ପରିସଂସ୍ଥୀୟ ପାଦଚିହ୍ନ ଓ ସ୍ଥାୟୀ ବିକାଶ

The Sakala Picture
Published On

ପ୍ରକୃତିର ସମ୍ପଦକୁ ଆଧୁନିକ ମଣିଷ ଆଦିମ ମଣିଷ ତୁଳନାରେ ଏବଂ ସହରାଞ୍ଚଳର ମଣିଷ ଗ୍ରାମାଞ୍ଚଳର ମଣିଷ ତୁଳନାରେ ଅଧିକ ବ୍ୟବହାର କରେ। ସେହିପରି ବିକଶିତ ଦେଶଗୁଡ଼ିକର ମୁଣ୍ଡପିଛା ପ୍ରାକୃତିକ ସମ୍ପଦ ବ୍ୟବହାର ଅନୁନ୍ନତ ଓ ବିକାଶଶୀଳ ଦେଶମାନଙ୍କ ତୁଳନାରେ ଅଧିକ। ଏହାକୁ ପରିସଂସ୍ଥୀୟ ବା ପରିବେଶଗତ ପାଦଚିହ୍ନ ବା ଅଙ୍ଗାର ପଦଚିହ୍ନ କୁହାଯାଏ। ଯେତେବେଳେ ‘ଧରିତ୍ରୀ’ର ସମ୍ପଦ ଅତ୍ୟଧିକ ବ୍ୟବହାର କରାଯାଏ, ଏହାକୁ ପରିବେଶଗତ କରଜ କିମ୍ୱା ‘ଧରିତ୍ରୀ ସୀମା ଲଙ୍ଘନ ଦିବସ’(ଆର୍ଥ ଓଭରସୁଟ୍‌‌ ଡେ) କୁହାଯାଏ। […]

ପ୍ରକୃତିର ସମ୍ପଦକୁ ଆଧୁନିକ ମଣିଷ ଆଦିମ ମଣିଷ ତୁଳନାରେ ଏବଂ ସହରାଞ୍ଚଳର ମଣିଷ ଗ୍ରାମାଞ୍ଚଳର ମଣିଷ ତୁଳନାରେ ଅଧିକ ବ୍ୟବହାର କରେ। ସେହିପରି ବିକଶିତ ଦେଶଗୁଡ଼ିକର ମୁଣ୍ଡପିଛା ପ୍ରାକୃତିକ ସମ୍ପଦ ବ୍ୟବହାର ଅନୁନ୍ନତ ଓ ବିକାଶଶୀଳ ଦେଶମାନଙ୍କ ତୁଳନାରେ ଅଧିକ। ଏହାକୁ ପରିସଂସ୍ଥୀୟ ବା ପରିବେଶଗତ ପାଦଚିହ୍ନ ବା ଅଙ୍ଗାର ପଦଚିହ୍ନ କୁହାଯାଏ। ଯେତେବେଳେ ‘ଧରିତ୍ରୀ’ର ସମ୍ପଦ ଅତ୍ୟଧିକ ବ୍ୟବହାର କରାଯାଏ, ଏହାକୁ ପରିବେଶଗତ କରଜ କିମ୍ୱା ‘ଧରିତ୍ରୀ ସୀମା ଲଙ୍ଘନ ଦିବସ’(ଆର୍ଥ ଓଭରସୁଟ୍‌‌ ଡେ) କୁହାଯାଏ। ଆର୍ଥ ଓଭରସୁଟ୍‌‌ ଡେ ସେହି ତାରିଖକୁ ଚିହ୍ନିତ କରେ ଯେତେବେଳେ ଏକ ନିର୍ଦ୍ଦିଷ୍ଟ ବର୍ଷରେ ପ୍ରାକୃତିକ ସମ୍ପଦ ଓ ସେବା ପାଇଁ ମଣିଷର ଚାହିଦାସେହି ବର୍ଷରେ ଧରିତ୍ରୀର ପରିସଂସ୍ଥାର ପୁନରୁତ୍ପତ୍ତିଠାରୁ ଅଧିକ ହୋଇଯାଏ। ୧୯୭୧ ମସିହାରୁ ‘ଧରିତ୍ରୀ ସୀମା ଲଙ୍ଘନ ଦିବସ’ ଗଣନା କରାଯାଉଛି। ୧୯୭୧ରେ ଏହି ଦିବସ ଡିସେମ୍ୱର ୨୫ ତାରିଖ ଥିବା ବେଳେ ତାହା କ୍ରମାଗତ ହ୍ରାସ ପାଇ ୧୯୮୧ରେ ନଭେମ୍ୱର ୨୦, ୧୯୯୧ରେ ଅକ୍ଟୋବର ୨୦, ୨୦୦୧ରେ ସେପ୍ଟେମ୍ୱର ୧୩, ୨୦୧୧ରେ ଅଗଷ୍ଟ ୬, ୨୦୨୧ରେ ଅଗଷ୍ଟ ୩, ୨୦୨୪ରେ ଅଗଷ୍ଟ ୧ରେ ପହଞ୍ଚିଛି। ଭାରତ ପାଇଁ ଏହା ୨୦୨୪ରେ ଅଗଷ୍ଟ ୧, ଜାପାନ ପାଇଁ ମେ’ ୩୦, ଚୀନ ପାଇଁ ୧୨ ଜୁନ୍‌‌, ନେପାଳ ପାଇଁ ଅଗଷ୍ଟ ୩। ଏହାର ଅର୍ଥ, ସାମୂହିକ ଭାବରେ, ମଣିଷ ବା ମାନବ ସମାଜକୁ ଏହାର ସମ୍ପଦ ଚାହିଦା ପୂରଣ କରିବା ପାଇଁ ୧.୭୫ ଧରିତ୍ରୀ ଆବଶ୍ୟକ ହେବ।

ଜାତିସଂଘ ବ୍ୟବସ୍ଥା ମଧ୍ୟରେ ପରିବେଶଗତ ସମସ୍ୟାଗୁଡ଼ିକର ପ୍ରତିକ୍ରିୟା ଓ ସମନ୍ୱୟ କ୍ଷେତ୍ରରେ ସଂଯୋଜନା କରିବା ପାଇଁ ଗଠିତ ୟୁଏନ୍‌‌ଇପି ଲକ୍ଷ୍ୟ ହେଉଛି ଭବିଷ୍ୟତ ପିଢ଼ିଙ୍କୁ ପରିବେଶଗତ ସଙ୍କଟକୁ ଠେଲି ନଦେଇ ବିଶ୍ୱ ଜନତାଙ୍କ ଜୀବନର ଗୁଣବତ୍ତା ଉନ୍ନତ କରିବାକୁ ପ୍ରେରଣା, ସୂଚନା ଓ ସକ୍ଷମ କରିବା। ୧୯୮୮ ମସିହାରେ ୟୁଏନ୍‌‌ଇପି ଓ ବିଶ୍ୱ ପାଣିପାଗ ସଂଗଠନ ମିଳିତ ଭାବରେ ଜଳବାୟୁ ପରିବର୍ତ୍ତନ ଉପରେ ଆନ୍ତଃସରକାରୀ ପ୍ୟାନେଲ(ଆଇପିସିସି) ପ୍ରତିଷ୍ଠା କରିଥିଲେ। ପ୍ରତିବର୍ଷ ଯେ କୌଣସି ଏକ ଦେଶ ଏକ ନିର୍ଦ୍ଦିଷ୍ଟ ବିଷୟବସ୍ତୁ ଉପରେ ଆଧାରିତ ବିଶ୍ୱସ୍ତରୀୟ ଉତ୍ସବ ଆୟୋଜନ କରେ।

ଜଳବାୟୁ ନିୟନ୍ତ୍ରଣ କାର୍ଯ୍ୟ, ସ୍ଥାୟୀ ଉତ୍ପାଦନ ଓ ବ୍ୟବହାର, ସାଗର ଓ ମହାସାଗରର ସୁରକ୍ଷା, ପରିସଂସ୍ଥାନ ପରିଚାଳନା ଓ ପୁନରୁଦ୍ଧାର, ଜୈବ ବିବିଧତା ବଜାୟ ରଖିବା ସମେତ ସ୍ଥାୟୀ ବିକାଶ ଲକ୍ଷ୍ୟ ହାସଲ କରିବାରେ ପ୍ଲାଷ୍ଟିକ୍‌‌ ପ୍ରଦୂଷଣରୁ ମୁକ୍ତ ହେବା ଜରୁରୀ। ପ୍ଲାଷ୍ଟିକ୍‌‌ ସମୁଦ୍ରକୁ ପ୍ରଦୂଷିତ କରେ, ଖାଦ୍ୟ ଶୃଙ୍ଖଳରେ ପ୍ରବେଶ କରି ବନ୍ୟପ୍ରାଣୀ ଓ ମାନବ ସ୍ୱାସ୍ଥ୍ୟ ପ୍ରତି ବିପଦ ଆଶଙ୍କା ସୃଷ୍ଟି କରେ ଏବଂ ପରିବେଶକୁ କ୍ଷତି ପହଞ୍ଚାଏ। ମାଇକ୍ରୋପ୍ଲାଷ୍ଟିକ୍‌‌ ବା କ୍ଷୁଦ୍ର ପ୍ଲାଷ୍ଟିକ ଖଣ୍ଡ ପାନୀୟ ଜଳ, ଆମେ ପ୍ରଶ୍ୱାସ ନେଉଥିବା ବାୟୁରେ ମିଶି ଶରୀର ଭିତରକୁ ଚାଲିଯାଏ। ବିଶ୍ୱ ବାର୍ଷିକ ୪୩୦ (୪୩ କୋଟି) ନିୟୁତ ଟନ୍‌‌ ରୁ ଅଧିକ ପ୍ଲାଷ୍ଟିକ୍‌‌ ଉତ୍ପାଦନ କରେ, ଯାହାର ଦୁଇ-ତୃତୀୟାଂଶ କ୍ଷଣସ୍ଥାୟୀ ଉତ୍ପାଦ। ଦଶନ୍ଧି ଦଶନ୍ଧି ଧରି ପ୍ଲାଷ୍ଟିକ୍‌‌ ପ୍ରଦୂଷଣ ବିଶ୍ୱର ପ୍ରତ୍ୟେକ କୋଣରେ ପ୍ରବେଶ କରିଛି। ପ୍ଲାଷ୍ଟିକ୍‌‌ ପ୍ରଦୂଷଣର ବାର୍ଷିକ ସାମାଜିକ ଏବଂ ପରିବେଶଗତ ମୂଲ୍ୟ ୩୦୦ ବିଲିୟନ ଆମେରିକୀୟ ଡଲାରରୁ ୬୦୦ ବିଲିୟନ ଆମେରିକୀୟ ଡଲାର ବୋଲି ଆକଳନ କରାଯାଇଛି।

ବିଶ୍ୱର ପ୍ରଥମ ସମ୍ପୂର୍ଣ୍ଣ ସିନ୍ଥେଟିକ୍‌‌ ପ୍ଲାଷ୍ଟିକ୍‌‌ ଥିଲା ବେକେଲାଇଟ୍‌‌, ଯାହା ୧୯୦୭ ମସିହାରେ ନ୍ୟୁୟର୍କରେ ଲିଓ ବେକେଲାଣ୍ଡ ଦ୍ୱାରା ଉଦ୍ଭାବିତ ହୋଇଥିଲା। ଆଜି ଡଜନ ଡଜନ ବିଭିନ୍ନ ପ୍ରକାରର ପ୍ଲାଷ୍ଟିକ୍‌‌ ଉତ୍ପାଦିତ ହେଉଛି। ପଲିମର ରସାୟନ ବିଜ୍ଞାନର ଜନକ ଭାବେ ହର୍ମାନ ଷ୍ଟଉଡିଙ୍ଗର୍‌‌ ନୋବେଲ୍‌‌ ପୁରସ୍କାର ମଧ୍ୟ ପାଇଛନ୍ତି। ପଲିମର ଭୌତିକ ବିଜ୍ଞାନର ଜନକ ଭାବରେ ହର୍ମାନ ମାର୍କ ମଧ୍ୟ ପରିଚିତ। ଅଧିକାଂଶ ପ୍ଲାଷ୍ଟିକ୍‌‌ ପ୍ରାକୃତିକ ଗ୍ୟାସ୍‌‌ ଓ ପେଟ୍ରୋଲିୟମ୍‌‌ ରୁ ଉତ୍ପାଦିତ ହେଉଥିବା ବେଳେ କେତେକ ପଲିଲାକ୍ଟିକ୍‌‌ ଏସିଡ୍‌‌ ଭଳି ନବୀକରଣୀୟ ସମ୍ୱଳରୁ ଉତ୍ପାଦିତ ହୁଏ। ସରଳ ଶବ୍ଦରେ ବୁଝିବାକୁ ଗଲେ, ପ୍ଲାଷ୍ଟିକ୍‌‌ ଅର୍ଥ ହେଉଛି ପେଟ୍ରୋକେମିକାଲ୍‌‌-ଉତ୍ପନ୍ନ ଉତ୍ପାଦଗୁଡ଼ିକର କଠିନ ସିନ୍ଥେଟିକ୍‌‌। ପ୍ଲାଷ୍ଟିକ୍‌‌ ଏବେ ଏକ ଅତ୍ୟାବଶ୍ୟକୀୟ ସାମଗ୍ରୀ ହୋଇପଡ଼ିଛି। ଏହାର କମ୍‌‌ ଓଜନ, ସ୍ଥାୟୀତ୍ୱ, ନମନୀୟତା, ରାସାୟନିକ ପ୍ରତିରୋଧ, କମ୍‌‌ ମୂଲ୍ୟର ଉତ୍ପାଦନ ଏବଂ ପରିଚାଳନା କରିବା ସହଜ ହେତୁ ଏହା ଦୀର୍ଘ ବର୍ଷ ଧରି ରହିବ। କିନ୍ତୁ ସମସ୍ୟା ହେଉଛି ଏକକ ବ୍ୟବହାର ଏବଂ ମାଇକ୍ରୋପ୍ଲାଷ୍ଟିକ୍‌‌(୫ମିମିରୁ କମ୍‌‌ ବ୍ୟାସ ବିଶିଷ୍ଟ ପ୍ଲାଷ୍ଟିକ୍‌‌ ଖଣ୍ଡ ଓ କଣିକା), ଯାହା ପାଣିରେ ଅଦ୍ରବଣୀୟ। ଯେତେବେଳେ ଏହାର ବ୍ୟାସ ୧ ମିମି ରୁ କମ୍‌‌ ହୁଏ ସେତେବେଳେ ସେଗୁଡିଙ୍କୁ ନାନୋ-ପ୍ଲାଷ୍ଟିକ୍‌‌ କୁହାଯାଏ। ଏହି ପଦାର୍ଥଗୁଡ଼ିକ ପ୍ରସାଧନ, ପୋଷାକ, ନିର୍ମାଣ, ନବୀକରଣ, ଖାଦ୍ୟ ପ୍ୟାକେଜିଂ ଏବଂ ଶିଳ୍ପ ପ୍ରକ୍ରିୟା ସମେତ ବିଭିନ୍ନ ଉତ୍ସରୁ ଜାତ। ଏହି ନାନୋ ପ୍ଲାଷ୍ଟିକ୍‌‌ ହିଁ ବାୟୁ, ଜଳ, ଖାଦ୍ୟ ଏବଂ ପ୍ରାକୃତିକ ଇକୋସିଷ୍ଟମ ମାଧ୍ୟମରେ ଆମ ଶରୀରର ରକ୍ତ, ଲାଳ, ଯକୃତ, ପାକସ୍ଥଳୀ, ପ୍ରଜନନ ଅଙ୍ଗ, ବୃକକ୍‌‌, ଫୁସଫୁସ ଓ ପ୍ଲାସେଣ୍ଟାକୁ ପ୍ରବେଶ କରନ୍ତି। ଏହାର ପ୍ରଭାବରେ ଅକ୍ସିଡେଟିଭ୍‌‌ ଚାପ, ଡିଏନଏ କ୍ଷତି, ଅଙ୍ଗ ଅକ୍ଷମତା, ଶରୀରର ଜୈବ ରାସାୟନିକ ପ୍ରକ୍ରିୟାରେ ବ୍ୟତିକ୍ରମ, ରୋଗ ପ୍ରତିରୋଧକ ଶକ୍ତି ବାଧାପ୍ରାପ୍ତ, ସ୍ନାୟବିକ ଅସୁବିଧା, ଏବଂ ପ୍ରଜନନ ପ୍ରକ୍ରିୟାରେ ବାଧା ଇତ୍ୟାଦି ଅନ୍ତର୍ଭୁକ୍ତ। ରକ୍ତବାହୀ ନଳୀରେ ମାଇକ୍ରୋପ୍ଲାଷ୍ଟିକ୍‌‌ ଚିନ୍ତା ସୃଷ୍ଟି କରିଛି, ଯେଉଁଥିରେ ହୃଦଘାତ, ପ୍ରଦାହ, କର୍କଟ, ବିକାଶାତ୍ମକ ବିଳମ୍ୱ ଏବଂ ରକ୍ତ ଜମାଟ ବାନ୍ଧିବାର ବିପଦ ବୃଦ୍ଧି ପାଇଛି।

ମିଳିତ ଜାତିସଂଘ ସଦସ୍ୟ ରାଷ୍ଟ୍ରମାନେ ବର୍ତ୍ତମାନ ପ୍ଲାଷ୍ଟିକ ଉପରେ ଏକ ଆଇନଗତ କଟକଣା ପାଇଁ ଆନ୍ତର୍ଜାତୀୟ ଚୁକ୍ତିନାମା ସମ୍ପର୍କରେ ଆଲୋଚନା କରୁଛନ୍ତି। ଜାତିସଂଘ ଦ୍ୱାରା ଧାର୍ଯ୍ୟ ୧୭ ଟି ସ୍ଥାୟୀ ବିକାଶ ଲକ୍ଷ୍ୟ ହାସଲ କରିବା ପାଇଁ ଏକ ସ୍ୱଚ୍ଛ ଏବଂ ସୁସ୍ଥ ପରିବେଶ ଆବଶ୍ୟକ। ଆମ ଧରିତ୍ରୀ ଗ୍ରହ, ଆମର ଦାୟିତ୍ୱ। ଆସନ୍ତୁ ଏକ ସ୍ଥାୟୀ ଭବିଷ୍ୟତ ପାଇଁ ଆମେ ସମସ୍ତେ ମିଳିମିଶି ଏବେଠୁ କାର୍ଯ୍ୟ କରିବା।

ଡକ୍ଟର ସୁନ୍ଦର ନାରାୟଣ ପାତ୍ର
(ସଭାପତି, ଓଡ଼ିଶା ପରିବେଶ ସମିତି)
ଭୁବନେଶ୍ୱର, ମୋ: ୯୪୩୭୧୯୦୪୨୦

26 Jun 2025 By The Sakala

https://www.thesakala.in/sakala-editorial/sakala-article-26-06-2025/article-41346
Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର