ଉଦ୍ଭିଦମାନଙ୍କ ବାର୍ତ୍ତା ସଂଚାର

The Sakala Picture
Published On

ସୃଷ୍ଟିର ଶ୍ରେଷ୍ଠ ଜୀବ ମଣିଷ। ତାହାର କଥା କହିବା ଏବଂ ଭାବ ପ୍ରକାଶ କରିବାର ଶକ୍ତି ଅଛି। ପ୍ରାଣୀମାନେ କଥା କହି ନପାରିଲେ ମଧ୍ୟ ସ୍ୱର ଓ ଶବ୍ଦ ମାଧ୍ୟମରେ ନିଜର ଭାବ ପ୍ରକାଶ କରିପାରନ୍ତି। ହମ୍ୱାରଡ଼ି ଶୁଣି ବାଛୁରୀ ମା’ ପାଖକୁ ଦୌଡ଼ି ଆସେ। ହେଲେ ଉଦ୍ଭିଦ ଏହିସବୁ ଗୁଣର କ’ଣ ଅଧିକାରୀ? ଆଜିର ଆଲୋଚନା ଏହାରି ବିଷୟରେ। ବିଖ୍ୟାତ ବୈଜ୍ଞାନିକ ଚାର୍ଲସ୍‌‌ ଡାରୱିନ୍‌‌ ପ୍ରକାଶ କରିଥିଲେ ଉଦ୍ଭିଦମାନେ ଚେର ଶେଷରେ ଥିବା ଏକ ମସ୍ତିସ୍କ […]

ସୃଷ୍ଟିର ଶ୍ରେଷ୍ଠ ଜୀବ ମଣିଷ। ତାହାର କଥା କହିବା ଏବଂ ଭାବ ପ୍ରକାଶ କରିବାର ଶକ୍ତି ଅଛି। ପ୍ରାଣୀମାନେ କଥା କହି ନପାରିଲେ ମଧ୍ୟ ସ୍ୱର ଓ ଶବ୍ଦ ମାଧ୍ୟମରେ ନିଜର ଭାବ ପ୍ରକାଶ କରିପାରନ୍ତି। ହମ୍ୱାରଡ଼ି ଶୁଣି ବାଛୁରୀ ମା’ ପାଖକୁ ଦୌଡ଼ି ଆସେ। ହେଲେ ଉଦ୍ଭିଦ ଏହିସବୁ ଗୁଣର କ’ଣ ଅଧିକାରୀ? ଆଜିର ଆଲୋଚନା ଏହାରି ବିଷୟରେ।

ବିଖ୍ୟାତ ବୈଜ୍ଞାନିକ ଚାର୍ଲସ୍‌‌ ଡାରୱିନ୍‌‌ ପ୍ରକାଶ କରିଥିଲେ ଉଦ୍ଭିଦମାନେ ଚେର ଶେଷରେ ଥିବା ଏକ ମସ୍ତିସ୍କ ସଦୃଶ ଯନ୍ତ୍ର ସାହାଯ୍ୟରେ ପରସ୍ପର କଥା ହୁଅନ୍ତି। ଆଧୁନିକ ଗବେଷଣା ଏବେ ଏହାକୁ ସିଦ୍ଧ କରିଛି। ଗବେଷଣାରୁ ଜଣାପଡ଼ିଛି ଉଦ୍ଭିଦମାନେ ପରସ୍ପର ଭାବ ପ୍ରକାଶ କରିପାରନ୍ତି। ସେମାନେ ମଧ୍ୟ ପ୍ରାଣୀ ଓ ମାନବ ସହିତ ଭାବ ପ୍ରକାଶ ଜାଣିପାରନ୍ତି। ପ୍ରାଣୀମାନେ ଚଳନକ୍ଷମ ହୋଇଥିବାରୁ ନିଜର ଶବ୍ଦ ଓ ଭାବଭଙ୍ଗୀ ଦ୍ୱାରା ଅନ୍ୟ ସହିତ ବାର୍ତ୍ତା ସଂଚାର କରିପାରନ୍ତି। କିନ୍ତୁ ଉଦ୍ଭିଦ ସ୍ଥିର ହୋଇଥିବାରୁ ସଂଚାର କ୍ଷମତାର ଅଧିକାରୀ ହୋଇ ନପାରେ। ଡାରୱିନ୍‌‌ ୧୮୭୦ ମସିହାରେ ନିଜ ପରୀକ୍ଷାରୁ ଜାଣିପାରିଲେ ଗଛର ଚେର ଶୀର୍ଷ ଅଧିକ ସକ୍ରିୟ ଏବଂ ଆଲୋକ, ମାଧ୍ୟାକର୍ଷଣ, ରାସାୟନିକ ପଦାର୍ଥ ଓ ଶବ୍ଦପ୍ରତି ପ୍ରତିକ୍ରିୟା ପ୍ରକାଶ କରନ୍ତି। ଉଦ୍ଭିଦର ବୃଦ୍ଧି ଓ ଚଳନ ପାଇଁ ଚେର ଅଗ୍ରରେ ଥିବା ମସ୍ତିଷ୍କ ପରି ବସ୍ତୁ ବାର୍ତ୍ତା ପ୍ରେରଣ କରିପାରେ। ଏଥିରେ ଥିବା ହରମୋନକୁ ପରବର୍ତ୍ତୀ କାଳରେ ଅକ୍କିନ ବୋଲି କୁହାଗଲା। ଏହି ହରମୋନ ଉଦ୍ଭିଦର ଗୁରୁତ୍ୱପୂର୍ଣ୍ଣ ଶାରୀରିକ କ୍ରିୟାକୁ ନିୟନ୍ତ୍ରଣ କରେ।

ଡାରୱିନ୍‌‌ଙ୍କ ମତ ଅନୁସାରେ ଉଦ୍ଭିଦମାନେ ଯଦିଓ ସେମାନେ ଗୋଟିଏ ସ୍ଥାନରେ ବଞ୍ଚି ରହନ୍ତି, ବିଭିନ୍ନ ଦିଗକୁ ଗତି କରିପାରିବାରେ ସମର୍ଥ। ଅତ୍ୟାଧୁନିକ ଯନ୍ତ୍ର ଦ୍ୱାରା ଆମେ ଜାଣି ପାରିବା ଯେ ଉଦ୍ଭିଦର ଚେର, ପତ୍ର, କାଣ୍ଡ ଓ ଡଙ୍କ ସର୍ବଦା ଆଲୋକ, ମାଧ୍ୟାକର୍ଷଣ, ଉତ୍ତାପ, ଜଳ ଓ ପୋଷକ ଆଡ଼କୁ ଗତି ପାଇଁ ଚେଷ୍ଟିତ। ସେମାନେ ପରିବେଶ ସମ୍ୱନ୍ଧୀୟ କେତେକ ସୂଚନା ପାଇଁ ଗତିକରନ୍ତି ଏବଂ ନିକଟସ୍ଥ ଉଦ୍ଭିଦକୁ ଏହି ସୂଚନା ସାଙ୍କେତିକ ଭାବରେ ପ୍ରସାରଣ କରି ପାରନ୍ତି। ପ୍ରାଣୀଙ୍କ ଭଳି ଉଦ୍ଭିଦ ଚଳନକ୍ଷମ ନହେଲେ ମଧ୍ୟ ଅସୁବିଧା ଦେଖାଗଲେ ଚେରକୁ ଅନ୍ୟତ୍ର ପ୍ରେରଣ କରନ୍ତି। ଉଦାହରଣ ସ୍ୱରୂପ ନିଜର ବର୍ଦ୍ଧନ ପାଇଁ ଆବଶ୍ୟକ ଜଳ, ଆଲୋକ ଓ ଖାଦ୍ୟସାର ନପାଇଲେ ସେମାନେ ଏପରି ଗତିଶୀଳ ହୁଅନ୍ତି। କୈଣସି ଉଦ୍ଭିଦ ପ୍ରତିକୂଳ ପରିବେଶ ପାଇଲେ କିମ୍ୱା ରୋଗ ପୋକ ଆକ୍ରମଣର ଶିକାର ହେଲେ ନିକଟସ୍ଥ ଉଦ୍ଭିଦକୁ ସତର୍କ ରହିବାକୁ ବାର୍ତ୍ତା ପ୍ରେରଣ କରନ୍ତି। ଗବେଷଣାରୁ ଜଣାଯାଇଛି କି ଉଦ୍ଭିଦ ବାର୍ତ୍ତା ପ୍ରେରଣ ସୂକ୍ଷ୍ମ ଶବ୍ଦ ବା କେତେକ ରସାୟନ ଦ୍ୱାରା କରିଥାଏ।

କେତେକ ବାଷ୍ପଶୀଳ ଜୈବିକ ଯୌଗିକ ଉଦ୍ଭିଦଗୁଡ଼ିକର ସଞ୍ଚାର କାର୍ଯ୍ୟ କରନ୍ତି। ଏଗୁଡ଼ିକ ହେଲା ଉଦ୍ଭିଦ ଦେହରୁ ବାଷ୍ପ ଆକାରରେ ତ୍ୟାଗ ହେଉଥିବାକ୍ଷୁଦ୍ର ଅଣୁ। କେତେକ ଯୌଗିକ ପ୍ରାଣୀମାନେ ତ୍ୟାଗ କରୁଥିବା ଯୌନ ଉତପ୍ରେରକ ବା ଫେରୋମେନ ସଦୃଶ ଅଟନ୍ତି। ଉଦାହରଣ ସ୍ୱରୂପ ପିମ୍ପୁଡ଼ିମାନେ ଏପରି ଫେରୋମେନ ଦ୍ୱାରା ନିୟନ୍ତ୍ରିତ ହୁଅନ୍ତି। ଉଦ୍ଭିଦ ଶରୀରର ଏପରି ବାଷ୍ପୀୟ ଯୌଗିକକୁ ମିଥାଇଲ ଯାସ୍ମୋନେଟ୍‌‌ କୁହାଯାଏ। ପ୍ରାଣୀମାନେ ଗଛକୁ ଆକ୍ରମଣ କଲେ ଏହି ଯୌଗିକ ସୃଷ୍ଟି ହୋଇ ଗଛର ଅନ୍ୟ ଅଂଶକୁ କିମ୍ୱା ପାଖ ଗଛକୁ ବାୟୁ ଦ୍ୱାରା ସ୍ଥାନାନ୍ତରିତ ହୁଏ। ଆଉ ଏକ ମିଥାଇଲ ସାଲିସିଲେଟ୍‌‌ ଯୌଗିକ ମଧ୍ୟ ଉଦ୍ଭିଦ ଶରୀରରେ ସୃଷ୍ଟି ହୁଏ, ଯାହା ପ୍ରାଣୀମାନଙ୍କ ଯନ୍ତ୍ରଣାନାଶକ ବା ଆସ୍ପିରିନ ପରି କାମ କରେ। ଗୋଟିଏ ଉଦ୍ଭିଦକୁ କୌଣସି ପୋକ ଆକ୍ରମଣ କଲେ ଏହା ଅନ୍ୟ ଉଦ୍ଭିଦକୁ ନିଜର ପ୍ରତିରକ୍ଷା ବ୍ୟବସ୍ଥା ସୁଦୃଢ଼ କରିବା ପାଇଁ ବାସ୍ନା କିମ୍ୱା ଶବ୍ଦ ମାଧ୍ୟମରେ ବାର୍ତ୍ତା ପ୍ରେରଣ କରେ। ଉଦ୍ଭିଦ ସୃଷ୍ଟି କରୁଥିବା କେତେକ ବାଷ୍ପୀୟ ଜୈବିକ ଯୌଗିକ ପ୍ରତିରକ୍ଷା ପାଇଁ ଏବଂ ଆଉ କେତେକ ଉପକାରୀ କବକ ଓ ବ୍ୟାକ୍ଟେରିଆ ଆକର୍ଷଣ କରିବା ପାଇଁ ବ୍ୟବହୃତ ହୁଏ।

ଉଦ୍ଭିଦମାନେ ଶବ୍ଦ ମାଧ୍ୟମରେ ମଧ୍ୟ ବାର୍ତ୍ତା ପ୍ରେରଣ କରିପାରନ୍ତି। କିନ୍ତୁ ଆମେ ଏହାକୁ ଶୁଣି ପାରୁନା। ମଣିଷର କର୍ଣ୍ଣ ଶବ୍ଦର ବେଗ ୨୨୦ ରୁ ୨୦୦୦୦ ହର୍ଷ ଶୁଣିପାରେ। ୨୦ ହର୍ଷ ରୁ କମ୍‌‌ ଶବ୍ଦକୁ ସବ୍‌‌ ସୋନିକ ଓ ୨୦୦୦୦ ହର୍ଷ ରୁ ଅଧିକ ହେଲେ ଅଲ୍ଟ୍ରାସୋନିକ କୁହଯାଏ। ଉଦ୍ଭିଦ ଅତି ଧୀରେ ଶବ୍ଦ ପ୍ରେରଣ କରୁଥିବାରୁ ତାହା ଆମର କର୍ଣ୍ଣଗୋଚର ହୁଏନାହିଁ। କେତେକ ଉଦ୍ଭିଦ ଭଲ ପଡ଼ୋଶୀ ଉଦ୍ଭିଦ ସହ ସୁନ୍ଦର ଭାବରେ ବଢ଼଼ନ୍ତି ଏବଂ କେତେକ ଉଦ୍ଭିଦକୁ ଭଲ ପାଆନ୍ତି ନାହିଁ। ଅଷ୍ଟ୍ରେଲିଆର ଏକ ପରୀକ୍ଷାରୁ ଜଣାଯାଏ କି ତୁଳସୀ ପାଖରେ ଲଙ୍କା ଗଛ ଭଲ ବଢ଼େ। ଚୀନର ବୈଜ୍ଞାନିକ ଶବ୍ଦତରଙ୍ଗ ମାଧ୍ୟମରେ ଫସଲର ଅମଳହାର ବୃଦ୍ଧି ପାଇଁ ପରୀକ୍ଷା କରୁଛନ୍ତି। ସେଥିପାଇଁ ପୁରୁଣା ମାଳି କହେ ଗଛ ସହିତ କଥା ହୁଅନ୍ତୁ। ଆଉ କେତେକ ବୈଜ୍ଞାନିକ ଜାଣି ପାରିଛନ୍ତି ଶବ୍ଦ ତରଙ୍ଗର ବେଗ ଜିନ୍‌‌ ପରିପ୍ରକାଶକୁ ପରିବର୍ତ୍ତନ କରିପାରେ। ଏପରିକି ଶବ୍ଦ ପ୍ରଭାବରେ ଉଦ୍ଭିଦ ଶରୀରରେ ରାସାୟନିକ ପ୍ରତିକ୍ରିୟାରେ ପରିବର୍ତ୍ତନ ଦେଖାଯାଏ। ବର୍ତ୍ତମାନ ସମୟରେ ଆମେ ଏତିକି କହିପାରିବା ଯେ ଉଦ୍ଭିଦମାନେ ରାସାୟନିକ ଯୌଗିକ କିମ୍ୱା ଶବ୍ଦ ମାଧ୍ୟମରେ ପରସ୍ପରକୁ ବାର୍ତ୍ତା ପ୍ରେରଣ କରନ୍ତି। ଆମେ ଗଛର ଫୁଲ ତୋଳିବା ବେଳେ କିମ୍ୱା ଗଛକୁ ଆଘାତ ଦେବା ବେଳେ ଗଛ ପଡ଼ୋଶୀ ଗଛକୁ ବାର୍ତ୍ତା ପ୍ରେରଣ କରେ, ଯାହାକୁ ଆମେ ଶୁଣିବାରେ ଅସମର୍ଥ।

ଉଭୟ ଉଦ୍ଭିଦ ଓ ଚାଷୀ ପରସ୍ପର ବାର୍ତ୍ତା ସଂଚାର କରି ପାରିବେ କି ନାହିଁ ସେ ସମ୍ବନ୍ଧରେ ନ୍ୟାସନାଲ ସାଇନ୍ସ ଫାଉଣ୍ଡେସନ ଅନୁଦାନ ପ୍ରାପ୍ତ ଉଦ୍ଭିଦ ପ୍ରଣାଳୀ ଉପରେ କାର୍ଯ୍ୟକ୍ରମ ଯୋଗ୍ୟ ଗବେଷଣା କେନ୍ଦ୍ର ଗବେଷଣା କରିଛନ୍ତି। ଶୁଷ୍କ ବାତାବରଣରୁ ରକ୍ଷା ପାଇବା ପାଇଁ ଉଦ୍ଭିଦ ଋଣାତ୍ମକ ଚାପ ଫଳରେ ନିଜର ଚେର, କାଣ୍ଡ ଓ ପତ୍ରରେ ଜଳ ସଞ୍ଚୟ କରି ରଖେ। ଏହାପରେ ଉଦ୍ଭିଦ ଶରୀରରେ ବାର୍ତ୍ତା ସଂଚାର ହୋଇଥାଏ। ୧୦୦ ବର୍ଷ ପୂର୍ବେ ବୈଜ୍ଞାନିକମାନେ ପ୍ରଶ୍ନ କରିଥିଲେ ପ୍ରତିବଳକାରୀ (ଷ୍ଟ୍ରେସର) ପ୍ରଭାବରେ କିପରି ଉଦ୍ଭିଦ ଗୋଟିଏ ଅଂଶରୁ ଅନ୍ୟତ୍ର ବାର୍ତ୍ତା ପ୍ରେରଣ କରେ। କେତେକ ମନେକଲେ କି ଉଦ୍ଭିଦ ହରମୋନ କିମ୍ୱା ରାସାୟନିକ ପଦାର୍ଥ ମାଧ୍ୟମରେ ବାର୍ତ୍ତା ପ୍ରେରଣ କରେ। ଆଉ କେତେକ ମନେକଲେ ଏପରି ବାର୍ତ୍ତା ପ୍ରେରଣ ହୁଏତ ଯାନ୍ତ୍ରିକ ଉପାୟରେ ହୋଇଥାଏ। ବୈଜ୍ଞାନିକ ବାଛେବା ଏବଂ ତାଙ୍କ ସହଯୋଗୀମାନେ ବର୍ତ୍ତମାନ ଏକ ପୂର୍ବ-ସୂଚନାଯୋଗ୍ୟ ମଡେଲ ଏବଂ ଏକୀଭୂତ ଢାଞ୍ଚା ଦ୍ୱାରା ବୁଝାଇଛନ୍ତି କିପରି ପ୍ରତିବଳକାରୀ ପ୍ରଭାବରେ ଚାପ ପରିବର୍ତ୍ତନ ସମୟରେ ଉଦ୍ଭିଦ ଯାନ୍ତ୍ରିକ ଓ ରାସାୟନିକ ସଂକେତ ମାଧ୍ୟମରେ ବାର୍ତ୍ତା ପ୍ରେରଣ କରନ୍ତି। ଉଦ୍ଭିଦର ପରିବହନ ପ୍ରଣାଳୀ କେତେକ ନଳୀକୁ ନେଇ ଗଠିତ, ଯାହା ନମନୀୟ ପେଶୀ ମଧ୍ୟରେ ଚାପ ସୃଷ୍ଟି କରନ୍ତି। ଯେତେବେଳେ କୌଣସି ଆଘାତରୁ ଅଥବା କୀଟ ଆକ୍ରମଣ ଦେଖାଯାଏ ସେତେବେଳେ ଉଦ୍ଭିଦ ଶରୀରର ଚାପ ପରିବର୍ତ୍ତନ ହୁଏ। ଫଳରେ ନିମ୍ନ ଭାଗକୁ ବାର୍ତ୍ତା ସଂଚାର ହୁଏ। ବୈଜ୍ଞାନିକମାନେ ମତ ଦିଅନ୍ତି ଯେ ଚାପ ପରିବର୍ତ୍ତନ ଫଳରେ ଉଦ୍ଭିଦ ଶରୀରରେ ସାମୂହିକ ପ୍ରବାହ ହୁଏ, ଯେଉଁଥିରେ କ୍ଷତିଗ୍ରସ୍ତ ଅଂଶରୁ ନିର୍ଗତ ରାସାୟନିକ ପଦାର୍ଥ ଅନ୍ୟଅଂଶକୁ ସ୍ଥାନାନ୍ତରିତ ହୋଇଥାଏ। ଗୋଟିଏ ପରିକଳ୍ପନା(ହାଇପୋଥେସିସ) ହୋଇପାରେ ଯେ ଏପରି ରାସାୟନିକ ପଦାର୍ଥ ଏକ ବିଷାକ୍ତ ଅମ୍ଳ ସୃଷ୍ଟି କରେ, ଯାହାକି କୀଟମାନଙ୍କୁ ବିକର୍ଷଣ କରେ। ଚାପ ପରିବର୍ତ୍ତନ ଫଳରେ ପରିବହନ ନଳୀ ଚାରିପାଖରେ ଯାନ୍ତ୍ରିକ ସମ୍ୱେଦନଶୀଳ ନଳୀ ସୃଷ୍ଟି ହୁଏ ଏବଂ ଏହାଦ୍ୱାରା କ୍ୟାଲସିୟମ ଓ ଅନ୍ୟାନ୍ୟ ଆୟନ୍‌‌ ନିମ୍ନକୁ ଗତି କରେ। ଏହି କ୍ୟାଲସିୟମ ପ୍ରବାହ ନିଜକୁ ସୁରକ୍ଷିତ ରଖିବାକୁ ଜିନ୍‌‌କୁ ବାର୍ତ୍ତା ଦେଇଥାଏ। ବୈଜ୍ଞାନିକ ବାଛେଭା କହନ୍ତି ଏହି ଉଦ୍ଭିଦଠାରୁ ସେମାନେ ଅନୁଭବ କରୁଥିବା ତଥଞ ମିଳିପାରିବ। ଏପରି ଉଦ୍ଭିଦ ଜଳ ଆବଶ୍ୟକ କରୁଥିବା ସମୟରେ ସେମାନଙ୍କ ରଙ୍ଗ ବଦଳାଇବେ କିମ୍ୱା ଫ୍ଲୁରୋସେଣ୍ଟ ଆଲୋକ ତ୍ୟାଗ କରିପାରିବେ। ଏହାଦ୍ୱାରା ଉଦ୍ଭିଦ ନିଜର ବାର୍ତ୍ତା ପ୍ରେରଣ କରିବା ସହିତ ଚାଷୀ ମଧ୍ୟ ଜଣାଇ ଦେବ କି ଆଗକୁ ଶୁଖିଲା ପାଗ ଥିବାରୁ ଉଦ୍ଭିଦ ଅଧିକ ଦକ୍ଷତାର ସହ ଜଳ ବିନିଯୋଗ କରିବା ଆବଶ୍ୟକ। ଆପ୍ତ ବାକ୍ୟରେ ଏତିକି କୁହାଯାଇ ପାରେକି ଉଦ୍ଭିଦ ଆମର ମିତ୍ର ଏବଂ ଆମେ ତା’କୁ ଭଲପାଇବା କଥା। ‘ଜୀବେ ଦୟା‘ ଉକ୍ତିଟି ଉଦ୍ଭିଦ ପାଇଁ ମଧ୍ୟ ପ୍ରଯୁଜ୍ୟ।

ବିଦ୍ୟାଧର ମହାରଣା
ଭୁବନେଶ୍ୱର, ମୋ: ୯୪୩୭୦୭୧୧୯୦

26 Jun 2025 By The Sakala

https://www.thesakala.in/sakala-editorial/sakala-article-26-06-2025-2/article-41347
Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର