କୃଷି ଓ ଖାଦ୍ୟର ଭବିଷ୍ୟତ

The Sakala Picture
Published On

କୃଷି କେବଳ ଖାଦ୍ୟର ମୂଳଦୁଆ ନୁହେଁ, ଏହା ହେଉଛି ସଭ୍ୟତାର ହୃଦସ୍ପନ୍ଦନ। କିନ୍ତୁ ଆଜି ସେହି ହୃଦସ୍ପନ୍ଦନ କ୍ଷୀଣ ହେବାରେ ଲାଗିଛି। ସହରାଞ୍ଚଳ ସ୍ଥାନାନ୍ତରଣ, ଜଳବାୟୁ ସଙ୍କଟ ଏବଂ ଶିଳ୍ପ ପ୍ରସାରର ଯୁଗରେ କୃଷି ହ୍ରାସ ପାଇଚାଲିଛି। ଏହାର ଫଳାଫଳ ହେଉଛି ଏକ ଦୁର୍ବଳ ଖାଦ୍ୟ ବ୍ୟବସ୍ଥା ଏବଂ ଏକ ବର୍ଦ୍ଧିତ ପୁଷ୍ଟିହୀନ ବିଶ୍ୱ। କୃଷିଯୋଗ୍ୟ ଜମି ସଙ୍କୁଚିତ ହେଉଛି ଓ ଯୁବକମାନେ କୃଷି ପରିତ୍ୟାଗ କରୁଛନ୍ତି। ମୃତ୍ତିକାର ଉର୍ବରତା ଏବଂ ଖାଦ୍ୟର ବିବିଧତା ଓ ପୁଷ୍ଟିକର […]

କୃଷି କେବଳ ଖାଦ୍ୟର ମୂଳଦୁଆ ନୁହେଁ, ଏହା ହେଉଛି ସଭ୍ୟତାର ହୃଦସ୍ପନ୍ଦନ। କିନ୍ତୁ ଆଜି ସେହି ହୃଦସ୍ପନ୍ଦନ କ୍ଷୀଣ ହେବାରେ ଲାଗିଛି। ସହରାଞ୍ଚଳ ସ୍ଥାନାନ୍ତରଣ, ଜଳବାୟୁ ସଙ୍କଟ ଏବଂ ଶିଳ୍ପ ପ୍ରସାରର ଯୁଗରେ କୃଷି ହ୍ରାସ ପାଇଚାଲିଛି। ଏହାର ଫଳାଫଳ ହେଉଛି ଏକ ଦୁର୍ବଳ ଖାଦ୍ୟ ବ୍ୟବସ୍ଥା ଏବଂ ଏକ ବର୍ଦ୍ଧିତ ପୁଷ୍ଟିହୀନ ବିଶ୍ୱ। କୃଷିଯୋଗ୍ୟ ଜମି ସଙ୍କୁଚିତ ହେଉଛି ଓ ଯୁବକମାନେ କୃଷି ପରିତ୍ୟାଗ କରୁଛନ୍ତି। ମୃତ୍ତିକାର ଉର୍ବରତା ଏବଂ ଖାଦ୍ୟର ବିବିଧତା ଓ ପୁଷ୍ଟିକର ଗୁଣ ମଧ୍ୟ ହ୍ରାସ ପାଉଛି। ତେଣୁ ଖାଦ୍ୟ ଉତ୍ପାଦନ କିଏ ଓ କେଉଁଠି କରିବ ତାହା ଏକ ବଡ଼ ପ୍ରଶ୍ନ। ସେଇଦିନ ଆଉ ଦୂର ନାହିଁ, ଯେତେବେଳେ ଆମେ ନିଜ ଜୀବନ ରକ୍ଷା ପାଇଁ କାରଖାନାରେ ଯନ୍ତ୍ର ତିଆରି ଅଖାଦ୍ୟ ଉପରେ ନିର୍ଭର କରୁଥିବା।

କେନ୍ଦ୍ର କୃଷି ଓ କୃଷକ କଲ୍ୟାଣ ମନ୍ତ୍ରାଳୟ ଦ୍ୱାରା ୨୦୧୧-୧୨(୨୦୧୬ରେ ପ୍ରକାଶିତ) ଇନ୍‌‌ପୁଟ୍‌‌ ସର୍ଭେ ଅନୁଯାୟୀ, ୨୦୧୬ରେ ଜଣେ ଭାରତୀୟ କୃଷକଙ୍କ ହାରାହାରି ବୟସ ଥÒଲା ୫୦.୧ ବର୍ଷ। ଏହି ସର୍ବେକ୍ଷଣ ଅନୁଯାୟୀ, ସର୍ବାଧିକ ୩୩.୭% କୃଷକ ୪୧-୫୦ବର୍ଷ ବୟସର ହୋଇଥିବା ବେଳେ ୩୩.୨% ୫୧-୬୦ବର୍ଷ ବୟସର। ଯେତେବେଳେ ଏହି ପିଢ଼ି ଅବସର ନେବାର ବୟସରେ ପହଞ୍ଚିଯିବେ ଏବଂ ପରବର୍ତ୍ତୀ ପିଢ଼ି ଚାଷ କରିବାକୁ ଚାହିଁବେ ନାହିଁ ସେତେବେଳେ ଖାଦ୍ୟ କେଉଁଠୁ ଆସିବ ବା କିଏ ଯୋଗେଇବ? କୃଷି ବିଶ୍ୱବିଦ୍ୟାଳୟରୁ ସ୍ନାତକ ହାସଲ କରୁଥିବା ଅଧିକାଂଶ ଛାତ୍ରଛାତ୍ରୀ ଅନ୍ୟ ବୃତ୍ତିକୁ ଆପଣେଇ ନେଉଛନ୍ତି। ୨୦୧୭ ବାର୍ଷିକ ଶିକ୍ଷା ସ୍ଥିତି ରିପୋର୍ଟ ପାଇଁ ଅଣ-ଲାଭକାରୀ ସଂସ୍ଥା ‘ପ୍ରଥମ’ ଦ୍ୱାରା ସର୍ବେକ୍ଷଣ କରାଯାଇଥିବା ୩୦,୦୦୦ ଗ୍ରାମୀଣ ଯୁବକମାନଙ୍କ ମଧ୍ୟରୁ କେବଳ ୧.୨% ଯୁବକ କୃଷକ ହେବାକୁ ଆଗ୍ରହୀ। ଏଥିରୁ ଏହା ଅନୁମାନ କରାଯାଇପାରେ ଯେ ଆମେ ଏପରି ଏକ ପରିସ୍ଥିତି ଆଡ଼କୁ ଅଗ୍ରସର ହେଉଛନ୍ତି, ଯେଉଁଠି କେବଳ ମୁଷ୍ଟିମେୟ କୃଷକ ହିଁ ରହିଥିବେ। ଯେଉଁ ଦେଶ ଦିନେ କୃଷି ପ୍ରାଧାନ୍ୟ ଦେଶ ଭାବେ ପରିଚିତ ଥିଲା, ସେଇଠି ଦିନ ଆସିବ କୃଷକ ହିଁ ନଥିବେ।

୨୦୧୧ଜନଗଣନା ଅନୁଯାୟୀ, ପ୍ରତିଦିନ ୨,୦୦୦ କୃଷକ ଚାଷ ଛାଡ଼ି ଦେଉଛନ୍ତି। ଚାଷରୁ ଆୟ ଏବେ ଗୋଟିଏ ପରିବାରର ମୋଟ ଆୟର ପ୍ରମୁଖ ସ୍ଥାନ ହରାଇ ସାରିଛି। ୧୯୭୦ ମସିହାରେ, ଏକ ଗ୍ରାମୀଣ ପରିବାରର ଆୟର ତିନି-ଚତୁର୍ଥାଂଶ କୃଷି ଉତ୍ସରୁ ଆସୁଥିଲା ବେଳେ ୪୫ବର୍ଷ ପରେ ୨୦୧୫ରେ ଏହା ଏକ-ତୃତୀୟାଂଶରୁ କମ୍‌‌। ଏହାବ୍ୟତୀତ ଯଦି ଆଜିକାଲିର ଯୁବସମାଜର ଆଗ୍ରହ ଓ ଚାହିଦାକୁ ବିଶ୍ଳେଷଣ କରାଯାଏ, ତେବେ ହାତରେ କାମ ଥିବାଠାରୁ ଅଧିକ ଗୁରୁତ୍ୱ ହେଲା ହାତରେ ସ୍ମାର୍ଟ ମୋବାଇଲ ଖଣ୍ଡେ ରହିବା। ନିଜେ ଚଳିବାକୁ ବା ପରିବାରକୁ ଚଳେଇବାକୁ ପକେଟରେ ପଇସା କିମ୍ବା ଘରେ ପଛେ ଦାନା ନଥିବ, ହେଲେ ୟୁଟ୍ୟୁବ୍‌‌ ଓ ରିଲସ୍‌‌ରେ ମନ ଥିବ। ଗାଁ ଗହଳିରେ ମଧ୍ୟ ବାପା-ଜେଜେବାପାଙ୍କ ଦ୍ୱାରା ଛାଡ଼ି ଯାଇଥିବା କିଛି ଚାଷ ଜମି ଥିବ; କିନ୍ତୁ ସେଇଠି ଫସଲ କରିବାକୁ କାହାରି ମନ ନଥିବ। ସେଇ ଚାଷଜମିରୁ ଫାଳେ ଫାଳେ ବିକି ଖାଇ ଜୀବନ ସାରିଦେଲେ ଗଲା! ଯାହାଫଳରେ, ୨୦୧୨-୧୩ ଆର୍ଥିକ ବର୍ଷ ସୁଦ୍ଧା ୧୪୦ ନିୟୁତ ହେକ୍ଟର ଜମି କୃଷି କ୍ଷେତ୍ର ଭାବେ ବ୍ୟବହାର ହେଉଥିବା ବେଳେ ଏବେ ତାହା ଛୋଟ ଛୋଟ ଖଣ୍ଡ ଜମିରେ ବିଭକ୍ତ ହୋଇଚାଲିଛି।

ସୀମାନ୍ତ ଜମି ଅଧିଗ୍ରହଣ ସଂଖ୍ୟା (ଏକ ହେକ୍ଟରରୁ କମ୍‌‌)୧୯୭୧ ରେ ୩୬ ନିୟୁତ ରୁ ୨୦୧୧ ରେ ୯୩ ନିୟୁତକୁ ବୃଦ୍ଧି ପାଇଛି। ସୀମାନ୍ତ ଓ କ୍ଷୁଦ୍ର ଜମିଗୁଡ଼ିକ ଅନେକ ସମସ୍ୟାର ସମ୍ମୁଖୀନ ହେଉଛନ୍ତି। ଯାନ୍ତ୍ରିକୀକରଣ ଓ ଜଳସେଚନ କୌଶଳ ବ୍ୟବହାର କରିବାରେ ସମସ୍ୟା ଦ୍ୱାରା ଉତ୍ପାଦକତା ହ୍ରାସ ପାଉଛି। ତା’ଛଡ଼ା, କୃତ୍ରିମ ବା ରାସାୟନିକ ସାରର ବହୁଳ ବ୍ୟବହାର ହେତୁ ମାଟିର ଉର୍ବରତା ଧୀରେ ଧୀରେ କମି ଚାଲିଛି ଏବଂ ମୃତ୍ତିକା ସ୍ୱାସ୍ଥ୍ୟ ପାଇଁ ଗୁରୁତ୍ୱପୂର୍ଣ୍ଣ ବ୍ୟାକ୍ଟେରିଆ, ଫଙ୍ଗସ୍‌‌ ଓ ଆର୍କିଆ ଭଳି ଅଣୁଜୀବ, ଦିନକୁ ଦିନ ହ୍ରାସ ପାଇଚାଲିଛି। ଫଳସ୍ୱରୂପ, ମୃତ୍ତିକା ମରୁଭୂମିକରଣ ଆଡ଼କୁ ଗତିକରୁଛି, ଯେଉଁଠାରେ ମୃତ୍ତିକାର ଉତ୍ପାଦନ ଓ ଉତ୍ପାଦକତା ହ୍ରାସ ପାଇଯାଉଛି। କାଳକ୍ରମେ ସେଇସବୁ ଜମି ପଡ଼ିଆ ପଡ଼ିବ ଏବଂ ଦେଖୁ ଦେଖୁ ସେଠାରେ ବାସଗୃହ ନିର୍ମାଣ ହୋଇଯିବ। ଏବେ ଚାଷ ଜମି ସବୁ ଶାଗମାଛ ମୂଲ୍ୟରେ ବିକ୍ରି ହୋଇଯାଉଛି ଏବଂ ସେଠାରେ ବଡ଼ ବଡ଼ ଅତ୍ୟାଧୁନିକ ଆପାର୍ଟମେଣ୍ଟ ଆଖିବୁଜା ନିର୍ମାଣ ଚାଲିଛି।

କୃଷିଯୋଗ୍ୟ ଜମିର ହ୍ରାସ ଫଳରେ ଫସଲ ଉତ୍ପାଦନ ହ୍ରାସ ପାଇବ, ଯାହାଫଳରେ ଖାଦ୍ୟ ଅଭାବ ଏବଂ ପରବର୍ତ୍ତୀ ସମୟରେ ଖାଦ୍ୟ ଆମଦାନୀ ଉପରେ ନିର୍ଭର କରିବାକୁ ପଡ଼ିବ। ଉତ୍ପାଦନରେ ଏହି ହ୍ରାସ ଖାଦ୍ୟ ମୂଲ୍ୟ ବୃଦ୍ଧି କରିପାରେ, ଯାହା ସ୍ୱଳ୍ପ ଆୟକାରୀ ପରିବାରର ମୌଳିକ ତଥା ଅତ୍ୟାବଶ୍ୟକ ସାମଗ୍ରୀ କ୍ରୟ କରିବାରେ ମଧ୍ୟ ସମସ୍ୟା ସୃଷ୍ଟି କରିବ। ଆଜି ଆମ ଆଳୁ-ପିଆଜ, ତେଲ-ଲୁଣ ସଂସାର ମହଙ୍ଗା ଭିଡ଼ରେ। ଚାଷଯୋଗ୍ୟ ଜମି ଯଦି ସଙ୍କୁଚିତ ହୋଇଯିବ ଏବଂ କୃଷକଙ୍କର ସଂଖ୍ୟା ହ୍ରାସ ପାଇ ଚାଲିବ, ତେବେ ବିବିଧ ଫସଲ ଅପେକ୍ଷା ଅଧିକ-ଉତ୍ପାଦିତ ମୁଖ୍ୟ ଫସଲକୁ ପ୍ରାଥମିକତା ଦିଆଯିବ, ଯାହାଫଳରେ ପୁଷ୍ଟିକର ଖାଦ୍ୟର ଉପଲବ୍ଧତା ହ୍ରାସ ପାଇବ ଏବଂ କ୍ଷୁଧା ଓ ପୁଷ୍ଟିହୀନତା ବୃଦ୍ଧି ହେବ।

କୃଷି କ୍ଷେତ୍ର କେବଳ ମୁଖ୍ୟ ଶସ୍ୟର ଉତ୍ସ ନୁହେଁ, ବରଂ ଫଳ, ପନିପରିବା, ଡାଲି ଏବଂ ଅନ୍ୟାନ୍ୟ ଅତ୍ୟାବଶ୍ୟକ ଖାଦ୍ୟ ସାମଗ୍ରୀର ଉତ୍ସ, ଯାହା ସନ୍ତୁଳିତ ଖାଦ୍ୟ ଯୋଗାଇବାରେ ମହତ୍ତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରିଥାଏ। ଖାଦ୍ୟ ଓ ପୋଷଣ, କୃଷି ସହିତ ପ୍ରତ୍ୟକ୍ଷ ଏବଂ ପରୋକ୍ଷ ଭାବରେ ଜଡ଼ିତ। ଆଜିର ଅତ୍ୟାଧୁନିକ ସମୟରେ ଯେତେବେଳେ ଖାଦ୍ୟ ଉତ୍ପାଦନ ପ୍ରମୁଖ ଭାବରେ ଜମିରେ ନ ହୋଇ କାରଖାନାରେ ହେଲାଣି, ଯାହାକୁ କୃଷକ ଉତ୍ପାଦନ ନ କରି ମେସିନ୍‌‌ ତିଆରି କରି ରଙ୍ଗୀନ ପ୍ୟାକେଟରେ ବିକ୍ରି କଲାଣି, ସେତେବେଳେ ଖାଦ୍ୟ, ପୋଷଣ ଓ ସ୍ୱାସ୍ଥ୍ୟ କେତେ ସୁରକ୍ଷିତ, ତାହା ଏକ ବଡ଼ ପ୍ରଶ୍ନ।

ଚାଷ ଜମିର ହ୍ରାସର ସାମାଜିକ-ଅର୍ଥନୈତିକ ପ୍ରଭାବ ମଧ୍ୟ ରହିଥାଏ। ସହରାଞ୍ଚଳର ବିକାଶ ଯୋଗୁଁଁ ଚାଷ ଜମିର ମୂଲ୍ୟ ବୃଦ୍ଧି ପାଉଥିବାରୁ କୃଷକମାନେ ଅର୍ଥ ଲୋଭରେ ସେମାନଙ୍କର ଜମି ବିକ୍ରି କରିଦେଉଛନ୍ତି, ଯାହାଦ୍ୱାରା ସେମାନେ ନିଜ ଜୀବିକାର ପ୍ରାଥମିକ ଉତ୍ସ ହରାଉଛନ୍ତି। ଏହା କେବଳ ସେମାନଙ୍କର ଆୟରେ ବାଧା ସୃଷ୍ଟି କରୁ ନାହିଁ, ବରଂ ଗ୍ରାମାଞ୍ଚଳ-ସହରାଞ୍ଚଳ ସ୍ଥାନାନ୍ତରଣକୁ ମଧ୍ୟ ବୃଦ୍ଧି କରୁଛି। ପରବର୍ତ୍ତୀ ସମୟରେ ସହରାଞ୍ଚଳର ଦାରିଦ୍ର୍ୟ, ସହରାଞ୍ଚଳର ବସ୍ତି ଓ ସହରର ଜନଗହଳି ପରି ସମସ୍ୟା ସୃଷ୍ଟି କରି ସହରର ସମ୍ୱଳ ଉପରେ ଚାପ ପକାଉଛି। ତା’ଛଡ଼ା, ଏହା ପାରମ୍ପରିକ ଜ୍ଞାନ ଓ କୃଷି ଅଭ୍ୟାସର କ୍ଷତି ଘଟାଇବା ସହିତ ସାଂସ୍କୃତିକ ଐତିହ୍ୟର ଅବକ୍ଷୟ କରେ। ଶିଳ୍ପାୟନ ବା ବିକାଶ ନାଁରେ ଆମେ ଆଦିବାସୀଙ୍କ ଜମି ଅତିକ୍ରମଣକୁ ଉଦାହରଣ ରୂପେ ନେଇପାରିବା, ଯେଉଁଥିରେ ଆଦିବାସୀମାନେ ନିଜର କୌଳିକ ବୃତ୍ତି ଓ ମୌଳିକ ଜୀବିକା ହରାଉଛନ୍ତି ଏବଂ ପୁଷ୍ଟିହୀନତାର ଶିକାର ହେଉଛନ୍ତି। ବେଳେବେଳେ ବିଷାକ୍ତ ଆମ୍ୱ ଟାକୁଆ ଖାଇ ମୃତ୍ୟୁବରଣ ମଧ୍ୟ କରୁଛନ୍ତି।

ଯଦି ଆମେ ଭବିଷ୍ୟତ ପିଢ଼ିକୁ ସୁରକ୍ଷିତ ରଖିବାକୁ ଚାହୁଁ, ତେବେ କୃଷିକୁ ଲୁପ୍ତ ହେଉଥିବା ଏକ ବୃତ୍ତି ଭାବରେ ନୁହେଁ, ବରଂ ବଞ୍ଚିବାର ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ବିଜ୍ଞାନ ଭାବରେ ପୁନଃ ପରିକଳ୍ପନା କରିବା ଦରକାର। କିନ୍ତୁ ଅର୍ଥନୈତିକ ବିକାଶର ପ୍ରତିଦ୍ୱନ୍ଦ୍ୱିତାମୂଳକ ମନୋଭାବ ହେତୁ ଏହି ଦିଗରେ ଅନେକ ବାଧା, ବିଘ୍ନ ଓ ବିଳମ୍ୱ ସୃଷ୍ଟି ହେଉଛି। ସେଥିପାଇଁ ଆବଶ୍ୟକ ରହିଛି ମଣିଷର ବ୍ୟବହାରରେ ସଂସ୍କାର ଆଣିବା। କରୋନା ମହାମାରୀ ଦେଇଥିବା ଶିକ୍ଷାରୁ ମଣିଷ ଯଦି ଏହା ଶିଖି ପାରିଲା ନାହିଁ ଯେ ବଞ୍ଚିବାକୁ ଧନ କେବଳ ଏକ ମାଧ୍ୟମ ଏବଂ ଖାଦ୍ୟ ଅତି ଜରୁରୀ ବୋଲି, ତେବେ ମଣିଷ ଏକ ସର୍ବବୃହତ ପ୍ରାଣୀ କିପରି? ଚାଷ ଜମି ହେଉ ବା ଘର ପଛପଟ ଛୋଟିଆ ବାଡ଼ି ହେଉ, ମାଟି ସହିତ ମଣିଷର ସମ୍ପର୍କ ଅତି ପୁରୁଣା ଓ ଦିବ୍ୟ। ସେଇ ସମ୍ପର୍କକୁ ବଜାୟ ରଖିଲେ ମଣିଷର ଆଗାମୀ ଦିନ ସୁଖମୟ ହୋଇପାରିବ ଓ ସେ ସ୍ଥାୟୀ ବିକାଶର ସ୍ୱାଦ ଚାଖିପାରିବ।

ଡ.ଅନ୍ତର୍ଜିତା ନାୟକ
ଭୁବନେଶ୍ୱର, ମୋ: ୬୩୭୦୯୦୫୯୪୭

24 Jun 2025 By The Sakala

https://www.thesakala.in/sakala-editorial/sakala-article-24-06-2025/article-41315
Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର