ନୂତନ ଶିକ୍ଷାନୀତି -୨୦୨୦ର ଦୁର୍ବଳତା

The Sakala Picture
Published On

ଦୀର୍ଘ ୩୪ ବର୍ଷର ବ୍ୟବଧାନ ପରେ ଦେଶରେ ଗତବର୍ଷଠାରୁ ନୂଆ ଶିକ୍ଷାନୀତି କାର୍ଯ୍ୟକାରୀ ହୋଇଛି। ପରିବର୍ତ୍ତିତ ସମୟ, ଏକବିଂଶ ଶତାବ୍ଦୀର ଆବଶ୍ୟକତା, ଟେକ୍‌‌ନୋଲୋଜିର ବର୍ଦ୍ଧିତ ପ୍ରଭାବ, ଶିକ୍ଷାର୍ଥୀଙ୍କୁ ମନପସନ୍ଦର ବିଷୟ ପଢ଼଼ିବାକୁ ଦେବାର ଆବଶ୍ୟକତା ଓ ଯୁବ ସମାଜକୁ ନିଯୁକ୍ତି ଉପଯୋଗୀ ତଥା ଆତ୍ମନିର୍ଭରଶୀଳ କରିବାକୁ ନୂତନ ଶିକ୍ଷାନୀତି – ୨୦୨୦ରେ ପ୍ରୟାସ କରାଯାଇଛି। ଏହାକୁ ବିଦ୍ୟାର୍ଥୀମାନଙ୍କ ଉପରେ ଏକତରଫା ଭାବେ ଲଦି ନ ଦେଇ ସମ୍ପୃକ୍ତ ସମସ୍ତ ପକ୍ଷଙ୍କ ସହ ବ୍ୟାପକ ବିଚାର-ବିମର୍ଶ ପରେ କାର୍ଯ୍ୟକାରୀ […]

ଦୀର୍ଘ ୩୪ ବର୍ଷର ବ୍ୟବଧାନ ପରେ ଦେଶରେ ଗତବର୍ଷଠାରୁ ନୂଆ ଶିକ୍ଷାନୀତି କାର୍ଯ୍ୟକାରୀ ହୋଇଛି। ପରିବର୍ତ୍ତିତ ସମୟ, ଏକବିଂଶ ଶତାବ୍ଦୀର ଆବଶ୍ୟକତା, ଟେକ୍‌‌ନୋଲୋଜିର ବର୍ଦ୍ଧିତ ପ୍ରଭାବ, ଶିକ୍ଷାର୍ଥୀଙ୍କୁ ମନପସନ୍ଦର ବିଷୟ ପଢ଼଼ିବାକୁ ଦେବାର ଆବଶ୍ୟକତା ଓ ଯୁବ ସମାଜକୁ ନିଯୁକ୍ତି ଉପଯୋଗୀ ତଥା ଆତ୍ମନିର୍ଭରଶୀଳ କରିବାକୁ ନୂତନ ଶିକ୍ଷାନୀତି – ୨୦୨୦ରେ ପ୍ରୟାସ କରାଯାଇଛି। ଏହାକୁ ବିଦ୍ୟାର୍ଥୀମାନଙ୍କ ଉପରେ ଏକତରଫା ଭାବେ ଲଦି ନ ଦେଇ ସମ୍ପୃକ୍ତ ସମସ୍ତ ପକ୍ଷଙ୍କ ସହ ବ୍ୟାପକ ବିଚାର-ବିମର୍ଶ ପରେ କାର୍ଯ୍ୟକାରୀ କରାଯାଇଛି। ଏହି ଶିକ୍ଷାନୀତିକୁ ଦଲିଲ ଭାବେ ଦେଖିଲେ ଏହା ଅବଶ୍ୟ ଯୁଗାନ୍ତକାରୀ ଓ ସ୍ୱାଗତଯୋଗ୍ୟ। ତେବେ ସବୁ ନୀତିର ସଫଳତା ତାହାର ଉପଯୁକ୍ତ କାର୍ଯ୍ୟକାରିତା ଉପରେ ନିର୍ଭର କରେ। ଏ କ୍ଷେତ୍ରରେ ସରକାରଙ୍କ ଉଦ୍ୟମ ଏଥିପାଇଁ ମନ୍ଦ ନୁହେଁ; କାରଣ ପ୍ରାକ୍‌‌ ଶୈଶବରୁ ସ୍ନାତକୋତ୍ତର ପର୍ଯ୍ୟନ୍ତ, ଆନନ୍ଦମୟ ଶିକ୍ଷାଠାରୁ ଧନ୍ଦାମୂଳକ ଶିକ୍ଷା, ଦକ୍ଷତା ବିକାଶ, ମାତୃଭାଷାରେ ପାଠପଢ଼଼ା, ବିଦ୍ୟାର୍ଥୀ ଅନୁରାଗୀ ବିଷୟ ମନୋନୟନ, ସଂସ୍କୃତି, ଐତିହ୍ୟ, କଳା, ସ୍ଥାପତ୍ୟ, ପ୍ରଯୁକ୍ତି, ଇତିହାସ, ଦକ୍ଷତାବିକାଶ ଓ ତାଲିମ ତଥା ଭର୍ଚୁଆଲ୍‌‌ ବା ଆଭାସି ଶିକ୍ଷା – ଏ ସବୁ ଏଥିରେ ସ୍ଥାନିତ ହୋଇଛି। ଟେକ୍‌‌ନୋଲୋଜିର ସହାୟତାରେ ପିଲାଏ ଘରେ ବସି ଶ୍ରେଣୀଗୃହରେ ବସିବା ଭଳି ପାଠପଢ଼଼ିବାର ସୁବିଧା ପାଇବାର ବ୍ୟବସ୍ଥା ଅଛି। ସରକାର ମଧ୍ୟ ଏଥିପାଇଁ ଉପଯୁକ୍ତ ପାଠ୍ୟକ୍ରମ ପ୍ରସ୍ତୁତ କରି ଶିକ୍ଷା ପାଇଁ ବିପୁଳ ବ୍ୟୟବରାଦ କରିଛନ୍ତି। ଶିକ୍ଷା ଯେପରି ସମାବେଶୀ ହୁଏ ଏବଂ ଏଥିରୁ କେହି ବାଦ ନ ପଡ଼ନ୍ତି, ସେଥିପାଇଁ ନୂଆ ଶିକ୍ଷାନୀତିରେ ଗୁରୁତ୍ୱ ଦିଆଯାଇଛି। ଦେଶର କୌଣସି ପ୍ରାଦେଶିକ ସରକାର ଦଳମତ ନିର୍ବିଶେଷରେ ନୂଆ ଶିକ୍ଷାନୀତିକୁ ବିରୋଧ ନ କରିବା ଏହାର ଗ୍ରହଣୀୟତାର ପରିଚୟ ବହନ କରେ।

ଏସବୁ ସତ୍ତ୍ବେ ଏ କ୍ଷେତ୍ରରେ ରହିଥିବା କିଛି ତ୍ରୁଟିବିଚ୍ୟୁତି ଏବେ ସମ୍ନାକୁ ଆସୁଛି। ଦୁଇଦିନ ତଳେ କେନ୍ଦ୍ର ଶିକ୍ଷାମନ୍ତ୍ରୀ ନୂଆ ଜାତୀୟ ଶିକ୍ଷାନୀତି ଉପରେ ଏକ ଆଲେଖ୍ୟରେ ଏହାର ବିଭିନ୍ନ ଦିଗ ଉପରେ ଆଲୋକପାତ କରିଛନ୍ତି। ସେଥିରେ ସେ ଏନ୍‌‌ସିଇଆର୍‌‌ଟି ଓ ଏଆଇସିଟିଇ ଦ୍ୱାରା ୨୨ଟି ଆଞ୍ଚଳିକ ଭାଷାରେ ପ୍ରକାଶ ପାଇବାକୁ ଥିବା ପାଠ୍ୟକ୍ରମ ସମ୍ପର୍କରେ ଉଲ୍ଲେଖ କରିଛନ୍ତି। ସେଥିମଧ୍ୟରୁ ୧୨ଟି ପ୍ରାଦେଶିକ ଭାଷାରେ ପାଠ୍ୟକ୍ରମ ଉପଲବ୍ଧ ହେବା ଆରମ୍ଭ ହେଲାଣି। ଏଥିରେ ସେ ଦର୍ଶାଇଛନ୍ତି ଯେ ମୂଳ ଇଂରାଜୀ ଭାଷାରେ ଲିଖିତ ପାଠ୍ୟପୁସ୍ତକକୁ ଆର୍ଟିଫିସିଆଲ୍‌‌ ଇଣ୍ଟେଲିଜେନ୍ସ ବା ଏଆଇ ମାଧ୍ୟମରେ ଅନୁବାଦ କରାଯାଇଛି। ଏଆଇ, ମେସିନ୍‌‌ଲର୍ଣ୍ଣିଂ, ଚାଟ୍‌‌ଜିପିଟ୍‌‌, ଇଣ୍ଟରନେଟ୍‌‌ ଅଫ୍‌‌ ଥିଙ୍ଗସ, ଥ୍ରୀଡି ଆଦି ଚତୁର୍ଥ ଶିଳ୍ପ ବିପ୍ଳବ(ଇଣ୍ଟଷ୍ଟ୍ରି ୪.୦)ର ବୈଷୟିକ ଜ୍ଞାନକୌଶଳ। ଏଥିରେ ମଣିଷ ପରିବର୍ତ୍ତେ ମେସିନ୍‌‌ ସବୁ କାମ କରିବ। ଏହି ପ୍ରକ୍ରିୟାରେ ମଣିଷର ଆବଶ୍ୟକତା ସୀମିତ ହୋଇଯିବ। ଆମର କହିବାର କଥା ହେଲା ଯେ ଏଆଇ ବ୍ୟବସ୍ଥାରେ ସମ୍ପ୍ରତି ହେଉଥିବା ଅନୁବାଦ କିମ୍ଭୂତକିମାକାର ଓ ବିଭ୍ରାନ୍ତିକର। ‘ପ୍ରଦୀପ କୁମାର’ ନାମକୁ ଯଦି ‘ଲାଇଟ ସନ’ ଭାବରେ ଏଆଇ ଅନୁବାଦ କରେ ତେବେ ଭାଷାଗୁଡ଼ିକର ମୌଳିକ ଶବ୍ଦ ବା ଶବ୍ଦ ଭଣ୍ଡାର ଅକାରଣେ ମରିଯିବ ଏବଂ ସେ ବହି ପଢ଼଼ି ଅନେକ ଗଜମୂର୍ଖ ବାହାରିବା ସାର ହେବ। ଏହି ତ୍ରୁଟି ବିରୋଧରେ ଏବେ ଯେଉଁ ପ୍ରତିବାଦ ଉଠୁଛି, ତାହା ଯଥାର୍ଥ ଏବଂ ସେଥିପ୍ରତି ସ୍ୱତନ୍ତ୍ର ଦୃଷ୍ଟି ଦିଆଯିବା ଆବଶ୍ୟକ। ଆହୁରି ମଧ୍ୟ ମେଡିକାଲ୍‌‌ ବା ଇଂଜିନିୟରିଂ ଭଳି ବୈଷୟିକ ବିଷୟର ପାଠକୁ ବିଭିନ୍ନ ଭାରତୀୟ ଭାଷାରେ ଶିକ୍ଷା ଦେବାକୁ ଏଆଇ ମାଧ୍ୟମରେ ଉଦ୍ୟମ ଆରମ୍ଭ ହୋଇଛି।

ଏହି ବୈଷୟିକ ପାଠ୍ୟକ୍ରମର ଅନୁବାଦ ପାଇଁ ଇତିମଧ୍ୟରେ ୟୁଜିସି ନୀତି ନିର୍ଦ୍ଧାରଣ କରିଛି। ଏଥିପାଇଁ ଏଆଇସିଟିଇ ଦ୍ୱାରା ଏଆଇ ପରିଚାଳିତ ଏକ ଅନୁବାଦକ ଯନ୍ତ୍ର(ଅନୁବାଦିନୀ) ବିକଶିତ ହୋଇଛି। ଏଥିରେ କୁଆଡ଼େ ଅନେକ ସୁବିଧା ଅଛି, ଯାହା ଜଟିଳ ବୈଷୟିକ ବିଷୟକୁ ଅତି ସରଳ ଓ ବୋଧଗମ୍ୟ ଭାବେ ବିଭିନ୍ନ ଭାରତୀୟ ଭାଷାରେ ଅନୁବାଦ କରିବାକୁ ସକ୍ଷମ। ଏହି ପ୍ରୟାସର ଭବିଷ୍ୟତ ଆମକୁ କିନ୍ତୁ ସନ୍ଦେହାଚ୍ଛନ୍ନ ଦେଖାଯାଉଛି। ଏଭଳି ପ୍ରକ୍ରିୟାରେ ଅନୁବାଦ କରାଯାଇଥିବା ପାଠ୍ୟପୁସ୍ତକ ଆମ ପିଲାଙ୍କୁ ପ୍ରକୃତ ବୈଷୟିକ ଜ୍ଞାନ ଦେବାରେ କେତେ ଉପଯୋଗୀ ହେବ, ତାହା ଚିନ୍ତାର ବିଷୟ। ଏକ୍ଷେତ୍ରରେ ବିଶେଷ ସମସ୍ୟା ଉପୁଜୁଛି ଉଚ୍ଚଶିକ୍ଷା ସ୍ତରରେ ବୈଷୟିକ ପାଠ୍ୟକ୍ରମକୁ ଭାରତୀୟ ଭାଷାରେ ଶିକ୍ଷା ଦାନ କରିବା। ମୂଳକଥା ହେଲା ପ୍ରାଦେଶିକ ଭାଷାରେ ଡାକ୍ତରୀ ବା ଇଞ୍ଜିନିୟରିଂ ପାଠ ପଢ଼଼ି ଯେଉଁ ପିଲାମାନେ ଉତ୍ତୀର୍ଣ୍ଣ ହେବେ ସେମାନେ ସର୍ବଭାରତୀୟ ତଥା ବିଦେଶ ସ୍ତରରେ ଉଚ୍ଚତର ଶିକ୍ଷା ଓ ଗବେଷଣା ତଥା ନିଯୁକ୍ତି ସୁଯୋଗ ପାଇଁ ପ୍ରତିଦ୍ୱନ୍ଦ୍ୱିତାରେ ସଫଳତା ପାଇପାରିବେ ତ? ଏ ପର୍ଯ୍ୟନ୍ତ ଯେତେଗୁଡ଼ିଏ ରାଜ୍ୟରେ ମାତୃଭାଷାରେ ବୈଷୟିକ ଶିକ୍ଷା ଆରମ୍ଭ କରାଯାଇଛି ସେଥିପାଇଁ ଆବେଦନ କରୁଥିବା ଛାତ୍ରମାନଙ୍କର ସଂଖ୍ୟା ଅତି ନଗଣ୍ୟ। ବିଦ୍ୟାର୍ଥୀ ତଥା ତାଙ୍କ ପରିବାରବର୍ଗ ଏହା ଜାଣନ୍ତି ଯେ ମାତୃଭାଷାରେ ବୈଷୟିକ ଶିକ୍ଷାରେ ଭବିଷ୍ୟତ ସନ୍ଦୀହାନ। ତେଣୁ ଏ ବିଷୟରେ ଆହୁରି ଗଭୀର ଓ ବିସ୍ତାର ଜାତୀୟସ୍ତରର ବିମର୍ଶ ହେବା ଆବଶ୍ୟକ। ଆହୁରି ମଧ୍ୟ ଏନ୍‌‌ସିଏଫ୍‌‌-ଏଫ୍‌‌ଏସ୍‌‌ ଭିତ୍ତିରେ ନିପୁଣ ଭାରତ ମିଶନରେ ଯେଉଁ ପୁସ୍ତକ ଏଆଇ ମାଧ୍ୟମରେ ୨୨ ଭାରତୀୟ ଭାଷାରେ ପ୍ରକାଶ ପାଇବାକୁ ଯାଉଛି, ତାହାର ବିଷୟବସ୍ତୁ ସବୁ ଏଆଇ ପ୍ରୟୋଗ ଦ୍ୱାରା କିମ୍ଭୂତକିମାକାର ଆଞ୍ଚଳିକ ଭାଷାକୁ ଜନ୍ମ ଦେବ। ଏ ଦେଶରେ ପାଠ୍ୟ ପୁସ୍ତକ ଲେଖିବାକୁ ତାଲିମପ୍ରାପ୍ତ ଅଭିଜ୍ଞ ଶିକ୍ଷକଙ୍କର ଅଭାବ ନାହିଁ। ତେବେ ଏଭଳି ଅଭିଜ୍ଞ ପ୍ରତିଭାମାନଙ୍କୁ କାହିଁକି ଉପଯୋଗ କରାଯିବ ନାହିଁ କାହିଁକି?

ଭାରତରେ ଏବେ ସ୍କୁଲ୍‌‌ ଯାଉଥିବା ପିଲାଙ୍କ ସଂଖ୍ୟା ୨୬ କୋଟି। ଏହାଛଡ଼ା ଉଚ୍ଚତର ଶିକ୍ଷା କ୍ଷେତ୍ରରେ ୪ କୋଟି ଶିକ୍ଷାର୍ଥୀ ଅଛନ୍ତି। ଆମ ଦେଶରେ ସରକାରୀ ଶିକ୍ଷାନୁଷ୍ଠାନର ଅଭାବ ନାହିଁ। ତା’ମଧ୍ୟରୁ ଅନେକ ବିଭିନ୍ନ ଶିକ୍ଷା କ୍ଷେତ୍ରରେ ପ୍ରତିଷ୍ଠିତ। ପରିତାପର ବିଷୟ ହେଲା ପ୍ରାଥମିକ ଓ ମାଧ୍ୟମିକ ଶିକ୍ଷାଦାନ ପାଇଁ ବିଦ୍ୟାଳୟ ଭିତ୍ତିଭୂମିର ଘୋର ଅଭାବ ରହିଛି। ତା’ଠାରୁ ଯନ୍ତ୍ରଣାଦାୟକ ହେଲା ଅଧିକାଂଶ ପ୍ରତିଷ୍ଠିତ ଉଚ୍ଚ ସରକାରୀ ଶିକ୍ଷାନୁଷ୍ଠାନ (ଉଭୟ ବୈଷୟିକ ଓ ପେସାଦାର)ରେ ଶିକ୍ଷକଙ୍କ ସଂଖ୍ୟା ଅନୁମୋଦିତ ସଂଖ୍ୟାର ଅଧାରୁ କମ୍‌‌। ପାଠ ପଢ଼଼ାଇବାକୁ ଓ ଅନୁଷ୍ଠାନ ଚଳାଇବାକୁ ଅର୍ଥ ନାହିଁ। ରୁସା ଓ ୟୁଜିସିର କଠୋର ନିୟମ ଯୋଗୁଁ ଅନେକ ପ୍ରତିଷ୍ଠିତ ଉଚ୍ଚ ଉଚ୍ଚ ଶିକ୍ଷାନୁଷ୍ଠାନ ଏବେ ଅଧାରୁ କମ୍‌‌ ଶିକ୍ଷକ / ଅଧ୍ୟାପକରେ ଚାଲିଛି। ଏକବିଂଶ ଶତାବ୍ଦୀର ଶିକ୍ଷା ଆବଶ୍ୟକତା ପୂରଣ କରିବାବେଳେ ଆମେ ଏହି ମୌଳିକ ସମସ୍ୟାଗୁଡ଼ିକ ପ୍ରତି ଆଖି ବୁଜି ଦେଇପାରିବା ନାହିଁ। ଆଶା କରିବା ଆମ ନୂଆ ଶିକ୍ଷାନୀତିରେ ମୌଳିକ ବାସ୍ତବତା ପ୍ରତି କେନ୍ଦ୍ର ସରକାର ଦୃଷ୍ଟି ଦେବେ। ତେବେ ଯାଇ ଏହା ଭଲ ଭାବେ କାର୍ଯ୍ୟକାରୀ ହୋଇ ଏହାର ଉଦ୍ଦେଶ୍ୟ ସାଧନରେ ସଫଳ ହେବ।

01 Aug 2023 By The Sakala

https://www.thesakala.in/sakala-editorial/sakala-editorial-01-08-2023/article-24020
Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର