ମହିଳା ଆର୍ଥିକ ସଶକ୍ତୀକରଣ
ଆଜି ବିଶ୍ୱରେ ଅଛନ୍ତି ଅଗଣିତ, ବୁବୁକ୍ଷୁ, ବିଧବା, ଅସହାୟା ନାରୀ, ନିର୍ଯ୍ୟାତିତା ଦୁଃଖିନୀ। ସେମାନେ କର୍ମଠ। କର୍ମ କରି ସେଥିରୁ ଯାହା ରୋଜଗାର ହେବ ସେଥିରେ କିଛି ଖାଇ ବଞ୍ଚିବେ। ତାଙ୍କୁ ଦେଖିବାକୁ କେହି ନାହିଁ। ସେମାନଙ୍କର ଆର୍ତ୍ତଚିତ୍କାର, ଗୁହାରି କାହାକୁ ଶୁଭୁନାହିଁ। ସମସ୍ତେ ନିଜ ନିଜ ବାଟରେ ଚାଲିଛନ୍ତି। କିନ୍ତୁ ବାଲାଂଦେଶର ଅର୍ଥନୀତିଜ୍ଞ ମହମ୍ମଦ ୟୁନୁସ୍ଙ୍କ କାନରେ ବାଜିଛି ସେମାନଙ୍କର ଆର୍ତ୍ତଚିତ୍କାର। ସେମାନଙ୍କୁ ବାଟ ଦେଖାଇଛନ୍ତି। ବଞ୍ଚିବା ପାଇଁ ସେମାନଙ୍କୁ ରାସ୍ତା ଦେଖାଇଛନ୍ତି ଏବଂ ସେମାନଙ୍କ […]
ଆଜି ବିଶ୍ୱରେ ଅଛନ୍ତି ଅଗଣିତ, ବୁବୁକ୍ଷୁ, ବିଧବା, ଅସହାୟା ନାରୀ, ନିର୍ଯ୍ୟାତିତା ଦୁଃଖିନୀ। ସେମାନେ କର୍ମଠ। କର୍ମ କରି ସେଥିରୁ ଯାହା ରୋଜଗାର ହେବ ସେଥିରେ କିଛି ଖାଇ ବଞ୍ଚିବେ। ତାଙ୍କୁ ଦେଖିବାକୁ କେହି ନାହିଁ। ସେମାନଙ୍କର ଆର୍ତ୍ତଚିତ୍କାର, ଗୁହାରି କାହାକୁ ଶୁଭୁନାହିଁ। ସମସ୍ତେ ନିଜ ନିଜ ବାଟରେ ଚାଲିଛନ୍ତି। କିନ୍ତୁ ବାଲାଂଦେଶର ଅର୍ଥନୀତିଜ୍ଞ ମହମ୍ମଦ ୟୁନୁସ୍ଙ୍କ କାନରେ ବାଜିଛି ସେମାନଙ୍କର ଆର୍ତ୍ତଚିତ୍କାର। ସେମାନଙ୍କୁ ବାଟ ଦେଖାଇଛନ୍ତି। ବଞ୍ଚିବା ପାଇଁ ସେମାନଙ୍କୁ ରାସ୍ତା ଦେଖାଇଛନ୍ତି ଏବଂ ସେମାନଙ୍କ ଆଖିରୁ ଲୁହ ପୋଛି ଦେଇଛନ୍ତି।
ମହମ୍ମଦ ୟୁନୁସ ବାଲାଂଦେଶର ଚଟ ଗ୍ରାମରେ ୧୯୫୦ ମସିହାରେ ଜନ୍ମଗ୍ରହଣ କରିଥିଲେ। ତାଙ୍କର ବାପାଥିଲେ ଜଣେ ବଣିଆ। ସେ ପୁଆର ପାଠ ପଢ଼଼ା ପାଇଁ ସବୁପ୍ରକାର ସହାୟତା ଯେଗାଇ ଦେଇଥିଲେ। ମାତା ସୋଫିଆ ଖାତୁନ। ୟୁନୁସ ସ୍କୁଲରେ ଜଣେ ମେଧାବୀ ଛାତ୍ରଥିଲେ। ସ୍କୁଲ ପାଠ ଶେଷ କରି ୟୁନିଭରସିଟ୍ରୁ ଅର୍ଥନୀତିରେ ଏମ୍ଏ ପାସ୍ କରିଥିଲେ। ୧୯୬୫ ମସିହାରେ ୟୁନୁସ ଫୁଲବ୍ରାଇଟ ସ୍କଲାରସିପ ପାଇ ଆମେରିକା ଯାତ୍ରା କଲେ। ଜଣେ ସରଳ ଓ ସୁଶୀଳ ଧରଣର ପିଲା ଥିଲେ ୟୁନୁସ୍। ସେ ସର୍ବଦା ସାଧା ସିଧା ଖାଦ୍ୟ ଖାଇ ସନ୍ତୁଷ୍ଟ ଥିଲେ। ଟୋଏନ୍ସି ଅନ୍ତର୍ଗତ ନ୍ୟାଶଭିଲର ଭ୍ୟାଣ୍ଡର ବିଲ୍ଟି ବିଶ୍ୱବିଦ୍ୟାଳୟରୁ ଡକ୍ଟରେଟ୍ ଉପାଧି ପାଇ ବାଲାଂଦେଶର ଚଟ ଗ୍ରାମସ୍ଥିତ ବିଶ୍ୱବିଦ୍ୟାଳୟକୁ ଫେରି ଆସିଥିଲେ ୧୯୭୨ ମସିହାରେ। ସେଠାରେ ଅର୍ଥନୀତି ବିଭାଗର ମୁଖ୍ୟ ପଦବୀରେ ଅବସ୍ଥାପିତ ହୋଇଥିଲେ।
ୟୁନୁସ ଚାକିରି କରିବାର ଦୁଇ ବର୍ଷ ପରେ ୧୯୭୪ ମସିହାରେ ବାଲାଂଦେଶରେ ଅକାଳ ମରୁଡ଼ି ପଡ଼ିଲା। ବଂଲାଦେଶର ଅର୍ଥନୀତିର ମୂଳଦୁଆକୁ ଦୋହଲାଇ ଦେଇଥିଲା ସେହି ମରୁଡ଼ି। ଚଟଗ୍ରାମ ବିଶ୍ୱବିଦ୍ୟାଳୟ ନିକଟରେ ବୋରବରା ଗ୍ରାମ। ଆଖି ଆଗରେ ଲୋକମାନେ ଅନାହାରରେ, ଅର୍ଦ୍ଧାହାରରେ ପୋକମାଛି ପରି ମରିଯାଉଥା’ନ୍ତି। ୟୁନୁସ ନିଜ ଆଖିରେ ଏସବୁ ଦେଖି ଦୁଃଖରେ ଭାଙ୍ଗି ପଡ଼ିଥିଲେ। ଲୋକମାନଙ୍କର ଦୁଃଖ ଦୁର୍ଦ୍ଦଶା ଦେଖି ଏବଂ ସେମାନଙ୍କୁ ଅକାଳ ମୃତ୍ୟୁ ଦାଉରୁ ଜୀବନ ବଞ୍ଚାଇବା ପାଇଁ ୟୁନୁସ ପଦାକୁ ବାହାରି ପଡ଼ିଥିଲେ। ୟୁନୁସ ସରକାରଙ୍କୁ ପ୍ରସ୍ତାବ ଦେଲେ ଯେ ଗ୍ରାମୀଣ ବ୍ୟାଙ୍କ ଜରିଆରେ ଗରୀବ ଲୋକଙ୍କୁ ଋଣ ଦିଆଯାଉ, ଯାହା ଫଳରେ ଗରିବ ଲୋକେ ସ୍ୱଳ୍ପ ଋଣ ନେଇ କିଛି ଅର୍ଥ ଉପାର୍ଜନ କରି ବଞ୍ଚିଯିବେ। ଏହି ପ୍ରସ୍ତାବ ଆଧାରରେ ୧୯୭୬ ମସିହାରେ ବାଲାଂଦେଶରେ ଗ୍ରାମୀଣ ବ୍ୟାଙ୍କ ସ୍ଥାପନ କରାଗଲା।
ୟୁନୁସ୍ କୁହନ୍ତି ମଣିଷ ସମାଜ ପାଇଁ ପଢ଼଼ିଥିବା ବିଦ୍ୟାର ପ୍ରୟୋଜନ ନ ହୋଇ ପାରିଲେ ସେହି ବିଦ୍ୟାର ପଢ଼଼ାଶୁଣାର ବା କି ପ୍ରୟୋଜନ? ତେଣୁ ୟୁନୁସ ଆଉ ବେଶି କିଛି ନ ପଢ଼଼ି ବାହାରି ପଡ଼ିଲେ ଲୋକମାନଙ୍କର ସେବା କରିବା ପାଇଁ। ଏହା ଥିଲା ତାଙ୍କର ମନସ୍ତାତ୍ତ୍ୱିକ ଅଭିବ୍ୟକ୍ତି। ସେ ଯାଇ ଯୋବରା ଗ୍ରାମରେ ଦେଖିଲେ ସେଠାକାର ବାସିନ୍ଦାମାନେ ବାଉଁଶ ପାତିଆରେ କୁଲା, ଡାଲା, ଟୋପି, ଭୋଗେଇ ଓ ଟୋକେଇ ଆଦି ଜିନିଷମାନ ବୁଣୁଛନ୍ତି। ସେମାନେ ଗରୀବ ହେତୁ ଏ ସବୁ କଞ୍ଚାମାଲ କିଣିବା ପାଇଁ ମହାଜନମାନଙ୍କଠାରୁ ବହୁ ଉଚ୍ଚ ସୁଧରେ ଋଣ ଆଣି ନିଜର ବ୍ୟବସାୟ କରୁଛନ୍ତି। ସେଠାକାର ଲୋକମାନେ ଯାହା ରୋଜଗାର କରନ୍ତି, ମହାଜନମାନଙ୍କଠାରୁ ଆଣିଥିବା ମୂଳ ଉପରେ ଚଢ଼ା ଦରର ସୁଧ ଶୁଝିବା ସାର ହୁଏ। ଶେଷରେ ସେମାନେ ଯେଉଁ ଗରୀବକୁ ସେହି ଗରିବ ହୋଇ ରହିଛନ୍ତି। ୟୁନୁସ ବ୍ୟାଙ୍କମାନଙ୍କୁ ରାଜି କରାଇଲେ ଏହି ଗରିବମାନଙ୍କୁ ସ୍ପଳ୍ପ ଋଣ ଦେବା ପାଇଁ। କିନ୍ତୁ ବ୍ୟାଙ୍କମାନେ ରାଜି ନ ହେବାରୁ ୟୁନୁସ ନିଜ ଜାମିନଦାରରେ କିଛି ଲୋକଙ୍କୁ ନେଇ ଗୋଷ୍ଠୀ ଗଠନ କରି ବ୍ୟାଙ୍କ ଋଣ ଦେଲେ। ପରେ ଗ୍ରାମ୍ୟବ୍ୟାଙ୍କମାନେ ଏସବୁ ଅନୁସରଣ କରି ଅଳ୍ପ ଅଳ୍ପ କରି ସେହି ଗରିବ ଲୋକମାନଙ୍କୁ ଋଣ ଦେଇଚାଲିଲେ। ଫଳରେ ସେହି ଗ୍ରାମର ମହିଳାମାନେ ରୋଜଗାର ବଢ଼଼ାଇ ବ୍ୟାଙ୍କ ଋଣ ଶୁଝିବା ସହ ନିଜେ ଦି ପଇସା ପାଇ ଘରସଂସାର ଚଳାଇଲେ। ଯାହାଫଳରେ ଗ୍ରାମୀଣ ବ୍ୟାଙ୍କମାନେ ଆଗେଇ ଆସିଲେ ସେହି ଲୋକମାନଙ୍କୁ ସ୍ୱଳ୍ପ ଋଣ ଦେବାକୁ। ଜଣାଯାଏ ପ୍ରାରମ୍ଭରୁ ୪୨ ଜଣ ମହିଳାଙ୍କୁ ସହାୟତା କରିବାକୁ ଯାଇ ସେମାନଙ୍କ ସୁଧ ବାବଦକୁ ୟୁନୁସ ନିଜେ ୨୭ ଡଲାର ପୈଠ କରିଥିଲେ।
ପରବର୍ତ୍ତୀ ସମୟରେ ୟୁନୁସଙ୍କ ଏହି ଋଣ ବ୍ୟବସ୍ଥାକୁ ସମଗ୍ର ପୃଥିବୀ ଅନୁକରଣ କରିପାରିଛି। ସବୁ ଗ୍ରାମୀଣ ବ୍ୟାଙ୍କମାନେ ଆଗେଇ ଆସିଲେଣି ଗରିବ ମହିଳାମାନଙ୍କୁ ଗୋଷ୍ଠୀ ମାଧ୍ୟମରେ ଋଣ ଦେବା ପାଇଁ। ପୃଥିବୀର ପ୍ରାୟ ୫୫ଟି ଦେଶରେ ଗ୍ରାମୀଣ ବ୍ୟାଙ୍କମାନଙ୍କ ଦ୍ୱାରା କ୍ଷୁଦ୍ରଋଣର ବ୍ୟବସ୍ଥା କାର୍ଯ୍ୟକାରୀ ହେଉଛି। ଏହାକୁ ମାଇକ୍ରୋକ୍ରେଡିଟ୍ ବା କ୍ଷୁଦ୍ର ଋଣ ବୋଲି କୁହାଯାଉଛି। ଭାରତରେ ମଧ୍ୟ ୟୁନୁସଙ୍କର ପ୍ରଣୀତ ଏହି ମାଇକ୍ରୋଫାଇନାନ୍ସ ଋଣ ଅନେକ ବ୍ୟାଙ୍କମାନେ ଦେଉଛନ୍ତି। ଏହାକୁ ଓଡ଼ିଶାର ସମବାୟ ବ୍ୟାଙ୍କମାନେ ସାଦରେ ଗ୍ରହଣ କରି ପୃଥିବୀ ପାଇଁ ଏକ ଆଦର୍ଶ ପାଲଟି ଯାଇଛନ୍ତି।
୧୯୯୯ ମସିହାରେ ମହମ୍ମଦ ୟୁନୁସଙ୍କୁ ‘ଇନ୍ଦିରାଗାନ୍ଧୀ ପୁରସ୍କାର’ ପ୍ରଦାନ କରାଯାଇଥିଲା। ଭାରତର ଇଲ୍ଳା ଭଟ୍ଟ ମଧ୍ୟ ୟୁନୁସଙ୍କ ସହ ମିଶି କାମ କରିଥିଲେ ଏବଂ ଭାରତରେ ‘ସେବା ବ୍ୟାଙ୍କ’ ନାମରେ ଏକ ବ୍ୟାଙ୍କ ସ୍ଥାପନ କରିଛନ୍ତି। ଜନସଖାତୁନ ନାମକ ମହିଳାଙ୍କ ସ୍ୱାମୀଙ୍କର କୌଣସି କାରଣରୁ ଚାକିରି ଚାଲିଯିବାରୁ କିପରି ପରିବାର ଚଳାଇବେ ଏହି ଚିନ୍ତାରେ ଥିବା ବେଳେ ସେବା ବ୍ୟାଙ୍କ ସହିତ ଯୋଗାଯୋଗ କରି ପ୍ରଥମେ ବ୍ୟାଙ୍କରୁ ୨୦୦୦ ଟଙ୍କା ଋଣ ଆଣି ବ୍ୟବସାୟ ଆରମ୍ଭ କଲେ। ସେଇ ଟଙ୍କାରେ ଗୋଟିଏ ସାଇକେଲ ରିକ୍ସା ସହ ଗୋଟିଏ କୁକୁଡ଼ା ଫାର୍ମ କଲେ। ଏବେ ୩୦୦୦୦ ରୁ ଅଧିକ କୁକୁଡ଼ା ରଖି ଅଣ୍ଡା ପାଇବା ସହ ୫୦ ଗୋଟି ଅଟୋ ରିକ୍ସା କରିପାରିଛନ୍ତି।
୨୦୦୬ ମସିହାରେ ମହମ୍ମଦ ୟୁନୁସଙ୍କୁ ଗ୍ରାମୀଣ ବ୍ୟାଙ୍କର ପିତାମହ ମାନ୍ୟତା ଦିଆଗଲା ଏବଂ ସେହିବର୍ଷ ନିଜ ସେବା ପାଇଁ ନୋବେଲ ପୁରସ୍କାର ଓ ୧୪ ଲକ୍ଷ ଡଲାର ସେ ପାଇଲେ। ସେହି ଟଙ୍କାରେ ୟୁନୁସ ବାଲାଂଦେଶ ଗରୀବ ଦୁଃଖୀରଙ୍କିଙ୍କ ଦୁଃଖ ଦୂର କରିବାରେ ଖର୍ଚ୍ଚ କରିବାରେ ସୁଯୋଗ ପାଇଲେ। ୧୯୯୭ ମସିହାରେ ୱାଶିଂଟନରେ ଗୋଟିଏ ମାଇକ୍ରୋକ୍ରେଡିଟ୍ କମିଟି ଗଠିତ ହୋଇଥିଲା। ସେହି କମିଟି କହନ୍ତି ଯେ ୟୁନୁସଙ୍କ ପଦ୍ଧତିରେ ୨୦୦୫ ସାଲ ମଧ୍ୟରେ ଏହା ୧୦ କୋଟି ଦରିଦ୍ର ମଣିଷଙ୍କୁ ଦାରିଦ୍ର୍ୟର ଶିକୁଳି କାଟିବାକୁ ଶିଖାଇଛି। ଏହା ସମବାୟରେ ଏକ ‘ନିରବ ବିପ୍ଳବ’ ବୋଲି କୁହାଯାଏ। ସମବାୟ ମାଧ୍ୟମରେ ନାରୀ ସଶକ୍ତୀକରଣର ସୁଯୋଗ ସୃଷ୍ଟି ହୋଇପାରିଛି।
ପ୍ରତାପ ଚନ୍ଦ୍ର ସାମଲ
କଟକ, ମୋ: ୯୦୯୦୩୨୫୮୦୨