ଦିଲ୍ଲୀରେ କକ୍‌ରୋଚ୍ ଜନତା ପାର୍ଟିର ବିକ୍ଷୋଭ: ସୋନମ ୱାଙ୍ଗଚୁକ୍‌ଙ୍କ ସ୍ୱାସ୍ଥ୍ୟାବସ୍ଥା ବିଗିଡ଼ିବା ପରେ ଅନଶନ ଭାଙ୍ଗିବାକୁ ମହୁଆ ମୋଇତ୍ରା ଓ ବିରୋଧୀଙ୍କ ନିବେଦନ

Suryakanta Picture
Published On

ଦିଲ୍ଲୀର ଯନ୍ତରମନ୍ତର ଠାରେ ଛାତ୍ରଛାତ୍ରୀ ଏବଂ ଯୁବଗୋଷ୍ଠୀଙ୍କ ସମସ୍ୟାକୁ ନେଇ ଗଠିତ କକ୍‌ରୋଚ୍ ଜନତା ପାର୍ଟି (CJP) ର ବିକ୍ଷୋଭ ଲଗାତାର ଜାରି ରହିଛି। ବିଶେଷକରି ନିଟ୍ (NEET) ପରୀକ୍ଷା ଅନିୟମିତତାକୁ ନେଇ କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଙ୍କ ଇସ୍ତଫା ଦାବି କରି ଏହି ଆନ୍ଦୋଳନ କରାଯାଉଛି। ଏହି ବିକ୍ଷୋଭରେ ସାମିଲ ହୋଇଥିବା ପ୍ରସିଦ୍ଧ ପରିବେଶବିତ୍ ତଥା ଶିକ୍ଷାବିତ୍ ସୋନମ ୱାଙ୍ଗଚୁକ୍ ଙ୍କ ଆମରଣ ଅନଶନ ମଙ୍ଗଳବାର ୧୭ଶ ଦିନ ରେ ପହଞ୍ଚିଛି। ତାଙ୍କ ସ୍ୱାସ୍ଥ୍ୟାବସ୍ଥା ଦ୍ରୁତଗତିରେ ବିଗିଡ଼ିବାରେ ଲାଗିଥିବାରୁ ବିଭିନ୍ନ ରାଜନୈତିକ ଦଳର ନେତା, ଅଭିନେତା ଏବଂ ସାମାଜିକ କର୍ମୀ ତାଙ୍କୁ ଅନଶନ ପ୍ରତ୍ୟାହାର କରିବାକୁ ନିବେଦନ କରିଛନ୍ତି।

ଆହୁରି ପଢ଼ନ୍ତୁ: ହରିୟାଣାର ଯମୁନା ନଦୀରେ ଓଲଟିଲା ସେନା ଡଙ୍ଗା: ୨ ସ୍ପେଶାଲ ଫୋର୍ସ ଯବାନ ନିଖୋଜ

ସୋନମ ୱାଙ୍ଗଚୁକ୍‌ଙ୍କ ସ୍ୱାସ୍ଥ୍ୟାବସ୍ଥା ନେଇ ଉଦ୍‌ବେଗ

ଅନଶନ କାରଣରୁ ସୋନମ ୱାଙ୍ଗଚୁକ୍ ଙ୍କ ଓଜନ ପ୍ରାୟ ୮.୨ କିଲୋଗ୍ରାମ ହ୍ରାସ ପାଇଥିବା ବେଳେ ତାଙ୍କର ରକ୍ତଚାପ ୧୦୭/୭୦ ଏବଂ ରକ୍ତ ଶର୍କରା ସ୍ତର ୬୭ କୁ ଖସି ଆସିଛି। କକ୍‌ରୋଚ୍ ଜନତା ପାର୍ଟି ର ପ୍ରତିଷ୍ଠାତା ଅଭିଜିତ୍ ଦିପ୍‌କେ ଏକ ସୋସିଆଲ ମିଡିଆ ପୋଷ୍ଟ ମାଧ୍ୟମରେ ସୂଚନା ଦେଇଛନ୍ତି ଯେ, ୱାଙ୍ଗଚୁକ୍ ତୀବ୍ର ଶାରୀରିକ ଯନ୍ତ୍ରଣା ଭୋଗୁଛନ୍ତି ଏବଂ ତାଙ୍କର ମାଂସପେଶୀ ଦୁର୍ବଳ ହେବାରେ ଲାଗିଛି। ଅଭିଜିତ୍ ତାଙ୍କୁ ଅନଶନରୁ ଓହରିଯିବାକୁ ଅନୁରୋଧ କରିଥିଲେ ହେଁ, ୱାଙ୍ଗଚୁକ୍ ଏହାକୁ ପ୍ରତ୍ୟାଖ୍ୟାନ କରି କହିଛନ୍ତି ଯେ ସରକାର ଏହି ପ୍ରସଙ୍ଗରେ ଆଲୋଚନା ପାଇଁ କାହିଁକି ଆଗେଇ ଆସୁନାହାନ୍ତି ତାହା ସମସ୍ତେ ପଚାରିବା ଦରକାର। ମାନବ ଜୀବନ ବିପଦରେ ଥିବାରୁ ଏହାକୁ ଅହଂକାରର ଲଢ଼େଇ ନକରିବାକୁ ଅଭିଜିତ୍ କେନ୍ଦ୍ର ସରକାରଙ୍କୁ ଅନୁରୋଧ କରିଛନ୍ତି।

ଆହୁରି ପଢ଼ନ୍ତୁ: ନେପାଳକୁ ପ୍ରତି ବିପଦର ଆଗୁଆ ସୂଚନା ଦେବ ଚୀନ୍!

ମହୁଆ ମୋଇତ୍ରା ଓ ବିରୋଧୀଙ୍କ ସମର୍ଥନ

ତୃଣମୂଳ କଂଗ୍ରେସ (TMC) ସାଂସଦ ମହୁଆ ମୋଇତ୍ରା ଏହି ବିକ୍ଷୋଭସ୍ଥଳରେ ପହଞ୍ଚି ପ୍ରତିବାଦକାରୀଙ୍କୁ ଉତ୍ସାହିତ କରିବା ସହ ସୋନମ ୱାଙ୍ଗଚୁକ୍ ଙ୍କୁ ଅନଶନ ପ୍ରତ୍ୟାହାର କରିବାକୁ ଅନୁରୋଧ କରିଛନ୍ତି। ସେ ତାଙ୍କ ପୋଷ୍ଟରେ ଲେଖିଛନ୍ତି ଯେ, ଆପଣଙ୍କ ଏହି ଉଦ୍ୟମ ଦେଶର ଯୁବଗୋଷ୍ଠୀଙ୍କୁ ନ୍ୟାୟ ପାଇଁ ଏକାଠି କରିବାରେ ସଫଳ ହୋଇଛି। ସରକାର ଆପଣଙ୍କ ଜୀବନକୁ ଗୁରୁତ୍ୱ ଦିଅନ୍ତୁ କିମ୍ବା ନଦିଅନ୍ତୁ, କିନ୍ତୁ ଆମ ପାଇଁ ଆପଣଙ୍କ ଜୀବନ ଅମୂଲ୍ୟ ବୋଲି ସେ ପ୍ରକାଶ କରିଛନ୍ତି।

ଆହୁରି ପଢ଼ନ୍ତୁ: ୩୬,୦୦୦ ଫୁଟ ଉଚ୍ଚରେ ଏୟାର ଇଣ୍ଡିଆ ବିମାନରେ ଯାନ୍ତ୍ରିକ ତ୍ରୁଟି: କିଛି ସେକେଣ୍ଡରେ ଫେଲ୍ ମାରିଲା ସମସ୍ତ ହାଇଡ୍ରୋଲିକ୍ସ, ୨୪ ଆହତ

ଅନ୍ୟପକ୍ଷରେ ଶିବସେନା (ଉଦ୍ଧବ ଗୋଷ୍ଠୀ) ମୁଖ୍ୟ ଉଦ୍ଧବ ଠାକରେ ମଧ୍ୟ ଏହି ଆନ୍ଦୋଳନକୁ ପୂର୍ଣ୍ଣ ସମର୍ଥନ ଜଣାଇଛନ୍ତି। ସେ ଆସନ୍ତା ଜୁଲାଇ ୨୦ ତାରିଖରେ ଦିଲ୍ଲୀ ଯାଇ ବିକ୍ଷୋଭକାରୀଙ୍କୁ ଭେଟିବାର କାର୍ଯ୍ୟକ୍ରମ ରହିଛି ଏବଂ କଂଗ୍ରେସ ନେତା ରାହୁଲ ଗାନ୍ଧୀ ଙ୍କୁ ମଧ୍ୟ ଏହି ଆନ୍ଦୋଳନରେ ସାମିଲ ହେବାକୁ ସେ ଆହ୍ୱାନ ଦେଇଛନ୍ତି। ନିଟ୍ ପରୀକ୍ଷା ପ୍ରସଙ୍ଗରେ ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଙ୍କ ଇସ୍ତଫା ଦାବି କରି ଦେଶବ୍ୟାପୀ ବିକ୍ଷୋଭ କରିବାକୁ ସେ ବିଭିନ୍ନ ଦଳଗୁଡ଼ିକୁ ନିବେଦନ କରିଛନ୍ତି।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର