ନିର୍ବାଚନ ଆୟୁକ୍ତ ନିଯୁକ୍ତି ବିଲ୍ ପାରିତ: ନିରପେକ୍ଷତାକୁ ନେଇ ସଂଶୟ !
ମୁଖ୍ୟ ନିର୍ବାଚନ ଆୟୁକ୍ତ (ସିଇସି) ଓ ନିର୍ବାଚନ ଆୟୁକ୍ତ (ଇସି)ଙ୍କ ନିଯୁକ୍ତି ତଥା ସେବା ସଂକ୍ରାନ୍ତ ନୂଆ ବିଲ୍ ସଂସଦର ଉଭୟ ଗୃହର ଅନୁମୋଦନ ଲାଭ କରିଛି। ରାଷ୍ଟ୍ରପତିଙ୍କ ଅନୁମୋଦନ ପାଇଲେ ଆଇନରେ ପରିଣତ ହୋଇ କାର୍ଯ୍ୟକାରୀ ହେବ, ଯାହା ପ୍ରାୟ ନିଶ୍ଚିତ। ଏହି ବିଲ୍କୁ ନେଇ ବିରୋଧୀଦଳଙ୍କ ସମେତ କେତେକ ମହଲରେ ଆପତ୍ତି ଉଠିଛି। ବିଲ୍ର ବ୍ୟବସ୍ଥା ଅନୁସାରେ ମୁଖ୍ୟ ନିର୍ବାଚନ ଆୟୁକ୍ତ ଓ ନିର୍ବାଚନ ଆୟୁକ୍ତଙ୍କୁ ମନୋନୀତ କରିବା ପାଇଁ ପ୍ରଧାନମନ୍ତ୍ରୀ, ବିରୋଧୀଦଳ ନେତା […]
ମୁଖ୍ୟ ନିର୍ବାଚନ ଆୟୁକ୍ତ (ସିଇସି) ଓ ନିର୍ବାଚନ ଆୟୁକ୍ତ (ଇସି)ଙ୍କ ନିଯୁକ୍ତି ତଥା ସେବା ସଂକ୍ରାନ୍ତ ନୂଆ ବିଲ୍ ସଂସଦର ଉଭୟ ଗୃହର ଅନୁମୋଦନ ଲାଭ କରିଛି। ରାଷ୍ଟ୍ରପତିଙ୍କ ଅନୁମୋଦନ ପାଇଲେ ଆଇନରେ ପରିଣତ ହୋଇ କାର୍ଯ୍ୟକାରୀ ହେବ, ଯାହା ପ୍ରାୟ ନିଶ୍ଚିତ। ଏହି ବିଲ୍କୁ ନେଇ ବିରୋଧୀଦଳଙ୍କ ସମେତ କେତେକ ମହଲରେ ଆପତ୍ତି ଉଠିଛି। ବିଲ୍ର ବ୍ୟବସ୍ଥା ଅନୁସାରେ ମୁଖ୍ୟ ନିର୍ବାଚନ ଆୟୁକ୍ତ ଓ ନିର୍ବାଚନ ଆୟୁକ୍ତଙ୍କୁ ମନୋନୀତ କରିବା ପାଇଁ ପ୍ରଧାନମନ୍ତ୍ରୀ, ବିରୋଧୀଦଳ ନେତା କିମ୍ବା ଲୋକସଭାରେ ସର୍ବବୃହତ୍ ବିରୋଧୀ ଦଳର ନେତା ଓ ପ୍ରଧାନମନ୍ତ୍ରୀଙ୍କ ଦ୍ୱାରା ମନୋନୀତ ଜଣେ ମନ୍ତ୍ରୀଙ୍କୁ ନେଇ ତିନିଜଣିଆ କମିଟି ଗଠିତ ହେବ। ଏହି କମିଟି ହିଁ ଆୟୁକ୍ତମାନଙ୍କ ନାମ ଚୂଡ଼ାନ୍ତ କରିବେ।
ଏବେ କିନ୍ତୁ ଏହି କମିଟିର ଗଠନ ପ୍ରକ୍ରିୟା ଓ ସଦସ୍ୟଙ୍କୁ ନେଇ ଏହାର ନିରପେକ୍ଷତାକୁ ନେଇ ସଂଶୟ ସୃଷ୍ଟି ହେବା ସ୍ୱାଭାବିକ। କାରଣ ପ୍ରଧାନମନ୍ତ୍ରୀ ଓ ତାଙ୍କ ମନୋନୀତ ଜଣେ ମନ୍ତ୍ରୀ, ଏହି ଦୁଇଜଣ ମିଶିଲେ ତିନିଜଣିଆ କମିଟିରେ ସେମାନେ ସଂଖ୍ୟାଗରିଷ୍ଠ ହେବେ ଏବଂ ସେମାନଙ୍କ ନିଷ୍ପତ୍ତି ହିଁ କାର୍ଯ୍ୟକାରୀ ହେବା ପ୍ରାୟ ନିଶ୍ଚିତ। ବିରୋଧୀଦଳର ସଦସ୍ୟ ଏଥିରେ ସଭ୍ୟ ରହିଥିଲେ ମଧ୍ୟ ବାସ୍ତବରେ ତାଙ୍କର କୌଣସି କ୍ଷମତା ରହିବ ନାହିଁ। କୌଣସି ପ୍ରାର୍ଥୀଙ୍କୁ ବାଛିବାବେଳେ କମିଟିରେ ଥିବା ବିରୋଧୀ ଦଳର ସଦସ୍ୟ ଯଦି ତାହାକୁ ବିରୋଧ କରନ୍ତି, ସଂଖ୍ୟାନ୍ୟୂନତା ଆଧାରରେ ତାହା ମଧ୍ୟ ଖାରଜ ହୋଇଯିବ। ତେଣୁ ସେ ପ୍ରାର୍ଥିତ୍ୱକୁ ସମର୍ଥନ କରନ୍ତୁ ବା ନ କରନ୍ତୁ ତାହାର କିଛି ଅର୍ଥ ରହିବ ନାହିଁ। ତେଣୁ ନିର୍ବାଚନ ଆୟୁକ୍ତ ନିଯୁକ୍ତି ସଂକ୍ରାନ୍ତ କମିଟିରେ ଏହି ବିରୋଧୀଦଳ ନେତା-ସଦସ୍ୟଙ୍କ ଭୂମିକା କେବଳ ବିଧି ରକ୍ଷା ପାଇଁ ଧର୍ମକୁ ଆଖିଠାର ଭଳି ହେବ ବୋଲି ମତ ପ୍ରକାଶ ପାଇଛି। ପ୍ରକୃତରେ ସରକାର ଯେଉଁ ପ୍ରାର୍ଥୀଙ୍କ ନାମ ଚୂଡ଼ାନ୍ତ କରିବେ ସେ ହିଁ ମନୋନୀତ ହେବା ଏକପ୍ରକାର ନିଶ୍ଚିତ ବୋଲି ସଦ୍ୟ ପାରିତ ବିଲ୍ରୁ ଆପାତତଃ ସ୍ପଷ୍ଟ ହେଉଛି। ଆଇନରେ ପରିଣତ ହେବାକୁ ଯାଉଥିବା ଏହି ବିଲ୍ ନିର୍ବାଚନ ଆୟୁକ୍ତ ଓ ମୁଖ୍ୟ ନିର୍ବାଚନ ଆୟୁକ୍ତଙ୍କ ନିଯୁକ୍ତିକୁ ସରକାରୀ ମନୋନୀତ ପ୍ରାର୍ଥୀ କରିବାର ଏକପ୍ରକାର ବୈଧାନିକ ମାନ୍ୟତା ପ୍ରଦାନ କରିବ ବୋଲି ବିଶେଷଜ୍ଞମାନେ ମତ ଦେଇଛନ୍ତି।
ନିର୍ବାଚନ ଆୟୋଗ ଏକ ସାମ୍ବିଧାନିକ ସଂସ୍ଥା। ଆଗରୁ ଏହା ଜଣିକିଆ ଥିଲା। ଟିଏନ୍ ଶେଷାନଙ୍କ ଆୟୁକ୍ତକାଳରେ ତାଙ୍କର କ୍ଷମତା ପ୍ରୟୋଗର ଅତିକ୍ରିୟା ଯୋଗୁଁ ସରକାର ଏହାକୁ କ୍ରମଶଃ ତିନିସଦସ୍ୟ ବିଶିଷ୍ଟ କରି ସଂଖ୍ୟା ଗରିଷ୍ଠତା ଆଧାରରେ କାର୍ଯ୍ୟ ପରିଚାଳନାର ବ୍ୟବସ୍ଥା କରିଥିଲେ। ତେବେ ୧୯୯୧ର ସିଇସି ଓ ଇସି ସେବା ସର୍ତ୍ତାବଳୀ ଆଇନ ଅଧାପନ୍ତରିଆ ହୋଇ ରହିଯାଇଥିଲା। ଏହାର ଫାଇଦା ନେଇ ସରକାର ନିଜର ଇଚ୍ଛା ଅନୁସାରେ ଯାହାକୁ ଚାହୁଁଥିଲେ ତାଙ୍କୁ ସେସବୁ ପଦରେ ନିଯୁକ୍ତି ଦେଉଥିଲେ। ଆୟୋଗର ନିରପେକ୍ଷତା ଉପରେ ପ୍ରଶ୍ନ ଉଠିବାରୁ ସୁପ୍ରିମକୋର୍ଟ ଏଥିରେ ହସ୍ତକ୍ଷେପ କରି ସରକାରଙ୍କୁ ନୂଆ ଆଇନ ପ୍ରଣୟନ ପାଇଁ ନିର୍ଦ୍ଦେଶ ଦେବା ସହିତ ଅନ୍ତରୀଣ ସମୟ, ଅର୍ଥାତ ନୂତନ ବିଧି ପ୍ରସ୍ତୁତ ହେବା ଯାଏଁ ପ୍ରଧାନମନ୍ତ୍ରୀ, ବିରୋଧୀ ଦଳ ନେତା ଏବଂ ସୁପ୍ରିମକୋର୍ଟର ପ୍ରଧାନ ବିଚାରପତିଙ୍କୁ ନେଇ ଏକ ତିନିଜଣିଆ ମନୋନୟନ କମିଟି ଗଠନ କରିବାକୁ ନିର୍ଦ୍ଦେଶ ଦେଇଥିଲେ। ତଦନୁସାରେ ଏ ଯାଏଁ ସେହି କମିଟି କାମ କରିଆସୁଛି। ଏହି କମିଟିର ଗଠନରେ ଭାରସାମ୍ୟତା ଥିବାରୁ ଏହା ନିରପେକ୍ଷ ହୋଇଥିଲା; କାରଣ ପ୍ରଧାନମନ୍ତ୍ରୀ, ପ୍ରଧାନ ବିଚାରପତି ଓ ଲୋକସଭାରେ ବିରୋଧୀଦଳ ନେତା ତିନିଜଣ ଯାକ ନିରପେକ୍ଷତା ଅବଲମ୍ବନ କରି ଉପଯୁକ୍ତ ପ୍ରାର୍ଥୀଙ୍କୁ ବାଛିବାର ସୁଯୋଗ ଥିଲା। ଏଥିରେ କୌଣସି ସଦସ୍ୟ ଅନ୍ୟ ସଦସ୍ୟଙ୍କୁ ପ୍ରଭାବିତ ବା ବାଧ୍ୟ କରିବାର ସୁଯୋଗ ନଥିଲା।
ରାଷ୍ଟ୍ରପତିଙ୍କ ଅନୁମୋଦନ ଅପେକ୍ଷାରେ ଥିବା ନୂଆ ଆଇନର ବିଡ଼ମ୍ବନା ହେଉଛି ନିର୍ବାଚନ ଆୟୋଗ ଓ ମୁଖ୍ୟ ନିର୍ବାଚନ ଆୟୋଗଙ୍କୁ ବାଛିବା ପାଇଁ ଉଦ୍ଦିଷ୍ଟ କମିଟିରେ ସୁପ୍ରିମକୋର୍ଟର ପ୍ରଧାନ ବିଚାରପତିଙ୍କ ସ୍ଥାନରେ ଶାସକଦଳର ଜଣେ ସଦସ୍ୟ ରହିବେ ଏବଂ ପ୍ରଧାନମନ୍ତ୍ରୀ ଓ ବିରୋଧୀଦଳ ନେତା ପୂର୍ବପରି ଏହାର ସଦସ୍ୟତା ବଜାୟ ରଖିବେ। ସରକାରୀ ଦଳର ସଂଖ୍ୟାଧିକ ସଦସ୍ୟଙ୍କୁ ଗୋଟିଏ କମିଟିରେ ରଖିଲେ ତାହାର ନିରପେକ୍ଷତା କେତେ ରହିବ, ତାହା ସମସ୍ତଙ୍କୁ ଜଣା। ତେଣୁ ବାସ୍ତବରେ ଏହି ପ୍ରସ୍ତାବିତ ନୂଆ ଆଇନ ‘ବିରାଡ଼ି ହାତରେ ମାଛଥାଳି ଦେବା’ ଭଳି ହୋଇଛି କହିଲେ ଅତ୍ୟୁକ୍ତି ହେବ ନାହିଁ। ଏହା ଏକ ବୈଧାନିକ ପ୍ରହସନ ଏବଂ ଭବିଷ୍ୟତରେ ଏହାକୁ ନେଇ ବିବାଦ ନିଶ୍ଚୟ ବଢ଼଼ିବ ବୋଲି ଆଇନଜ୍ଞମାନେ ମତ ଦେଇଛନ୍ତି।
ଏହି ପ୍ରସ୍ତାବିତ ଆଇନ ସମ୍ପର୍କରେ କେନ୍ଦ୍ର ସରକାରଙ୍କ ସ୍ପଷ୍ଟୀକରଣ ହେଲା ଯେ ବୈଧାନିକ ନିଷ୍ପତ୍ତି ଗ୍ରହଣ ଓ କାର୍ଯ୍ୟପାଳିକାର କାମରେ ନ୍ୟାୟପାଳିକାର ପ୍ରତ୍ୟକ୍ଷ ଅଂଶ ଗ୍ରହଣ ବ୍ୟବସ୍ଥା ସମ୍ବିଧାନରେ ନାହିଁ। ତେଣୁ ସିଇସି ଓ ଇସି ମନୋନୟନ କମିଟିରେ ସୁପ୍ରିମକୋର୍ଟର ପ୍ରଧାନ ବିଚାରପତି ସଦସ୍ୟ ରହିବା ସମ୍ବିଧାନସମ୍ମତ ନୁହେଁ। କେବଳ ଏକ ଅନ୍ତରୀଣ ବ୍ୟବସ୍ଥା ଅନୁସାରେ ନୂଆ ଆଇନ ପ୍ରଣୟନ ଯାଏଁ କମିଟିରେ ପ୍ରଧାନ ବିଚାରପତି ସଦସ୍ୟ ଥିଲେ। ଏହି ଯୁକ୍ତି ଶାସକଦଳକୁ ସୁହାଇପାରେ। ତେବେ ପ୍ରଶ୍ନ ଉଠୁଛି ଯେ ନିର୍ବାଚନ ଆୟୋଗକୁ ନିରପେକ୍ଷ କରିବା ପାଇଁ ସିଇସି ଓ ଇସି ମନୋନୟନ ପ୍ରକ୍ରିୟାରେ ପ୍ରଧାନମନ୍ତ୍ରୀ ଓ ବିରୋଧୀଦଳର ନେତାଙ୍କ ବ୍ୟତୀତ ଦେଶର ଜଣେ ପ୍ରତିଷ୍ଠିତ ଅଣରାଜନୀତିଜ୍ଞ ବ୍ୟକ୍ତିଙ୍କୁ ରଖିବାର ବ୍ୟବସ୍ଥା କରିଥିଲେ କ’ଣ ବେଦ ଅଶୁଦ୍ଧ ହୋଇଯାଇ ଥା’ନ୍ତା? ଭାରତର ବିଭିନ୍ନ କ୍ଷେତ୍ରରେ ଏଭଳି ପ୍ରତିଷ୍ଠିତ ପ୍ରାଜ୍ଞ ବ୍ୟକ୍ତିବିଶେଷ ଅଛନ୍ତି, ଯାହାଙ୍କୁ ବାଛିବା ପାଇଁ ଆମ ପାଖରେ ଅନେକ ବିକଳ୍ପ ଉପଲବ୍ଧ। ପ୍ରସ୍ତାବିତ ନୂଆ ଆଇନ ଦ୍ୱାରା ନିର୍ବାଚନ ଆୟୋଗ ଯେ ନିରପେକ୍ଷ ହେବ ସେ ସମ୍ଭାବନା କମ୍ ଦିଶୁଛି।