ଗାଁ ଧାଉଁଛି ସହର ଆଡ଼କୁ

The Sakala Picture
Published On

ଭିନ୍ନ ଭିନ୍ନ ପରିବେଶ ହିଁ ବ୍ୟକ୍ତିଗତ ଜୀବନର ମାନ ବା ସ୍ତର ନିର୍ଦ୍ଧାରଣ କରିଥାଏ। କାହାର ଜନ୍ମ କେଉଁଠି ଓ ଜୀବନ ବିତୁଛି କେଉଁଠି ଏହା ତ ବିଚାରଯୋଗ୍ୟ ହୋଇଥାଏ। କିନ୍ତୁ କାହାର ଜନ୍ମ କେଉଁଠି ହୋଇଥାଉ ନା କାହିଁକି କେଉଁ ସ୍ଥାନରେ ତା’ର ଜୀବନ ବିତୁଛି ଓ କିପରି ତାହା ହିଁ ସାଧାରଣରେ ଗୁରୁତ୍ୱପୂର୍ଣ୍ଣ। ସାଧାରଣତଃ ପ୍ରକୃତିର ଅପରୂପ ଶୋଭାମଣ୍ଡନ କରିଥାଏ ଗାଁର ପରିବେଶ, ଯେଉଁଠି ରହିଛି ଜଙ୍ଗଲ, ପାହାଡ଼, ନଦୀ, ଝରଣା ଏବଂ ସବୁଜ […]

ଭିନ୍ନ ଭିନ୍ନ ପରିବେଶ ହିଁ ବ୍ୟକ୍ତିଗତ ଜୀବନର ମାନ ବା ସ୍ତର ନିର୍ଦ୍ଧାରଣ କରିଥାଏ। କାହାର ଜନ୍ମ କେଉଁଠି ଓ ଜୀବନ ବିତୁଛି କେଉଁଠି ଏହା ତ ବିଚାରଯୋଗ୍ୟ ହୋଇଥାଏ। କିନ୍ତୁ କାହାର ଜନ୍ମ କେଉଁଠି ହୋଇଥାଉ ନା କାହିଁକି କେଉଁ ସ୍ଥାନରେ ତା’ର ଜୀବନ ବିତୁଛି ଓ କିପରି ତାହା ହିଁ ସାଧାରଣରେ ଗୁରୁତ୍ୱପୂର୍ଣ୍ଣ। ସାଧାରଣତଃ ପ୍ରକୃତିର ଅପରୂପ ଶୋଭାମଣ୍ଡନ କରିଥାଏ ଗାଁର ପରିବେଶ, ଯେଉଁଠି ରହିଛି ଜଙ୍ଗଲ, ପାହାଡ଼, ନଦୀ, ଝରଣା ଏବଂ ସବୁଜ ଶସ୍ୟକ୍ଷେତ ଭଳି ପ୍ରକୃତିର ଅମୂଲ୍ୟ ଉପାଦାନମାନ। ଶାନ୍ତ ଓ ସରଳ ଜୀବନର ପରିଚୟ ସୃଷ୍ଟି କରିଛି ଗାଁ। ଯିଏ ଗାଁରେ ଜନ୍ମ ନେଇଛି ଏବଂ ଯାହାର ଜୀବନର ସମ୍ପୃକ୍ତି ଏହା ସହ ଅନୁବନ୍ଧିତ, ତା’କୁ ତ ଆମେ ଗାଉଁଲିର ପରିଚୟ ଦେଇଥାଉ ଏବଂ ତାଚ୍ଛଲ୍ୟରେ ‘ଗାଉଁଲିଆ’ କହିଥାଉ। ପରିବର୍ତ୍ତିତ ସମୟ ସ୍ରୋତରେ ଆମେ ଆଧୁନିକତାର ଏଭଳି ସ୍ପର୍ଶ ପାଇ ଚାଲିଛୁ ଯେ ଏହି ‘ଗାଉଁଲିଆ’ ଶବ୍ଦଟି ଆମ ପାଇଁ ଅତି ପୁରାତନ ହୋଇଗଲାଣି। ପ୍ରାୟ ଅଧିକାଂଶଙ୍କର ଗାଁ ପ୍ରତି ଅଭିରୁଚି କ୍ରମଶଃ ହ୍ରାସ ପାଇବାରେ ଲାଗିଛି। ଗାଉଁଲିଆମାନଙ୍କୁ କେହି ବି ପସନ୍ଦ କରନ୍ତି ନାହିଁ।

ବାସ୍ତବରେ ଗାଁ ହେଉଛି ପୁରାତନ କଳା, ସଂସ୍କୃତି ଓ ପରମ୍ପରାର କେନ୍ଦ୍ରସ୍ଥଳ, ଯାହାକି ବ୍ୟକ୍ତିଗତ ପ୍ରତିଭା ତଥା ଗୁଣାବଳୀର ବିକାଶରେ ସହାୟକ ହୋଇଥାଏ। ଗାଁ ଗୁଡ଼ିକରେ ଜ୍ଞାନୀ ଓ ବିଦ୍ୱାନ ବ୍ୟକ୍ତିଙ୍କ ସଂଖ୍ୟା କିଛି କମ୍‌‌ ନୁହେଁ। ସାଧାରଣତଃ ପ୍ରତ୍ୟେକଙ୍କ ଜ୍ଞାତସାରରେ ଏହି ଭାବନା ହିଁ ରହିଛି ଯେ ଗାଁରେ କେବଳ ଗରିବ ଓ ଅଭାବୀ ଲୋକମାନେ ବାସ କରନ୍ତି, ଯେଉଁମାନେ ଖଟିଖିଆ ଓ ମୂଲିଆ ଶ୍ରେଣୀର। କଠିନ ପରିଶ୍ରମ କରି ସ୍ୱଳ୍ପ ରୋଜଗାରରେ ନିଜର ତଥା ପରିବାରର ଗୁଜୁରାଣ ମେଣ୍ଟାଇବା ସେମାନଙ୍କ ପାଇଁ କଷ୍ଟକର ହୋଇପଡ଼େ। ଅନ୍ୟମାନଙ୍କୁ ଦେଖି ସେମାନଙ୍କର କ’ଣ ମନ ହେଉ ନାହିଁ ଯେ ଭଲ ଭାବରେ ଘରଟିଏ ତିଆରି କରିବା, ଭଲ ଖାଇବା ଓ ନାମୀଦାମୀ କମ୍ପାନୀର ପୋଷାକ ପିନ୍ଧି ବିଳାସମୟ ଜୀବନ ବିତାଇବା! କିନ୍ତୁ କରିବେ କ’ଣ? ସେମାନେ ଯେପରି ପୁରୁଣାକାଳିଆ, ସେମାନଙ୍କ ଢଙ୍ଗଢାଙ୍ଗ ଓ ଚାଲିଚଳନ ମଧ୍ୟ ତଦନୁରୂପ ହୋଇଥାଏ। ଏଥିପାଇଁ ବ୍ୟବସ୍ଥିତ ବିକଳ୍ପ ପନ୍ଥା ଥିଲେ ମଧ୍ୟ ତା’କୁ କେବେ ବି ସେମାନେ ଆଦରି ନିଅନ୍ତି ନାହିଁ। ଅର୍ଥାତ ଗାଁ ଛାଡ଼ି ସହାରରେ ରହି ବିପୁଳ ଅର୍ଥ ଉପାର୍ଜନ କରିବା ଏବଂ ସୁଖସ୍ୱାଚ୍ଛନ୍ଦ୍ୟରେ ଆରାମଦାୟକ ଜୀବନ ବିତାଇବାକୁ ଅନିଚ୍ଛା ପ୍ରକାଶ କରନ୍ତି। କାରଣ ସେମାନେ ଗାଁ ପ୍ରତି ଏଭଳି ମାୟା ମମତାରେ ବାନ୍ଧି ହୋଇ ରହିଥା’ନ୍ତି ଯେ ବାପା, ଜେଜେ ବାପା ଅମଳର ଘରଦ୍ୱାର ଓ ଜମି ବାଡ଼ି ଛାଡ଼ିଯିବା ପାଇଁ କେବେ ବି ରାଜି ହୁଅନ୍ତି ନାହିଁ। ଗାଁରେ ମେଳା ମହୋତ୍ସବ, ପର୍ବପର୍ବାଣି ନିର୍ଦ୍ଦିଷ୍ଟ ନୀତି ନିୟମ ଅନୁସାରେ ପାଳନ କରାଯାଇଥାଏ। ଏଠାକାର ବାସିନ୍ଦାଙ୍କ ମଧ୍ୟରେ ଭାଇ ବନ୍ଧୁ କୁଟୁମ୍ୱର ପାରସ୍ପରିକ ନିବିଡ଼ ସମ୍ପର୍କ ରହିଥାଏ, ଯାହାକି ପ୍ରତ୍ୟେକଙ୍କ ମନ ଆଇନାରେ ସରସତାର ଏକ ବାସ୍ତବ ପ୍ରତିବିମ୍ୱ ସୃଷ୍ଟି କରିଥାଏ। ଗାଁର ଲୋକମାନେ ଯେପରି ସରଳ ସେମାନଙ୍କ ଚଳଣିର ମିଞ୍ଜାସ ମଧ୍ୟ ସେପରି ସରଳ।

ଶିକ୍ଷା, ସ୍ୱାସ୍ଥ୍ୟ ଓ ବିଜ୍ଞାନର କଳାକୌଶଳ ଦୃଷ୍ଟିରୁ ବିଚାର କଲେ ଗାଁ ତ କାହିଁ କେତେ ପଛରେ ପଡ଼ି ରହିଛି! କହିବାକୁ ଗଲେ ଏସବୁ ପାଇଁ ଆଗକୁ ବଢ଼଼ି ଯିବାର କୌଣସି ସୁଯୋଗ ହିଁ ସୃଷ୍ଟି ହେଉ ନାହିଁ। କିନ୍ତୁୁ ସହର କଥା ଟିକିଏ ଭାବନ୍ତୁ ତ! ସତରେ କେବଳ ଆଧୁନିକତା କାହିଁକି, ଅତ୍ୟାଧୁନିକତାର ସ୍ପର୍ଶ ପାଇ ଗାଁଠାରୁ କାହିଁ କେତେ ଆଗକୁ ଆଗକୁ ମାଡ଼ି ଚାଲିଛି ସହର। ସହରର କୋଣ ଅନୁକୋଣରେ ଭରି ରହିଛି ଆଧୁନିକତା ଓ ଅତ୍ୟାଧୁନିକତାର ସୁଗନ୍ଧ ବା ମହକ। ସହରରେ ବାସ କରୁଥିବା ଲୋକମାନଙ୍କୁ ସାଧାରଣତଃ ଆମେ ‘ସହରିଆ’ କହିଥାଉ, ଯାହାକି ପ୍ରାୟତଃ ଏବେକାର ପ୍ରତ୍ୟେକଙ୍କ ପାଇଁ ଶବ୍ଦ ଅଭିଧାନରୁ ବଛା ଯାଇଥିବା ଏକ ପସନ୍ଦଯୋଗ୍ୟ ଶବ୍ଦ ହୋଇପାରିଛି। ସହରୀ ଜୀବନଶୈଳୀ ଏକ ନିଆରା ଢଙ୍ଗରେ ଚାଲିଛି, ଯେଉଁଠି ରହିଛି ଗାଉଁଲିମାନଙ୍କୁ ଚକିତ କଲା ଭଳି ରଙ୍ଗବେରଙ୍ଗର ବାସଗୃହ ତଥା ବ୍ୟବସାୟ ପ୍ରତିଷ୍ଠାନର ସୁବିସ୍ତୀର୍ଣ୍ଣ କୃତ୍ରିମ ପରିସରମାନ। ଅଥଚ ଗାଁରେ ସୃଷ୍ଟି ହୋଇଛି ଭୌତିକ ପରିବେଶ ସହ ସଂଶ୍ଲିଷ୍ଟ ଶୋଭନୀୟ ପ୍ରାକୃତିକ ପରିସରମାନ।

ଏବେ କିନ୍ତୁ ଏହି ଧାରାରେ ଦ୍ରୁତ ପରିବର୍ତ୍ତନ ଘଟୁଥିବା ଦେଖାଯାଉଛି। ସ୍ୱଳ୍ପ ଉପାର୍ଜନ ତଥା ଆର୍ଥିକ ଦୁରବସ୍ଥା ଗାଁର ବାସିନ୍ଦାମାନଙ୍କ ଜୀବନର ମୁଖ୍ୟ ପ୍ରସଙ୍ଗ ପାଲଟି ଯାଇଛି। ଏବେ ଗାଁ ବାସିନ୍ଦାମାଙ୍କର ମାନସିକତା ଏଭଳି ବଦଳି ଯାଇଛି ଯେ ଆର୍ଥିକ ସ୍ଥିତିରେ ସୁଧାର ଆଣିବା ଏବଂ ତାହାକୁ ଯଥାସମ୍ଭବ ସୁଦୃଢ଼ କରିବା ପାଇଁ ଏମାନେ ଗାଁ ଛାଡ଼ି ସହରାଭିମୁଖୀ ହେବାରେ ଲାଗିଛନ୍ତି। ତେଣୁ ଅଧିକାଂଶ ଗାଁ ଏବେ ଖୁବ କମ୍‌‌ସଂଖ୍ୟକ ଲୋକମାନଙ୍କର ଆବାସସ୍ଥଳୀ ହୋଇଯାଇଛି। ଗାଁ ଭିଟାମାଟି ପ୍ରତି ସେମାନଙ୍କର ଆଦର ଧୀରେ ଧୀରେ କମୁଥିବା ଦେଖାଯାଉଛି। ଆବଶ୍ୟକ ପଡ଼ିଲେ ସେହି ପୁରୁଣାକାଳିଆ ଗାଁ ଘରେ ବୁଢ଼ା ବାପା ଓ ମାଆକୁ ଏକାକୀ ଛାଡ଼ି ଦେଇ ସେମାନେ ସହରୀ ପରିବେଶର ମଜା ନେଉଛନ୍ତି। ବିପୁଳ ଅର୍ଥ ଉପାର୍ଜନ କରି ସେମାନେ ଆରାମଦାୟକ ଜୀବନ ବିତାଇବାରେ ଲାଗିଛନ୍ତି।

ଅବଶ୍ୟ ଏହା କହିବା ଯଥାର୍ଥ ଯେ ସହରରେ ଯାହା କିଛି ଅଛି ତାହା ଗାଁରେ ନାହିଁ ଏବଂ ଗାଁରେ ଯାହା କିଛି ଅଛି ତାହା ସହରରେ ନାହିଁ। କିନ୍ତୁ ଏହା ନିଶ୍ଚିତ ସତ୍ୟ ଯେ ଗାଁ ହେଉଛି ସହରର ଭିତ୍ତିଭୂମି। କୁହାଯାଇପାରେ ଗାଁ ଉପାନ୍ତ ହେଲେ ସହର ହେଉଛି ଅପରାନ୍ତ। ଯେଉଁଠି ଉପାନ୍ତ ନାହିଁ ସେଠି ଅପରାନ୍ତର ସତ୍ତା ନାହିଁ। ଅର୍ଥାତ ଯେଉଁଠି ଗାଁ ନାହିଁ ସେଠି ସହରର ପରିକଳ୍ପନା କିପରି ବା କରାଯାଇପାରିବ? ସୁତରାଂ ଏଥିପାଇଁ ଏକ ନିରପେକ୍ଷ ଆଭିମୁଖ୍ୟତାର ଆବଶ୍ୟକତା ରହିଛି।

ଦେବାଶିଷ ରଥ
ଖୋର୍ଦ୍ଧା, ମୋ: ୯୯୩୮୭୪୭୮୨୧

17 Feb 2023 By The Sakala

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର