ମେଟ୍ରୋ ରେଳ ପ୍ରକଳ୍ପର ଶୁଭାରମ୍ଭ: ଐତିହାସିକ ପଦକ୍ଷେପ

The Sakala Picture
Published On

ଓଡ଼ିଶାରେ ପ୍ରଥମ ମେଟ୍ରୋ ରେଳ ଚଳାଚଳର ସ୍ୱପ୍ନ ସାକାର ହେବାର ମୂଳଦୁଆ ପଡ଼ିଛି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ୨୦୨୪ର ପ୍ରଥମ ଦିନରେ ବାରଙ୍ଗର ରତାଗଡ଼ ନିକଟରେ ଏହି ପ୍ରକଳ୍ପର ଶିଳାନ୍ୟାସ କରିଛନ୍ତି। ଗତବର୍ଷ ଏପ୍ରିଲ୍‌‌ ପହିଲା ‘ଓଡ଼ିଶା ଦିବସ’ ଅବସରରେ ମେଟ୍ରୋ ପ୍ରକଳ୍ପ ନିର୍ମାଣ ସମ୍ପର୍କରେ ମୁଖ୍ୟମନ୍ତ୍ରୀ ଘୋଷଣା କରିଥିଲେ। ଆଠମାସ ସମୟ ମଧ୍ୟରେ ପ୍ରକଳ୍ପର ସମସ୍ତ ଆବଶ୍ୟକ ପ୍ରସ୍ତୁତି କାର୍ଯ୍ୟ ଶେଷ ହେବା ସହିତ ଏଥିନିମନ୍ତେ ବ୍ୟୟବରାଦ ଅଟକଳ କରାଯାଇଥିଲା। ପ୍ରାଥମିକ ପର୍ଯ୍ୟାୟରେ ଭୁବନେଶ୍ୱରସ୍ଥିତ ବିଜୁ […]

ଓଡ଼ିଶାରେ ପ୍ରଥମ ମେଟ୍ରୋ ରେଳ ଚଳାଚଳର ସ୍ୱପ୍ନ ସାକାର ହେବାର ମୂଳଦୁଆ ପଡ଼ିଛି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ୨୦୨୪ର ପ୍ରଥମ ଦିନରେ ବାରଙ୍ଗର ରତାଗଡ଼ ନିକଟରେ ଏହି ପ୍ରକଳ୍ପର ଶିଳାନ୍ୟାସ କରିଛନ୍ତି। ଗତବର୍ଷ ଏପ୍ରିଲ୍‌‌ ପହିଲା ‘ଓଡ଼ିଶା ଦିବସ’ ଅବସରରେ ମେଟ୍ରୋ ପ୍ରକଳ୍ପ ନିର୍ମାଣ ସମ୍ପର୍କରେ ମୁଖ୍ୟମନ୍ତ୍ରୀ ଘୋଷଣା କରିଥିଲେ। ଆଠମାସ ସମୟ ମଧ୍ୟରେ ପ୍ରକଳ୍ପର ସମସ୍ତ ଆବଶ୍ୟକ ପ୍ରସ୍ତୁତି କାର୍ଯ୍ୟ ଶେଷ ହେବା ସହିତ ଏଥିନିମନ୍ତେ ବ୍ୟୟବରାଦ ଅଟକଳ କରାଯାଇଥିଲା। ପ୍ରାଥମିକ ପର୍ଯ୍ୟାୟରେ ଭୁବନେଶ୍ୱରସ୍ଥିତ ବିଜୁ ପଟ୍ଟନାୟକ ଆନ୍ତର୍ଜାତିକ ବିମାନ ବନ୍ଦରଠାରୁ କଟକ ନିକଟସ୍ଥ ତ୍ରିଶୁଳିଆ ଛକ ପର୍ଯ୍ୟନ୍ତ ଏହି ମହତ୍ତ୍ୱାକାଂକ୍ଷୀ ମେଟ୍ରୋ ପ୍ରକଳ୍ପ ନିର୍ମିତ ହେବ। ମୋଟ୍‌‌ ୨୬ କିମି ଦୈର୍ଘ୍ୟବିଶିଷ୍ଟ ଏହି ମେଟ୍ରୋପଥ ଚାରିବର୍ଷ ମଧ୍ୟରେ ନିର୍ମିତ ହେବ। ପ୍ରଥମ ପର୍ଯ୍ୟାୟ କାମ ପାଇଁ ମୋଟ ୫୯୨୯ କୋଟି ୩୮ ଲକ୍ଷ ଟଙ୍କାର ବ୍ୟୟ ବରାଦ କରାଯାଇଛି। ନିର୍ମାଣ କାର୍ଯ୍ୟକୁ ନିର୍ଦ୍ଧାରିତ ଚାରିବର୍ଷ ମଧ୍ୟରେ ଶେଷ କରିବାକୁ ଏହାକୁ ‘୫-ଟି’ ଉପକ୍ରମର ଅନ୍ତର୍ଭୁକ୍ତ କରାଯାଇଛି। ସମୟକ୍ରମେ ପରବର୍ତ୍ତୀ ପର୍ଯ୍ୟାୟରେ ଏହି ମେଟ୍ରୋ ରେଳପଥ କଟକ, ପୁରୀ ଓ ଖୋର୍ଦ୍ଧାକୁ ସମ୍ପ୍ରସାରିତ ହେବାର ଯୋଜନା ରହିଛି। ସମଗ୍ର ମେଟ୍ରୋପଥଟି ସଡ଼କର ମଧ୍ୟବର୍ତ୍ତୀ ସ୍ଥାନରେ ନିର୍ମିତ ଖମ୍ବ ଓ ଭାୟାଡକ୍ଟ ଉପରେ ଯିବ। ଏଥିରେ ଭୁବନେଶ୍ୱରର ଗୁରୁତ୍ୱପୂର୍ଣ୍ଣ ସ୍ଥାନ ଯଥା କ୍ୟାପିଟାଲ୍‌‌ ହସ୍ପିଟାଲ, ରାଜମହଲ, ବାଣୀବିହାର, ଜୟଦେବ ବିହାର ଓ ପଟିଆଛକ ସମେତ ୨୦ଟି ଷ୍ଟେସନ ରହିବ। ଏହା ଏକ ଅଭିଳାଷୀ ପ୍ରକଳ୍ପ ହୋଇଥିବାରୁ ଅତ୍ୟାଧୁନିକ କୋଚ୍‌‌, ସିଗ୍‌‌ନାଲ ଓ ଟିକଟ ବ୍ୟବସ୍ଥା ଆଦି କରାଯିବ। ତ୍ରିଶୂଳିଆକୁ ଏହି ମେଟ୍ରୋ ଟ୍ରେନ୍‌‌ର ପ୍ରବେଶ ପଥ ବା ମୁଖ୍ୟ ଟର୍ମିନାଲ୍‌‌ ଭାବେ ବ୍ୟବହାର କରିବାର ଉଦ୍ଦେଶ୍ୟ ହେଲା ବାଙ୍କୀ ଓ ଆଠଗଡ଼ ଆଡ଼କୁ ବଢ଼଼ୁଥିବା ଦ୍ୱୈତ ମହାନଗରୀର ଲୋକଙ୍କ ଗମନାଗମନ ଆବଶ୍ୟକତା ପୂରଣ କରିବା। ତ୍ରିଶୂଳିଆଠାରେ ମଧ୍ୟ ଏକ ପେଟ୍ରୋ ଡିପୋ ଓ ମରାମତି ୟୁନିଟ୍‌‌ ରହିବ।

ଏହି ପ୍ରକଳ୍ପର ଅନ୍ୟ ବିଶେଷତ୍ୱ ହେଲା ଏଥିଲାଗି ଆବଶ୍ୟକ ସମସ୍ତ ଅର୍ଥ ଓଡ଼ିଶା ସରକାର ସମ୍ପୂର୍ଣ୍ଣରୂପେ ନିଜେ ବହନ କରିବେ। ଏଥିପାଇଁ ମୋଟ୍‌‌ ବ୍ୟୟ ଅଟକଳ ୬୨୫୫.୯୪ କୋଟି ଟଙ୍କା ଧାର୍ଯ୍ୟ କରାଯାଇଛି। କେନ୍ଦ୍ର ସରକାର ଏହି ପ୍ରକଳ୍ପ ପ୍ରସ୍ତାବ ପ୍ରତି ବିଶେଷ ଆଗ୍ରହ ପ୍ରଦର୍ଶନ ନ କରିବାରୁ ଓଡ଼ିଶା ସରକାର ନିଜସ୍ୱ ଖର୍ଚ୍ଚରେ ଏଭଳି ଏକ ସାହସିକ ପଦକ୍ଷେପ ନେଇଛନ୍ତି। ପ୍ରକଳ୍ପକୁ କାର୍ଯ୍ୟକାରୀ କରିବା ନିମନ୍ତେ ଭୁବନେଶ୍ୱର ମେଟ୍ରୋ ରେଳ ନିଗମ ଓ ଦିଲ୍ଲୀ ମେଟ୍ରୋ ରେଳ ନିଗମ ମଧ୍ୟରେ ଚୁକ୍ତି ସ୍ୱାକ୍ଷରିତ ହୋଇଛି। ଦିଲ୍ଲୀ ମେଟ୍ରୋ ନିଗମ ଏହାର ନିର୍ମାଣ ପାଇଁ ଆବଶ୍ୟକ ବୈଷୟିକ ପରାମର୍ଶ ଯୋଗାଇବ।

ମେଟ୍ରୋ ରେଳପ୍ରକଳ୍ପ ଆଉ ବିଳାସ ହୋଇ ରହିନାହିଁ। କ୍ରମବର୍ଦ୍ଧିଷ୍ଣୁ ମହାନଗର ସମୂହର ଗଣପରିବହନ ଆବଶ୍ୟକତାକୁ ପୂରଣ କରିବାକୁ ଏହା ଅପରିହାର୍ଯ୍ୟ ହୋଇପଡ଼ିଛି। କଟକ-ଭୁବନେଶ୍ୱର, ଖୋରଧା, ଚୌଦ୍ୱାର ନଗରାଞ୍ଚଳ ଯେଉଁ ଦ୍ରୁତଗତିରେ ବଢ଼ୁଛି, ସେଥିରେ ସହରାଞ୍ଚଳ ଗଣପରିବହନ ବ୍ୟବସ୍ଥାକୁ ଏବେଠାରୁ ସୁସଂହତ ଓ ସୁଦୃଢ଼ ନ କଲେ ଆଉ ୨୫/୩୦ ବର୍ଷ ପରେ ପରିସ୍ଥିତି ଜଟିଳ ହେବ। ତେଣୁ ଏହି ରେଳ ପ୍ରକଳ୍ପ ଏକ ଭବିଷ୍ୟବାଦୀ ପରିକଳ୍ପନା।

ଭାରତରେ ଏବେ ଚାରି ମହାନଗରୀ ଦିଲ୍ଲୀ, କଲିକତା, ମୁମ୍ବଇ ଓ ଚେନ୍ନାଇ ସମେତ ବେଙ୍ଗାଲୁରୁ, ହାଇଦ୍ରାବାଦ, ଅହମ୍ମଦାବାଦ, ଜୟପୁର, ଗୁରୁଗ୍ରାମ, ନୋଏଡ଼ା, କୋଚି, ଲକ୍ଷ୍ନୌ, ନାଗପୁର, କାନପୁର ଓ ପୁଣେରେ ମେଟ୍ରୋ ଟ୍ରେନ୍‌‌ ଚଳାଚଳ କରୁଛି। ୧୯୮୪ରେ କଲିକତାରେ ପ୍ରଥମ କରି ଆରମ୍ଭ କରିଥିବା ମେଟ୍ରୋ ଟ୍ରେନ୍‌‌ ବା ପାତାଳ ରେଳ ଏବେ ବିଗତ ୪୦ ବର୍ଷ ମଧ୍ୟରେ ନୂଆ ନୂଆ ସହରକୁ ଛୁଇଁଛି। ଏହି ନିକଟରେ ଦିଲ୍ଲୀରୁ ମିରଟକୁ ଏହାର ଆଞ୍ଚଳିକ ସଂଯୋଗ ବ୍ୟବସ୍ଥା ପ୍ରତିଷ୍ଠା ହୋଇଛି। ମେଟ୍ରୋ ଟେକ୍‌‌ନୋଲୋଜିର ବିକାଶ ଫଳରେ ଆଉ ଭୂମିତଳ ସୁଡ଼ଙ୍ଗରେ ମେଟ୍ରୋ ଟ୍ରେନ୍‌‌ ଲାଇନ୍‌‌ ଅଧିକ ନିର୍ମିତ ହେଉନାହିଁ। ସଡ଼କ ଉପରେ ଉଚ୍ଚ ଭାୟାଡକ୍ଟବାହୀ ସେତୁ ଉପରେ ଏହି ପଥ ନିର୍ମିତ ହେଉଛି। ଷ୍ଟେସନଗୁଡ଼ିକ ମଧ୍ୟ ଭୂ-ଉଚ୍ଚ ଢାଞ୍ଚା ଉପରେ ତିଆରି ହେଉଛି। ଏହି ରେଳପଥର ଏକକାଳୀନ ନିର୍ମାଣ ଖର୍ଚ୍ଚ ଅଧିକ ହେଲେ ମଧ୍ୟ ଏହା ଦୀର୍ଘସ୍ଥାୟୀ, ପରିବେଶ ଅନୁକୂଳ ଏବଂ ଗଣପରିବହନ ପାଇଁ ସୁବିଧାଜନକ। ଏହା ସଡ଼କ ପଥର ଭିଡ଼ ହ୍ରାସ କରିବା ସହିତ ଦୁଇ ମହାନଗରୀ ମଧ୍ୟରେ ଯାତ୍ରୀମାନଙ୍କ ଯାତାୟତ ସମୟକୁ ଯଥେଷ୍ଟ ସଞ୍ଚୟ କରିପାରିବ। ନୂଆ ଓ ପରିବର୍ତ୍ତିତ ସମୟ ନୂତନ ଆବଶ୍ୟକତା ଲୋଡ଼େ। ସେଥିପାଇଁ ଭିତ୍ତିଭୂମି ନିର୍ମାଣ ସମୟର ଆହ୍ୱାନ। ଯେଉଁ ସରକାର ସମୟର ଆହ୍ୱାନକୁ ବୁଝିପାରେ, ତାକୁ ହିଁ ଦୂରଦ୍ରଷ୍ଟା ଓ ରାଷ୍ଟ୍ରଦ୍ରଷ୍ଟା ଭାବେ ଅଭିହିତ କରାଯାଏ। ଓଡ଼ିଶା ଏବେ ନବୀନ ପଟ୍ଟନାୟକଙ୍କ ନେତୃତ୍ୱରେ ଏକ କର୍ମଠ (ହାପେନିଂ) ରାଜ୍ୟ। ଏଠାରେ ନିୟମିତ ଭାବେ କିଛି ଭଲ କାମ ହେଉଛି ଓ ନୂଆ ନୂଆ କଥା ଘଟୁଛି। ତେଣୁ ଓଡ଼ିଶା ସରକାରଙ୍କ ଉପଲବ୍ଧି ତାଲିକାରେ ମେଟ୍ରୋ ରେଳ ପ୍ରକଳ୍ପ ଆଉ ଏକ ଉତ୍ତମ ଉପକ୍ରମ। ନବୀନ ଓଡ଼ିଶାର ଏହା ଆଉ ଏକ ଯୁଗାନ୍ତକାରୀ ପଦକ୍ଷେପ ନିଶ୍ଚିତ। ପୁରୁଣା ରାଜଧାନୀ ତଥା ରାଜ୍ୟର ସାଂସ୍କୃତିକ ପ୍ରାଣକେନ୍ଦ୍ର କଟକ ଏବଂ ନୂଆ ରାଜଧାନୀ ଭୁବନେଶ୍ୱର ମଧ୍ୟରେ ଏହି ମେଟ୍ରୋ ଲାଇନ୍‌‌ ଏକ ନୂଆ ଜୀବନରେଖା ପାଲଟିବ। ମୁଖ୍ୟମନ୍ତ୍ରୀ ଶିଳାନ୍ୟାସ ଉତ୍ସବରେ ଯଥାର୍ଥରେ କହିଛନ୍ତି ଯେ ୨୦୨୪ ଜାନୁଆରୀ ପହିଲା ଓଡ଼ିଶାର ବିକାଶ ସଂହିତାରେ ସ୍ଥାନ ପାଇବ।

ଏହି ପ୍ରକଳ୍ପରେ ଓଡ଼ିଶା ସରକାର ସର୍ବାଧିକ ଅର୍ଥ (୬୦୦୦ କୋଟିରୁ ଅଧିକ) ବିନିଯୋଗ କରିବାକୁ ଯାଉଛନ୍ତି। ଏହା ରାଜ୍ୟ ସରକାରଙ୍କର ଏକ ଫ୍ଲାଗ୍‌‌ସିପ୍‌‌ (ପ୍ରମୁଖ) କାର୍ଯ୍ୟକ୍ରମ। ସେ ଦୃଷ୍ଟିରୁ ପ୍ରକଳ୍ପ ନିର୍ଦ୍ଧାରିତ ସମୟ ମଧ୍ୟରେ ଶେଷ ହେବାର ସମ୍ଭାବନା ଅଧିକ। ଏହାଛଡ଼ା କଟକ, ପୁରୀ ଓ ଖୋରଧାକୁ ମେଟ୍ରୋ ପ୍ରକଳ୍ପର ସମ୍ପ୍ରସାରଣ ପାଇଁ ମାଷ୍ଟର ପ୍ଲାନ୍‌‌ ପ୍ରସ୍ତୁତ କରିବାକୁ ମଧ୍ୟ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି। ଯେଉଁ ରାଜନୈତିକ ଇଚ୍ଛାଶକ୍ତି ଦ୍ୱାରା ପ୍ରେରିତ ହୋଇ ଓଡ଼ିଶା ସରକାର ପ୍ରକଳ୍ପର ଶୁଭାରମ୍ଭ କରିଛନ୍ତି, ତାହା ପ୍ରଶଂସନୀୟ, ସମୟୋପଯୋଗୀ ଓ ସ୍ୱାଗତଯୋଗ୍ୟ।

02 Jan 2024 By The Sakala

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର