ଜାତୀୟ ସଂହତି ଓ ରାଷ୍ଟ୍ରୀୟ ଏକତା

The Sakala Picture
Published On

ସବୁରି ମୁହଁରେ ଗୋଟିଏ କଥା, ଏକତା ହିଁ ବଳ। ଏକାଠି ଥିଲେ ଯେତେ ବଡ଼ ବିପଦ ଆସିଲେ ମଧ୍ୟ ତାକୁ ଅତିକ୍ରମ କରିବା ସହଜ। ଶତ୍ରୁ ଯେତେ ବଳଶାଳୀ ହେଲେ ମଧ୍ୟ ହାର ମାନିବ। କିନ୍ତୁ ବାସ୍ତବରେ ଆମେ ବହୁଧା ବିଭାଜିତ। ସବୁଠି ବିଭାଜନର ବିଷ ମଞ୍ଜି ସମ୍ପର୍କ ଓ ସଂହତିକୁ ଧ୍ୱଂସ କରି ଚାଲିଛି। ସମସ୍ତଙ୍କ ମୁହଁରେ ଏକତାର ମନ୍ତ୍ର, କିନ୍ତୁ ବିଭାଜନର ତନ୍ତ୍ର ଆମକୁ କରୁଛି କବଳିତ। ପରିବାରଠାରୁ ଆରମ୍ଭ କରି ଦେଶଦୁନିଆ ସବୁଠି […]

ସବୁରି ମୁହଁରେ ଗୋଟିଏ କଥା, ଏକତା ହିଁ ବଳ। ଏକାଠି ଥିଲେ ଯେତେ ବଡ଼ ବିପଦ ଆସିଲେ ମଧ୍ୟ ତାକୁ ଅତିକ୍ରମ କରିବା ସହଜ। ଶତ୍ରୁ ଯେତେ ବଳଶାଳୀ ହେଲେ ମଧ୍ୟ ହାର ମାନିବ। କିନ୍ତୁ ବାସ୍ତବରେ ଆମେ ବହୁଧା ବିଭାଜିତ। ସବୁଠି ବିଭାଜନର ବିଷ ମଞ୍ଜି ସମ୍ପର୍କ ଓ ସଂହତିକୁ ଧ୍ୱଂସ କରି ଚାଲିଛି। ସମସ୍ତଙ୍କ ମୁହଁରେ ଏକତାର ମନ୍ତ୍ର, କିନ୍ତୁ ବିଭାଜନର ତନ୍ତ୍ର ଆମକୁ କରୁଛି କବଳିତ। ପରିବାରଠାରୁ ଆରମ୍ଭ କରି ଦେଶଦୁନିଆ ସବୁଠି ମଣିଷ ମଣିଷ ଭିତରେ ଘୃଣା, ଅସହିଷ୍ଣୁତା ଭରି ରହିଛି। କିଛି ଅନ୍ଧବିଶ୍ୱାସ ଆମକୁ ବିଭାଜିତ କରିଛି ତ କିଛି ଅପସଂସ୍କୃତି ଆମକୁ ପରସ୍ପରଠାରୁ ଦୂରେଇ ଦେଇଛି। କିଛି ବିଧିବିଧାନ ଆମ ଭିତରେ ପ୍ରାଚୀର ସୃଷ୍ଟି କରୁଛି ତ କିଛି ରକ୍ଷଣଶୀଳ ଭାବନା ଆମକୁ ଏକାଠି ହେବାରେ ଅନ୍ତରାୟ ସୃଷ୍ଟି କରୁଛି। ମନରେ ପ୍ରଶ୍ନ ଉଠେ ଯଦି ମଣିଷ ସର୍ବଶ୍ରେଷ୍ଠ ପ୍ରାଣୀ, ଯଦି ମଣିଷର ବୁଦ୍ଧି, ବିବେକ, ବିଚାରବୋଧ ଅଛି, ଯଦି ମଣିଷ ଜାଣିଛି ମୃତ୍ୟୁ ଚିରନ୍ତନ ସତ୍ୟ, ତେବେ ପରସ୍ପର ମଧ୍ୟରେ ଏତେ ଶତ୍ରୁତା କାହିଁକି? କାହିଁକି ଏତେ ବିଭାଜନ? କାହିଁକି ଏତେ ପାର୍ଥକ୍ୟ? ଏ ବିଭେଦ ଓ ବିଭାଜନ ପାଇଁ ଦାୟୀ କିଏ?

ଯେତେବେଳେ ମଣିଷ ବଣ ଜଙ୍ଗଲରେ ବାସ କରୁଥିଲା, ଫଳମୂଳ ସଂଗ୍ରହ କରି ଖାଉଥିଲା, ପଶୁପକ୍ଷୀର ମାଂସ ଖାଇ କ୍ଷୁଧା ନିବାରଣ କରୁଥିଲା ସେତେବେଳେ ତା’ ଭିତରେ ତ ଏମିତି ବିଭାଜନ ନଥିଲା! ନିଆଁର ବ୍ୟବହାର, କୃଷି କାର୍ଯ୍ୟ, ପଶୁପାଳନ ଇତ୍ୟାଦି ଯେତେବେଳେ ଶିଖିଲା ସେତେବେଳେ ମଧ୍ୟ ମଣିଷ ଭିତରେ ଏମିତି ବିଭେଦର ବିଷ ସଞ୍ଚାରିତ ହୋଇ ନ ଥିଲା। ଆବଶ୍ୟକତାଠାରୁ ମଣିଷ ଯେତେବେଳେ ଅଧିକ ଉତ୍ପାଦନ କଲା ତା’ ମୁଣ୍ଡକୁ ସମ୍ପଦ, ସମ୍ପତ୍ତି, ସଞ୍ଚୟ କଥା ଜୁଟିଲା। ମାଲିକାନା ଚାହିଁଲା। ଦଳ, ଦଳପତିର ଯୁଗ ଆସିଲା। ଆଞ୍ଚଳିକ ଭିତ୍ତିରେ ବିଭାଜନର ସୂତ୍ରପାତ ହେଲା। ନିଜ-ପର ଭାବନା ସୃଷ୍ଟି ହେଲା। ଭୂମି ଦଖଲକୁ ନେଇ ଗୋଟିଏ ଗୋଷ୍ଠୀ ସହ ଅନ୍ୟ ଗୋଷ୍ଠୀର ସଂଘର୍ଷ ହେଲା। ଯିଏ ଅଧିକ ଶକ୍ତିଶାଳୀ ହେଲା ସିଏ ଅଧିକ ଭୂମି ଦଖଲ କଲା। ବିଶେଷ କରି ନଦୀ କୂଳରେ ବଡ଼ ବଡ଼ ଜନବସତି ଗଢ଼ି ଉଠିଲା। କାରଣ ଉର୍ବର ମୃତ୍ତିକା ଚାଷୋପଯୋଗୀ ପାଇଁ ସର୍ବୋତ୍କୃଷ୍ଟ ହୋଇଥିବା ବେଳେ ନଦୀ ପଥ ଏକ ପ୍ରାକୃତିକ ସଡ଼କ ରୂପେ ବ୍ୟବହାର କରିବାର ସୁଯୋଗ ଥିଲା। ତା’ପରେ ଗୋଟିଏ ଗୋଟିଏ ନିର୍ଦ୍ଦିଷ୍ଟ ଭୂଖଣ୍ଡରେ ବାସକରୁଥିବା ଲୋକମାନେ ତା’ର ନାମକରଣ କଲେ। ଦେଶର ନାମ ଅନୁସାରେ ସେଠାରେ ବସବାସ କରୁଥିବା ଲୋକ ଏକ ଭିନ୍ନ ପରିଚୟ ପାଇଲେ। ମଣିଷ ମଣିଷ ଭିତରେ ଗଢ଼ି ଉଠିଲା ପାଚେରି। ଆରମ୍ଭ ହୋଇଗଲା ସୀମା ବିବାଦ। ଭୌଗୋଳିକ ବିଭାଜନ ସେଇଠି ଥମିଗଲା ନାହିଁ। ତା’ପରେ ଓଡ଼ିଆ, ବଙ୍ଗାଳୀ, ପଞ୍ଜବୀ, ବିହାରୀ…ଇତ୍ୟାଦି। ଯଦିଓ ପ୍ରଶାସନିକ ସୁବିଧା ନିମନ୍ତେ ଦେଶକୁ କେତେକ ରାଜ୍ୟ, ରାଜ୍ୟକୁ କେତେକ ଜିଲ୍ଲା, ବ୍ଲକ, ପଞ୍ଚାୟତ ଆଦିରେ ବିଭକ୍ତ କରାଯାଇଛି, ମାତ୍ର ଉଗ୍ର ଜାତୀୟତା ତଥା ସଂକୀର୍ଣ୍ଣ ଆଞ୍ଚଳିକବାଦର ଆବେଗ ଆମକୁ ପରସ୍ପର ମଧ୍ୟରେ ଲଢ଼େଇ କରିବାକୁ ଉସୁକାଉଛି। ଆମ ଭିତରେ ଛୋଟ ବଡ଼ ବିବାଦ ଲାଗି ରହିଛି।

ସବୁଠାରୁ ଉଦବେଗଜନକ ହୋଇଛି ଧର୍ମକୁ ନେଇ ସୃଷ୍ଟି ହୋଇଚାଲିଥିବା ବିଭାଜନ। ଯେତେ ଧର୍ମ ସେତେ ମତ, ସେତେ ପଥ। ପଥ ଅଲଗା ହେଲେ ମଧ୍ୟ ସବୁ ପଥର ଅନ୍ତିମ ସ୍ଥଳ ଏକ। ସବୁ ମତରେ ସମାନ କଥା ଏ ବିଶ୍ୱ ବ୍ରହ୍ମାଣ୍ଡର ସୃଷ୍ଟି ଏକ ଅଲୌକିକ ଶକ୍ତି ଦ୍ୱାରା ଘଟିଛି। ସବୁ ଧର୍ମ ସେହି ଶକ୍ତିର ଭିଆଣ ବୋଲି କୁହାଗଲା। ସୁଖ ଶାନ୍ତିରେ ଜୀବନ ବିତାଇବା ଏବଂ ମୋକ୍ଷ ଲାଭ ପାଇଁ ଧର୍ମ ଏକ ମାଧ୍ୟମ ବୋଲି ଲୋକେ ବିଶ୍ୱାସ କରିବାକୁ ଲାଗିଲେ। କିନ୍ତୁ ବାସ୍ତବତା ହେଉଛି ପ୍ରତ୍ୟେକ ଧର୍ମର ପ୍ରବର୍ତ୍ତକ କେହି ନା କେହି ଜଣେ ମଣିଷ। ସେ ଯାହା କହିଲେ ତାହା ହେଲା ବାଣୀ। ସେହି ବାଣୀକୁ ଯେଉଁମାନେ ଗ୍ରହଣ କଲେ ସେମାନେ ହେଲେ ଭକ୍ତ। ଏହି ଭକ୍ତମାନେ ନିଜ ଧର୍ମର ପ୍ରଚାର ପ୍ରସାରରେ ଲାଗି ପଡ଼ିଲେ। ଦୀକ୍ଷିତ କରାଇଲେ। ଆରମ୍ଭ ହେଲା ପ୍ରତିଯୋଗିତା। ଧର୍ମାନ୍ତରୀକରଣ କରିବାରେ ଲାଗି ପଡ଼ିଲେ କିଛି ଅନୁଗାମୀ। ପ୍ରଚାର ଭିତରେ ଚାଲିଲା ଅପପ୍ରଚାର। ଏଥିରୁ ଜନ୍ମ ନେଲା ଘୃଣା, ବିଦ୍ୱେଷ, ଅସହିଷ୍ଣୁତା। ବ୍ୟକ୍ତିଠାରୁ ଗୋଷ୍ଠୀ ଭିତରକୁ ଏହା ସଂକ୍ରମିତ ହେଲା। ସଂକ୍ରମଣ ବ୍ୟାପିଲା ସମ୍ପ୍ରଦାୟ ଭିତରେ। ତା’ପରେ ସାମ୍ପ୍ରଦାୟିକ ଦଙ୍ଗାର ରୂପ ନେଲା। ଇତିହାସ କହେ ଦୂରଦୃଷ୍ଟିର ଅଭାବ ହେତୁ କିଛି କିଛି ରାଷ୍ଟ୍ର ଏଥିରେ ଜଡ଼ିତ ହୋଇଗଲେ। ତା’ ପରେ ଯୁଦ୍ଧ। ଏପରିକି ଧର୍ମ ହିଁ ବିଶ୍ୱଯୁଦ୍ଧର କାରଣ ହେଲା। ଲକ୍ଷ ଲକ୍ଷ ନିରୀହ, ନିରପରାଧ ନରନାରୀ ହତ୍ୟା, ଧର୍ଷଣ, ଲୁଟତରାଜର ଶିକାର ହେଲେ। ଏହାସତ୍ତ୍ବେ ଏବେବି ଆମ ଭିତରେ ଶିଖ୍‌‌, ହିନ୍ଦୁ, ଇହୁଦୀ, ମୁସଲମାନ, ଖ୍ରୀଷ୍ଟିଆନ ନାମିତ ବିଭାଜନର ଧର୍ମ ପ୍ରାଚୀର ଛିଡ଼ା ହୋଇଛି। ଆମେ ଇତିହାସରୁ ବୋଧହୁଏ କିଛି ଶିକ୍ଷା ଲାଭ କରିପାରିଲୁ ନାହିଁ। ଆମେ ବୁଝିବାକୁ ନାରାଜ ଯେ ଖାଦ୍ୟ ଓ ପୋଷାକ ଯେମିତି ମଣିଷର ନିଜସ୍ୱ ରୁଚି, ଧର୍ମ ସେମିତି ମଣିଷର ବ୍ୟକ୍ତିଗତ ବିଶ୍ୱାସର ରୂପରେଖ। କିଏ କେଉଁ ଧର୍ମ ଗ୍ରହଣ କରିବ, କିଏ କେଉଁ ଧର୍ମକୁ ଭଲ ପାଇବ ଏହା ତା’ର ସମ୍ପୂର୍ଣ୍ଣ ନିଜର ସ୍ୱାଧୀନତା ହୋଇଥିଲା ବେଳେ ତା’କୁ ନେଇ ବାଦବିବାଦ ଅତ୍ୟନ୍ତ ବେଦନାଦାୟକ। ଏହି କୁତ୍ସିତ ବିଭାଜନ ପ୍ରକ୍ରିୟାରୁ ଈଶ୍ୱର ମଧ୍ୟ ବାଦ୍‌‌ ପଡ଼ିନାହାନ୍ତି। ମନ ଖୋଜି ହୁଏ ଈଶ୍ୱରଙ୍କ ସୃଷ୍ଟି ମଣିଷ ନା ମଣିଷଙ୍କ ସୃଷ୍ଟି ଈଶ୍ୱର? ଯଦି ଈଶ୍ୱରଙ୍କ ସୃଷ୍ଟି ମଣିଷ ତେବେ ଈଶ୍ୱରଙ୍କୁ ଭାଗ ଭାଗ କଲା କିଏ ?

କେବଳ ଏତିକିରେ ମଣିଷର ମନ ମାନିଲା ନାହିଁ ଯେ ଅସ୍ପୃଶ୍ୟତାର ଭିତ୍ତି ଉପରେ ଛିଡ଼ା ହେଲା ଆଉ ଏକ ବିଭାଜନ। ଉତ୍କଟ ବର୍ଣ୍ଣବୈଷମ୍ୟର ବ୍ୟାଧି ମଣିଷର ମାନବିକତାକୁ ପଙ୍ଗୁ କରିଦେଲା। ଯାହା ଜଣାଯାଏ ଏହି ଘୃଣ୍ୟ ଜାତିପ୍ରଥାର ଉତ୍ପତ୍ତି ଧର୍ମ ଓ କର୍ମକୁ ନେଇ। ଧର୍ମୀୟ ମତବାଦ ଅନୁସାରେ ବିଶ୍ୱ ବ୍ରହ୍ମାଣ୍ଡର ସୃଷ୍ଟିକର୍ତ୍ତା ବ୍ରହ୍ମାଙ୍କ ମୁଖଗହ୍ୱର ଦେଇ ଜାତ ମଣିଷ ହେଲେ କ୍ଷତ୍ରିୟ, ଚକ୍ଷୁ ଦେଇ ଆଗମନ ମଣିଷ ହେଲେ ବ୍ରାହ୍ମଣ, ଜାନୁରୁ ଜାତ ମଣିଷ ହେଲେ ବୈଶ୍ୟ, ପାଦରୁ ପଦାର୍ପଣ କରିଥିବା ମଣିଷ ହେଲେ ଶୁଦ୍ର। କିନ୍ତୁ ଐତିହାସିକଙ୍କ ମତରେ କର୍ମ ଆଧାରରେ ମାନବ ସମାଜକୁ ଚାରି ଭାଗରେ ବିଭକ୍ତ କରାଯାଇଛି। ଯେଉଁମାନେ ପୂଜାର୍ଚ୍ଚନା କଲେ ସେମାନଙ୍କୁ ବ୍ରାହ୍ମଣ କୁହାଯାଉଥିବା ବେଳେ ଯେଉଁମାନେ ଯୁଦ୍ଧରେ ଅଂଶଗ୍ରହଣ କଲେ ସେମାନେ ହେଲେ କ୍ଷତ୍ରିୟ। କୃଷିକାର୍ଯ୍ୟ କରୁଥିବା ଲୋକମାନଙ୍କୁ ବୈଶ୍ୟ ଏବଂ ସେବା କାର୍ଯ୍ୟରେ ଯେଉଁମାନେ ନିୟୋଜିତ ହେଲେ ସେମାନଙ୍କୁ ଶୁଦ୍ର ବୋଲି କୁହାଗଲା। ପରବର୍ତ୍ତୀ ସମୟରେ ଏହି ବିଭାଜନ ଆହୁରି ତୀବ୍ରତର ହେଲା। ଆଜି ସମାଜରେ ପଚିଶ ହଜାରରୁ ଊର୍ଦ୍ଧ୍ବ ଜାତି ଅଛି ବୋଲି କୁହାଯାଉଛି। ଜାତି-ଜାତି ଭିତରେ ସମ୍ପର୍କ ଅତି ତିକ୍ତ। ଛୁଆଁ-ଅଛୁଆଁର ଭେଦଭାବ ଭରପୂର। ପ୍ରଥା ଓ ପରମ୍ପରାକୁ ନେଇ ବିବାଦ, ମନ୍ଦିର ପ୍ରବେଶକୁ ନେଇ ପୋଡ଼ାଜଳା, ମାରପିଟ୍‌‌, ହାଣକାଟ ଭଳି ଅଘଟଣ ଅନବରତ ଘଟିଚାଲିଛି। ଏଳଭି ପରିସ୍ଥିତିରେ ଐକ୍ୟ, ସଂହତି ଯେ ପ୍ରତି ମୁହୂର୍ତ୍ତରେ ବାଧାପ୍ରାପ୍ତ ହେଉଥିବ ଏଥିରେ ସନ୍ଦେହ ନାହିଁ।

ଏଥିରୁ ଏହା ହିଁ ସ୍ପଷ୍ଟ, ସବୁ ବିଭେଦ, ବିଭାଜନ ଓ ବୈଷମ୍ୟର ସୃଷ୍ଟିକର୍ତ୍ତା ଏହି ମଣିଷ। ଯେଉଁ ସବୁ ପ୍ରଥା, ପରମ୍ପରା, ପ୍ରକ୍ରିୟା ମଣିଷ ମଣିଷ ଭିତରେ ଦୂରତା ବୃଦ୍ଧି କରୁଛି। ମଣିଷ ଚାହିଁଲେ ସେ ସବୁ ପ୍ରାଚୀର ଅଚିରେ ଧୂଳିସାତ କରିଦେଇ ପାରିବ। ଏଥିପାଇଁ ଲୋଡ଼ା ମାନବୀୟ ଗୁଣ, ମାନବିକ ମୂଲ୍ୟବୋଧ, ପ୍ରଗତିଶୀଳ ମନ, ଉନ୍ନତ ଚିନ୍ତା ଓ ଚେତନା। ‘ବସୁଧୈବ କୁଟୁମ୍ବକମ୍‌‌’ ଭଳି ମହାତତ୍ତ୍ୱକୁ ଯଦି ମଣିଷମାନେ ବାସ୍ତବରେ ଗ୍ରହଣ କରିନିଅନ୍ତି ତେବେ ଯିଏ ଯେଉଁ ଅଞ୍ଚଳର ହେଉ ଅବା ଦେଶ, ରାଜ୍ୟର ହେଉ, ଯାହାର ଯେଉଁ ଧର୍ମ ବା ଜାତି ହେଉନା କାହିଁକି ତା’ ଭିତରେ ବନ୍ଧୁତା ଭାବ ଜାଗ୍ରତ ହେବ, ଭଲପାଇବା ସୃଷ୍ଟି ହେବ, ବିଦ୍ୱେଷ ଦୂରେଇ ଯାଇ ଆପଣାପଣ ଜାତ ହେବ। ବୈଷମ୍ୟ ହଟିବ, ଐକ୍ୟ ପ୍ରତିଷ୍ଠିତ ହେବ। ଏ ମଣିଷ ମଣିଷର ହେବ। ସମାଜ ସମୃଦ୍ଧ ହେବ।

ଅକ୍ଷୟ କୁମାର ମିଶ୍ର
କଟକ, ମୋ: ୯୯୩୮୭୬୩୨୩୭

15 Dec 2023 By The Sakala

https://www.thesakala.in/sakala-editorial/sakala-article-15-12-2023-2/article-28247
Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର