ଓଡ଼ିଆ ଭାଷା ଓ ସାହିତ୍ୟର ଭବିଷ୍ୟତ

The Sakala Picture
Published On

ବର୍ତ୍ତମାନ ବିଶ୍ୱ ଜନମାନସ ଆଗ ଭଳି ସାହିତ୍ୟାନୁରାଗୀ ନୁହେଁ। ବର୍ତ୍ତମାନ ସାହିତ୍ୟ ପଛ ଧାଡ଼ିରେ। ଆଗରେ ଅଛି -ଏସ.ଟି.ଇ.ଏମ.(ସାଇନ୍ସ-ବିଜ୍ଞାନ, ଟେକ୍‌‌ନୋଲଜି-ବୈଷୟିକ ଜ୍ଞାନକୌଶଳ, ଇଞ୍ଜିନିୟରିଂ-ଯାନ୍ତ୍ରିକ ବିଦ୍ୟା, ମ୍ୟାଥମେଟିକ୍‌‌ସ-ଗଣିତ)। ଆମେରିକା, ଚୀନ ଆଦି ବିକଶିତ ଦେଶମାନେ ବିଜ୍ଞାନ ଓ ପ୍ରଯୁକ୍ତି ବିଦ୍ୟାକୁ ଅଧିକ ଗୁରୁତ୍ୱ ଦେଉଛନ୍ତି ଏବଂ ଆଜିର ଦୁନିଆ ସହିତ ତାଳ ଦେଇ ନିଜକୁ ବଞ୍ଚାଇ ରଖିବାକୁ ହେଲେ ଏହା ଉପରେ ଗୁରୁତ୍ୱ ଦେବା ମଧ୍ୟ ଜରୁରୀ ହେଇପଡ଼ିଛି। ଜେଡ ଜେନେରେସନର କ୍ୱଚିତ ପିଲା (୧୩ ରୁ ୨୮ […]

ବର୍ତ୍ତମାନ ବିଶ୍ୱ ଜନମାନସ ଆଗ ଭଳି ସାହିତ୍ୟାନୁରାଗୀ ନୁହେଁ। ବର୍ତ୍ତମାନ ସାହିତ୍ୟ ପଛ ଧାଡ଼ିରେ। ଆଗରେ ଅଛି -ଏସ.ଟି.ଇ.ଏମ.(ସାଇନ୍ସ-ବିଜ୍ଞାନ, ଟେକ୍‌‌ନୋଲଜି-ବୈଷୟିକ ଜ୍ଞାନକୌଶଳ, ଇଞ୍ଜିନିୟରିଂ-ଯାନ୍ତ୍ରିକ ବିଦ୍ୟା, ମ୍ୟାଥମେଟିକ୍‌‌ସ-ଗଣିତ)। ଆମେରିକା, ଚୀନ ଆଦି ବିକଶିତ ଦେଶମାନେ ବିଜ୍ଞାନ ଓ ପ୍ରଯୁକ୍ତି ବିଦ୍ୟାକୁ ଅଧିକ ଗୁରୁତ୍ୱ ଦେଉଛନ୍ତି ଏବଂ ଆଜିର ଦୁନିଆ ସହିତ ତାଳ ଦେଇ ନିଜକୁ ବଞ୍ଚାଇ ରଖିବାକୁ ହେଲେ ଏହା ଉପରେ ଗୁରୁତ୍ୱ ଦେବା ମଧ୍ୟ ଜରୁରୀ ହେଇପଡ଼ିଛି।

ଜେଡ ଜେନେରେସନର କ୍ୱଚିତ ପିଲା (୧୩ ରୁ ୨୮ ବର୍ଷ ବୟସ) କ୍ଲାସିକ କିମ୍ବା ସମସାମୟିକ ସାହିତ୍ୟ ପଢ଼଼ନ୍ତି ବା କୌଣସି ପ୍ରତିଷ୍ଠିତ ସାହିତ୍ୟିକଙ୍କୁ ଜାଣନ୍ତି। କେବଳ ବେବି ବୁମର୍ସ (ଜନ୍ମ ୧୯୪୬- ୧୯୬୪) ଏବଂ ଜେନ ଏକ୍ସ (ଜନ୍ମ ୧୯୬୫-୧୯୮୦)ମାନେ ସାହିତ୍ୟ ପାଠକ ବର୍ଗର ଅଟନ୍ତି। ଅର୍ଥାତ ସାହିତ୍ୟ ଧାରାରେ ନୂଆ ପିଢ଼ିର ଉପସ୍ଥିତି ନଗଣ୍ୟ। ଏହାର ପ୍ରଭାବ ଓଡ଼ିଶାରେ ମଧ୍ୟ ଅନୁଭୂତ ହେବା ସ୍ୱାଭାବିକ। ଏଠାରେ ସାଧାରଣ ସାହିତ୍ୟ ପାଠକଙ୍କ ସଂଖ୍ୟା ଖୁବ କମ ଏବଂ ପ୍ରାୟତଃ ବୟସ୍କ କବି ଓ ଲେଖକମାନେ ହିଁ ପରସ୍ପରର କୃତି ପଢ଼଼ିବାର ଦେଖାଯାଇଥାଏ। ସାଧାରଣ ଲୋକଙ୍କର ସାହିତ୍ୟ ସହିତ ସମ୍ପର୍କ କେବଳ ଇକେକ୍ଟ୍ରୋନିକ ମିଡିଆର କିଛି ସୋପ ଅପେରା, ଲଘୁ ସଙ୍ଗୀତ, ଶସ୍ତା ଧାରାବାହିକ ଓ ଫର୍ମୁଲା ଚଳଚ୍ଚିତ୍ରରେ ସୀମିତ ହେଇ ରହିଯାଉଛି। ଅପରପକ୍ଷରେ ଉନ୍ନତମାନର ଓଡ଼ିଆ ଚଳଚ୍ଚିତ୍ର, ଲଘୁ ସଙ୍ଗୀତ ଓ ଧାରାବାହିକ ଅଭାବରେ ଓଡ଼ିଶାର ଦର୍ଶକମାନଙ୍କ ନିକଟରେ ଦିନକୁ ଦିନ ଅନ୍ୟାନ୍ୟ ଭାଷାର ଚଳଚ୍ଚିତ୍ର ଓ ଲଘୁ ସଙ୍ଗୀତର ଚାହିଦା ବୃଦ୍ଧି ପାଇବାରେ ଲାଗିଛି।

ଏ ତ ଗଲା ସାହିତ୍ୟ କଥା। ଭାଷାକୁ ଆସିବା। ଏ ବିଷୟରେ ତର୍ଜମା କଲା ବେଳେ ଓଡ଼ିଆ ଭାଷାର ଭବିଷ୍ୟତ ସେତେ ଉଜ୍ୱଳ ଦେଖାଯାଏ ନାହିଁ। ପୃଥିବୀର ପ୍ରାୟ ୮୨୨ କୋଟି ଲୋକଙ୍କ ଭିତରୁ ଇଂରାଜୀ ଭାଷାଭାଷୀ ମାତ୍ର ୩୯ କୋଟି ବା ୪.୭%। କିନ୍ତୁ ପୃଥିବୀର ପାଖାପାଖି ୧୫୩ କୋଟି ବା ୧୮.୬% ଲୋକ ଇଂରାଜୀ ବ୍ୟବହାର କରନ୍ତି, ଯାହାକି ସର୍ବାଧିକ ବ୍ୟବହୃତ ଭାଷାର ମାନ୍ୟତା ପାଇଚାଲିଛି। ପ୍ରାୟ ୫ କୋଟି ଓଡ଼ିଆ ବିଶ୍ୱ ଜନସଂଖ୍ୟାର ପାଖାପାଖି ୦.୬ ଭାଗ। କିନ୍ତୁ ସେମାନଙ୍କ ମଧ୍ୟରୁ କେବଳ ୮୨ ଭାଗ ଲୋକଙ୍କର ମୁଖ୍ୟ ବ୍ୟବହୃତ ଭାଷା ଓଡ଼ିଆ। ଓଡ଼ିଶା ବାହାରେ ରହୁଥିବା ଖୁବ କମ ଲୋକ ଓଡ଼ିଆ ବୁଝିପାରନ୍ତି।

ଦିନକୁ ଦିନ ଅଣଇଂରାଜୀ ଭାଷାଭାଷୀ ଦେଶ (ଭାରତ, ଚୀନ, ଜର୍ମାନୀ, ନେଦରଲାଣ୍ଡ ସମେତ ଅନ୍ୟ ଏସୀୟ ଓ ଆଫ୍ରିକୀୟ ଦେଶ)ମାନଙ୍କରେ ଇଂରାଜୀ ଭାଷାର ପ୍ରଚାର ପ୍ରସାର ବଢ଼଼ି ଚାଲିଛି। ସମଗ୍ର ବିଶ୍ୱରେ କେବଳ ଇଂରାଜୀ ହିଁ ସାଧାରଣ ଭାବ ବିନିମୟ ଓ ଶିକ୍ଷାର ମାଧ୍ୟମ ହେବାକୁ ବସିଛି। କାରଣ ଇଂରାଜୀ ଭିନ୍ନ ଅନ୍ୟ ଭାଷାରେ ବିଜ୍ଞାନ, ବୈଷୟିକ ଜ୍ଞାନକୌଶଳ ଓ ଏଆଇ(କୃତ୍ରିମ ବୁଦ୍ଧିମତ୍ତା) ବିଷୟରେ ଜ୍ଞାନ ଆହରଣ କରିବା ଏବଂ ବୈଜ୍ଞାନିକ, ଯୁକ୍ତିବାଦୀ ଆଧୁନିକ ମଣିଷର ଭାବାବେଗକୁ ପ୍ରକାଶ କରିବା କଷ୍ଟକର। ସେଥିପାଇଁ ଦୈନନ୍ଦିନ ଜୀବନଚର୍ଯ୍ୟାରେ ଇଂରାଜୀ ଶବ୍ଦ ଓ ଭାଷାର ପ୍ରଚଳନ ଅପରିହାର୍ଯ୍ୟ ହେଇପଡ଼ିଛି।

ଓଡ଼ିଆ ମାଧ୍ୟମରେ ପିଲାମାନେ ଶିକ୍ଷା ଗ୍ରହଣ କରିବାକୁ ଅନିଛୁକ। ଓଡ଼ିଆ ମାଧ୍ୟମରେ ଦଶମ ଯାଏଁ ପଢ଼଼ିଥିବା ଏବେକାର ଅନେକ ଓଡ଼ିଆ ପିଲା ହିନ୍ଦୀ ଓ ସଂସ୍କୃତ ବିଷୟକୁ ତୃତୀୟ ଭାଷା ଭାବେ ନେଇ ପଢ଼଼ନ୍ତି। ଅପରପକ୍ଷରେ ଓଡ଼ିଆ କିମ୍ୱା ଅନ୍ୟ ଭାରତୀୟ ଭାଷା ଠିକ ଭାବେ ପଢ଼଼ି ବା ବୁଝି ପାରୁ ନ ଥିବା ବେଳେ ପ୍ରତ୍ୟେକ କାମ ପାଇଁ କେବଳ ଇଂରାଜୀକୁ ହିଁ ଏକମାତ୍ର ବିକଳ୍ପ ଭାଷା ଭାବେ ବାଛି ନେଇଥିବାର ପ୍ରତ୍ୟକ୍ଷ ଅନୁଭୂତି ଲେଖକର ରହିଛି। ବର୍ତ୍ତମାନ ପିଢ଼ି ସାମ୍ନାରେ ପ୍ରଶ୍ନବାଚୀ – ଯଦି ସେମାନେ ଇଂରାଜୀରେ ମେଲ କରିବେ, ମେସେଜ କରିବେ, ଚାଟିଙ୍ଗ କରିବେ, ପାଠ ପଢ଼଼ିବେ, ସାକ୍ଷାତକାର ଦେବେ, ଅଫିସ କାମ କରିବେ, ମନୋରଞ୍ଜନ ପାଇଁ ଇଂରାଜୀ ଚଳଚ୍ଚିତ୍ର ଦେଖିବେ ତେବେ ଓଡ଼ିଆ ପଢ଼଼ିବେ କାହିଁକି? ଆଉ ବିନା ଭାଷାଜ୍ଞାନରେ ସାହିତ୍ୟର ଗଭୀରତାକୁ ଜଣେ ଛୁଇଁବ କେମିତି?

ଓଡ଼ିଆ ସାହିତ୍ୟର ପାଠକୀୟତା ଓ ଓଡ଼ିଆ ଭାଷାର ଗ୍ରହଣୀୟତାରେ ବୃଦ୍ଧି ନଘଟିଲେ ଏହାର ଆୟୁଷ ବେଶୀ ଦିନ ନୁହେଁ। ଏକଦା ମହାନ ଭାଷାର ମାନ୍ୟତା ପାଇଥିବା ସଂସ୍କୃତର ଅବସ୍ଥା ଏବେ ଯାହା, ସେହି ଅବସ୍ଥା ଭବିଷ୍ୟତରେ ଓଡ଼ିଆ ଭାଷା ଭୋଗିବାକୁ ଯାଉଛି। ତେଣୁ ଏ ସମୟ ଓଡ଼ିଆ ସାହିତ୍ୟର ଆଲୋଚକ, ପ୍ରକାଶକ ଓ ଲେଖକମାନଙ୍କ ପାଇଁ ଏକ ଆହ୍ୱାନର ସମୟ। ନୂତନ ପିଢ଼ିକୁ ଓଡ଼ିଆ ଭାଷା ଓ ସାହିତ୍ୟ ଅନୁରାଗୀ କରାଇବାକୁ ହେଲେ ଯୁବ ପିଢ଼ିର ରୁଚି, ଚିନ୍ତା, ଚେତନା, ସମସ୍ୟା ଓ ଆବଶ୍ୟକତାକୁ ଆଖି ଆଗରେ ରଖି ସଂକ୍ଷିପ୍ତ, ବୋଧଗମ୍ୟ, ସରଳ, ଭାବଗର୍ଭକ ଓ ଯୁଗପୋଯୋଗୀ ସାହିତ୍ୟ କୃତିକୁ ପ୍ରୋତ୍ସାହନ ଦେବା ସହିତ ଭାଷାର ଶବ୍ଦକୋଷରେ ସାମ୍ପ୍ରତିକ ମାନବୀୟ ଭାବର ପ୍ରକାଶଯୋଗ୍ୟ ଯଥେଷ୍ଟ ଶବ୍ଦ ରହିବା ଦରକାର। ସେଥିପାଇଁ ହୀନମନ୍ୟତା, ଗତାନୁଗତିକତା, ରକ୍ଷଣଶୀଳତା ଓ ଗୋଷ୍ଠୀ ପ୍ରତିଯୋଗିତାରୁ ଊର୍ଦ୍ଧ୍ବକୁ ଆସି କାମ କଲେ ହୁଏତ ଓଡ଼ିଆ ଭାଷା ଓ ସାହିତ୍ୟକୁ ଆଗାମୀ ପିଢ଼ି ଯାଏ ବଞ୍ଚିବାରେ ସାହାଯ୍ୟ କରି ହୁଅନ୍ତା।

ମଦନ ମୋହନ ମହାପାତ୍ର
ଭୁବନେଶ୍ୱର, ମୋ:୯୮୯୨୦୦୦୨୨୪

27 Jun 2025 By The Sakala

https://www.thesakala.in/sakala-editorial/sakala-article-27-06-2025-2/article-41365
Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର