ଜାତିଭିତ୍ତିକ ଜନଗଣନାର ପ୍ରାସଙ୍ଗିକତା

The Sakala Picture
Published On

ସମ୍ପ୍ରତି ଜାତିଭିତ୍ତିକ ଜନଗଣନାକୁ ନେଇ ବିତର୍କ ଓ ବିବାଦ ସୃଷ୍ଟି ହୋଇଛି। ଜାତିଭିତ୍ତିକ ଜନଗଣନା ଦ୍ୱାରା ସମାଜରେ ଜାତିବାଦ ଓ ଭେଦଭାବ ମାନସିକତା ଅଧିକ ବଢ଼଼ିବ ବୋଲି ଗୋଟିଏ ମହଲ ମତ ଦେଉଥିବା ବେଳେ ଅବହେଳିତ ବର୍ଗ ଓ ଜାତିର ଲୋକଙ୍କୁ ଅଧିକ ନ୍ୟାୟ ଦିଆଯାଇପାରିବ ବୋଲି ଏହାର ସପକ୍ଷବାଦୀମାନେ ଯୁକ୍ତି ଉପସ୍ଥାପନ କରି ଆସୁଛନ୍ତି। ତେବେ ଜାତିଭିତ୍ତିକ ଜନଗଣନାର ଉଭୟ ଭଲ ଓ ମନ୍ଦ ପକ୍ଷ ରହିଛି। ସେ ସମ୍ପର୍କରେ ଅଧିକ ଆଲୋଚନା ଓ ଗଭୀର […]

ସମ୍ପ୍ରତି ଜାତିଭିତ୍ତିକ ଜନଗଣନାକୁ ନେଇ ବିତର୍କ ଓ ବିବାଦ ସୃଷ୍ଟି ହୋଇଛି। ଜାତିଭିତ୍ତିକ ଜନଗଣନା ଦ୍ୱାରା ସମାଜରେ ଜାତିବାଦ ଓ ଭେଦଭାବ ମାନସିକତା ଅଧିକ ବଢ଼଼ିବ ବୋଲି ଗୋଟିଏ ମହଲ ମତ ଦେଉଥିବା ବେଳେ ଅବହେଳିତ ବର୍ଗ ଓ ଜାତିର ଲୋକଙ୍କୁ ଅଧିକ ନ୍ୟାୟ ଦିଆଯାଇପାରିବ ବୋଲି ଏହାର ସପକ୍ଷବାଦୀମାନେ ଯୁକ୍ତି ଉପସ୍ଥାପନ କରି ଆସୁଛନ୍ତି। ତେବେ ଜାତିଭିତ୍ତିକ ଜନଗଣନାର ଉଭୟ ଭଲ ଓ ମନ୍ଦ ପକ୍ଷ ରହିଛି। ସେ ସମ୍ପର୍କରେ ଅଧିକ ଆଲୋଚନା ଓ ଗଭୀର ବିଚାର ବିମର୍ଶର ଆବଶ୍ୟକତା ରହିଛି। ତେଣୁ ଏହି ଜଟିଳ ପ୍ରସଙ୍ଗର ଔଚିତ୍ୟ, ଆବଶ୍ୟକତା ଓ ବୈଧାନିକତା ଏକ ସ୍ୱତନ୍ତ୍ର ଆଲୋଚନାର ଅପେକ୍ଷା ରଖେ। ଏଭଳି ଏକ ସମ୍ବେଦନଶୀଳ ପ୍ରସଙ୍ଗର ନିଷ୍କର୍ଷ ବିଶେଷଜ୍ଞ ଓ ଆଇନ ବିଶାରଦଙ୍କ କ୍ଷେତ୍ର ହୋଇଥିବାରୁ ତା’ମଧ୍ୟରେ ପ୍ରବେଶ ନ କରି କେବଳ ଏହି ପ୍ରସଙ୍ଗର କିଞ୍ଚିତ ସିଂହାବଲୋକନ ଉପରେ ଆଲୋଚନାକୁ ସୀମିତ ରଖିବା।

ଭାରତୀୟ ସମାଜରେ ଜାତିବାଦର ପ୍ରାସଙ୍ଗିକତାକୁ ଉପଲବ୍‌‌ଧି କରି ୧୯୦୧ ମସିହାରେ ହର୍ବଟ୍‌‌ ରିସଲେଙ୍କ ନେତୃତ୍ୱରେ ପ୍ରଥମଥର ପାଇଁ ଜନଗଣନା ବେଳେ ଜାତି ଚିହ୍ନଟ ପାଇଁ ଅନୌପଚାରିକ ଉଦ୍ୟମ ଆରମ୍ଭ ହୋଇଥିଲା। ଅବହେଳିତ ବର୍ଗଙ୍କ ବିକାଶ ପାଇଁ ପଦକ୍ଷେପ ନେବା ଏହାର ମୂଳ ଲକ୍ଷ୍ୟ ବୋଲି ସରକାରୀ ଭାବେ ସେତେବେଳେ ସ୍ପଷ୍ଟୀକରଣ ଦିଆଯାଇଥିଲେ ମଧ୍ୟ ଏହାପଛରେ ଯେ ଇଂରେଜମାନଙ୍କର ‘ଡିଭାଇଡ୍‌‌ ଆଣ୍ଡ ରୁଲ୍‌‌’ର ପ୍ରଚ୍ଛନ୍ନ ନୀତି ରହିଥିଲା ତାହାକୁ ଅସ୍ୱୀକାର କରାଯାଇପାରିବ ନାହିଁ। ପରବର୍ତ୍ତୀ ସମୟରେ ବିଭିନ୍ନ ଜାତିମାନଙ୍କର ପ୍ରଥା, ପରମ୍ପରା ଉପରେ ମଧ୍ୟ ଗବେଷଣା କରାଯାଇଥିଲା। ଏହାଫଳରେ ପ୍ରତ୍ୟେକ ଗୋଷ୍ଠୀର ଗୁଣାତ୍ମକ ମାନ ଧାର୍ଯ୍ୟ କରାଗଲା। ଏହା କିନ୍ତୁ କୌଣସି ସମସ୍ୟା ସମାଧାନ କରିବା ପରିବର୍ତ୍ତେ ପୁନର୍ବାର ଉଚ୍ଚନୀଚ୍ଚ ଭାବଧାରା ସୃଷ୍ଟି କରିବାରେ ଲାଗିଲା। ତେଣୁ ଏହାର ନିରାକରଣ ଲାଗି ଭାରତ ସରକାର ଆଇନ୍‌‌-୧୯୩୫ରେ କେତେକ ସଂଶୋଧନ କରାଯାଇ ବିଭିନ୍ନ ଆଧାରରେ ସ୍ଥିରୀକୃତ ସମାଜରେ ଅବହେଳିତ ବର୍ଗମାନଙ୍କୁ ‘ଅନୁସୂଚିତ ଜାତି’ ଓ ‘ଅନୁସୂଚିତ ଜନଜାତି’ର ମାନ୍ୟତା ଦିଆଗଲା। ପ୍ରଥମେ ଆଶଙ୍କା କରାଯାଉଥିଲା ଯେ ଏହି ବର୍ଗୀକରଣ ଦ୍ୱାରା ଜାତି-ଜାତି ମଧ୍ୟରେ କେବଳ ଗୁଣାତ୍ମକ ଦୃଷ୍ଟିରୁ ବିଭେଦ ସୃଷ୍ଟି ହୋଇପାରେ, କିନ୍ତୁ ପରବର୍ତ୍ତୀ ସମୟରେ ଦେଖାଗଲା ଯେ ଉଭୟ ଗୁଣାତ୍ମକ ଓ ସଂଖ୍ୟାତ୍ମକ ଦୃଷ୍ଟିକୋଣରୁ ବିଭିନ୍ନ ଜାତି ମଧ୍ୟରେ ସଂଘର୍ଷର ସୂତ୍ରପାତ ହେଲା। ଜନସଂଖ୍ୟାରେ ଯେଉଁ ଜାତିମାନଙ୍କର ପ୍ରତିନିଧିତ୍ୱ କମ୍‌‌ ଥିଲା, ସେମାନେ ନିଜକୁ ଅସୁରକ୍ଷିତ ମନେ କରି ନିଜର ସଂଖ୍ୟା ବୃଦ୍ଧି କରିବେ ବୋଲି ଆଶଙ୍କା ବଳବତ୍ତର ହେବାରେ ଲାଗିଲା। ଏହି ବର୍ଗୀକରଣ ପରେ ସମାଜରେ ନିଜ ନିଜର ଆଧିପତ୍ୟ ବିସ୍ତାର କରିବା ଲାଗି ପ୍ରତ୍ୟେକ ଜାତି ନିଜ ନିଜର କଳା, ସଂସ୍କୃତି ଓ ପରମ୍ପରାକୁ ଅଦ୍ୱିତୀୟ ଭାବେ ପ୍ରତିଷ୍ଠା ଆଳରେ ନିଜ ନିଜ ମଧ୍ୟରେ ସଂଘର୍ଷରେ ଲିପ୍ତ ହେଲେ। କ୍ରମଶଃ ଭାରତୀୟ ହିନ୍ଦୁ ସମାଜ ମଧ୍ୟରେ ଥିବା ଜାତିପ୍ରଥା ଓ ଅବହେଳିତ ବର୍ଗଙ୍କୁ ଆଧାର କରି ଦିଆଯାଇଥିବା ସଂରକ୍ଷଣ ବ୍ୟବସ୍ଥା ବିରୁଦ୍ଧରେ ବିଭିନ୍ନ ଧାର୍ମିକ ଗୋଷ୍ଠୀମାନେ ସ୍ୱର ଉତ୍ତୋଳନ କଲେ।

ପ୍ରାରମ୍ଭିକ ପର୍ଯ୍ୟାୟରେ ଐତିହାସିକ ଭାବେ ଅତ୍ୟାଚାରିତ ହୋଇ ଆସୁଥିବା ଅବହେଳିତ ଜାତିମାନଙ୍କୁ ସଂରକ୍ଷଣ ବ୍ୟବସ୍ଥା ଦ୍ୱାରା ଜାତୀୟ ମୁଖ୍ୟ ସ୍ରୋତକୁ ଫେରାଇ ଅଣାଯିବାର ପ୍ରୟାସ ପରବର୍ତ୍ତୀ ସମୟରେ ଭୋଟ ବ୍ୟାଙ୍କ ରାଜନୀତିରେ ପରିଣତ ହେଲା। ସମୟକ୍ରମେ ବିଭିନ୍ନ ଜାତିର ଲୋକମାନେ ନିଜକୁ ଅନଗ୍ରସର, ଅବହେଳିତ ଓ ପଛୁଆବର୍ଗ ବୋଲି ଦାବି କରି ସଂରକ୍ଷଣ ବ୍ୟବସ୍ଥାରେ ଲାଭ ଉଠାଇବାକୁ ଆଶା ବାନ୍ଧି ଆନ୍ଦୋଳନରେ ସାମିଲ ହେଲେ ଏବଂ ସଫଳତା ମଧ୍ୟ ପାଇଲେ। ସଂରକ୍ଷଣ ସୁବିଧା ପାଇବା ପାଇଁ ଜାତିସଂଖ୍ୟାର ଅହେତୁକ ବୃଦ୍ଧି ହେତୁ ଧୀରେ ଧୀରେ ସରକାରୀ ସୁବିଧା ସୁଯୋଗ ହ୍ରାସ ପାଇବାରେ ଲାଗିଲା। ଯାହାଫଳରେ ଅନେକ ସ୍ଥାନରେ ସଂରକ୍ଷିତ ବର୍ଗମାନେ ଆଉ କୌଣସି ଜାତି କିମ୍ବା ଜନଜାତିକୁ ସେମାନଙ୍କ ବର୍ଗରେ ସାମିଲ ନ କରିବା ପାଇଁ ଆନ୍ଦୋଳନ ଆରମ୍ଭ କରୁଥିବା ଦେଖାଯାଉଛି।

ଅନ୍ୟ ଏକ ସମସ୍ୟା ହେଉଛି ଭାରତୀୟ ଜାତି ଓ ବର୍ଗୀକରଣ ବ୍ୟବସ୍ଥାରେ ସାମିଲ ହେବା ପାଇଁ କୌଣସି ନିର୍ଦ୍ଦିଷ୍ଟ ମାନଦଣ୍ଡ ନାହିଁ। ଗୋଟିଏ ଜାତି ଗୋଟିଏ ରାଜ୍ୟରେ ସବର୍ଣ୍ଣ ହୋଇଥିବା ବେଳେ ଅନ୍ୟ ରାଜ୍ୟରେ ସେମାନେ ଅସବର୍ଣ୍ଣ ଭାବେ ବିବେଚିତ ହୋଇଥାଆନ୍ତି କିମ୍ବା କୌଣସି ଅନୁସୂଚିତ ଜାତି ମଧ୍ୟ ଅନୁସୂଚିତ ଜନଜାତି ଭାବେ ପରିଗଣିତ ହୋଇଥାଆନ୍ତି। ଏ ସବୁକୁ ନେଇ ସଂରକ୍ଷିତ ଜାତି ଓ ଜନଜାତିମାନଙ୍କ ମଧ୍ୟରେ ବହୁ ବାଦବିବାଦ ଅଦ୍ୟାବଧି ଲାଗି ରହିଛି।

ବର୍ତ୍ତମାନ ପରିପ୍ରେକ୍ଷୀରେ ଜାତିଭତ୍ତିକ ଜନଗଣନା ଦ୍ୱାରା ବିଭିନ୍ନ ଅନଗ୍ରସର ଏବଂ ପଛୁଆବର୍ଗକୁ ଚିହ୍ନଟ କରି ସେମାନଙ୍କୁ ସଠିକ ଅନୁପାତରେ ସଂରକ୍ଷଣ ବ୍ୟବସ୍ଥା ଦେବା ପାଇଁ ବିଭିନ୍ନ ରାଜ୍ୟରେ ରାଜନୈତିକ ସ୍ତରରେ ପ୍ରୟାସ ଆରମ୍ଭ ହୋଇଛି। ସର୍ବାଧିକ ଜନସଂଖ୍ୟାର ଶତକଡ଼ା ପଚାଶ ଭାଗ ପର୍ଯ୍ୟନ୍ତ ସଂରକ୍ଷଣ କରାଯାଇ ପାରିବ ବୋଲି ସୁପ୍ରିମକୋର୍ଟ ନିର୍ଦ୍ଦେଶ ଦେଇଥିଲେ ମଧ୍ୟ ତାହାକୁ ସଂଶୋଧନ କରି ସଂରକ୍ଷଣ ହାର ବୃଦ୍ଧି କରିବା ପାଇଁ ଦାବି ଉଠିଲାଣି। ପରିସ୍ଥିତି ଏପରି ହେଲାଣି ଯେ ସଂରକ୍ଷିତ ବର୍ଗରେ ଥିବା ଲୋକମାନେ ଧୀରେ ଧୀରେ ଅଣସଂରକ୍ଷିତ ବର୍ଗର ଲୋକଙ୍କଠାରୁ ଅର୍ଥନୈତିକ, ରାଜନୈତିକ ଓ ସାମାଜିକ ପ୍ରତିପତ୍ତି ଦୃଷ୍ଟିକୋଣରୁ ଉନ୍ନତ ବୋଲି ପ୍ରମାଣିତ କରିସାରିଲେଣି। ସେମାନେ ସଂରକ୍ଷଣ ପାଇଁ କେତେ ଯୋଗ୍ୟ ଏବଂ ହକ୍‌‌ଦାର ତାହାକୁ ନେଇ ମଧ୍ୟ ବିବାଦ ଉଠିଛି ଓ ବିତର୍କ ଆରମ୍ଭ ହୋଇଛି। ତେଣୁ ବର୍ତ୍ତମାନର ଆହ୍ୱାନ ହେଉଛି ଏଭଳି ଏକ ସୁଚିନ୍ତିତ ଓ ସୁଦୂରପ୍ରସାରୀ କାର୍ଯ୍ୟଖସଡ଼ା ପ୍ରସ୍ତୁତ ହେବା ଦରକାର, ଯାହାଦ୍ୱାରା ସମସ୍ତ ବର୍ଗର ଲୋକ କୌଣସି ମୌଳିକ ସୁବିଧା ସୁଯୋଗରୁ ନ୍ୟାୟପୂର୍ଣ୍ଣ ଭାବେ ବଞ୍ଚିତ ହେବେ ନାହିଁ।

ସୀତାକାନ୍ତ ତ୍ରିପାଠୀ
ଭଦ୍ରକ, ମୋ: ୯୭୭୮୭୬୪୩୯୪

19 Dec 2023 By The Sakala

https://www.thesakala.in/sakala-editorial/sakala-article-19-12-2023-2/article-28382
Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର