ଗୋ-ଆଧାରିତ ଚାଷ ଓ ଗୋ-ମୟ ସଂସ୍କୃତି
ମର୍ତ୍ତ୍ୟରେ ଅମୃତ ବୋଲି ଯଦି କିଛି ଥାଏ, ତେବେ ତାହା ହେଉଛି ଦୁଗ୍ଧ ବା କ୍ଷୀର। ପୃଥିବୀରେ ଏମିତି କିଛି ଖାଦ୍ୟ ନାହିଁ, ଯାହା ଦୁଗ୍ଧର ପରିପୂରକ। ସୁସ୍ଥ ଜୀବନ ଧାରଣ ପାଇଁ ଶରୀର ଆବଶ୍ୟକ କରୁଥିବା ଶ୍ୱେତସାର, ସ୍ନେହସାର, ପୁଷ୍ଟିସାର, ଧାତବ ଲବଣ, ଭିଟାମିନ୍ ଓ ଜଳ ଆଦି ୬ଟି ଯାକ ଉପାଦାନ କେବଳ କ୍ଷୀରରେ ସୁଷମ ଭାବେ ଉବଲବ୍ଧ। ତେଣୁ କ୍ଷୀର କେବଳ ଏକ ଆଦର୍ଶ ପାନୀୟ ନୁହେଁ, ବରଂ ଏକ ସମ୍ପୂର୍ଣ୍ଣ ଖାଦ୍ୟ। […]
ମର୍ତ୍ତ୍ୟରେ ଅମୃତ ବୋଲି ଯଦି କିଛି ଥାଏ, ତେବେ ତାହା ହେଉଛି ଦୁଗ୍ଧ ବା କ୍ଷୀର। ପୃଥିବୀରେ ଏମିତି କିଛି ଖାଦ୍ୟ ନାହିଁ, ଯାହା ଦୁଗ୍ଧର ପରିପୂରକ। ସୁସ୍ଥ ଜୀବନ ଧାରଣ ପାଇଁ ଶରୀର ଆବଶ୍ୟକ କରୁଥିବା ଶ୍ୱେତସାର, ସ୍ନେହସାର, ପୁଷ୍ଟିସାର, ଧାତବ ଲବଣ, ଭିଟାମିନ୍ ଓ ଜଳ ଆଦି ୬ଟି ଯାକ ଉପାଦାନ କେବଳ କ୍ଷୀରରେ ସୁଷମ ଭାବେ ଉବଲବ୍ଧ। ତେଣୁ କ୍ଷୀର କେବଳ ଏକ ଆଦର୍ଶ ପାନୀୟ ନୁହେଁ, ବରଂ ଏକ ସମ୍ପୂର୍ଣ୍ଣ ଖାଦ୍ୟ। ଗବେଷକମାନଙ୍କ ମତରେ ପ୍ରାୟତଃ ଖ୍ରୀ.ପୂ. ୧୫୦୦ ରୁ ୨୦୦୦ ମଧ୍ୟରେ କ୍ଷୀରର ଉପଯୋଗିତାକୁ ଅନୁଭବ କରି ଗୋପାଳନର ଭିତ୍ତି ସ୍ଥାପନ କରିଥିଲେ ଏ ଦେଶର ଆର୍ଯ୍ୟ ଆଚାର୍ଯ୍ୟମାନେ। ମାନବ ଜାତି ପ୍ରତି ଗାଈର ଉତ୍ସର୍ଗୀକୃତ ସେବାକୁ ଉପଲବ୍ଧି କରି ତା’କୁ ‘ଗୋ-ମାତା’ ବୋଲି ଅଭିହିତ କରିଥିଲେ ଏବଂ କୃଷିକାର୍ଯ୍ୟକୁ ଆଧାର କରି ଗଢ଼ି ଉଠିଥିଲା ଆମ ‘ଗୋ-ମୟ’ ସଂସ୍କୃତି। ଲଙ୍ଗଳ ଆମ କୃଷି ସଂସ୍କୃତିର ପ୍ରତୀକ ଏବଂ ଗୋପାଳନ ସେହି ସ୍ୱର୍ଣ୍ଣିମ ସଂସ୍କୃତିର ଏକ ଅପରିହାର୍ଯ୍ୟ ଅଙ୍ଗ।
ଶାସ୍ତ୍ର କହେ – ‘ଗାବୋ ବିଶ୍ୱସ୍ୟ ମାତରଃ।’ ଅର୍ଥାତ ଗାଈ ସମଗ୍ର ବିଶ୍ୱର ମାତା। ସେଥିପାଇଁ ଗାଈକୁ କୁହାଯାଏ ‘ଗୋମାତା’। ଗାଈର କ୍ଷୀର, ଦହି, ଘିଅ, ଗୋବର ଓ ଗୋମୂତ୍ର ମିଶ୍ରଣରେ ପ୍ରସ୍ତୁତ ହୁଏ ‘ପଞ୍ଚଗବ୍ୟ’। କୁହାଯାଏ ଯେଉଁ ଘରେ ଗୋମାତା ପୂଜା ପାଆନ୍ତି, ସେ ପରିବାରକୁ ସହଜରେ କାବୁ କରିପାରେନି ରୋଗବ୍ୟାଧି। ଏହି ମର୍ମରେ ଉତ୍କଳମଣି ଗୋପବନ୍ଧୁ ଦାସ ‘ଗୋମହାତ୍ମ୍ୟ’ରେ ଲେଖିଛନ୍ତି –
‘ଗୋ ଜାତି ସର୍ବସୁଖମୟ, ଗୋଜାତି ସର୍ବଶୁଭମୟ।’
ମହାଭାରତରେ ପିତାମହ ଭୀଷ୍ମ ଯୁଧିଷ୍ଟିରଙ୍କୁ ରାଜଧର୍ମ ପାଳନ ସମ୍ପର୍କରେ ପରାମର୍ଶ ଦେଇ କହିଛନ୍ତି ଗାଈ, ଭୂମି ଓ ବିଦ୍ୟା – ଏହି ତିନୋଟି ଦାନର ଫଳ ଅମାପ। ଏଭଳି ଶାସ୍ତ୍ରୀୟ ଭାବନା ଯୋଗୁଁ ପୂର୍ବେ ଧନୀ-ଗରିବ ନିର୍ବିଶେଷରେ ସବୁ ପରିବାର ଗୋସେବା ଉପରେ ଗୁରୁତ୍ୱ ଦେଉଥିଲେ ଏବଂ ଏପରିକି ଗୁହାଳରେ ବନ୍ଧା ଯାଇଥିବା ଗୋରୁଗାଈଙ୍କୁ ଖାଇବାକୁ ନଦେବା ପର୍ଯ୍ୟନ୍ତ ରାତିରେ ଆହାର ଗ୍ରହଣ କରୁ ନ ଥିଲେ ପରିବାର ମୁଖ୍ୟ। ଅକ୍ଷୟ ତୃତୀୟାରେ ଲଙ୍ଗଳ ସହିତ ବଳଦ ପୂଜା ଏବଂ ଗହ୍ମା ପୂର୍ଣ୍ଣିମାରେ ଗୁହାଳରେ ଧୂପ ଦୀପ ଦେଇ ଗାଈଗୋରୁଙ୍କୁ ପିଠା ଖୁଆଇବା ଥିଲା ଚାଷୀ ଘରର ପରମ୍ପରା। ଗାଁ ପାଖ ପଡ଼ିଆରେ ଚରୁଥିବା ଗୋରୁ ଗୋଠକୁ ଦେଖି ଆକଳନ କରି ହେଉଥିଲା ଗାଁ ଲୋକଙ୍କ ଆର୍ଥିକ ସ୍ଥିତି। କୃଷି କ୍ଷେତ୍ରରେ ହଳ କରିବା, ଶଗଡ଼ ଟାଣିବା, ବେଙ୍ଗଳା ପକାଇବା ଆଦି ଯାବତୀୟ କାର୍ଯ୍ୟରେ ନିୟୋଜିତ ହେଉଥିଲା ବଳଦ। ତେଣୁ ଉଭୟ ଆଦର ଓ ଆବଶ୍ୟକତା ଦୃଷ୍ଟିରୁ ରାଜ୍ୟରେ ବଢ଼଼ିଚାଲିଥିଲା ଗୋରୁଗାଈଙ୍କ ସଂଖ୍ୟା।
ଏବେ କିନ୍ତୁ ଆଉ ଗାଁ ପଡ଼ିଆରେ ଗାଈଗୋଠର ଦୃଶ୍ୟ ଦେଖିବାକୁ ମିଳୁନି କି ଗୋଧୂଳି ଲଗ୍ନରେ ଶୁଣିବାକୁ ମିଳୁନି ଗାଈଆଳ ପିଲାର ‘ଗାଈ ଗଲେ ହୋ’ କୁହାଟ। ହଜିଲା ଗୋରୁକୁ ଖୋଜିବା ଲାଗି ବ୍ୟବହୃତ ଗବେଷଣା (ଗୋ+ଏଷଣା) ଶବ୍ଦଟି ଆଜି ତତ୍ତ୍ୱ-ଗବେଷଣା ବା ରିସର୍ଚ୍ଚ ଅର୍ଥରେ ବ୍ୟବହୃତ। ୧୯୬୦ ମସିହା ବେଳକୁ ଦେଶରେ ଗୋସମ୍ପଦର ବାର୍ଷିକ ବୃଦ୍ଧି ହାର ଜାତୀୟ ସ୍ତରରେ ଦୁଇ ଶତାଂଶ ଥିଲା ବେଳେ ଓଡ଼ିଶାରେ ଏହି ହାର ଥିଲା ୪.୫ ଶତାଂଶ। କିନ୍ତୁ ୯୦ ଦଶକ ପରେ ବଦଳିଗଲା ସ୍ଥିତି। ୧୯ତମ ପଶୁଗଣନା (୨୦୧୨) ରିପୋର୍ଟରୁ ଜଣାଗଲା ୫.୫୯ ହାରରେ ହ୍ରାସ ପାଉଛି ରାଜ୍ୟର ଗୋସମ୍ପଦ। ଏହା ପଛରେ ରହିଛି ‘ସବୁଜ ବିପ୍ଳବ’ର ପ୍ରଭାବ। ଷାଠିଏ ଦଶକରେ କ୍ରମବର୍ଦ୍ଧିଷ୍ଣୁ ଜନସଂଖ୍ୟାକୁ ଦୃଷ୍ଟିରେ ରଖି ଖାଦ୍ୟଶସ୍ୟ ଉତ୍ପାଦନ ବଢ଼େଇବା ଲକ୍ଷ୍ୟରେ ଆରମ୍ଭ ହେଲା ‘ସବୁଜ ବିପ୍ଳବ’। ଭାଙ୍ଗିଲା ପାରମ୍ପରିକ କୃଷି ସଂସ୍କୃତିର ମେରୁହାଡ଼। ଉନ୍ନତ ଚାଷ, ଯାନ୍ତ୍ରିକ ଚାଷ ନାମରେ କୃଷି କ୍ଷେତ୍ରକୁ ପ୍ରବେଶ କଲା ଟ୍ରାକ୍ଟର, ପାୱାରଟିଲର ଓ ହାରଭେଷ୍ଟର ଇତ୍ୟାଦି ବିଭିନ୍ନ ଯନ୍ତ୍ରପାତି। ଅବସାନ ହେଲା ହଳଲଙ୍ଗଳର ଯୁଗ। ଯନ୍ତ୍ର ଯୋଗେ ଶସ୍ୟ ଅମଳ ହେବା କାରଣରୁ ଆଉ ଖଳାରେ ବେଙ୍ଗଳା ପଡ଼ିଲାନି କି ଖଳା ଲିପିବା ପାଇଁ ଆବଶ୍ୟକ ହେଲାନି ଗୋବର। ଗୋବର ଖତ ପରିବର୍ତ୍ତେ ଜମିରେ ପ୍ରୟୋଗ ହେଲା ରାସାୟନିକ ସାର। ଧୀରେ ଧୀରେ ତୁଟିବାକୁ ଲାଗିଲା କୃଷକ ଓ ବଳଦ ଭିତରେ ଗଢ଼ିଉଠିଥିବା ଆବେଗିକ ସମ୍ପର୍କ।
ଅଧିକ ଅମଳକ୍ଷମ ବିହନ ବ୍ୟବହାର ଯୋଗୁଁ ଆଧୁନିକ ଚାଷ ପ୍ରଣାଳୀରେ ଉତ୍ପାଦନ ବଢ଼଼ିଲା ସତ, କିନ୍ତୁ କୃଷି ଯନ୍ତ୍ରପାତି, ରାସାୟନିକ ସାର ଓ କୀଟନାଶକ ଇତ୍ୟାଦିର ମାତ୍ରାଧିକ ମୂଲ୍ୟବୃଦ୍ଧି କାରଣରୁ କ୍ଷତିର ସଉଦାରେ ପରିଣତ ହୋଇଛି ଆଜିର ଚାଷ। ତେଣୁ ଆରମ୍ଭ ହେଲା କୃଷି କ୍ଷେତ୍ରରୁ ପଳାୟନ ପ୍ରକ୍ରିୟା। ଚାଷ ନ ହୋଇ ପଡ଼ିଆ ପଡ଼ିଲା ଶହଶହ ହେକ୍ଟର ଚାଷଜମି। ବୃତ୍ତିରୁ ବିସ୍ଥାପିତ ହେବା କାରଣରୁ କମିଲା ଗୋପାଳନ ପ୍ରତି ଆଗ୍ରହ।
ସାଧାରଣତଃ ପାରମ୍ପରିକ ଗୋପାଳନ ପାଇଁ ଆବଶ୍ୟକ ବିସ୍ତୃତ ଚାରଣ ଭୂମି। ଆଗେ ପ୍ରାୟତଃ ପ୍ରତି ଗ୍ରାମରେ ସଂରକ୍ଷିତ ହୋଇ ରହିଥିଲା ବିସ୍ତୃତ ଗୋଚର ଭୂମି। ପରବର୍ତ୍ତୀ ସମୟରେ ସରକାରଙ୍କ ଉଦାସୀନତା କାରଣରୁ ଚାରଣ ଭୂମି କେଉଁଠି ପ୍ରଭାବଶାଳୀ ଲୋକଙ୍କ କବ୍ଜାକୁ ଚାଲିଗଲା ତ କେଉଁଠି ବ୍ୟବହାର ହେଲା ଖେଳପଡ଼ିଆ ଭାବରେ। ଓଡ଼ିଶା ସେଟଲ୍ମେଣ୍ଟ – ୭୪ ଆଇନ କହେ, ପ୍ରତି ଗ୍ରାମରେ ସମୁଦାୟ ଜମିର ୫ପ୍ରତିଶତ ସଂରକ୍ଷିତ ହୋଇ ରହିବ ଗୋଚାରଣ ପାଇଁ। କିନ୍ତୁ ଆଜି ତାହାର ଅଭାବ ସ୍ପଷ୍ଟ ଦେଖାଯାଉଛି।
ରାଜଧର୍ମ ବ୍ୟାଖ୍ୟା ପରିପ୍ରେକ୍ଷୀରେ ଆଦିକବି ସାରଳା ଦାସ ଲେଖିଛନ୍ତି –
‘କୃଷି କର୍ମଚାରୀ ଜନେ ନ ତଣ୍ଡିବୁ ଧନ, ଗୋଚର ନିମନ୍ତେ ଛାଡ଼ିଦେବୁ ବହୁସ୍ଥାନ’।
ସରକାର ଏଭଳି ପରାମର୍ଶ ପ୍ରତି ଧ୍ୟାନ ନଦେବା ଫଳରେ ଯେଉଁମାନେ ଗୋପାଳନକୁ ବୃତ୍ତି ଭାବରେ ଗ୍ରହଣ କରିଥିଲେ ସେମାନଙ୍କ ପାଇଁ ସମସ୍ୟା ହୋଇ ଉଭା ହେଲା ଚାରଣ ଭୂମିର ସଂକୋଚନ। ଏଥିସହିତ ଗୋଖାଦ୍ୟର ଦରବୃଦ୍ଧି ଓ କ୍ଷୀରର ଅଭାବୀ ବିକ୍ରି କାରଣରୁ ପରିଶ୍ରମ ଅନୁସାରେ ଲାଭ ନପାଇ ଗୋପାଳନରୁ ମୁହଁ ଫେରାଇ ନେବାକୁ ବାଧ୍ୟ ହେଲା ଚାଷୀ। ହାତ ପାହାନ୍ତାରେ ବିଭିନ୍ନ ସଂସ୍ଥାର ପ୍ରକ୍ରିୟାକୃତ ପ୍ୟାକେଟ୍ କ୍ଷୀର ଉପଲବ୍ଧ ହେବା ଫଳରେ ଆଉ ରହିଲାନି ଗାଈପାଳନ କରି କ୍ଷୀର ଖାଇବାର ମାନସିକତା। ୨୦୧୨ ମସିହାରେ ୧୯ତମ ପ୍ରାଣୀଧନ ଗଣନା ବେଳେ ଗାଈ ପାଳନ କରୁଥିବା ପରିବାର ଓ ଉଦ୍ୟୋଗ ସଂଖ୍ୟା ଥିଲା ୩୭ଲକ୍ଷ ୭୧ହଜାର ୬୦୪। ୨୦୧୯ ମସିହା ଗଣନା ବେଳକୁ ସେହି ସଂଖ୍ୟା ହେଲା ୩୦ଲକ୍ଷ ୨୨ହଜାର ୭୬୧। ଅର୍ଥାତ ୨୦୧୨ ରୁ ୨୦୧୯ ମଧ୍ୟରେ ଗୋପାଳନରୁ ମୁହଁ ଫେରେଇ ନେଇଥିଲେ ସାଢ଼େ ସାତ ଲକ୍ଷ ଗୋପାଳକ।
ଖାଦ୍ୟ ଉତ୍ପାଦନ ବଢ଼େଇବା ପାଇଁ ଯେଭଳି ‘ସବୁଜ ବିପ୍ଳବ’ର ମେଢ଼ ତିଆରି ହେଲା, ସେମିତି ଦୁଗ୍ଧ ଉତ୍ପାଦନ ବଢ଼େଇବା ପାଇଁ ଆରମ୍ଭ ହେଲା ବିଦେଶୀ ଗାଈ ଚାଷ ଭେଳିକି। ଦେଶୀଗାଈ ପାଳନ ପରିବର୍ତ୍ତେ ବିଦେଶରୁ ଅଣାଗଲା ଜର୍ସି ଗାଈ। ୨୦୧୨ ମସିହାରେ ୧୯ତମ ପ୍ରାଣୀଧନ ଗଣନା ଅନୁସାରେ ରାଜ୍ୟରେ ୧କୋଟି ୩ଲକ୍ଷ ୧୫ ହଜାର ୪୯୯ ଦେଶୀ ଗାଈ ଥିଲାବେଳେ ୨୦୧୯ ମସିହାରେ ୨୦ତମ ପ୍ରାଣୀଧନ ଗଣନାରେ ଏହି ସଂଖ୍ୟା ହ୍ରାସ ପାଇ ୮୩ଲକ୍ଷ ୨୩ ହଜାର ୫୯୦ରେ ପହଞ୍ଚିଲା, ଯାହା ୨୦୧୨ ସଂଖ୍ୟା ଠାରୁ ୧୯ଲକ୍ଷ ୯୧ ହଜାର କମ୍। ଅନ୍ୟପକ୍ଷରେ ୧୯ତମ ପ୍ରାଣୀଧନ ଗଣନା ଅନୁଯାୟୀ ରାଜ୍ୟରେ ୧୩ଲକ୍ଷ ୫ହଜାର ୭୭୩ଟି ସଙ୍କର ଜାତୀୟ ଗାଈ ଥିବା ବେଳେ ୨୦ତମ ଗଣନା ବେଳକୁ ତାହା ୧୫ଲକ୍ଷ ୮୦ହଜାର ୩୮୦ରେ ପହଞ୍ଚିଲା, ଯାହା ପୂର୍ବ ସଂଖ୍ୟା ଠାରୁ ୨ଲକ୍ଷ ୭୪ ହଜାର ୬୦୭ ଅଧÒକ। ମାତ୍ର ଜର୍ସି ଗାଈ ଜନ୍ମ କରୁଥିବା ଅଣ୍ଡିରା ବାଛୁରୀ ହଳ କରିବାକୁ ଅକ୍ଷମ। ସେହି କାରଣରୁ ଗାଁ ବଳଦଶୂନ୍ୟ ହେବାକୁ ଲାଗିଲା ଏବଂ ଅନାବଶ୍ୟକ ଭାବରେ ବଢ଼଼ି ଚାଲିଲା ଷଣ୍ଢଙ୍କ ସଂଖ୍ୟା। ଏବେ ଗାଁରେ ମାଳ ମାଳ ହୋଇ ଷଣ୍ଢ ବୁଲୁଛନ୍ତି ଏବଂ ସେମାନଙ୍କ ମୁହଁରୁ ଚାଷ ବଞ୍ଚେଇବା ପାଇଁ ନାକେଦମ୍ ହେଉଛି ଚାଷୀ।
ଏକ ଆକଳନରୁ ଜଣାଯାଏ ଗୋଟିଏ ବଳଦ ବା ଗାଈର ଗୋବର ଓ ମୂତ୍ରରୁ ଯେତିକି ଆୟ ହୁଏ, ତା’ଠାରୁ ୩ଗୁଣ ଅଧିକ ଖର୍ଚ୍ଚ ହୁଏ ତାରି ପ୍ରତିପୋଷଣ ପାଇଁ। କଥାରେ ଅଛି – କ୍ଷୀର ଶୁଖିଗଲେ କି ଲୋଡ଼ା ମାଆ, ପାଣି ଶୁଖିଗଲେ କି ଲୋଡ଼ା ନାଆ। ଏଭଳି ବ୍ୟବସାୟିକ ମନୋଭାବ ଯୋଗୁଁ ସାରା ଜୀବନ ଆମର ଅଶେଷ ଉପକାର କରୁଥିବା ଗୋରୁକୁ କଂସେଇକୁ ବିକ୍ରି କରିଦିଆଗଲା ଅତି ନିର୍ଦ୍ଦୟ ଭାବରେ। ଯାହାକୁ ଲକ୍ଷ୍ୟକରି ଉତ୍କଳମଣି ଗୋପବନ୍ଧୁ ଦାସ ଗୋ ମହାତ୍ମ୍ୟରେ ଲେଖିଛନ୍ତି –
‘ବଳଦ କରୁଛନ୍ତି ହଳ, ସରିଲେ ସେ ବଳଦ ବଳ / ବିକନ୍ତି ବୃଦ୍ଧ କାଳେ ହାଟେ, କଂସେଇ କିଣିନେଇ କାଟେ।’
ଜମିରେ ଏବେ ଗୋବର ଖତ ବଦଳରେ ପ୍ରୟୋଗ ହେଉଛି ପ୍ରଚୁର ପରିମାଣର ସାର ଓ ବିଷ। ଏହାର ପ୍ରଭାବରେ କେବଳ ମାଟି ପ୍ରଦୂଷିତ ହେଉନି ବିଷାକ୍ତ ହୋଇଯାଉଛି ଫସଲ। ଜମିରେ ପଡୁଥିବା ବିଷ ବର୍ଷା ଜଳରେ ଧୋଇଯାଇ ନଦୀନାଳରେ ମିଶୁଛି ଏବଂ ଏଥିସହିତ ବିଷାକ୍ତ ହେଉଛି ଭୂ-ତଳ ଜଳ। ମାଟି ପାଣି ପବନରେ ସୃଷ୍ଟି ହେଉଛି ବ୍ୟାଧିର ଏକ ବିଭୀଷିକାମୟ ବାତାବରଣ। ଏଥିରୁ ନିସ୍ତାର ପାଇବା ପାଇଁ ଏକମାତ୍ର ବାଟ ହେଉଛି ଗୋ ଆଧାରିତ ଚାଷ। ଏହା କିଛି ଧାର୍ମିକ ଭାବାବେଗର କଥାନୁହେଁ, ବରଂ ବୈଜ୍ଞାନିକ ଦୃଷ୍ଟିକୋଣରୁ ମାନବ ଜାତି ପାଇଁ ପରମ ଆଶୀର୍ବାଦ। ଏହାକୁ ଅନୁଭବ କରି ପଣ୍ଡିତ ଗୋପବନ୍ଧୁ ଲେଖିଥିଲେ –
‘ଗୋ ସେବା କର ଘରେ ଘରେ, ଗୋ ହିତ ବିଚାର ମନରେ।’
ଡ. ପ୍ରଫୁଲ୍ଲ କୁମାର ସାହୁ
ଭଦ୍ରକ, ମୋ: ୬୩୭୧୬୪୨୪୬୪