ଅପାର-ଆଧାର କଷଣ
‘ଆଧାର’ ଭାରତୀୟ ନାଗରିକଙ୍କ ଅନନ୍ୟ ପରିଚୟପତ୍ର। କିନ୍ତୁ ଏହା ନାଗରିକ ପରିଚୟପତ୍ର ନୁହେଁ ବୋଲି କାର୍ଡରେ ଉଲ୍ଲେଖ ରହିଛି। ‘ଅଟୋମେଟେଡ୍ ପରମାନେଣ୍ଟ ଏକାଡେମିକ ଆକାଉଣ୍ଟ ରେଜିଷ୍ଟ୍ରି’ ବା ‘ଅପାର’ ଛାତ୍ରଛାତ୍ରୀଙ୍କ ଶୈକ୍ଷିକ ସ୍ତର ଆକଳନ ନିମନ୍ତେ ବ୍ୟାଙ୍କ ପାସବୁକ୍ ପରି ଏକ ବୈଦ୍ୟୁତିକ ଦସ୍ତାବିଜ୍। ଏହା ମଧ୍ୟ ବିଦ୍ୟାର୍ଥୀମାନଙ୍କ ଏକ ପ୍ରମାଣପତ୍ର ସଦୃଶ। କିନ୍ତୁ ଏହି ‘ଅପାର ଆଇଡି’ ବର୍ତ୍ତମାନ ହଜାର ହଜାର ଶିକ୍ଷାର୍ଥୀଙ୍କ ସହିତ ଶିକ୍ଷକ ଓ ଅଭିଭାବକଙ୍କ ପାଇଁ ସମସ୍ୟା ପାଲଟି ଯାଇଛି। ଶିକ୍ଷାର୍ଥୀ, […]
‘ଆଧାର’ ଭାରତୀୟ ନାଗରିକଙ୍କ ଅନନ୍ୟ ପରିଚୟପତ୍ର। କିନ୍ତୁ ଏହା ନାଗରିକ ପରିଚୟପତ୍ର ନୁହେଁ ବୋଲି କାର୍ଡରେ ଉଲ୍ଲେଖ ରହିଛି। ‘ଅଟୋମେଟେଡ୍ ପରମାନେଣ୍ଟ ଏକାଡେମିକ ଆକାଉଣ୍ଟ ରେଜିଷ୍ଟ୍ରି’ ବା ‘ଅପାର’ ଛାତ୍ରଛାତ୍ରୀଙ୍କ ଶୈକ୍ଷିକ ସ୍ତର ଆକଳନ ନିମନ୍ତେ ବ୍ୟାଙ୍କ ପାସବୁକ୍ ପରି ଏକ ବୈଦ୍ୟୁତିକ ଦସ୍ତାବିଜ୍। ଏହା ମଧ୍ୟ ବିଦ୍ୟାର୍ଥୀମାନଙ୍କ ଏକ ପ୍ରମାଣପତ୍ର ସଦୃଶ। କିନ୍ତୁ ଏହି ‘ଅପାର ଆଇଡି’ ବର୍ତ୍ତମାନ ହଜାର ହଜାର ଶିକ୍ଷାର୍ଥୀଙ୍କ ସହିତ ଶିକ୍ଷକ ଓ ଅଭିଭାବକଙ୍କ ପାଇଁ ସମସ୍ୟା ପାଲଟି ଯାଇଛି।
ଶିକ୍ଷାର୍ଥୀ, ଶିକ୍ଷକ ଓ ଶିକ୍ଷାୟତନର ସମସ୍ତ ତଥ୍ୟ ୟୁଡାଇସ୍ ପୋର୍ଟାଲରେ ସଂରକ୍ଷିତ। ୟୁନିଫାଏଡ ଡିଜିଟାଲ ଇନଫର୍ମମେସନ୍ ଅନ୍ ସ୍କୁଲ ଏଜୁକେସନ୍ (ୟୁଡାଇସ୍ ପ୍ଲସ୍) ଡାଟାବେସରୁ ବିଦ୍ୟାଳୟ ସ୍ଥାପନା, ବର୍ତ୍ତମାନର ସ୍ଥିତି, ଶିକ୍ଷକ ଓ ଛାତ୍ରଛାତ୍ରୀଙ୍କ ସମସ୍ତ ତଥ୍ୟ ଓ ଉପସ୍ଥାନ ସେଥିରେ ଉପଲବ୍ଧ। ବର୍ତ୍ତମାନ ସେସବୁ କାର୍ଯ୍ୟ ମଣ୍ଡଳ ଶିକ୍ଷାଧିକାରୀ କାର୍ଯ୍ୟାଳୟର ଏମ୍ଆଇଏସଙ୍କ ତତ୍ତ୍ୱାବଧାନରେ କରାଯାଉଥିଲେ ମଧ୍ୟ ସାଧାରଣ ଶିକ୍ଷକମାନେ ଶିକ୍ଷଣ, ଶିକ୍ଷାଦାନ ଓ ଅଣଶିକ୍ଷଣ କାର୍ଯ୍ୟ ସହିତ ୟୁଡାଇସ୍ ପ୍ଲସରେ ଡେଟା ଅପଲୋଡ୍ କରିବାକୁ ବାଧ୍ୟ ହେଉଛନ୍ତି। ଶ୍ରେଣୀ ଅନୁଯାୟୀ ଶିକ୍ଷକ ନଥିବା ବିଦ୍ୟାଳୟରେ ଏହା ଅଧିକ ବୋଝ ପରି ଲାଗୁଛି। ପିଲାର ସମସ୍ତ କାଗଜପତ୍ର ଗ୍ରାମାଞ୍ଚଳର ପିତାମାତା ସଠିକ ଭାବେ ନିର୍ଦ୍ଧାରିତ ସମୟରେ ଦାଖଲ କରି ପାରନ୍ତି ନାହିଁ। ଯାହାଫଳରେ ଛାତ୍ରଛାତ୍ରୀ ପରୋକ୍ଷ ଭାବେ ହଇରାଣ ହୁଅନ୍ତି ଏବଂ ଭବିଷ୍ୟତରେ ଅସୁବିଧାର ସମ୍ମୁଖୀନ ହେବାର ଆଶଙ୍କା କରନ୍ତି।
ପିଲାମାନଙ୍କର ଜନ୍ମ ପ୍ରମାଣପତ୍ର, ନାମଲେଖା ପଞ୍ଜିକା ଓ ଆଧାର କାର୍ଡ ମଧ୍ୟରେ ତାଳମେଳ ରହୁ ନଥିବାରୁ ଅପାର ଆଇଡି ଜେନେରେଟ୍ ହେବା ଅସମ୍ଭବ ହେଉଛି। ଅପାର ଆଇଡି ଛାତ୍ରଛାତ୍ରୀଙ୍କ ବିଦ୍ୟାଳୟସ୍ତରୀୟ ସମସ୍ତ ପ୍ରଗତିକୁ ଏକାଡେମିକ୍ ବ୍ୟାଙ୍କ ଅଫ୍ କ୍ରେଡିଟସ୍ ତଥା ବ୍ୟାଙ୍କ ପାସବୁକରେ ସଞ୍ଚିତ ରଖିବା ଉଦ୍ଦେଶ୍ୟରେ ଜାତୀୟ ଶିକ୍ଷାନୀତି ୨୦୨୦ ରେ ଗୁରୁତ୍ୱ ଦିଆଯାଇଛି। ‘ୱାନ୍ ନେସନ ୱାନ ଏଜୁକେସନ୍ ଆଇଡି ସିଷ୍ଟମ’କୁ ପ୍ରାଧାନ୍ୟ ଦେଇ ‘ଅପାର’ ସ୍ୱତନ୍ତ୍ରତା ବଜାୟ ରଖିଛି। ଏହାର ଉଦ୍ଦେଶ୍ୟ ମହତ୍ ହୋଇପାରେ, କିନ୍ତୁ ଏଥିରେ ଛନ୍ଦି ହୋଇ ପଡୁଛନ୍ତି ସାଧାରଣ ଅଭିଭାବକ ଯାହାଙ୍କର ତଥ୍ୟଗତ ଓ ଦସ୍ତାବେଜ ଅମେଳ ରହୁଛି। ‘ଅପାର’ର ବାରଅଙ୍କ ବିଶିଷ୍ଟ ସଂଖ୍ୟା ଯେ ବାଧ୍ୟତାମୂଳକ ନୁହେଁ ଏହା କହି ଗ୍ରାମାଞ୍ଚଳର ନିରୀହ ଅଭିଭାବକଙ୍କୁ ବୁଝାଇବାକୁ କେହି ପ୍ରସ୍ତୁତ ନୁହନ୍ତି।
ୟୁଡାଇସରେ ପେନ୍ (ପରମାନେଣ୍ଟ ଏଜୁକେସନ ନମ୍ୱର) ଥାଇ ଓଡ଼ିଆ ଓ ଇଂରାଜୀ ନାମର ବନାନରେ ଅସମାନତା, ସାଙ୍ଗିଆରେ ତ୍ରୁଟି, ଲିଙ୍ଗଗତରେ ଭିନ୍ନତା, ଜନ୍ମ ପ୍ରମାଣ ପତ୍ର ଓ ଆଧାର କାର୍ଡରେ ଜନ୍ମ ତାରିଖ ଅଲଗା ହୋଇଥିବାରୁ ‘ଅପାର’ ଆଇଡି ସୃଷ୍ଟି ହୋଇପାରୁନାହିଁ। ଏ ପ୍ରକାର ସମସ୍ୟା ହେତୁ ହଜାର ହଜାର ବିଦ୍ୟାର୍ଥୀ ଏବେ ‘ଅପାର’ରୁ ବଞ୍ଚିତ। ଏସବୁ ସମାଧାନ ପାଇଁ ଆଧାର କାର୍ଡ ଅଦ୍ୟତନ ବା ଅପଡେଟ୍ ହେବା ନିହାତି ଦରକାର। ପ୍ରଥମେ ଆଧାର ସଂଶୋଧନ ନିଜର ମୋବାଇଲ ଫୋନ୍ ମାଧ୍ୟମରେ କେତେକାଂଶରେ ହେଉଥିଲା। ଏବେ ସେହି କାର୍ଯ୍ୟ ସମାପନ ଜଟିଳ ହୋଇପଡ଼ୁଛି। ଆଧାର ସହିତ ଫୋନ୍ ନମ୍ୱର ସଂଯୋଗୀକରଣ, ବାୟୋମେଟ୍ରିକ ଅପଡେଟ୍, ବନାନ ସଂଶୋଧନ ଆଦି ସମସ୍ତ କାର୍ଯ୍ୟ ନିର୍ଦ୍ଦିଷ୍ଟ ସଂସ୍ଥା ଓ କର୍ତ୍ତୃପକ୍ଷ କିମ୍ବା ସ୍ୱୀକୃତିପ୍ରାପ୍ତ ଜନସେବା କେନ୍ଦ୍ରରେ ହେଉଥିବାରୁ ଅଭିଭାବକ ଓ ସାଧାରଣ ଜନତା ହନ୍ତସନ୍ତ ହେଉଛନ୍ତି। ୟୁଆଇଡିଏଆଇ (ୟୁନିକ୍ ଆଇଡେଣ୍ଟିଫିକେସନ ଅଥରିଟି ଅଫ୍ ଇଣ୍ଡିଆ) ଅନୁଷ୍ଠାନ ସମଗ୍ର ଦେଶରେ ଏହି ଏକକ ଅନନ୍ୟ ପରିଚୟ ପତ୍ର ପ୍ରସ୍ତୁତି ସମୟରେ ଯଥେଷ୍ଟ ସାବଧାନତା ଅବଲମ୍ୱନ କରିଥିଲେ ହୁଏତ କୋଟି କୋଟି ନାଗରିକ କର୍ମଚାରୀଙ୍କ ତ୍ରୁଟି ଯୋଗୁଁଁ ଆଜି ହନ୍ତସନ୍ତ ହେଉ ନଥା’ନ୍ତେ।
ଜନ୍ମ ସମୟରେ ପିତାମାତା ପିଲାଙ୍କ ନାମ ମନ ଖୁସିରେ ଦିଅନ୍ତି, କିନ୍ତୁ ସେହି ନାମକୁ ଟାଇପ କରିବା ବେଳେ ଅପରେଟରଙ୍କ ତରବରିଆ ଭାବ ନାମର ବନାନ ଅଶୁଦ୍ଧି ବା ବିକୃତୀକରଣ କରିବାର ଆଶଙ୍କା ଉପୁଜିଥାଏ। ଆଦିବାସୀ ଓ ସଂଖ୍ୟାଲଘୁ ସମ୍ପ୍ରଦାୟର ଶିଶୁମାନଙ୍କ ନାମ ଲେଖିବାରେ ଭୁଲ୍ ହେବା ସ୍ୱାଭାବିକ୍। ଉପାନ୍ତ ଅଞ୍ଚଳରେ ଅଭିଭାବକ ଅଧିକ ଅସୁବିଧାରେ ପଡୁଛନ୍ତି। ଏହି ଭୁଲ୍ ଥିବା ସତ୍ତ୍ବେ ପରବର୍ତ୍ତୀ ପର୍ଯ୍ୟାୟରେ ପିଲାମାନଙ୍କ ପଠନ ସମୟରେ ‘ଆଧାର’ରେ ଥିବା ପଞ୍ଜିକୃତ ସଂଖ୍ୟାକୁ ଗୁରୁତ୍ୱ ଦିଆଯାଇ ନାମକୁ ଅଣଦେଖା କରାଯାଏ। ଫଳତଃ ନାମର ସଂଶୋଧନ ଆବଶ୍ୟକ ବେଳେ ଅନେକ ସମସ୍ୟାର ସମ୍ମୁଖୀନ ହୁଅନ୍ତି ଅଭିଭାବକ। ବେଳେବେଳେ ଏମିତି ହୁଏ ଯେ ପିଲାଙ୍କ ପ୍ରକୃତ ଜନ୍ମ ତାରିଖ, ନାମ ବା ବାସସ୍ଥାନକୁ ଅନିଚ୍ଛାକୃତ ଭାବେ ଶିକ୍ଷକ ଓ ଅଭିଭାବକ ଗ୍ରହଣ କରି ନିଅନ୍ତି। ୟୁଡାଏସ୍ ପ୍ଲସ୍ ଷ୍ଟୁଡେଣ୍ଟ ମଡ୍ୟୁଲରେ ଶିଶୁମାନଙ୍କର ତଥ୍ୟ ଅପଲୋଡ୍ ନହେଲେ ଅସୁବିଧାରେ ପଡ଼ନ୍ତି ଶିକ୍ଷକ। ପିଲାଙ୍କ ଭବିଷ୍ୟତ ଅପେକ୍ଷା ବର୍ତ୍ତମାନର କାଗଜ ଚାଷ ଅଧିକ ଗୁରୁତ୍ୱପୂର୍ଣ୍ଣ ମନେ ହୁଏ।
କୋଟି କୋଟି ଜନସାଧାରଣଙ୍କ ‘ଆଧାର’ ସଂଶୋଧନ ପାଇଁ ‘ଆଧାର’ କେନ୍ଦ୍ରଗୁଡ଼ିକୁ ଓଡ଼ିଶା କଂପ୍ୟୁଟର ଆପ୍ଲିକେସନ ସେଣ୍ଟର(ଓକାକ)କୁ ଦାୟିତ୍ୱ ପ୍ରଦାନ କଲା ପରେ ସେମାନଙ୍କ ମନମୁଖି କାର୍ଯ୍ୟକଳାପ ବେଳେବେଳେ ଅସହ୍ୟ ହୁଏ। ଜନସେବା କେନ୍ଦ୍ରମାନ ଅନେକ ପ୍ରକାରର କାଗଜ ଓ ପ୍ରମାଣପତ୍ର ନିହାତି ଜରୁରୀ ବୋଲି କହୁଛନ୍ତି। କିଏ କହୁଛି କମ୍ପ୍ୟୁଟରୀକୃତ ଜନ୍ମ ପ୍ରମାଣପତ୍ର ଦରକାର ତ କିଏ କହୁଛି ସ୍ଥାୟୀ ବାସସ୍ଥାନ ବା ଜନ୍ମସ୍ଥାନର ପ୍ରମାଣପତ୍ର ବାଧ୍ୟତାମୂଳକ। କିଏ କହୁଛି ଆଗେ ବାୟୋମେଟ୍ରିକ ଅପଡେଟ୍ କର ତ କିଏ ପରାମର୍ଶ ଦେଉଛି ଗେଜେଟ୍ ନୋଟିଫିକେସନ ସହିତ ଖବରକାଗଜରେ ସତ୍ୟପାଠ ଛାପି ତା’ର ‘କଟିଂ’ ନେଇ ଓକାକ ଯାଅ।
ଆରେ ଭଲ ପାଲା। ଆମ ପିଲା ପଢ଼଼ିବେ ବୋଲି ବିଲ ବାଡ଼ି ଘର ଦ୍ୱାର ଛାଡ଼ି ଆଧାର କାର୍ଡ ସଂଶୋଧନ କରିବା ପାଇଁ ଭୁବନେଶ୍ୱରରେ ଅଧିଆ ପଡ଼ିବାକୁ କାହାର ବେଳ ଅଛି? ଏକଥା ସିନା ବେପରୁଆ ଭାବେ ଜଣେ କହିଦେଲେ, କିନ୍ତୁ ଏହି ମାନସିକତା ସମସ୍ତ ମଣିଷଙ୍କ ପାଖେ ପରିଲକ୍ଷିତ ହେଉଛି। ଜନମଙ୍ଗଳ ସରକାର ସାଧାରଣ ଜନତାଙ୍କ ପାଇଁ ଔଷଧ ବଣ୍ଟନ କରିବା ପରି ବା ଜମିଜମା ସଂକ୍ରାନ୍ତ ମାମଲାକୁ ଘରକୁ ଘର ବୁଲି ସମାଧାନ କରିବା ଭଳି ଆଧାର ସଂଶୋଧନ କଲେ ଭଲ ହୁଅନ୍ତା। ଅବଶ୍ୟ ମଝିରେ କ୍ଲଷ୍ଟରସ୍ତରୀୟ ଯେଉଁ କ୍ୟାମ୍ପ୍ ପଡ଼ିଥିଲା ସେଥିରେ ମୁଣ୍ଡ ଗଣତି କେତେଜଣ ଉପକୃତ ହେଲେ। ସେଠାରେ କେବଳ ସାମାନ୍ୟ ତ୍ରୁଟିକୁ ସୁଧାରି ଦିଆଯାଇ ପାରିଲା। ବୃହତ୍ତର ତ୍ରୁଟିରେ କେହି ହାତ ମାରିଲେ ନାହିଁ। ‘ଆଧାର’ କେନ୍ଦ୍ରକୁ ଗଲେ କେହି ଦୃଢ଼ ଭାବରେ କହି ପାରୁନଥା’ନ୍ତି ଯେ ଗ୍ରାହକଙ୍କ ଦରଖାସ୍ତ ମଞ୍ଜୁର ହେବ ବୋଲି। ଅଭିଭାବକ ଟଙ୍କା ଖର୍ଚ୍ଚ କରନ୍ତି। ନଗଦ କାରବାର ବା ଦେୟ ବା ପ୍ରଦାନର ସୂଚନା ହସ୍ତଗତ ହୁଏ। କଂପ୍ୟୁଟରରେ ଆପ୍ଲିକେସନ ଅପଲୋଡ୍ ହେଲା ପରେ ଓକାକ୍ ଦ୍ୱାରା ରିଜେକ୍ଟ ମେସେଜ(ଅଗ୍ରାହ୍ୟ ବା ନାକଚ ବାର୍ତ୍ତା) ଆସିଲେ ମଧ୍ୟ ଦାଖଲ କରାଯାଇଥିବା ଟଙ୍କା ଫେରସ୍ତ ହୁଏ କି ନାହିଁ ଜଣାପଡ଼େନାହିଁ। ଯେବେ ଟଙ୍କା ଫେରେ ଜନସେବା କେନ୍ଦ୍ରର କର୍ମଚାରୀ କିମ୍ବା ମାଲିକଙ୍କ ଆକାଉଣ୍ଟକୁ ଯାଏ।
‘ଆଧାର’ ସଂଶୋଧନ ଅନେକ ପ୍ରକାରର ରହିଛି। ଗୋଟିଏ ତ୍ରୁଟି ସଜାଡ଼ିଲେ ଆଉ କେତୋଟି ଭୁଲ୍ ଦୃଷ୍ଟିଗୋଚର ହୁଏ। ବିଭିନ୍ନ ସଂଶୋଧନ ପାଇଁ ବିଭିନ୍ନ ପ୍ରକାରର ଫି ରହିଛି। ଦାୟିତ୍ୱରେ ଥିବା କର୍ମଚାରୀଙ୍କୁ ସେ ବିଷୟରେ ପଚାରିଲେ ବିରକ୍ତ ହୁଅନ୍ତି। ବିଭିନ୍ନ ପ୍ରକାର ସଂଶୋଧନ ପାଇଁ ମଧ୍ୟ ବିଭିନ୍ନ ପ୍ରକାର କାଗଜପତ୍ର ଆବଶ୍ୟକ ହେଉଛି। ସ୍ୱୀକୃତିପ୍ରାପ୍ତ ବିଭିନ୍ନ ଆଧାର ସେବା କେନ୍ଦ୍ରଗୁଡ଼ିକୁ ବାରମ୍ୱାର ଦୌଡ଼ି ଦୌଡ଼ି ହତାଶ ହେଲା ପରେ ଅଭିଭାବକଙ୍କ ମନରେ ଉଦାସୀନତା ପରିଲକ୍ଷିତ ହେଉଛି।
ସରକାର ଆଜି ଲୋକମାନଙ୍କର ସରକାର। ଲୋକଙ୍କର ହିତ ସାଧନ ନିମନ୍ତେ ବିଦ୍ୟାଳୟର ଛାତ୍ରଛାତ୍ରୀଙ୍କ ‘ଆଧାର’ ଅପଡେଟ୍ କରିବା ପାଇଁ ସରଳୀକରଣ ଉପାୟକୁ ଅବଲମ୍ୱନ କରିବା ସର୍ବାଦୌ ବାଞ୍ଛନୀୟ। ଯଦ୍ୱାରା ବିଦ୍ୟାର୍ଥୀମାନଙ୍କ ‘ଅପାର’ ଆଇ ଡି ଓ ଏବିସି ସଠିକ୍ ଭାବେ ସୃଷ୍ଟି ହୋଇପାରିବ। ଜାତୀୟ ଶିକ୍ଷା ନୀତି ୨୦୨୦ କୁ ସଫଳତାର ସହ କାର୍ଯ୍ୟକାରୀ କରିବାରେ ଆଧାର ଜନିତ ଅନ୍ତରାୟ ହଟିଯିବ।
ପ୍ରଭାତ କୁମାର ସାହୁ
ଗୋପ(ପୁରୀ), ମୋ: ୭୯୭୮୬୩୫୨୭୬