରଭାବ ପକାଉଛି ସେ ସମ୍ପର୍କରେ ଯେତେ ଅଧିକ ସଂଖ୍ୟକ ସାମାଜିକ ଗଣମାଧ୍ୟମ ଉପଭୋକ୍ତା ଅବଗତ ହେବେ, ସେହି ସଂଖ୍ୟାରେ ‘ଡିପ୍‌‌ଫେକ୍‌‌’ ଭିଡିଓର ବ୍ୟବହାର ହ୍ରାସ ପାଇବ।

ଆମ ଦେଶରେ ନଭେମ୍ୱର ୨୦୨୩ ମଧ୍ୟପ୍ରଦେଶ ଘଟଣା ପରେ ପ୍ରଧାନମନ୍ତ୍ରୀ ଗଣମାଧ୍ୟମ ସାକ୍ଷରତା ସପକ୍ଷରେ ଯୁକ୍ତି ବାଢ଼ିଛନ୍ତି। ଏ ଦିଗରେ ସମୁଚିତ ପଦକ୍ଷେପ ଜରୁରୀ। ଆଞ୍ଚଳିକସ୍ତରରେ ଗଣମାଧ୍ୟମ ସାକ୍ଷରତା ପ୍ରସାର ଦିଗରେ ଦେଶର ସାମ୍ୱାଦିକତା ଶିକ୍ଷାନୁଷ୍ଠାନଗୁଡ଼ିକରେ ଅଧ୍ୟୟନରତ ଛାତ୍ରଛାତ୍ରୀମାନେ ସକ୍ରିୟ ଭୂମିକା ଗ୍ରହଣ କରିପାରିବେ। ଏ ଦିଗରେ ବିଶ୍ୱବିଦ୍ୟାଳୟ ମଞ୍ଜୁରି କମିଶନ ସାମାନ୍ୟ ଅନୁଦାନ ସହ ଏକ ମଡେଲ ସମଗ୍ର ଦେଶରେ କାର୍ଯ୍ୟକାରୀ କରିପାରିବେ। ପରବର୍ତ୍ତୀ ପର୍ଯ୍ୟାୟରେ ଅନ୍ୟାନ୍ୟ ଉଚ୍ଚତର ଶିକ୍ଷାନୁଷ୍ଠାନଗୁଡ଼ିକୁ ଜାତୀୟ ସେବା ଯୋଜନା(ଏନଏସଏସ) ମାଧ୍ୟମରେ ଏହି ଅଭିଯାନରେ ଅନ୍ତର୍ଭୁକ୍ତ କରାଯାଇପାରିବ ଏବଂ ୨୦୨୪ ନିର୍ବାଚନ ପୂର୍ବରୁ ସାମାଜିକ ଗଣମାଧ୍ୟମ ଶିଷ୍ଟାଚାର ସାଙ୍ଗକୁ ଗଣତନ୍ତ୍ରରେ ଗଣମାଧ୍ୟମର ଭୂମିକା ସମ୍ପର୍କରେ ଦେଶର ଅଧିକାଂଶ ଜନସାଧାରଣଙ୍କୁ ସଚେତନ କରାଯାଇପାରିବ।

ଡକ୍ଟର ପ୍ରଦୀପ ମହାପାତ୍ର
ବ୍ରହ୍ମପୁର, ମୋ: ୯୪୩୭୦୯୬୯୪୪

28 Nov 2023 By The Sakala

https://www.thesakala.in/sakala-editorial/sakala-article-28-11-2023-1/article-27733
Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର