ପୁଣି ଥରେ ଦିଲ୍ଲୀ ସୀମାରେ ଚାଷୀମେଳି; ଆନ୍ଦୋଳନ ନାଁରେ ରାଜନୀତି ନ ହେଉ
ଚାଷୀମାନଙ୍କର ଦୀର୍ଘ, ସଂଗଠିତ ଆନ୍ଦୋଳନ ଯେକୌଣସି ସରକାର ପାଇଁ ଚିନ୍ତାର ବିଷୟ। ଏହା କେତେ ଚିନ୍ତାଜନକ ତଥା ସମସ୍ୟା ବହୁଳ ତାହାର ଅଭିଜ୍ଞତା ୨୦୨୦-୨୦୨୧ରେ ମୋଦୀ ସରକାର ଅନୁଭବ କରିଛନ୍ତି। ଦିଲ୍ଲୀର ସମସ୍ତ ପ୍ରବେଶ ପଥ ଦୀର୍ଘକାଳ ଚାଷୀଙ୍କ ଦ୍ୱାରା ଅବରୁଦ୍ଧ ହୋଇ ରହିବା ଫଳରେ ସାଧାରଣ ଲୋକ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହୋଇଥିଲେ। ଏହି ଆନ୍ଦୋଳନ ହିଂସାତ୍ମକ ରୂପ ନେବାରୁ ଅନେକ ଲୋକ ନିହତ ହେବା ସହ ଦେଶର ଅର୍ଥନୀତି ମଧ୍ୟ କ୍ଷତିଗ୍ରସ୍ତ ହୋଇଥିଲା। […]
ଚାଷୀମାନଙ୍କର ଦୀର୍ଘ, ସଂଗଠିତ ଆନ୍ଦୋଳନ ଯେକୌଣସି ସରକାର ପାଇଁ ଚିନ୍ତାର ବିଷୟ। ଏହା କେତେ ଚିନ୍ତାଜନକ ତଥା ସମସ୍ୟା ବହୁଳ ତାହାର ଅଭିଜ୍ଞତା ୨୦୨୦-୨୦୨୧ରେ ମୋଦୀ ସରକାର ଅନୁଭବ କରିଛନ୍ତି। ଦିଲ୍ଲୀର ସମସ୍ତ ପ୍ରବେଶ ପଥ ଦୀର୍ଘକାଳ ଚାଷୀଙ୍କ ଦ୍ୱାରା ଅବରୁଦ୍ଧ ହୋଇ ରହିବା ଫଳରେ ସାଧାରଣ ଲୋକ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହୋଇଥିଲେ। ଏହି ଆନ୍ଦୋଳନ ହିଂସାତ୍ମକ ରୂପ ନେବାରୁ ଅନେକ ଲୋକ ନିହତ ହେବା ସହ ଦେଶର ଅର୍ଥନୀତି ମଧ୍ୟ କ୍ଷତିଗ୍ରସ୍ତ ହୋଇଥିଲା। ପରିସ୍ଥ୍ିତିର ଚାପରେ ପଡ଼ି କେନ୍ଦ୍ର ସରକାର ତିନିଟି କୃଷି ସଂସ୍କାର ଆଇନକୁ ପ୍ରତ୍ୟାହାର କରିବାକୁ ବାଧ୍ୟ ହୋଇଥିଲେ। ଚାଷୀମାନଙ୍କର ଅଭିଯୋଗ ଥିଲା ଯେ ଏହି କୃଷି ଆଇନ କାର୍ଯ୍ୟକାରୀ ହେଲେ ବଡ଼ ବଡ଼ କର୍ପୋରେଟ ହାଉସ ଓ କମ୍ପାନୀ ଉପକୃତ ହେବେ ଏବଂ ସାଧାରଣ ରଏତ ସର୍ବସ୍ୱାନ୍ତ ହେବ। ଏହାଥିଲା ଭାରତର ପ୍ରଥମ ବୃହତ୍ ସଫଳ ଚାଷୀ ଆନ୍ଦୋଳନ। ଭାରତର ବିଡ଼ମ୍ବନା ହେଉଛି କୌଣସି ସରକାରୀ ବିରୋଧୀ ଆନ୍ଦୋଳନ ଆରମ୍ଭ ହେବା ପୂର୍ବରୁ ପ୍ରଥମେ ଗୁଡ଼ାଏ ଅପପ୍ରଚାର ଓ ଭ୍ରମାତ୍ମକ ତଥ୍ୟକୁ ବଜାରକୁ ଛଡ଼ାଯାଏ। ଦ୍ୱିତୀୟରେ ବିରୋଧୀ ରାଜନୈତିକ ଦଳ, ସରକାର ବିରୋଧୀ ଗୋଷ୍ଠୀ ଓ ସଂଗଠନ, ନ୍ୟସ୍ତସ୍ୱାର୍ଥ ଗୋଷ୍ଠୀ ଆପଣା ସ୍ୱାର୍ଥ ଦୃଷ୍ଟିରୁ ଏହାର ପୃଷ୍ଠଭୂମିରେ ରହି ଏହାକୁ ରାଜନୈତିକ ରଙ୍ଗ ଦିଅନ୍ତି। ଶେଷରେ ଆନ୍ଦୋଳନକୁ ନ୍ୟସ୍ତସ୍ୱାର୍ଥବାଦୀମାନେ ଅପହରଣ ବା ହାଇଜାକ୍ କରିଥା’ନ୍ତି। ତେଣୁ ଭାରତରେ ଐତିହାସିକ କୃଷି ସଂସ୍କାର ପାଇଁ କେନ୍ଦ୍ର ସରକାର କେଉଁ ତିନିଟି ଯୁଗାନ୍ତକାରୀ ଆଇନ ଆଣିଥିଲେ ତାହା ପ୍ରକୃତରେ ରାଜନୈତିକ ବିରୋଧ ଯୋଗୁଁ ବାତିଲ ହେବାକୁ ବାଧ୍ୟ ହେଲା ଏବଂ ନ୍ୟସ୍ତ ସ୍ୱାର୍ଥ ଏବଂ ସୁବିଧାବାଦୀ ଗୋଷ୍ଠୀର ବିଜୟ ଘଟିଲା।
ଏବେ ସେଭଳି ଆଉ ଏକ ବଡ଼ ଆନ୍ଦୋଳନର ସୂତ୍ରପାତ ହେବାକୁ ଯାଉଛି। ଏଥର ଚାଷୀଙ୍କ ସହିତ ଶ୍ରମିକମାନେ ମଧ୍ୟ ସାମିଲ ହୋଇଛନ୍ତି। ସାଧାରଣ ନିର୍ବାଚନ ପାଖେଇ ଆସୁଥିବାବେଳେ ବିଭିନ୍ନ କୃଷକ ଓ ଶ୍ରମିକ ସଂଗଠନଙ୍କ ‘ଦିଲ୍ଲୀ ଚାଲ’ ଡାକରା ଏବଂ ଆସନ୍ତାକାଲି ‘ଗ୍ରାମୀଣ ଭାରତ ବନ୍ଦ’ ପାଳନ ଆହ୍ୱାନ ସରକାରଙ୍କ ପାଇଁ ନିଶ୍ଚିତ ଏକ ଚିନ୍ତାର ବିଷୟ। ଏଥର ଆନ୍ଦୋଳନମୁହାଁ ବିଭିନ୍ନ ସଂଗଠନ ଦିଲ୍ଲୀକୁ ଅବରୋଧ କରି ଅଚଳ କରିବାକୁ ଲମ୍ବା ପ୍ରସ୍ତୁତି ସହିତ ଆସିଛନ୍ତି। ଯାହା ମନେ ହେଉଛି ସେମାନଙ୍କ ଦାବି ପୂରଣ ନ ହେଲେ ସେମାନେ ବର୍ଷାଧିକକାଳ ଧାରଣା, ଆନ୍ଦୋଳନ ଓ ଅବରୋଧ ଜାରି ରଖି ସାଧାରଣ ନିର୍ବାଚନ ପରିଚାଳନାରେ ମଧ୍ୟ ବିଭ୍ରାଟ ସୃଷ୍ଟି କରିପାରନ୍ତି। ଏଥର ଏହି ଆନ୍ଦୋଳନକାରୀମାନଙ୍କର ଦାବିର ତାଲିକା ବେଶ ଲମ୍ବା ଏବଂ ଏଥିରେ ଅନେକ ଅବାସ୍ତବ ପ୍ରସ୍ତାବ ରହିଛି, ଯାହାକୁ ପୂରଣ କରିବା ବିଶ୍ୱର କୌଣସି ସରକାର ପକ୍ଷେ ସମ୍ଭବ ନୁହେଁ। ତଥାପି ଏକ ଦାୟିତ୍ୱସମ୍ପନ୍ନ ସରକାର ଭାବେ କେନ୍ଦ୍ର ସରକାର କୃଷକ ସଂଗଠନର ନେତାମାନଙ୍କ ସହ ଆଲୋଚନା ଜାରି ରଖିଛନ୍ତି। ପ୍ରଥମ ଆନ୍ଦୋଳନରେ ସରକାରଙ୍କୁ ମୁଣ୍ଡ ନୁଆଇବାକୁ ବାଧ୍ୟ କରିଥିବା ଚାଷୀନେତାମାନେ ଏଥର ନିର୍ବାଚନ ପୂର୍ବରୁ ଆହୁରି କିଛି ଦାବି ହାସଲ କରିବାକୁ ଆଶା ବାନ୍ଧିଛନ୍ତି।
ଚାଷୀ ଓ ଶ୍ରମିକମାନଙ୍କର ଦାବିଗୁଡ଼ିକ ବେଶ୍ ଲମ୍ବା ହେଲେ ମଧ୍ୟ ଏଥିରେ କିଛି ପ୍ରସଙ୍ଗ ରହିଛି, ଯାହାକୁ ସରକାର ଚାହିଁଲେ ଆଲୋଚନା ମାଧ୍ୟମରେ ସମାଧାନ କରିପାରିବେ ଏବଂ ତାହା ଅଯଥାର୍ଥ ନୁହେଁ। ଚାଷୀଙ୍କ ଉପରୁ ପୁରୁଣା ପୁଲିସ୍ ମାମଲା ପ୍ରତ୍ୟାହାର, ଆନ୍ଦୋଳନକାରୀ ଚାଷୀଙ୍କ ପରିବାରକୁ ଅନୁକମ୍ପାମୂଳକ ସହାୟତା, କୃଷି ଋଣ ଛାଡ଼, କୃଷିକ୍ଷେତ୍ରକୁ ବିଜୁଳି ଯୋଗାଣ ଉପରେ ଅଧିକ ରିହାତି, ଅତ୍ୟାବଶ୍ୟକ ସାମଗ୍ରୀ ଉପରୁ ଜିଏସ୍ଟି ଉଚ୍ଛେଦ, କୃଷକ ଓ ଶ୍ରମିକଙ୍କ କଲ୍ୟାଣ ଆଦି ଦାବି ଉପରେ ଆଲୋଚନା ହୋଇ ସମାଧାନ ସୂତ୍ର ବାହାରିବା ଅସମ୍ଭବ ନୁହେଁ। କଥାବାର୍ତ୍ତା ଚାଲିଥିବା ବେଳେ କେତେକ ଜଟିଳ ଓ ଅବାସ୍ତବ ପ୍ରସଙ୍ଗକୁ ଗଣ୍ଠି କରି ଚାଷୀନେତାମାନେ ଆଲୋଚନାରୁ ଓହରି ଯାଇ ‘ଗ୍ରାମୀଣ ଭାରତ ବନ୍ଦ’ ପାଇଁ ସଜବାଜ ହେବା ନିଶ୍ଚିତ ଦୁର୍ଭାଗ୍ୟଜନକ। ଏହା ସେମାନଙ୍କ ଜିଦ୍ଖୋର ମନୋଭାବ ଏବଂ ଅହଂର ପରିଚୟ ବହନ କରେ।
ସବୁ କୃଷିଜାତ ସାମଗ୍ରୀର ଏମ୍ଏସ୍ପିକୁ ଆଇନଗତ ଗ୍ୟାରେଣ୍ଟି ଦେଇ ବିଧାନ ପ୍ରସ୍ତୁତି କରିବା, ପୁରୁଣା ପେନ୍ସନ ବ୍ୟବସ୍ଥାର ପ୍ରବର୍ତ୍ତନ, ସବୁ ଶ୍ରମିକ ଓ ଚାଷୀଙ୍କୁ ମାସିକ ନିୟମିତ ପେନ୍ସନ ଯୋଗାଣ ବ୍ୟବସ୍ଥା ସହିତ ସାର, ବିହନ, ବିଜୁଳି ଓ ପାଣି ବିନାମୂଲ୍ୟରେ ଚାଷୀଙ୍କୁ ଯୋଗାଣ ଭଳି କେତେକ ପ୍ରସଙ୍ଗ ରହିଛି, ଯାହାକୁ କାର୍ଯ୍ୟକାରୀ କରିବା ସରକାରଙ୍କ ପକ୍ଷେ ସମ୍ଭବ ନୁହେଁ। ଏମ୍ଏସ୍ପି ଚାଷୀଙ୍କୁ ସହାୟତା ଦେବାକୁ ଏକ ବ୍ୟବସ୍ଥା, ଏହାକୁ ଆଇନଗତ ରୂପ ଦେବା ବିଭିନ୍ନ ଦୃଷ୍ଟିରୁ ଏକ ଦୁରୂହ ବ୍ୟାପାର। କୃଷିଜାତ ଦ୍ରବ୍ୟର ସଂଗ୍ରହରେ ସରକାର ଏମ୍ଏସ୍ପି ଦେଇଥା’ନ୍ତି। ଘରୋଇ ବା ସରକାରୀ ସଂସ୍ଥା ଅନେକ ସମୟରେ ବଜାର ଚାହିଦା ଦେଖି ଚାଷୀଙ୍କଠାରୁ ବହୁ ଅଧିକ ମୂଲ୍ୟରେ ବିଭିନ୍ନ ଉତ୍ପାଦିତ ଫସଲ କିଣିଥା’ନ୍ତି। ସେ କ୍ଷେତ୍ରରେ ଏମ୍ଏସ୍ପିର କିଛି ମୂଲ୍ୟ ନ ଥାଏ। ଏବେ ଧାନ ଓ ଗହମର ଚାଷ ତୁଳନାରେ ଅନ୍ୟାନ୍ୟ ଅର୍ଥକରୀ ଫସଲଚାଷ ବଢ଼଼ୁଛି। ତେଣୁ ଚାଷୀର ଆୟ ଆଉ ଧାନ, ଗହମରେ ସୀମିତ ନାହିଁ। ସରକାର ଯଦି ଧାନ ଗହମ ବେପାରରେ ସମୟ ଦେବେ, ତେବେ ଶାସନ ପ୍ରଭାବିତ ହେବ। ଆଲୋଚନାକାରୀ ବୁଝିବା ଉଚିତ ଯେ ଭାରତ ବିଶ୍ୱ ବାଣିଜ୍ୟ ସଂଗଠନରୁ ନିଜକୁ ଅଲଗା କରିପାରିବ ନାହିଁ। ରିହାତି ଓ ମାଗଣାର ଏକ ସୀମା ଅଛି। ପରିବେଶ ସୁରକ୍ଷା, ସ୍ମାର୍ଟ ମିଟର, ନଡ଼ା ପୋଡ଼ି ଆଦି ପ୍ରସଙ୍ଗ ପ୍ରତି ମଧ୍ୟ ଧ୍ୟାନ ଦେବାକୁ ପଡ଼ିବ।
ତେଣୁ ଚାଷୀ ଓ ଶ୍ରମିକନେତାଙ୍କ ମଧ୍ୟରୁ ଯେଉଁମାନଙ୍କର ଭଲ ବିଚାରଶକ୍ତି ତଥା ହିତାହିତ ଜ୍ଞାନ ରହିଛି ସେମାନେ ଯଥାର୍ଥ ପ୍ରସଙ୍ଗ ଉପରେ ସରକାରଙ୍କ ସହିତ ଆଲୋଚନା କଲେ ଭଲ ହେବ। ତାହା ନ କରି ଦାବିର ତାଲିକା ବଢ଼଼ାଇବା ଓ ସବୁକୁ ପୂରଣ କରିବାକୁ ଅଡ଼ି ବସି ସରକାରଙ୍କ ଉପରେ ଚାପ ପକାଇବା ଉଚିତ ମାର୍ଗ ନୁହେଁ। କୃଷକ ଓ ଶ୍ରମିକଙ୍କ ସ୍ୱାର୍ଥ ରକ୍ଷା ପାଇଁ ସରକାର ବିଭିନ୍ନ କାର୍ଯ୍ୟ କରୁଥିଲେ ମଧ୍ୟ ଆହୁରି ଅନେକ କିଛି କରିବାର ରହିଛି। ଚାଷୀଙ୍କ ତୁଳନାରେ ଶ୍ରମିକ ଓ ନିମ୍ନ-ମଧ୍ୟବିତ୍ତ ଶ୍ରେଣୀର ଲୋକେ ଖୁବ୍ କମ୍ ଲାଭ ସରକାରଙ୍କଠାରୁ ପାଉଛନ୍ତି। ଏପରିକି ଇପିଏଫ୍ଓର ୭୫ଲକ୍ଷ ପେନ୍ସନ୍ ଭୋଗୀ ସର୍ବୋଚ୍ଚ ଅଦାଲତଙ୍କ ରାୟ ସତ୍ତ୍ବେ ମାସିକ ସର୍ବନିମ୍ନ ୧୦୦୦ ଟଙ୍କାରୁ ସର୍ବୋଚ୍ଚ ୫୦୦୦ ଟଙ୍କା ପର୍ଯ୍ୟନ୍ତ ପେନ୍ସନ୍ ପାଉଛନ୍ତି। ସରକାର ସେଥିପ୍ରତି ନଜର ଦେଉ ନାହାନ୍ତି। ଏହି ବର୍ଗର ଲୋକଙ୍କୁ ସ୍ୱାସ୍ଥ୍ୟ ସେବା ସୁବିଧା, ଖାଦ୍ୟ ନିରାପତ୍ତା, ଅନ୍ୟାନ୍ୟ ସାମାଜିକ କଲ୍ୟାଣ ଯୋଜନା ଓ ବୀମା ସୁବିଧା ମିଳୁନାହିଁ; ଚାଷୀମାନେ କିନ୍ତୁ ତାହା ପାଉଛନ୍ତି। ଠିକା କାମ, ସ୍ଥାୟୀ ନିଯୁକ୍ତିର ଅଭାବ ଅଧିକରୁ ଅଧିକ ସାମାଜିକ ଅସୁରକ୍ଷା ସୃଷ୍ଟି କରୁଛି।
ଅତଏବ ଆମର ମତ ହେଲା ସରକାର ଓ ଆନ୍ଦୋଳନକାରୀ ନେତାମାନଙ୍କ ମଧ୍ୟରେ ଆଲୋଚନା ଜାରି ରହୁ। ଦେଶର ମଙ୍ଗଳ ପାଇଁ ଯାହା ଦରକାର ସରକାର ତାହା କରନ୍ତୁ। ଅପରପକ୍ଷରେ କୃଷକ ଓ ଶ୍ରମିକଙ୍କ ସ୍ୱାର୍ଥ ରକ୍ଷା ପାଇଁ ଯେଉଁ ସର୍ବନିମ୍ନ ବ୍ୟବସ୍ଥା ହେବା କଥା ତାହା ହେଉ। ଦାବି ଅବାସ୍ତବ ନ ହେଉ ଏବଂ ଏଥିରେ ସଂକୀର୍ଣ୍ଣ ରାଜନୀତି, ବ୍ୟକ୍ତି ସ୍ୱାର୍ଥ ଓ ଅହଙ୍କାର ସ୍ଥାନ ନ ପାଉ। ସାଧାରଣ ନିର୍ବାଚନ ଆସୁଛି ବୋଲି ସରକାରଙ୍କୁ ‘ବ୍ଲାକ୍ମେଲ୍’ କରି ‘ବାପ ରାଣ ଢିଙ୍କି ଗିଳି’ ନ୍ୟାୟରେ ସବୁ ଦାବି ହାସଲ କରିବା ସମ୍ଭବ ନୁହେଁ। ଆମର ବିଶ୍ୱାସ, ଆସନ୍ତା କାଲି(ଫେବୃଆରୀ ୧୬) ‘ଗ୍ରାମୀଣ ଭାରତ ବନ୍ଦ’ ପାଳନ ଡାକରାକୁ ଆନ୍ଦୋଳନକାରୀ ସ୍ଥଗିତ ରଖି କେବଳ ଯଥାର୍ଥ ଓ ଗ୍ରହଣଯୋଗ୍ୟ ଦାବି ପୂରଣ ପାଇଁ ଆଲୋଚନା ଜାରି ରଖିବେ। ଦାବି ଗ୍ରହଣଯୋଗ୍ୟ ହେଲେ ସରକାରଙ୍କ ପକ୍ଷେ ତାହାକୁ ମାନିନେବାରେ କିଛି ଅସୁବିଧା ହେବ ନାହିଁ। ଦାବି ବାସ୍ତବବାଦୀ ହେଉ, ବ୍ୟାପକ ଶ୍ରମିକ ଆନ୍ଦୋଳନ ବାଟ ନ ହୁଡୁ।