କ୍ରେଡିଟ୍ କାର୍ଡର ମାୟା
କ୍ରେଡିଟ କାର୍ଡର ଲୋକପ୍ରିୟତା ଓ ବ୍ୟବହାର ଦିନକୁ ଦିନ ବଢ଼଼ି ଚାଲିଛି। ରିଜର୍ଭ ବ୍ୟାଙ୍କର ତଥ୍ୟାନୁସାରେ, ୨୦୨୩ ସେପ୍ଟେମ୍ୱର ମାସରେ ଆମଦେଶରେ ୮.୬ କୋଟି କ୍ରେଡିଟ କାର୍ଡ ବ୍ୟବହାରକାରୀ ଅଛନ୍ତି ଏବଂ କ୍ରେଡିଟ୍ କାର୍ଡରେ କାରବାର ୧ ଲକ୍ଷ ୪୨ ହଜାର କୋଟି ଟଙ୍କା ଟପି ଯାଇଛି। କ୍ରେଡିଟ କାର୍ଡ ହେଉଛି ଏକ ବନ୍ଧକ ବିହୀନ ଋଣ ସୁବିଧା। ପ୍ରତ୍ୟେକ କାର୍ଡ ପାଇଁ ନିର୍ଦ୍ଦିଷ୍ଟ ଋଣ ରାଶିର ସୀମା(କ୍ରେଡିଟ୍ ଲିମିଟ୍) ପୂର୍ବରୁ ସ୍ଥିର ହୋଇଥାଏ। ପାଖରେ ଟଙ୍କା […]
କ୍ରେଡିଟ କାର୍ଡର ଲୋକପ୍ରିୟତା ଓ ବ୍ୟବହାର ଦିନକୁ ଦିନ ବଢ଼଼ି ଚାଲିଛି। ରିଜର୍ଭ ବ୍ୟାଙ୍କର ତଥ୍ୟାନୁସାରେ, ୨୦୨୩ ସେପ୍ଟେମ୍ୱର ମାସରେ ଆମଦେଶରେ ୮.୬ କୋଟି କ୍ରେଡିଟ କାର୍ଡ ବ୍ୟବହାରକାରୀ ଅଛନ୍ତି ଏବଂ କ୍ରେଡିଟ୍ କାର୍ଡରେ କାରବାର ୧ ଲକ୍ଷ ୪୨ ହଜାର କୋଟି ଟଙ୍କା ଟପି ଯାଇଛି।
କ୍ରେଡିଟ କାର୍ଡ ହେଉଛି ଏକ ବନ୍ଧକ ବିହୀନ ଋଣ ସୁବିଧା। ପ୍ରତ୍ୟେକ କାର୍ଡ ପାଇଁ ନିର୍ଦ୍ଦିଷ୍ଟ ଋଣ ରାଶିର ସୀମା(କ୍ରେଡିଟ୍ ଲିମିଟ୍) ପୂର୍ବରୁ ସ୍ଥିର ହୋଇଥାଏ। ପାଖରେ ଟଙ୍କା ଥାଉ ବା ନଥାଉ କ୍ରେଡିଟ୍ କାର୍ଡରେ ପୂର୍ବ ନିର୍ଦ୍ଧାରିତ ଋଣ ସୀମା(ଲିମିଟ୍) ମଧ୍ୟରେ ଏହାର ବ୍ୟବହାର କରିହେବ। ବିଶେଷକରି ଅଭାବ ସମୟରେ ଜରୁରୀ ଖର୍ଚ୍ଚର ଭରଣା ପାଇଁ କ୍ରେଡିଟ୍ କାର୍ଡ କାମରେ ଆସେ। କ୍ରେଡିଟ କାର୍ଡରେ ବ୍ୟବହୃତ କ୍ରୟ ରାଶି ଆମ ନିଜର ନୁହେଁ। ସୁବିଧାରେ ମିଳୁଥିବା ଏକପ୍ରକାର ଋଣ ହୋଇଥିବାରୁ କ୍ରେଡିଟ୍ କାର୍ଡର ଦେୟ ଏକ ନିର୍ଦ୍ଦିଷ୍ଟ ସମୟସୀମା ମଧ୍ୟରେ ପରିଶୋଧ ନ କଲେ ବକେୟା ରାଶି ଉପରେ ଉଚ୍ଚ ହାରରେ ସୁଧ ଓ ବିଳମ୍ୱ ଶୁଳ୍କ ଦେବାକୁ ପଡ଼େ।
କ୍ରେଡିଟ କାର୍ଡ ନେବା; ଦରକାର ସମୟରେ ଏହାର ବ୍ୟବହାର କରିବା ଏବଂ କ୍ରେଡିଟ କାର୍ଡର ଦେୟ ରାଶିକୁ ଠିକ ସମୟ ସୀମା ମଧ୍ୟରେ ପରିଶୋଧ କରାଯିବା ଏକ ଆଦର୍ଶ ଦୃଷ୍ଟାନ୍ତ। ଏପରି ସ୍ଥିତି ଗ୍ରାହକଙ୍କ ପାଇଁ ଅନୁକୂଳ, କିନ୍ତୁ କାର୍ଡ ପ୍ରଦାନକାରୀ ସଂସ୍ଥା ପ୍ରତି କ୍ଷତିକାରକ। ବଜାରରୁ ଟଙ୍କା ମାଗଣାରେ ମିଳେନାହିଁ। କାର୍ଡ ପରିଚାଳନା ପାଇଁ ଆବଶ୍ୟକ ପୁଞ୍ଜି, ଏହାକୁ ଯୋଗାଡ଼ କରିବା ଓ ଅନ୍ୟାନ୍ୟ ଆନୁସଙ୍ଗିକ ଖର୍ଚ୍ଚ ବାବଦକୁ କାର୍ଡ ପ୍ରଦତ୍ତକାରୀ ସଂସ୍ଥାକୁ ଅନେକ ଅର୍ଥ ବ୍ୟୟ କରିବାକୁ ପଡ଼ିଥାଏ। ଲାଭ ନହେଲେ କୌଣସି ପ୍ରକାରର ବ୍ୟବସାୟ ତିଷ୍ଟିବ ନାହିଁ। ଏଣୁ କ୍ରେଡିଟ କାର୍ଡ କାରବାର ଲାଭଦାୟକ କରିବା ଲକ୍ଷ୍ୟରେ କାର୍ଡ କମ୍ପାନୀଗୁଡ଼ିକ ଅନେକ ପ୍ରକାର ଆକର୍ଷଣୀୟ ଯୋଜନା ଆଣିଥାଆନ୍ତି। କ୍ରୟ ଉପରେ ରିହାତି, ପରିଶୋଧ ପାଇଁ ମାସିକ କିସ୍ତିର ସୁବିଧା ଗ୍ରାହକଙ୍କୁ ଆକୃଷ୍ଟ କରିଥାଏ।
କୌଣସି ଏକ ସାମଗ୍ରୀ ପ୍ରତି ଆସକ୍ତି ଆସିଲେ ପ୍ରଥମ ଚିନ୍ତା ହେଉଛି ଏହାକୁ କିଣିବା ପାଇଁ ପକେଟରେ ଟଙ୍କା ଅଛି କି ନାହିଁ? ଟଙ୍କା ନଥିଲେ କିଣିବାର ଇଚ୍ଛା ଆପେ ଆପେ ମଉଳି ଯାଏ। ପାଖରେ କ୍ରେଡିଟ କାର୍ଡ ଥିଲେ ଏହାକୁ କିଣିବା ସହଜ ହୋଇ ଯାଏ। ସେହିପରି ପ୍ରେରଣା କ୍ରୟ(ଇମ୍ପଲ୍ସ ବାଇଂ)ର ମାନସିକତା ହେତୁ ଅନାବଶ୍ୟକୀୟ ବସ୍ତୁ କିଣିବାରେ କ୍ରେଡିଟ କାର୍ଡର ବ୍ୟବହାର ବଢ଼଼ିଚାଲିଛି। ପୂର୍ବପ୍ରସ୍ତୁତି ନଥାଇ ହଠାତ କୌଣସି ଜିନିଷ ପ୍ରତି ଆକର୍ଷିତ ହେବା ଓ ଏହାର ବ୍ୟାବହାରିକ ଦିଗକୁ ଦୃଷ୍ଟି ନଦେଇ ଏହାକୁ କିଣିବା ହେଉଛି ପ୍ରେରଣାକ୍ରୟ। ଏପରି ଖର୍ଚ୍ଚର ଭରଣା କ୍ରେଡିଟ କାର୍ଡ ଦ୍ୱାରା ସୁବିଧାରେ ହୋଇପାରୁଛି।
ବ୍ୟାଙ୍କ ଶାଖା, ଫୋନ ବ୍ୟାଙ୍କିଂ, ଇ ମେଲ୍, ଏପରିକି ସପିଂ ମଲରେ ଏଜେଣ୍ଟମାନଙ୍କ ମାଧ୍ୟମରେ କ୍ରେଡିଟ କାର୍ଡ ବିକ୍ରୟ କରାଯାଉଛି। ଅତି ସୁନ୍ଦର ଭାବରେ କ୍ରେଡିଟ କାର୍ଡର ଆବଶ୍ୟକତା ଓ ଉପକାରିତା ବିଷୟରେ ବୁଝାଇ ଲୋକମାନଙ୍କୁ ଆକୃଷ୍ଟ କରି କାର୍ଡ ବିକ୍ରୟ କରାଯାଏ। କାର୍ଡ ପାଇବା ବେଳେ ଲାଗିବ ଯେପରି ଅମୃତର ଫଳଟିଏ ମିଳିଛି। କିନ୍ତୁ ବେଳେବେଳେ ମନରେ ପ୍ରଶ୍ନ ଉଠେ – କ୍ରେଡିଟକାର୍ଡରେ ଏପରି କ’ଣ ରହିଛି ଯେ ଏହାର ବିକ୍ରୟ ପାଇଁ ସମସ୍ତେ ପାଗଳ? ଗୋଟିଏ ଉଦାହରଣ ମାଧ୍ୟମରେ ବୁଝିବାକୁ ପ୍ରୟାସ କରିବା। ମନେକରନ୍ତୁ ଜଣେ ଗ୍ରାହକ କ୍ରେଡିଟ କାର୍ଡରେ ୧, ୦୧, ୦୦୦ ଟଙ୍କାର ସାମଗ୍ରୀ ଅକ୍ଟୋବର ୧ ତରିଖରେ କିଣିଲେ। ପ୍ରତି ମାସ ୨୦ ତାରିଖରେ ଷ୍ଟେଟମେଣ୍ଟ ବାହାରେ। ଅକ୍ଟୋବର ୨୦ରେ ବାହାରିଥିବା ଷ୍ଟେଟମେଣ୍ଟରେ ଉଲ୍ଲେଖ ଥିବ ଯେ ମୋଟ ଦେୟ ରାଶି ୧, ୦୧, ୦୦୦ ଟଙ୍କା ଓ ନିର୍ଦ୍ଧାରିତ ଦେୟ ତାରିଖ ହେଉଛି ୬ ନଭେମ୍ୱର। ଗ୍ରାହକ ୬ ନଭେମ୍ୱର ସୁଦ୍ଧା ଏହି ରାଶି ଜମାକଲେ। ଏହାପରେ ସେ ଆଉ କାର୍ଡର ବ୍ୟବହାର କରିନାହାନ୍ତି। ମାସକ ପରେ ଅର୍ଥାତ୍, ୨୦ ନଭେମ୍ୱର, ୨୦୨୩ର ଷ୍ଟେଟମେଣ୍ଟରେ ଦେଖିବାକୁ ମିଳିବ ଯେ ବକେୟା ଦେୟ – ୧୦୦୦ ଓ ତା’ ଉପରେ ମାସିକ ୩.୬% ହାରରେ ସୁଧ ମିଶାଇ ୫୦ଦିନର (ସେପ୍ଟେମ୍ୱର ମାସର ୩୦ଦିନ ଓ ଅକ୍ଟୋବର ମାସର ୨୦ଦିନ) ସୁଧ ୬୦୬୦ ଟଙ୍କା। ପୁଣି ତା’ ଉପରେ ୧୮% ଜିଏସଟି – ୧୦୯୦.୮୦ ଟଙ୍କା। ଏହିପରି ମୋଟ ଦେୟ ପରମାଣ ୮୧୫୦.୮୦ ଟଙ୍କା(୧୦୦୦+୬୦୬୦+୧୦୯୦.୮୦)। ଏତଦ୍ବ୍ୟତୀତ ପରବର୍ତ୍ତୀ ସମୟରେ କାର୍ଡରେ ହେଉଥିବା ସମସ୍ତ କାରବାର ଉପରେ ମଧ୍ୟ ଦେୟ ଲାଗିବ। ଏସବୁର ହିସାବ ଏତେ ଜଟିଳ ଓ ବିଭ୍ରାନ୍ତିକର ଯେ, ସାଧାରଣ ଲୋକ ବୁଝିବା କଷ୍ଟକର। ଥରେ ଯଦି କିଛି ଦେୟ ବାକି ରହିଯାଏ, ତାହା ସମ୍ପୂର୍ଣ୍ଣ ପରିଶୋଧ ନକରିବା ଯାଏଁ ସୁଧ ବଢ଼ି ଚାଲିଥାଏ।
ଅନ୍ୟ ଏକ ଉଦାହରଣ ନେବା। ମନେକରନ୍ତୁ ଯଦି ବକେୟା ଦେୟ ୧୦, ୦୦୦ ଟଙ୍କା, ତା’ହେଲେ ଷ୍ଟେଟମେଣ୍ଟରେ ଉଲ୍ଲେଖ ଥିବ ମୋଟ ଦେୟ ୧୦, ୦୦୦ ଟଙ୍କା, ନ୍ୟୂନତମ ଦେୟ ୫୦୦ ଟଙ୍କା। ଦେୟରେ ଖିଲାପ କଲେ ୩.୬% ହାରରେ ସୁଧ ଲାଗିବ। ଏପରି ଷ୍ଟେଟମେଣ୍ଟ ଦେଖି ଗ୍ରାହକ ଖୁସି ହୁଏ। ସେ ଧରିନିଏ ଯେ ୫୦୦ ଟଙ୍କା ପରିଶୋଧ କଲେ କାର୍ଡ ବ୍ୟବହାର କରିବା ସର୍ତ୍ତରେ ଖିଲାପ ହେବନାହିଁ, ମାତ୍ର ୩.୬% ହାରରେ ସୁଧ ଦେବାକୁ ହେବ। ଏପରି ଭାବନା ଆଂଶିକ ଭୁଲ। ନ୍ୟୂନତମ ଦେୟ ୫୦୦ ଟଙ୍କା ଦେବା ପରେ କାର୍ଡ କାର୍ଯ୍ୟକ୍ଷମ ରହିବ, କିନ୍ତୁ ମୂଳ ରାଶି ଅର୍ଥାତ୍ ୧୦,୦୦୦ ଟଙ୍କା ଉପରେ ବାର୍ଷିକ ୪୨% ହାରରେ ସୁଧ ଲାଗିବ। କ୍ରେଡିଟ କାର୍ଡ ପ୍ରଦାନକାରୀ ସଂସ୍ଥା ଅନାଦେୟ ରାଶି ଉପରେ ସୁଧ ନେବା ଯଥାର୍ଥ। କିନ୍ତୁ ଉଚ୍ଚ ହାରରେ ୩୬% ରୁ ୪୮% ସୁଧ ସମ୍ପୂର୍ଣ୍ଣ ଦେୟ ରାଶି ଉପରେ ଲାଗୁ କରିବା ଗ୍ରହଣୀୟ ନୁହେଁ।
ଏହାବ୍ୟତୀତ କ୍ରେଡିଟ କାର୍ଡ କାରବାର ଉପରେ ବିଭିନ୍ନ ଆଳରେ ଲାଗୁଥିବା ଦେୟ ବା ଚାର୍ଜ ସବୁକୁ ବୁଝିବା କଷ୍ଟକର। ଅନେକ କ୍ରେଡିଟ କାର୍ଡଧାରୀ ଏପରି ହରଡ଼ ଘଣାରେ ପଡ଼ିଯାଆନ୍ତି ଯେ କେବଳ ସୁଧ ଗଣି ଗଣି ଓ ମାସିକିଆ କିସ୍ତି ସୁଝି ସୁଝି ଦିନ ବିତିଯାଏ; ଅଥଚ କ୍ରେଡିଟ କାର୍ଡ ଋଣରୁ ମୁକୁଳି ପାରନ୍ତି ନାହିଁ। ଏକପ୍ରକାର ଋଣ ଯନ୍ତାରେ ପଡ଼ି ଜୀବନସାରା ଛଟପଟ ହୁଅନ୍ତି।
ଅତ୍ୟଧିକ ଲାଭ ଆଶାରେ ଉଚ୍ଚା ଦରରେ ସୁଧ ଆଦାୟ କରିବା, ଗ୍ରାହକଙ୍କୁ ବିଭିନ୍ନ ଦେୟ ବା ଶୁଳ୍କ ବା ଚାର୍ଜ ସମ୍ୱନ୍ଧରେ ସଠିକ ତଥ୍ୟ ନଦେଇ ଅନ୍ଧକାରରେ ରଖିବା କେତେ ଯଥାର୍ଥ ତାହା ବିଚାର କରିବାର ସମୟ ଆସିଛି। ଯଦିଓ ଚାର୍ଜ ବିଷୟରେ ମାସିକ ଦସ୍ତାବିଜରେ(ଷ୍ଟେଟମେଣ୍ଟରେ) ଉଲ୍ଲେଖ ଥାଏ, ଏହା ଏତେ ଜଟିଳ ଯେ ସାଧାରଣ ଗ୍ରାହକ ଏହାକୁ ପଢ଼଼ି ବୁଝିବା କଷ୍ଟକର। କ୍ରେଡିଟ କାର୍ଡ ବିକ୍ରୟ ସମୟରେ ଏହାର ଆବଶ୍ୟକତା, ଉପକାରିତା, ଅନ୍ୟାନ୍ୟ ସୁବିଧା ସୁଯୋଗ ପ୍ରସଙ୍ଗରେ ବୁଝାଇ ଗ୍ରାହକଙ୍କୁ ଆକୃଷ୍ଟ କରାଯାଏ। କିନ୍ତୁ ଏହାର ବିପରୀତ ଦିଗ ପ୍ରତି ସେତେଟା ପ୍ରାଞ୍ଜଳ ଭାବେ ବୁଝାଯାଏ ନାହିଁ। କାରଣ ଗ୍ରାହକ ଜାଣିଲେ, ହୁଏତ କାର୍ଡ ନେବାକୁ କୁଣ୍ଠାବୋଧ କରିବେ କିମ୍ୱା ସତର୍କତାର ସହ କାର୍ଡର ବ୍ୟବହାର କରିବେ।
କ୍ରେଡିଟ କାର୍ଡର ଲୋକପ୍ରିୟତା ବଢ଼଼ିବା ସହ କାରବାର ମଧ୍ୟ ବଢ଼଼ି ଯାଇଛି। କାର୍ଡ ଦେୟ ଦେବାରେ ସାମାନ୍ୟ ଅବହେଳା କଲେ ଏହା ଅଦୃଶ୍ୟ ଘାତକ ପରି ଗ୍ରାହକକୁ ଆଘାତ କରିଚାଲେ। କ୍ରେଡିଟ କାର୍ଡ ପ୍ରଦାନକାରୀ କମ୍ପାନୀଗୁଡ଼ିକର ମନମୁଖି କାରବାର ବିରୁଦ୍ଧରେ ଜନସଚେତନତା ଆବଶ୍ୟକ। ପ୍ରଲୋଭନରେ ନପଡ଼ି, ସତର୍କତାର ସହ କାର୍ଡ ବ୍ୟବହାର କଲେ ନିଜକୁ ଏପରି ଅଦୃଶ୍ୟ ଘାତକଠାରୁ ବଞ୍ଚାଇ ହେବ।
ଅନନ୍ତ ଚରଣ ସ୍ୱାଇଁ
ଭୁବନେଶ୍ୱର, ମୋ: ୭୩୮୧୦୪୬୪୭୭