ମନୋରଞ୍ଜନ
ଓଡ଼ିଶାର ସାମରିକ ସଂସ୍କୃତି
ଭାରତ ଇତିହାସରେ ସମର ବିଶାରଦ ଜାତିମାନଙ୍କ ମଧ୍ୟରେ ଓଡ଼ିଆଙ୍କ ନାମ ସ୍ୱର୍ଣ୍ଣାକ୍ଷରରେ ଲିପିବଦ୍ଧ। ପ୍ରାଚୀନ କାଳରୁ ଓଡ଼ିଆମାନେ ସାମରିକ କୌଶଳ, ସାହସ ଓ ବୀରତ୍ୱ ପ୍ରଦର୍ଶନ କରି ଓଡ଼ିଆ ଜାତିର ସ୍ୱାଭିମାନ ବଜାୟ ରଖିପାରିଥିଲେ। ଏକଦା ଆକୁମାରୀହିମାଚଳ ଓଡ଼ିଆ ବୀରଙ୍କ ଶୌର୍ଯ୍ୟ ଓ ବୀର୍ଯ୍ୟରେ ପ୍ରକମ୍ପିତ ହେଉଥିଲା। ଓଡ଼ିଆଙ୍କ ବୀରତ୍ୱ ଓ ଦେଶପ୍ରେମର ବହୁ ନିଦର୍ଶନ ପୁରାଣ ଓ ଇତିହାସର ପୃଷ୍ଠା ମଣ୍ଡନ କରିଛି। ଓଡ଼ିଆମାନେ ଥିଲେ କୃଷି କ୍ଷେତ୍ରରେ ସାର୍ଥକ କୃଷକ ଓ ଯୁଦ୍ଧ କ୍ଷେତ୍ରରେ […]
ଭାରତ ଇତିହାସରେ ସମର ବିଶାରଦ ଜାତିମାନଙ୍କ ମଧ୍ୟରେ ଓଡ଼ିଆଙ୍କ ନାମ ସ୍ୱର୍ଣ୍ଣାକ୍ଷରରେ ଲିପିବଦ୍ଧ। ପ୍ରାଚୀନ କାଳରୁ ଓଡ଼ିଆମାନେ ସାମରିକ କୌଶଳ, ସାହସ ଓ ବୀରତ୍ୱ ପ୍ରଦର୍ଶନ କରି ଓଡ଼ିଆ ଜାତିର ସ୍ୱାଭିମାନ ବଜାୟ ରଖିପାରିଥିଲେ। ଏକଦା ଆକୁମାରୀହିମାଚଳ ଓଡ଼ିଆ ବୀରଙ୍କ ଶୌର୍ଯ୍ୟ ଓ ବୀର୍ଯ୍ୟରେ ପ୍ରକମ୍ପିତ ହେଉଥିଲା। ଓଡ଼ିଆଙ୍କ ବୀରତ୍ୱ ଓ ଦେଶପ୍ରେମର ବହୁ ନିଦର୍ଶନ ପୁରାଣ ଓ ଇତିହାସର ପୃଷ୍ଠା ମଣ୍ଡନ କରିଛି। ଓଡ଼ିଆମାନେ ଥିଲେ କୃଷି କ୍ଷେତ୍ରରେ ସାର୍ଥକ କୃଷକ ଓ ଯୁଦ୍ଧ କ୍ଷେତ୍ରରେ ସମର୍ଥ ସୈନିକ। ‘ଜୟ ଜବାନ ଜୟ କିଶାନ’ ଉକ୍ତିଟି ପ୍ରାଚୀନ କାଳରୁ ଓଡ଼ିଶାରେ ପ୍ରମାଣିତ ହୋଇସାରିଥିଲା।
ପୁରାଣ ଯୁଗରୁ ଓଡ଼ିଆ ବୀରଙ୍କ ସ୍ୱାଭିମାନର ପରିଚୟ ବିଭିନ୍ନ ଶାସ୍ତ୍ରରେ ଉପଲବ୍ଧ। ବୀର ଓଡ଼ିଆମାନେ ପୁରାଣ ବର୍ଣ୍ଣିତ ଅନେକ ଯୁଦ୍ଧରେ ଅପୂର୍ବ ସାମରିକ ସ୍ଫୂର୍ତ୍ତି, ସାହସ, ଜାତ୍ୟାଭିମାନ, ଉତ୍ସାହ ଓ ବୀରତ୍ୱର ପରାକାଷ୍ଠା ପ୍ରଦର୍ଶନ କରିଥିଲେ। ଐତେରୀୟ ଆରଣ୍ୟକ ଓ ମାନବ ଧର୍ମ ସୂତ୍ରରେ ଓଡ଼ିଆ ବୀରଙ୍କ ଯଶ ବର୍ଣ୍ଣିତ। ସୂର୍ଯ୍ୟବଂଶର ଦିଗ୍ବିଜୟୀ ବୀର ମହାରାଜା ରଘୁ ସ୍ୱୀୟ ଦିଗ୍ବିଜୟ କାଳରେ ଉତ୍କଳବାସୀଙ୍କର ସାମରିକ ତେଜର ଭୂୟସୀ ପ୍ରଶଂସା କରିଛନ୍ତି ତଥା ଉଡ୍ର ରାଜକନ୍ୟାଙ୍କୁ ବିବାହ କରିଛନ୍ତି। କୁରୁକ୍ଷେତ୍ର ଯୁଦ୍ଧରେ କଳିଙ୍ଗ ନରପତି ଶ୍ରୁତାୟୁ ତଥା ତାଙ୍କ ତିନିପୁତ୍ର ଭାନୁମାନ, କେତୁମାନ ଓ ଶୁକ୍ରଦେବ ହଜାର ହଜାର ଓଡ଼ିଆ ସୈନ୍ୟଙ୍କ ସହ ଯୋଗଦାନ ଦେବା ପ୍ରଣିଧାନଯୋଗ୍ୟ। ଏମାନେ କୌରବଙ୍କ ପକ୍ଷରେ ଯୋଗଦାନ କରି ମହାବଳୀ ସେନାଙ୍କ ସହିତ ‘ଜଗତ୍କ୍ଷୟଙ୍କର’ ଯୁଦ୍ଧରେ ଅବତୀର୍ଣ୍ଣ ହୋଇଥିଲେ। ଏହି ଯୁଦ୍ଧରେ ଓଡ୍ର ରାଜା ନିଜର ସୈନ୍ୟସାମନ୍ତଙ୍କ ସହ ପାଣ୍ଡବଙ୍କ ପକ୍ଷରେ ଯୋଗ ଦେଇଥିଲେ। ପରବର୍ତ୍ତୀ କାଳରେ ପଞ୍ଚମ ପାଣ୍ଡବ ସହଦେବ ବିଜୟ କରିବା ସମୟରେ ଓଡ଼ିଆ ବୀରଙ୍କ ସମର କୌଶଳ ଦେଖି ଅଭିଭୂତ ହୋଇଯାଇଥିଲେ। ପୁରାଣ ଯୁଗରେ ଓଡ଼ିଆ ଜାତି ସମର ନୈପୁଣ୍ୟରେ ପାରଙ୍ଗମ ଥିବାରୁ ‘କଳିଙ୍ଗା ସାହିସିକାଃ’ ଉକ୍ତିରେ ପ୍ରଶଂସିତ ହୋଇଥିଲା।
ଇତିହାସ ଅନୁଧ୍ୟାନ କଲେ ଜଣାଯାଏ ବୀର ଓଡ଼ିଆମାନେ ଖ୍ରୀଷ୍ଟପୂର୍ବ କାଳରୁ ବ୍ରହ୍ମଦେଶ, ପୂର୍ବ ଭାରତୀୟ ଦ୍ୱୀପପୁଞ୍ଜ ଆଦି ଅଧିକାର କରି ‘କ୍ଲିଙ୍ଗ୍’ ଜାତି ନାମରେ ପରିଚିତ ଥିଲେ। ମୌର୍ଯ୍ୟ ଯୁଗରେ ଓଡ଼ିଶା ଏକ ସାମରିକ ଶକ୍ତିସଂପନ୍ନ ରାଷ୍ଟ୍ର ଥିଲା ବୋଲି ମେଘାସ୍ଥନିସ୍ଙ୍କ ବିବରଣୀରେ ସୁସ୍ପଷ୍ଟ। ମୌର୍ଯ୍ୟ ସମ୍ରାଟ ଚନ୍ଦ୍ରଗୁପ୍ତ ମହୀଶୂର ପର୍ଯ୍ୟନ୍ତ ସାମ୍ରାଜ୍ୟ ବିସ୍ତାର କରିଥିଲେ ମଧ୍ୟ ଓଡ଼ିଶା ଆକ୍ରମଣ କରିବାକୁ ସାହସ କରିନଥିଲେ। ତଦୀୟ ପୌତ୍ର ଅଶୋକ ଖ୍ରୀଷ୍ଟପୂର୍ବ ୨୬୧ରେ କଳିଙ୍ଗ ଆକ୍ରମଣ କରିଥିଲେ। ଏହି ସମରରେ ଲକ୍ଷ ଲକ୍ଷ ଓଡ଼ିଆ ଯେଉଁ ଅସୀମ ବୀରତ୍ୱ ପ୍ରଦର୍ଶନ କରିଥିଲେ, ତା’ର ପଟ୍ଟାନ୍ତର ନାହିଁ। ଏହି ମହାସମରରେ ଓଡ଼ିଆ ଜାତି ନୈତିକ ବିଜୟ ମାଧ୍ୟମରେ ଚଣ୍ଡାଶୋକଙ୍କୁ ଧର୍ମାଶୋକରେ ପରିଣତ କରିପାରିଥିଲେ। ଓଡ଼ିଆ ଜାତିର ଅଭୂତପୂର୍ବ ବୀରତ୍ୱ ପ୍ରଦର୍ଶନ ଦୃଷ୍ଟିରୁ କଳିଙ୍ଗ ଯୁଦ୍ଧ ବିଶ୍ୱ ଇତିହାସରେ ଏକ ପ୍ରମୁଖ ସ୍ଥାନ ଲାଭ କରିଛି। ସମ୍ରାଟ ଖାରବେଳ ଖ୍ରୀଷ୍ଟପୂର୍ବ ପ୍ରଥମ ଶତାବ୍ଦୀରେ ସମର ବିଶାରଦ ଓଡ଼ିଆ ବୀରଙ୍କ ସହାୟତାରେ ଆଫଗାନିସ୍ଥାନ ପର୍ଯ୍ୟନ୍ତ ଦିଗ୍ବିଜୟ କରି ଯବାନମାନଙ୍କୁ ବିତାଡ଼ନ ପୂର୍ବକ ପବିତ୍ର ଭାରତବର୍ଷର ସ୍ୱାଭିମାନ ବଜାୟ ରଖିଥିଲେ। ରାଜ୍ୟ ଜୟ ତାଙ୍କର ଉଦ୍ଦେଶ୍ୟ ନଥିଲା। ସେ ଅଖଣ୍ଡ ଭାରତର କଳ୍ପନା କରିଥିଲେ। ସେ ମଗଧର ରାଜା ବୃହସ୍ପତି ମିତ୍ରଙ୍କୁ ପରାସ୍ତ କରି ଅପହୃତ ଜୀନାସନକୁ ସଗୌରବେ ସାମରିକ ଶୋଭାଯାତ୍ରାରେ ଓଡ଼ିଶାକୁ ଫେରାଇ ଆଣିଥିଲେ। ଏତଦ୍ଭିନ୍ନ ସେ ଆନ୍ଧ୍ର ରାଜା ସାତକର୍ଣ୍ଣୀ ତଥା ମୂଷିକ, ଭୋଜକ ଓ ରାଷ୍ଟ୍ରିକଙ୍କୁ ପରାସ୍ତ କରିଥିଲେ। ଖାରବେଳଙ୍କ ରାଜତ୍ୱରେ କଳିଙ୍ଗର ବିଜୟ କେତନ ସମଗ୍ର ଭାରତରେ ଫରଫର ହୋଇ ଉଡୁଥିଲା। ମାତ୍ର ସ୍ପଳ୍ପକାଳ ରାଜତ୍ୱ କରିଥିଲେ ହେଁ ଖାରବେଳ ସ୍ୱକୀୟ ସାମରିକ ବିଜୟ ଦ୍ୱାରା ଓଡ଼ିଆ ଜାତିର ପୂର୍ବ ଗୌରବ ପ୍ରତିଷ୍ଠା କରିପାରିଥିଲେ।
ଭୌମକର ସମ୍ରାଟ ଓ ସାମ୍ରାଜ୍ଞୀ ବୃନ୍ଦ ତିନିଶହ ବର୍ଷ ଓଡ଼ିଶାରେ ସୁଶାସନ ପ୍ରତିଷ୍ଠା କରିଥିଲେ। ଏହି ବଂଶରେ ସାତଜଣ ରାଣୀ ଶାସନ କରିବା ବିଶ୍ୱ ଇତିହାସରେ ବିରଳ ଘଟଣା। ଭୌମକର ରାଜା ଓ ରାଣୀଗଣ ଓଡ଼ିଆ ବୀରଙ୍କ ସାମରିକ ନୈପୁଣ୍ୟ ଯୋଗୁଁ ସାର୍ବଭୌମ ଉପାଧିରେ ଭୂଷିତ ହୋଇଥିଲେ। ସେମାନଙ୍କ ଅଧୀନରେ ଓଡ଼ିଶାର ବିଭିନ୍ନ ଅଞ୍ଚଳର ମଣ୍ଡଳ ରାଜ୍ୟମାନଙ୍କର ମଧ୍ୟ ସାମରିକ ସୁଖ୍ୟାତି ରହିଥିଲା। ଏହି ସମୟରେ ଓଡ଼ିଶା ଭ୍ରମଣ କରିଥିବା ଚୀନ୍ ପରିବ୍ରାଜକ ହୁଏନ୍ସାଂ ସ୍ୱକୀୟ ପର୍ଯ୍ୟଟନ ବିବରଣୀରେ ଓଡ଼ିଆଙ୍କ ବୀରତ୍ୱ ଓ ଅସୀମ ପରାକ୍ରମ ପ୍ରସଙ୍ଗ ଉଲ୍ଲେଖ କରିଛନ୍ତି। ସାମରିକ ଦୃଷ୍ଟିକୋଣରୁ ଭୌମକର ରାଜତ୍ୱ କାଳକୁ ଓଡ଼ିଶାର ସୁବର୍ଣ୍ଣ ଯୁଗ କୁହାଯାଏ।
ଭୌମକର ରାଜତ୍ୱ ପରେ ସୋମ ବଂଶ ରାଜତ୍ୱରେ ସମଗ୍ର ଓଡ଼ିଶା ‘ଉତ୍କଳ’ ନାମରେ ପରିଚିତ ଥିଲା। ଏହି ସମୟରେ ଓଡ଼ିଆ ବୀରବୃନ୍ଦ ଅଭୂତପୂର୍ବ ରଣକୌଶଳରେ ବିଚ୍ଛିନ୍ନ ଓଡ଼ିଶାକୁ ଗୋଟିଏ ରାଷ୍ଟ୍ରରେ ପରିଣତ କରିଥିଲେ। ସୋମବଂଶ ପରେ ଚାରିଶହ ବର୍ଷ ଗଙ୍ଗ ସମ୍ରାଟମାନେ ଓଡ଼ିଶା ଶାସନ କଲେ। ସେମାନେ ଉତ୍କଳ, କଙ୍ଗୋଦ, କଳିଙ୍ଗ ଓ କୋଶଳକୁ ଏକତ୍ର କରି ରାଜ୍ୟର ନାମ ‘ଓଡ଼ିଶା’ ରଖିଥିଲେ। ଏହି ଏକତ୍ୱ ଓଡ଼ିଆ ବୀରଙ୍କ ସାମରିକ ପ୍ରଚେଷ୍ଟାରେ ହିଁ ସମ୍ଭବ ହୋଇଥିଲା। ଗଙ୍ଗ ସମ୍ରାଟ ବୃନ୍ଦ ଓଡ଼ିଆ ବୀରଙ୍କ ସହାୟତାରେ ଉତ୍ତର ଓ ଦକ୍ଷିଣର ମୁସଲମାନ ଶକ୍ତିଙ୍କୁ ପରାସ୍ତ କରି ଓଡ଼ିଶାର ସ୍ୱାଧୀନତା ବଜାୟ ରଖିଥିଲେ। ଗଙ୍ଗମାନେ ଓଡ଼ିଶା ସୀମାନ୍ତରେ ବହୁ ଦୁର୍ଗ ନିର୍ମାଣ ପୂର୍ବକ ଶତ୍ରୁ ପ୍ରତିହତ ଉଦ୍ଦେଶ୍ୟରେ ହଜାର ହଜାର ଓଡ଼ିଆ ସୈନ୍ୟଙ୍କୁ ମୁତୟନ କରିଥିଲେ। ଗଙ୍ଗ ସମ୍ରାଟମାନଙ୍କର ପ୍ରତ୍ୟେକ ସାମରିକ ଅଭିଯାନରେ ଓଡ଼ିଆଙ୍କ ବୀରତ୍ୱ ନିହିତ। ସୂର୍ଯ୍ୟବଂଶୀ ଗଜପତିମାନଙ୍କର ଦିଗ୍ବିଜୟ କେବଳ ଓଡ଼ିଆ ବୀରଙ୍କ ଯୋଗୁଁ ସମ୍ଭବ ହୋଇଥିଲା। ଗଜପତି କପିଳେନ୍ଦ୍ର ଦେବ ଓଡ଼ିଆ ସୈନ୍ୟଙ୍କ ଅମିତ ପରାକ୍ରମ ବଳରେ ଦକ୍ଷିଣ ଭାରତର ପ୍ରମୁଖ ଶକ୍ତିଙ୍କୁ ପରାସ୍ତ କରି ‘ନବକୋଟି କର୍ଣ୍ଣାଟ କଳବର୍ଗେଶ୍ୱର’ ଉପାଧିରେ ଭୂଷିତ ହୋଇଥିଲେ। ସେହି ସମୟରେ ସମଗ୍ର ଭାରତ ମୁସଲମାନଙ୍କ ଦ୍ୱାରା ଅଧିକୃତ ହୋଇଥିଲେ ହେଁ ଓଡ଼ିଆ ବୀରଙ୍କ ଯୋଗୁଁ ଓଡ଼ିଶାର ସ୍ୱାଧୀନତା ଅକ୍ଷୁଣ୍ଣ ରହିଥିଲା।
୧୫୬୮ରେ ଗୋହିରା ଟିକିରୀ ଯୁଦ୍ଧରେ ଓଡ଼ିଶାର ଗୌରବ ରବି ଅସ୍ତମିତ ହୋଇଯାଇଥିଲେ ବୋଲି କୁହାଯାଉଥିଲେ ହେଁ ଏହି ଯୁଦ୍ଧରେ ମୁକୁନ୍ଦଦେବଙ୍କୁ ନିହତ କରି ଆଫଗାନ୍ମାନେ କେବଳ ଉପକୂଳ ଓଡ଼ିଶା ଦଖଲ କରିଥିଲେ। କିନ୍ତୁ ବ୍ୟାପକ ଗଡ଼଼ଜାତ ଅଞ୍ଚଳର ସ୍ୱାଧୀନତା ଓଡ଼ିଆ ବୀରଙ୍କ ଯୋଗୁଁ ଅତୁଟ ରହିଥିଲା। ୧୫୯୨ରେ ମୋଗଲମାନେ କେବଳ ଉପକୂଳ ଅଞ୍ଚଳ ଶାସନ କରିଥିଲେ। ସେତେବେଳେ ଓଡ଼ିଶାର ପ୍ରତ୍ୟେକ ଗଡ଼଼ଜାତରେ ରଣ ଦୁନ୍ଦୁଭି ବାଜି ଉଠିଥିଲା। ମୋଗଲମାନେ ଓଡ଼ିଆ ସୈନ୍ୟଙ୍କ ପରାକ୍ରମ ଯୋଗୁଁ ଗଡ଼଼ଜାତ ଦଖଲ କରିପାରିନଥିଲେ। ମୋଗଲଙ୍କ ପରେ ମରହଟ୍ଟାମାନେ କିଛିକାଳ ଓଡ଼ିଶାକୁ ଶାସନ କରିଥିଲେ ହେଁ ସେମାନଙ୍କ ଶାସନରେ ସ୍ଥିରତା ନଥିଲା। ଓଡ଼ିଆ ବୀରଗଣ ମରହଟ୍ଟାଙ୍କୁ ଶାନ୍ତିରେ ଓଡ଼ିଶା ଶାସନ କରିବାକୁ ସୁଯୋଗ ଦେଇନଥିଲେ। ଅଷ୍ଟାଦଶ ଓ ଊନବିଂଶ ଶତାବ୍ଦୀରେ ଓଡ଼ିଆ ପାଇକଙ୍କୁ ପରାସ୍ତ କରି ବିଦେଶୀମାନେ ଓଡ଼ିଶା ଅଧିକାର କରିବା ସହଜସାଧ୍ୟ ହୋଇନଥିଲା। ୧୭୫୯ରେ ଫରାସୀମାନେ ଓଡ଼ିଆ ବୀରଙ୍କ ଅଭୂତପୂର୍ବ ରଣକୌଶଳରେ ଭୀତ ହୋଇ ଗଞ୍ଜାମ ଅଧିକାର କରିବା ଆଶା ପରିତ୍ୟାଗ କରିଥିଲେ। ୧୭୬୭ରେ ଇଂରେଜମାନେ ଗଞ୍ଜାମ ଅଞ୍ଚଳସ୍ଥିତ ଓଡ଼ିଆ ସୈନ୍ୟଙ୍କ ରାଜଭକ୍ତି, ସ୍ୱଦେଶ ପ୍ରୀତି ଓ ସମର ନୈପୁଣ୍ୟ ଦେଖି ବିସ୍ମୟାଭିଭୂତ ହୋଇଯାଇଥିଲେ। ୧୭୮୧ରେ ଓଡ଼ିଆ ବୀର ପାଇକ ବୃନ୍ଦ ଢେଙ୍କାନାଳର ଷାଠିଏ ବାଟିଆ ରଣାଙ୍ଗନରେ ବିଶାଳ ମରହଟ୍ଟାବାହିନୀ ସହିତ ଏକ ଗୌରବୋଜ୍ଜ୍ୱଳ ଐତିହାସିକ ସମରରେ ଯେଉଁ ପରାକାଷ୍ଠା ପ୍ରଦର୍ଶନ କରିଥିଲେ, ତା’ର ତୁଳନା ନାହିଁ।
୧୮୦୩ରେ ଇଂରେଜମାନେ ପ୍ରତାରଣା ପୂର୍ବକ ଦେଓଗାଁଠାରେ ମରହଟ୍ଟାମାନଙ୍କ ସହିତ ଚୁକ୍ତି କରି ଓଡ଼ିଶା ଅଧିକାର କରିଥିଲେ ମଧ୍ୟ ଓଡ଼ିଆ ଜାତି ସହଜରେ ପରାଧୀନତାକୁ ସ୍ୱୀକାର କରିନଥିଲା। ଓଡ଼ିଆ ବୀରବୃନ୍ଦଙ୍କ ଭୟରେ ଇଂରେଜ ପ୍ରଶାସକମାନେ ଖୋରଧା ଛାଡ଼ି ପଳାଇଥିଲେ। ୧୮୧୭ ମସିହାରେ ଇଂରେଜମାନଙ୍କ ବିରୁଦ୍ଧରେ ଏକ ଭୟଙ୍କର ପାଇକ ବିଦ୍ରୋହ ସଂଘଟିତ ହୋଇଥିଲା। ବକ୍ସି ଜଗବନ୍ଧୁଙ୍କ ନେତୃତ୍ୱରେ ସଂଘଟିତ ଏହି ପାଇକ ବିଦ୍ରୋହ ଥିଲା ଭାରତର ପ୍ରଥମ ସ୍ୱାଧୀନତା ସଂଗ୍ରାମ। ଘୁମୁସରର କନ୍ଧ ସୈନ୍ୟମାନେ ଖୋରଧାର ପାଇକଙ୍କ ସହିତ ମିଶି ଏହି ସଂଗ୍ରାମକୁ ଦୀର୍ଘକାଳ ଚଳାଇଥିଲେ। ଏହି ସଂଗ୍ରାମରେ ଇଂରେଜମାନେ ବିଚଳିତ ଓ ଭୟଭୀତ ହୋଇଯାଇଥିଲେ। କେବଳ ଖୋରଧା ନୁହେଁ, କୁଜଙ୍ଗ ଓ ଅନ୍ୟାନ୍ୟ ସ୍ଥାନରେ ପାଇକ ବିଦ୍ରୋହ ଆରମ୍ଭ ହେବାରୁ ଇଂରେଜ କର୍ମଚାରୀ ବୃନ୍ଦ ପ୍ରାଣ ଭୟରେ ପଳାୟନ କରିଥିଲେ। ଖୋରଧା ପାଇକ ବିଦ୍ରୋହର କିଛି ବର୍ଷ ପରେ ବାଣପୁର ଅଞ୍ଚଳରେ ପାଇକ ସର୍ଦ୍ଦାର ପଞ୍ଚାନନଙ୍କ ନେତୃତ୍ୱରେ ପୁନଶ୍ଚ ଏକ ସଂଗ୍ରାମ ସଂଘଟିତ ହୋଇଥିଲା। ସମ୍ବଲପୁରର ପାଇକମାନେ ବୀର ସୁରେନ୍ଦ୍ର ସାଏଙ୍କ ନେତୃତ୍ୱରେ ବହୁକାଳ ସଂଗ୍ରାମ ଚଳାଇଥିଲେ। ସମ୍ବଲପୁର, ଅନୁଗୁଳ ଓ ବାଙ୍କୀର ତତ୍କାଳୀନ ଶାସକ ଓ ରାଜଭକ୍ତ ଓଡ଼ିଆବୀରଙ୍କୁ ଭୟ କରି ଇଂରେଜମାନେ ଛଳେ ବଳେ କୌଶଳେ ସେହି ସବୁ ଅଞ୍ଚଳରେ ପ୍ରତ୍ୟକ୍ଷ ଶାସନ ଜାତି କରିଥିଲେ। ଓଡ଼ିଆ ବୀରବୃନ୍ଦଙ୍କର ଏହି ସଂଗ୍ରାମ ଭାରତ ଇତିହାସରେ ଏକ ଗୌରବମୟ ଅଧ୍ୟାୟ।
ଓଡ଼ିଶାର ବୀରବୃନ୍ଦ ବେତନଭୋଗୀ କର୍ମଚାରୀ ନଥିଲେ। ସେମାନଙ୍କୁ ପାଇକ କୁହାଯାଉଥିଲା। ଜାତି, ଧର୍ମ, ବର୍ଣ୍ଣ, ସଂପ୍ରଦାୟ ନିର୍ବିଶେଷରେ ସଭିଁଏ ଦେଶ ପାଇଁ ଯୁଦ୍ଧ କରି ପାଇକ ବୋଲାଉଥିଲେ। ଏପରିକି ଅନେକ ବ୍ରାହ୍ମଣଙ୍କର ସାମନ୍ତରାୟ, ଚମ୍ବପତି, ବାହିନୀପତି ଓ ସନ୍ଧିବିଗ୍ରହ ପ୍ରଭୃତି ସାମରିକ ଉପାଧି ରହିଛି। ପାଇକମାନେ ପୁରୁଷାନୁକ୍ରମେ ରାଜପ୍ରଦତ୍ତ ଦାୟଗିରୀ ଭୋଗ କରୁଥିଲେ ଏବଂ ଶତାବ୍ଦୀ ଶତାବ୍ଦୀ ଧରି ଯୁଦ୍ଧରେ ଯୋଗ ଦେଉଥିଲେ। ରାଜ୍ୟରେ ବିଭିନ୍ନ ସ୍ଥାନରେ ଦୁର୍ଗ ନିର୍ମାଣ କରାଯାଇ ସ୍ୱତନ୍ତ୍ର ସୈନ୍ୟବାହିନୀ ମୁତୟନ କରାଯାଉଥିଲା। ବିଭିନ୍ନ ସମରଶିକ୍ଷା ନିମିତ୍ତ ପାଇକ ଆଖଡ଼ା ରହିଥିଲା। ଅଭିଜ୍ଞ ଯୋଦ୍ଧାଗଣ ସେଠାରେ ନବାଗତଙ୍କୁ ମଲ୍ଲଯୁଦ୍ଧ, ଗଦାଯୁଦ୍ଧ, ତରବାରୀ ଓ ତୀରଚାଳନା ପ୍ରଭୃତି ବିଭିନ୍ନ ରଣକୌଶଳ ଶିକ୍ଷା ଦେଉଥିଲେ। ପରବର୍ତ୍ତୀ କାଳରେ ପାଇକମାନଙ୍କୁ ତୋପ, କମାଣ ଓ ବନ୍ଧୁକଚାଳନା ପ୍ରଭୃତି ଶିକ୍ଷା ଦିଆଯାଇଥିଲା। ଓଡ଼ିଆ ବୀର ପାଇକମାନଙ୍କର ଦୃଢ଼ ବିଶ୍ୱାସ ରହିଥିଲା ଯେ ଯୁଦ୍ଧରେ ଦେଶ ପାଇଁ ପ୍ରାଣବଳି ଦେଲେ ଯଶ ଓ ସ୍ୱର୍ଗ ପ୍ରାପ୍ତି ହୋଇଥାଏ। ଓଡ଼ିଆ ସାହିତ୍ୟରେ ଓଡ଼ିଆ ବୀରଙ୍କ ଅସାଧାରଣ ବୀରତ୍ୱ, ଅଭେଦ୍ୟ ଦୁର୍ଗ ନିର୍ମାଣ, ଅପୂର୍ବ ରଣକୌଶଳ, ସୁପରିକଳ୍ପିତ ସମର ସଜ୍ଜା ଓ ଲକ୍ଷ୍ୟଭେଦୀ ଯୁଦ୍ଧାସ୍ତ୍ର ପ୍ରୟୋଗ ସଂପର୍କରେ ଉଲ୍ଲେଖ ରହିଛି, ଯାହା ସ୍ୱତନ୍ତ୍ର ଆଲୋଚନା ପ୍ରତୀକ୍ଷା କରିଥାଏ। ବର୍ଣ୍ଣନାନୁଯାୟୀ ସେତେବେଳେ ଯୁଦ୍ଧରେ ବିଭିନ୍ନ ଶକ୍ତିଶାଳୀ ତୋପ, ବନ୍ଧୁକ, ଖଣ୍ଡା, ତରବାରୀ, କରବାଳ, କୁନ୍ତ, ଧୂପ, ବର୍ଚ୍ଛା, ଫାର୍ସା, ଢଙ୍କୁଣ, କଟାରି, ଧନୁତୀର, ଗଦା, ମୁଦ୍ଗର, ଛୁରୀ ଓ ଚକ୍ର ପ୍ରଭୃତି ଯୁଦ୍ଧାସ୍ତ୍ର ବ୍ୟବହାର ହେଉଥିଲା। ଓଡ଼ିଆ ପାଇକବୀରମାନେ ବୀରବେଶରେ ପାଇକଚ୍ଛାମାରି ଅସ୍ଥାବାନ୍ଧି, ମୁଣ୍ଡରେ ପଗଡ଼଼ି ଓ ଶିରସ୍ତ୍ରାଣ, ବାହୁରେ ବାହୁଟି, ଶରୀରରେ ସାଞ୍ଜୁ, କଟିରେ କଟାରି, ଶିରରେ ସିନ୍ଦୂର କଲି, କାନରେ କୁଣ୍ଡଳ ଏବଂ ହାତରେ ଢାଲ ତରବାରୀ ଧରି ଯୁଦ୍ଧକ୍ଷେତ୍ରକୁ ଦର୍ପର ସହ ଯାତ୍ରା କରୁଥିଲେ। ସେମାନଙ୍କ ଯୁଦ୍ଧ ଯାତ୍ରାକାଳୀନ ଚାଲି, ବୋଲି, ଠାଣି ଓ ବାଣୀ ଜାତୀୟ ଚେତନା ଦ୍ୟୋତକ। ଏହି ସମୟରେ ଢୋଲି, ଟମକ, ନାଗରା, ଚାଙ୍ଗୁ, ବଡ଼କାଠ, ତୂରୀ, ଭେରୀ, ବୀରକାହାଳୀ, ସିଙ୍ଗା ଓ ଶଙ୍ଖ ପ୍ରଭୃତି ବୀରବାଦ୍ୟ ଯୁଦ୍ଧ ସଙ୍ଗୀତର ତାଳେ ତାଳେ ବାଜୁଥିଲା।
ସଂପ୍ରତି ଓଡ଼ିଆ ପାଇକମାନଙ୍କର ବଂଶଧର ଗଣ ପର୍ବ ଓ ଗୌରବର ପ୍ରତୀକ ସ୍ୱରୂପ ସାମରିକ ଉପାଧିରେ ବ୍ୟବହାର କରୁଛନ୍ତି, କିନ୍ତୁ ପୂର୍ବ ସ୍ଫୂର୍ତ୍ତି, ତେଜ, ଉତ୍ସାହ, ସାହସ ଓ ବୀରତ୍ୱ ଆଉ ନାହିଁ। କେବଳ ପୂର୍ବ ପ୍ରତିଷ୍ଠା ସ୍ମରଣର କ୍ଷୀଣ ଗୌରବାନୁଭୂତି ତଥା ନିଷ୍ପ୍ରଭ ଗର୍ବବୋଧ ରହିଛି। ପଦକରେ କହିଲେ, ‘କର୍ପୂର ଉଡ଼ିଯାଇଛି, କନାଖଣ୍ଡିକ ପଡ଼ିରହିଛି’।