ଉଚ୍ଚଶିକ୍ଷାରେ ଅତିଥି

The Sakala Picture
Published On

ଓଡ଼ିଶାରେ ଅଧୁନା ୬୯ଟି ସରକାରୀ ଏବଂ ୧୧୫୦ (୪୮୮ + ୬୬୨) ବେସରକାରୀ ମହାବିଦ୍ୟାଳୟ ସ୍ଥାପନ ହୋଇ ପ୍ରାୟ ସାଢ଼େ ଚାରି କୋଟି ଓଡ଼ିଆଙ୍କ ଲକ୍ଷ ଲକ୍ଷ ଭବିଷ୍ୟତ ଦାୟାଦମାନଙ୍କ ଉଚ୍ଚଶିକ୍ଷା ପାଇଁ ନିରନ୍ତର ସୁଯୋଗ ସୃଷ୍ଟି କରିଆସୁଛନ୍ତି। ସରକାରୀ ଓ ଅନୁଦାନ ପ୍ରାପ୍ତ ଶିକ୍ଷାନୁଷ୍ଠାନମାନେ ସମ୍ପୂର୍ଣ ସକ୍ଷମ ନହେବା ଅଭିଯୋଗ ଆଧାରରେ ଘରୋଇ ଉଦ୍ୟୋଗୀମାନଙ୍କ ସେଲ୍ଫ ଫାଇନାନସିଂ କଲେଜର ଆବଶ୍ୟକତା ହୃଦୟଙ୍ଗମ କରି ସରକାର ସେମାନଙ୍କୁ ମଧ୍ୟ ଶିକ୍ଷାଦାନ ପାଇଁ ଅନୁମତି ଦେଇଛନ୍ତି। ୨୦୨୧ ମସିହାରେ […]

ଓଡ଼ିଶାରେ ଅଧୁନା ୬୯ଟି ସରକାରୀ ଏବଂ ୧୧୫୦ (୪୮୮ + ୬୬୨) ବେସରକାରୀ ମହାବିଦ୍ୟାଳୟ ସ୍ଥାପନ ହୋଇ ପ୍ରାୟ ସାଢ଼େ ଚାରି କୋଟି ଓଡ଼ିଆଙ୍କ ଲକ୍ଷ ଲକ୍ଷ ଭବିଷ୍ୟତ ଦାୟାଦମାନଙ୍କ ଉଚ୍ଚଶିକ୍ଷା ପାଇଁ ନିରନ୍ତର ସୁଯୋଗ ସୃଷ୍ଟି କରିଆସୁଛନ୍ତି। ସରକାରୀ ଓ ଅନୁଦାନ ପ୍ରାପ୍ତ ଶିକ୍ଷାନୁଷ୍ଠାନମାନେ ସମ୍ପୂର୍ଣ ସକ୍ଷମ ନହେବା ଅଭିଯୋଗ ଆଧାରରେ ଘରୋଇ ଉଦ୍ୟୋଗୀମାନଙ୍କ ସେଲ୍ଫ ଫାଇନାନସିଂ କଲେଜର ଆବଶ୍ୟକତା ହୃଦୟଙ୍ଗମ କରି ସରକାର ସେମାନଙ୍କୁ ମଧ୍ୟ ଶିକ୍ଷାଦାନ ପାଇଁ ଅନୁମତି ଦେଇଛନ୍ତି।

୨୦୨୧ ମସିହାରେ ରାଜ୍ୟ ଉଚ୍ଚଶିକ୍ଷା ବିଭାଗ ପ୍ରକାଶିତ ସୂଚନା ଅନୁସାରେ ପ୍ରତି ୧ ଲକ୍ଷ ଜନସଂଖ୍ୟାରେ ୨୪ ଗୋଟି ମହାବିଦ୍ୟାଳୟ ଶିକ୍ଷା ସେବାରେ ନିୟୋଜିତ ଅଛନ୍ତି। ସମସ୍ତ ସରକାରୀ ମହାବିଦ୍ୟାଳୟରେ ଅନୁମୋଦିତ ଶିକ୍ଷକ ସଂଖ୍ୟା ପ୍ରାୟ ୨୩୧୦। ଗତବର୍ଷ ଉଚ୍ଚଶିକ୍ଷା ବିଭାଗର ଉଦ୍ୟମକ୍ରମେ ଅପେକ୍ଷାକୃତ ଅନୁନ୍ନତ ଅଞ୍ଚଳରେ ପ୍ରାୟ ୧୮ ଟି ସରକାରୀ ମହାବିଦ୍ୟାଳୟ ନୂତନ ଭାବେ ଖୋଲି ଶିକ୍ଷାଦାନ ଆରମ୍ଭ କରିଛନ୍ତି। ଉକ୍ତ ମହାବିଦ୍ୟାଳୟଗୁଡ଼ିକରେ ଅନୁମୋଦିତ ପଦବୀ ନଥିବାରୁ ଜଣେ ଭାରପ୍ରାପ୍ତ ଅଧ୍ୟକ୍ଷଙ୍କ ସହିତ ଚାରି ଜଣ ଅତିଥି ଅଧ୍ୟାପକଙ୍କୁ ନେଇ ଶିକ୍ଷାଦାନ ପ୍ରକ୍ରିୟା ଜାରି ରଖିବାକୁ ନିର୍ଦ୍ଦଶେ ଦିଆଯାଇଛି।

ସରକାରୀ ମହାବିଦ୍ୟାଳୟଗୁଡ଼ିକରେ ଆନୁମାନିକ ୧୮୦୦ କାର୍ଯ୍ୟରତ ଅଧ୍ୟାପକ/ଅଧ୍ୟାପିକା ଥିବା ବେଳେ ପ୍ରାୟ ୧୨୦ ଅସ୍ଥାୟୀ ଶିକ୍ଷକ ୨୦୧୪ ମସିହାରୁ ନିୟୋଜିତ ଅଛନ୍ତି। ସେହିପରି ଅନୁଦାନପ୍ରାପ୍ତ ମହାବିଦ୍ୟାଳୟମାନଙ୍କରେ ଆନୁମାନିକ ୬୪୯୯ ଅନୁମୋଦିତ ପଦବୀ ଥିବା ବେଳେ ପ୍ରାୟ ୧୫୦୦ ପଦବୀ ଖାଲି ପଡ଼ିଥିବା ସୂଚନା ମିଳିଛି। ଏହି ଅନୁଷ୍ଠାନମାନଙ୍କରେ ବିବିଧ ଶିକ୍ଷକଙ୍କ ସମସ୍ୟା ସାଧାରଣ ଜନତାଙ୍କ ପକ୍ଷେ ବୁଝିବା କଷ୍ଟକର। ଉଚ୍ଚଶିକ୍ଷା ବିଭାଗ ଅଧୀନରେ ଅଧିକାଂଶ ମହାବିଦ୍ୟାଳୟରେ ଭାରପ୍ରାପ୍ତ ବା କାମଚଳା ଅଧ୍ୟକ୍ଷ ଦ୍ବାରା କାର୍ଯ୍ୟ ଚାଲିଛି। ପ୍ରତିବର୍ଷ ସରକାରୀ ମହାବିଦ୍ୟାଳୟରୁ ଅନ୍ୟୂନ ୧୦୦ ଶିକ୍ଷକ ଅବସର ଗ୍ରହଣ କରୁଥିବା ବେଳେ ଅନୁଦାନପ୍ରାପ୍ତ ଶିକ୍ଷାନୁଷ୍ଠାନରୁ ହାରାହାରି ୨୫୦-୩୦୦ ଶିକ୍ଷକ ଅବସର ଗ୍ରହଣ କରୁଛନ୍ତି। ତେଣୁ ଜାତୀୟ ଶିକ୍ଷାନୀତି ୨୦୨୦ କେବଳ ଅତିଥି ଅଧ୍ୟାପକଙ୍କ ଉପରେ ଭରସା କରି ଆଗେଇ ଚାଲିଛି। ଅଣଶିକ୍ଷକ ପଦବୀ ଶୂନ୍ୟତା ବିଭିନ୍ନ ବର୍ଗର ମହାବିଦ୍ୟାଳୟମାନଙ୍କରେ ସମ୍ପୂର୍ଣ୍ଣ ବାରି ହୋଇପଡ଼େ। ସରକାରୀ ଓ ବେସରକାରୀ ମହାବିଦ୍ୟାଳୟରେ ଶିକ୍ଷକ ଚୟନ ଓ ପଦବୀ ପୂରଣ ବିଭିନ୍ନ ପରୀକ୍ଷା ମାଧ୍ୟମରେ ହେଉଥିବା ବେଳେ ଏହି ପ୍ରକ୍ରିୟା ସମୟସାପେକ୍ଷ। ସରକାରଙ୍କ ଦ୍ବାରା ପରିଚାଳିତ ୨୦ଟି ବିଶ୍ବବିଦ୍ୟାଳୟରେ ଶିକ୍ଷକ ମରୁଡ଼ି ଅନୁଭୂତ।

ପଦବୀ ପୂରଣ ନହୋଇ ପାରିବା ସ୍ଥିତିରେ ସରକାରୀ ଓ ଅନୁଦାନପ୍ରାପ୍ତ ମହାବିଦ୍ୟାଳୟଗୁଡ଼ିକର ଯୁକ୍ତ ଦୁଇ, ଯୁକ୍ତ ତିନି ଓ ସ୍ନାତକୋତ୍ତର ଶ୍ରେଣୀମାନଙ୍କରେ ଶିକ୍ଷାଦାନ ପାଇଁ ବିଶେଷ ଅବଦାନ ଥାଏ ଅତିଥି ଅଧ୍ୟାପକ/ଅଧ୍ୟାପିକାମାନଙ୍କର। ଅଧିକାଂଶ ସରକାରୀ ଓ କିଛି ଅନୁଦାନପ୍ରାପ୍ତ ମହାବିଦ୍ୟାଳୟରେ ପ୍ରାୟ ଦୁଇ/ତିନି ବର୍ଷ ହେବ ସ୍ନାତକୋତ୍ତର ପାଠ୍ୟକ୍ରମ ଖୋଲା ଯାଇଛି, ଯାହା ଅତିଥି ଅଧ୍ୟାପକ ପରିଚାଳନା କରନ୍ତି। ସରକାରୀ ନିୟମ ଅନୁସାରେ, ସ୍ନାତକୋତ୍ତର ଶ୍ରେଣୀରେ ଅଧ୍ୟାପକ ପଦବୀ ପାଇଁ ସ୍ନାତକୋତ୍ତରରେ ୫୫% ନମ୍ବର ସହ ପିଏଚ୍‌ଡି କିମ୍ବା ନେଟ ଉତ୍ତୀର୍ଣ୍ଣ ସର୍ବନିମ୍ନ ଯୋଗ୍ୟତା ହୋଇଥିବା ବେଳେ ସମାନ ଦକ୍ଷତାଧାରୀ ବ୍ୟକ୍ତିବିଶେଷ ସରକାରୀ କଲେଜରେ ଅତିଥି ଅଧ୍ୟାପକ ହୋଇଥା’ନ୍ତି। ସରକାରୀ ମହାବିଦ୍ୟାଳୟ ଅଧ୍ୟାପକଙ୍କୁ ଓଡ଼ିଶା ଲୋକସେବା ଆୟୋଗ ଚୟନ କରୁଥିବା ବେଳେ ଅନୁଦାନପ୍ରାପ୍ତ ମହାବିଦ୍ୟାଳୟ ଅଧ୍ୟାପକମାନେ ଷ୍ଟେଟ ସିଲେକସନ ବୋର୍ଡ (ଏସଏସବି) କିମ୍ବା ମହାବିଦ୍ୟାଳୟ ପରିଚାଳନା କମିଟି ଦ୍ବାରା ଚୟନ ହୁଅନ୍ତି।

ଆଜକୁ ପ୍ରାୟ ୨୦-୨୨ ବର୍ଷ ହେଲା ଅତିଥି ଅଧ୍ୟାପକ ବିଭିନ୍ନ ବର୍ଗର ମହାବିଦ୍ୟାଳୟମାନଙ୍କରେ ନିୟମିତ ଶ୍ରେଣୀ ଶିକ୍ଷାଦାନ ପ୍ରକ୍ରିୟାରେ ସକ୍ରିୟ ଭାବେ ଲିପ୍ତ ଅଛନ୍ତି। କ୍ରମାଗତ ଭାବେ ପ୍ରତିଯୋଗିତା ବୃଦ୍ଧି ପାଉଥିବା ବେଳେ ସମସ୍ତ ଅତିଥି ଅଧ୍ୟାପକ ପ୍ରାର୍ଥୀମାନେ ଅତ୍ୟନ୍ତ ମେଧାବୀ ହୋଇ ଏମ୍‌ଫିଲ୍‌, ପିଏଚଡି ଭଳି ଉଚ୍ଚ ଉପାଧିର ଅଧିକାରୀ ହେବା ସହିତ ‘ନେଟ, ସିଏସଆଇଆର(ଜେଆରଏଫ) କିମ୍ବା ଗେଟ ପରି ଜାତୀୟସ୍ତରୀୟ ମାନ ନିର୍ଦ୍ଧାରକ ପରୀକ୍ଷାରେ କୃତକାର୍ଯ୍ୟ। ଏମିତିକି ଜଣେ ଜଣେ ଉପରୋକ୍ତ କଷ୍ଟସାଧ୍ୟ ପରୀକ୍ଷା କ୍ରମାନ୍ୱୟରେ ତିନିରୁ ପାଞ୍ଚଥର ଉତ୍ତୀର୍ଣ୍ଣ ହୋଇ ପ୍ରମାଣପତ୍ର ସହିତ ଅତିଥି ଅଧ୍ୟାପକ ସାକ୍ଷାତକାର ପାଇଁ ପହଞ୍ଚିଥା’ନ୍ତି। ତେଣୁ ଅନୁମାନ କରାଯାଇପାରେ, ଯୁବ ପିଢ଼ି ଅଧ୍ୟାପନା ପାଇଁ କେଉଭଳି ଭାବେ ନିଜକୁ ପ୍ରସ୍ତୁତ କରି ରଖିଛନ୍ତି। କିନ୍ତୁ ମହାବିଦ୍ୟାଳୟମାନଙ୍କରେ ସେମାନଙ୍କ ପାଇଁ ସୁଯୋଗ ସୃଷ୍ଟି ହୋଇ ପଦବୀ ଖାଲି ପଡ଼ୁଛି।

ଅତିଥି ଅଧ୍ୟାପକ ଚୟନ ନିୟମିତ ସରକାରୀ ମହାବିଦ୍ୟାଳୟରେ ଅନୁଷ୍ଠିତ ହେଉଥିବା ବେଳେ ଅନୁଦାନପ୍ରାପ୍ତ ମହାବିଦ୍ୟାଳୟରେ ହୋଇ ନଥାଏ। ବରଂ ସେଠାରେ ପରିଚାଳନା ସମିତି ମାଧ୍ୟମରେ ନିର୍ଦ୍ଦିଷ୍ଟ ପ୍ରାର୍ଥୀ କାର୍ଯ୍ୟ କରିଥା’ନ୍ତି। ସରକାରୀ ମହାବିଦ୍ୟାଳୟରେ ପ୍ରାପ୍ୟ ବେସରକାରୀ ଅପେକ୍ଷା ଅଧିକ ଓ ଅନୁମୋଦିତ ହାରରେ ନିୟମିତ ମିଳୁଥିବାରୁ ସମସ୍ତଙ୍କର ପ୍ରଥମ ପସନ୍ଦ ସରକାରୀ ମହାବିଦ୍ୟାଳୟ ହୋଇଥାଏ। ଅନୁଦାନପ୍ରାପ୍ତ ଅନୁଷ୍ଠାନରେ ଏହାର ଘୋର ବ୍ୟତିକ୍ରମ ଦେଖିବାକୁ ମିଳେ। ବେସରକାରୀ ସେଲ୍‌ଫ ଫାଇନାନସିଂ ମହାବିଦ୍ୟାଳୟରେ ଅଧ୍ୟାପକଙ୍କ ପାଉଣା କଥା ଉଲ୍ଲେଖ ନକରିବା ଭଲ। ନବେ ଦଶକରେ ସରକାରୀ ମହାବିଦ୍ୟାଳୟରେ ଯୁକ୍ତ ଦୁଇ ଶ୍ରେଣୀ ପାଇଁ କ୍ଲାସ ପିଛା ୧୨୫ ଟଙ୍କା ଅତିଥି ଅଧ୍ୟାପକଙ୍କୁ ମିଳୁଥିବା ବେଳେ ଯୁକ୍ତ ତିନି ଶ୍ରେଣୀରେ ୨୦୦ ଟଙ୍କା ମିଳୁଥିଲା। ବର୍ତ୍ତମାନ ଏହା କ୍ଲାସ ପିଛା ୪୦୦ ଟଙ୍କା ଓ ୫୦୦ ଟଙ୍କାରେ ପହଞ୍ଚି ଥିବା ବେଳେ ସର୍ବାଧିକ ୫୦ଟି କ୍ଲାସ ପାଇଁ ୨୦, ୦୦୦ କିମ୍ବା ୨୫,୦୦୦ ଟଙ୍କାରେ ସୀମିତ। ସ୍ନାତକୋତ୍ତର ଶ୍ରେଣୀରେ ନିୟୋଜିତ ଅଧ୍ୟାପକମାନଙ୍କୁ କ୍ଲାସ ପିଛା ୧୦୦୦ ଟଙ୍କା ମିଳୁଥିବା ବେଳେ ୫୦ ଟି ସର୍ବାଧିକ କ୍ଲାସ ସହିତ ୫୦,୦୦୦ ଟଙ୍କା ଧାର୍ଯ୍ୟ ହୋଇଛି। ସରକାରୀ ମହାବିଦ୍ୟାଳୟଗୁଡ଼ିକରେ ଅତିଥି ଅଧ୍ୟାପକଙ୍କ ନିମନ୍ତେ ସରକାର ବାର୍ଷିକ ୨୫-୩୦ କୋଟି ଟଙ୍କା ବ୍ୟୟ ବରାଦ କରିଥିବା ସୂଚନା ମିଳିଛି।

ସୁଯୋଗ୍ୟ ଓ ଉଚ୍ଚ ଡିଗ୍ରୀ ଧାରୀ ଏହି ଅତିଥି ଅଧ୍ୟାପକମାନେ ସମାନ ଯୋଗ୍ୟତା ଥାଇ ମଧ୍ୟ ନିୟମିତ ଅଧ୍ୟାପକଙ୍କଠାରୁ ଢେର କମ ଦରମା ପାଇବା ବେଳେ ସେମାନଙ୍କ ପାଇଁ ଭାରତୀୟ ସମ୍ବିଧାନରେ କୁହାଯାଇଥିବା ‘ସମାନ କାମକୁ ସମାନ ଦରମା’ ଅପ୍ରାସଙ୍ଗିକ ମନେ ହୁଏ। ସରକାରୀ ମହାବିଦ୍ୟାଳୟରେ କାର୍ଯ୍ୟ ଆରମ୍ଭ କରୁଥିବା ନିୟମିତ ଅଧ୍ୟାପକ ପ୍ରାୟ ୮୩,୦୦୦ ଟଙ୍କା କିମ୍ବା ଅନୁଦାନପ୍ରାପ୍ତ କଲେଜରେ ଏସ୍ଏସ୍‌ସି ଦ୍ବାରା ଚୟନ ଅଧ୍ୟାପକ ୬୯,୦୦୦ ଟଙ୍କା ମାସିକ ଦରମା ପାଉଥିବା ବେଳେ ଅତିଥି ଅଧ୍ୟାପକମାନେ ଏହାର ଚାରି ଭାଗରୁ ଭାଗେ ପାଇ ସନ୍ତୁଷ୍ଟ ହେବାକୁ ପଡ଼େ। ସରକାର ଏତେ ସଂଖ୍ୟକ ଖାଲି ପଦବିକୁ ତ୍ବରିତ ଓ ନିୟମିତ ପୂରଣ କରି ପାରିଲେ ଭବିଷ୍ୟତ ପିଢ଼ି ସ୍ୱାଚ୍ଛନ୍ଦ୍ୟରେ ରହି ସଂକଳ୍ପ ସହିତ ଅଧ୍ୟାପନା ଓ ଗବେଷଣାରେ ମନୋନିବେଶ କରିପାରନ୍ତେ। କିନ୍ତୁ ଚତୁର ଅର୍ଥନୀତିଜ୍ଞମାନେ ଜଣେ ନିୟମିତ ଅଧ୍ୟାପକଙ୍କ ସ୍ଥାନରେ ତିନି/ଚାରି ଜଣ ଅତିଥି ଅଧ୍ୟାପକଙ୍କୁ ନିୟୋଜିତ କରାଇ ସରକାରୀ ତହବିଲ ଉପରେ ବୋଝ ହାଲ୍‌କା କରି ସରକାରଙ୍କଠାରୁ ବାହାବା ନିଅନ୍ତି।

ସେହିପରି, ଅଣଶିକ୍ଷକ ପଦବୀରେ ମଧ୍ୟ ଅତିଥିଙ୍କ କଥା ନକହିଲେ ଭଲ। ଅଧିକାଂଶ କଲେଜରେ କିରାଣୀ, ଗ୍ରନ୍ଥାଗାରିକ, ପରୀକ୍ଷାଗାର ସହାୟକ, ଚତୁର୍ଥ ଶ୍ରେଣୀ କର୍ମଚାରୀ, ସଫେଇ କର୍ମଚାରୀ, ରାତ୍ରି ଜଗୁଆଳ, ଇତ୍ୟାଦି ନଥିବା ହେତୁ ନିୟମିତ କର୍ମଚାରୀ ସ୍ଥାନରେ ସରକାର ବାହ୍ୟ ସଂସ୍ଥା ଦ୍ବାରା ଠିକା କର୍ମଚାରୀ ବା ଅତିଥି ନିୟୋଜିତ କରିଛନ୍ତି। ସେମାନେ ଦୈନିକ ଧାର୍ଯ୍ୟ ଅନୁସାରେ ପାରିଶ୍ରମିକ ନେଇଥା’ନ୍ତି, ଯାହା ମାସିକ ସର୍ବମୋଟ ୧୦,୦୦୦ ରୁ ୧୫,୦୦୦ (ବରିଷ୍ଠତା ଅନୁଯାୟୀ)ରେ ସୀମିତ। ଏପରି କର୍ମଚାରୀ ମହାବିଦ୍ୟାଳୟରେ କାର୍ଯ୍ୟ ପରିଚାଳନାରେ ପ୍ରମୁଖ ଭୂମିକା ଗ୍ରହଣ କରନ୍ତି ଯାହାକୁ ‘ଜୀବନ ରେଖା’ ଆଖ୍ୟା ଦିଆଯାଇପାରେ।

ଅତିଥି ଅଧ୍ୟାପକଙ୍କର କୌଣସି ସଂଘ ଗଠନ ନହୋଇ ସେମାନଙ୍କ ସମସ୍ୟା ସରକାରଙ୍କ ବିଚାର ପାଇଁ ଉପସ୍ଥାପିତ ହୋଇପାରେ ନାହିଁ। ଅଣଶିକ୍ଷକ କର୍ମଚାରୀ ଇତିମଧ୍ୟରେ ପରିଣତ ବୟସ ଅତିକ୍ରମ କରିବାକୁ ବସିଲେଣି। ସରକାର ପରେ ସରକାର ବଦଳୁଛନ୍ତି କିନ୍ତୁ ଅତିଥି ଅଧ୍ୟାପକ ଓ ଅତିଥି କର୍ମଚାରୀମାନଙ୍କର ସ୍ୱପ୍ନ ଅଧୁରା ରହିଯାଇଛି

ଶ୍ରୀମତୀ ଗାୟତ୍ରୀ କର
ଭୁବନେଶ୍ବର, ମୋ: ୯୪୩୭୧୩୪୨୩୦

27 May 2025 By The Sakala

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର