କୃଷି ପ୍ରଗତିରେ ମହିଳା ସଶକ୍ତୀକରଣ
‘କୃଷି କଲେ ଉନ୍ନତି, ସକଳ ଉନ୍ନତି’। ପ୍ରାୟ ଶହେବର୍ଷ ପୂର୍ବେ ସ୍ୱଭାବ କବି ଗଙ୍ଗାଧର ମେହେରଙ୍କ ରଚିତ ଏହି ଉକ୍ତି ସେତେବେଳେ ଯେତେ ପ୍ରାସଙ୍ଗିକ ଥିଲା, ଆଜି ମଧ୍ୟ ସେତିକି କିମ୍ୱା ତା’ଠୁ ଅଧିକ ପ୍ରାସଙ୍ଗିକ। କାରଣ ସେ ସମୟକୁ ତୁଳନା କଲେ ଆଜି ଜନସଂଖ୍ୟା ଚାରିଗୁଣରୁ ଅଧିକ। ସମାନ ପରିମାଣ ଜମିରୁ ଏତେ ଅଧିକ ସଂଖ୍ୟକ ଲୋକଙ୍କୁ ଆହାର ଯୋଗାଇବା ନିଶ୍ଚିତ ଭାବେ ଏକ ଆହ୍ୱାନ। କିନ୍ତୁ, ଆମ ଚାଷୀଭାଇ ଓ ଭଉଣୀମାନଙ୍କ କଠିନ ପରିଶ୍ରମ, […]
‘କୃଷି କଲେ ଉନ୍ନତି, ସକଳ ଉନ୍ନତି’। ପ୍ରାୟ ଶହେବର୍ଷ ପୂର୍ବେ ସ୍ୱଭାବ କବି ଗଙ୍ଗାଧର ମେହେରଙ୍କ ରଚିତ ଏହି ଉକ୍ତି ସେତେବେଳେ ଯେତେ ପ୍ରାସଙ୍ଗିକ ଥିଲା, ଆଜି ମଧ୍ୟ ସେତିକି କିମ୍ୱା ତା’ଠୁ ଅଧିକ ପ୍ରାସଙ୍ଗିକ। କାରଣ ସେ ସମୟକୁ ତୁଳନା କଲେ ଆଜି ଜନସଂଖ୍ୟା ଚାରିଗୁଣରୁ ଅଧିକ। ସମାନ ପରିମାଣ ଜମିରୁ ଏତେ ଅଧିକ ସଂଖ୍ୟକ ଲୋକଙ୍କୁ ଆହାର ଯୋଗାଇବା ନିଶ୍ଚିତ ଭାବେ ଏକ ଆହ୍ୱାନ। କିନ୍ତୁ, ଆମ ଚାଷୀଭାଇ ଓ ଭଉଣୀମାନଙ୍କ କଠିନ ପରିଶ୍ରମ, କୃଷି ବୈଜ୍ଞାନିକଙ୍କ ନୂତନ ଜ୍ଞାନକୌଶଳର ଉଦ୍ଭାବନ ଏବଂ ସରକାରଙ୍କ କୃଷକ-ଅନୁକୂଳ ନୀତି ଫଳରେ ଆଜି ଆମ ଦେଶ ଏବଂ ଆମ ରାଜ୍ୟ ଓଡ଼ିଶା କୃଷି କ୍ଷେତ୍ରରେ ସ୍ୱାବଲମ୍ୱୀ ହୋଇପାରିଛି। ଓଡ଼ିଶା କ୍ଷେତ୍ରରେ ଏହା ଟିକିଏ ଅଲଗା। କାରଣ ଦେଶର ଅନ୍ୟାନ୍ୟ ରାଜ୍ୟକୁ ତୁଳନା କଲେ ଆମ ରାଜ୍ୟର କୃଷି ପ୍ରଗତି ନିଶ୍ଚିତ ଭାବେ ମନ୍ଥର ଥିଲା। ୨୦୦୦ ମସିହା ପୂର୍ବରୁ ଖାଦ୍ୟଶସ୍ୟ ଓ ଅନ୍ୟାନ୍ୟ କୃଷିଜାତ ଦ୍ରବ୍ୟ ପାଇଁ ଆମକୁ ପଡ଼ୋଶୀ ରାଜ୍ୟ ଉପରେ ନିର୍ଭର ହେବାକୁ ପଡୁଥିଲା। ସେ ସମୟର ଅନାହାର ଏବଂ ଅର୍ଦ୍ଧାହାର ବିଷୟରେ ସମସ୍ତେ ଅବଗତ ଅଛନ୍ତି।
୨୦୦୦ ମସିହା ପରେ ଆମ ରାଜ୍ୟକୁ କୃଷି କ୍ଷେତ୍ରରେ ସ୍ୱାବଲମ୍ୱୀ କରିବା ପାଇଁ ମୁଖ୍ୟମନ୍ତ୍ରୀଙ୍କ ନେତୃତ୍ୱରେ ଏକ ନିର୍ଦ୍ଦିଷ୍ଟ ଖସଡ଼ା ପ୍ରସ୍ତୁତ ହେଲା ଏବଂ ତଦନୁଯାୟୀ ବିଭିନ୍ନ କାର୍ଯ୍ୟକ୍ରମମାନ ଗ୍ରହଣ କରାଗଲା। ଏହିକ୍ରମରେ କୃଷି କ୍ଷେତ୍ରରେ ଅଧିକ ପୁଞ୍ଜି ବିନିଯୋଗର ଆବଶ୍ୟକତା ଥିଲା। କାରଣ ଜମିକୁ ଜଳ ଯୋଗାଣ ହୋଇପାରିଲେ ଚାଷ ସମସ୍ୟାର ଅଧାରୁ ଅଧିକ ସମାଧାନ ହୋଇଯିବ। ଫଳସ୍ୱରୂପ ସ୍ୱାଧୀନତାର ପଚାଶ ବର୍ଷରେ ଯେତିକି ଜମି ଜଳସେଚିତ ହୋଇଥିଲା, ଗତ କୋଡ଼ିଏ ବର୍ଷରେ ତା’ଠୁ ଅଧିକ ଜମି ଜଳସେଚିତ କରିବାରେ ରାଜ୍ୟ ସରକାର ସମର୍ଥ ହେଲେ। ଏହାସହିତ ଅନେକ କୃଷକ-ଅନୁକୂଳ ଯୋଜନା ଓ କାର୍ଯ୍ୟକ୍ରମ ହାତକୁ ନିଆଗଲା। ଫଳସ୍ୱରୂପ ଓଡ଼ିଶା ଆଜି ଶସ୍ୟ ଉତ୍ପାଦନରେ ସ୍ୱାବଲମ୍ୱୀ ହେବା ସହିତ ପ୍ରାୟ ୧୨ ଗୋଟି ରାଜ୍ୟକୁ ଚାଉଳ ରପ୍ତାନି କରୁଛି।
କେବଳ ଶସ୍ୟ ଉତ୍ପାଦନ ନୁହେଁ, ଓଡ଼ିଶାର ପ୍ରମୁଖ ଫସଲ ଧାନ ସହିତ ବିଭିନ୍ନ ପନିପରିବା, ଫଳ, ମାଛ, ଅଣ୍ଡା, କୁକୁଡ଼ା ମାଂସ ଇତ୍ୟାଦି ଖାଦ୍ୟ ପଦାର୍ଥ ପାଇଁ ଆମକୁ ଆଜି ପଡ଼ୋଶୀ ରାଜ୍ୟ ଉପରେ ନିର୍ଭର କରିବାକୁ ପଡୁନାହିଁ। ବିଗତ କୋଡ଼ିଏ ବର୍ଷରେ ମାଛ ଉତ୍ପାଦନ ପ୍ରାୟ ଚାରିଗୁଣା ବୃଦ୍ଧି ପାଇଛି। ଆଜି ଆମେ ପ୍ରତିଦିନ ୧ କୋଟିରୁ ଅଧିକ ଅଣ୍ଡା ଉତ୍ପାଦନ କରୁଛୁ। ଏହି ଉଲ୍ଲେଖନୀୟ ପ୍ରଗତି ସମ୍ଭବ ହୋଇପାରିଛି ଆମ ରାଜ୍ୟରେ କାର୍ଯ୍ୟକାରୀ ହେଉଥିବା ବିଭିନ୍ନ ଯୋଜନା ଫଳରେ। ଉଦାହରଣ ସ୍ୱରୂପ ୧୯୯୯-୨୦୦୦ ଆର୍ଥିକ ବର୍ଷରେ କୃଷି ଓ ଆନୁଷଙ୍ଗିକ କୃଷିରେ ମାତ୍ର ୫୭୬ କୋଟି ଟଙ୍କା ବ୍ୟୟ ହୋଇଥିବା ବେଳେ ଚଳିତ ଆର୍ଥିକ ବର୍ଷରେ ଏହା ୨୪, ୦୦୦ କୋଟି ଟଙ୍କାରୁ ବି ଅଧିକ। ଏହା ଉଲ୍ଲେଖନୀୟ ଯେ, ଗତ କିଛିବର୍ଷ ମଧ୍ୟରେ କେନ୍ଦ୍ରୀୟ କୃଷି ବଜେଟ ଖର୍ଚ୍ଚ କ୍ରମାଗତ ଭାବେ ହ୍ରାସ ପାଉଥିବା ବେଳେ ଓଡ଼ିଶା ରାଜ୍ୟ ସରକାର କ୍ରମାଗତ ଭାବେ କୃଷି କ୍ଷେତ୍ରରେ ଅଧିକ ପ୍ରାବଧାନ କରୁଛନ୍ତି।
କୃଷକଙ୍କ ମଙ୍ଗଳ ପାଇଁ ଓଡ଼ିଶାର ବିଭିନ୍ନ କାର୍ଯ୍ୟକ୍ରମ ସରାଦେଶ ପାଇଁ ଏକ ଉଦାହରଣ ପାଲଟିଛି। ଚାଷୀଙ୍କୁ ବିନା ସୁଧରେ ୧ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଫସଲ ଋଣ, ୧ ଟଙ୍କା ପ୍ରିମିୟମରେ ପ୍ରତ୍ୟେକ ଏକର ପାଇଁ ଫସଲ ବୀମା, କୃଷି ଯନ୍ତ୍ରପାତି କ୍ରୟ ପାଇଁ ସ୍ଥଳବିଶେଷରେ ୭୫ ପ୍ରତିଶତ ପର୍ଯ୍ୟନ୍ତ ରିହାତି, ସୁଲଭ ମୂଲ୍ୟରେ ବିହନ, ସାର ଓ କୀଟନାଶକ ଇତ୍ୟାଦି କାର୍ଯ୍ୟକ୍ରମ ଉଲ୍ଲେଖନୀୟ। ଏହାର ପ୍ରତିଫଳନ ଆମ କୃଷି ଅଭିବୃଦ୍ଧିରେ ଦେଖିବାକୁ ମୁଳୁଛି, ଯାହା କ୍ରମାଗତ ଭାବେ ଜାତୀୟ କୃଷି ଅଭିବୃଦ୍ଧିଠାରୁ ଅଧିକ ରହୁଛି। କୃଷକ ସମାଜର ମଙ୍ଗଳ ପାଇଁ ଗତ ୮ ତାରିଖରେ ଏକ ଐତିହାସିକ ନିଷ୍ପତ୍ତି ନିଆଯାଇଛି। ‘କାଳିଆ ଛାତ୍ର ବୃତ୍ତି’ ଯୋଜନାରେ ରାଜ୍ୟର ପ୍ରାୟ ୪୫ ଲକ୍ଷ ଚାଷୀ ପରିବାରଙ୍କ ପିଲାମାନଙ୍କର ବୃତ୍ତିଗତ ଓ ବୈଷୟିକ ଶିକ୍ଷା ପାଇଁ ହେଉଥିବା ଖର୍ଚ୍ଚ ସଂପୂର୍ଣ୍ଣ ଭାବେ ସରକାର ବହନ କରିବେ। ଏପରିକି, ଏହି ଯୋଜନାରେ ଛାତ୍ରଛାତ୍ରୀଙ୍କ ହଷ୍ଟେଲ ଖର୍ଚ୍ଚ ମଧ୍ୟ ସାମିଲ ଅଛି। ଏପରି ଏକ ଅନନ୍ୟ କୃଷକମଙ୍ଗଳ କାର୍ଯ୍ୟକ୍ରମ ସାରା ଦେଶରେ ବିରଳ।
ଆଜି କୃଷି କ୍ଷେତ୍ରରେ ହେଉଥିବା ପ୍ରଗତି ଏବଂ ଉତ୍ପାଦନ ବୃଦ୍ଧିରେ ମହିଳାଙ୍କ ଯୋଗଦାନ ବିଷୟରେ କ୍ୱଚିତ ଗୁରୁତ୍ୱ ଦିଆଯାଇଥାଏ। ଆମେ ଭୁଲିଯିବା ଉଚିତ ନୁହେଁ ଯେ ବିଭିନ୍ନ ପରିସଂଖ୍ୟାନ ଏବଂ ଅନୁସନ୍ଧାନ ଅନୁସାରେ କୃଷି କାର୍ଯ୍ୟରେ ମହିଳାଙ୍କ ଯୋଗଦାନ ଅତିକମରେ ୬୦ ପ୍ରତିଶତରୁ ବି ଅଧିକ। କିନ୍ତୁ ଚିରାଚରିତ ସାମାଜିକ କାରଣରୁ କୃଷିକ୍ଷେତ୍ରକୁ ମହିଳାମାନଙ୍କ ଏହି ଅବଦାନକୁ ପ୍ରାୟ ଅଣଦେଖା କରାଯାଇଥାଏ। ଏହି ଅସଙ୍ଗତିକୁ ଲୋକଲୋଚନକୁ ଆଣି ମହିଳା ଚାଷୀଙ୍କୁ ଉପଯୁକ୍ତ ସମ୍ମାନ ଦେବା ପାଇଁ ରାଜ୍ୟ ସରକାର କ୍ରମାଗତ ଭାବେ ଉଦ୍ୟମରତ ଅଛନ୍ତି। ତେଣୁ ରାଜ୍ୟରେ କୃଷି ଉପକରଣ ଓ ଯନ୍ତ୍ରପାତି ପାଇଁ ଖର୍ଚ୍ଚ ହେଉଥିବା ବଜେଟର ଅତିକମରେ ୩୦ ପ୍ରତିଶତ ମହିଳା ଉପଯୋଗୀ କୃଷି ଉପକରଣ ଯୋଗାଇବା ପାଇଁ ପ୍ରାବଧାନ କରାଯାଇଛି। ଆଉପାଦେ ଆଗକୁ ଯାଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ୨୦୨୧-୨୨ ଆର୍ଥିକ ବର୍ଷ ଠାରୁ ‘କୃଷି କ୍ଷେତ୍ରରେ ମହିଳା ସଶକ୍ତୀକରଣ’ ପାଇଁ ବାର୍ଷିକ ୧୦୦ କୋଟି ଟଙ୍କାର ପ୍ରାବଧାନ କରିଛନ୍ତି, ଯାହା ମହିଳାଙ୍କ ଦ୍ୱାରା ଛତୁ ଓ ଫୁଲ ଚାଷ ପାଇଁ ଖର୍ଚ୍ଚ ହେଉଛି।
ଆମ ସଂସ୍କୃତି, ପରମ୍ପରା ଏବଂ ସାମାଜିକ ଜୀବନ, ବିଶେଷ ଭାବେ, କୃଷି କ୍ଷେତ୍ରରେ ମହିଳାଙ୍କ ଅବଦାନକୁ ସମ୍ମାନ ଜଣାଇ ଚଳିତ ବର୍ଷର ‘କୃଷି ଓଡ଼ିଶା’ ପାଇଁ ଶୀର୍ଷକ ରଖାଯାଇଛି, ‘କୃଷି ପ୍ରଗତିରେ ମହିଳା’। ମୁଖ୍ୟମନ୍ତ୍ରୀଙ୍କ ଦ୍ୱାରା ପ୍ରଣୀତ ‘୫-ଟି’ ଏବଂ ‘ମୋ ସରକାର’ ଶାସନ ବ୍ୟବସ୍ଥା ଅନୁସାରେ ସରକାର ଲୋକଙ୍କ ପାଖକୁ ଯିବା ଆବଶ୍ୟକ। ଏହି ନୀତି ଅନୁଯାୟୀ କୃଷି ବିଭାଗ ଦ୍ୱାରା ଗତବର୍ଷଠାରୁ ରାଜ୍ୟସ୍ତରୀୟ, ଆଞ୍ଚଳିକ ଓ ଜିଲ୍ଲାସ୍ତରୀୟ କୃଷି ମେଳା ଆୟୋଜନ କରଯାଇଥିଲା। ଏହି ମେଳାରେ ଚାଷୀ ଭାଇ ଓ ଭଉଣୀଙ୍କ ଉତ୍ସାହ ଓ ଅଂଶଗ୍ରହଣ ଦେଖି ଚଳିତ ବର୍ଷ ଏହି ମେଳାକୁ ଉପଖଣ୍ଡ(ସବ-ଡିଭିଜନ) ସ୍ତରରେ ଆୟୋଜନ କରାଯାଇଥିଲା।
ଏହି ମେଳାରେ ଚାଷୀ ସମାଜ ଗୋଟିଏ ସ୍ଥାନରେ ସରକାରଙ୍କ ବିଭିନ୍ନ କାର୍ଯ୍ୟକ୍ରମ ଓ ଯୋଜନା ସବୁ ବିଷୟରେ ଜାଣିପାରୁଛନ୍ତି ଏବଂ ତାହାର ଲାଭ ମଧ୍ୟ ସେହି ମେଳାରେ ହିଁ ନେଇପାରୁଛନ୍ତି। ଏହି ମେଳାର ଆଉ ଏକ ସିଧାସଳଖ ପ୍ରଭାବ ହେଲା, ଆମ ରାଜ୍ୟରେ କୃଷି ଯାନ୍ତ୍ରିକୀକରଣ ଉଲ୍ଲେଖନୀୟ ଭାବେ ବୃଦ୍ଧିପାଇଛି। ଆକଳନ ଅନୁସାରେ ଚଳିତ ଆର୍ଥିକ ବର୍ଷରେ ପ୍ରାୟ ୧, ୪୦୦ କୋଟି ଟଙ୍କାର ରେକର୍ଡ ମୂଲ୍ୟର କୃଷି ଯନ୍ତ୍ରପାତି ଆମ ଚାଷୀଭାଇ ଓ ଭଉଣୀମାନେ କ୍ରୟ କରି ବ୍ୟବହାର କରିବେ। କହିବା ବାହୁଲ୍ୟ ଯେ ଏହି ଉପକରଣର ସିଂହଭାଗ ମହିଳା ଉପଯୋଗୀ କୃଷି ଉପକରଣ।
କୃଷି ମେଳା ଆୟୋଜନର ସଫଳତାକୁ ଦୃଷ୍ଟିରେ ରଖି ଚଳିତ ବର୍ଷଠାରୁ ଜିଲ୍ଲାସ୍ତରୀୟ ମତ୍ସ୍ୟ ଓ ପ୍ରାଣୀସମ୍ପଦ ମେଳା ଆୟୋଜିତ କରାଯାଉଛି। ଏହିସବୁ କାର୍ଯ୍ୟକ୍ରମ ଦ୍ୱାରା କୃଷି କ୍ଷେତ୍ରରେ ଅଧିକ ଅର୍ଥ ବିନିଯୋଗ ବୃଦ୍ଧି ହେବା ସହ ସାମାଜିକ ଏବଂ ଆର୍ଥିକ ସ୍ତରରେ କୃଷକ ସମାଜକୁ ସୁଦୃଢ଼ କରିବାକୁ ଲକ୍ଷ୍ୟ ରଖାଯାଇଛି। ଆମେ ସମସ୍ତେ ମନେ ରଖିବା ଉଚିତ ଯେ ଯେତେବେଳେ ସମାଜର ପ୍ରାୟ ୬୫ ପ୍ରତିଶତ ଜନସାଧାରଣ କୃଷି ଓ ଆନୁଷଙ୍ଗିକ କାର୍ଯ୍ୟକ୍ରମ ଉପରେ ନିର୍ଭରଶୀଳ, ସେମାନଙ୍କ ପ୍ରଗତି ବିନା ଆର୍ଥିକ ବିକାଶ ଅସମ୍ଭବ। ଠିକ ସେହିପରି ଯେତେବେଳେ କୃଷି ଓ ଆନୁଷଙ୍ଗିକ କାର୍ଯ୍ୟରେ ଅର୍ଦ୍ଧାଧିକ ଭାଗ କାର୍ଯ୍ୟରେ ମହିଳାମାନେ ନିୟୋଜିତ ଅଛନ୍ତି, ସେମାନଙ୍କ ସଶକ୍ତୀକରଣ ବିନା ସମାଜର ସାମଗ୍ରିକ ବିକାଶ ଅସମ୍ଭବ। ମହିଳାଙ୍କ ଏହି ଅବଦାନ ଓ ସମ୍ମାନର ପ୍ରତୀକ ହେଉଛି ଚଳିତ ବର୍ଷର ‘କୃଷି ଓଡ଼ିଶା’।
ରଣେନ୍ଦ୍ର ପ୍ରତାପ ସ୍ୱାଇଁ , ମନ୍ତ୍ରୀ,
‘କୃଷି ଓ କୃଷକ ସଶକ୍ତୀକରଣ ଏବଂ ‘ମତ୍ସ୍ୟ ଓ ପ୍ରାଣୀ ସମ୍ପଦ ବିକାଶ’