ଭାରତ ମଣ୍ଡପମ୍ରେ ଓଡ଼ିଶା ଗୌରବ ଗାଥା
ଶହ ଶହ ବର୍ଷ ପୂର୍ବେ ଏହି କଳିଙ୍ଗ ଜଣେ ଦୁର୍ଦ୍ଧର୍ଷ ସମ୍ରାଟ ଅଶୋକଙ୍କର ମନରେ ବିରାଟ ପରିବର୍ତ୍ତନ ଆଣିଥିଲା। କିଏ ହୁଏ ତ ସ୍ୱପ୍ନରେ ସୁଦ୍ଧା ଭାବି ନଥିବ କିମ୍ୱା କଳ୍ପନା କରିନଥିବ ଯେ ସେହି କଳିଙ୍ଗରୁ ଭାରତକୁ ଏକତ୍ର କରିବାର ପ୍ରକ୍ରିୟା ଆରମ୍ଭ ହେଲା। ଅଶୋକଙ୍କ ଅମଳରେ ଭାରତରେ ଯେପରି ରାଜନୈତିକ ଏକତା ପ୍ରତିଷ୍ଠିତ ହୋଇଥିଲା, ଆଧୁନିକ ଭାରତରେ ତାହାର ପୁନରାବୃତ୍ତି ହେବାକୁ ଯାଉଛି। ୧୯୪୭ ମସିହା ନଭେମ୍ୱର ୧୪ ତାରିଖରେ ନୀଳଗିରି ମିଶ୍ରଣ ବେଳେ […]
ଶହ ଶହ ବର୍ଷ ପୂର୍ବେ ଏହି କଳିଙ୍ଗ ଜଣେ ଦୁର୍ଦ୍ଧର୍ଷ ସମ୍ରାଟ ଅଶୋକଙ୍କର ମନରେ ବିରାଟ ପରିବର୍ତ୍ତନ ଆଣିଥିଲା। କିଏ ହୁଏ ତ ସ୍ୱପ୍ନରେ ସୁଦ୍ଧା ଭାବି ନଥିବ କିମ୍ୱା କଳ୍ପନା କରିନଥିବ ଯେ ସେହି କଳିଙ୍ଗରୁ ଭାରତକୁ ଏକତ୍ର କରିବାର ପ୍ରକ୍ରିୟା ଆରମ୍ଭ ହେଲା। ଅଶୋକଙ୍କ ଅମଳରେ ଭାରତରେ ଯେପରି ରାଜନୈତିକ ଏକତା ପ୍ରତିଷ୍ଠିତ ହୋଇଥିଲା, ଆଧୁନିକ ଭାରତରେ ତାହାର ପୁନରାବୃତ୍ତି ହେବାକୁ ଯାଉଛି। ୧୯୪୭ ମସିହା ନଭେମ୍ୱର ୧୪ ତାରିଖରେ ନୀଳଗିରି ମିଶ୍ରଣ ବେଳେ ଆମ ଓଡ଼ିଶା ଗସ୍ତରେ ସର୍ଦ୍ଦାର ଭଲ୍ଲଭଭାଇ ପଟେଲଙ୍କର ଏହି ମନ୍ତବ୍ୟ ପ୍ରାଚୀନ କାଳରୁ ଓଡ଼ିଶାର ଭାରତୀୟ ରାଜନୀତି ତଥା ସମାଜରେ ରହିଥିବା ଗୁରୁତ୍ୱପୂର୍ଣ୍ଣ ଭୂମିକାକୁ ପ୍ରମାଣିତ କରେ।
କଳିଙ୍ଗ, ତୋଷାଳି, ଓଡ୍ର ଇତ୍ୟାଦି ଭିନ୍ନ ଭିନ୍ନ ନାମରେ ଇତିହାସର ପ୍ରତ୍ୟେକ ପରିଚୟରେ ଓଡ଼ିଶା ନିଜର ଅଦ୍ୱିତୀୟ କଳା, ସାହିତ୍ୟ, ସଂସ୍କୃତି, ସଂସ୍କାର ଏବଂ ଦେଶପ୍ରେମକୁ ନେଇ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିବାରେ ସକ୍ଷମ ହୋଇଛି। ନିକଟରେ ଦିଲ୍ଲୀର ଭାରତ ମଣ୍ଡପମରେ ଅନୁଷ୍ଠିତ ଜି୨୦ ଶିଖର ବୈଠକରେ ଓଡ଼ିଶାର ସଂସ୍କୃତିକୁ ବିଶ୍ୱ ଦରବାରରେ ବେଶ ସୁନ୍ଦର ଭାବରେ ଉପସ୍ଥାପିତ କରାଯାଇଥିଲା। କୋଣାର୍କ ଚକ୍ରର ପୃଷ୍ଠଭୂମିରେ ବିଶ୍ୱର ପ୍ରଭାବଶାଳୀ ବ୍ୟକ୍ତିମାନଙ୍କର ସ୍ୱାଗତ ହେଉ କିମ୍ୱା ‘ଡାଲଖାଇ’ ନୃତ୍ୟର ମନଲୋଭା ପରିବେଷଣ ଅବା ଓଡ଼ିଶାର ମାଣ୍ଡିଆ ଚାଷୀମାନଙ୍କୁ ନିମନ୍ତ୍ରଣ ହେଉ, ଓଡ଼ିଶାର ଚିତ୍ରକୁ ସମ୍ମାନଜନକ ଭାବରେ ଉପସ୍ଥାପିତ କରାଗଲା। ଏହି ବୈଠକରୁ ସ୍ପଷ୍ଟ ଅନୁମାନ କରାଯାଏ ଯେ ଅମୃତକାଳରେ ଭାରତକୁ ବିଶ୍ୱର ତୃତୀୟ ବୃହତ୍ ଅର୍ଥନୀତି ଭାବେ ଗଢ଼ିବାର ସ୍ୱପ୍ନ ଦେଖୁଥିବା କେନ୍ଦ୍ର ସରକାର ଓଡ଼ିଶାକୁ ଏକ ଦମଦାର ରାଜ୍ୟ ଭାବେ ବିବେଚନା କରୁଛନ୍ତି। ତେବେ ‘ଗୋଟିଏ ପୃଥିବୀ, ଗୋଟିଏ ପରିବାର ଏବଂ ଗୋଟିଏ ଭବିଷ୍ୟତ’ର ଅଭିପ୍ରାୟ ରଖିଥିବା ଏହି ସମ୍ମିଳନୀରେ ଧାର୍ଯ୍ୟ କରାଯାଇଥିବା ବିଶ୍ୱସ୍ତରୀୟ ଲକ୍ଷ୍ୟଗୁଡ଼ିକୁ ହାସଲ କରିବାରେ ଓଡ଼ିଶାର ପ୍ରାକୃତିକ ସମ୍ପଦ ତଥା ମାନବସମ୍ବଳ କିପରି ଉପଯୋଗୀ ହୋଇପାରିବ ଏବଂ ଏହା ଓଡ଼ିଶା ପ୍ରତି ବିଶ୍ୱର ଧାରଣାକୁ ଉନ୍ନତ କରିବାରେ ସହାୟକ ହେବ, ସେ ବିଷୟରେ ଆଲୋଚନା କରିବା।
ସମ୍ମିଳନୀର ପ୍ରଥମ ଦିନରୁ ହିଁ କୋଣାର୍କ ଚକ୍ରର ପୃଷ୍ଠଭୂମି ସମସ୍ତଙ୍କର ଦୃଷ୍ଟି ଆକର୍ଷଣ କରିଥିଲା। ତ୍ରୟୋଦଶ ଶତାବ୍ଦୀରେ ସୂର୍ଯ୍ୟବଂଶୀ ରାଜା ଲାଙ୍ଗୁଳା ନରସିଂହ ଦେବଙ୍କ ଦ୍ୱାରା ପ୍ରତିଷ୍ଠିତ କୋଣାର୍କ ମନ୍ଦିର, ଯାହା କେବଳ ଖଣ୍ଡାଲାଇଟ ପ୍ରସ୍ତରରେ ନିର୍ମିତ ଏବଂ ଯେଉଁଥିରେ ମୋଟ ୨୪ ଗୋଟି ଚକ୍ରକୁ ଦର୍ଶାଯାଇଅଛି, ତାହା ସୂର୍ଯ୍ୟଦେବଙ୍କର ରଥଚକକୁ ସୁଚାଇଥାଏ। ପ୍ରତ୍ୟେକ ପାର୍ଶ୍ବରେ ରହିଥିବା ଏହି ୧୨ ଗୋଟି ଚକ୍ର ଗୋଟିଏ ବର୍ଷର ବାରମାସକୁ ସୂଚିତ କରନ୍ତି। ଏଥିରେ ଥିବା ୮ ଗୋଟି ଅଖ ଗୋଟିଏ ଦିନର ଆଠଟି ପ୍ରହରକୁ ସୂଚିତ କରିଥାଏ। ପ୍ରତିଟି ଚକ୍ରରେ ରହିଥିବା ରୂପାଙ୍କନ ପୁଙ୍ଖାନୁପୁଙ୍ଖ ଭାବରେ ଖୋଦିତ ଏବଂ ତାହା ମଧ୍ୟରେ ସୂର୍ଯ୍ୟ କିରଣ ପ୍ରବେଶ କରି ଏଭଳି ଭାବେ ପ୍ରତିବିମ୍ୱିତ ହୁଏ, ଯାହା ଅବିକଳ ସମୟ ନିର୍ଦ୍ଧାରଣ କରିବାରେ ସହାୟକ ହୋଇଥାଏ। ଏହାକୁ ସେ କାଳରେ ସମୟ ଦେଖିବା ପାଇଁ ବ୍ୟବହାର କରାଯାଉଥିଲା। ପ୍ରାଚୀନ ସପ୍ତାଶ୍ଚର୍ଯ୍ୟରେ ସ୍ଥାନ ପାଇଥିବା ଏହି ବିସ୍ମୟ କଳାକୃତିରେ ରହିଥିବା ୧୨ ଗୋଟି ଚକ୍ରକୁ ଆମେ ଜି୨୦ ସମ୍ମିଳନୀରେ ସ୍ଥିରୀକୃତ କରାଯାଇଥିବା ୧୨ ଗୋଟି ଲକ୍ଷ୍ୟ ସହିତ ତୁଳନା କରାଯାଇପାରେ, ଯାହାକୁ ଆଗାମୀ ୧୨ ମାସ ମଧ୍ୟରେ ସାଧନ କରିବାରେ ଭାରତକୁ ଓଡ଼ିଶା ପ୍ରମୁଖ ଅବଦାନ ଭାବେ ସ୍ୱୀକୃତ ହେବ।
ଜି୨୦ ଶିଖର ବୈଠକର ପ୍ରଥମ ଓ ପ୍ରଧାନ ଲକ୍ଷ୍ୟ ହେଉଛି ସୁଦୃଢ଼, ଧାରଣୀୟ, ସନ୍ତୁଳିତ, ଏବଂ ସମାବେଶୀ ବିକାଶ। ବିଶ୍ୱସ୍ତରୀୟ ଅର୍ଥନୈତିକ ପରିସ୍ଥିତିକୁ ଅବଲୋକନ କଲେ ଜଣାଯାଏ ଯେ ପରିବର୍ତ୍ତନଶୀଳ କାରଣଗୁଡ଼ିକ ସକାଶେ ଦୀର୍ଘସ୍ଥାୟୀ ବିକାଶ ସମ୍ଭବପର ହୋଇପାରୁନାହିଁ। ଜି୨୦ ରାଷ୍ଟ୍ରଗୁଡ଼ିକ ସମଗ୍ର ବିଶ୍ୱର ଷାଠିଏ ପ୍ରତିଶତ ଜନସଂଖ୍ୟାକୁ ଧାରଣ କରନ୍ତି। ଏହିସବୁ ଦେଶମାନଙ୍କରେ ବସବାସ କରୁଥିବା ଦୁର୍ବଳ ଶ୍ରେଣୀର ବିକାଶ ନିମନ୍ତେ ସମାବେଶୀ ବିକାଶକୁ ପ୍ରାଧାନ୍ୟ ଦେବା ସଙ୍ଗେ ସଙ୍ଗେ ବୃହତ୍ ଏବଂ ସୂକ୍ଷ୍ମ ଅର୍ଥନୀତିର ବିକାଶକୁ ସମତୁଲ ଭାବେ ବୃଦ୍ଧି କରିବା ଆବଶ୍ୟକ। ଏଥିପାଇଁ ଏକ ପୂର୍ବ ନିୟୋଜିତ ଆର୍ଥିକ ତଥା ବିତ୍ତୀୟ ନୀତି ଓ ସଶକ୍ତ ମାନବସମ୍ୱଳର ଆବଶ୍ୟକତା ରହିଛି। ସମଗ୍ର ଓଡ଼ିଶାର ୪୨% (ଏକ କୋଟି ସତୁରି ଲକ୍ଷ) ଜନସାଧାରଣ କୁଶଳୀ ଅଟନ୍ତି। ଓଡ଼ିଶା ଜନସଂଖ୍ୟାର ୭୦% ଜନସାଧାରଣ କୃଷିକାର୍ଯ୍ୟରେ ନିଯୁକ୍ତ ଥିବା ବେଳେ ୨୩% ଜନସଂଖ୍ୟା ଉଦ୍ୟୋଗ କ୍ଷେତ୍ରରେ ଏବଂ ୭ % ସେବାକ୍ଷେତ୍ରରେ ନିଯୁକ୍ତ। ଓଡ଼ିଶାର ଯୁବଶକ୍ତିକୁ ପ୍ରଧାନମନ୍ତ୍ରୀ କୌଶଳ ବିକାଶ ଯୋଜନା, ରୋଜଗାର ମେଳା, ପ୍ରଧାନମନ୍ତ୍ରୀ ବିଶ୍ୱକର୍ମା ଯୋଜନା ଭଳି ଭିନ୍ନ ଭିନ୍ନ ଯୋଜନା ମାଧ୍ୟମରେ ଆଧୁନିକ ଜ୍ଞାନକୌଶଳ ଆଦି ପ୍ରଦାନ କଲେ, ସେମାନେ ଅଧିକରୁ ଅଧିକ ଉଦ୍ୟୋଗ ଏବଂ ସେବାକ୍ଷେତ୍ରରେ ନିଯୁକ୍ତ ହୋଇପାରିବେ। ଓଡ଼ିଶା ନିକଟରେ ଆର୍ସଲର, ଜିନ୍ଦଲ, ଭଳି ବହୁ-ଦେଶୀୟ କମ୍ପାନୀଗୁଡ଼ିକୁ ପୁଞ୍ଜି ନିବେଶ ପାଇଁ ଆକର୍ଷିତ କରିଅଛି। ଏହା ଯୁବ ଉଦ୍ୟୋଗପତିମାନଙ୍କ ମଧ୍ୟରେ ପ୍ରତିଯୋଗିତା ପାଇଁ ସୁସ୍ଥ ବାତାବରଣ ସୃଷ୍ଟି କରିବାରେ ସହାୟକ ହୋଇଛି। ଠିକ ସେଭଳି ଓଡ଼ିଶାରେ ମୋଟ ୬ ଲକ୍ଷ ସ୍ୱୟଂ ସହାୟକ ଗୋଷ୍ଠୀ, ସାଢ଼େ ଚାରି ଲକ୍ଷ ସୁକ୍ଷ୍ମ, କ୍ଷୁଦ୍ର ଓ ମଧ୍ୟମ ଉଦ୍ୟୋଗ ରହିଛି, ଯେଉଁଥିରେ ୧୬ ଲକ୍ଷ ଲୋକ ରୋଜଗାର ପାଇ ପାରୁଛନ୍ତି। କେନ୍ଦୁଝର, ଅନୁଗୁଳ, ଢେଙ୍କାନାଳ, ଗଞ୍ଜାମ, ଯାଜପୁର ଭଳି ଜିଲ୍ଲା ଗୁଡ଼ିକରେ ଲୁହା, କ୍ରୋମାଇଟ, କୋବାଲ୍ଟ, ନିକେଲ, ଆଲୁମିନା ଭଳି ଖଣିଜ ପଦାର୍ଥ ପ୍ରଚୁର ମାତ୍ରାରେ ରହିଛି। ପରିବେଶକୁ ଦୃଷ୍ଟିରେ ରଖି ଉପଯୁକ୍ତ ଉପାୟ ଅବଲମ୍ୱନ କରି ଏହି ଖଣିଜ ପଦାର୍ଥଗୁଡ଼ିକୁ ଉତ୍ତୋଳନ କରିବା ସହ ବିଶ୍ୱ ବାଣିଜ୍ୟ ସଂଗଠନର ନୀତି ଅବଲମ୍ୱନ କରି ଓଡ଼ିଶା ବିଶ୍ୱ ବାଣିଜ୍ୟ ଦୌଡ଼ରେ ଅଗ୍ରଣୀ ସ୍ଥାନ ନେଇପାରିବ।
ଓଡ଼ିଶା ରପ୍ତାନି ନୀତି ଅନୁଯାୟୀ କେବଳ ଖଣିଜ ନୁହେଁ, ବରଂ ଅନ୍ୟାନ୍ୟ ସାମଗ୍ରୀ, ଯେଭଳିକି ସମୁଦ୍ର ଏବଂ ଅରଣ୍ୟ ଉତ୍ପାଦ, ହସ୍ତଶିଳ୍ପ ଇତ୍ୟାଦିର ରପ୍ତାନି ମଧ୍ୟ ବୃଦ୍ଧି ପାଇଛି। ଓଡ଼ିଶା ରପ୍ତାନି ନୀତି – ୨୦୨୨ ଅନୁଯାୟୀ ଆଗାମୀ ୫ ବର୍ଷରେ ସାଢ଼େ ତିନି ଲକ୍ଷ କୋଟି ଟଙ୍କା ମୂଲ୍ୟର କଞ୍ଚାମାଲ ରପ୍ତାନିର ଲକ୍ଷ୍ୟ ଧାର୍ଯ୍ୟ କରାଯାଇଛି। ଅତଏବ ଓଡ଼ିଶାକୁ ଭାରତର ‘ସର୍ବୋତ୍ତମ ଲୁକ୍କାୟିତ ସମ୍ଭାବ୍ୟ ରାଜ୍ୟ’ କହିବାର ଯଥାର୍ଥତା ବାରି ହୁଏ। ଏକ ଅନୁବନ୍ଧିତ ଉଚିତ ମାର୍ଗ ଅବଲମ୍ୱନ କଲେ ଓଡ଼ିଶା ଭାରତରେ ଏକ ପ୍ରମୁଖ ବାଣିଜ୍ୟିକ ଲକ୍ଷ୍ୟକେନ୍ଦ୍ରରେ ପରିଣତ ହୋଇପାରିବ।
ଜି୨୦ର ଦ୍ୱିତୀୟ ଲକ୍ଷ୍ୟ ହେଉଛି ଧାରଣୀୟ ବିକାଶ। ପ୍ରତ୍ୟେକ ଦେଶର ଧାରଣୀୟ ବିକାଶ ବିଶ୍ୱ ଜାତିସଂଘ ଦ୍ୱାରା ନିର୍ଦ୍ଧାରିତ ୧୭ ଗୋଟି ଧାରଣୀୟ ବିକାଶ ଲକ୍ଷ୍ୟ ଉପରେ ଆଧାରିତ। ଏହି ଲକ୍ଷ୍ୟଗୁଡ଼ିକୁ ୨୦୩୦ ସୁଦ୍ଧା ପୂରଣ କରାଯିବାର ଉଦ୍ଦେଶ୍ୟ ରଖି, ଓଡ଼ିଶା ଧାରଣୀୟ ବିକାଶ ରିପୋର୍ଟ ପ୍ରକାଶ କରାଯାଇଛି। ଏଥିପାଇଁ ମୋଟ ୧ ଲକ୍ଷ ୩୦ ହଜାର କୋଟି ଟଙ୍କାର ବଜେଟ ବ୍ୟବସ୍ଥା କରାଯାଇଛି। ଖାଦ୍ୟ ସୁରକ୍ଷା ମଧ୍ୟ ଗୁରୁତ୍ୱପୂର୍ଣ ଅଟେ, କାରଣ ଏହାର ମୁଖ୍ୟ ଲକ୍ଷ୍ୟ ହେଉଛି ସମସ୍ତ ନାଗରିକଙ୍କ ନିକଟରେ ପୌଷ୍ଟିକ ଆହାର ପହଞ୍ଚାଇବା। ମିଶନ ଶକ୍ତି, ଆହାର, ରାଜ୍ୟ ଖାଦ୍ୟ ସୁରକ୍ଷା ଯୋଜନା, ସମ୍ପୂର୍ଣ୍ଣା, ମମତା ଭଳି ଯୋଜନା ମାଧ୍ୟମରେ ହିତାଧିକାରୀଙ୍କ ପାଖରେ ଖାଦ୍ୟ ଯୋଗାଇବା ବ୍ୟବସ୍ଥା କରାଯାଉଛି। ତେବେ ଏହା ମୁଖ୍ୟତଃ ଖାଦ୍ୟର ଉପଲବ୍ଧତା ଉପରେ ନିର୍ଭର କରିଥାଏ। ଓଡ଼ିଶାରେ ୪୨% ଜମି କୃଷି ପାଇଁ ଉପଯୁକ୍ତ। କିନ୍ତୁ ବିଭିନ୍ନ ପାଣିପାଗ ଜନିତ ସମସ୍ୟା ଯୋଗୁଁ ଅନେକ ସମୟରେ କୃଷିଜନିତ ଉତ୍ପାଦନ ହ୍ରାସ ପାଇଥାଏ। ଏଥି ନିମନ୍ତେ ଉପଯୁକ୍ତ ଉପାୟ, ଯେଭଳିକି ଜଳବହୁଳ ନିରୋଧକ ଆଖୁ ଜାତୀୟ ଗଛ ରୋପଣ କରି ଜଳପ୍ରବାହକୁ ରୋକା ଯାଇପାରିବ। ଓଡ଼ିଶା ମିଲେଟ ମିଶନ ମାଧ୍ୟମରେ ସରକାର ମାଣ୍ଡିଆ ଉତ୍ପାଦନ ଓ ବ୍ୟବହାର ଉପରେ ଅଧିକରୁ ଅଧିକ ପ୍ରାଧାନ୍ୟ ଦେଉଛନ୍ତି। କାରଣ ମାଣ୍ଡିଆ, ବାଜାରା ଭଳି ମୋଟା ଦାନା ଶସ୍ୟଗୁଡ଼ିକର ଚାଷ ଓ ଅମଳ ପାଇଁ ଖୁବ୍ କମ ଜଳ ଆବଶ୍ୟକ ହୁଏ। ଏହାଦ୍ୱାରା କୃଷି ଜମି ପାଇଁ ପୂର୍ବ ଅପେକ୍ଷା କମ ଜଙ୍ଗଲ କ୍ଷୟ ହେବ।
ଜି୨୦ ସମ୍ମିଳନୀର ତୃତୀୟ ଲକ୍ଷ୍ୟ ହେଉଛି – ସବୁଜ ବିକାଶ। ମାଣ୍ଡିଆକୁ ବିଶ୍ୱସ୍ତରରେ ପରିଚିତ କରାଇବା ପାଇଁ ଓଡ଼ିଶାର ମାଣ୍ଡିଆ ଚାଷୀଙ୍କୁ ଜି୨୦ ସମ୍ମିଳନୀକୁ ନିମନ୍ତ୍ରଣ ମଧ୍ୟ କରାଯାଇଥିଲା। ଶସ୍ୟ ଉତ୍ପାଦନରେ ମାଣ୍ଡିଆର ବିବିଧତାକୁ ପ୍ରୋତ୍ସାହନ ଦେବା ସହ ଜାତୀୟ ଏବଂ ଅନ୍ତର୍ଜାତୀୟ ସ୍ତରରେ କ୍ଷୁଧା ନିବାରଣ କରିବାରେ ସହାୟକ ହେବ। ବିଶ୍ୱ କ୍ଷୁଧା ସୂଚକାଙ୍କରେ ମଧ୍ୟ ଭାରତ ଆହୁରି ଉପରକୁ ଉଠିପାରିବ। ଭାରତ ବିଶ୍ୱର ପ୍ରମୁଖ ଖାଦ୍ୟ ଶସ୍ୟ ଉତ୍ପାଦନକାରୀ ଦେଶ। ତେଣୁ ମାଣ୍ଡିଆ ଯୋଗାଣ ମାଧ୍ୟମରେ ବିଶ୍ୱ ଖାଦ୍ୟ ସୁରକ୍ଷା ଯୋଜନାରେ ଭାରତର ଅବଦାନ ଉଲ୍ଲେଖନୀୟ ହେବ ଏବଂ ୨୦୩୦ ସୁଦ୍ଧା ବିଶ୍ୱ କ୍ଷୁଧା ନିବାରଣ ଧାର୍ଯ୍ୟ ଲକ୍ଷ୍ୟ ସାଧନରେ ଭାରତ ମୁଖ୍ୟ ଭୂମିକା ନିର୍ବାହ କରିପାରିବ।
ସେହିଭଳି ଏନଡିଏଲଇରେ ପ୍ରାଧାନ୍ୟ ଦିଆଯାଇଥିବା ଲିଙ୍ଗଗତ ସମାନତା ଓ ସମାବେଶୀ ବିକାଶ ପରିପ୍ରେକ୍ଷୀରେ ମଧ୍ୟ ଓଡ଼ିଶାର ପଦକ୍ଷେପ ପ୍ରଶଂସନୀୟ। ଶିକ୍ଷା ପ୍ରତି ସମାନ ଅଧିକାରକୁ ଧେୟ କରି ୨୦୨୩ରେ ଆମ ରାଜ୍ୟରେ ଧାରଣୀୟ ବିକାଶ ପାଇଁ ପ୍ରସ୍ତୁତ କରାଯାଇଥିବା ବଜେଟର ମୋଟ ୧୬.୪% ଶିକ୍ଷାକ୍ଷେତ୍ରରେ ବିନିମୟ କରିବାର ଲକ୍ଷ୍ୟ ରଖାଯାଇଛି। ଅମର୍ତ୍ତ୍ୟ ସେନ ତାଙ୍କ ପୁସ୍ତକ ‘ଦ ଆଇଡିଆ ଅଫ ଜଷ୍ଟିସ’ରେ ଲେଖିଛନ୍ତି ଯେ ଗୋଟିଏ ଗଣତାନ୍ତ୍ରିକ ରାଷ୍ଟ୍ରରେ ନ୍ୟାୟର ପରିମାପ କୌଣସି ଅନୁଷ୍ଠାନ କରେ ନାହିଁ, ବରଂ ଲୋକଙ୍କର ଜୀବନଶୈଳୀରୁ ନିର୍ଦ୍ଧାରିତ ହୋଇଥାଏ। ନୀତି ଯଦି ଗୋଟିଏ ଗଣତାନ୍ତ୍ରିକ ରାଷ୍ଟ୍ରର ସାଙ୍ଗଠନିକ ମାନଦଣ୍ଡ, ତେବେ ନ୍ୟାୟ ଏହାର ସାଧନ ଅଟେ। ନାରୀମାନଙ୍କର ଭାଗିଦାରୀ କେବଳ ସମାଜରେ ସମାନତା ନୁହେଁ, ବରଂ ଗୋଟିଏ ରାଜ୍ୟ ତଥା ଦେଶର ଅର୍ଥନୀତିର ବିକାଶରେ ମୁଖ୍ୟ ଓ ମୌଳିକ ଭୂମିକା ତୁଲାଇଥାଏ। ନାରୀମାନଙ୍କୁ କାର୍ଯ୍ୟକ୍ଷେତ୍ରରେ ସମାନ ସୁଯୋଗ ଦେବା ପାଇଁ ତଥା ଲିଙ୍ଗଗତ ପକ୍ଷପାତୀ ପାରିଶ୍ରମିକକୁ ନିରୁତ୍ସାହିତ କରିବା ପାଇଁ ବିଭିନ୍ନ ପଦକ୍ଷେପ ନିଆଯାଉଅଛି। ‘ମିଶନ ଶକ୍ତି’ ମାଧ୍ୟମରେ ୭୦ ଲକ୍ଷ ଗ୍ରାମୀଣ ମହିଳାଙ୍କୁ କର୍ମ ନିଯୁକ୍ତି ଦିଆଯାଇଛି, ଯାହାକି ସେମାନଙ୍କ ପରିବାର ତଥା ସନ୍ତାନମାନଙ୍କ ଶିକ୍ଷା ଆହରଣରେ ସହାୟକ ହୋଇପାରିଛି। ନିକଟରେ ମହିଳା ନ୍ୟାୟିକ ଅଧିକାରୀଙ୍କ ନିଯୁକ୍ତିରେ ବୃଦ୍ଧି ଘଟିଛି। ଏହାକୁ ଯାହାକି ଭବିଷ୍ୟତରେ ୭୦% ପର୍ଯ୍ୟନ୍ତ ବୃଦ୍ଧି କରିବାକୁ ହାଇକୋର୍ଟର ପୂର୍ବତନ ମୁଖ୍ୟ ବିଚାରପତି ଏସ.ମୁରଲୀଧର ଆହ୍ୱାନ ଦେଇଥିଲେ।
ଓଡ଼ିଶାରେ ଆଧୁନିକ ପ୍ରଯୁକ୍ତିବିଦ୍ୟାର ପ୍ରୟୋଗାତ୍ମକ ଉଦ୍ୟମକୁ ପ୍ରୋତ୍ସାହନ ଦେବା ନିମନ୍ତେ ଫାଇଭ-ଟି(୫-ଟି) ଗଠନ କରାଯାଇଅଛି। ଏହାଦ୍ୱାରା ଆଧୁନିକ ଜ୍ଞାନକୌଶଳର ପ୍ରୟୋଗ ସହ କୃତ୍ରିମ ବୁଦ୍ଧିମତା, ଜେନେଟିକ ଇଞ୍ଜିନିୟରିଙ୍ଗ, କ୍ୱାଣ୍ଟମ କମ୍ପୁଟିଙ୍ଗ ଭଳି ପ୍ରଯୁକ୍ତିବିଦ୍ୟା ସମ୍ୱନ୍ଧୀୟ ଶିକ୍ଷାକୁ ଯୁବଗୋଷ୍ଠୀ ନିକଟରେ ଉପଲବ୍ଧ କରାଯାଇପାରିବ। ଫଳତଃ ଓଡ଼ିଶା ଚତୁର୍ଥ ଶିଳ୍ପ ବିପ୍ଳବ ଦୌଡ଼ରେ ସଫଳ ଭାଗିଦାରୀ ହୋଇପାରିବ। ଏତତ୍ବ୍ୟତୀତ ଅନେକ ବିଦ୍ୟାଳୟ ତଥା ମହାବିଦ୍ୟାଳୟଗୁଡ଼ିକରେ ସ୍ମାର୍ଟ ଶ୍ରେଣୀଗୃହର ବ୍ୟବସ୍ଥା ମାଧ୍ୟମରେ ଶିକ୍ଷାକୁ ଅଧିକ ବୋଧଗମ୍ୟ କରାଯାଉଛି।
ଉପରବର୍ଣ୍ଣିତ ବିଶ୍ଳେଷଣକୁ ଆଧାର କରିଲେ ଅନୁମାନ କରାଯାଇପାରେ ଯେ ସମ୍ମିଳନୀର ସମସ୍ତ ଲକ୍ଷ୍ୟ ସାମୂହିକ ସ୍ୱାର୍ଥ ଏବଂ ବିକାଶକୁ ଆଖିରେ ରଖି ନିର୍ଦ୍ଧାରିତ କରାଯାଇଛି, ଯାହା କେବଳ ବିକଶିତ କିମ୍ବା ବିକାଶଶୀଳ ଦେଶ ପାଇଁ ନୁହେଁ, ବରଂ ଅପେକ୍ଷାକୃତ ଅନୁନ୍ନତ ଦେଶ ପାଇଁ ମଧ୍ୟ ପ୍ରଯୁଜ୍ୟ। ଏହି ସମ୍ମିଳନୀ ଅର୍ଥନୈତିକ, ରାଜନୈତିକ ଓ କୂଟନୈତିକ ଦୃଷ୍ଟିକୋଣ ସହିତ ମାନବିକତାକୁ ମଧ୍ୟ ସମାନ ଗୁରୁତ୍ୱ ଦେଇଛି ଏବଂ ଏକ ସୁରକ୍ଷିତ ଭବିଷ୍ୟତର ପ୍ରତିଶ୍ରୁତି ପ୍ରଦାନ କରୁଛି। କଳା, ସଂସ୍କୃତି, ଐତିହ୍ୟର ଅପୂର୍ବ ସମନ୍ୱୟରେ ବିମଣ୍ଡିତା ଉତ୍କଳଭୂମି ନିଜର ଜ୍ଞାନକୌଶଳ ଓ ମାନବସମ୍ୱଳକୁ ପାଥେୟ କରି ଭାରତକୁ ବିଶ୍ୱମିତ୍ରରୁ ବିଶ୍ୱଗୁରୁ ହେବାର ଯାତ୍ରାରେ ବିଶେଷ ଭାବରେ ଯେ ସହାୟକ ହୋଇପାରିବ ସେ ସମ୍ଭବନା ଉଜ୍ୱଳ।