ସୁରକ୍ଷା ଚିନ୍ତା

The Sakala Picture
Published On

ଅଜଣାରେ ହେବାକୁ ଯାଉଥିବା ଦୁର୍ଘଟଣାରୁ ବଞ୍ଚିବା ବା ବଞ୍ଚାଇବା ପ୍ରକ୍ରିୟା ଓ ବ୍ୟବସ୍ଥାକୁ ସୁରକ୍ଷା କୁହାଯାଏ। ମନୁଷ୍ୟ ନିଜର ପ୍ରିୟ ବସ୍ତୁ, ଜୀବ ଏପରିକି ନିଜ ସମ୍ପର୍କୀୟମାନଙ୍କର ସୁରକ୍ଷା ପାଇଁ ବିଭିନ୍ନ ପ୍ରକାର ବ୍ୟବସ୍ଥା କରିଥା’ନ୍ତି। ମନୁଷ୍ୟ ବ୍ୟତୀତ ଅନ୍ୟ ଜୀବମାନେ ମଧ୍ୟ ନିଜର କିଛି ପ୍ରିୟ ବସ୍ତୁକୁ ସୁରକ୍ଷା ଦିଅନ୍ତି। କିନ୍ତୁ ଯେହେତୁ ମଣିଷ ଏକ ସାମାଜିକ ପ୍ରାଣୀ, ତା’ର ପ୍ରତ୍ୟେକଟି ବ୍ୟବହାରିକ ବସ୍ତୁ ସହ ନିଜ ଆତ୍ମୀୟସ୍ୱଜନ ଏବଂ ନିଜର ନିରାପତ୍ତା ବ୍ୟବସ୍ଥା ମଧ୍ୟ […]

ଅଜଣାରେ ହେବାକୁ ଯାଉଥିବା ଦୁର୍ଘଟଣାରୁ ବଞ୍ଚିବା ବା ବଞ୍ଚାଇବା ପ୍ରକ୍ରିୟା ଓ ବ୍ୟବସ୍ଥାକୁ ସୁରକ୍ଷା କୁହାଯାଏ। ମନୁଷ୍ୟ ନିଜର ପ୍ରିୟ ବସ୍ତୁ, ଜୀବ ଏପରିକି ନିଜ ସମ୍ପର୍କୀୟମାନଙ୍କର ସୁରକ୍ଷା ପାଇଁ ବିଭିନ୍ନ ପ୍ରକାର ବ୍ୟବସ୍ଥା କରିଥା’ନ୍ତି। ମନୁଷ୍ୟ ବ୍ୟତୀତ ଅନ୍ୟ ଜୀବମାନେ ମଧ୍ୟ ନିଜର କିଛି ପ୍ରିୟ ବସ୍ତୁକୁ ସୁରକ୍ଷା ଦିଅନ୍ତି। କିନ୍ତୁ ଯେହେତୁ ମଣିଷ ଏକ ସାମାଜିକ ପ୍ରାଣୀ, ତା’ର ପ୍ରତ୍ୟେକଟି ବ୍ୟବହାରିକ ବସ୍ତୁ ସହ ନିଜ ଆତ୍ମୀୟସ୍ୱଜନ ଏବଂ ନିଜର ନିରାପତ୍ତା ବ୍ୟବସ୍ଥା ମଧ୍ୟ କରେ। ଆମେ ନିର୍ଜୀବ ବସ୍ତୁମାନଙ୍କ ସୁରକ୍ଷା ପାଇଁ ବିଭିନ୍ନ ପ୍ରକାର ବ୍ୟବସ୍ଥା କରିଥାଉ। ଯେମିତି ମୂଲ୍ୟବାନ ସମ୍ପତ୍ତିକୁ ବ୍ୟାଙ୍କ କିମ୍ବା ଘରେ ସଯତ୍ନେ ସାଇତି ରଖୁ। ଚୋରି ହୋଇଯିବା ଭୟରେ ତାଲା ପକାଉ। ଚାଷୀଟିଏ ନିଜ କ୍ଷେତକୁ ଗାଈଗୋରୁ ବା ଅନ୍ୟ ଜୀବଜନ୍ତୁଙ୍କ ନିକଟରୁ ସୁରକ୍ଷା ପ୍ରଦାନ ନିମନ୍ତେ କ୍ଷେତ ଚାରିପଟେ ବାଡ଼ ବୁଲାଇ ଥାଏ। ସେମିତି ମନୁଷ୍ୟ ନିଜ ସୁରକ୍ଷା ନିଜ ଅଙ୍ଗରକ୍ଷୀ ବା ଆତ୍ମୀୟ ସ୍ୱଜନଙ୍କ ଉପରେ ନ୍ୟସ୍ତ କରିଥାଏ। କିନ୍ତୁ ଅନେକ ସମୟରେ ଏହି ସେବା ପ୍ରଦାନକାରୀ ସେମାନଙ୍କୁ ଅସୁରକ୍ଷିତ ଲାଗିଥା’ନ୍ତି, ଯେଉଁମାନେ ବହୁସମୟରେ ସେମାନଙ୍କ ଜୀବନ ପ୍ରତି ବିପଦ ସୃଷ୍ଟି କରିଥା’ନ୍ତି। ତେଣୁ ସୁରକ୍ଷା ଦେଉଥିବା ବ୍ୟକ୍ତି ଉପରେ ଜୀବନର ଗୁରୁଦାୟିତ୍ୱ ଦେବା ପୂର୍ବରୁ ସେମାନଙ୍କ ଚରିତ୍ର ଓ ଚାଲିଚଳନକୁ ପରଖି ସେମାନଙ୍କ ପ୍ରତି ସଜାଗ ରହିବା ଆବଶ୍ୟକ।

ସାମ୍ପ୍ରତିକ ସମାଜରେ ଅସୁରକ୍ଷିତର ବଳୟ ଚତୁଃପାର୍ଶ୍ବରେ ବ୍ୟାପି ଗଲାଣି। ସେଥିପାଇଁ ମନୁଷ୍ୟ ନିଜର ସୁରକ୍ଷା ବଳୟ ସୃଷ୍ଟି କରୁଛି। ହେଲେ ସେହି ସୁରକ୍ଷା ବଳୟ ମଧ୍ୟ ତା’ ଜୀବନରେ ଭୟର ବାତାବରଣ ସୃଷ୍ଟି କରୁଛି। ଶିଶୁଟିଏ ଯେବେ ଛୋଟଥାଏ ପିତା, ମାତା ଉପରେ ତା’ର ସମ୍ପୂର୍ଣ୍ଣ ସୁରକ୍ଷା ଦାୟିତ୍ୱ ନ୍ୟସ୍ତ ଥାଏ। ହେଲେ ବର୍ତ୍ତମାନ ପ୍ରତ୍ୟହ ଘଟୁଥିବା ଘଟଣାଗୁଡ଼ିକରୁ ଅନୁଭୂତ ହୁଏ ଯେ, ଶିଶୁଟି ବାହ୍ୟ ସମାଜରେ ଯେତିକି ଅସୁରକ୍ଷିତ, ସେତିକି ଭୟଭୀତ ନିଜ ପରିବାରରେ। କେବେ ବାପା, ମା’ଙ୍କ ପରକିୟା ପ୍ରୀତି ଶିଶୁର ଜୀବନ ନେଲାଣି ତ ଆଉ କେବେ ମଦ୍ୟପ ପିତା ଦ୍ୱାରା କନ୍ୟା ସନ୍ତାନଟି ପୀଡ଼ିତ ହେଲାଣି। କେବେ ପୁଣି ପରିବାରର ସମ୍ପତ୍ତି ପାଇଁ ସାନମାନଙ୍କ ଜୀବନ ମଧ୍ୟ ବଳି ପଡ଼େ। ବିଦ୍ୟାଳୟରେ ମଧ୍ୟ ସେମାନଙ୍କ ଜୀବନ ପ୍ରତି ପାଦେ ପାଦେ ବିପଦ ଥାଏ। ଯେଉଁମାନଙ୍କ ନିକଟରେ ବିଶ୍ୱାସର ସହ ପିଲାମାନଙ୍କ ଭବିଷ୍ୟତ ଗଢ଼ିବାକୁ ଛାଡ଼ନ୍ତି ସେମାନଙ୍କ କୁ-ନଜର ମଧ୍ୟ ପିଲାମାନଙ୍କ ଉପରେ ଅଧିକାଂଶ ସମୟରେ ହାନି ପହଞ୍ଚିାଉଥିବାର ଦୃଷ୍ଟାନ୍ତ ରହିଛି। ଏମିତି ବିଭିନ୍ନ ପ୍ରକାର ଅସୁରକ୍ଷିତ ପରିବେଶ ଶିଶୁଟିକୁ ଭୀତତ୍ରସ୍ତ କରି ରଖେ। ସେ ଯେତେ ଯେତେ ବଡ଼ ହେଉଥାଏ ତାହାର ଜୀବନ ସେତିକି କଣ୍ଟକିତ ମନେହୁଏ।

ତତ୍ପରି ବୃଦ୍ଧାବସ୍ଥାରେ ମାତାପିତାଙ୍କ ସୁରକ୍ଷା ଦାୟିତ୍ୱ ସନ୍ତାନମାନଙ୍କର। କିନ୍ତୁ ଏହାର ବ୍ୟତିକ୍ରମ ଦେଖାଯାଏ ଗଢ଼ି ଉଠୁଥିବା ବୃଦ୍ଧାଶ୍ରମକୁ ଦେଖି। ନତୁବା ରାସ୍ତା କଡ଼ରେ ବା ନିଃସଙ୍ଗ ଜୀବନ ବିତାଉଥିବା ମା’, ବାପାମାନଙ୍କୁ ଦେଖି। ସମ୍ପତ୍ତି ପାଇଁ ସନ୍ତାନସନ୍ତତି ପିତାମାତାଙ୍କୁ ହତ୍ୟା କରୁଥିବା ବେଳେ ଅନ୍ୟ କେତେକ ସେମାନଙ୍କ ଯତ୍ନ ନେବାକୁ ଅକ୍ଷମ ହୋଇ ସେମାନଙ୍କୁ ନିଃସହାୟ କରି ରାସ୍ଥା କଡ଼ରେ ଛାଡ଼ି ପଳାନ୍ତି। ଏପରି ଘଟଣାମାନ ଆମେ ପ୍ରତିଦିନ ଗଣମାଧ୍ୟମରୁ ଜାଣୁଛନ୍ତି। ଏତଦବ୍ୟତୀତ ସାଧାରଣ ଜନତାଙ୍କ ସୁରକ୍ଷା ଦାୟିତ୍ୱ ପୁଲିସ୍‌‌ ହାତରେ ଥାଏ। ହେଲେ ଅନେକ ଥର ପୁଲିସ୍‌‌ ପାଇଁ ସାଧାରଣ ଲୋକଙ୍କ ଜୀବନ ଯାଇଥିବା ନିଦର୍ଶନ ମଧ୍ୟ ଅଛି। ଏହାଦ୍ୱାରା ସାଧାରଣ ଲୋକଙ୍କ ମନରେ ସନ୍ଦେହ ଜାତ ହେଉଛି ଯେ ସୁରକ୍ଷା ଦେଉଥିବା ବ୍ୟକ୍ତି ଜଣଙ୍କ ସେମାନଙ୍କର ଅହିତ ଚାହୁଁ ନାହିଁ ତ? ଏହାଦ୍ୱରା କେବଳ ସୁରକ୍ଷା ପ୍ରଦାନକାରୀ ବ୍ୟକ୍ତି ନୁହେଁ, ବରଂ ସାଧାରଣ ଲୋକଙ୍କୁ ମଧ୍ୟ ସନ୍ଦେହ ଦୃଷ୍ଟିରେ ଦେଖିବାକୁ ଲୋକେ ବାଧ୍ୟ ହେଉଛନ୍ତି। ଯଦ୍ୱାରା ମଣିଷ ସଦାସର୍ବଦା ଭୀତତ୍ରସ୍ତ ଅବସ୍ଥାରେ ରହିବାକୁ ବାଧ୍ୟ ହେଉଛି। ଏହିପ୍ରକାର ଭୟର ବାତାବରଣ ମଧ୍ୟରେ ଚଳପ୍ରଚଳ କଲେ ମନୁଷ୍ୟ ସମାଜର ଅଧଃପତନ ହେବା ସୁନିଶ୍ଚିତ। ଏହାଦ୍ୱାରା ନୂତନ ପିଢ଼ିର ମଧ୍ୟ ଅଧୋଗତି ହେବ। ସଦ୍ୟ ଘଟିଥିବା ଘଟଣାରେ ଅଙ୍ଗରକ୍ଷୀ ଜଣକ କିପରି ଜଣେ ଜନନାୟକଙ୍କ ହତ୍ୟା କଲା ତାହା ଏକ ଦୃଷ୍ଟାନ୍ତ ସହ ପ୍ରଶ୍ନବାଚୀ ସୃଷ୍ଟି କରିଛି ସମସ୍ତ ସୁରକ୍ଷା ପ୍ରଦାନକାରୀଙ୍କ ଉପରେ। ଏଥିରୁ ସ୍ପଷ୍ଟ ଅନୁମେୟ ଯେ, ଅସୁରକ୍ଷିତ ପରିବେଶରୁ ଦୂରେଇ ରହିବା ପାଇଁ ନିରାପତ୍ତାର ବିଭିନ୍ନ ପ୍ରକ୍ରିୟାକୁ ଆପଣାଇବାକୁ ଲୋକେ ବାଧ୍ୟ ହୋଇଥା’ନ୍ତି। ହେଲେ ତାହା ଯଦି ଅସୁରକ୍ଷିତ ସାବ୍ୟସ୍ତ ହୁଏ ସାଧାରଣ ଜନସମାଜରେ ଭୟର ବାତାବରଣ ସୃଷ୍ଟି ହେବା ସ୍ୱାଭାବିକ।

ନିକଟରେ ଏକ ଖବର ଗଣମାଧ୍ୟମରେ ପ୍ରକାଶ ପାଇଥିଲା ଯେ, ପୁଅଟି କ୍ରୋଧର ବଶବର୍ତ୍ତୀ ହୋଇ ନିଜ ମା’କୁ କଟୁରୀରେ ହାଣି ହତ୍ୟା କରିଦେଲା। ସାମାନ୍ୟ ପାରିବାରିକ କଳହକୁ ନେଇ ହୋଇଥିବା ବଚସାରେ ଜଣେ ମା’ର ଜୀବନ ଚାଲିଗଲା। ମା’ଟିର ବୃଦ୍ଧା ବୟସରେ ସୁରକ୍ଷା ଦାୟିତ୍ୱ ପୁଅ ଉପରେ ଥିଲା। କିନ୍ତୁ ବିଡ଼ମ୍ବନା। ଏହା ଅସୁରକ୍ଷିତ ପରିବେଶର ଏକ ନଗ୍ନ ଉଦାହରଣ।

ଆମ ଓଡ଼ିଆରେ ଏକ ପ୍ରବାଦ ଅଛି ‘ବାଡ଼ ଯେବେ ଫସଲ ଖାଏ, ତା’କୁ ଜଗିବ କିଏ?’ ଠିକ୍‌‌ ସେହିପରି ଯଦି ଆମେ ବିଶ୍ୱାସ କରି ନିଜ ଜୀବନ, ସମ୍ପତ୍ତି ଏବଂ ମୂଲ୍ୟବାନ ଜିନଷର ସୁରକ୍ଷା ଅନ୍ୟ ହାତରେ ସମର୍ପି ଦିଅନ୍ତି ଏବଂ ସେ ତା’ର ଦୁରୁପଯୋଗ କରେ, ତେବେ ସୁରକ୍ଷା ନାମକ ଶବ୍ଦଟିର ବିଲୋପ ହେବା ସହ ବିଶ୍ୱାସ ଶବ୍ଦଟି ମଧ୍ୟ ଲୋପ ପାଇଯିବ। ଏଣୁ ସୁରକ୍ଷା ପ୍ରଦାନକାରୀ ଅନ୍ଧ ଭାବେ ବିଶ୍ୱାସ ନ କରି ବରଂ ସତର୍କତା ଅବଲମ୍ବନ କରିବା ସହ ସଚେତନ ହେବା ମଧ୍ୟ ଆବଶ୍ୟକ। ନଚେତ୍‌‌ ଏହି ସୁରକ୍ଷା ପ୍ରଦାନକାରୀ ଆମ ପ୍ରାଣର ବିନାଶ କରିବାରେ ମୂହୂର୍ତ୍ତେ ହେଳା କରିବେ ନାହିଁ। ଅନ୍ୟର ବିଶ୍ୱାସକୁ ହତ୍ୟା କରି ସେମାନଙ୍କୁ କ୍ଷତି ପହଞ୍ଚାଉଥିବା ବ୍ୟକ୍ତିମାନଙ୍କ ପ୍ରତି କଠୋର ଦଣ୍ଡବିଧାନ ରହିବା ଉଚିତ୍‌‌। କେବଳ ସେତିକି ନୁହେଁ, ସୁରକ୍ଷା ପ୍ରଦାନକାରୀ ଜଣକ ଯଦି ବ୍ୟକ୍ତିବିଶେଷ ହୋଇଥା’ନ୍ତି, ତେବେ ସେମାନେ ଅନ୍ୟର ଭରସାକୁ କୁଠାରଘାତ ନକରି ଯଦି ଭରସାଯୋଗ୍ୟ ହୋଇ ନିଜ କର୍ତ୍ତବ୍ୟ ସୁଚାରୁ ରୂପେ ତୁଲାଇବେ ତେବେ ସମାଜରୁ ଭୟର ମୂଳୋତ୍ପାଟନ ହେବା ସହ ଉତ୍ତର ପିଢ଼ିଙ୍କ ଭବିଷ୍ୟତ ଅଧିକ ସୁରକ୍ଷିତ ହେବ।

ଉତ୍କଳିକା ଦାଶ
କେନ୍ଦ୍ରାପଡା, ମୋ: ୭୦୦୮୫୫୯୬୯୩

24 Mar 2023 By The Sakala

https://www.thesakala.in/sakala-editorial/sakala-article-24th-march-2023-2/article-20084
Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର