ଅବାଞ୍ଛିତ ବିତର୍କ ପରିହାର୍ଯ୍ୟ

The Sakala Picture
Published On

ଦେଶବିଦେଶର ବିଭିନ୍ନ ପ୍ରସଙ୍ଗକୁ ନେଇ ଏବେ ଟେଲେଭିଜନ ଚ୍ୟାନେଲ୍‌‌ଗୁଡ଼ିକରେ ଦୈନିକ ଆଲୋଚନା, ସମାଲୋଚନା, ତର୍କ, ବିତର୍କ ହୁଏ। ବହୁ ବିଜ୍ଞ, ଅନୁଭବୀ ବ୍ୟକ୍ତି ଏହିସବୁ ବିତର୍କରେ ଭାଗ ନେଇ ନିଜର ମତ ରଖନ୍ତି। ଦେଖାଯାଏ ଯେ କିଛି ବ୍ୟକ୍ତି ଏକତରଫା ଓ ଅପ୍ରାସଙ୍ଗିକ ମନ୍ତବ୍ୟ ଦେବାରେ ପଟୁତା ହାସଲ କରିଛନ୍ତି। ସେହିଭଳି ବିତର୍କରେ ଭାଗ ନେଉଥିବା କିଛି ବକ୍ତା ପ୍ରସଙ୍ଗରୁ ଦୂରେଇ ଯାଇ ଦେଶ ବିରୋଧୀ ମତ, ମନ୍ତବ୍ୟ, ଏପରିକି ସ୍ଳୋଗାନ ମଧ୍ୟ ଦିଅନ୍ତି। ବିତର୍କ ମଞ୍ଚରେ […]

ଦେଶବିଦେଶର ବିଭିନ୍ନ ପ୍ରସଙ୍ଗକୁ ନେଇ ଏବେ ଟେଲେଭିଜନ ଚ୍ୟାନେଲ୍‌‌ଗୁଡ଼ିକରେ ଦୈନିକ ଆଲୋଚନା, ସମାଲୋଚନା, ତର୍କ, ବିତର୍କ ହୁଏ। ବହୁ ବିଜ୍ଞ, ଅନୁଭବୀ ବ୍ୟକ୍ତି ଏହିସବୁ ବିତର୍କରେ ଭାଗ ନେଇ ନିଜର ମତ ରଖନ୍ତି। ଦେଖାଯାଏ ଯେ କିଛି ବ୍ୟକ୍ତି ଏକତରଫା ଓ ଅପ୍ରାସଙ୍ଗିକ ମନ୍ତବ୍ୟ ଦେବାରେ ପଟୁତା ହାସଲ କରିଛନ୍ତି। ସେହିଭଳି ବିତର୍କରେ ଭାଗ ନେଉଥିବା କିଛି ବକ୍ତା ପ୍ରସଙ୍ଗରୁ ଦୂରେଇ ଯାଇ ଦେଶ ବିରୋଧୀ ମତ, ମନ୍ତବ୍ୟ, ଏପରିକି ସ୍ଳୋଗାନ ମଧ୍ୟ ଦିଅନ୍ତି। ବିତର୍କ ମଞ୍ଚରେ ଏପରି ଉଚ୍ଚାରଣ ଗର୍ହିତ ନିଶ୍ଚୟ। ତେଣୁ ଏପରି ସ୍ଳୋଗାନ ଦେଉଥିବା ବ୍ୟକ୍ତିମାନଙ୍କ ଉପରେ ଦୃଷ୍ଟାନ୍ତମୂଳକ କାର୍ଯ୍ୟାନୁଷ୍ଟାନ ହେବା ଦରକାର। ଏହାଦ୍ୱାରା ଭବିଷ୍ୟତରେ କେହି ଏଭଳି ଉଚ୍ଚାରଣ ଦୋହରାଇବାକୁ ସାହସ କରିବେ ନାହିଁ। କିନ୍ତୁ ପରିତାପର ବିଷୟ ହେଉଛି ଯେ ଆଲୋଚନାରେ ଭାଗ ନେଉଥିବା ନିର୍ଦ୍ଦିଷ୍ଟ କେତେଜଣ ବ୍ୟକ୍ତିଙ୍କର ଏହା ସତେଯେପରି ଏକ ଅଭ୍ୟାସରେ ପରିଣତ ହୋଇଯାଇଛି। ସେମାନେ ହୁଏତ ଯୁକ୍ତି କରୁଥାଇପାରନ୍ତି ଯେ ପ୍ରତ୍ୟେକ ନାଗରିକର ମତ ଦେବାର ସ୍ୱାଧୀନତା ଓ ଅଧିକାର ଅଛି। କିନ୍ତୁ ଠିକକୁ ଠିକ ଓ ଭୁଲକୁ ଭୁଲ କହିବାର ସତ୍‌‌ସାହସ ଯେଉଁମାନଙ୍କର ନାହିଁ ସେମାନେ ତର୍କରେ ଭାଗନେବା ଗ୍ରହଣୀୟ ନୁହେଁ। ଏହାଦ୍ୱାରା ଆଲୋଚନାର ବିଷୟବସ୍ତୁ, ମୂଳ ଲକ୍ଷ୍ୟ ଦିଗ୍‌‌ଭ୍ରଷ୍ଟ ହେବାର ଅଧିକ ସମ୍ଭାବନା ରହିଛି ଏବଂ ଅନେକ ସମୟରେ ହେଉଛି ମଧ୍ୟ।

ନିକଟରେ ଏକ ପ୍ରତିଷ୍ଟିତ ବିଶ୍ୱବିଦ୍ୟାଳୟ ପରିସରରେ ଛାତ୍ରମାନେ ନିଶା ସେବନ କରିବା ସହ ଦେଶ ବିରୋଧୀ ମନ୍ତବ୍ୟ ଦେବା ଜଣାପଡ଼ିବା ପରେ ତାହାର ଯଥାର୍ଥତା ବିଷୟରେ ତର୍କ ଚାଲିଥାଏ। ଉଭୟ କାର୍ଯ୍ୟ ନିନ୍ଦନୀୟ। କିନ୍ତୁ ଏହାକୁ ନିନ୍ଦା କରିବା ପରିବର୍ତ୍ତେ ପରୋକ୍ଷରେ କଥାଛଳରେ ସମର୍ଥନ କରିବା କେଉଁ ମାନସିକତା ଓ ବୁଦ୍ଧିମତ୍ତାର ପରିଚୟ? ସେହିପରି ଜଣେ ବ୍ୟକ୍ତିଙ୍କ ପାଖରୁ ନଗଦ ୩୦୦ କୋଟିରୁ ଅଧିକ ଟଙ୍କା ଜବତ ହେବା ସୂଚାଇଦିଏ ଯେ ଏହାପଛରେ ଆୟକର ଖିଲାପ ଭଳି ଆଇନ ଗର୍ହିତ କାର୍ଯ୍ୟକଳାପ ଜଡ଼ିତ ଅଛି। ଏଥିପାଇଁ ଅଧିକ ତଦନ୍ତ ଦରକାର। କିନ୍ତୁ ପରିତାପର ବିଷୟ ହେଉଛି କିଛି ବିଜ୍ଞବ୍ୟକ୍ତି ଏହାକୁ ରାଜନୈତିକ ଆଖ୍ୟା ଦେଇ ସମ୍ପୃକ୍ତ ବ୍ୟକ୍ତିଙ୍କ ସପକ୍ଷରେ ଯୁକ୍ତି କରୁଛନ୍ତି। ସୂର୍ଯ୍ୟପରାଗ ଓ ଚନ୍ଦ୍ରଗ୍ରହଣ ସମୟରେ ପ୍ରଚଳିତ ଧର୍ମ ଧାରଣା ଆଧାରିତ ବିଧିବିଧାନ, ବିଶେଷକରି ଖାଦ୍ୟ ଖାଇବାକୁ ନେଇ ସପକ୍ଷ ଓ ବିପକ୍ଷରେ ବିବାଦ ଓ ବିତର୍କ ଲାଗି ରହିଛି। କେତେକ ହେତୁବାଦୀ ଗୋଷ୍ଠୀ ମଧ୍ୟ ବିବାହ ସମୟରେ ଶଙ୍ଖା, ସିନ୍ଦୂରର ବ୍ୟବହାରକୁ କଟାକ୍ଷ କରିଥାଆନ୍ତି। ଏସବୁ ପଛରେ କୌଣସି ବିଜ୍ଞାନଭିତ୍ତିକ ପ୍ରମାଣ ନାହିଁ ବୋଲି ସେମାନେ ଦୃଢ଼ ଯୁକ୍ତି ଉପସ୍ଥାପନ କରନ୍ତି। ଭାରତରେ ପ୍ରାଚୀନ କାଳରୁ ପ୍ରଚଳିତ କେତେକ ବିଧିବିଧାନ ପଛର ବୈଜ୍ଞାନିକ କାରଣ ଅଦ୍ୟାବଧି ପ୍ରମାଣିତ ହୋଇନାହିଁ। ତେଣୁ ଏହା ଉପରେ ବିତର୍କ କେତେ ଗ୍ରହଣୀୟ ତାହା ବିଚାର୍ଯ୍ୟ।

ଜାତି, ଧର୍ମ, ବର୍ଣ୍ଣ, ଦୁର୍ନୀତି, ଭ୍ରଷ୍ଟାଚାର, ରାଜନୀତି, ଅର୍ଥନୀତି ଆଦି ବିଭିନ୍ନ ପ୍ରସଙ୍ଗ ଉପରେ ଚର୍ଚ୍ଚା ସମୟରେ ମଧ୍ୟ ମୂଳ ବିଷୟବସ୍ତୁରୁ ହଟି ଦାୟିତ୍ୱହୀନ ମନ୍ତବ୍ୟ ରଖୁଥିବା ବକ୍ତାଙ୍କୁ ବାରମ୍ୱାର ବିତର୍କରେ ଭାଗନେବାକୁ ସୁଯୋଗ ଦେବା ଫଳରେ ଏକ ବିଭ୍ରାନ୍ତକର ବାର୍ତ୍ତା ସାଧାରଣ ଜନତାଙ୍କ ପାଖରେ ପହଞ୍ଚେ। ଜନତା ସଚେତନ ହେଲେ ନକାରାତ୍ମକ ମନ୍ତବ୍ୟ ଦେଉଥିବା ଓ ମତପୋଷଣ କରୁଥିବା ବକ୍ତାମାନଙ୍କର ଯୁକ୍ତି ଓ ମତ ଗ୍ରହଣୀୟ ହେବ ନାହିଁ। ଏଠାରେ ତର୍କ ଆୟୋଜନ କରୁଥିବା ଉପସ୍ଥାପକଙ୍କ ଭୂମିକା ମଧ୍ୟ ଆଲୋଚନା ପରିସରକୁ ଆସେ।

ଦୁଇ ଚତୁର ମନ୍ତ୍ରୀଙ୍କ ଉଦାହରଣ ଉଲ୍ଳେଖ କରିବା ଏଠାରେ ପ୍ରାସଙ୍ଗିକ ମନେହୁଏ। ଜଣେ ବିଦ୍ୱାନ ରଜା ତାଙ୍କର ଦୁଇ ଜ୍ଞାନୀ ଓ ପ୍ରତ୍ୟୁତ୍ପନ୍ନମତି ମନ୍ତ୍ରୀଙ୍କୁ ଡାକି ଦିନେ କହିଲେ, ‘ତାଙ୍କର ନୂଆ ଗୀତ ଶୁଣିବାକୁ ଇଚ୍ଛା ହେଉଛି। ଯେ କେହି ନୂଆ କବିତା ଆବୃତି କରିବେ ତାଙ୍କୁ ଏକଶତ ସ୍ୱର୍ଣ୍ଣମୁଦ୍ରା ପୁରସ୍କାର ଦିଆଯିବ।’ ବହୁ ଉଦୀୟମାନ କବି ସେମାନଙ୍କର ନୂଆ ସ୍ୱରଚିତ କବିତା ପାଠ କରିବା ପାଇଁ ରାଜଧାନୀରେ ଏକତ୍ରିତ ହେଲେ। କବିତାଟି ନୂଆ କି ପୁରୁଣା ସେ ବିଷୟରେ ବିଚାର କରିବ କିଏ? ରାଜସଭାରେ ଥିବା ଦୁଇ ବିଦ୍ୱାନ ପଣ୍ଡିତଙ୍କ ଉପରେ ବିଚାର ଦାୟିତ୍ୱ ନ୍ୟସ୍ତ କରାଗଲା। ସେମାନଙ୍କର ମନେ ରଖିବା ଶକ୍ତି ଥିଲା ପ୍ରଖର ଓ ଅଦ୍ୱିତୀୟ। ସେମାନଙ୍କ ମଧ୍ୟରୁ ଜଣେ ବିଦ୍ୱାନ ଥରଟିଏ ଶୁଣି ସବୁ ମନେ ରଖିପାରୁଥିଲେ। ଦୁଇଥର ଶୁଣିଲା ପରେ ଦ୍ୱିତୀୟ ବିଦ୍ୱାନଙ୍କର ସବୁ ମନେ ରହିଯାଉଥିଲା। ପୁରସ୍କାର ଆଶାୟୀ କବିମାନେ ଜଣକ ପରେ ଜଣେ ସ୍ୱରଚିତ କବିତାମାନ ଆବୃତି କରିବା ପରେ ଥରେ ଶୁଣି ମନେ ରଖିପାରୁଥିବା ବିଦ୍ୱାନ ଜଣଙ୍କ ସେହି କବିତାଟି ସମସ୍ତଙ୍କ ଆଗରେ ପାଠ କରନ୍ତି ଏବଂ ଏହା ଏକ ପୁରଣା କବିତା ବୋଲି ମତ ରଖନ୍ତି। ଏହାକୁ ସେ ପୂର୍ବରୁ ଜାଣିଥିବାର ମଧ୍ୟ ମତ ଦିଅନ୍ତି। ଏହାଭିତରେ କବିତାଟି ଦୁଇଥର ପାଠ ହୋଇସାରିଥାଏ। ତେଣୁ ଦ୍ୱିତୀୟ ବିଦ୍ୱାନ ଦୁଇଥର କବିତାଟିକୁ ଶୁଣିବା ପରେ ଏହାକୁ ମନେରଖି ଆବୃତି କରିବା ସହ କବିତାଟି ପୁରୁଣା ବୋଲି ମତ ଦିଅନ୍ତି। ଏପରିଭାବେ କୌଣସି କବି ତାଙ୍କ ସ୍ୱରଚିତ କବିତାକୁ ନୂଆ ବୋଲି ପ୍ରମାଣ କରିପାରନ୍ତି ନାହିଁ ଏବଂ ପୁରସ୍କାର ପାଇବାରୁ ବଞ୍ଚିତ ହୁଅନ୍ତି।

ଦିନେ କବିତା ଆବୃତି ପାଇଁ ପହଞ୍ଚିଲେ ଜଣେ ଚତୁର କବି। ସେ ବିଚାରକଙ୍କ ଦୁଇ ଜଣଙ୍କର ଚାଲ ବୁଝିପାରି ସେମାନଙ୍କୁ ପାନେ ଦେବା ପାଇଁ ଉପାୟ ସ୍ଥିର କରିଥିଲେ। ନବ ଆଗନ୍ତୁକ କବି ଜଣକ ସ୍ୱରଚିତ କବିତା ପାଠ କରିବା ପରେ ସମାନ ଢଙ୍ଗରେ ଦୁଇବିଦ୍ୱାନ କବିତାଟିକୁ ପୁରୁଣା ବୋଲି ପ୍ରମାଣିତ କରିବାକୁ ଯାଇ କହିଲେ ଯେ ଏହି କବିତାରେ କିଛି ନୂତନତ୍ୱ ନାହିଁ। ଏହି କବିତାଟିକୁ ସେମାନେ ପୂର୍ବରୁ ଶୁଣିଛନ୍ତି। ଏହାପରେ ରାଜାଙ୍କ ସମ୍ମୁଖରେ ନତମସ୍ତକ ହୋଇ କବି କହିଲେ, ‘ମଣିମା! କବିତାଟି ପୁରୁଣା ଓ ସେଥିପାଇଁ ପୁରସ୍କାର ପାଇବାକୁ ଅଯୋଗ୍ୟ। କିନ୍ତୁ ଏହି ପୁରୁଣା କବିତାରେ କୁହାଯାଇଛି ଯେ ଆପଣଙ୍କ ପିତା ମୋ ବାପାଙ୍କଠାରୁ ଏକଶତ ସ୍ୱର୍ଣ୍ଣମୁଦ୍ରା ଉଧାର ନେଇଥିଲେ, ଯାହା ଅଦ୍ୟାବଧି ପରିଶୋଧ କରିନାହାନ୍ତି। ଏହାର ସତ୍ୟାସତ୍ୟ ବିଷୟରେ ଆପଣଙ୍କର ଦୁଇ ବିଶ୍ୱସ୍ତ ବିଦ୍ୱାନ ମଧ୍ୟ ଜାଣିଥିବା କଥା ଏଠାରେ ସ୍ୱୀକାର କରିଛନ୍ତି। ଯଦି ଏହା ମିଥ୍ୟା ହୁଏ ତେବେ ମୋର କବିତାଟି ନିଶ୍ଚୟ ନୂଆ। ଏଣୁ ପୁରସ୍କାର ମୋର ପ୍ରାପ୍ୟ। ଯଦି କବିତାଟି ପୁରୁଣା, ତେବେ କବିତାରେ ଉଲ୍ଲେଖ ଥିବା ତଥ୍ୟ ସତ୍ୟ। ଏହି ତଥ୍ୟ ଆଧାରରେ ସୁଧ ସହ ଏକଶତ ସ୍ୱର୍ଣ୍ଣ ମୁଦ୍ରା ଫେରସ୍ତ ବ୍ୟବସ୍ଥା କରିବାର ଅନୁଗ୍ରହ କରନ୍ତୁ।’ ରାଜା ଏପରି ଏକ ଦ୍ୱନ୍ଦ୍ୱାତ୍ମକ ସ୍ଥିତିରେ ପଡ଼ି ଚତୁର କବିଙ୍କୁ ଏକଶତ ସ୍ୱର୍ଣ୍ଣମୁଦ୍ରା ପୁରସ୍କାର ଦେଲେ।

ଏ ଗପ ଏଠାରେ ଉଲ୍ଲେଖ କରିବାର ଦୁଇଟି ଉଦ୍ଦେଶ୍ୟ ଅଛି। ପ୍ରଥମତଃ ବାକ୍‌‌ପଟୁତା ଦ୍ୱାରା ମିଛକୁ ସତ ଓ ସତକୁ ମିଛ ପ୍ରମାଣ କରାଯାଇପାରେ। ଏହାଦ୍ୱାରା ଶ୍ରୋତା ଓ ଆୟୋଜକ ଉଭୟେ ପ୍ରଭାବିତ ହୁଅନ୍ତି ଏବଂ ମୂଳ ଲକ୍ଷ୍ୟ ବ୍ୟାହତ ହୁଏ। ଦ୍ୱିତୀୟତଃ, ଚତୁର କବି ଭଳି ସାଧାରଣ ଜନତା ଯେତେବେଳେ ସଚେତନ ହେବେ, ନକାରାତ୍ମକ ମାନସିକତା ଧାରୀ ବକ୍ତାଙ୍କ ଅସଲ ଉଦ୍ଦେଶ୍ୟକୁ ବୁଝିପାରିବେ ସେତେବେଳେ ବାସ୍ତବତା ସାମ୍‌‌ନାକୁ ଆସିବ ଏବଂ ଆଉ ଦ୍ୱନ୍ଦ୍ୱାତ୍ମକ ସ୍ଥିତି ସୃଷ୍ଟି ହେବନାହିଁ। ବିତଣ୍ଡା ବିତର୍କର ପରିସମାପ୍ତି ଘଟି ଏକ ଶକ୍ତ, ସମୃଦ୍ଧ ଓ ଶାନ୍ତିପ୍ରିୟ ସମାଜ ସୃଷ୍ଟି ହେବ।

ଅନନ୍ତ ଚରଣ ସ୍ୱାଇଁ
ଭୁବନେଶ୍ୱର, ମୋ: ୭୩୮୧୦୪୬୪୭୭

21 Dec 2023 By The Sakala

https://www.thesakala.in/sakala-editorial/sakala-article-21-12-2023-2/article-28451
Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର