ମନୋରଞ୍ଜନ
ଶାରଦୀୟ ନବରାତ୍ର
ଶାକ୍ତ ପରମ୍ପରା ଭାରତବର୍ଷର ଏକ ପ୍ରାଚୀନ ଶକ୍ତି-ଉପାସନା ଧାରା। ଶକ୍ତିତତ୍ତ୍ୱକୁ ମାତୃକା-ଉପାସନା ମାଧ୍ୟମରେ ମାନ୍ୟତା ଦିଆଯାଇ ବିବିଧ ପୂଜନ-ବ୍ରତ-ମହୋତ୍ସବର ଆୟୋଜନ ଭାରତବର୍ଷରେ ବହୁଧା ପରିପାଳିତ। ବିଜ୍ଞାନ ଦ୍ୱାରା ସମର୍ଥିତ ଏହି ନିର୍ଯାସର ଆଧାରରେ ଶକ୍ତିଙ୍କ ନାନା ରୂପାନ୍ତରଣ ରହିଛି ଓ ପ୍ରତିଟି ରୂପରେ ଜନବିଶ୍ୱାସାନୁରୂପ ଗୋଟିଏ ଗୋଟିଏ ଦେବୀମୂର୍ତ୍ତି ପ୍ରତିଭାତ ହୋଇଥା’ନ୍ତି। ଚଣ୍ଡୀ-ଚାମୁଣ୍ଡା-କାଳୀ-ଲକ୍ଷ୍ମୀ-ସରସ୍ୱତୀ-ଦୁର୍ଗା ପ୍ରଭୃତି ଅନେକ ରୂପ ମଧ୍ୟରୁ ‘ଦେବୀ’ ଶବ୍ଦର ଅଧିକ ସଂଯୋଗ ଦୁର୍ଗା ରୂପରେ ଜନଜୀବନରେ ଗୃହୀତ ହେବା ଲକ୍ଷ୍ୟ କରାଯାଏ। ଦେବୀପୂଜାର ଅନ୍ୟ […]
ଶାକ୍ତ ପରମ୍ପରା ଭାରତବର୍ଷର ଏକ ପ୍ରାଚୀନ ଶକ୍ତି-ଉପାସନା ଧାରା। ଶକ୍ତିତତ୍ତ୍ୱକୁ ମାତୃକା-ଉପାସନା ମାଧ୍ୟମରେ ମାନ୍ୟତା ଦିଆଯାଇ ବିବିଧ ପୂଜନ-ବ୍ରତ-ମହୋତ୍ସବର ଆୟୋଜନ ଭାରତବର୍ଷରେ ବହୁଧା ପରିପାଳିତ। ବିଜ୍ଞାନ ଦ୍ୱାରା ସମର୍ଥିତ ଏହି ନିର୍ଯାସର ଆଧାରରେ ଶକ୍ତିଙ୍କ ନାନା ରୂପାନ୍ତରଣ ରହିଛି ଓ ପ୍ରତିଟି ରୂପରେ ଜନବିଶ୍ୱାସାନୁରୂପ ଗୋଟିଏ ଗୋଟିଏ ଦେବୀମୂର୍ତ୍ତି ପ୍ରତିଭାତ ହୋଇଥା’ନ୍ତି। ଚଣ୍ଡୀ-ଚାମୁଣ୍ଡା-କାଳୀ-ଲକ୍ଷ୍ମୀ-ସରସ୍ୱତୀ-ଦୁର୍ଗା ପ୍ରଭୃତି ଅନେକ ରୂପ ମଧ୍ୟରୁ ‘ଦେବୀ’ ଶବ୍ଦର ଅଧିକ ସଂଯୋଗ ଦୁର୍ଗା ରୂପରେ ଜନଜୀବନରେ ଗୃହୀତ ହେବା ଲକ୍ଷ୍ୟ କରାଯାଏ। ଦେବୀପୂଜାର ଅନ୍ୟ ଲୋକପ୍ରିୟ ନାମ ହେଉଛି ‘ଦୁର୍ଗାପୂଜା’, ‘ଦୁର୍ଗୋତ୍ସବ’ ଇତ୍ୟାଦି।
ଦୁର୍ଗାଦେବୀଙ୍କ କୃପା ପ୍ରାପ୍ତି ନିମନ୍ତେ ଏହି ଦୁର୍ଗୋତ୍ସବର ଗୁରୁତ୍ୱପୂର୍ଣ୍ଣ ଅଙ୍ଗଟି ହେଉଛି ‘ନବରାତ୍ର’ବ୍ରତ। ସ୍କନ୍ଦପୁରାଣ-ମାନସଖଣ୍ଡାନ୍ତର୍ଗତ ଶ୍ରୀମଦ୍ଦେବୀଭାଗବତ ମାହାତ୍ମ୍ୟମ୍(୧/୩୧, ୩୨ର ସିଦ୍ଧାନ୍ତ ଆଧାରରେ ବର୍ଷର ଚାରିଟି ମାସରେ ନବରାତ୍ର ପାଳନୀୟ। ଯଥା- ‘ଆଶ୍ୱିନେ ମଧୁମାସେ ବା ତପୋମାସେ ଶୁଚୌ ତଥା। ଚତୁର୍ଷୁ ନବରାତ୍ରେଷୁ ବିଶେଷାତ୍ ଫଳଦାୟକମ୍। ଅତୋ ନବାହଯଜ୍ଞୋଽୟଂ ସର୍ବସ୍ମାତ୍ ପୁଣ୍ୟକର୍ମଣଃ। ଫଳାଧିକପ୍ରଦାନେନ ପ୍ରୋକ୍ତଃ ପୁଣ୍ୟପ୍ରଦୋ ନୃଣାମ୍।।’ ଅର୍ଥାତ୍ ଆଶ୍ୱିନ ଓ ଚୈତ୍ର ସହିତ ଆଷାଢ଼ ଓ ମାଘମାସରେ ମଧ୍ୟ ଏହି ‘ନବରାତ୍ର’ କରଣୀୟ। ଏହି ସମୟରେ କୃତ ‘ନବରାତ୍ର’ବ୍ରତରେ ଶ୍ରୀମଦ୍ଦେବୀଭାଗବତ-ପାରାୟଣ ହେଉଛି ‘ନବାହଯଜ୍ଞ’; ଯାହାକି ସମସ୍ତ ପୁଣ୍ୟକର୍ମଠାରୁ ଅଧିକ ଶ୍ରେୟସ୍କର।
‘ନବରାତ୍ର’ର ଶବ୍ଦଗତ ବ୍ୟାଖ୍ୟା ହେଉଛି- ‘ନବାନାଂ ରାତ୍ରିଣାଂ ସମାହାରଃ।’ ଅର୍ଥାତ୍ ନଅଟି ରାତ୍ରିର ସମାହାର ଓ ତହିଁରେ ଅନୁଷ୍ଠିତ ବ୍ରତ। ଏହି ବ୍ରତ ପାଳନର ହେତୁ ସମ୍ପର୍କରେ ଶ୍ରୀମଦ୍ଦେବୀଭାଗବତ ପୁରାଣ(୩/୨୬/୩-୭)ରେ କୁହାଯାଇଛି-‘ଶୃଣୁ ରାଜନ୍ ପ୍ରବକ୍ଷ୍ୟାମି ନବରାତ୍ରବ୍ରତଂ ଶୁଭମ୍। ଶରତ୍କାଳେ ବିଶେଷେଣ କର୍ତ୍ତବ୍ୟଂ ବିଧିପୂର୍ବକମ୍।। ବସନ୍ତେ ଚ ପ୍ରକର୍ତ୍ତବ୍ୟଂ ତଥୈବ ପ୍ରେମପୂର୍ବକମ୍। ଦ୍ୱାବୃତୂ ଯମଦଂଷ୍ଟ୍ରାଖ୍ୟୌ ନୂନଂ ସର୍ବଜନେଷୁ ବୈ।। ଶରଦ୍ୱସନ୍ତନାମାନୌ ଦୁର୍ଗମୌ ପ୍ରାଣିନାମିହ। ତସ୍ମାଦ୍ୟତ୍ନାଦିଦଂ କାର୍ଯ୍ୟଂ ସର୍ବତ୍ର ଶୁଭମିଚ୍ଛତା। ଦ୍ୱାବେବ ସୁମହାଘୋରାବୃତୂ ରୋଗକରୌ ନୃଣାମ୍। ବସନ୍ତଶରଦାବେବ ସର୍ବନାଶକରାବୁଭୌ। ତସ୍ମାତ୍ତତ୍ର ପ୍ରକର୍ତ୍ତବ୍ୟଂ ଚଣ୍ଡିକାପୂଜନଂ ବୁଧୈଃ। ଚୈତ୍ରାଶ୍ୱିନେ ଶୁଭେ ମାସେ ଭକ୍ତିପୂର୍ବଂ ନରାଧିପ।’ ଅର୍ଥାତ୍ ଶରତ ଓ ବସନ୍ତ ନାମକ ଋତୁଦ୍ୱୟ ପ୍ରାଣୀମାନଙ୍କ ପାଇଁ ରୋଗକାରକ ହୋଇଥିବାରୁ ଦୁର୍ଗମ, ଭୟାନକ ଓ ’ଯମଦନ୍ତ’ନାମରେ ପରିଚିତ। ତେଣୁ ଆତ୍ମକଲ୍ୟାଣକାମୀ ବ୍ୟକ୍ତି ଏହି ଦୁଇ ଋତୁ-ଅନ୍ତର୍ଗତ ଆଶ୍ୱିନ ଓ ଚୈତ୍ରମାସରେ ସଯତ୍ନ ‘ନବରାତ୍ର’ବ୍ରତ ପାଳନପୂର୍ବକ ଚଣ୍ଡୀପୂଜା କରିବା ବିଧେୟ।
‘ନବରାତ୍ର’ବ୍ରତ ପାଳିତ ହୋଇଥାଏ ଆଶ୍ୱିନ-ଶୁକ୍ଳ-ପ୍ରତିପଦାଠାରୁ ନବମୀତିଥି ପର୍ଯ୍ୟନ୍ତ। ଶ୍ରୀବିନାୟକପଣ୍ଡିତବିରଚିତ ‘ନବରାତ୍ରପ୍ରଦୀପଃ’ଗ୍ରନ୍ଥ(ପୃ-୭)ରେ ଉଦ୍ଧୃତ ପ୍ରତାପରୁଦ୍ରୀୟନିବନ୍ଧାନ୍ତର୍ଗତ ଶ୍ଳୋକ ଏହାର ପ୍ରମାଣ। ଯଥା- ‘ଆଶ୍ୱିନେ ଶୁକ୍ଳପକ୍ଷେ ତୁ କର୍ତ୍ତବ୍ୟଂ ନବରାତ୍ରକମ୍। ପ୍ରତିପଦାଦିକ୍ରମେଣୈବ ଯାବଦ୍ଧି ନବମୀ ଭବେତ୍।’ ଏହି ‘ନବରାତ୍ର’କୁ ‘ନକ୍ତବ୍ରତ’ ବା ରାତ୍ରିକାଳୀନବ୍ରତ ବୋଲି ମଧ୍ୟ କୁହାଯାଇଥାଏ। ‘ନବରାତ୍ରପ୍ରଦୀପଃ(ନ.ପ୍ର)’ଗ୍ରନ୍ଥ(ପୃ-୧୪)ରେ ଭବିଷ୍ୟୋତ୍ତରପୁରାଣାନ୍ତର୍ଗତ ଶ୍ଳୋକର ପ୍ରମାଣରେ ଏହା ବ୍ୟକ୍ତ। ଯଥା- ‘ନବରାତ୍ରାଭିଧଂ କର୍ମ ନକ୍ତବ୍ରତମିଦଂ ଶୁଭମ୍। ଧର୍ମାର୍ଥକାମମୋକ୍ଷାର୍ଥମନୁଷ୍ଠେୟଂ ଦ୍ୱିଜାତିଭିଃ।’ ତେବେ ଏହି ବ୍ରତ ଏକ ସାର୍ବଜନୀନ ବ୍ରତଭାବରେ ଗୃହୀତ। ଏଥିପାଇଁ ଭବିଷ୍ୟୋତ୍ତରପୁରାଣରେ କୁହାଯାଇଛି- ‘ପୂଜନୀୟା ଜନୈର୍ଦେବୀ ସ୍ଥାନେ ସ୍ଥାନେ ପୁରେ ପୁରେ। ଗୃହେ ଗୃହେ ଶକ୍ତିପରୈର୍ଗ୍ରାମେ ଗ୍ରାମେ ବନେ ବନେ।’ (ନ.ପ୍ର / ପୃ-୬୩)
ଶ୍ରୀମଦ୍ଦେବୀଭାଗବତପୁରାଣ(୩/୨୭/୧୪)ଅନୁସାରେ ‘ନବରାତ୍ର’ବ୍ରତର ଚାରିଟି ପ୍ରମୁଖ ଅଂଶ ହେଉଛନ୍ତି- ନବାର୍ଣ୍ଣମନ୍ତ୍ର ଜପ ସହ ଚଣ୍ଡୀପୂଜା, ଚଣ୍ଡୀହୋମ, କୁମାରୀପୂଜା ଓ ବ୍ରାହ୍ମଣଭୋଜନ। ଯଥା- ‘ପୂଜାଭିଶ୍ଚୈବ ହୋମୈଶ୍ଚ କୁମାରୀପୂଜନୈସ୍ତଥା। ସମ୍ପୂର୍ଣ୍ଣଂ ତଦ୍ ବ୍ରତଂ ପ୍ରୋକ୍ତଂ ବିପ୍ରାଣାଂ ଚୈବ ଭୋଜନୈଃ।’ ଏଠାରେ ଜପନୀୟ ନବାର୍ଣ୍ଣମନ୍ତ୍ର ହେଉଛି- ‘ଐଂ ହ୍ରୀଂ କ୍ଳୀଂ ଚାମୁଣ୍ଡାୟୈ ବିଚ୍ଚେ’। ଏହି ମନ୍ତ୍ର ଜପପୂର୍ବକ ଉପବାସ କରି ଦେବୀପୂଜା ନିତ୍ୟ କରଣୀୟ। ଦେବୀପୂଜା ନିମନ୍ତେ ଘଟସ୍ଥାପନ, ସଂକଳ୍ପ, ଆସ୍ଥାନରେ ଚତୁର୍ଭୁଜା / ଅଷ୍ଟାଦଶଭୁଜା ସିଂହବାହନା ଦୁର୍ଗାପ୍ରତିମା ସ୍ଥାପନ ଅଥବା ମୂର୍ତ୍ତି-ଅଭାବେ ନବାର୍ଣ୍ଣଯନ୍ତ୍ର ସ୍ଥାପନ କରି ଚନ୍ଦନ-ଅଗୁରୁ-କର୍ପୂରାଦି ସୁଗନ୍ଧି ଏବଂ ମନ୍ଦାର-ଅଶୋକ-କର-ଚମ୍ପା-କନିଅର-ମାଳତୀ-ବ୍ରାହ୍ମୀ ପ୍ରଭୃତି ପୁଷ୍ପାର୍ପଣ ତଥା ନଡ଼ିଆ-ଲେମ୍ବୁ-ଡାଳିମ୍ବ-କଦଳୀ-କମଳା-ବେଲ-ପଣସ-ଆଦି ଫଳ ନୈବେଦ୍ୟ ଦ୍ୱାରା ପୂଜା କରାଯିବା ଉଚିତ ବୋଲି ଶ୍ରୀମଦ୍ଦେବୀଭାଗବତପୁରାଣ(୩/୨୬/୧୮-୩୧)ରେ ସବିସ୍ତର ବର୍ଣ୍ଣିତ ହୋଇଛି। ସେହିପରି ନବରାତ୍ରପ୍ରଦୀପଃ(ପୃ-୭୨-ନାରଦୀୟପୁରାଣୋଦ୍ଧୃତି)ରେ କୁହାଯାଇଛି ଯେ, ପୂରା ନବରାତ୍ର ବଢ଼଼ିବା ପର୍ଯ୍ୟନ୍ତ ପୂଜାସ୍ଥାନରେ ଅଖଣ୍ଡ ଦୀପ ଜ୍ୱାଳନ ସହ ଜଳାହାର, ଏକକାଳ ଭୋଜନ, କେବଳ ରାତ୍ରିଭୋଜନ ବା ଅଯାଚିତ ଭୋଜନ ମାଧ୍ୟମରେ ଯଥାଶକ୍ତି ଉପବାସ କରି ଭୂମିଶୟନ କରିବା ବିଧେୟ। ହବିଷ୍ୟାନ୍ନକୁ ପଳାଶ ପତ୍ର ବା କଦଳୀ ପତ୍ରରେ ଗ୍ରହଣ କରି ତ୍ରିକାଳସ୍ନାନ ଓ ତ୍ରିକାଳ ଷୋଡ଼ଶ ଅଥବା ଚୌଷଷ୍ଠୀ ଉପଚାରରେ ଦେବୀପୂଜା କରଣୀୟା। ଉପବାସରେ ଅକ୍ଷମ ବ୍ୟକ୍ତିମାନଙ୍କ ପାଇଁ ସପ୍ତମୀଠାରୁ ନବମୀ ପର୍ଯ୍ୟନ୍ତ ମାତ୍ର ତିନିଦିନ ଉପବାସର ସୁଫଳ ବିଷୟରେ ମଧ୍ୟ ଶ୍ରୀମଦ୍ଦେବୀଭାଗବତପୁରାଣ(୩/୨୭/୧୨-୧୩)ରେ ଉଲ୍ଲେଖ ରହିଛି- ‘ଉପବାସେ ହ୍ୟଶକ୍ତାନାଂ ନବରାତ୍ରବ୍ରତେ ପୁନଃ। ଉପୋଷଣତ୍ରୟଂ ପ୍ରୋକ୍ତଂ ଯଥୋକ୍ତଫଳଦଂ ନୃପ। ସପ୍ତମ୍ୟାଂ ଚ ତଥାଷ୍ଟମ୍ୟାଂ ନବମ୍ୟାଂ ଭକ୍ତିଭାବତଃ। ତ୍ରିରାତ୍ରକରଣାତ୍ସର୍ବଂ ଫଳଂ ଭବତି ପୂଜନାତ୍।’ ଆହୁରି ମଧ୍ୟ ନବରାତ୍ରରେ ନିତ୍ୟପୂଜାରେ ଅଶକ୍ତ-ବ୍ୟକ୍ତିମାନଙ୍କ ପାଇଁ କେବଳ ମାତ୍ର ଅଷ୍ଟମୀ ତିଥିରେ ଉପବାସପୂର୍ବକ ପୂଜା କରିବାର ନିର୍ଦ୍ଦେଶ ଦିଆଯାଇ ଶ୍ରୀମଦ୍ଦେବୀଭାଗବତପୁରାଣ(୩/୨୭/୮-୧୦)ରେ କୁହାଯାଇଛି- ‘ଅଶକ୍ତୋ ନିୟତଂ ପୂଜାଂ କର୍ତ୍ତୁଂ ଚେନ୍ନବରାତ୍ରକେ। ଅଷ୍ଟମ୍ୟାଂ ଚ ବିଶେଷେଣ କର୍ତ୍ତବ୍ୟଂ ପୂଜନଂ ସଦା। ପୁରାଷ୍ଟମ୍ୟାଂ ଭଦ୍ରକାଳୀ ଦକ୍ଷଯଜ୍ଞବିନାଶିନୀ। ପ୍ରାଦୁର୍ଭୂତା ମହାଘୋରା ଯୋଗିନୀକୋଟିଭିଃ ସହ।’ କାରଣ, ଏହି ଅଷ୍ଟମୀ ତିଥିରେ ହିଁ ଯୋଗିନୀମାନଙ୍କ ସହ ଭଦ୍ରକାଳୀଙ୍କ ଉଦ୍ଭବ ହୋଇଥିଲା। ‘ଦୁର୍ଗାଷ୍ଟମୀ’ ମଧ୍ୟ ଷଡ୍ଜୟନ୍ତୀ ମଧ୍ୟରୁ ଅନ୍ୟତମ।
ନବରାତ୍ର ବ୍ରତରେ ହୋମ ନିମନ୍ତେ ତ୍ରିକୋଣ କୁଣ୍ଡ ପ୍ରସ୍ତୁତ କରି ଖଇର କାଠ ନିର୍ମିତ ସ୍ରୁବ ଓ ସ୍ରୁଚ ତଥା ସତେଇଶଟି କୁଶରେ ନିର୍ମିତ ବିଷ୍ଟରର ବ୍ୟବହାରରେ ‘ଶ୍ରୀଦୁର୍ଗାସପ୍ତଶତୀ’ଗତ ମନ୍ତ୍ରାବଳୀରେ ଶତଚଣ୍ଡୀହୋମ କରାଯିବାର ନିର୍ଦ୍ଦେଶ ଶ୍ରୀମଦ୍ଦେବୀଭାଗବତପୁରାଣ(୩/୨୬/୩୫) ଏବଂ ନବରାତ୍ରପ୍ରଦୀପଃ(ପୃ-୭୮-୮୯, ଡାମରକଳ୍ପ)ରେ ସବିସ୍ତର ଦିଆଯାଇଛି। ଅକ୍ଷମତାସ୍ଥଳେ ଏହି ହୋମ କେବଳ ମାତ୍ର ଅଷ୍ଟମୀ ତିଥିରେ ରାତ୍ରି ଜାଗରଣ ଓ ଗୀତ-ବାଦ୍ୟ-ପ୍ରଭୃତି ସହ କରାଗଲେ ମଧ୍ୟ ସୁଫଳପ୍ରଦାୟକ ହୋଇଥାଏ ବୋଲି ନବରାତ୍ରପ୍ରଦୀପଃ(ପୃ-୧୪୮-ନାରଦୀୟପୁରାଣୋକ୍ତି)ରେ କୁହାଯାଇଛି- ‘ହବିର୍ଦ୍ରବ୍ୟାଣି ଜୁହୁୟାଦ୍ ଦୁର୍ଗାଷ୍ଟମ୍ୟାଂ ବିଶେଷତଃ। ରାତ୍ରୌ ଜାଗରଣଂ କୁର୍ଯ୍ୟାଦ୍ ଗୀତବାଦ୍ୟପୁରଃସରମ୍।’
ତତ୍ସହିତ ପ୍ରତିଦିନ ଦ୍ୱିବର୍ଷୀୟାଠାରୁ ଦଶବର୍ଷୀୟା ପର୍ଯ୍ୟନ୍ତ ଜଣେ ଜଣେ ଅଥବା ଦିନବୃଦ୍ଧିର ଅନୁପାତରେ ପ୍ରତ୍ୟହ ଅଧିକରୁ ଅଧିକ ଏପରିକି ନିତ୍ୟ ସର୍ବାଧିକ ନଅଜଣ ଲେଖାଏଁ ଅଥବା କେବଳ ନବମୀତିଥିରେ ନଅଜଣ ଅରଜସ୍କା କନ୍ୟାଙ୍କ ପୂଜା ସହ ତାଙ୍କୁ ଭୋଜନ ଦାନ ମଧ୍ୟ ବିଧି-ଅନ୍ତର୍ଗତ। ଏଥିପାଇଁ ଶ୍ରୀମଦ୍ଦେବୀଭାଗବତପୁରାଣ(୩/୨୬/୩୮)ରେ କୁହାଯାଇଛି- ‘ଏକୈକାଂ ପୂଜୟେତ୍ କନ୍ୟାମେକବୃଦ୍ଧାଂ ତଥା ପୁନଃ। ଦ୍ୱିଗୁଣଂ ତ୍ରିଗୁଣଂ ବାପି ପ୍ରତ୍ୟେକଂ ନବକଂ ଚ ବା।’ ପୁନଶ୍ଚ ଏହି କୁମାରୀମାନଙ୍କ ନାମ, ପୂଜାର ମନ୍ତ୍ର ଓ ଫଳଶ୍ରୁତି ସମ୍ପର୍କରେ ସେହି ଗ୍ରନ୍ଥ(୩/୨୬/୩୯-୬୨)ରେ ବିସ୍ତୃତ ଭାବେ କୁହାଯାଇଛି। ଏହି ଅନୁସାରେ ଦ୍ୱିବର୍ଷୀୟା ‘କୁମାରୀ’, ତ୍ରିବର୍ଷୀୟା ‘ତ୍ରିମୂର୍ତ୍ତି’, ଚତୁର୍ବର୍ଷୀୟା ‘କଲ୍ୟାଣୀ’, ପଞ୍ଚବର୍ଷୀୟା ‘ରୋହିଣୀ’, ଷଡ୍ବର୍ଷୀୟା ‘କାଳିକା’, ସପ୍ତବର୍ଷୀୟା ‘ଚଣ୍ଡିକା’, ଅଷ୍ଟବର୍ଷୀୟା ‘ଶାମ୍ଭବୀ’, ନବବର୍ଷୀୟା ‘ଦୁର୍ଗା’ ଓ ଦଶବର୍ଷୀୟା କନ୍ୟା ‘ସୁଭଦ୍ରା’ ନାମରେ ସ୍ମରଣୀୟା। ଆହୁରି ମଧ୍ୟ ଉକ୍ତ କନ୍ୟାମାନଙ୍କୁ ନବବସ୍ତ୍ର-ଭୂଷଣ-ଭୋଜନ ଅର୍ପଣପୂର୍ବକ ପୂଜନ କରିବାର ବିଧି ତହିଁରେ ବର୍ଣ୍ଣିତ। ନବରାତ୍ର ବ୍ରତର ଶେଷଅଂଶଟି ହେଉଛି ଆମନ୍ତ୍ରିତ ପୂଜକ-ବ୍ରାହ୍ମଣ-ଶ୍ରଦ୍ଧାଳୁଙ୍କୁ ଉଦାର ଭାବରେ ବିତ୍ତଶାଠ୍ୟ ବା କୃପଣତା ନ ରଖି ଶକ୍ତିମତେ ଭୂରି ଭୋଜନ ଓ ଦାନ ଦେବା। ଏହିପରି ନବରାତ୍ର ବ୍ରତ ସମ୍ପନ୍ନ ହେବା ସମୟରେ ଦେବୀଙ୍କ ସମ୍ମୁଖରେ ପ୍ରଣିପାତପୂର୍ବକ ଦେବ୍ୟପରାଧକ୍ଷମାପନସ୍ତୋତ୍ରମ୍ ପାଠ କରି ‘ମନ୍ତ୍ରହୀନଂ କ୍ରିୟାହୀନଂ ଯନ୍ମୟା କୃତମତ୍ର ବୈ। ତତ୍ସର୍ବଂ ଚଣ୍ଡିକେ ଦୁର୍ଗେ ପୂର୍ଣ୍ଣଂ ଭବତୁ ମେ ସଦା।’ – ଏହି ସ୍ତୁତି ଉଚ୍ଚାରଣୀୟ। ପରେ ପରେ ସେହି ନବମୀ ତିଥିରେ ପାରଣା(ସାମାନ୍ୟ ଭୋଜନଗ୍ରହଣ) କରିବା ସହିତ ଶ୍ରବଣା ନକ୍ଷତ୍ର ଯୁକ୍ତ ଦଶମୀ ତିଥିରେ ପୂଜିତ ପ୍ରତିମାଙ୍କୁ ଅଭିଷେକ ସହ ଜଳରେ ବିସର୍ଜନ କରିବା ବିଧେୟ। ଏହାର ପ୍ରମାଣରେ ନବରାତ୍ରପ୍ରଦୀପଃ(ପୃ-୧୪୯-ରୁଦ୍ରଯାମଳୋକ୍ତି)ରେ କୁହାଯାଇଛି- ‘ନବମ୍ୟାଂ ପାରଣାଂ କୁର୍ଯ୍ୟାଦ୍ରାତ୍ରୌ ଜାଗରଣଂ ତଥା। ଦଶମ୍ୟାମଭିଷେକଂ ଚ କୃତ୍ୱା ମୂର୍ତ୍ତିଂ ବିସର୍ଜୟେତ୍।’
ଅଧିକନ୍ତୁ ଶ୍ରୀମଦ୍ଦେବୀଭାଗବତପୁରାଣ (୩/୨୮/୪୮)ରେ କୁହାଯାଇଛି- ‘ଜ୍ଞାନଦଂ ମୋକ୍ଷଦଂ ଚୈବ ସୁଖସନ୍ତାନବର୍ଦ୍ଧନମ୍। ଶତ୍ରୁନାଶକରଂ କାମଂ ନବରାତ୍ରବ୍ରତଂ ସଦା।’ ଅର୍ଥାତ୍ ଏହି ‘ନବରାତ୍ର’ ବ୍ରତ ଏକାଧାରରେ ଜ୍ଞାନଦ, ମୋକ୍ଷଦ, ସୁଖ-ସନ୍ତାନ-ବର୍ଦ୍ଧକ ତଥା ଶତ୍ରୁବିନାଶକ। ପୂର୍ବେ ମର୍ଯ୍ୟାଦାପୁରୁଷୋତ୍ତମ ଶ୍ରୀରାମ ଦେବର୍ଷି ନାରଦଙ୍କ ପୌରୋହିତ୍ୟରେ ଚଣ୍ଡୀପୂଜା ସହ ଏହି ବ୍ରତପାଳନ କରି ସେତୁବନ୍ଧ ପ୍ରତିଷ୍ଠାଠାରୁ ଆରମ୍ଭ କରି ରାବଣାଦିଙ୍କ ନିଧନ, ସୀତାପ୍ରାପ୍ତି ସହ ଅଯୋଧ୍ୟା ପ୍ରତ୍ୟାଗମନ କରି ରାମରାଜ୍ୟ ପ୍ରତିଷ୍ଠାପୂର୍ବକ ସୁଖ ଲାଭ କରିପାରିଥିଲେ ବୋଲି ଶ୍ରୀମଦ୍ଦେବୀଭାଗବତପୁରାଣ(୩/୨୮/୪୯-୫୩)ରେ ଉଲ୍ଲେଖ ରହିଛି- ‘ନବରାତ୍ରବ୍ରତସ୍ୟାସ୍ୟ ପ୍ରଭାବେଣ ବିଶାଂ ବର। ସୁଖଂ ଭୂମିତଳେ ପ୍ରାପ୍ତଂ ରାମେଣାମିତତେଜସା।’ (୫୩)। ସେହିପରି ଭଗବାନ୍ ବିଷ୍ଣୁ ମଧୁ-କୈଟଭ-ବଧ ନିମନ୍ତେ, ମହାଦେବ ତ୍ରିପୁରାସୁର ବିନାଶ ନିମନ୍ତେ, ପିତାମହ ବ୍ରହ୍ମା ସୃଷ୍ଟିରକ୍ଷାର୍ଥେ ତଥା ଦେବରାଜ ଇନ୍ଦ୍ର ବୃତ୍ରାସୁର ନିଧନ ପାଇଁ ନବରାତ୍ର ବ୍ରତ କରିଥିବା ଶ୍ରୀମଦ୍ଦେବୀଭାଗବତପୁରାଣ(୩/୩୦/୨୯)ରେ ବର୍ଣ୍ଣିତ। ଯଥା- ‘ବିଷ୍ଣୁନା ଚରିତଂ ପୂର୍ବଂ ମହାଦେବେନ ବ୍ରହ୍ମଣା। ତଥା ମଘବତା ଚୀର୍ଣ୍ଣଂ ସ୍ୱର୍ଗମଧ୍ୟସ୍ଥିତେନ ବୈ।’
ଦେବୀପୂଜାର ଅନନ୍ୟ-ସାଧନ ‘ନବରାତ୍ର’ ବ୍ରତଶ୍ରେଷ୍ଠ ଭାବରେ ଶାସ୍ତ୍ରସିଦ୍ଧାନ୍ତରେ ସ୍ୱୀକୃତ। ଉପବାସ ମାଧ୍ୟମରେ ସୁସ୍ଥଶରୀରଚର୍ଯ୍ୟା, ଜପ ମାଧ୍ୟମରେ ମନର ଏକାଗ୍ରତା, ପୂଜା ମାଧ୍ୟମରେ ଆତ୍ମଶୁଦ୍ଧି, ହୋମ ମାଧ୍ୟମରେ ପରିବେଶ ଶୁଦ୍ଧି, କନ୍ୟାପୂଜା ଦ୍ୱାରା ନାରୀ ସୁରକ୍ଷା ଓ ନାରୀ ସମ୍ମାନ ତଥା ଭୂରିଭୋଜନ ମାଧ୍ୟମରେ ସାମାଜିକ-ସଦ୍ଭାବ ସହ ଦାନଶୀଳତାର ମୂଲ୍ୟବୋଧକୁ ପ୍ରଖ୍ୟାପିତ କରୁଥିବା ନବରାତ୍ରରେ ଶୈଳପୁତ୍ରୀଙ୍କଠାରୁ ସିଦ୍ଧିଦାତ୍ରୀଙ୍କ ପର୍ଯ୍ୟନ୍ତ ନବଦୁର୍ଗାଙ୍କ ସ୍ମରଣମଗ୍ନ ଏହି ବ୍ରତଧାରୀମାନଙ୍କୁ ଜଗଜ୍ଜନନୀ ଦେବୀଦୁର୍ଗାଙ୍କ ଅପାରକୃପା ପ୍ରାପ୍ତ ହେବା ନିଶ୍ଚିତ ଓ ନିଃସନ୍ଦେହ। ନମଶ୍ଚଣ୍ଡିକାୟୈ। ଡାକ୍ତର କୃଷ୍ଣକେଶବ ଷଡ଼ଙ୍ଗୀ ଭୁବନେଶ୍ୱର, ମୋ:୯୪୩୭୫୬୬୩୨୪