ବିଲ୍‌‌କିସ ବାନୋ ମାମଲା: ସୁପ୍ରିମକୋର୍ଟଙ୍କ ଐତିହାସିକ ରାୟ

The Sakala Picture
Published On

ଗୁଜରାଟର ବହୁଚର୍ଚ୍ଚିତ ବିଲ୍‌‌କିସ୍‌‌ ବାନୋ ବଳତ୍କାର ଓ ତାଙ୍କ ପରିବାରର ସାତଜଣ ସଦସ୍ୟଙ୍କ ହତ୍ୟା ଘଟଣାରେ ଦୋଷୀ ସାବ୍ୟସ୍ତ ହୋଇ ଆଜୀବନ କାରାଦଣ୍ଡ ପାଇଥିବା ୧୧ ଅପରାଧୀଙ୍କୁ ଗୁଜରାଟ ସରକାର ଆଗୁଆ କାରାମୁକ୍ତ କରିବା ଘଟଣା ସର୍ବୋଚ୍ଚ ଅଦାଲତରେ ଅଗ୍ରାହ୍ୟ ହୋଇଯାଇଛି। ବିଚାରପତି ବି.ଭି ନାଗରତ୍ନ ଓ ଉଜ୍ଜ୍ୱଳ ଭୂୟାଁଙ୍କୁ ନେଇ ଗଠିତ ପୀଠ ସୋମବାର ଏହି ମାମଲାର ରାୟ ଶୁଣାଇବା ସହିତ କହିଛନ୍ତି ଯେ ଅଦାଲତ ଦ୍ୱାରା ଆଜୀବନ କାରାଦଣ୍ଡରେ ଦଣ୍ଡିତ ହୋଇ ୨୦୦୮ରୁ ଦଣ୍ଡ […]

ଗୁଜରାଟର ବହୁଚର୍ଚ୍ଚିତ ବିଲ୍‌‌କିସ୍‌‌ ବାନୋ ବଳତ୍କାର ଓ ତାଙ୍କ ପରିବାରର ସାତଜଣ ସଦସ୍ୟଙ୍କ ହତ୍ୟା ଘଟଣାରେ ଦୋଷୀ ସାବ୍ୟସ୍ତ ହୋଇ ଆଜୀବନ କାରାଦଣ୍ଡ ପାଇଥିବା ୧୧ ଅପରାଧୀଙ୍କୁ ଗୁଜରାଟ ସରକାର ଆଗୁଆ କାରାମୁକ୍ତ କରିବା ଘଟଣା ସର୍ବୋଚ୍ଚ ଅଦାଲତରେ ଅଗ୍ରାହ୍ୟ ହୋଇଯାଇଛି। ବିଚାରପତି ବି.ଭି ନାଗରତ୍ନ ଓ ଉଜ୍ଜ୍ୱଳ ଭୂୟାଁଙ୍କୁ ନେଇ ଗଠିତ ପୀଠ ସୋମବାର ଏହି ମାମଲାର ରାୟ ଶୁଣାଇବା ସହିତ କହିଛନ୍ତି ଯେ ଅଦାଲତ ଦ୍ୱାରା ଆଜୀବନ କାରାଦଣ୍ଡରେ ଦଣ୍ଡିତ ହୋଇ ୨୦୦୮ରୁ ଦଣ୍ଡ ଭୋଗୁଥିବା ସମ୍ପୃକ୍ତ ଅପରାଧୀମାନଙ୍କୁ ଚାରିତ୍ରିକ ସଂସ୍କାର ଓ ସାମାଜିକ ଥଇଥାନ ଆଳରେ ଆଗୁଆ କାରାମୁକ୍ତ କରିବାର ଅଧିକାର ଗୁଜରାଟ ସରକାରଙ୍କର ନାହିଁ। ମାମଲାଟି ଗୁଜରାଟ ବାହାରେ ମହାରାଷ୍ଟ୍ରରେ ବିଚାର ହୋଇ ଦୋଷୀଙ୍କ ପ୍ରତି ଦଣ୍ଡବିଧାନ କରାଯାଇଥିଲା। ଏଭଳି ସ୍ଥଳରେ ଘଟଣା ଘଟିଥିବା ରାଜ୍ୟର ସରକାର ସମ୍ପୃକ୍ତ ଦୋଷୀଙ୍କୁ ଆଗୁଆ କାରାମୁକ୍ତ କରିବାକୁ ଅଧିକାରପ୍ରାପ୍ତ ନୁହନ୍ତି। ଏଭଳି କାର୍ଯ୍ୟକୁ ବିଚାରପତି ଦ୍ୱୟ ଗୁଜରାଟ ସରକାରଙ୍କ ଠକାମି ବୋଲି କହିବା ସହ ଦୁଇ ସପ୍ତାହ ମଧ୍ୟରେ କାରାଗାର କର୍ତ୍ତୃପକ୍ଷଙ୍କ ନିକଟରେ ଆତ୍ମସମର୍ପଣ କରିବାକୁ ସମ୍ପୃକ୍ତ ଅପରାଧୀମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି।

ସୁପ୍ରିମକୋର୍ଟଙ୍କ ଏହି ରାୟ ଐତିହାସିକ ଓ ବିଭିନ୍ନ ଦୃଷ୍ଟିରୁ ଗୁରୁତ୍ୱପୂର୍ଣ୍ଣ। ଆଜୀବନ କାରାଦଣ୍ଡ ଭୋଗୁଥିବା କଏଦୀଙ୍କ ବ୍ୟବହାର ବଦଳିଲେ ସେମାନଙ୍କ ଚାରିତ୍ରିକ ପରିବର୍ତ୍ତନ ଓ ସାମାଜିକ ମୁଖ୍ୟସ୍ରୋତରେ ସାମିଲ କରିବା ଭଳି ସଂସ୍କାରବାଦୀ କାର୍ଯ୍ୟକ୍ରମ କାର୍ଯ୍ୟକାରୀ କରିବାକୁ ସର୍ବୋଚ୍ଚ ଅଦାଲତ ୧୯୯୨ ମସିହାରେ ରାୟ ଦେଇଥିଲେ। ତାହାର ସୁଯୋଗ ନେଇ ଗୁଜରାଟ ସରକାର ୨୦୦୨ ଗୋଧ୍ରା ଟ୍ରେନ୍‌‌ ପୋଡ଼ି ପରବର୍ତ୍ତୀ ହିଂସାକାଣ୍ଡରେ ସମ୍ପୃକ୍ତ ଓ ଦୋଷୀ ସାବ୍ୟସ୍ତଙ୍କୁ ଆଗୁଆ ଜେଲ୍‌‌ରୁ ମୁକୁଳେଇ ଦେବା ଘଟଣା ସାରା ଦେଶରେ ଚହଳ ସୃଷ୍ଟି କରିଥିଲା। ଅପରାଧୀଙ୍କ ଚରିତ୍ର ପରିବର୍ତ୍ତନ ଆଳରେ ଧର୍ଷଣ ଓ ଗଣହତ୍ୟା ଭଳି ଜଘନ୍ୟ ମାମଲାରେ ସମ୍ପୃକ୍ତ ଦୋଷୀମାନଙ୍କୁ ଆଗୁଆ ଜେଲରୁ ଖଲାସ କରିବା ପଛରେ ଯେ ରାଜନୈତିକ ଓ ଅନ୍ୟାନ୍ୟ ବିଚାର ଥିଲା ତାହା ସ୍ପଷ୍ଟ ବାରି ହୋଇ ପଡୁଥିଲା। ଫଳରେ ଗୁଜରାଟ ସରକାରଙ୍କ ଏହି ନିଷ୍ପତ୍ତି ବିଲ୍‌‌କିସ୍‌‌ ବାନୋଙ୍କ ସମେତ ବିଭିନ୍ନ ବ୍ୟକ୍ତିବିଶେଷ ସୁପ୍ରିମକୋର୍ଟରେ ରିଭ୍ୟୁ ପିଟିସନ ଦାଖଲ କରିଥିଲେ। ମାମଲାକୁ ସର୍ବୋଚ୍ଚ ଅଦାଲତ ଗ୍ରହଣ କରିବା ସହ ଉଭୟପକ୍ଷଙ୍କ ମତାମତ ଶୁଣିବା ପରେ ରାୟକୁ ପ୍ରାୟ ଏକସପ୍ତାହ ପର୍ଯ୍ୟନ୍ତ ସ୍ଥଗିତ ରଖିଥିଲେ। ଶେଷରେ ଯେଉଁ ରାୟ ଆସିଲା ତାହାକୁ ବିଭିନ୍ନ ମହଲରୁ ସ୍ୱାଗତ କରାଯାଉଛି। ଧର୍ଷଣ, ହତ୍ୟା ଓ ସାମ୍ପ୍ରଦାୟିକ ଦଙ୍ଗାରେ ସମ୍ପୃକ୍ତ ଅପରାଧୀଙ୍କ ପ୍ରତି ସରକାରଙ୍କର ଏପ୍ରକାର ସହାନୁଭୂତି ଓ ଦରଦ ନିଶ୍ଚିତ ଏକ ଅଶୋଭନୀୟ ଅଧ୍ୟାୟ ସୃଷ୍ଟି କରିଥିଲା, ଯାହା ବିରୋଧରେ ସ୍ୱର ଉଠିବା ଥିଲା ସ୍ୱାଭାବିକ। ଆହୁରି ମଧ୍ୟ ଦଣ୍ଡାଦେଶରେ କୋହଳ ସହିତ ଅପରାଧୀଙ୍କୁ ସମ୍ବର୍ଦ୍ଧିତ ଓ ସମ୍ମାନିତ କରାଯିବା ଘଟଣା ସମଗ୍ର ଦେଶ ତଥା ଆଇନର ଶାସନ ପ୍ରତି ଏକ ଭୁଲ୍‌‌ବାର୍ତ୍ତା ପ୍ରେରଣ କରିଥିଲା। ସେହି ପରିପ୍ରେକ୍ଷୀରେ ସର୍ବୋଚ୍ଚ ନ୍ୟାୟାଳୟଙ୍କ ନିର୍ଦ୍ଦେଶ ନିଶ୍ଚିତ ଐତିହାସିକ ଓ ଆଇନର ଶାସନକୁ ଜାହିର କରେ।

ସୁପ୍ରିମକୋର୍ଟଙ୍କ ସଦ୍ୟତମ ରାୟ ଗୁଜରାଟ ସରକାରଙ୍କ ପ୍ରତି ଏକ ଶକ୍ତ ଧକ୍କା ନିଶ୍ଚିତ। ଯେଉଁ ପ୍ରଚ୍ଛନ୍ନ ରାଜନୈତିକ ଓ ସାମ୍ପ୍ରଦାୟିକ ବିଚାର ରଖି ଅପରାଧୀଙ୍କୁ ଜେଲ୍‌‌ରୁ ଖଲାସ କରାଯାଇଥିଲା ତାହା ଏକ ହୀନଚକ୍ରାନ୍ତ ବୋଲି ପ୍ରମାଣିତ ହେଉଛି। ଅଦାଲତ ସ୍ପଷ୍ଟ ଭାବେ କହିଛନ୍ତି ଯେ ଅପରାଧୀଙ୍କ ଜେଲଦଣ୍ଡ ମିଆଦକୁ ହ୍ରାସ କରିବାବେଳେ ଗୁଜରାଟ ସରକାର ବୁଦ୍ଧି ଓ ବିବେକ ପ୍ରୟୋଗ କରିନାହାନ୍ତି। ଏହି ମାମଲାରେ ଦେଶର ଆଇନ ବଳବତ୍ତର ରହିଛି, ପୀଡ଼ିତାଙ୍କୁ ନ୍ୟାୟ ମିଳିଛି। ସମ୍ପୃକ୍ତ ଅପରାଧୀଙ୍କୁ ମୁକ୍ତ କରିବାବେଳେ ଗୁଜରାଟ ସରକାର ତଥ୍ୟ ପ୍ରମାଣ ଲୁଚାଇବା ସହ ଠକାମି କରିଛନ୍ତି ବୋଲି ସୁପ୍ରିମକୋର୍ଟ ଖଣ୍ଡପୀଠ କହିବା ଦ୍ୱାରା ଏକ ନିର୍ବାଚିତ ସରକାର ପ୍ରତି ଶକ୍ତ ଅଦାଲତ ଛାଟ ବାଜିଛି। ଏଭଳି କାର୍ଯ୍ୟ କରି ଗୁଜରାଟ ସରକାର କ୍ଷମତାର ଦୁରୁପଯୋଗ କରିଛନ୍ତି ବୋଲି ଅଦାଲତ ସ୍ପଷ୍ଟ କରିଦେଇଛନ୍ତି। ଏଭଳି ଘଟଣାରେ ସମାଜର ସାମୂହିକ ବିବେକ ଦୋହଲିବା ସ୍ୱାଭାବିକ। ସର୍ବୋଚ୍ଚ ଅଦାଲତଙ୍କ ରାୟ ସମାଜର ସେ ଭାବନାକୁ ଅବଶ୍ୟ ଦୂର କରିଛି। ନ୍ୟାୟପାଳିକା ଉପରେ ଜନତାଙ୍କ ବିଶ୍ୱାସ ପୁନଃ ସ୍ଥାପିତ ହେବା ସହିତ ନ୍ୟାୟ ପୁନଃ ପ୍ରତିଷ୍ଠା ହୋଇଛି। ସୁପ୍ରିମକୋର୍ଟଙ୍କ ରାୟ ପୀଡ଼ିତାଙ୍କ ଦୁଃଖ, ସମ୍ମାନ ଓ ପ୍ରତିଷ୍ଠା ଫେରାଇ ଆଣିପାରିବ ନାହିଁ ସତ; ମାତ୍ର ଜାତି, ଧର୍ମ, ବର୍ଣ୍ଣ, ସମ୍ପ୍ରଦାୟ ଓ ରାଜନୀତିର ଊର୍ଦ୍ଧ୍ବରେ ରହି ସର୍ବୋଚ୍ଚ ଅଦାଲତ ଏହି ଘଟଣାରେ ନ୍ୟାୟ ପ୍ରଦାନ କରି ସ୍ପଷ୍ଟ କରିଦେଇଛନ୍ତି ଯେ ଆଇନ ଆଗରେ ସମସ୍ତେ ସମାନ। କ୍ଷମତା ବା ରାଜନୀତିର ଲମ୍ବା ହାତ ଆଇନକୁ ଏପଟ ସେପଟ କରିପାରିବ ନାହିଁ। ସୁପ୍ରିମକୋର୍ଟଙ୍କ ଏହି ରାୟ ବିଦେଶରେ ମଧ୍ୟ ଭାରତର ନ୍ୟାୟିକ ବ୍ୟବସ୍ଥାର ସମ୍ମାନ ବଢ଼଼ାଇଛି।

09 Jan 2024 By The Sakala

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର