ମନୋରଞ୍ଜନ
ଯୁବବର୍ଗର ଅଧ୍ୟାତ୍ମ ଆଗ୍ରହ
ରାଷ୍ଟ୍ର ଗଠନରେ ଯୁବବର୍ଗଙ୍କର ଭୂମିକା ବହୁମାତ୍ରାରେ ରହିଛି। ଏମାନେ ସେହି ମୂଳଦୂଆ, ଯେଉଁମାନଙ୍କ ଉପରେ ସମଗ୍ର ସମାଜ ଭରସା କରି ସୁରାଷ୍ଟ୍ର ଗଠନର ସ୍ୱପ୍ନକୁ ସାକାର କରିପାରିବ। ଉତ୍ତରପିଢ଼ିଙ୍କ ନିମନ୍ତେ ସୁଶିକ୍ଷା, ନିରାପତ୍ତା, ସ୍ୱାସ୍ଥ୍ୟ ସୁରକ୍ଷା, ଉତ୍ପାଦକତା ବୃଦ୍ଧିର ଭାର ଏମାନଙ୍କ ଉପରେ ନ୍ୟସ୍ତ ଥାଏ। କିନ୍ତୁ ସାମ୍ପ୍ରତିକ ସମୟରେ ଯୁବକମାନଙ୍କ ମଧ୍ୟରେ ଦେଖାଦେଉଥିବା ଅପରାଧିକ ପ୍ରବଣତାକୁ ଦେଖିଲେ ହୃଦ୍ବୋଧ ହୁଏ ଯେ, ସଂସାର ଅଧୋଗାମୀ ହେବାରେ ଲାଗିଛି। ମହିଳାଙ୍କୁ ଦୁର୍ବ୍ୟବହାର, ଗୁରୁଜନଙ୍କୁ ଅସମ୍ମାନ, ହତ୍ୟା ଆଦି […]
ରାଷ୍ଟ୍ର ଗଠନରେ ଯୁବବର୍ଗଙ୍କର ଭୂମିକା ବହୁମାତ୍ରାରେ ରହିଛି। ଏମାନେ ସେହି ମୂଳଦୂଆ, ଯେଉଁମାନଙ୍କ ଉପରେ ସମଗ୍ର ସମାଜ ଭରସା କରି ସୁରାଷ୍ଟ୍ର ଗଠନର ସ୍ୱପ୍ନକୁ ସାକାର କରିପାରିବ। ଉତ୍ତରପିଢ଼ିଙ୍କ ନିମନ୍ତେ ସୁଶିକ୍ଷା, ନିରାପତ୍ତା, ସ୍ୱାସ୍ଥ୍ୟ ସୁରକ୍ଷା, ଉତ୍ପାଦକତା ବୃଦ୍ଧିର ଭାର ଏମାନଙ୍କ ଉପରେ ନ୍ୟସ୍ତ ଥାଏ। କିନ୍ତୁ ସାମ୍ପ୍ରତିକ ସମୟରେ ଯୁବକମାନଙ୍କ ମଧ୍ୟରେ ଦେଖାଦେଉଥିବା ଅପରାଧିକ ପ୍ରବଣତାକୁ ଦେଖିଲେ ହୃଦ୍ବୋଧ ହୁଏ ଯେ, ସଂସାର ଅଧୋଗାମୀ ହେବାରେ ଲାଗିଛି। ମହିଳାଙ୍କୁ ଦୁର୍ବ୍ୟବହାର, ଗୁରୁଜନଙ୍କୁ ଅସମ୍ମାନ, ହତ୍ୟା ଆଦି କରିବାକୁ ତିଳେମାତ୍ର ଘୃଣା କରୁନାହାନ୍ତି। କିନ୍ତୁ ଏଭଳି ହାତାଶା ଓ ନିରାଶାବାଦୀ ସମାଜରେ ନୂତନ ସୂର୍ଯ୍ୟୋଦୟ ହେବା ପରି ଯୁବବର୍ଗଙ୍କୁ ଆଧ୍ୟାତ୍ମିକ ଦିଗ ପ୍ରତି ଆକୃଷ୍ଟ ହେବା ଦେଖାଯାଉଛି। ଏହା ଯେତିକି ଆନନ୍ଦ ପ୍ରଦାନ କରୁଛି, ଭବିଷ୍ୟତ ପାଇଁ ଶୁଭ ଲକ୍ଷଣ ଭଳି ଦେଖାଯାଉଛି। ଏଭଳି ଅଧ୍ୟାତ୍ମବାଦୀ ଯୁବଗୋଷ୍ଠୀଙ୍କ ସଂଖ୍ୟା କମ୍ ହେଲେ ମଧ୍ୟ କେଉଁଠି ନା କେଉଁଠି ଆଶା ସଞ୍ଚରିତ ହେଉଛି ଯେ, ବହୁ ଶୀଘ୍ର ଆଧ୍ୟାତ୍ମବାଦ ଦ୍ୱାରା ଅନୁପ୍ରାଣିତ ହୋଇ ଯୁବବର୍ଗ ସମାଜରେ ଘଟୁଥିବା ବର୍ବରତାକୁ ପ୍ରେମ ଓ ଅହିଂସାରେ ପରିଣତ କରିପାରିବେ।
ଅଧ୍ୟାତ୍ମିକବାଦୀ ହୁଅନ୍ତୁ ଅବା ଭୌତିକବାଦୀ, ଏମାନେ ଜୀବନରେ ପରିବର୍ତ୍ତନ ଆଣିବାରେ ବେଶ୍ ଧୂରନ୍ଧର। ଅଧ୍ୟାତ୍ମବାଦୀ ପାଖରେ ରହୁଥିବା ବ୍ୟକ୍ତିକୁ ଯଦିଓ ସକାରାତ୍ମକ ଚିନ୍ତା ଓ ଚେତନା ଜାଗ୍ରତ କରିବାରେ କିଛି ସମୟ ଲାଗିପାରେ, କିନ୍ତୁ ଏହା ଥରେ କାର୍ଯ୍ୟ କରିବା ଆରମ୍ଭ କରିଲେ ବ୍ୟକ୍ତିର ଜୀବନକୁ ସ୍ୱର୍ଗ କରିବାରେ ସହାୟକ ହୁଏ। ଏଥିରେ ଦୟା, କ୍ଷମା, ପରୋପକାର, ବିନମ୍ରତା ଆଦି ଥାଏ। ଅପରପକ୍ଷରେ ଭୌତିକବାଦୀଙ୍କ ଦ୍ୱାରା ଅନୁପ୍ରେରିତ ହୋଇଥିବା ବ୍ୟକ୍ତି ଦୟା, କ୍ଷମା ପରି ଶବ୍ଦଠାରୁ ବହୁ ଦୂରରେ ଥାଏ। ଆପାଣାଇଥାଏ ହିଂସା, ଅସୂୟା, ପରଶ୍ରୀକାତରତା ପରି ରାସ୍ତାମାନଙ୍କୁ। ଏହା ସେମାନଙ୍କ ଜୀବନକୁ ନର୍କ କରି ଗଢ଼ି ତୋଳିଥାଏ। ଏହି ଦୁଇଟି ରାସ୍ତା ବିପରୀତଗାମୀ। ଏଥିମଧ୍ୟରୁ କେଉଁ ପଥରେ ଗଲେ ମନୁଷ୍ୟ ସାର୍ଥକ ଜୀବନ ବିତାଇପାରିବ ତାହା ବୁଝି ଉତ୍ତମ ରାସ୍ତାକୁ ଆପଣାଇବା ସମସ୍ତଙ୍କ ଦ୍ୱାରା ସମ୍ଭବ ହୋଇନଥାଏ। କିନ୍ତୁ ପରିବର୍ତ୍ତିତ ସମୟରେ କିଛି ଯୁବକ ଅଳ୍ପ ବୟସରୁ ଏହି ମାର୍ଗକୁ ଅନୁସରଣ କରିବା ଶୁଭସଙ୍କେତ ବୋଲି କୁହାଯାଇପାରେ।
ସଦ୍ୟ ପାଳିତ ଜନ୍ମାଷ୍ଟମୀର ଦୁଇ ଦିନ ପୂର୍ବରୁ ହଠାତ୍ ଜଣେ ଯୁବକ ଆସି ପହଞ୍ଚିଲେ। ବୟସ ପାଖାପାଖି ଛବିଶ କିମ୍ବା ସତେଇଶ ହେବ। ପୂର୍ବରୁ ତାଙ୍କୁ କେବେ ଦେଖି ନଥିବାରୁ ପ୍ରଶ୍ନିଳ ଦୃଷ୍ଟିରେ ଚାହିଁଲି। ସେ ପ୍ରଥମେ ‘ଜୟଶ୍ରୀକୃଷ୍ଣ ଅପା’ କହି ସମ୍ଭୋଧନ କଲେ। ମୁଁ ମଧ୍ୟ ପ୍ରତି ଉତ୍ତରରେ ‘ଜୟଶ୍ରୀକୃଷ୍ଣ’ କହିଲି। ସେ କହିଲେ, ‘ଅପା! ମୁଁ ଏହି କଲୋନୀର ଶେଷ ମୁଣ୍ଡରେ ରହେ। ଏଥର ମୁଁ ଓ ମୋର କିଛି ବନ୍ଧୁ କୃଷ୍ଣ ଭଜନ ଓ କୀର୍ତ୍ତନର ଆୟୋଜନ କରିଛୁ। ଘର ଘର ବୁଲି ସମସ୍ତଙ୍କୁ କହୁଛୁ ଯିବା ପାଇଁ। କାହାକୁ ବାଧ୍ୟ ନୁହେଁ। ଯିଏ ଖୁସି ମନରେ ଯାଇପରିବେ। ସେଠାରେ କେବଳ ଭଜନ କୀର୍ତ୍ତନର ଆୟୋଜନ ହୋଇଛି। ଭୋଜିଭାତ ହେଉନାହିଁ। ତେଣୁ ଯେଉଁମାନଙ୍କର ଆଗ୍ରହ ହେବ ସେମାନେ ଯିବେ। ନନ୍ଦଉତ୍ସବ ଦିନ ଏହି କାର୍ଯ୍ୟକ୍ରମ ସଂଧ୍ୟା ୭ଟାରେ ଅନୁଷ୍ଠିତ ହେବ। ଅପା ଆପଣ ଯିବେ?’ ତାଙ୍କୁ କହିଲି, ‘ଆମେ ନିଶ୍ଚିତ ଯାଇ ପହଞ୍ଚିବୁ।’ ମୋ ଠାରୁ ଦୃଢ଼ ପ୍ରତିଶ୍ରୁତି ପାଇବା ପରେ ତାଙ୍କ ମୁହଁରେ ଖୁସି ସ୍ପଷ୍ଟ ବାରି ହୋଇ ପଡ଼ୁଥିଲା। ଠିକଣା କହି ସେ ଚାଲିଗଲେ। ରାତିରେ ସ୍ୱାମୀଙ୍କୁ ପଚାରିବାରୁ ସେ ଖୁବ ଖୁସି ହୋଇ କହିଲେ, ‘ଆଉ କହିବାର ଅଛି। ସୁଯୋଗ ମିଳିଛି ସେଠାକୁ ଯାଇ ହରି ପ୍ରେମରେ ଟିକେ ବିଭୋର ହେବା।’ କାରଣ ସେ ବି ଜଣେ ଆଧ୍ୟାତ୍ମବାଦୀ ଓ ହରିଭକ୍ତ।
ନନ୍ଦ ଉତ୍ସବ ଦିନ ଠିକ୍ ସଂଧ୍ୟା ୭ଟା ବେଳେ ପହଞ୍ଚିଗଲୁ ଠିକଣା ଜାଗାରେ। ସେଠାରେ ଥିଲେ ମାତ୍ର ପାଞ୍ଚ, ଛଅ ଜଣ ବୟୋଜ୍ୟେଷ୍ଠ ବ୍ୟକ୍ତି ଆଉ ଦଶ ବାର ଜଣ ଯୁବକ। ଯୁବକମାନଙ୍କ ବୟସ କୋଡ଼ିଏରୁ ଚାଳିଶ ଭିତରେ। ଆମକୁ ଦେଖି ଯୁବକ ଜଣକ ସସମ୍ମାନେ ଡାକି ନେଲେ ଭିତରକୁ। ଆରମ୍ଭ ହେଲା କାର୍ଯ୍ୟକ୍ରମ। କିଛିକ୍ଷଣ ମଧ୍ୟରେ ଆଉ କିଛି ଯୁବକ ଯୁବତୀ ଆସି ଯୋଗ ଦେଲେ। ସ୍ଥାନଟି କୃଷ୍ଣଙ୍କ ନାମରେ ପ୍ରକମ୍ପିତ ହେଉଥାଏ। ସମସ୍ତେ ମଜ୍ଜି ଯାଇଥା’ନ୍ତି ହରି ପ୍ରେମରେ। ସମସ୍ତଙ୍କ ମନରେ ପ୍ରସନ୍ନତା ଭରି ହୋଇଥାଏ। କିଛିକ୍ଷଣ ପରେ ସେଠାରୁ କିଛି ଯୁବକ ଯୁବତୀ ଉଠି ବିନମ୍ରତାର ସହ କହିଲେ ଏଠାରେ ଉପସ୍ଥିତ ହରିଭକ୍ତଙ୍କୁ କିଛି ଯଦି ଭୋଜନ କରାଇ ପାରିବୁ ତେବେ ଏହା ଆମର ସୌଭାଗ୍ୟ ବୋଲି ଭାବିବୁ। ତେଣୁ କେତେଜଣ ଯୁବକ ନିଜ ହାତରୁ ଅର୍ଥ ଦେଇ ଖାଦ୍ୟ ପ୍ରସ୍ତୁତିରେ ଲାଗିଗଲେ। ସମସ୍ତଙ୍କୁ ଖାଦ୍ୟ ପରଶିବାରେ ସେମାନେ ଏତେ ମାତ୍ରାରେ ଖୁସି ହେଉଥିଲେ ଯେ ତାହା ବ୍ୟକ୍ତି କରିବା ସମ୍ଭବ ନୁହେଁ। ସେମାନଙ୍କ ସହ ପୁଣି କିଛି କୃଷ୍ଣ କଥା ଆଲୋଚନା କଲୁ। ରାତି ଅଧିକ ହେବାରୁ ସେମାନେ ବାଧ୍ୟ କଲେ ଆମକୁ ଘରକୁ ଫେରିବାକୁ। ସେମାନଙ୍କ ନିକଟରୁ ଆସିବାକୁ ତିଳେମାତ୍ର ଇଚ୍ଛା ନଥିଲେ ବି ଆମେ ଆସିବାକୁ ବାଧ୍ୟ ହେଲୁ ପରଦିନ କାର୍ଯ୍ୟ ପାଇଁ। ସେମାନଙ୍କୁ ଦେଖି ଲାଗୁଥିଲା ସେମାନେ କୌଣସି ଦିବ୍ୟାତ୍ମାଙ୍କଠାରୁ କମ୍ ନୁହେଁ।
ଉପରୋକ୍ତ ଦୃଷ୍ଟାନ୍ତରେ ଆମେ ପନ୍ଦର କୋଡ଼ିଏ ଜଣ ଯୁବକଙ୍କୁ ଆଧ୍ୟାତ୍ମିକ ଚିନ୍ତା ଓ ଚେତନାରେ ବୁଡ଼ି ରହୁଥିବାର ଦେଖିଲୁ। ସେହିପରି ଦେଶରେ କୋଣ ଅନୁକୋଣରେ ଏପରି ଅନେକ ଯୁବକ ଯୁବତୀ ଅଛନ୍ତି ଯେଉଁମାନେ ହିଂସାଚରଣଠାରୁ ଅନେକ ଦୂରରେ। ସେବା ଓ ପରୋପକାରକୁ ଜୀବନ ମୂଳ ଲକ୍ଷ୍ୟ ବୋଲି ଭାବନ୍ତି। ସେମାନଙ୍କ ସକାରାତ୍ମକ ଭାବନା ଦ୍ୱାରା ଅନ୍ୟ ଯୁବକମାନେ ଆକୃଷ୍ଟ ହୋଇଁ ନକାରାତ୍ମକ କାର୍ଯ୍ୟରୁ ଓହରି ଯିବେ ବୋଲି ଆଶା କରିବା ଭୁଲ୍ ନୁହେଁ। ଆମ ଆଗରେ ସବୁଠାରୁ ବଡ଼ ଉଦାହରଣ ହେଲା ଆୟୋଜିତ ହେଉଥିବା ବିଭିନ୍ନ ପୂଜା ପାର୍ବଣରେ ଯୁବବର୍ଗଙ୍କ ଭୂମିକା ଓ ସଂଖ୍ୟା ହିଁ ସର୍ବାଧିକ।
ସାଧାରଣତଃ ଦେଖାଯାଏ ବୟସ୍କ ବ୍ୟକ୍ତିମାନେ ଏହି ଦିଗପ୍ରତି ଆଗ୍ରହୀ ହୁଅନ୍ତି। କାରଣ ପଚାରିଲେ କୁହନ୍ତି, ‘ଆମର ସଂସାର ଦାୟିତ୍ୱରୁ ଅବସର ନେଲା ପରେ ଭଜନ, କୀର୍ତ୍ତନ କରିବା ଛଡ଼ା ଆଉ କ’ଣ ଅଛି? କିନ୍ତୁ ଏହା କ’ଣ ଖାଲି ସମୟ ଅତିବାହିତ କରିବା ପାଇଁ ଉଦ୍ଦିଷ୍ଟ? ଆଧ୍ୟାତ୍ମିକତା ପାଇଁ କୌଣସି ନର୍ଦ୍ଦିଷ୍ଟ ବୟସ ସୀମା ନାହିଁ। ତେବେ ଶୃଙ୍ଖଳିତ ସମାଜର ଗଠନ ନିମନ୍ତେ ସ୍ୱଳ୍ପ ବୟସରୁ ପ୍ରଚେଷ୍ଟା କରାଗଲେ ସମାଜରେ ଉଚ୍ଛୃଙ୍ଖଳତା ଓ ପାଶବିକତା ହ୍ରାସ ପାଇ ପାରିବ ବୋଲି ଆଶା।
ଯୁବବର୍ଗଙ୍କ ଜରିଆରେ ସମାଜରେ ବଢ଼ୁଥିବା ଆପରାଧିକ କାର୍ଯ୍ୟକଳାପରେ ସ୍ଥିରତା ଅଣାଯାଇପାରିବ। ସେଥିପାଇଁ ଆଧ୍ୟାତ୍ମ ମାର୍ଗ ହିଁ ସର୍ବୋତ୍କୃଷ୍ଟ, ଯାହା ସମାମ୍ପ୍ରତିକ ସମାଜରେ କିଛି ଯୁବକ ଆଦରି ନେଲେଣି। ସେମାନଙ୍କ ଏହି ଆଧ୍ୟାତ୍ମବାଦ ହିଁ ସମାଜ ପାଇଁ ଅଚିରେ ସୁସମ୍ବାଦ ଆଣିବ। ନକରାରାତ୍ମକ ଶକ୍ତି କ୍ଷୀପ୍ର ଗତିରେ ଧାଉଁଥିଲେ ମଧ୍ୟ ହାର ମାନି ଯାଇଥାଏ ଆଧ୍ୟାତ୍ମିକତା ପାଖରେ। ଏହାର ପ୍ରଖର ଶକ୍ତି ଦ୍ୱାରା ଅସହାୟ କରିଦିଏ ଦୁରାତ୍ମାମାନଙ୍କୁ। ଆଶା ଭବିଷ୍ୟତରେ ଅନେକ ଯୁବବର୍ଗ ଏହି ପଥକୁ ଅନୁସରଣ କରିବେ ଏବଂ ସମାଜରେ ଘଟୁଥିବା କ୍ରୁରତାକୁ ବିଲୋପ କରିବେ।
ଉତ୍କଳିକା ଦାଶ
ଆଳି, ମୋ : ୭୦୦୮୫୫୯୬୯୩