ଓଡ଼ିଶାରେ ଗାନ୍ଧିଜୀଙ୍କ ଅସ୍ପୃଶ୍ୟତା ବିରୋଧୀ ଅଭିଯାନ
‘ଭଗବାନ ଯଦି କାହାକୁ ଅସ୍ପୃଶ୍ୟ ଭାବେ ସୃଷ୍ଟି କରିଥା’ନ୍ତେ ତେବେ ତା’ ଦେହରେ ନିଶ୍ଚିତ ଭାବେ ଗୋଟେ କିଛି ବିଶେଷ ଚିହ୍ନ ରଖିଥା’ନ୍ତେ ଚିହ୍ନିବା ପାଇଁ। ଗୋରୁ, ଗାଈ, ମେଣ୍ଢା, ମଇଁଷିଙ୍କ ଭଳି ଜୀବମାନଙ୍କର କିଛି ସ୍ୱତନ୍ତ୍ର ଚିହ୍ନ ଅଛି ବୋଲି ଆମେ ସେମାନଙ୍କୁ ଚିହ୍ନି ପାରୁଛୁ। ଯେଉଁମାନଙ୍କୁ ଅସ୍ପୃଶ୍ୟ ବୋଲି କୁହାଯାଉଛି ସେମାନଙ୍କର କ’ଣ ସେମିତି କିଛି ସ୍ୱତନ୍ତ୍ର ଚିହ୍ନ ଅଛି ? ଅସ୍ପୃଶ୍ୟତା ହେଉଛି ମଣିଷ ତିଆରି ଏକ ମାନସିକ ଦୁଷ୍କୃତି। ଗୋଟିଏ ମା’ର […]
‘ଭଗବାନ ଯଦି କାହାକୁ ଅସ୍ପୃଶ୍ୟ ଭାବେ ସୃଷ୍ଟି କରିଥା’ନ୍ତେ ତେବେ ତା’ ଦେହରେ ନିଶ୍ଚିତ ଭାବେ ଗୋଟେ କିଛି ବିଶେଷ ଚିହ୍ନ ରଖିଥା’ନ୍ତେ ଚିହ୍ନିବା ପାଇଁ। ଗୋରୁ, ଗାଈ, ମେଣ୍ଢା, ମଇଁଷିଙ୍କ ଭଳି ଜୀବମାନଙ୍କର କିଛି ସ୍ୱତନ୍ତ୍ର ଚିହ୍ନ ଅଛି ବୋଲି ଆମେ ସେମାନଙ୍କୁ ଚିହ୍ନି ପାରୁଛୁ। ଯେଉଁମାନଙ୍କୁ ଅସ୍ପୃଶ୍ୟ ବୋଲି କୁହାଯାଉଛି ସେମାନଙ୍କର କ’ଣ ସେମିତି କିଛି ସ୍ୱତନ୍ତ୍ର ଚିହ୍ନ ଅଛି ? ଅସ୍ପୃଶ୍ୟତା ହେଉଛି ମଣିଷ ତିଆରି ଏକ ମାନସିକ ଦୁଷ୍କୃତି। ଗୋଟିଏ ମା’ର ଯେତେ ସନ୍ତାନ ଥାଆନ୍ତି ସେ ସମସ୍ତଙ୍କ ବିଚାର ବୁଦ୍ଧି ଏକ ପ୍ରକାରର ହୋଇନପାରେ। ଏହି ପିଲାଙ୍କ ଭିତରେ ମୂର୍ଖ ଥାଆନ୍ତି, ପଣ୍ଡିତ ବି ଥାଆନ୍ତି। କାହାର ଭଲ ଗୁଣ ତ କାହାର ଖରାପ ଗୁଣ। ପିତା-ମାତା କେବେ ନିଜ ପିଲାଙ୍କ ଭିତରେ ଭେଦଭାବ କରନ୍ତି ନାହିଁ, ବରଂ ଅଳ୍ପ ବୁଦ୍ଧିଆ ପିଲାଟିର ଅଧିକ ଯତ୍ନ ନେଇଥା’ନ୍ତି। ଆମେ ସମସ୍ତେ ଈଶ୍ୱରଙ୍କ ସନ୍ତାନ, ତେଣୁ ପରମପିତା ପରମାତ୍ମା ତାଙ୍କର ଦୁର୍ବଳ ଓ ପଛୁଆ ପିଲା ପାଇଁ ଅଧିକ ଯତ୍ନ ନେବା ସ୍ୱାଭାବିକ। ହରିଜନମାନେ ଶ୍ରୀହରିଙ୍କର ପ୍ରିୟ। ଯଦି ସବୁ ସବର୍ଣ୍ଣ ସ୍ୱଇଚ୍ଛାରେ ହରିଙ୍କର ଜନ ହୋଇପାରନ୍ତେ ତେବେ କେତେ ବଡ଼ କଥା ହୁଅନ୍ତା।’ ଉତ୍କଳରେ ପଦଯାତ୍ରା ସମୟରେ ପୁରୀ ଜିଲ୍ଲାର ଦାଣ୍ଡମୁକୁନ୍ଦପୁରରେ ଏ ବକ୍ତବ୍ୟ ଥିଲା ମହାମାନବ ମହାତ୍ମା ଗାନ୍ଧୀଙ୍କର, ୧୯୩୪ ମେ’ ୧୧ ତାରିଖରେ।
ଗାନ୍ଧିଜୀ କହୁଥିଲେ ଅସ୍ପୃଶ୍ୟତା ସନାତନ ଧର୍ମର ବଡ଼ କଳଙ୍କ। ଏହି କଳଙ୍କ ନ ଛଡ଼ାଇଲେ ତାହା ଧର୍ମକୁ ନଷ୍ଟଭ୍ରଷ୍ଟ କରିଦେବ। ଏଥିପାଇଁ ସେ ତାଙ୍କ ରଚନାତ୍ମକ କାର୍ଯ୍ୟକ୍ରମରେ ଅସ୍ପୃଶ୍ୟତା ନିବାରଣକୁ ଗୁରୁତ୍ୱ ଦେଉଥିଲେ। ସାବରବତୀ ଆଶ୍ରମରେ ଗୋଟିଏ ଅସ୍ପୃଶ୍ୟ ପରିବାରକୁ ରଖାଯିବାର ଘୋର ବିରୋଧ ହେଲେ ମଧ୍ୟ ଗାନ୍ଧୀ ତାଙ୍କ ଆଦର୍ଶରୁ ବିଚ୍ୟୁତ ହୋଇନଥିଲେ। ଏହି ପ୍ରସଙ୍ଗରେ ସେ ୱାର୍ଦ୍ଧା ଜେଲ୍ରେ ଆମରଣ ଅନଶନ ମଧ୍ୟ କରିଥିଲେ। ସାବରମତୀ ଆଶ୍ରମକୁ ପରବର୍ତ୍ତୀ ସମୟରେ ଗାନ୍ଧିଜୀ ହରିଜନ ସେବକ ସଙ୍ଘକୁ ଦାନ କରିଦେଇଥିଲେ ଓ ବିଭିନ୍ନ ଭାଷାରେ ‘ହରିଜନ’ ପତ୍ରିକା ପ୍ରକାଶ କରିଥିଲେ। ସବର୍ଣ୍ଣ-ଅସବର୍ଣ୍ଣ ବିବାହକୁ ପ୍ରୋତ୍ସାହନ ଦେବା ସହ ଏଭଳି ଦମ୍ପତିଙ୍କୁ ସେ ଆଶୀର୍ବାଦ ଦେଉଥିଲେ। ୧୯୩୪ରେ ତାଙ୍କ ଓଡ଼ିଶା ଗସ୍ତବେଳେ କିଛି ସନାତନୀ କାଶୀରୁ ଆସି ବିରୋଧ ପ୍ରଦର୍ଶନ କରିଥିଲେ। ସେମାନଙ୍କ ଅଭିଯୋଗ ଥିଲା ଯେ ଗାନ୍ଧିଜୀ ଅସ୍ପୃଶ୍ୟମାନଙ୍କୁ ମନ୍ଦିରରେ ପ୍ରବେଶ କରାଇ ହିନ୍ଦୁ ଧର୍ମର ସର୍ବନାଶ କରିଦେବେ। ଏହାର ଉତ୍ତରରେ ଗାନ୍ଧିଜୀ କହିଥିଲେ ଯେ ଯେଉଁ ମନ୍ଦିରକୁ ଅସ୍ପୃଶ୍ୟମାନଙ୍କୁ ପ୍ରବେଶ କରିବାକୁ ଦିଆଯାଉନାହିଁ ସେ ସେଭଳି ମନ୍ଦିରକୁ ନିଜେ ଯିବେନାହିଁ। ଏଭଳି ବାତାବରଣରେ ୧୯୩୪ ମେ’ ୮ ତାରିଖରେ ପୁରୀ ଶ୍ରୀମନ୍ଦିର ସମ୍ମୁଖରେ ଉତ୍କଳମଣି ପଣ୍ଡିତ ଗୋପବନ୍ଧୁ ଦାସଙ୍କ ପ୍ରତିମୂର୍ତ୍ତି ଉନ୍ମୋଚନ କରିବା ଦିନ ବିନା ପୂର୍ବପ୍ରସ୍ତୁତିରେ ପ୍ରଚଣ୍ଡ ଖରାଦିନେ ଶ୍ରୀକ୍ଷେତ୍ର ପୁରୀରୁ ଅସ୍ପୃଶ୍ୟତା ନିବାରଣ ପଦଯାତ୍ରା ଆରମ୍ଭ କରିବାକୁ ଘୋଷଣା କଲେ। ଗାନ୍ଧିଜୀ କହିଥିଲେ ଯେ ଜାତି, ଧର୍ମ, ବର୍ଣ୍ଣ ନିର୍ବିଶେଷରେ ଶ୍ରୀଜଗନ୍ନାଥ ସମସ୍ତଙ୍କର ଠାକୁର ଏବଂ ଏହି ପବିତ୍ର କ୍ଷେତ୍ରରୁ ସେ ତାଙ୍କର ଧର୍ମଯାତ୍ରା ଆରମ୍ଭ କରୁଛନ୍ତି। ସେତେବେଳକୁ ତାଙ୍କୁ ୬୫ବର୍ଷ ବୟସ ହୋଇଥିଲେ ମଧ୍ୟ ସେ କହିଥିଲେ ଯେ ଶ୍ରୀଜଗନ୍ନାଥ ତାଙ୍କ ଶରୀରର ସୁରକ୍ଷା କରିବେ।
ଏହି ପଦଯାତ୍ରା ମଇ ୯’ ତାରିଖରେ ସକାଳ ସାଢ଼େ ୫ଟାରେ ପୁରୀରୁ ଆରମ୍ଭ ହୋଇ ଗୋପୀନାଥପୁର ଦେଇ ବୀରହରେକୃଷ୍ଣପୁରଠାରେ ପହଞ୍ଚିଥିଲା ସକାଳ ସାଢ଼େ ୭ଟାରେ। ସେଦିନ ରାତିରେ ସେ ରହିଲେ ଚନ୍ଦନପୁରରେ। ପଦଯାତ୍ରାବେଳେ ଗାଁ ଗହଳର ହଜାର ହଜାର ଲୋକ ହରିବୋଲ ଓ ହୁଳହୁଳି ଧ୍ୱନୀରେ ସ୍ୱାଗତ କରିବା ଦେଖି ସେ ଅଭିଭୂତ ହୋଇପଡୁଥିଲେ।
ହରେକୃଷ୍ଣପୁରରେ ଗାନ୍ଧୀ କହିଥିଲେ ଯେ, ଯେଉଁମାନେ ବ୍ରହ୍ମକୁ ଚିହ୍ନିଛନ୍ତି ସେମାନେ ହିଁ କେବଳ ବ୍ରାହ୍ମଣ। ଅନ୍ୟମାନଙ୍କୁ ବ୍ରାହ୍ମଣ କହିବା ଠିକ୍ ନୁହେଁ। ବର୍ଷ ବର୍ଷ ଧରି ଆମ ଭିତରୁ କିଛି ଦୁର୍ବଳବର୍ଗର ଲୋକଙ୍କୁ ଆମେ ଅସ୍ପୃଶ୍ୟ କହି ଦୂରେଇ ଦେଇଛୁ। ଏମାନେ ହିନ୍ଦୁ ଧର୍ମର ଅବିଚ୍ଛେଦ୍ୟ ଅଙ୍ଗ। ଅସ୍ପୃଶ୍ୟତାର ବିନାଶ କରି ପୁଣି ଆମେ ଆମର ଦୋଷ ସ୍ୱୀକାର ପୂର୍ବକ ଏହି ବଞ୍ଚିତ ଭାଇ-ଭଉଣୀମାନଙ୍କୁ ନିଜର କରିନେବା ଆବଶ୍ୟକ।
ଚନ୍ଦନପୁରରେ ଗାନ୍ଧୀ କହିଥିଲେ ଯେ, ‘ସନାତନ ଧର୍ମର ମୁଣ୍ଡ ଉପରେ ଅସ୍ପୃଶ୍ୟତା ରୂପକ ତରବାରୀ ଝୁଲୁଛି। ଆମେ ସମସ୍ତେ ଭଗବାନଙ୍କ ଦର୍ଶନ ପାଇଁ ବ୍ୟାକୁଳ। ଏଠି କେହି ବଡ଼ ନୁହନ୍ତି କି କେହି ସାନ ନୁହନ୍ତି। ଆମେ ସମସ୍ତେ ଅସ୍ପୃଶ୍ୟତା ନିବାରଣ ପାଇଁ କିଭଳି କାମ କରୁଛୁ ତାହାର ପରୀକ୍ଷା ଭଗବାନ ନେଉଛନ୍ତି।’
ବଡ଼ିଭୋରରୁ ପଦଯାତ୍ରାରେ ବାହାରି ମଇ ୧୦ ତାରିଖ ସକାଳେ ଗାନ୍ଧିଜୀ ପହଞ୍ଚି ଗଲେ ବୀରଗୋବିନ୍ଦପୁରରେ। ଏହି ଶାସନରେ ପୂଜା ପାଆନ୍ତି ମା’ ଦକ୍ଷିଣକାଳୀ। ଗାନ୍ଧୀଙ୍କ ସହ ବ୍ରିଟିଶ ନୌସେନା ମୁଖ୍ୟଙ୍କ ଝିଅ ମିସ୍ ମେଡ୍ଲିନ୍ ସ୍ଲେଡ (ମୀରାବେନ୍), ଯମୁନାଲାଲ୍ ବଜାଜଙ୍କ ଝିଅ ଉମା, ଜୟପ୍ରକାଶ ନାରାୟଣଙ୍କ ପତ୍ନୀ ପ୍ରଭାବତୀ, ଜର୍ମାନ ସାମ୍ବାଦିକ ବୁଟ୍ଟୋ, ମା’ ରମାଦେବୀ, ଗୋପବନ୍ଧୁ ଚୌଧୁରୀ, ପଣ୍ଡିତ ନୀଳକଣ୍ଠ ଦାସ, ହରେକୃଷ୍ଣ ମହତାବ, ସମାଜର ସାମ୍ବାଦିକ ବିନୋଦ କାନୁନ୍ଗୋଙ୍କ ସମେତ ଶହ ଶହ ଗାନ୍ଧୀ ପ୍ରେମୀ ପଦଯାତ୍ରାରେ ଆସିଥା’ନ୍ତି। ଗାନ୍ଧିଜୀ ଓ ତାଙ୍କ ସହଯାତ୍ରୀମାନଙ୍କୁ ସମ୍ବର୍ଦ୍ଧନା ଜଣାଇବା ପାଇଁ ଏହି ଗାଁର ନାରୀ ଓ ପୁରୁଷମାନେ ଶୃଙ୍ଖଳିତ ଭାବେ ଅପେକ୍ଷା କରିଥା’ନ୍ତି। ସେଠି ଆୟୋଜିତ ସଭାରେ ଗାନ୍ଧୀଜୀ କହିଥିଲେ ଯେ ପବିତ୍ର ପୁୁରୀ ଧାମରୁ ସେ ପୁଣ୍ୟ ହରିଜନ ଯାତ୍ରା ଆରମ୍ଭ କରିଛନ୍ତି। ଏଥିରେ ସମାଜର ସବୁବର୍ଗ ବିଶେଷ କରି ବ୍ରାହ୍ମଣମାନଙ୍କର ଗୁରୁତ୍ୱପୂର୍ଣ୍ଣ ଯୋଗଦାନ ରହିବା କଥା। ଅସ୍ପୃଶ୍ୟମାନେ ବି ମା’ କାଳୀଙ୍କର ସନ୍ତାନ। ସେମାନଙ୍କୁ ହୀନ ଦୃଷ୍ଟିରେ ଦେଖିବା ଅର୍ଥ ମା’ଙ୍କୁ ଅବମାନନା କରିବା। ଗାନ୍ଧୀଜୀଙ୍କ ହିନ୍ଦୀ ଭାଷଣର ଓଡିଆ ଅନୁବାଦ କରି ଲୋକଙ୍କୁ ବୁଝାଉଥିଲେ ପଣ୍ଡିତ ନୀଳକଣ୍ଠ। ସେଠାରୁ ଗାନ୍ଧୀଜୀ ଆସିଥିଲେ ସାକ୍ଷୀଗୋପାଳ ଓ ଉତ୍କଳମଣିଙ୍କ ହାତଗଢା କାଦୁଆ ଆଶ୍ରମକୁ। ସେଦିନ ତାଙ୍କର ରହଣି ହୋଇଥିଲା ଆଉ ଏକ ବଡ଼ ବ୍ରାହ୍ମଣଶାସନ ବୀରପୁରୁଷୋତ୍ତମପୁରରେ।
ସବୁ ସ୍ଥାନରେ ହରିଜନ ସେବକ ସଙ୍ଘ ପାଇଁ ପାଣ୍ଠି ସଂଗ୍ରହ କରି ଲୋକେ ଚାନ୍ଦା ଦେଉଥାନ୍ତି। ଏମିତିକି କେତେକ ସ୍ଥଳରେ ମହିଳାମାନେ ନିଜର ଅଳଙ୍କାର ବି ଦାନ କରୁଥାନ୍ତି। ବୀରପୁରୁଷୋତ୍ତମପୁରରେ ବି ପାଣ୍ଠି ସଂଗ୍ରହ ହେଲା। ସେଠାରେ ଯୁବକମାନେ ତାଳପତ୍ରରେ ଅଭିନନ୍ଦନ ଲେଖି ଗାନ୍ଧୀଙ୍କୁ ଭେଟି ଦେଇଥିଲେ। ଏଠି ଗାନ୍ଧୀଜୀ କହିଥିଲେ, ‘ବ୍ରାହ୍ମଣମାନଙ୍କ କାମ ହେଲା ବ୍ରହ୍ମଜ୍ଞାନ ଦେବା। ଜ୍ଞାନ, କର୍ମ ଓ ଧର୍ମଦ୍ୱାରା ସେମାନେ ପ୍ରଚାର କରନ୍ତି। ଏମାନେ ହେଉଛନ୍ତି ଶାସ୍ତ୍ରାନୁଯାୟୀ ନମ୍ରତା ଓ ଶିଷ୍ଟାଚାରର ପ୍ରତୀକ। ଏମାନଙ୍କ ଦୃଷ୍ଟିରେ ବ୍ରାହ୍ମଣ ଓ ମେହେନ୍ତର ସମସ୍ତେ ସମାନ। ଆମର ବୈଦିକ ଶାସ୍ତ୍ରରେ ଅଛି ଯେ ଅପରିଷ୍କାର, ଅଶୌଚ, ମଦ୍ୟପ ଓ ଗୋ-ମାଂସ ଭକ୍ଷଣକାରୀ ଆଦିଙ୍କୁ ମନ୍ଦିର ପ୍ରବେଶ ମନା। ଅସ୍ପୃଶ୍ୟମାନଙ୍କୁ ମନ୍ଦିର ପ୍ରବେଶ ପାଇଁ କେଉଁଠି ମନା ନାହିଁ। ଅସ୍ପୃଶ୍ୟତା ହେଉଛି ଆମ ସମାଜ ବ୍ୟବସ୍ଥାର ଏକ ବିକୃତ ସୃଷ୍ଟି। ଯେଉଁମାନେ ଅଶୁଦ୍ଧ ଥାଆନ୍ତି ସେମାନଙ୍କୁ ଶୁଦ୍ଧି ହେବାପାଇଁ ପଡେ। ତେଣୁ ବ୍ରହ୍ମଜ୍ଞାନୀମାନେ ମଧ୍ୟ କୁହନ୍ତି ‘ପାପୋହଂ, ପାପକର୍ମାହଂ’ ଅର୍ଥାତ୍ ମୁଁ ପାପୀ, ପାପ କରିଛି। ଏ ସୃଷ୍ଟିରେ ଭଗବାନ ହିଁ କେବଳ ନିଷ୍ପାପ। ଏ ପରିପ୍ରେକ୍ଷୀରେ ଅସ୍ପୃଶ୍ୟମାନଙ୍କୁ ମନ୍ଦିର ପ୍ରବେଶ କରାଇବା ପାଇଁ ଯଦି ବ୍ରାହ୍ମଣ ଭୟ କରନ୍ତି, ତେବେ ସେମାନେ “ବୀର” ବୋଲାଇବେ କିପରି ବୋଲି ବୀରପୁରୁଷୋତ୍ତମପୁର ବ୍ରାହ୍ମଣ ଶାସନରେ ଗାନ୍ଧୀଜୀ ପ୍ରଶ୍ନ କରିଥିଲେ।
ସେଠାରୁ ପଦଯାତ୍ରାରେ ଆସି ମେ’ ୧୧ ତାରିଖରେ ଗାନ୍ଧୀଜୀ ପହଞ୍ଚିଥିଲେ ଇତିହାସ ପ୍ରସିଦ୍ଧ ଗାଁ ଦାଣ୍ଡମୁକୁନ୍ଦପୁରରେ। ଏହି ଗାଁଟିକୁ ରାଜା ମୁକୁନ୍ଦଦେବ ବସାଇଥିବା କୁହାଯାଏ। ଏଠି ଗୋପାଳଜୀଙ୍କ ପୂଜାସ୍ଥଳୀ ରହିଛି। ଠାକୁରଙ୍କ ପାଇଁ ଗଜପତି ମୁକନ୍ଦଦେବ ଏକ ବିଶାଳ ମନ୍ଦିର ନିର୍ମାଣ କରିଥିଲେ ଯାହା ପରବର୍ତ୍ତୀ ସମୟରେ ଆକ୍ରମଣକାରୀମାନେ ଭାଙ୍ଗି ଦେଇଥିଲେ। ଏହି ଗାଁର ଚନ୍ଦନପୋଖରୀର ଇତିହାସ ସହ ଜଡିତ ଭକ୍ତ ସାଲବେଗଙ୍କ ଜୀବନ କାହାଣୀ। ଦାଣ୍ଡମୁକୁନ୍ଦପୁରରେ ଶିକ୍ଷାର ପ୍ରସାର ପାଇଁ ନିଜେ ଉତ୍କଳମଣି ଗୋପବନ୍ଧୁ ଝୁଡିରେ ମାଟି ବୋହି ଯେଉଁ ବିଦ୍ୟାଳୟର ମୂଳଦୁଆ ପକାଇଥିଲେ ତାହା ଗୋପବନ୍ଧୁ ମେମୋରିଆଲ ହାଇସ୍କୁଲ ନାମରେ ଖ୍ୟାତ।
ଦାଣ୍ଡମୁକୁନ୍ଦପୁର ପର୍ଯ୍ୟନ୍ତ ପଦଯାତ୍ରାରେ ଗାନ୍ଧିଜୀ ଆସିଥିଲେ ଖାଲି ପାଦରେ। ତେବେ ଏଠି ସଭାସ୍ଥଳକୁ ଯିବାକୁ ବିଲ ପଡ଼ିବାରୁ ସେ ଚଟି ପିନ୍ଧିବାକୁ ବାଧ୍ୟ ହୋଇଥିଲେ। ବିଶିଷ୍ଟ ସମାଜ ସଂସ୍କାରକ ସତୀଶଚନ୍ଦ୍ର ଦାସଗୁପ୍ତ ଏହି ଗାଁରେ ଆସି ଗାନ୍ଧୀଙ୍କୁ ଭେଟିଥିଲେ। ଏଇଠି ନାରୀନେତ୍ରୀ ମାଳତୀ ଚୌଧୁରୀଙ୍କୁ ଗାନ୍ଧିଜୀ ‘ତୋଫାନୀ’ ନାମରେ ସମ୍ବୋଧନ କରିଥିଲେ। ଏଠାରେ ଉଲ୍ଲେଖନୀୟ ଯେ ପୂର୍ବରୁ ଓଡ଼ିଶାରେ ଗାନ୍ଧିଜୀଙ୍କର ୧୨ଦିନିଆ ଗସ୍ତକ୍ରମ ୧୯୩୪ ମେ’ ୫ରୁ ୧୬ ପର୍ଯ୍ୟନ୍ତ ଥିଲା। ତେବେ ତାଙ୍କ ପଦଯାତ୍ରା ଜୁନ୍ ୮ ତାରିଖ ପର୍ଯ୍ୟନ୍ତ ଦୁଇଟି ପର୍ଯ୍ୟାୟରେ ପୁରୀରୁ ଭଦ୍ରକ ପର୍ଯ୍ୟନ୍ତ ଚାଲିଥିଲା। ଏହି ଗସ୍ତ କାଳରେ ହିନ୍ଦୋଳ, ବାଲିଅନ୍ତା ଆଦି କେତେକ ସ୍ଥାନରେ ଲୋକେ ସର୍ବସମ୍ମତ ନିଷ୍ପତ୍ତି ନେଇ ଅସ୍ପୃଶ୍ୟମାନଙ୍କୁ ମନ୍ଦିର ପ୍ରବେଶ କରାଇଥିଲେ। ସେ ଗାଡ଼ି ମୋଟରରେ ବିଭିନ୍ନ ସ୍ଥାନ ଗସ୍ତ କରିଥା’ନ୍ତେ। କିନ୍ତୁ ଅପ୍ରତ୍ୟାଶିତ ଭାବେ ଅନିର୍ଦ୍ଦିଷ୍ଟ କାଳ ପର୍ଯ୍ୟନ୍ତ ପଦଯାତ୍ରା ଆରମ୍ଭ କରିଦେବାରୁ, ପୂର୍ବ ନିର୍ଦ୍ଧାରିତ ସଭା ସମିତିମାନ ବାତିଲ କରିବାକୁ ପଡ଼ିଥିଲା। ଏମିତି କି ଓଡ଼ିଶା ପରେ ତାଙ୍କର ନିର୍ଦ୍ଧାରିତ ବଙ୍ଗଳା ଗସ୍ତ ବି ବାତିଲ ହେଲା। ଏଥିରେ କେତେକ ଛାମୁଆଁ କର୍ମୀ ଅସନ୍ତୋଷ ବ୍ୟକ୍ତ କରିବାରେ ଗାନ୍ଧିଜୀ ସେମାନଙ୍କୁ ବୁଝାଇ କହିଥିଲେ ଯେ ଭଲ କାମ ପାଇଁ କୋଟିଏ ଟଙ୍କା ଖର୍ଚ୍ଚ ହେଲେ ମଧ୍ୟ ତାହାକୁ ଅପବ୍ୟୟ କୁହାଯିବ ନାହିଁ। ଲକ୍ଷ ଲକ୍ଷ ଟଙ୍କା ଖର୍ଚ୍ଚ କରି ପାଣି ଜାହାଜଟିଏ ତିଆରି କରାଯାଏ। ଯଦି ସେଇଟି ଖରାପ ଥାଏ ତେବେ ସେଥିରେ କ’ଣ ଯାତ୍ରୀଙ୍କୁ ବସାଇ ଭସେଇ ଦିଆଯିବ କି ? ଅକାମୀ ଜାହାଜକୁ ନଷ୍ଟ କରିଦେବା ଆବଶ୍ୟକ ପରି ଅସ୍ପୃଶ୍ୟତା ଭଳି ଭୟଙ୍କର ରାକ୍ଷସକୁ ମଧ୍ୟ ଶେଷ କରିଦେବାକୁ ପଡ଼ିବ। ଏଇଠି ଗାନ୍ଧିଜୀ କହିଥିଲେ ଯେ ଓଡ଼ିଶାରେ ତାଙ୍କର ଏହି ତୀର୍ଥଯାତ୍ରାରୁ ଯେଉଁ ସୁଫଳ ମିଳିବ ତାହା ସାରା ଭାରତ ପାଇଁ ଆବଶ୍ୟକ। ଏହା ଏକ ଆଧ୍ୟାତ୍ମିକ ପରୀକ୍ଷା। ଦାଣ୍ଡମୁକୁନ୍ଦପୁର ପରେ ଗାନ୍ଧିଜୀ ପିପିଲିରେ ସଭା କରି ରାତ୍ରି ରହଣୀ କରିଥିଲେ। ଏହି ପିପିଲିରୁ ରାତି ଅଧରେ ସେ ଚିଠି ଲେଖିଥିଲେ ସେ ସମୟର ବିଶିଷ୍ଟ ଇଞ୍ଜିନିୟର ସାର୍ ବିଶେଶ୍ୱରାୟାଙ୍କୁ ଓଡ଼ିଶାର ବନ୍ୟା ନିୟନ୍ତ୍ରଣ ପାଇଁ। ତେଣୁ ବିଶେଶ୍ୱରାୟା ନିଜ ଖର୍ଚ୍ଚରେ ଓଡ଼ିଶା ଆସି ଯେଉଁ ଅନୁଧ୍ୟାନ କରିଥିଲେ ତାହାର ଫଳ ହେଉଛି ହୀରାକୁଦ ନଦୀବନ୍ଧ।
ସତ୍ୟାଗ୍ରହୀ ଗାନ୍ଧୀଙ୍କ ବଳ ଥିଲା ନିର୍ଭୀକତା। ଶହେ ବର୍ଷ ତଳେ ଓଡ଼ିଶା ସହିତ ସାରା ଦେଶରେ ଛୁଆଁ ଅଛୁଆଁ ଭେଦଭାବ ଉତ୍କଟ ଥିବା ବେଳେ କିଛି ସନାତନୀଙ୍କ ବିରୋଧ ସତ୍ତ୍ବେ ବ୍ରାହ୍ମଣ ଶାସନ ସମେତ ସାରା ଦେଶରେ ଗାନ୍ଧିଜୀ ଯେପରି ଅସ୍ପଶ୍ୟୃତା ବିରୋଧୀ ଅଭିଯାନ କରିଥିଲେ, ସେଭଳି ସାହସ କେବଳ ସତ୍ୟାଗ୍ରହ ସଂଗ୍ରାମର ସେନାପତିଙ୍କଠାରୁ ଆଶା କରାଯାଏ। ଗାନ୍ଧିଜୀଙ୍କ ଏହି ସଂଗ୍ରାମକୁ ଆମ ସମ୍ବିଧାନ ସ୍ୱୀକୃତି ଦେଇ ଅସ୍ପୃଶ୍ୟତା ନିବାରିତ ହେଲା ବୋଲି ୧୭ ଧାରାରେ ଘୋଷଣା କରିଛି। ଅବଶ୍ୟ ଏ କ୍ଷେତ୍ରରେ ସମ୍ବିଧାନ ଲିଖନ କମିଟିର ଅଧ୍ୟକ୍ଷ ଡ. ବି. ଆର୍. ଆମ୍ବେଦକର ଓ ଅନ୍ୟ ମାନନୀୟ ସଦସ୍ୟମାନଙ୍କ ଅବଦାନ ରହିଛି।
ପ୍ରହଲାଦ କୁମାର ସିଂହ
ଭୁବନେଶ୍ୱର, ମୋ: ୯୪୩୭୦୧୭୩୯୫