ବ୍ୟକ୍ତିତ୍ୱର ଭୂଷଣ ନମ୍ରତା
ବ୍ୟକ୍ତିଗତ ଓ ସାମାଜିକ ଆଚରଣ ଓ ବ୍ୟବହାରରେ ଭଦ୍ରତା, ରୁଚିସମ୍ପନ୍ନତା, ପରିମାର୍ଜନ ଓ କମନୀୟତାକୁ ଆମେ ସୌଜନ୍ୟ କହୁ। ଏହା ସମ୍ମାନଜନକ, ଭଦ୍ର ଏବଂ ଶିଷ୍ଟ ବ୍ୟବହାର। ନମ୍ରତା, ଶିଷ୍ଟତା ଓ ଦୟାଶୀଳତା ସଙ୍ଗେ ସୌଜନ୍ୟ ଅଙ୍ଗାଙ୍ଗୀ ଭାବେ ଜଡ଼ିତ। ଏହା ଦୟାଶୀଳତା, କ୍ଷମାଶୀଳତା ଓ ଦାନଶୀଳତା। କିନ୍ତୁ ଏଥିରେ ଦୟା, କ୍ଷମା ବା ଦାନର ବିଜ୍ଞାପନ ନଥାଏ। ଏହି ସୌଜନ୍ୟ, ବନ୍ଧୁତାକୁ ଜନ୍ମ ଦିଏ ଓ ସ୍ଥାୟୀ କରେ। ସୌଜନ୍ୟ ଓ ଶିଷ୍ଟତା ଭଦ୍ର ଲୋକମାନଙ୍କର […]
ବ୍ୟକ୍ତିଗତ ଓ ସାମାଜିକ ଆଚରଣ ଓ ବ୍ୟବହାରରେ ଭଦ୍ରତା, ରୁଚିସମ୍ପନ୍ନତା, ପରିମାର୍ଜନ ଓ କମନୀୟତାକୁ ଆମେ ସୌଜନ୍ୟ କହୁ। ଏହା ସମ୍ମାନଜନକ, ଭଦ୍ର ଏବଂ ଶିଷ୍ଟ ବ୍ୟବହାର। ନମ୍ରତା, ଶିଷ୍ଟତା ଓ ଦୟାଶୀଳତା ସଙ୍ଗେ ସୌଜନ୍ୟ ଅଙ୍ଗାଙ୍ଗୀ ଭାବେ ଜଡ଼ିତ। ଏହା ଦୟାଶୀଳତା, କ୍ଷମାଶୀଳତା ଓ ଦାନଶୀଳତା। କିନ୍ତୁ ଏଥିରେ ଦୟା, କ୍ଷମା ବା ଦାନର ବିଜ୍ଞାପନ ନଥାଏ। ଏହି ସୌଜନ୍ୟ, ବନ୍ଧୁତାକୁ ଜନ୍ମ ଦିଏ ଓ ସ୍ଥାୟୀ କରେ। ସୌଜନ୍ୟ ଓ ଶିଷ୍ଟତା ଭଦ୍ର ଲୋକମାନଙ୍କର ହୃଦୟରେ ଥାଏ ଏବଂ ଅନ୍ୟମାନଙ୍କ ସଙ୍ଗେ ଆଚରଣ ଓ ବ୍ୟବହାରରେ ଏହା ପ୍ରକାଶ ପାଏ। କେତେଜଣ ମାପିଚୁପି ସୌଜନ୍ୟ ପ୍ରଦର୍ଶନ କରନ୍ତି। ଏହା କାମଚଳା ସୌଜନ୍ୟ ହୋଇପାରେ, କିନ୍ତୁ ଏଥିରେ ଗଭୀରତା ନଥାଏ।
ସୌଜନ୍ୟ ଦୟା ଓ ନମ୍ରତାର ଏକ ଫେଣ୍ଟା ଫେଣ୍ଟି ପରିପ୍ରକାଶ। ଏଥିରେ ଅହଂକାରର ଲେଶମାତ୍ର ଚିହ୍ନବର୍ଣ୍ଣ ନଥାଏ। ଏହା ଭଦ୍ରତା ଓ ଶିଷ୍ଟତା ସଙ୍ଗେ ଦୟାଶୀଳତା, କ୍ଷମାଶୀଳତା ଓ ଦାନଶୀଳତାର ଏକ ଦିବ୍ୟ ସମ୍ମିଶ୍ରଣ। ସୌଜନ୍ୟ ପ୍ରକାଶର ଶିଷ୍ଟତା ଏପରି ହେବା ଉଚିତ ଯେପରି ଆପଣ ଯାହାକୁ ସୌଜନ୍ୟ ପ୍ରଦର୍ଶନ କରିବେ ସେ ଭାବିବେ ନାହିଁ ଯେ ଆପଣ ତାଙ୍କୁ ଦୟା ପ୍ରଦର୍ଶନ କରୁଛନ୍ତି। ବନ୍ଧୁଭାବ ଓ ଆମାୟିକତା ରୁଚିସମ୍ପନ୍ନତା ଓ କମନୀୟତା ତୁମର ସୌଜନ୍ୟରେ ଏପରି ଫୁଟି ଉଠିବା ଦରକାର ଯେପରି ତୁମର ମାର୍ଜିତ ପ୍ରତିପାଳନ ଉପରେ କାହାରି ସନ୍ଦେହ ରହିବ ନାହିଁ।
ମନରେ ସିଦ୍ଧାନ୍ତ ନିର୍ଦ୍ଧାରଣ ପ୍ରକ୍ରିୟା ଓ ନିଷ୍ପତ୍ତି ପଦ୍ଧତି ଏପରି ହେବା ଉଚିତ ଯେପରି କୌଣସି ବିଷୟରେ ସଂଶୟ ଓ ଅନିଶ୍ଚିତ ଭାବ ଥାଇ, ସନ୍ଦେହ ଓ ଅବିଶ୍ୱାସ ଥାଇ, ସମ୍ପୂର୍ଣ୍ଣ ପ୍ରମାଣ ବା ସ୍ପଷ୍ଟ ସୂଚନାର ଅଭାବ ଥାଇ ଓ ଦ୍ୱିଧା ଥାଇ ତୁମେ ନିଷ୍ପତ୍ତି ନେଇ ନଯାଅ। ଏପରି ନିଷ୍ପତ୍ତି ଅତ୍ୟନ୍ତ ଦୁର୍ବଳ ବ୍ୟକ୍ତିତ୍ୱର ପରିଚାୟକ। ମନ କୌଣସି କାରଣରୁ ଅସ୍ଥିର ଥିଲେ କୌଣସି ନିଷ୍ପତ୍ତି ନେବା ଉଚିତ ନୁହେଁ। ଅନିଶ୍ଚିତା ମଧ୍ୟରେ କୌଣସି ନିଷ୍ପତ୍ତି ନେଇ ପରେ ଅନୁତାପ କରିବାଠାରୁ ନିଷ୍ପତ୍ତି ନ ନେବା ଭଲ। ଅସ୍ଥିର ଚିତ୍ତ ବ୍ୟକ୍ତି ଅନେକ ସମୟରେ ଦ୍ୱିଧା ଓ ଦୋଦୁଲ୍ୟମାନ ଅବସ୍ଥାରେ ଥାଏ। କୌଣସି ନିଷ୍ପତ୍ତି ନେବାକୁ ସେ ଦ୍ୱିଧାଗ୍ରସ୍ତ ଓ ଅସ୍ଥିରଚିତ୍ତ ଜଣାପଡ଼େ। ଅନ୍ୟମାନେ ମଧ୍ୟ ଏଭଳି ବ୍ୟକ୍ତିମାନଙ୍କ ପ୍ରତି ସାବଧାନ ରହିବା ଆବଶ୍ୟକ। କ’ଣ କରିବା ବା ନ କରିବା ନିରୂପଣ କରିବାର ମାନସିକ ଶକ୍ତିକୁ ନିଜର ଇଚ୍ଛାଶକ୍ତି ଦ୍ୱାରା ଦୃଢ଼ ମନୋବଳ ସହିତ ବଢ଼଼ାଇବା ଦରକାର। ମଣିଷର କାମ ଓ ଘଟଣାବଳୀ ଇତ୍ୟାଦି ମୁକ୍ତ ବା ଇଚ୍ଛାକୃତ ନୁହେଁ ବରଂ ମଣିଷର ଇଚ୍ଛା ବାହାର ଶକ୍ତିଙ୍କ ଦ୍ୱାରା ପରିଚାଳିତ ବୋଲି ବିଶ୍ୱାସ କଲେ ତୁମେ ନିୟତିବାଦୀ ହୋଇଯିବ। ଏପରି ହେଲେ ତୁମେ କୌଣସି ନିଷ୍ପତ୍ତି କରିପାରିବ ନାହିଁ। ଦୃଢ଼ ନିର୍ଣ୍ଣୟ କରିବା ଓ ଦୃଢ଼ ପ୍ରତିଜ୍ଞ ହେବା ପାଇଁ ତୁମେ ନିୟତିବାଦ ଓ ଅବଶ୍ୟମ୍ଭାବୀ ବାଦକୁ ମନରୁ ସମୂଳେ ପରିତ୍ୟାଗ କରିବାକୁ ହେବ। ନିୟତିବାଦୀ ହେବା ଅନେକ ସମୟରେ ଅସମ୍ମାନଜନକ ହୋଇଥାଏ ଏବଂ ତୁମର ପଦମର୍ଯ୍ୟାଦା ପାଇଁ ଅନୁପଯୁକ୍ତ ହୋଇଥାଏ। ମନରୁ ଅସ୍ଥିରତା ଶିଥିଳତା ଓ ଦ୍ୱିଧାକୁ ଦୂର କରିପାରିଲେ ନିଷ୍ପତ୍ତି ନେବାରେ ଦୃଢ଼ତା ଆପେ ଆପେ ଆସିଯିବ ଏବଂ ମର୍ଯ୍ୟାଦା ହାନିର ଆଶଙ୍କା ରହିବ ନାହିଁ। ନିଜ ବିଚାର ଅନୁଯାୟୀ କାର୍ଯ୍ୟ କରିବାର ସ୍ୱାଧୀନତା ଓ ସେଥିପାଇଁ ଆବଶ୍ୟକୀୟ ସତର୍କତା ଓ ସାବଧାନତାକୁ ସବୁବେଳେ ଅକ୍ଷୁଣ୍ଣ ରଖିବା ଆବଶ୍ୟକ। ସେଥିପାଇଁ ଜଣେ ବିଜ୍ଞ ଓ ସାବଧାନ ହେବା ସଙ୍ଗେ ସଙ୍ଗେ ଯତ୍ନଶୀଳ ଓ ଦୂରଦର୍ଶୀ ହେବା ଜରୁରୀ।
ଜଣେ ବ୍ୟକ୍ତିର ସ୍ୱତନ୍ତ୍ର ବୈଶିଷ୍ଟ ଓ ଗୁଣ ସମୂହକୁ ନେଇ ତା’ର ବ୍ୟକ୍ତିତ୍ୱ ଗଢ଼ା ହୋଇଥାଏ। ତା’ର ଜ୍ଞାନ, ବୌଦ୍ଧିକତା- ଏଗୁଡ଼ିକ ହେଲା ବ୍ୟକ୍ତିର ଚରିତ୍ର, ଧୀଶକ୍ତି, ଚାତୁର୍ଯ୍ୟ, ବୋଧଶକ୍ତିର ତୀକ୍ଷ୍ଣତା ଓ ଚଞ୍ଚଳତା ଏବଂ ମାନସିକ ଶକ୍ତି। ଏସବୁ ଜଣେ ବ୍ୟକ୍ତିକୁ ଅନ୍ୟଠାରୁ ପୃଥକ କରି ଜଣାଇଦିଏ। ଚରିତ୍ର ହିଁ ଜଣେ ବ୍ୟକ୍ତିକୁ ଏକ ଦୃଢ଼ ଓ ସଫଳ ବ୍ୟକ୍ତିତ୍ୱ ଦେଇଥାଏ। ସମସ୍ତେ ଉତ୍ତମ ଚରିତ୍ରବାନ ବ୍ୟକ୍ତିକୁ ସମ୍ମାନ ଦେଖାନ୍ତି। ଜଣେ ଚରିତ୍ରବାନ୍ ବ୍ୟକ୍ତି କମ୍ କଥାବାର୍ତ୍ତା କଲେ ମଧ୍ୟ ସେଥିରେ ଶକ୍ତି ଥାଏ ଏବଂ ତାହା ଲୋକଙ୍କୁ ଆକର୍ଷିତ କରେ। ଏକ ଆକର୍ଷଣୀୟ ବ୍ୟକ୍ତିତ୍ୱ କେହି ସାଥିରେ ନେଇ ଜନ୍ମ ହୁଏ ନାହିଁ। ଉଦ୍ୟମ ବଳରେ ତାହା ନିର୍ମାଣ କରିବାକୁ ହୁଏ। ଜଣେ ଗର୍ବୀ, ଉଦ୍ଧତ, ଦାମ୍ଭିକ ଓ ଅହଂକାରୀ, ଜିଦ୍ଖୋର, ଅବାଧ୍ୟ ଓ ଅନମନୀୟ ବ୍ୟକ୍ତିର କେବେହେଲେ ଗ୍ରହଣୀୟ ବ୍ୟକ୍ତିତ୍ୱ ହୋଇପାରିବ ନାହିଁ। ନମ୍ରତା ଏପରି ଏକ ଗୁଣ, ଯାହା ତୁମକୁ ଅନ୍ୟମାନଙ୍କର ଗ୍ରହଣୀୟ କରିବ, କିନ୍ତୁ ଏଥିପାଇଁ ତୁମର ନିଜ ବ୍ୟକ୍ତିତ୍ୱର ଦୃଢ଼ତାକୁ କମ୍ କରିବାର ଆବଶ୍ୟକତା ନାହିଁ। କେତେଜଣ ବ୍ୟକ୍ତିତ୍ୱର ଦୃଢ଼ତା ଅର୍ଥ ଅହଂକାର ଓ ଅନମ୍ରତା ବୋଲି ବୁଝନ୍ତି। ନିଜକୁ ପ୍ରାଧାନ୍ୟଯୁକ୍ତ ଓ ଗୁରୁତ୍ୱପୂର୍ଣ୍ଣ ବୁଝିବା ଓ ସେହିପରି ଆଡ଼ମ୍ବର ପ୍ରଦର୍ଶନ କରିବା ନିଜ ଦାବିର ଦୃଢ଼ ସମର୍ଥନ କରିବା ସଙ୍ଗେ ସମାନ ନୁହେଁ। ସ୍ୱମତ ପୋଷଣ ପାଇଁ ଗର୍ବିତ ହେବାର ଆବଶ୍ୟକତା ନାହିଁ। ଏହା ହିଁ ଶିଷ୍ଟତା ଓ ସୌଜନ୍ୟ। ଏଭଳି ଗର୍ବ କୌଣସି ବ୍ୟକ୍ତି ବା ପଦାର୍ଥ ପ୍ରତି ଘୃଣା, ନିନ୍ଦା ଓ ତାଚ୍ଛଲ୍ୟଭାବକୁ ବୁଝାଇଥାଏ ଏବଂ ଅବମାନନା ହୋଇଥାଏ, ଯାହା ସୌଜନ୍ୟର ବାହାରେ। ଏଭଳି ଗର୍ବୀ ଲୋକ ସବୁବେଳେ ସମ୍ମାନ ଓ ପ୍ରଶଂସା ଖୋଜିଥାଏ, ପ୍ରଶଂସକମାନଙ୍କ ଦ୍ୱାରା ପରିବେଷ୍ଟିତ ରହିବାକୁ ଚାହେଁ ଏବଂ ପ୍ରଶଂସାର ପ୍ରଦର୍ଶନ ମଧ୍ୟ ଚାହେଁ। ଅନ୍ୟମାନଙ୍କଠାରେ ଭଲଗୁଣ ଦେଖିବା ଓ ସେମାନଙ୍କୁ ପ୍ରଶଂସା କରିବା ଏଭଳି ଲୋକଙ୍କ ସ୍ୱଭାବରେ ନଥାଏ।
ଡ. ଅଜିତ କୁମାର ତ୍ରିପାଠୀ
ଭୁବନେଶ୍ୱର, ମୋ: ୯୦୯୦୯୭୫୨୦୬