ଗର୍ଭପାତ ଆଇନ ସଂଶୋଧନ

The Sakala Picture
Published On

ଗର୍ଭ ନଷ୍ଟ କରିବାର ସମୟସୀମାକୁ ଆଉ ଚାରିସପ୍ତାହ ବୃଦ୍ଧି କରିବା ଉଦ୍ଦେଶ୍ୟରେ ଗର୍ଭପାତ ସଂଶୋଧନ ବିଲ୍‌‌-୨୦୨୩କୁ କେନ୍ଦ୍ର କ୍ୟାବିନେଟ୍‌‌ ମଞ୍ଜୁରୀ ଦେଇଛି। ସଂସଦର ଚଳିତ ଅଧିବେଶନରେ ଏହି ବିଲ ଉପସ୍ଥାପନ କରାଯିବ। ଏହାଫଳରେ ଆଗାମୀ ଦିନରେ ଜଣେ ଗର୍ଭବତୀ ଚାହିଁଲେ ୨୪ ସପ୍ତାହ ମଧ୍ୟରେ ତାଙ୍କ ଗର୍ଭନଷ୍ଟ କରିପାରିବେ। ଏଥିପାଇଁ କୌଣସି ଆଇନଗତ ପ୍ରତିବନ୍ଧକ ରହିବ ନାହିଁ। ଭାରତରେ ଗର୍ଭପାତ ସମ୍ବନ୍ଧୀୟ ୧୯୭୧ ମସିହାରେ ପ୍ରଣୀତ ମେଡିକାଲ ଟର୍ମିନେସନ ଅଫ୍‌‌ ପ୍ରେଗନାନ୍ସି ଆଇନ ଅନୁସାରେ ଗର୍ଭପାତ ପାଇଁ […]

ଗର୍ଭ ନଷ୍ଟ କରିବାର ସମୟସୀମାକୁ ଆଉ ଚାରିସପ୍ତାହ ବୃଦ୍ଧି କରିବା ଉଦ୍ଦେଶ୍ୟରେ ଗର୍ଭପାତ ସଂଶୋଧନ ବିଲ୍‌‌-୨୦୨୩କୁ କେନ୍ଦ୍ର କ୍ୟାବିନେଟ୍‌‌ ମଞ୍ଜୁରୀ ଦେଇଛି। ସଂସଦର ଚଳିତ ଅଧିବେଶନରେ ଏହି ବିଲ ଉପସ୍ଥାପନ କରାଯିବ। ଏହାଫଳରେ ଆଗାମୀ ଦିନରେ ଜଣେ ଗର୍ଭବତୀ ଚାହିଁଲେ ୨୪ ସପ୍ତାହ ମଧ୍ୟରେ ତାଙ୍କ ଗର୍ଭନଷ୍ଟ କରିପାରିବେ। ଏଥିପାଇଁ କୌଣସି ଆଇନଗତ ପ୍ରତିବନ୍ଧକ ରହିବ ନାହିଁ। ଭାରତରେ ଗର୍ଭପାତ ସମ୍ବନ୍ଧୀୟ ୧୯୭୧ ମସିହାରେ ପ୍ରଣୀତ ମେଡିକାଲ ଟର୍ମିନେସନ ଅଫ୍‌‌ ପ୍ରେଗନାନ୍ସି ଆଇନ ଅନୁସାରେ ଗର୍ଭପାତ ପାଇଁ ବୈଧ ସମୟ ୨୦ ସପ୍ତାହ ବୋଲି ଧାର୍ଯ୍ୟ କରାଯାଇଥିଲା। ତେବେ ନୂଆ ସଂଶୋଧିତ ଆଇନ୍‌‌ କେବଳ ବିଶେଷକ୍ଷେତ୍ରରେ ଲାଗୁ ହେବ। ଦୁଷ୍କର୍ମ ପୀଡ଼ିତା, ରୋଗଗ୍ରସ୍ତ ମହିଳା ଓ ଅବାଞ୍ଛିତ ଗର୍ଭଧାରଣକୁ ନଷ୍ଟ କରିବା ପାଇଁ ଏହି ସଂଶୋଧନ ଅଣାଯାଇଛି। ଏହାପୂର୍ବରୁ ୨ଜଣ ଡାକ୍ତରଙ୍କ ଅନୁମତି ନେବାକୁ ପଡ଼ିବ। ଏହି ଦୁଇ ଡାକ୍ତରଙ୍କ ମଧ୍ୟରୁ ଜଣେ ସରକାରୀ ଡାକ୍ତର ହୋଇଥିବା ଦରକାର। ଅନେକ ସମୟରେ ବେଆଇନ ଭାବେ ଲୁଚାଛପାରେ ଅନଭିଜ୍ଞ ଡାକ୍ତରଙ୍କ ଦ୍ୱାରା ଗର୍ଭପାତ କରାଯାଉଥିବାରୁ ଜଣେ ଯୁବତୀ ପରବର୍ତ୍ତୀ ସମୟରେ ମା’ହୋଇ ପାରୁନାହାନ୍ତି। ଏହି ନୂଆ ଆଇନ ଫଳରେ ଏବେ ଏହି ବିପଦ ମଧ୍ୟ ଆଉ ରହିବନାହିଁ।

ସୂଚନାଯୋଗ୍ୟ କି, ଗତବର୍ଷ ଗର୍ଭପାତ ସମୟସୀମା ବୃଦ୍ଧି କରିବା ପାଇଁ ଦିଲ୍ଲୀ ହାଇକୋର୍ଟରେ ଅମିତ ଶାହିନ ନାମକ ଯୁବକଙ୍କ ଦ୍ୱାରା ଏକ ଜନସ୍ୱାର୍ଥ ମାମଲା ରୁଜୁ କରାଯାଇଥିଲା। ଏଥିରେ ସେ ଦର୍ଶାଇଥିଲେ ଯେ ମହିଳାମାନେ ଗର୍ଭଧାରଣ ପରେ ସମାଜରେ ଅନେକ ସମସ୍ୟାର ସମ୍ମୁଖୀନ ହେଉଛନ୍ତି। ଯେଉଁଭଳି ଭାବେ ଗର୍ଭଧାରଣର କ୍ଷମତା ମହିଳାଙ୍କ ପାଖରେ ରହିଛି, ଠିକ୍‌‌ ସେହିପରି ଗର୍ଭ ନଷ୍ଟ କରିବାର କ୍ଷମତା ମଧ୍ୟ ମହିଳାଙ୍କ ପାଖରେ ରହିବା ଦରକାର ବୋଲି ସେ ଯୁକ୍ତି ବାଢ଼ିଥିଲେ। ନେପାଳ, ଫ୍ରାନ୍ସ, ଇଂଲଣ୍ଡ, ଅଷ୍ଟ୍ରିଆ, ଇଥିଓପିଆ, ଇଟାଲୀ, ସ୍ପେନ, ଆଇସଲ୍ୟାଣ୍ଡ, ନରୱେ, ଫିନଲ୍ୟାଣ୍ଡ, ସ୍ୱିଡେନ ଓ ସ୍ୱିଜରଲ୍ୟାଣ୍ଡ ଭଳି ଦେଶର ଗର୍ଭପାତ କରିବାର ସମୟସୀମା ୨୦ ସପ୍ତାହରୁ ଅଧିକ ରହିଛି। ସେହିପରି ଡେନମାର୍କ, ଘାନା, କାନାଡ଼ା, ଜର୍ମାନୀ, ଭିଏତନାମ ଓ ଜିମ୍ବାୱେ ଭଳି ଦେଶରେ ଯେ କୌଣସି ସମୟରେ ଗର୍ଭପାତ କରିବାକୁ ଅନୁମତି ଦିଆଯାଇଛି।

ଗର୍ଭାବସ୍ଥାର କିଛି ସପ୍ତାହ ମଧ୍ୟରେ ଭ୍ରୂଣକୁ ନଷ୍ଟ କରାଯିବା ପ୍ରକ୍ରିୟାକୁ କୁହାଯାଏ ଗର୍ଭପାତ। ଭାରତରେ ପ୍ରଚଳିତ ଏମଟିପି ଆକ୍ଟ ଅନୁଯାୟୀ କେଉଁ ପରିସ୍ଥିତିରେ ଗର୍ଭପାତ ହୋଇପାରିବ, କିଏ ଗର୍ଭପାତ କରିବେ ସେ ସମ୍ପର୍କରେ ନିର୍ଦ୍ଦିଷ୍ଟ ନିର୍ଦ୍ଦେଶାବଳୀ ଓ ସର୍ତ୍ତ ବ୍ୟବସ୍ଥା ରହିଛି। ତଥାପି ଅଜ୍ଞତାବଶତଃ ବହୁ ମହିଳା ବିନା ଡାକ୍ତରୀ ପରାମର୍ଶରେ ଅସୁରକ୍ଷିତ ଉପାୟରେ ଗର୍ଭପାତ କରୁଛନ୍ତି। ଗର୍ଭାବସ୍ଥାରେ ନାରୀଟିର ମୁହଁରୁ ମାତୃତ୍ୱର ଆଭା ଖୁବ୍‌‌ ସୁନ୍ଦର ଭାବରେ ଫୁଟି ଉଠୁଥାଏ। କିନ୍ତୁ ଆମ ଦେଶରେ ଏହି ମାତୃତ୍ୱର ପ୍ରଥମ ପର୍ଯ୍ୟାୟଟିରେ ହିଁ ଲକ୍ଷ ଲକ୍ଷ ମହିଳା ସବୁଦିନ ପାଇଁ ଆଖି ବୁଜିଥା’ନ୍ତି। ପରିସଂଖ୍ୟାନରୁ ଜଣାଯାଇଛି ଯେ, ଅତ୍ୟଧିକ ରକ୍ତସ୍ରାବ ଯୋଗୁଁ ପଚିଶ ପ୍ରତିଶତ ଗର୍ଭବତୀଙ୍କ ଗର୍ଭାବସ୍ଥାରେ ହିଁ ମୃତ୍ୟୁ ହୋଇଥିବାବେଳେ ସଂକ୍ରମଣ କାରଣରୁ ପନ୍ଦର ପ୍ରତିଶତ, ଅସୁରକ୍ଷିତ ଗର୍ଭପାତ କାରଣରୁ ତେର ପ୍ରତିଶତ, ଅସହ୍ୟ ପ୍ରସବ ବେଦନା ପାଇଁ ଆଠ ପ୍ରତିଶତ, ଏକ୍ଲାମ୍ପସିଆ କାରଣରୁ ବାର ପ୍ରତିଶତ, ଅନ୍ୟାନ୍ୟ ପରିପାଶ୍ୱିର୍କ କାରଣ ପାଇଁ ଆଠ ପ୍ରତିଶତ ଓ ପରୋକ୍ଷ କାରଣ ପାଇଁ ଉଣେଇଶ ପ୍ରତିଶତ ଗର୍ଭବତୀ ଆଖି ବୁଜିଥା’ନ୍ତି। ଉଦ୍‌‌ବେଗଜନକ ତଥ୍ୟ ହେଉଛି ସାରା ବିଶ୍ୱରେ ଯେତେ ମାତୃମୃତ୍ୟୁ ହାର ହେଉଛି ସେଥିମଧ୍ୟରୁ ତେର ପ୍ରତିଶତ ଅସୁରକ୍ଷିତ ଗର୍ଭପାତ ଯୋଗୁଁ ହୋଇଥାଏ। ସେହିପରି ପାଞ୍ଚ ନିୟୁତ ମହିଳା ଶାରୀରିକ ତଥା ମାନସିକ ଭାବେ ଭିନ୍ନକ୍ଷମ ପାଲଟି ଯାଉଛନ୍ତି।

ପ୍ରାକୃତିକ ଭାବେ ଯଥା ଶାରୀରିକ ଅସୁସ୍ଥତା, ଦୂରଯାତ୍ରା, ଭାରୀ ଓଜନ ଉଠାଇବା ଇତ୍ୟାଦି କାରଣରୁ ମିସ୍‌‌କ୍ୟାରେଜ୍‌‌ ବା ଗର୍ଭପାତ ହୋଇଥାଏ। ଆଉ କେତେକ କ୍ଷେତ୍ରରେ ଗର୍ଭବତୀର ଶାରୀରିକ ସ୍ଥିତି ଓ ଅବସ୍ଥାକୁ ଲକ୍ଷ୍ୟ କରି ଡାକ୍ତରଙ୍କ ପରାମର୍ଶରେ ହିଁ ଗର୍ଭସ୍ଥ ଭ୍ରୂଣଟିକୁ ନଷ୍ଟ କରାଯାଇଥାଏ। ଏହାବ୍ୟତୀତ ଗର୍ଭଧାରଣ ଯୋଗୁଁ ଗର୍ଭବତୀଙ୍କ ଜୀବନ ପ୍ରତି ବିପଦ ଥିଲେ, ଶିଶୁଟିର ଜନ୍ମ ପରେ ବିକଳାଙ୍ଗ ହେବାର ଆଶଙ୍କା ଥିଲେ ବା କେତେକ କ୍ଷେତ୍ରରେ ଗର୍ଭରେ ଥିବା ଏକରୁ ଅଧିକ ପିଲା କାରଣରୁ ଡାକ୍ତରଙ୍କ ପରାମର୍ଶରେ ଗର୍ଭପାତ କରାଯାଇଥାଏ। ଏହାକୁ ଥେରାପେଟିକ୍‌‌ ଆବର୍ସନ କୁହାଯାଏ। ସେହିପରି କେତେକ ମହିଳାଙ୍କ କ୍ଷେତ୍ରରେ ଗର୍ଭନିରୋଧକ ବ୍ୟବସ୍ଥା ବିଫଳ ହେଲେ ଗର୍ଭପାତ କରାଯାଇଥାଏ, ଯାହାକୁ ଇଲେକ୍‌‌ଟିଭ୍‌‌ ଆବର୍ସନ କୁହାଯାଏ। ସେହିପରି ଅଲଟ୍ରା ସାଉଣ୍ଡ ରିପୋର୍ଟରେ ଗର୍ଭସ୍ଥ ଶିଶୁଟି ଯଦି ବିକଳାଙ୍ଗ ବୋଲି ଜଣାପଡ଼େ କିମ୍ବା ଧର୍ଷଣର ଶିକାର ଦ୍ୱାରା ଗର୍ଭବତୀ ହେବା କିମ୍ବା ଅପରିପକ୍ୱ ବାଳିକାଙ୍କ କ୍ଷେତ୍ରରେ ଗର୍ଭଧାରଣା ଆଦି ସାମାଜିକ ଦୃଷ୍ଟିକୋଣରୁ ଗର୍ଭପାତ ଆଇନ ସମ୍ମତ। ତେବେ ଏ କ୍ଷେତ୍ରରେ ସ୍ତ୍ରୀ ଓ ପ୍ରସୂତି ବିଶେଷଜ୍ଞ ହିଁ ସବୁଦିଗରୁ ବିଚାର କରି ନିଷ୍ପତ୍ତି ନେଇଥା’ନ୍ତି।

ପ୍ରତିବର୍ଷ ସାରା ବିଶ୍ୱରେ ପାଖାପାଖି କୋଡ଼ିଏ ନିୟୁତ ଅସୁରକ୍ଷିତ ଗର୍ଭପାତ ହୋଇଥାଏ। ଏହାମଧ୍ୟରୁ ସତାନବେ ପ୍ରତିଶତ ବିକାଶୋନ୍ମୁଖୀ ଦେଶମାନଙ୍କରେ ହୋଇଥାଏ। ସ୍ୱାସ୍ଥ୍ୟ, ଶିକ୍ଷାର ଅଭାବ, ଜନ୍ମ ନିୟନ୍ତ୍ରଣ ତଥା ଅନୁନ୍ନତ ସ୍ୱାସ୍ଥ୍ୟ ସେବା ଗର୍ଭପାତ ଦ୍ୱାରା ହେଉଥିବା ମୃତ୍ୟୁର ପ୍ରମୁଖ କାରଣ। ସେହିପରି ଗର୍ଭପାତକୁ ଆଇନ ସମ୍ମତ କରା ନଯିବା ଯୋଗୁଁ ମଧ୍ୟ ସମସ୍ୟା ଦେଖାଯାଇଥାଏ। ଯେଉଁ ଦେଶମାନଙ୍କରେ ଗର୍ଭପାତକୁ ଆଇନତଃ ସ୍ୱୀକୃତି ମିଳିନାହିଁ ସେଠାରେ ଅଧିକ ପରିମାଣରେ ଅସୁରକ୍ଷିତ ଗର୍ଭପାତ କରାଯାଉଥିବାର ଜଣାଯାଏ। ସେହିପରି ଅନେକ ସମୟରେ ଗର୍ଭନିରୋଧ ବଟିକାର ବ୍ୟବହାର ସମ୍ପର୍କରେ ନ ଜାଣିବା ଅସୁରକ୍ଷିତ ଗର୍ଭପାତର କାରଣ ପାଲଟିଥାଏ। ଆଧୁନିକ ପରିବାର ନିୟନ୍ତ୍ରଣ ଓ ଗର୍ଭବତୀମାନଙ୍କୁ ଚିକିତ୍ସା ସୁବିଧା ପ୍ରଦାନ କରାଗଲେ ଗର୍ଭପାତ ଜନିତ ମୃତ୍ୟୁହାରକୁ ବାର୍ଷିକ ପାଖାପାଖି ୭୫ପ୍ରତିଶତ କମାଇ ଦିଆଯାଇପାରନ୍ତା।

ଡ. ଶୁଭଶ୍ରୀ ମିଶ୍ର
ଭୁବନେଶ୍ୱର, ମୋ: ୯୮୬୧୪୬୩୪୦୬

21 Mar 2023 By The Sakala

https://www.thesakala.in/sakala-editorial/sakala-article-21st-march-2023-2/article-19987
Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର