ଚିଲିକାରେ ପକ୍ଷୀଗଣନା ଆରମ୍ଭ: ଅତିଥିଙ୍କ ସୁରକ୍ଷା ଆମ ସମସ୍ତଙ୍କ କର୍ତ୍ତବ୍ୟ
ଉଭୟ ପ୍ରାକୃତିକ ଓ ମାନବିକ ପ୍ରକ୍ରିୟା ଯୋଗୁଁ ଏସିଆର ସର୍ବବୃହତ୍ ଲୁଣାପାଣି ହ୍ରଦ ଚିଲିକା ସଂକୁଚିତ ହେଉଛି। ଏହା ସତ୍ତ୍ବେ ଚିଲିକା ତାହାର ଆକର୍ଷଣ ଜାରି ରଖିବା ସବୁଠୁ ବଡ଼ ବିଶେଷତ୍ୱ। ରାମସାର ଚୁକ୍ତି ଅନୁସାରେ ଚିଲିକା ହ୍ରଦ ୧୯୮୧ରେ ଆନ୍ତର୍ଜାତିକ ଗୁରୁତ୍ୱବହନ କରୁଥିବା ପ୍ରଥମ ଭାରତୀୟ ଆର୍ଦ୍ରଭୂମିର ମାନ୍ୟତା ପାଇଥିଲା। ଏକ ସର୍ଭେ ଅନୁସାରେ ଏହି ହ୍ରଦର ୪୫ ଶତାଂଶ ପକ୍ଷୀ ସ୍ୱାଭାବତଃ ସ୍ଥଳଚର ବା ଟେରେଷ୍ଟ୍ରିଆଲ୍, ଯାହା ଏକ ବ୍ୟତିକ୍ରମ। ଏହାଛଡ଼ା ୨୩ ଶତାଂଶ […]
ଉଭୟ ପ୍ରାକୃତିକ ଓ ମାନବିକ ପ୍ରକ୍ରିୟା ଯୋଗୁଁ ଏସିଆର ସର୍ବବୃହତ୍ ଲୁଣାପାଣି ହ୍ରଦ ଚିଲିକା ସଂକୁଚିତ ହେଉଛି। ଏହା ସତ୍ତ୍ବେ ଚିଲିକା ତାହାର ଆକର୍ଷଣ ଜାରି ରଖିବା ସବୁଠୁ ବଡ଼ ବିଶେଷତ୍ୱ। ରାମସାର ଚୁକ୍ତି ଅନୁସାରେ ଚିଲିକା ହ୍ରଦ ୧୯୮୧ରେ ଆନ୍ତର୍ଜାତିକ ଗୁରୁତ୍ୱବହନ କରୁଥିବା ପ୍ରଥମ ଭାରତୀୟ ଆର୍ଦ୍ରଭୂମିର ମାନ୍ୟତା ପାଇଥିଲା। ଏକ ସର୍ଭେ ଅନୁସାରେ ଏହି ହ୍ରଦର ୪୫ ଶତାଂଶ ପକ୍ଷୀ ସ୍ୱାଭାବତଃ ସ୍ଥଳଚର ବା ଟେରେଷ୍ଟ୍ରିଆଲ୍, ଯାହା ଏକ ବ୍ୟତିକ୍ରମ। ଏହାଛଡ଼ା ୨୩ ଶତାଂଶ ଜଳପକ୍ଷୀ ବା ୱାଟର ଫାୱେଲ ଏବଂ ୨୩ ଶତାଂଶ ଲମ୍ବା ଗୋଡ଼ମୁକ୍ତ ୱେଡର ପକ୍ଷୀ, ଯେଉଁମାନେ ଅଳ୍ପ ପାଣିରେ ଖାଦ୍ୟ ଅନ୍ୱେଷଣରେ ବିଚରଣ କରନ୍ତି। ତେବେ ଶୀତି ଦିନେ ବିଦେଶରୁ, ବିଶେଷକରି ସାଇବେରିଆ ଅଞ୍ଚଳରୁ ବିଭିନ୍ନ ପ୍ରଜାତିର ପକ୍ଷୀ ଏଠାକୁ ଖାଦ୍ୟ ଅନ୍ୱେଷଣରେ ଆସନ୍ତି ଏବଂ ଖରାର ପ୍ରକୋପ ବଢ଼଼ିବାମାତ୍ରେ ପୁନର୍ବାର ନିଜ ମୂଳ ବାସସ୍ଥାନକୁ ଫେରିଯାଆନ୍ତି।
ଋତୁ ପରିବର୍ତ୍ତନ ସହିତ ଶୀତକାଳରେ ଉତ୍ତର ଗୋଲାର୍ଦ୍ଧର ପ୍ରଚଣ୍ଡ ଥଣ୍ଡା ତଥା ବରଫପାତରୁ ରକ୍ଷା ପାଇବା ପାଇଁ କୋଟି କୋଟି ସଂଖ୍ୟାରେ ପକ୍ଷୀ ଅପେକ୍ଷାକୃତ ଉଷ୍ମ କ୍ରାନ୍ତିମଣ୍ଡଳୀୟ ଦେଶମାନଙ୍କୁ ଆସନ୍ତି ଏବଂ ଏହା ଏକ ପ୍ରାକୃତିକ ପ୍ରକ୍ରିୟା। ନିଜର ସଂବେଦୀ ଅଙ୍ଗ ଓ ମସ୍ତିଷ୍କକୁ ବ୍ୟବହାର କରି ଏହି ପକ୍ଷୀମାନେ ପ୍ରତିବର୍ଷ ନିର୍ଦ୍ଦିଷ୍ଟ ମାର୍ଗରେ ଶୀତକାଳୀନ ପ୍ରବାସକୁ ଆସିଥା’ନ୍ତି। ସେ ପ୍ରକ୍ରିୟା ଏବେ ମଧ୍ୟ ଅବ୍ୟାହତ ରହିଛି ଏବଂ ଚିଲିକା ସେଥିରୁ ବାଦ ପଡ଼ି ନାହିଁ।
ହୀରାକୁଦ ବନ୍ଧ ନିର୍ମାଣ ପରେ ମୁହାଁଣ ସଂକୁଚିତ ହେବା, ବେଆଇନ ଚିଙ୍ଗୁଡ଼ି ଚାଷ ଏବଂ ଜବରଦଖଲ ଭଳି କାରଣରୁ ଏବେ କିନ୍ତୁ ଚିଲିକା ସଂକୁଚିତ ହେଉଛି। ତଟୀୟ ପ୍ରବାହ (ଲିଟୋରାଲ ଡ୍ରିଫ୍ଟ) ଯୋଗୁଁ ପୋତି ହୋଇପଡୁଥିବା ମୁହାଁଣକୁ ନିୟମିତ ଖୋଳାଯାଉଛି। ବେଆଇନ ଚିଙ୍ଗୁଡ଼ି ଚାଷ ଓ ଜବରଦଖଲକୁ ସରକାରଙ୍କ ପକ୍ଷରୁ ନିୟମିତ ଉଚ୍ଛେଦ କରାଯାଉଛି। ଏହାସତ୍ତ୍ବେ ଅର୍ଥନୈତିକ ବାଧ୍ୟବାଧକତା ଯୋଗୁଁ ଚିଲିକାରେ ଲୋକଙ୍କ ଅନୁପ୍ରବେଶ ଓ ହସ୍ତକ୍ଷେପ ବଢ଼଼ୁଛି। ହ୍ରଦ ମଧ୍ୟକୁ ମଧୁର ପାଣି ଅଧିକ ପ୍ରବେଶ ନ କରିବାରୁ ଏହାର ଲବଣାକ୍ତ ମାତ୍ରା ବୃଦ୍ଧି ପାଉଛି। ଏହାର ପ୍ରଭାବରେ ଏଠାକୁ ଆସୁଥିବା ବିଦେଶାଗତ ପକ୍ଷୀ, ସ୍ଥାନୀୟ ବିହଙ୍ଗ ଏବଂ ଜଳଚର ଜୀବଙ୍କ ଉପରେ ପଡ଼ିବା ସ୍ୱାଭାବିକ। ଏ ସବୁସତ୍ତ୍ବେ ଚିଲିକା ଏକ ଅବାଧ, ଅରକ୍ଷିତ କ୍ଷେତ୍ର ନୁହେଁ। ଏହା ମଧ୍ୟ ଆଉ ପକ୍ଷୀ ଶିକାରୀଙ୍କ କ୍ରୀଡ଼ାଭୂମି ହୋଇ ରହିନାହିଁ। ରାଜ୍ୟ ଓ କେନ୍ଦ୍ରୀୟ ଆଇନ ଅନୁସାରେ ଏହାର ଜୀବମଣ୍ଡଳର ସୁରକ୍ଷା କାର୍ଯ୍ୟ କର୍ତ୍ତୃପକ୍ଷ କରୁଛନ୍ତି। ଚିଲିକା ବିକାଶ ପ୍ରାଧିକରଣ ମଧ୍ୟ ଏହାର ଭଲ-ମନ୍ଦ ବୁଝୁଛି।
ଗୁରୁବାରଠାରୁ ଚିଲିକାରେ ବାର୍ଷିକ ପକ୍ଷୀ ଗଣନା କାର୍ଯ୍ୟ ଆରମ୍ଭ ହୋଇଛି। ସେଥିପାଇଁ ଏହି ଗଣତି କାଳରେ ଚିଲିକାକୁ ପର୍ଯ୍ୟଟକମାନଙ୍କ ପାଇଁ ନିଷିଦ୍ଧ କରାଯାଇଛି। ଚିଲିକାରେ ବାର୍ଷିକ ଓ ଶୀତକାଳୀନ ମଧ୍ୟବର୍ତ୍ତୀ ପକ୍ଷୀଗଣନା ଏକ ଗତାନୁଗତିକ ବ୍ୟବସ୍ଥା। ଏଥର ୨୧ଟି ଦଳ ଏହି ଗଣନା କାର୍ଯ୍ୟ କରୁଛନ୍ତି। ପ୍ରତ୍ୟେକ ଦଳରେ ପାଞ୍ଚଜଣ ଗଣନାକାରୀ ଓ ଜଣେ ଲେଖାଏଁ ବିଶେଷଜ୍ଞ ସ୍ଥାନ ପାଇଛନ୍ତି। ନୂଆ କଥା ହେଉଛି ଗଣନାକାରୀ ଇ-ବାର୍ଡ ଆପ୍ ପ୍ରଥମ କରି ବ୍ୟବହାର କରୁଛନ୍ତି। ଗଣନାରେ ପୁରୁଣା ପଦ୍ଧତି ପରିବର୍ତ୍ତେ ନୂଆ ଟେକ୍ନୋଲୋଜିର ବ୍ୟବହାର କରିବାର ଉଦ୍ଦେଶ୍ୟ ହେଲା ପକ୍ଷୀଙ୍କ ସଂଖ୍ୟା ନିର୍ଭୁଲ ଭାବେ ଗଣିବା ଏବଂ ଏହାର ନଥିକରଣ (ଡକୁମେଣ୍ଟେସନ୍) ସହଜରେ କରିବା। ଗଣନାକାରୀ ସେମାନଙ୍କ ମୋବାଇଲ ଫୋନ୍ରେ ଏହି ଅନ୍ଲାଇନ୍ ଟୁଲ୍କିଟ୍କୁ ଡାଉନ୍ଲୋଡ କରି ପକ୍ଷୀଙ୍କ ଫଟୋକୁ ଉତ୍ତୋଳନ କରିବେ। ସୁତରାଂ ଗଣନା ନିଶ୍ଚିତ ପୂର୍ବାପେକ୍ଷା ଅଧିକ ନିର୍ଭୁଲ ହେବ। ହ୍ରଦର ପାଞ୍ଚଟି ରେଞ୍ଜ ଯଥା ଚିଲିକା, ବାଲୁଗାଁ, ସାତପଡ଼ା, ଟାଙ୍ଗୀ ଓ ରମ୍ଭାରେ ଏକକାଳୀନ ଏହି ଗଣତି ହେଉଛି।
ଏହା ଏକ ଅଭିନବ ପ୍ରୟାସ ଏବଂ ଅତ୍ୟାଧୁନିକ ଟେକ୍ନୋଲୋଜିକୁ ଗଣନାରେ ଉପଯୋଗ କରିବା ନିଶ୍ଚିତ ସ୍ୱାଗତଯୋଗ୍ୟ। ଏହାଦ୍ୱାରା ଚିଲିକାକୁ ଆସୁଥିବା ନୂଆ ପ୍ରଜାତିର ବିଦେଶୀ ପକ୍ଷୀଙ୍କ ସମ୍ପର୍କରେ ଅଧିକରୁ ଅଧିକ ତଥ୍ୟ ଜାଣିହେବ। ସେହିଭଳି କେଉଁ ପ୍ରଜାତିର ପକ୍ଷୀଙ୍କ ଆଗମନ କମିଛି ବା କିଏ ଆଉ ଆସୁ ନାହାନ୍ତି, ତାହାର ବସ୍ତୁନିଷ୍ଠ ତଥ୍ୟ ମଧ୍ୟ ମିଳିବ। ଗତ ଗଣନାରେ ଚିଲିକାରେ ୧୮୪ ପ୍ରକାରର ପକ୍ଷୀଙ୍କୁ ଚିହ୍ନଟ କରାଯାଇଥିଲା ଏବଂ ଏମାନଙ୍କର ମୋଟ୍ ସଂଖ୍ୟା ଥିଲା ୧୧, ୩୧, ୯୨୯। ପକ୍ଷୀଙ୍କ ମଧ୍ୟରେ ଥିଲେ ୭୯ ପ୍ରକାରର ଆବାସିକ ଚଢ଼େଇ। ସେମାନଙ୍କ ସଂଖ୍ୟା ଥିଲା ୩୮, ୮୫୯। ବିଦେଶରୁ ଆସିଥିବା ୧୦୫ ପ୍ରଜାତିର ପକ୍ଷୀଙ୍କ ସଂଖ୍ୟା ଥିଲା ୧୦, ୯୩, ୦୪୯।
ମଣିଷଙ୍କ ଭଳି ପଶୁପକ୍ଷୀଙ୍କ ଗଣନା ଏକ ଅପରିହାର୍ଯ୍ୟ ଆବଶ୍ୟକତା। ଏହା ଦ୍ୱାରା ପକ୍ଷୀମାନଙ୍କ ସଂଖ୍ୟା, ସ୍ଥିତି, ପ୍ରଜାତି, ପ୍ରକୃତି ଓ ମୂଳ ବାସସ୍ଥାନ ସମ୍ପର୍କରେ ଅଧିକ ବସ୍ତୁନିଷ୍ଠ ତଥ୍ୟ ମିଳିବ। ଆହୁରି ମଧ୍ୟ ଚିଲିକାର ପରିବେଶର ସ୍ଥିତି ଏହାର ଜୈବମଣ୍ଡଳର ଅବସ୍ଥା ବିଷୟରେ ଅନେକ କଥା ପକ୍ଷୀଙ୍କ ସଂଖ୍ୟା ଓ ଉପସ୍ଥିତିରୁ ଆକଳନ କରାଯାଇପାରିବ। କହିବା ବାହୁଲ୍ୟ ଯେ ଏହି ଅତିଥି ପକ୍ଷୀମାନେ ଯେଉଁଠି ଉତ୍ତମ ଖାଦ୍ୟ ଉତ୍ସ, ଅନୁକୂଳ ଓ ନିରାପଦ ପରିବେଶ ପାଆନ୍ତି, ସେଠାରେ ଅଧିକ ସଂଖ୍ୟାରେ ସମବେତ ହୁଅନ୍ତି। ଏଥରର ନୂଆ ପ୍ରକାରର ଗଣନା ଚିଲିକା ଏବଂ ଏହାର ବିଦେଶୀ ପକ୍ଷୀଙ୍କ ଗତିସ୍ଥିତି ଓ ପ୍ରକୃତି ସମ୍ପର୍କରେ ଭଲ ଭାବେ ଜାଣିବାରେ ସହାୟକ ହେବ ନିଶ୍ଚୟ। ପଶୁପକ୍ଷୀମାନଙ୍କ ବିଶେଷତ୍ୱ ହେଲା ସେମାନଙ୍କୁ ଥରେ ଯେଉଁସ୍ଥାନ ଭଲ ଲାଗିଥିବ ସେମାନେ ବାଧାବିଘ୍ନ ସତ୍ତ୍ବେ ସେଠାକୁ ଆସିବେ ହିଁ ଆସିବେ। ଥରେ ହୁଡ଼ିଲେ ଆଉ ଆସିବେ ନାହିଁ। ଏବେ ଚିଲିକାରୁ ଅନେକ ପ୍ରଜାତିର ବିଦେଶୀ ପକ୍ଷୀ ମୁହଁ ଫେରାଇଥିବା ଅଭିଯୋଗ ହେଉଛି। ଚିଲିକାର ଅପରୂପ ସୌନ୍ଦର୍ଯ୍ୟର ଆଉ ଏକ ଅଙ୍ଗ ହେଉଛି ବିବିଧ ପକ୍ଷୀ ସମାଗମ ଓ ସେମାନଙ୍କ ଜଳକ୍ରୀଡ଼ା। ସେମାନଙ୍କ ବିନା ରୂପସୀ ଚିଲିକା ନିଶ୍ଚୟ ତାର ଆକର୍ଷଣ ହରାଇବ, ଯାହାର ପୁନଃବାହାଲ ମଣିଷର ସାଧ୍ୟ ବାହାରେ। ତେଣୁ ବେଳ ହୁଁ ସରକାର, କର୍ତ୍ତୃପକ୍ଷ ଓ ସ୍ଥାନୀୟ ଜନସାଧାରଣ ଏଥିପ୍ରତି ସଚେତନ ହୋଇ ଚିଲିକାର ସୌନ୍ଦର୍ଯ୍ୟ ରକ୍ଷା ପାଇଁ ବିଦେଶାଗତ ଅତିଥି ପକ୍ଷୀଙ୍କ ସୁରକ୍ଷାରେ ସୈନିକର ଦାୟିତ୍ୱ ଓ କର୍ତ୍ତବ୍ୟ ନିର୍ବାହ କରିବାକୁ ପଡ଼ିବ।